Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 37:1-17

ଦାଉଦଙ୍କର ଗୀତ।

37 ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହେବାର ଆବଶ୍ୟକତା ନାହିଁ।
    ଯେଉଁମାନେ କୁକର୍ମ କରିଛନ୍ତି, ସେହି ଲୋକମାନଙ୍କ ଉପରେ ଈର୍ଷା କର ନାହିଁ।
ଦୁଷ୍ଟ ଲୋକମାନେ ଘାସ ଓ ସବୁଜ ଲତା ତୁଲ୍ୟ
    ଯାହା ଖୁବ୍ ଶୀଘ୍ର ଧୂସର ହୋଇ ମରିଯାଏ।
ଯଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା'ହେଲେ ଆନନ୍ଦରେ ରହିବ
    ଓ ଅନେକ ଜିନିଷ ଉପଭୋଗ କରିବ ଯାହା ସେହି ଭୂମିରୁ ତୁମ୍ଭେ ପାଇବ।
ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାର ସୁଖଭୋଗ କର
    ତହିଁରେ ସେ ତୁମ୍ଭର ଇଚ୍ଛା ପୂରଣ କରିବେ।
ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ।
    ତାଙ୍କୁ ବିଶ୍ୱାସ କର ଓ ସେ ନିଶ୍ଚୟ ଯାହା କରିବା କଥା ସଫଳ କରିବେ।
ତୁମ୍ଭର ସାଧୁତା ଓ ନ୍ୟାୟପ୍ରିୟତା ମଧ୍ୟାହ୍ନର ସୂର୍ଯ୍ୟ କିରଣ ଭଳି
    ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁ।
ସଦାପ୍ରଭୁଙ୍କୁ ବିଶ୍ୱାସ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର।
ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦକାର୍ଯ୍ୟ ସଫଳ ହୁଏ।
    ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ମନ୍ତ୍ରଣା କରି ସେମାନଙ୍କର ଯୋଜନାରେ ସଫଳ ହୁଅନ୍ତି।
କ୍ରୋଧ ତ୍ୟାଗ କର, କୋପ ତ୍ୟାଗ କର।
ଏତେ ଅଧୈର୍ଯ୍ୟ ହୁଅ ନାହିଁ, ଯାହା ଫଳରେ ତୁମ୍ଭେ ମଧ୍ୟ ମନ୍ଦକାର୍ଯ୍ୟ କରି ବସିବ।
କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରନ୍ତି,
    ସେମାନେ ସମଗ୍ର ଭୂମିକୁ ନିୟନ୍ତ୍ରଣ କରି ପାରିବେ।
    ଏହା ପରମେଶ୍ୱର ସେମାନଙ୍କଠାରେ ପ୍ରତିଜ୍ଞା କରିଛନ୍ତି।
10 ଆଉ ଅଳ୍ପ ଦିନପରେ ଦୁଷ୍ଟ ଲୋକମାନେ ନ ଥିବେ।
    ତୁମ୍ଭେ ସେମାନଙ୍କୁ ଖୋଜିଲେ ବି ଆଉ ପାଇବ ନାହିଁ, କାରଣ ସେମାନେ ଆଉ ନ ଥିବେ।
11 ପରମେଶ୍ୱର ସେମାନଙ୍କୁ ପ୍ରତିଜ୍ଞା କରିଥିଲେ ଯେ, ନମ୍ର ଲୋକମାନେ ଭୂମି ପାଇବେ
    ଓ ସେମାନେ ଶାନ୍ତି ଉପଭୋଗ କରିବେ।

12 ପାପୀଷ୍ଠ ଲୋକମାନେ ଧର୍ମାତ୍ମାମାନଙ୍କ ବିରୁଦ୍ଧରେ କୁମନ୍ତ୍ରଣା କରନ୍ତି।
    ସେହି ଅଧର୍ମୀ ଲୋକମାନେ ଧାର୍ମିକମାନଙ୍କୁ ଦେଖି ସେମାନଙ୍କ କ୍ରୋଧ ଦେଖାନ୍ତି ଓ ରାଗରେ ଦାନ୍ତ କଡ଼ମଡ଼ କରିଥା’ନ୍ତି।
13 କିନ୍ତୁ ଆମ୍ଭମାନଙ୍କର ପ୍ରଭୁ ସେହି ଦୁଷ୍ଟ ଲୋକମାନଙ୍କୁ ଦେଖି ପରିହାସ କରିବେ।
    ସେ ଦେଖନ୍ତି ଯେ ସେହି ଦୁଷ୍ଟ ଲୋକମାନଙ୍କର ଦିନ ସରି ଆସୁଛି।
14 ଦୁଷ୍ଟ ଲୋକମାନେ ଖଣ୍ଡା, ଧନୁ ଓ ତୀର ଧରି ବାହାରି ପଡ଼ନ୍ତି।
    ସେମାନେ ଦୁଃଖୀ ଓ ଅସହାୟ ଲୋକମାନଙ୍କୁ ହତ୍ୟା କରିବାକୁ ଗ୍ଭହାନ୍ତି।
    ସେମାନେ ସିଦ୍ଧ ଓ ଧାର୍ମିକ ଲୋକମାନଙ୍କୁ ନିପାତ କରିବାକୁ ଗ୍ଭହାନ୍ତି।
15 କିନ୍ତୁ ସେମାନଙ୍କର ଧନୁ ଭାଙ୍ଗିଯିବ।
    ସେମାନଙ୍କର ଖଣ୍ଡା ସେମାନଙ୍କର ନିଜ ହୃଦୟରେ ପ୍ରବେଶ କରିବ।
16 ଧାର୍ମିକ ଲୋକମାନଙ୍କ ମଧ୍ୟରେ ଅଳ୍ପ ଥିଲେ ବି
    ତାହା ଦୁଷ୍ଟ ଲୋକମାନଙ୍କ ମଧ୍ୟରେ ଥିବା ଧନୀ ଲୋକମାନଙ୍କ ଅପେକ୍ଷା ଉତ୍ତମ ଅଟେ।
17 କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ।
    କିନ୍ତୁ ସଦାପ୍ରଭୁ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରିବେ।

ଋତର ବିବରଣ ପୁସ୍ତକ 1:1-18

ଯିହୁଦାରେ ଦୁର୍ଭିକ୍ଷ

ସେହି ସମୟରେ ଯେତେବେଳେ ବିଗ୍ଭରକଗଣ ଶାସନ କରୁଥିଲେ, ସେହି ଦେଶରେ ଦୁର୍ଭିକ୍ଷ ପଡ଼ିଥିଲା। ତେଣୁ ଏଲିମେଲକ ନାମକ ଜଣେ ଲୋକ ଯିହୁଦାସ୍ଥିତ ନିଜର ଗୃହ ବୈ‌ଥ୍‌ଲେହେମକୁ ପରିତ୍ୟାଗ କଲା ଏବଂ ସେ ତା'ର ସ୍ତ୍ରୀ ଓ ଦୁଇ ପୁତ୍ର ସହିତ ମୋୟାବ ଦେଶରେ ବାସ କରିବାକୁ ଗଲା। ସେହି ଲୋକର ସ୍ତ୍ରୀର ନାମ ଥିଲା ନୟମୀ ଓ ଦୁଇ ପୁତ୍ରଙ୍କ ନାମ ଥିଲା, ମହଲୋନ୍ ଓ କିଲିୟୋନ। ସେମାନେ ଥିଲେ, ଯିହୁଦାର ବୈ‌ଥ୍‌ଲେହମରୁ ଏଫ୍ରାଥିୟ ଲୋକ। ସେମାନେ ମୋୟାବର ପର୍ବତମୟ ଦେଶକୁ ଗଲେ ଓ ସେଠାରେ ବସବାସ କଲେ।

ଏହା ପରେ ନୟମୀର ସ୍ୱାମୀ ଏଲିମେଲକ ମରିଗଲା। କେବଳ ନୟମୀ ଓ ତା'ର ଦୁଇ ପୁତ୍ର ବଞ୍ଚି ରହିଲେ। ତା'ର ପୁତ୍ରମାନେ ମୋୟାବର ଯୁବତୀଙ୍କୁ ବିବାହ କଲେ। ଜଣେ ସ୍ତ୍ରୀଙ୍କର ନାମଥିଲା ଅର୍ପା, ଅନ୍ୟ ଜଣକର ନାମ ଥିଲା ଋତ। ସେମାନେ ମୋୟାବରେ ଦଶ ବର୍ଷ ବାସ କଲେ। ମହଲୋନ ଏବଂ କିଲିୟୋନ ମଧ୍ୟ ମୃତ୍ୟୁବରଣ କଲେ। ତେଣୁ ନୟମୀ ସ୍ୱାମୀହୀନ ଓ ପୁତ୍ରହୀନ ହୋଇ ରହିଲା।

ନୟମୀ ତା'ର ଗୃହକୁ ଫେରି ଗଲା

ଯେତେବେଳେ ନୟମୀ ମୋୟାବର ପର୍ବତମୟ ଦେଶରେ ବାସ କରୁଥିଲା, ସେ ଜାଣିବାକୁ ପାଇଲା ଯେ, ପରମେଶ୍ୱର ତାଙ୍କର ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି। ସେ ଯିହୁଦାର ଲୋକମାନଙ୍କୁ ଖାଦ୍ୟ ଦେଉଛନ୍ତି। ତେଣୁ ସେ ମୋୟାବ ଦେଶ ଛାଡ଼ି ନିଜ ଦେଶକୁ ଫେରିଯିବା ପାଇଁ ନିଷ୍ପତ୍ତି ନେଲା। ତା'ର ପୁତ୍ରବଧୂମାନେ ମଧ୍ୟ ତା’ ସହିତ ଯିବା ପାଇଁ ନିଷ୍ପତ୍ତି ନେଲେ। ତେଣୁ ସେ ତା'ର ପୁତ୍ର ବଧୂମାନଙ୍କୁ ଧରି ତା'ର ବାସସ୍ଥାନ ଛାଡ଼ି ଯିହୁଦାକୁ ଗ୍ଭଲି ଆସିଲା।

ଏହା ପରେ ନୟମୀ ତା'ର ପୁତ୍ରବଧୂମାନଙ୍କୁ କହିଲା, “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ତୁମ୍ଭମାନଙ୍କର ମା’ ପାଖକୁ ଫେରିଯାଅ। ତୁମ୍ଭେମାନେ ତୁମ୍ଭମାନଙ୍କର ସ୍ୱାମୀମାନଙ୍କ ପ୍ରତି, ଯେଉଁମାନେ କି ବର୍ତ୍ତମାନ ମୃତ ଓ ମୋ’ ପ୍ରତି ଦୟା ଦେଖାଇଛ। ତେଣୁ ମୁଁ ପ୍ରାର୍ଥନା କରେ ଯେ, ସଦାପ୍ରଭୁ ତୁମ୍ଭଙ୍କୁ ଉତ୍ତମତା ଓ ଦୟା ଦେଖାଇବେ। ମୁଁ ପ୍ରାର୍ଥନା କରୁଛି ଯେ, ସଦାପ୍ରଭୁ ତୁମ୍ଭ ପ୍ରତ୍ୟେକଙ୍କୁ ନୂତନ ସ୍ୱାମୀ ଏବଂ ସୁରକ୍ଷିତ ଘର ଦିଅନ୍ତୁ।” ନୟମୀ ତା'ର ପୁତ୍ରବଧୂମାନଙ୍କୁ ଚୁମ୍ବନ ଦେଲା ଓ ସେମାନେ ସମସ୍ତେ କ୍ରନ୍ଦନ କଲେ।

10 କିନ୍ତୁ ପୁତ୍ରବଧୂମାନେ କହିଲେ, “ଆମ୍ଭେମାନେ ତୁମ୍ଭ ସହିତ ତୁମ୍ଭର ଦେଶ ଓ ତୁମ୍ଭର ଲୋକମାନଙ୍କ ନିକଟକୁ ଯିବାକୁ ଗ୍ଭହୁଁ।”

11 କିନ୍ତୁ ନୟମୀ କହିଲେ, “ନା, ମୋର କନ୍ୟାଗଣ, ତୁମ୍ଭେ ତୁମ୍ଭର ସ୍ୱଗୃହକୁ ଫେରିଯାଅ। ତୁମ୍ଭେମାନେ ଆଉ କାହିଁକି ମୋ’ ସହିତ ଯିବ? ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରି ପାରିବି ନାହିଁ। ମୋର ତ ଗର୍ଭରେ ଆଉ ସନ୍ତାନ ନାହାନ୍ତି, ଯେଉଁମାନେ କି ତୁମ୍ଭର ସ୍ୱାମୀ ହୋଇ ଥା’ନ୍ତେ। 12 ତୁମ୍ଭେ କ’ଣ ସ୍ୱସ୍ଥାନକୁ ଯିବ ନାହିଁ? ମୁଁ ଅତ୍ୟଧିକ ବୟସ୍କା ବିବାହ କରିବା ପାଇଁ ଏବଂ ଏକ ନୂଆ ସ୍ୱାମୀ ପାଇବାକୁ। ତଥାପି ଯଦି ପୁନର୍ବାର ବିବାହ କରିବା ପାଇଁ ଯଦି ଆଶା କରେ, ତଥାପି ଯଦି ମୋର ଗୋଟିଏ ସ୍ୱାମୀ ଆଜି ରାତ୍ରିରେ ଥିଲା, ଏବଂ ମୁଁ ଗର୍ଭବତୀ ହୁଏଁ ଏବଂ ଦୁଇଟି ସନ୍ତାନ ଜନ୍ମ ଦିଏ, ଏହାବି ତୁମ୍ଭ ପାଇଁ କୌଣସି ସାହାଯ୍ୟ ହେବ କି? 13 ସେମାନେ ବଡ଼ ହେବା ପର୍ଯ୍ୟନ୍ତ ତୁମ୍ଭେ କ’ଣ ଅପେକ୍ଷା କରିବ ଏବଂ ଯଥେଷ୍ଟ ବୟଷ୍କ ବିବାହ କରିବା ନିମନ୍ତେ? ତୁମ୍ଭେ ଯେତେବେଳେ ସେମାନଙ୍କୁ ଅପେକ୍ଷା କରିବ। ତୁମ୍ଭେ ନିଜକୁ ଅନ୍ୟ ସ୍ୱାମୀମାନଙ୍କଠାରୁ ବିବାହ କରିବାଠାରୁ ଦୂରେଇ ରଖି ପାରିବ କି? ନା, ମୋର କନ୍ୟାଗଣ, ମୁଁ ତୁମ୍ଭମାନଙ୍କ ପାଇଁ ଖରାପ ଅନୁଭବ କରୁଛି, କାରଣ ଏହା ଜଣାଯାଏ ଯେ, ସଦାପ୍ରଭୁ ମୋ’ ବିରୁଦ୍ଧରେ ଅଛନ୍ତି।”

14 ଏଣୁ ସେହି ସ୍ତ୍ରୀଲୋକମାନେ ପୁଣି ରୋଦନ କଲେ। ଏହା ପରେ ଅର୍ପା ତା'ର ଶାଶୁକୁ ଚୁମ୍ବନ ଦେଲା ଓ ଗ୍ଭଲିଗଲା। କିନ୍ତୁ ଋତ ତାଙ୍କୁ ଧରି ରହିଲା।

15 ନୟମୀ କହିଲା, “ଦେଖ, ତୁମ୍ଭର ଯାଆ ତା'ର ନିଜର ଲୋକମାନଙ୍କ ନିକଟକୁ ପୁଣି ଆପଣା ଦେବତାମାନଙ୍କ ନିକଟକୁ ଫେରିଗଲେ। ତୁମ୍ଭେ ମଧ୍ୟ ସେହିପରି କରିବା ଉଚିତ୍।”

16 କିନ୍ତୁ ଋତ କହିଲେ, “ଦୟାକରି ତୁମ୍ଭକୁ ଛାଡ଼ି ଯିବା ପାଇଁ ମୋତେ ବାଧ୍ୟ କର ନାହିଁ। ମୋର ସ୍ୱଗୃହକୁ ଫେରିଯିବା ପାଇଁ ମୋତେ କୁହ ନାହିଁ। ମୋତେ ତୁମ୍ଭ ସହିତ ଯିବାକୁ ଦିଅ। ତୁମ୍ଭେ ଯୁଆଡ଼େ ଯିବ, ମୁଁ ସେହିଆଡ଼େ ଯିବି। ତୁମ୍ଭେ ଯେଉଁଠାରେ ରହିବ ମୁଁ ସେହିଠାରେ ରହିବି। ତୁମ୍ଭର ଲୋକ ହିଁ ମୋର ଲୋକ, ତୁମ୍ଭର ସଦାପ୍ରଭୁ ହିଁ ମୋର ସଦାପ୍ରଭୁ ହେବେ। 17 ତୁମ୍ଭେ ଯେଉଁଠାରେ ମରିବ ଓ କବର ନେବ ମୁଁ ସେହିଠାରେ ମରିବି ଓ କବର ନେବି। କେବଳ ମୃତ୍ୟୁଛଡ଼ା ଆଉ କିଛି ହିଁ ଯେବେ ତୁମ୍ଭକୁ ଓ ମୋତେ ବିଚ୍ଛେଦ କରଇ, ତେବେ ସଦାପ୍ରଭୁ ସେହି ଦଣ୍ଡରୁ ମଧ୍ୟ ତହିଁରୁ ଅଧିକ ମୋତେ ଦିଅନ୍ତୁ।”

ଗୃହକୁ ଆସିଲେ

18 ନୟମୀ ଦେଖିଲେ ଯେ ଋତ ତାଙ୍କ ସହିତ ଯିବା ପାଇଁ ସଂକଳ୍ପବଦ୍ଧ ଥିଲେ। ତେଣୁ ନୟମୀ ତାଙ୍କ ସହିତ ଯୁକ୍ତି ବନ୍ଦ କଲେ।

ଫିଲୀମୋନଙ୍କ ପ୍ରତି ପତ୍ର

ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ବନ୍ଦୀ ହୋଇଥିବା ପାଉଲ ଓ ଆମ୍ଭର ଭାଇ ତୀମଥିଙ୍କଠାରୁ ଆମ୍ଭର ପ୍ରିୟ ମିତ୍ର ଓ ସହକର୍ମୀ ଫିଲୀମୋନ, ଆମ୍ଭର ଭଉଣୀ ଆ‌ପ୍‌ପିୟା, ସାଥୀ ସୈନିକ ଆର୍ଖି‌ପ୍‌ପ, ଓ ତୁମ୍ଭ ଘରଠାରେ ଏକତ୍ରିତ ହେଉଥିବା ଉପାସନା ମଣ୍ଡଳୀକୁ ପତ୍ର ଲେଖୁଛୁ।

ଆମ୍ଭର ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭକୁ ଅନୁଗ୍ରହ ଓ ଶାନ୍ତି ମିଳୁ।

ଫିଲୀମୋନଙ୍କ ପ୍ରେମ ଓ ବିଶ୍ୱାସ

ମୋ’ ପ୍ରାର୍ଥନାମାନଙ୍କରେ ମୁଁ ତୁମ୍ଭକୁ ସ୍ମରଣ କରେ। ତୁମ୍ଭ ପାଇଁ ସର୍ବଦା ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ପରମେଶ୍ୱରଙ୍କ ସମସ୍ତ ପବିତ୍ର ଲୋକମାନଙ୍କ ପ୍ରତି ତୁମ୍ଭର ପ୍ରେମ ଓ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭର ବିଶ୍ୱାସ ବିଷୟରେ ମୁଁ ଶୁଣିଛି ଓ ମୁଁ ତୁମ୍ଭର ସେହି ପ୍ରେମ ଓ ବିଶ୍ୱାସ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି। ଖ୍ରୀଷ୍ଟଙ୍କଠାରେ ଥିବା ଆମ୍ଭର ସମସ୍ତ ଭଲ କଥାଗୁଡ଼ିକ ବୁଝିପାରିବା ପାଇଁ ତୁମ୍ଭର ବିଶ୍ୱାସର ସହଭାଗିତା ତୁମ୍ଭକୁ ସାହାଯ୍ୟ କରିବ ବୋଲି ମୁଁ ପ୍ରାର୍ଥନା କରେ। ହେ ଭାଇ ପରମେଶ୍ୱରଙ୍କ ଲୋକମାନଙ୍କ ପ୍ରତି ତୁମ୍ଭେ ପ୍ରେମଭାବ ଦେଖାଇଛ, ସେମାନଙ୍କୁ ତୁମ୍ଭେ ଖୁସୀ କରିଛ। ଏହା ମୋତେ ବହୁତ ଆନନ୍ଦ ଓ ଆଶ୍ୱାସନା ଦେଲା।

ଅନୀସିମକୁ ଭାଇ ଭଳି ସ୍ୱୀକାର କର

କେତେଗୁଡ଼ିଏ କଥା ତୁମ୍ଭର କରିବା ଉଚିତ୍। ଖ୍ରୀଷ୍ଟରେ ଭାଇ ହିସାବରେ ସ‌ତ୍‌‌କାର୍ଯ୍ୟ କରିବା ନିମନ୍ତେ ତୁମ୍ଭକୁ ଆଦେଶ ଦେବାର ମୋର ଅଧିକାର ଅଛି। କିନ୍ତୁ ମୁଁ ତୁମ୍ଭକୁ ପ୍ରେମରେ ନିବେଦନ କରିବାକୁ ଇଚ୍ଛା କରେ। ମୁଁ ପାଉଲ, ବୁଢ଼ା ହୋଇ ଗଲିଣି ଓ ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ବନ୍ଦୀ ହୋଇଛି। 10 ମୁଁ ତୁମ୍ଭକୁ ଅନୀସିମ ପାଇଁ ନିବେଦନ କରୁଛି। ମୁଁ ବନ୍ଦୀ ଗୃହରେ ଥିଲାବେଳେ ସେ ମୋର ସନ୍ତାନ ହୋଇଥିଲା। 11 ଅତୀତରେ ସେ ତୁମ୍ଭ ପାଇଁ ଅଦରକାରୀ ଥିଲା। କିନ୍ତୁ ଏବେ ସେ ମୋ’ ଓ ତୁମ୍ଭ ଦୁହିଁଙ୍କ ପାଇଁ ବଡ଼ ଉପଯୋଗୀ ଅଟେ।

12 ମୁଁ ତାହାକୁ ତୁମ୍ଭ ପାଖକୁ ଫେରାଇ ଦେଉଛି। ତା’ ସହିତ ମୋର ହୃଦୟ ମଧ୍ୟ ବନ୍ଧା ହୋଇଛି। 13 ମୁଁ ବନ୍ଦୀ ଗୃହରେ ଥିବା ସମୟରେ ମୋତେ ସୁସମାଗ୍ଭର ପାଇଁ ସାହାଯ୍ୟ କରିବ ବୋଲି ତାହାକୁ ମୋ’ ସହିତ ରଖିବାକୁ ଗ୍ଭହୁଁଥିଲି। ମୋତେ ସାହାଯ୍ୟ କରିବା ଦ୍ୱାରା ସେ ତୁମ୍ଭର ସେବା କରିଥା’ନ୍ତା। 14 କିନ୍ତୁ ତୁମ୍ଭମାନଙ୍କୁ ପ୍ରଥମେ ନ ପଗ୍ଭରି ମୁଁ କିଛି କରିବା ପାଇଁ ଇଚ୍ଛା କଲି ନାହିଁ। ତୁମ୍ଭର କୌଣସି ଭଲ କାମ ନିଜ ଇଚ୍ଛାରେ ହେଉ, ମୋର ବାଧ୍ୟ ବାଧକତାରେ ନ ହେଉ ବୋଲି ମୁଁ ଗ୍ଭହେଁ।

15 ଅନୀସିମ[a] କ୍ଷଣିକ ପାଇଁ ତୁମ୍ଭଠାରୁ ଅଲଗା ଥିଲା। ଏହା ଏପରି ଘଟିଥାଇପାରେ ଯଦ୍ଦ୍ୱାରା ତୁମ୍ଭେ ତାହାକୁ ସବୁଦିନ ପାଇଁ ପୁନଃ ପ୍ରାପ୍ତ ହୋଇପାରିବ। 16 ଦାସ ହେବା ପାଇଁ ନୁହେଁ, ବରଂ ଦାସଠାରୁ ବଳି ଏକ ପ୍ରିୟ ଭାଇ ଭଳି। ମୁଁ ତାହାକୁ ବହୁତ ଭଲ ପାଏ। କିନ୍ତୁ ତୁମ୍ଭେ ଆହୁରି ଅଧିକ ଭଲ ପାଇବ। ତୁମ୍ଭେ ତାହାକୁ ଜଣେ ମଣିଷ ଓ ପ୍ରଭୁଙ୍କଠାରେ ଜଣେ ଭାଇ ଭଳି ଭଲ ପାଇବ।

17 ଯଦି ତୁମ୍ଭେ ମୋତେ ମିତ୍ର ବୋଲି ଗ୍ରହଣ କରୁଛ, ତା'ହେଲେ ଅନୀସିମଙ୍କୁ ପୁନର୍ବାର ଗ୍ରହଣ କର। ମୋତେ ଯେପରି ସ୍ୱାଗତ କରିଥା’ନ୍ତ, ସେହିପରି ତାହାକୁ ସ୍ୱାଗତ କର। 18 ଯଦି ଅନୀସିମ ତୁମ୍ଭ ପ୍ରତି କିଛି ଭୁଲ୍ କରିଛି ବା ତା'ର ତୁମକୁ କିଛି ଦେବାକୁ ଅଛି ତେବେ ତାହା ମୋ’ ଖାତାରେ ପକାଇ ଦିଅ। 19 ମୁଁ ପାଉଲ, ଏହି କଥା ମୋ’ ହାତରେ ଲେଖୁଛି। ଅନୀସିମର ଯଦି ତୁମ୍ଭକୁ କିଛି ଦେବାକୁ ଅଛି, ମୁଁ ତାହା ତୁମ୍ଭକୁ ଫେରାଇ ଦେବି। ନିଜ ଜୀବନ ପାଇଁ ତୁମ୍ଭେ ଯେ ମୋ'ଠାରେ କେତେ ଋଣୀ, ସେ ସମ୍ପର୍କରେ ମୁଁ କିଛି କହିବି ନାହିଁ। 20 ତେଣୁ ହେ ମୋର ଭାଇ! ପ୍ରଭୁଙ୍କଠାରେ ତୁମ୍ଭେ ମୋ’ ପାଇଁ କିଛି ଆବଶ୍ୟକୀୟ ବିଷୟ କର ବୋଲି, ମୁଁ କୁହେ। ଖ୍ରୀଷ୍ଟଙ୍କଠାରେ ମୋ’ ହୃଦୟକୁ ଆଶ୍ୱାସନା ଦିଅ। 21 ମୁଁ ଯାହା କହିଛି, ସେଗୁଡ଼ିକ କରିବ ବୋଲି ଜାଣି ମୁଁ ଏହି ଚିଠି ଲେଖୁଛି। ମୁଁ ଜାଣେ ଯେ ମୁଁ ଯେତିକି କହେ, ତୁମ୍ଭେ ତା'ଠାରୁ ଅଧିକ କରିବ।

22 ମୋ’ ରହିବା ପାଇଁ ଗୋଟିଏ ବଖରା ମଧ୍ୟ ପ୍ରସ୍ତୁତ କର। ମୁଁ ଆଶାକରେ ଯେ ପରମେଶ୍ୱର ତୁମ୍ଭ ପ୍ରାର୍ଥନା ଶୁଣିବେ ଓ ମୁଁ ତୁମ୍ଭ ପାଖକୁ ଯିବାକୁ ସମର୍ଥ ହୋଇ ପାରିବି।

ଶେଷ ଅଭିନନ୍ଦନ

23 ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ଏପାଫ୍ରା ହେଉଛନ୍ତି ମୋର ସହବନ୍ଦୀ। ସେ ତୁମ୍ଭକୁ ନମସ୍କାର ଜଣାଉଛନ୍ତି। 24 ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ଏମାନେ ମଧ୍ୟ ତୁମ୍ଭକୁ ନମସ୍କାର ଜଣାଉଛନ୍ତି।

25 ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କର ଆତ୍ମା ସହିତ ରହିଥାଉ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center