Revised Common Lectionary (Semicontinuous)
112 ସଦାପ୍ରଭୁଙ୍କର ପ୍ରଶଂସା କର।
ଯେଉଁ ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ସେମାନେ ସମ୍ମାନରେ ଭାଗ୍ୟବାନ୍ ହୁଅନ୍ତି,
ଯିଏକି ତାଙ୍କର ଆଦେଶ ପାଳନ କରିବାରେ ବହୁତ ବିଶ୍ୱସ୍ତ ହୋଇଥାଏ,
2 ତା'ର ବଂଶଧର ଭୂପୃଷ୍ଠରେ ବିକ୍ରମଶାଳୀ ହେବେ।
ସରଳ ଲୋକର ବଂଶଧର ଆଶୀର୍ବାଦ ପ୍ରାପ୍ତ ହେବେ।
3 ସେହି ଲୋକର ପରିବାର ଧନଶାଳୀ ହେବେ
ଏବଂ ତା'ର ଧର୍ମ ଚିରକାଳସ୍ଥାୟୀ ହେବ।
4 ଧାର୍ମିକ ଲୋକଙ୍କ ପ୍ରତି ପରମେଶ୍ୱର ଅନ୍ଧକାରରେ ଆଲୋକ ସଦୃଶ୍ୟ।
ସେ କୃପାମୟ, ସ୍ନେହଶୀଳ ଓ ଧାର୍ମିକ।
5 ଦରକାର ବେଳେ ଋଣ ଦେବା ଏବଂ ଉଧାର ହେବା, ଏହା ଗୋଟିଏ ଲୋକର ଭଲ ଗୁଣ।
କୌଣସି ବ୍ୟକ୍ତି ନିଜର ବ୍ୟାପାରରେ ଧାର୍ମିକତା ଅବଲମ୍ବନ କରିବା ମଙ୍ଗଳ ଅଟେ।
6 ସେହି ଲୋକ କଦାପି ବିଚଳିତ ହେବ ନାହିଁ।
ଧାର୍ମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ।
7 ସେ କୁସମ୍ବାଦ ଶୁଣି ଭୟ କରିବ ନାହିଁ।
ସେହି ଲୋକ ସୁସ୍ଥିର ହେବ କାରଣ ସେ ସଦାପ୍ରଭୁଙ୍କୁ ବିଶ୍ୱାସ କରେ।
8 ସେହି ଲୋକ ସୁସ୍ଥିର ଥାଏ।
ସେ କେବେ ଭୟ କରେ ନାହିଁ।
ସେ ତା'ର ଶତ୍ରୁମାନଙ୍କୁ ପରାସ୍ତ ହେବାର ଦେଖିବ।
9 ଯେଉଁ ଲୋକ ମୁକ୍ତ ଭାବରେ ଦିନହୀନମାନଙ୍କୁ ଦାନ କରେ,
ତା'ର ଧର୍ମ ଏକ। ଚିରକାଳସ୍ଥାୟୀ।
ସେ ବିଜୟ ଏବଂ ସମ୍ମାନ ପାଇବ।
10 ଦୁଷ୍ଟ ଲୋକ ଏହା ଦେଖି କ୍ରୋଧ କରିବେ।
ସେମାନେ ରାଗରେ ଦାନ୍ତ କଡ଼ମଡ଼ କରିବେ।
କିନ୍ତୁ ଏହା ପରେ ସେମାନେ ଅଦୃଶ୍ୟ ହେବେ।
ଦୁଷ୍ଟ ଲୋକମାନଙ୍କର ଇଚ୍ଛା କଦାପି ପୂର୍ଣ୍ଣ ହେବ ନାହିଁ।
ଯିରୁଶାଲମ ପାଇଁ ପରମେଶ୍ୱରଙ୍କ ପ୍ରେମ
29 ପରମେଶ୍ୱର କୁହନ୍ତି, “ହାୟ ଅରୀୟେଲ, ଅରୀୟେଲ, ଦାଉଦର ଛାଉଣି ନଗର। ବର୍ଷକୁ ବର୍ଷ ଯୋଗ କର। ପର୍ବଗୁଡ଼ିକ ପାଳି ଅନୁକ୍ରମେ ଆସୁ। 2 ତେବେ ମୁଁ ଅରୀୟେଲକୁ ଦୁଃଖ ଦେବି। ନଗରଟି ଶୋକ ଓ ବିଳାପରେ ପୂର୍ଣ୍ଣ ହେବ। ମାତ୍ର ତାହା ଆମ୍ଭ ପ୍ରତି ଦାହସ୍ଥାନ ତୁଲ୍ୟ ହେବ।
3 “ପୁଣି ମୁଁ ଚତୁର୍ଦ୍ଦିଗରେ ତୁମ୍ଭ ବିରୁଦ୍ଧରେ ଛାଉଣି ସ୍ଥାପନ କରିବି। ତୁମ୍ଭ ବିପକ୍ଷରେ ଗଡ଼ ସୃଷ୍ଟି କରିବି ଯେ କି ତୁମ୍ଭକୁ ବେଷ୍ଟନ କରିବ ଓ ତୁମ୍ଭ ପ୍ରତିକୂଳରେ ତାହା ତୁମ୍ଭକୁ ଅନୁରୋଧ କରିବ। 4 ଏଥିରେ ତୁମ୍ଭେ ଅବନତ ହେବ ଓ ଭୂମିରୁ କଥା କହିବ। ଧୂଳି ଉପରୁ ତୁମ୍ଭର ସ୍ୱର କ୍ଷୀଣ ହେବ ଓ ତାହା ଭୂତର ସ୍ୱର ତୁଲ୍ୟ ହେବ। ତୁମ୍ଭର ସ୍ୱର ଧୂଳି ଉପରୁ ଫୁସ୍ଫୁସ୍ ଶବ୍ଦ ସ୍ୱରରେ କହିଲା ପରି ହେବ।”
5 ତୁମ୍ଭର ଶତ୍ରୁଗଣ ସୂକ୍ଷ୍ମଧୂଳି ସଦୃଶ ଅଗଣିତ ହେବେ। ନିଷ୍ଠୁର ଲୋକମାନଙ୍କର ଗହଳି ତୁଷ ତୁଲ୍ୟ ହେବ ଓ ଏସବୁ ନିମିଷକରେ ଘଟିବ। 6 ସର୍ବଶକ୍ତିମାନ ସଦାପ୍ରଭୁ ଭୂମିକମ୍ପ, ଘଡ଼ଘଡ଼ି, ଭୟଙ୍କର ଗର୍ଜନ ଝଡ଼, ଘୂର୍ଣ୍ଣିବାୟୁ ଓ ଗ୍ରାସକାରୀ ଅଗ୍ନିଶିଖା ସହିତ ଆସିବେ ଏବଂ ତାକୁ ଧ୍ୱଂସ କରିବେ। 7 ବହୁ ଜାତିଗଣ ଅରୀୟେଲ ବିପକ୍ଷରେ ଯୁଦ୍ଧ କରିବେ, ଏବଂ ତାହାର ସୁଦୃଢ଼ ଦୁର୍ଗ ଭିତରକୁ ପ୍ରବେଶ କରିବେ, ତାହା ରାତ୍ରିକାଳୀନ ସ୍ୱପ୍ନ ଓ ଦର୍ଶନ ତୁଲ୍ୟ ହେବ। 8 ଯେପରି ସ୍ୱପ୍ନରେ କ୍ଷୁଧାର୍ତ୍ତ ଖାଏ ଏବଂ ତୃଷାର୍ତ୍ତ ପିଏ। କିନ୍ତୁ ବାସ୍ତବରେ ସେହି ସଂପୃକ୍ତ ଲୋକମାନେ କ୍ଷୁଧାର୍ତ୍ତ ଏବଂ ତୃଷାର୍ତ୍ତ ଥା’ନ୍ତି, ଠିକ୍ ସେହିପରି ସେହି ଜାତିଗଣ ସିୟୋନ ପାଇଁ ସେମାନଙ୍କର ଇଚ୍ଛା ଅନୁସାରେ କିଛି କରି ପାରିବେ ନାହିଁ। ସେହିପରି ସିୟୋନ ପର୍ବତର ବିପକ୍ଷରେ ଯୁଦ୍ଧ କରୁଥିବା ବହୁ ଗୋଷ୍ଠୀଗଣ ନିଜ ଇଚ୍ଛା ଅନୁସାରେ ପାଇବେ ନାହିଁ।
9 ତୁମ୍ଭେମାନେ ଅଜ୍ଞାତ ଓ ଚମତ୍କୃତ ହୁଅ।
ତୁମ୍ଭକୁ ଦୃଷ୍ଟିହୀନ କର ଏବଂ ଅନ୍ଧ ହୁଅ।
ଟଳଟଳ ହୁଅ, କିନ୍ତୁ ସୁରାପାନରେ ନୁହେଁ।
10 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଘୋର ନିଦ୍ରାଜନକ ଆତ୍ମା ଢାଳିଛନ୍ତି।
ସେ ତୁମ୍ଭମାନଙ୍କର ଭବିଷ୍ୟଦ୍ବକ୍ତାଗଣଙ୍କ ସଦୃଶ ଚକ୍ଷୁ ମୁଦ୍ରିତ କରିବେ।
ପୁଣି ଭବିଷ୍ୟଦ୍ବକ୍ତାଙ୍କ ପରି ତୁମ୍ଭମାନଙ୍କର ମସ୍ତକକୁ ଆଚ୍ଛାଦନ କରିବେ।
11 ସେସବୁ ଜିନିଷର ଦୃଶ୍ୟବଦ୍ଧ ପୁସ୍ତକ ପରି! ଯଦି ତୁମ୍ଭେ ତାକୁ କୌଣସି ଜଣକୁ ଦେବ ଯିଏ ପଢ଼ିପାରିବ ଏବଂ କହିବ, “ଏହାକୁ ପଢ଼। ସେ କହିବ, ମୁଁ କରି ନ ପାରେ, ଏହା ବନ୍ଦ ଅଛି।” 12 ଯଦି ତୁମ୍ଭେ କୌଣସି ଅଶିକ୍ଷିତ ଲୋକକୁ ପଢ଼ିବାକୁ ଦେବ, ସେମାନେ ମଧ୍ୟ ସାଧାରଣ ଭାବରେ କହିବେ, “ସେଗୁଡ଼ିକ ଅକ୍ଷରରେ ଛପା ହୋଇଛି। ମୁଁ ପଢ଼ିପାରିବି ନାହିଁ।”
ପ୍ରକୃତ ଜ୍ଞାନ
13 ତୁମ୍ଭମାନଙ୍କ ଭିତରେ ପ୍ରକୃତ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି? ତା'ହେଲେ ସେ ଧାର୍ମିକ ଜୀବନଯାପନ କରି ନିଜର ବିଜ୍ଞତା ଦେଖାଉ। ସେ ନମ୍ର ଭାବରେ ଭଲ କାମ କରିବା ଉଚିତ୍। ଜ୍ଞାନୀ ଲୋକ ଗର୍ବ କରେ ନାହିଁ। 14 ଯଦି ତୁମ୍ଭେ ନିହାତି ସ୍ୱାର୍ଥପର ଓ ତୁମ୍ଭ ହୃଦୟରେ ଈର୍ଷାଭାବ ଅଛି, ତା'ହେଲେ ତୁମ୍ଭର ଗର୍ବ କରିବା ପାଇଁ କିଛି କାରଣ ନାହିଁ। ତୁମ୍ଭର ଅହଂକାର କେବଳ ମିଛ, ଏବଂ ତାହା ସତ୍ୟକୁ ଘୋଡ଼ାଇ ଦିଏ। 15 ଏହି ପ୍ରକାର “ଜ୍ଞାନ” ପରମେଶ୍ୱରଙ୍କଠାରୁ ଆସେ ନାହିଁ। ମାତ୍ର ଏହି “ଜ୍ଞାନ” ସଂସାରରୁ ଆସେ। ଏହା ଆତ୍ମିକ ନୁହେଁ। ଏହା ଶୟତାନଠାରୁ ଆସିଛି। 16 ଯେଉଁଠାରେ ଈର୍ଷାଭାବ ଓ ସ୍ୱାର୍ଥପର ମନୋଭାବ ଅଛି, ସେହିଠାରେ ସମସ୍ତ ପ୍ରକାର ବିଶୃଙ୍ଖଳା ଓ ସମସ୍ତ ପ୍ରକାରର ମନ୍ଦତା ଦେଖାଯାଏ। 17 କିନ୍ତୁ ପରମେଶ୍ୱରଙ୍କଠାରୁ ଆସିଥିବା “ଜ୍ଞାନ” ଏହିପରି: ପ୍ରଥମରେ ଏହା ପବିତ୍ର, ଶାନ୍ତିପୂର୍ଣ୍ଣ, ଭଦ୍ର ଓ ପ୍ରସନ୍ନ ଅଟେ। ଯେଉଁମାନେ ଅସୁବିଧା ବା କଷ୍ଟରେ ପଡ଼ିଛନ୍ତି, ଏହି ଜ୍ଞାନ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ପ୍ରସ୍ତୁତ ଥାଏ ଓ ଏହା ଅନ୍ୟମାନଙ୍କର ମଙ୍ଗଳ କରେ। ଏହି ଜ୍ଞାନ ସର୍ବଦା ନିରପେକ୍ଷ ଓ ନିଷ୍ଠାପର ଅଟେ। 18 ଯେଉଁ ଲୋକମାନେ ଶାନ୍ତିପୂର୍ଣ୍ଣ ଭାବରେ ଶାନ୍ତି ପାଇଁ କାମ କରନ୍ତି, ସେମାନେ ଧାର୍ମିକ ଜୀବନଯାପନ ଦ୍ୱାରା ସେଥିରୁ ଉତ୍ପନ୍ନ ଉତ୍ତମ ବିଷୟମାନ ପାଆନ୍ତି।
2010 by World Bible Translation Center