Revised Common Lectionary (Semicontinuous)
ଦାଉଦଙ୍କର ଗୀତ।
37 ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହେବାର ଆବଶ୍ୟକତା ନାହିଁ।
ଯେଉଁମାନେ କୁକର୍ମ କରିଛନ୍ତି, ସେହି ଲୋକମାନଙ୍କ ଉପରେ ଈର୍ଷା କର ନାହିଁ।
2 ଦୁଷ୍ଟ ଲୋକମାନେ ଘାସ ଓ ସବୁଜ ଲତା ତୁଲ୍ୟ
ଯାହା ଖୁବ୍ ଶୀଘ୍ର ଧୂସର ହୋଇ ମରିଯାଏ।
3 ଯଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା'ହେଲେ ଆନନ୍ଦରେ ରହିବ
ଓ ଅନେକ ଜିନିଷ ଉପଭୋଗ କରିବ ଯାହା ସେହି ଭୂମିରୁ ତୁମ୍ଭେ ପାଇବ।
4 ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାର ସୁଖଭୋଗ କର
ତହିଁରେ ସେ ତୁମ୍ଭର ଇଚ୍ଛା ପୂରଣ କରିବେ।
5 ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ।
ତାଙ୍କୁ ବିଶ୍ୱାସ କର ଓ ସେ ନିଶ୍ଚୟ ଯାହା କରିବା କଥା ସଫଳ କରିବେ।
6 ତୁମ୍ଭର ସାଧୁତା ଓ ନ୍ୟାୟପ୍ରିୟତା ମଧ୍ୟାହ୍ନର ସୂର୍ଯ୍ୟ କିରଣ ଭଳି
ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁ।
7 ସଦାପ୍ରଭୁଙ୍କୁ ବିଶ୍ୱାସ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର।
ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦକାର୍ଯ୍ୟ ସଫଳ ହୁଏ।
ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ମନ୍ତ୍ରଣା କରି ସେମାନଙ୍କର ଯୋଜନାରେ ସଫଳ ହୁଅନ୍ତି।
8 କ୍ରୋଧ ତ୍ୟାଗ କର, କୋପ ତ୍ୟାଗ କର।
ଏତେ ଅଧୈର୍ଯ୍ୟ ହୁଅ ନାହିଁ, ଯାହା ଫଳରେ ତୁମ୍ଭେ ମଧ୍ୟ ମନ୍ଦକାର୍ଯ୍ୟ କରି ବସିବ।
9 କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରନ୍ତି,
ସେମାନେ ସମଗ୍ର ଭୂମିକୁ ନିୟନ୍ତ୍ରଣ କରି ପାରିବେ।
ଏହା ପରମେଶ୍ୱର ସେମାନଙ୍କଠାରେ ପ୍ରତିଜ୍ଞା କରିଛନ୍ତି।
10 ଆଉ ଅଳ୍ପ ଦିନପରେ ଦୁଷ୍ଟ ଲୋକମାନେ ନ ଥିବେ।
ତୁମ୍ଭେ ସେମାନଙ୍କୁ ଖୋଜିଲେ ବି ଆଉ ପାଇବ ନାହିଁ, କାରଣ ସେମାନେ ଆଉ ନ ଥିବେ।
11 ପରମେଶ୍ୱର ସେମାନଙ୍କୁ ପ୍ରତିଜ୍ଞା କରିଥିଲେ ଯେ, ନମ୍ର ଲୋକମାନେ ଭୂମି ପାଇବେ
ଓ ସେମାନେ ଶାନ୍ତି ଉପଭୋଗ କରିବେ।
12 ପାପୀଷ୍ଠ ଲୋକମାନେ ଧର୍ମାତ୍ମାମାନଙ୍କ ବିରୁଦ୍ଧରେ କୁମନ୍ତ୍ରଣା କରନ୍ତି।
ସେହି ଅଧର୍ମୀ ଲୋକମାନେ ଧାର୍ମିକମାନଙ୍କୁ ଦେଖି ସେମାନଙ୍କ କ୍ରୋଧ ଦେଖାନ୍ତି ଓ ରାଗରେ ଦାନ୍ତ କଡ଼ମଡ଼ କରିଥା’ନ୍ତି।
13 କିନ୍ତୁ ଆମ୍ଭମାନଙ୍କର ପ୍ରଭୁ ସେହି ଦୁଷ୍ଟ ଲୋକମାନଙ୍କୁ ଦେଖି ପରିହାସ କରିବେ।
ସେ ଦେଖନ୍ତି ଯେ ସେହି ଦୁଷ୍ଟ ଲୋକମାନଙ୍କର ଦିନ ସରି ଆସୁଛି।
14 ଦୁଷ୍ଟ ଲୋକମାନେ ଖଣ୍ଡା, ଧନୁ ଓ ତୀର ଧରି ବାହାରି ପଡ଼ନ୍ତି।
ସେମାନେ ଦୁଃଖୀ ଓ ଅସହାୟ ଲୋକମାନଙ୍କୁ ହତ୍ୟା କରିବାକୁ ଗ୍ଭହାନ୍ତି।
ସେମାନେ ସିଦ୍ଧ ଓ ଧାର୍ମିକ ଲୋକମାନଙ୍କୁ ନିପାତ କରିବାକୁ ଗ୍ଭହାନ୍ତି।
15 କିନ୍ତୁ ସେମାନଙ୍କର ଧନୁ ଭାଙ୍ଗିଯିବ।
ସେମାନଙ୍କର ଖଣ୍ଡା ସେମାନଙ୍କର ନିଜ ହୃଦୟରେ ପ୍ରବେଶ କରିବ।
16 ଧାର୍ମିକ ଲୋକମାନଙ୍କ ମଧ୍ୟରେ ଅଳ୍ପ ଥିଲେ ବି
ତାହା ଦୁଷ୍ଟ ଲୋକମାନଙ୍କ ମଧ୍ୟରେ ଥିବା ଧନୀ ଲୋକମାନଙ୍କ ଅପେକ୍ଷା ଉତ୍ତମ ଅଟେ।
17 କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ।
କିନ୍ତୁ ସଦାପ୍ରଭୁ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରିବେ।
ଋତ ବୋୟାଜଙ୍କୁ ସାକ୍ଷାତ କଲେ
2 ବୈଥିଲେହମରେ ଜଣେ ଧନୀ ବ୍ୟକ୍ତି ବାସ କରୁଥିଲେ। ଯାହାଙ୍କର ନାମଥିଲା ବୋୟାଜ। ବୋୟାଜ ଥିଲେ ଏଲିମେଲକର ପରିବାରରୁ ନୟମୀର ଜଣେ ଅନ୍ତରଙ୍ଗ ବନ୍ଧୁ।
2 ଦିନେ ଋତ (ମୋୟାବ ଦେଶୀୟ) ନୟମୀକୁ କହିଲେ, “ମୁଁ କ୍ଷେତକୁ ଯିବା ପାଇଁ ଗ୍ଭହେଁ। କେହି ମୋତେ ଅନୁଗ୍ରହ ଦେଖାଇ ପାରନ୍ତି। ଯଦି ଯେକେହି ତା’ ପଛରେ କିଛି ଶସ୍ୟ ଛାଡ଼ି ଯାଏ ମୁଁ ତାକୁ ସାଉଁଟି ଆଣିବି।”
ନୟମୀ କହିଲେ, “ଯାଅ ମୋର କନ୍ୟା।”
3 ତେଣୁ ଋତ କ୍ଷେତକୁ ଗଲା। ସେ ଶ୍ରମିକମାନଙ୍କୁ ଅନୁସରଣ କରି ସମସ୍ତ ଶସ୍ୟ ସାଉଁଟିବାକୁ ଲାଗିଲା। ଯେଉଁସବୁକୁ ଶ୍ରମିକମାନେ ଛାଡ଼ି ଯାଇଥିଲେ, ସେହି ଶସ୍ୟଗୁଡ଼ିକ ସେ ସଂଗ୍ରହ କରୁଥିଲେ। ଏହି ଘଟଣା ବୋୟାଜର କ୍ଷେତରେ ଘଟିଥିଲା ଯିଏ କି ଏଲିମେଲକର ପରିବାରର ଥିଲା।
4 ଏହା ପରେ ବୋୟାଜ ବୈଥ୍ଲେହମରୁ ନିଜର କ୍ଷେତକୁ ଆସିଲା। ଏବଂ ଶ୍ରମିକମାନଙ୍କୁ ଅଭ୍ୟର୍ଥନା କଲା, “ସଦାପ୍ରଭୁ ତୁମ୍ଭମାନଙ୍କର ସହିତ ଥାଆନ୍ତୁ।”
ସେମାନେ ଉତ୍ତର ଦେଲେ, “ସଦାପ୍ରଭୁ ଆପଣଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ।”
5 ଏହା ପରେ ବୋୟାଜ ତା'ର ଦାସକୁ ପଗ୍ଭରିଲା, ଯିଏ କି ଶ୍ରମିକମାନଙ୍କର ଖବର ବୁଝୁଥିଲା, “ସେ କାହାର ଝିଅ?”
6 ତାଙ୍କର ଦାସ ଉତ୍ତର ଦେଲା, “ସେ ହେଉଛନ୍ତି ମୋୟାବ ଦେଶୀୟା ଯୁବତୀ ଯିଏ କି ନୟମୀ ସାଙ୍ଗରେ ଆସିଅଛି, ସେହି ପାର୍ବତ୍ୟମୟ ଦେଶ ମୋୟାବରୁ। 7 ସେ ପ୍ରତ୍ୟୁଷ୍ୟରେ ଆସି ଶ୍ରମିକମାନେ ପଛରେ ଛାଡ଼ି ଯାଉଥିବା ଶସ୍ୟଗୁଡ଼ିକ ସାଉଁଟିବା ପାଇଁ ଅନୁମତି ନେଲା। ଏ ପର୍ଯ୍ୟନ୍ତ ସେ ଲଗାତର ଭାବରେ କାର୍ଯ୍ୟ କରୁଅଛି, କେବଳ ଅଳ୍ପ ସମୟ ସେ ଗୃହରେ ବିଶ୍ରାମ ନେଉଥିଲା।”[a]
8 ଏହା ପରେ ବୋୟାଜ ଋତକୁ କହିଲେ, “ଆଗୋ ମୋର କନ୍ୟା, ମୋର କଥା ଶୁଣ। ମୋ’ କ୍ଷେତରୁ ତୁମ୍ଭେ ନିଜ ପାଇଁ ଶସ୍ୟ ସଂଗ୍ରହ କର। ତୁମ୍ଭର ଅନ୍ୟ କାହାର କ୍ଷେତକୁ ଯିବା ଦରକାର ନାହିଁ। ମାତ୍ର ମୋର ଦାସୀଗଣଙ୍କ ପଛରେ ଯାଅ। 9 ଦେଖ ସେମାନେ କେଉଁ କ୍ଷେତକୁ ଯାଉଛନ୍ତି, ସେମାନଙ୍କୁ ଅନୁସରଣ କର। ମୁଁ ସେ ଯୁବକମାନଙ୍କୁ ସତର୍କ କରାଇ ଦେଉଛି ସେମାନେ ତୁମ୍ଭକୁ ହଇରାଣ କରିବେ ନାହିଁ। ତୁମ୍ଭେ ଯେବେ ତୃଷାର୍ତ୍ତ ଅନୁଭବ କରିବ, ତେବେ ତୁମ୍ଭେ ଯାଇ ମୋର ଲୋକମାନେ ପିଉଥିବା ପାଣିପାତ୍ରରୁ ପାଣି ପିଇପାରିବ।”
10 ଏହା ପରେ ଋତ ତାଙ୍କୁ ପ୍ରଣାମ କଲା। ସେ ବୋୟାଜଙ୍କୁ ପଗ୍ଭରିଲା, “ମୁଁ ଆଶ୍ଚର୍ଯ୍ୟ ହେଉଛି, ତୁମ୍ଭେ ତ ମୋତେ ଆଗରୁ କେବେବି ଦେଖି ନାହଁ। ମୁଁ ବିଦେଶୀନୀ ହେଲେବି ତୁମ୍ଭେ ମୋ’ ପ୍ରତି ଦୟା ଦେଖାଇ ଅଛ।”
11 ବୋୟାଜ ତାଙ୍କୁ କହିଲେ, “ତୁମ୍ଭେ କିପରି ତୁମ୍ଭ ଶାଶୁ ନୟମୀକୁ ସାହାଯ୍ୟ କଲ, ମୋତେ ସେ ବିଷୟରେ କୁହାଗଲା। ମୁଁ ଜାଣେ ତୁମ୍ଭର ସ୍ୱାମୀର ମୃତ୍ୟୁ ପରେ ତୁମ୍ଭେ କିପରି ତାକୁ ସାହାଯ୍ୟ କଲ। ଏବଂ ମୁଁ ଏହା ମଧ୍ୟ ଜାଣେ ଯେ ତୁମ୍ଭେ ତୁମ୍ଭର ନିଜର ଦେଶ, ପିତାମାତାଙ୍କୁ ଛାଡ଼ି ପୁଣି ଯେଉଁମାନଙ୍କୁ ତୁମ୍ଭେ ପୂର୍ବରୁ ଜାଣି ନ ଥିଲ, ସେହିମାନଙ୍କ ସହିତ ରହିବା ପାଇଁ ଆସିଅଛ। 12 ସଦାପ୍ରଭୁ ତୁମ୍ଭକୁ ତୁମ୍ଭର ଏହି ଭଲକାମ ପାଇଁ ପୁରସ୍କାର ଦେବେ। ତୁମ୍ଭକୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ପୂର୍ଣ୍ଣ ମାତ୍ରାରେ ପୁରସ୍କୃତ କରନ୍ତୁ। ତୁମ୍ଭେ ନିରାପତ୍ତା ପାଇଁ ସଦାପ୍ରଭୁଙ୍କ ପାଖକୁ ଫେରି ଆସିଲ ଏବଂ ସେ ତୁମ୍ଭଙ୍କୁ ରକ୍ଷା କରିବେ।”
13 ଏହା ପରେ ଋତ ତାଙ୍କୁ କହିଲେ, “ତୁମ୍ଭେ ମୋ’ ଉପରେ ବହୁତ ଦୟା ଦେଖାଇ ଅଛ। ମହାଶୟ, ମୁଁ ଆପଣଙ୍କର ଦାସୀ। ଏପରିକି ମୁଁ ଆପଣଙ୍କର ଏକ ଦାସୀ ସହିତ ସମାନ ନୁହେଁ, ତଥାପି ଆପଣ ମୋ’ ପ୍ରତି ବହୁତ ଦୟା ଓ କରୁଣା ଦେଖାଇଛନ୍ତି ଏବଂ ଆପଣ ଦୟାର କଥା ମୋତେ କହିଛନ୍ତି।”
14 ମଧ୍ୟାହ୍ନ ଭୋଜନ ସମୟରେ, ବୋୟାଜ ଋତଙ୍କୁ କହିଲେ, “ଏଠାକୁ ଆସ! ଆମ୍ଭର ରୋଟୀରୁ କିଛି ଖାଅ। ଆଉ ତୁମ୍ଭେ ରୋଟୀରୁ କିଛି ଖଣ୍ତ ନେଇ ତାହାକୁ ଅମ୍ଳରସରେ ବୁଡ଼ାଅ।”
ତେଣୁ ଋତ ବୋୟାଜଙ୍କର ଶ୍ରମିକମାନଙ୍କ ସହିତ ବସିଲେ। ବୋୟାଜ ତାଙ୍କୁ କିଛି ଭଜା ଶସ୍ୟ ଆଣି ଖାଇବାକୁ ଦେଲେ। ତହିଁରେ ସେ ତୃପ୍ତ ହେବା ପର୍ଯ୍ୟନ୍ତ ଭୋଜନ କଲା ଓ କିଛି ବଳକା ରଖିଲା। 15 ଏହା ପରେ ଋତ ଉଠି କାର୍ଯ୍ୟକୁ ଗଲା।
ଏହା ପରେ ବୋୟାଜ ତାଙ୍କର ଦାସମାନଙ୍କୁ କହିଲେ, “ବିଡ଼ା ମଧ୍ୟରୁ ମଧ୍ୟ ତାକୁ ଶସ୍ୟ ସାଉଁଟିବାକୁ ଦିଅ। ତାକୁ କେବେ ଲଜ୍ଜା ଦିଅ ନାହିଁ। 16 ତା'ର କାମକୁ ସରଳ କରିବା ପାଇଁ କିଛି ଶସ୍ୟ ପକାଇ ଯାଅ ଏବଂ ତାକୁ ଗୋଟାଇବାକୁ ଦିଅ। ତାଙ୍କୁ ବାରଣ କର ନାହିଁ।”
ସ୍ୱାର୍ଥପର ଧନୀଲୋକ ଦଣ୍ଡ ପାଇବେ
5 ଧନୀ ଲୋକେ! ଶୁଣ! କ୍ରନ୍ଦନ କର ଓ ଅତି ଦୁଃଖିତ ହୁଅ। କାରଣ ଅତ୍ୟଧିକ କ୍ଳେଶ ତୁମ୍ଭ ଉପରେ ମାଡ଼ି ଆସୁଛି। 2 ତୁମ୍ଭର ଧନସବୁ ନଷ୍ଟ ହୋଇଯାଇଛି ଓ ମୂଲ୍ୟହୀନ ହୋଇ ପଡ଼ିଛି। ତୁମ୍ଭର ପୋଷାକ ପୋକ ଖାଇ ଯାଇଛନ୍ତି। 3 ତୁମ୍ଭର ସୁନା ଓ ରୂପାରେ କଳଙ୍କି ଲାଗି ଯାଇଛି। ଏହା ନଷ୍ଟ ହୋଇ ପ୍ରମାଣ କରୁଛି ଯେ, ତୁମ୍ଭେ ଭୁଲକାର୍ଯ୍ୟ କରିଛ। ସେହି କଳଙ୍କ ତୁମ୍ଭ ଶରୀରକୁ ଅଗ୍ନି ଭଳି ଗ୍ରାସ କରି ଦେବ। ଶେଷଦିନଗୁଡ଼ିକରେ ତୁମ୍ଭେ ନିଜର ଧନ ସଞ୍ଚୟ କରୁଅଛ। 4 ଲୋକେ ତୁମ୍ଭ କ୍ଷେତମାନଙ୍କରେ କାମ କଲେ, କିନ୍ତୁ ତୁମ୍ଭେ ତାହାଙ୍କୁ ସେମାନଙ୍କର ମଜୁରୀ ଦେଲ ନାହିଁ। ସେମାନେ ତୁମ୍ଭ ବିରୁଦ୍ଧରେ କ୍ରନ୍ଦନ କରୁଛନ୍ତି। ସେମାନେ ତୁମ୍ଭ ପାଇଁ ଶସ୍ୟ ଆମଦାନୀ କଲେ। ଏବେ ସ୍ୱର୍ଗୀୟ ସେନାବାହିନୀର ପ୍ରଭୁ ସେମାନଙ୍କ ଚିତ୍କାର ଶୁଣିଛନ୍ତି।
5 ପୃଥିବୀରେ ତୁମ୍ଭ ଜୀବନ ବିଳାସମ୍ପୂର୍ଣ୍ଣ ଥିଲା। ତୁମ୍ଭେ ଯାହା ଇଚ୍ଛା କରିଥିଲ, ତାହା ପୂରଣ କରି ନିଜକୁ ଆନନ୍ଦିତ କଲ। ତୁମ୍ଭେ ବଳି ଦିବସ ପାଇଁ ପ୍ରସ୍ତୁତ ଥିବା ଏକ ପଶୁପରି ନିଜକୁ ମୋଟା କଲ। 6 ତୁମ୍ଭେ ଉତ୍ତମ ଲୋକମାନଙ୍କୁ କୌଣସି ଦୟା ଦେଖାଇଲ ନାହିଁ। ସେମାନେ ତୁମ୍ଭର ବିରୋଧୀ ନ ଥିଲେ ମଧ୍ୟ, ତୁମ୍ଭେ ସେମାନଙ୍କୁ ହତ୍ୟା କରିଛ।
2010 by World Bible Translation Center