Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଦ୍ୱିତୀୟ ବିବରଣ 30:15-20

15 “ଆଜି ଆମ୍ଭେ ତୁମ୍ଭ ସମ୍ମୁଖରେ ଜୀବନ ଓ ମରଣ ଏବଂ ଭଲ ଓ ମନ୍ଦ ମଧ୍ୟରୁ ଗୋଟିକୁ ବାଛିବାକୁ ଦେଇଅଛୁ। 16 ମୁଁ ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେଉଛି, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ପ୍ରେମ କର। ତୁମ୍ଭେମାନେ ତାଙ୍କୁ ଅନୁସରଣ କରି ତାଙ୍କର ବାକ୍ୟମାନ, ନିୟମ ବିଧି ପାଳନ କର। ତେବେ ତୁମ୍ଭେମାନେ ବଞ୍ଚିବ ଏବଂ ତୁମ୍ଭର ଜାତି ବଢ଼ିବ। ପୁଣି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଉଥିବା ଦେଶରେ ତୁମ୍ଭକୁ ଆଶୀର୍ବାଦ କରିବେ, ଯେଉଁଠାକୁ ତୁମ୍ଭେମାନେ ଅଧିକାର କରିବା ପାଇଁ ଯାଉଛ। 17 ଯଦି ତୁମ୍ଭମାନଙ୍କର ହୃଦୟ ତାଙ୍କଠାରୁ ବିମୁଖ ହୁଏ ଓ ତାଙ୍କ କଥା ଶୁଣିବ ନାହିଁ, ମାତ୍ର ବିପଥଗାମୀ ହୋଇ ଅନ୍ୟ ଦେବତାଗଣର ସେବା ଓ ପୂଜା କର। 18 ତେବେ ତୁମ୍ଭେମାନେ ଧ୍ୱଂସ ହେବ। ମୁଁ ତୁମ୍ଭମାନଙ୍କୁ ସତର୍କ କରାଇ ଦେଉଛି। ଯଦି ତୁମ୍ଭେ ସଦାପ୍ରଭୁଙ୍କଠାରୁ ବିମୁଖ ହେବ। ଯର୍ଦ୍ଦନର ସେପାରିସ୍ଥ ଭୂମିରେ ଯେଉଁଠାକୁ ତୁମ୍ଭେମାନେ ଯିବା ପାଇଁ ପ୍ରସ୍ତୁତ ସେଠାରେ ତୁମ୍ଭେମାନେ ବେଶିଦିନ ବଞ୍ଚିପାରିବ ନାହିଁ।

19 “ଆଜି ମୁଁ ସ୍ୱର୍ଗ ଓ ପୃଥିବୀକୁ ଡାକୁଛି, ସାକ୍ଷୀରୂପେ ଜୀବନ ଓ ମୃତ୍ୟୁ, ଆଶୀର୍ବାଦ ଓ ଅଭିଶାପ, ଏହା ଭିତରୁ ମୁଁ ତୁମ୍ଭକୁ ପସନ୍ଦ କରିବାକୁ ଦେଇଛି। ତେଣୁ ତୁମ୍ଭେମାନେ ଜୀବନକୁ ବାଛ। ତେବେ ତୁମ୍ଭେ ଓ ତୁମ୍ଭର ପିଲାମାନେ ବଞ୍ଚି ପାରିବେ। 20 ତୁମ୍ଭେମାନେ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କରିବ ଓ ଭଲ ପାଇବ। ତାଙ୍କୁ ମାନି ଚଳିବ। ତାଙ୍କୁ କଦାପି ଛାଡ଼ିବ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ଜୀବନ, ଏବଂ ସଦାପ୍ରଭୁ ତୁମ୍ଭକୁ ଦୀର୍ଘ ଜୀବନ ଦେବେ ସେହି ଦେଶରେ, ଯେଉଁ ଦେଶ ଦେବା ପାଇଁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ, ଇ‌ସ୍‌ହାକ ଏବଂ ଯାକୁବଙ୍କୁ କହିଥିଲେ।”

Error: Book name not found: Sir for the version: Odia Holy Bible: Easy-to-Read Version
ଗୀତସଂହିତା 119:1-8

ଆଲେଫ୍

119 ଯେଉଁ ଲୋକମାନେ ପବିତ୍ର ଭାବରେ ଜୀବନଯାପନ କରନ୍ତି,
    ଓ ଯେଉଁମାନେ ସଦାପ୍ରଭୁଙ୍କର ନିୟମସବୁ ଅନୁସରଣ କରନ୍ତି, ସେମାନେ ଧନ୍ୟ!
ଯେଉଁ ଲୋକମାନେ ସଦାପ୍ରଭୁଙ୍କର ଚୁକ୍ତି ମାନନ୍ତି,
    ଓ ଯେଉଁମାନେ ହୃଦୟରେ ସଦାପ୍ରଭୁଙ୍କୁ ଖୋଜନ୍ତି, ସେମାନେ ଧନ୍ୟ!
ସେହି ଲୋକମାନେ କୌଣସି ଅଧର୍ମ କାର୍ଯ୍ୟ କରନ୍ତି ନାହିଁ,
    କିନ୍ତୁ ସେମାନେ ସଦାପ୍ରଭୁଙ୍କ ପଥ ଅନୁସରଣ କରନ୍ତି।
ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ
    ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦେଇଅଛ।
ମୁଁ ଆଶା କରୁଛି ଯେ, ମୁଁ ବୋଧହୁଏ ତୁମ୍ଭର ନିୟମ
    ଅପରିବର୍ତ୍ତନୀୟ ଭାବରେ ଅଧିକ ମାନିବି।
ଯଦି ମୁଁ ତୁମ୍ଭର ଆଜ୍ଞା ସକଳ ପ୍ରତି ଦୃଷ୍ଟି ରଖିବି,
    ତେବେ ମୁଁ ଲଜ୍ଜିତ ହେବି ନାହିଁ।
ମୁଁ ତୁମ୍ଭକୁ ସର୍ବାନ୍ତକରଣ ହୃଦୟ ସହିତ ପ୍ରଶଂସା କରିବି,
    ଯେତେବେଳେ ମୁଁ ତୁମ୍ଭର ନ୍ୟାୟପରାୟଣତା ବିଷୟରେ ଜାଣିବି।
ମୁଁ ତୁମ୍ଭର ବିଧିସବୁ ପାଳନ କରିବି।
    ମୋତେ ଏକୁଟିଆ କରି ଛାଡ଼ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 3:1-9

ମନୁଷ୍ୟକୁ ଅନୁସରଣ କରିବା ଉଚିତ୍ ନୁହେଁ

ଭାଇ ଓ ଭଉଣୀମାନେ! ପୂର୍ବରେ ମୁଁ ତୁମ୍ଭମାନଙ୍କୁ ଆତ୍ମିକମନା ଲୋକମାନଙ୍କୁ କହିବା ଭଳି କହି ପାରି ନ ଥିଲି। ମୁଁ ତୁମ୍ଭମାନଙ୍କ ସହିତ ଜାଗତିକ ଲୋକ ଭଳି କଥାବାର୍ତ୍ତା କଲି। ଖ୍ରୀଷ୍ଟଙ୍କଠାରେ ଶିଶୁ ଭଳି ମୁଁ ତୁମ୍ଭମାନଙ୍କୁ କହିଲି। ସେତେବେଳେ ମୁଁ ତୁମ୍ଭକୁ ଗୁରୁପାକ ଖାଦ୍ୟ ନ ଦେଇ କ୍ଷୀର ଦେଲି। ଏପରି କରିବାର ଉଦ୍ଦେଶ୍ୟ ଯେ, ତୁମ୍ଭେମାନେ ଗୁରୁପାକ ଖାଦ୍ୟ ପାଇଁ ପ୍ରସ୍ତୁତ ନ ଥିଲ, ଏବେ ମଧ୍ୟ ତୁମ୍ଭେମାନେ ଗୁରୁପାକ ଖାଦ୍ୟ ପାଇଁ ପ୍ରସ୍ତୁତ ନୁହଁ। ତୁମ୍ଭେମାନେ ଆତ୍ମିକ ଜୀବନରେ ଏବେ ମଧ୍ୟ ଶିଶୁ ଭଳି ଅଛ। ତୁମ୍ଭେମାନେ ପରସ୍ପରକୁ ଈର୍ଷା କରୁଛ ଓ ପରସ୍ପର ମଧ୍ୟରେ କଳହ କରୁଛ। ଏଥିରୁ ଜଣାପଡ଼େ ତୁମ୍ଭେମାନେ ଏବେ ମଧ୍ୟ ଆତ୍ମିକ ନୁହଁ। ତୁମ୍ଭେ ଜାଗତିକ ଲୋକମାନଙ୍କ ଭଳି ଆଚରଣ କରୁଛ। ତୁମ୍ଭମାନଙ୍କ ଭିତରେ ଜଣେ କହୁଛି, “ମୁଁ ପାଉଲଙ୍କ ଅନୁଗାମୀ,” ଆଉ ଜଣେ କହୁଛି “ମୁଁ ଆପଲ୍ଲଙ୍କ ଅନୁଗାମୀ,” ଏଭଳି କହିବା ଦ୍ୱାରା ତୁମ୍ଭେମାନେ ଜାଗତିକ ମଣିଷ ଭଳି ଆଚରଣ କରୁଛ।

ଆପଲ୍ଲ କ’ଣ ବିଶିଷ୍ଟ ଲୋକ ଅଟନ୍ତି ନା! ପାଉଲ ମହାନ୍ ଅଟନ୍ତି? ନା! ଆମ୍ଭେ କେବଳ ପ୍ରଭୁଙ୍କର ସେବକ ଅଟୁ। ଆମ୍ଭେ ତାହାଙ୍କଠାରେ ବିଶ୍ୱାସ କରିବାରେ ତୁମ୍ଭମାନଙ୍କୁ ସାହାଯ୍ୟ କରିଛୁ। ପ୍ରଭୁଙ୍କ ଦ୍ୱାରା ଦିଆଯାଇଥିବା କାମ ହିଁ ଆମ୍ଭେ ସମ୍ପନ୍ନ କରିଛୁ। ମୁଁ ଗଛଟିଏ ଲଗାଇଲି। ଆପଲ୍ଲ ଗଛରେ ପାଣି ଦେଲେ, କିନ୍ତୁ ପରମେଶ୍ୱର ତାକୁ ବଢ଼ିବାରେ ସାହାଯ୍ୟ କଲେ। ତେଣୁ ଗଛ ଲଗେଇଥିବା ବା ପାଣି ଦେଇଥିବା କେହି ନୁହେଁ, କିନ୍ତୁ ଗଛକୁ ବଢ଼ାଉଥିବା ପରମେଶ୍ୱର କେବଳ ପ୍ରଧାନ ଅଟନ୍ତି। ଅତଏବ ଗଛ ଲଗାଇଥିବା ଲୋକ ଓ ତାକୁ ପାଣି ଦେଇଥିବା ଲୋକ, ଦୁହିଁଙ୍କର ଉଦ୍ଦେଶ୍ୟ ସମାନ ଓ ଦୁହେଁ ତାହାଙ୍କର କାମ ଲାଗି ପ୍ରତିଫଳ ପାଇବେ। ଆମ୍ଭେମାନେ ଏକତ୍ର ମିଳି ପରମେଶ୍ୱରଙ୍କ ନିମନ୍ତେ କାର୍ଯ୍ୟ କରୁଛୁ, ଓ ତୁମ୍ଭେମାନେ ପରମେଶ୍ୱରଙ୍କର ଗ୍ଭଷଜମି ଅଟ।

ତୁମ୍ଭେମାନେ ପରମେଶ୍ୱରଙ୍କ ଗୃହ ଅଟ।

ମାଥିଉ ଲିଖିତ ସୁସମାଗ୍ଭର 5:21-37

ଯୀଶୁ କ୍ରୋଧ ବିଷୟରେ ଶିକ୍ଷା ଦିଅନ୍ତି

21 “ତୁମ୍ଭେମାନେ ଶୁଣିଛ ଯେ, ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାଯାଇଥିଲା: ‘ନରହତ୍ୟା କର ନାହିଁ।(A) ଯେଉଁ ଲୋକ ନରହତ୍ୟା କରେ, ସେ ବିଗ୍ଭରସ୍ଥାନରେ ବିଗ୍ଭରିତ ହେବ।’ 22 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ଅନ୍ୟଉପରେ ରାଗ ନାହିଁ, କାରଣ ପ୍ରତ୍ୟେକ ଲୋକ ତୁମ୍ଭର ଭାଇ ପରି ଅଟେ। ତେଣୁ ଯଦି ତୁମ୍ଭେ ଅନ୍ୟ ଉପରେ ରାଗିବ, ତେବେ ତୁମ୍ଭେ ମଧ୍ୟ ବିଗ୍ଭରାଳୟରେ ବିଗ୍ଭରିତ ହେବ। ତୁମ୍ଭେମାନେ ଯଦି ଅନ୍ୟକୁ ଅପମାନ ଦେଇ ଖରାପ କଥା କୁହ, ତେବେ ତୁମ୍ଭକୁ ଯିହୂଦୀୟ ସର୍ବୋଚ୍ଚ ବିଗ୍ଭରାଳୟରେ[a] ବିଗ୍ଭରିତ ହେବାକୁ ହେବ। ଯଦି ଅନ୍ୟକୁ ମୂର୍ଖ ବୋଲି କୁହ, ତେବେ ତୁମ୍ଭକୁ ନର୍କର ନିଆଁ ଭିତରେ ପକାଇ ଦିଆଯିବ।

23 “ଯେତେବେଳେ ତୁମ୍ଭେମାନେ ପରମେଶ୍ୱରଙ୍କ ନିକଟକୁ ତୁମ୍ଭମାନଙ୍କର ନୈବେଦ୍ୟ ଦାନ ଆଣ, ସେତେବେଳେ ଅନ୍ୟ ଲୋକମାନଙ୍କ ବିଷୟ ଚିନ୍ତା କର। ଯଦି ବେଦୀ ଉପରେ ପରମେଶ୍ୱରଙ୍କୁ ନୈବେଦ୍ୟ ଦାନ ଦେବା ବେଳେ ତୁମ୍ଭର ମନେ ପଡ଼ିଯାଏ ଯେ, ତୁମ୍ଭ ବିରୁଦ୍ଧରେ କାହାର କିଛି କଥା ଅଛି, 24 ତେବେ ତୁମ୍ଭର ନୈବେଦ୍ୟ ଦାନ ସେହିଠାରେ ଛାଡ଼ି ଦେଇ ସେହି ଲୋକଟି ପାଖକୁ ଯାଅ ଏବଂ ତା’ ସହିତ ଶାନ୍ତି ସ୍ଥାପନ କରି, ତା'ପରେ ଆସି ତୁମ୍ଭର ନୈବେଦ୍ୟ ଦାନ ଅର୍ପଣ କର।

25 “ଯଦି ତୁମ୍ଭର ଶତ୍ରୁ ତୁମ୍ଭକୁ ବିଗ୍ଭରାଳୟକୁ ନେଇ ଯାଉଅଛି, ତେବେ ବିଗ୍ଭରାଳୟ ଯିବା ପୂର୍ବରୁ ତା’ ସହିତ ଶୀଘ୍ର ବନ୍ଧୁତା ସ୍ଥାପନ କର। ନଚେତ ତୁମ୍ଭର ଶତ୍ରୁ ବିଗ୍ଭରପତିଙ୍କ ହାତରେ ଦେଇଦେବ ଓ ଶେଷରେ ବିଗ୍ଭରପତି ତୁମ୍ଭକୁ ସିପାହୀ ହାତରେ ଦେବେ, ତା'ପରେ ତୁମ୍ଭେ କାରାଗାରରେ ବନ୍ଦୀ ହୋଇ ଯିବ। 26 ମୁଁ ତୁମ୍ଭକୁ ସତ୍ୟ କହୁଛି, ଯେଉଁ ପର୍ଯ୍ୟନ୍ତ ତୁମ୍ଭେ ପାହୁଲା-ପାହୁଲା କରି ନ ଶୁଝିଛ, ସେପର୍ଯ୍ୟନ୍ତ କାରାଗାର ଭିତରୁ ବାହାରି ଆସି ପାରିବ ନାହିଁ।

ଯୀଶୁ ଯୌନଗତ ପାପ ସମ୍ବନ୍ଧରେ ଶିକ୍ଷା ଦିଅନ୍ତି

27 “ତୁମ୍ଭେମାନେ ଏ କଥା କୁହା ଯାଇଥିବାର ଶୁଣିଛ ଯେ, ‘ବ୍ୟଭିଗ୍ଭର କର ନାହିଁ।’(B) 28 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଯଦି କେହି ଲୋକ କୌଣସି ସ୍ତ୍ରୀକୁ ଦେଖେ ଓ ତା’ ସହିତ ବ୍ୟଭିଗ୍ଭର କରିବା ପାଇଁ ଗ୍ଭହେଁ, ତେବେ ସେ ନିଜ ମନ ଭିତରେ ସେହି ସ୍ତ୍ରୀ ସହିତ ବ୍ୟଭିଗ୍ଭର କରି ସାରିଲାଣି। 29 ଯଦି ତୁମ୍ଭର ଡାହାଣ ଆଖି ତୁମ୍ଭର ପାପର କାରଣ ହୁଏ, ତେବେ ସେହି ଆଖିଟିକୁ କାଢ଼ି ଫିଙ୍ଗିଦିଅ। ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କରେ ପଡ଼ିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହୋଇଯିବା ଭଲ। 30 ଯଦି ତୁମ୍ଭର ଡାହାଣ ହାତଟି ତୁମ୍ଭ ପାପର କାରଣ ହୁଏ, ତାକୁ କାଟି ଫିଙ୍ଗିଦିଅ। କାରଣ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କରେ ପଡ଼ିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହୋଇଯିବା ଭଲ।

ଯୀଶୁ ଛାଡ଼ପତ୍ର ସମ୍ବନ୍ଧରେ ଶିକ୍ଷା ଦିଅନ୍ତି

(ମାଥିଉ 19:9; ମାର୍କ 10:11-12; ଲୂକ 16:18)

31 “ଏ କଥା ମଧ୍ୟ କୁହାଯାଇଛି ଯେ, ‘ଯେଉଁ ଲୋକ ତା'ର ପତ୍ନୀକୁ ଛାଡ଼ପତ୍ର ଦିଏ, ସେ ତା’ ପତ୍ନୀକୁ ଛାଡ଼ପତ୍ର ପାଇଁ ଲିଖିତ ରୂପରେ ଗୋଟିଏ ସୂଚନା ଦେବ।’(C) 32 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ଯଦି କେହି ନିଜର ପତ୍ନୀକୁ ଛାଡ଼ପତ୍ର ଦିଏ, ସେ ତାହାକୁ ବ୍ୟଭିଗ୍ଭର ଦୋଷରେ ଦୋଷୀ କରିଥାଏ। ଯଦି ତାହାର ପତ୍ନୀ ଅନ୍ୟ ବ୍ୟକ୍ତି ସହିତ ଯୌନ ସମ୍ପର୍କ ରଖିଥାଏ, ତେବେ କେବଳ ସେ ତାହାକୁ ଛାଡ଼ପତ୍ର ଦେଇ ପାରିବ। ଯଦି କୌଣସି ଲୋକ ଛାଡ଼ପତ୍ର ପାଇଥିବା ସେହି ପତ୍ନୀକୁ ବିବାହ କରେ, ତେବେ ସେ ମଧ୍ୟ ବ୍ୟଭିଗ୍ଭର ପାପରେ ଦୋଷୀ ହୁଏ।

ପ୍ରତିଜ୍ଞା ସମ୍ବନ୍ଧରେ ଯୀଶୁଙ୍କର ଶିକ୍ଷା

33 “ଏ କଥା ତୁମ୍ଭେ ଶୁଣିଛ ଯେ, ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାଯାଇଥିଲା: ‘ତୁମ୍ଭେମାନେ କରିଥିବା ପ୍ରତିଜ୍ଞା କେବେ ହେଲେ ଭାଙ୍ଗ ନାହିଁ ଓ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହିସବୁ ପାଳନ କର।’[b] 34 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଆଦୌ ପ୍ରତିଜ୍ଞା କର ନାହିଁ। ସ୍ୱର୍ଗର ନାମରେ ପ୍ରତିଜ୍ଞା କର ନାହିଁ, କାରଣ ତାହା ପରମେଶ୍ୱରଙ୍କ ସିଂହାସନ। 35 ପୃଥିବୀ ନାମରେ ପ୍ରତିଜ୍ଞା ନିଅ ନାହିଁ, କାରଣ ତାହା ପରମେଶ୍ୱରଙ୍କର ପାଦପୀଠ। ଯିରୁଶାଲମ ନାମରେ ପ୍ରତିଜ୍ଞା ନିଅ ନାହିଁ। କାରଣ ତାହା ପରମେଶ୍ୱରଙ୍କ ନଗରୀ। 36 ନିଜ ମୁଣ୍ଡ ଛୁଇଁ ପ୍ରତିଜ୍ଞା ନିଅ ନାହିଁ, କାରଣ ତା'ର ଗୋଟିଏ ବାଳକୁ ବି ତୁମ୍ଭେ କଳା ବା ଧଳା କରି ପାରିବ ନାହିଁ। 37 ଯଦି ତୁମ୍ଭେ ଠିକ୍ ମନେ କରୁଛ ତେବେ ‘ହଁ’ କୁହ ଏବଂ ତୁମ୍ଭେ ଯଦି ଭୁଲ୍ ବୋଲି ମନେ କରୁଛ ତେବେ ‘ନାଁ’ କୁହ। ‘ହଁ’ ବା ‘ନାଁ’ ଠାରୁ ଅଧିକା ବିଷୟ ପାପାତ୍ମାଠାରୁ ଆସିଥାଏ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center