Revised Common Lectionary (Semicontinuous)
ଦାଉଦଙ୍କର ଗୀତ
15 ହେ ସଦାପ୍ରଭୁ, କିଏ ତୁମ୍ଭର ପବିତ୍ର ତମ୍ବୁରେ ବାସ କରି ପାରିବ?
କିଏ ତୁମ୍ଭର ପବିତ୍ର ପର୍ବତରେ ବାସ କରିବ?
2 କେବଳ ଯେଉଁ ବ୍ୟକ୍ତି ଶୁଦ୍ଧ ଚିତ୍ତରେ ଜୀବନ-ଯାପନ କରେ, ଭଲ କାର୍ଯ୍ୟ କରେ,
ଓ ଅନ୍ତରରୁ ସତ୍ୟକଥା ପ୍ରକାଶ କରେ ସେ କେବଳ ତୁମ୍ଭର ପବିତ୍ର ପର୍ବତରେ ବାସ କରି ପାରିବ।
3 ସେହିଭଳି ମନୁଷ୍ୟ ଯିଏ କେବେ ଅନ୍ୟମାନଙ୍କ ବିଷୟରେ ମିଥ୍ୟା କଥା କହେ ନାହିଁ।
ସେହି ବ୍ୟକ୍ତି ଯିଏ କେବେ ପଡ଼ୋଶୀ ପ୍ରତି ଅନିଷ୍ଟ ଚିନ୍ତା କରେ ନାହିଁ।
ସେହି ବ୍ୟକ୍ତି ଲଜ୍ଜାଜନକ କଥା ନିଜ ପରିବାର ବିଷୟରେ ମଧ୍ୟ କହେ ନାହିଁ।
4 ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କୁ ଘୃଣା କରେ ଓ ସମ୍ମାନ କରେ ନାହିଁ,
କିନ୍ତୁ ସେହି ବ୍ୟକ୍ତି ଯେଉଁମାନେ ସଦାପ୍ରଭୁଙ୍କ ସେବା କରୁଥିବା ଲୋକମାନଙ୍କୁ ସମ୍ମାନ ଦେଖାଏ।
ଯଦି ସେ କୌଣସି ପ୍ରତିଶ୍ରୁତି ନିଜ ପଡ଼ୋଶୀକୁ ଦେଇଥାଏ
ତେବେ ସେହି ପ୍ରତିଶ୍ରୁତିକୁ ପାଳନ କରେ।
5 ଯଦି ଜଣେ ବ୍ୟକ୍ତି କିଛି ଧନ କରଜ ଦିଏ
ଓ ସେ ସେହି ଜନଠାରୁ କୌଣସି ସୁଧ ଆଦାୟ କରେ ନାହିଁ
କିଅବା ସେହି ବ୍ୟକ୍ତି ନିରୀହ ଲୋକମାନଙ୍କୁ
ଆଘାତ କରି ମୁଦ୍ରା ନିଏ ନାହିଁ।
ଏହିପରି ଯେଉଁ ବ୍ୟକ୍ତି କରେ, ତେବେ ସେହି ଧାର୍ମିକ ସର୍ବଦା ପରମେଶ୍ୱରଙ୍କ ନିକଟରେ ଅବସ୍ଥାନ କରିବ।
ଇସ୍ରାଏଲ ନେତାଗଣ ଅମଙ୍ଗଳ ପାଇଁ ଦୋଷୀ
3 ତା'ପରେ ମୁଁ କହିଲି, “ହେ ଯାକୁବର ପ୍ରାଚୀନଗଣ ଓ ଇସ୍ରାଏଲ ବଂଶର ଶାସକଗଣ, ମୋ’ କଥା ଶୁଣ,
ତୁମ୍ଭେମାନେ ନ୍ୟାୟ କ’ଣ ଜାଣିବା ଉଚିତ୍।
2 କିନ୍ତୁ ତୁମ୍ଭେମାନେ ସୁକର୍ମକୁ ଘୃଣାକରି ଦୁଷ୍କର୍ମକୁ ଭଲ ପାଉଛ।
ଆଉ ମଧ୍ୟ ଲୋକମାନଙ୍କ ଶରୀରରୁ ଚର୍ମ ବିଦୀର୍ଣ୍ଣ କରିଛ
ଏବଂ ସେମାନଙ୍କର ଅସ୍ଥିରୁ ମାଂସ କାଢ଼ି ନେଇଛ।
3 ତୁମ୍ଭେମାନେ ମୋ’ ସନ୍ତାନମାନଙ୍କୁ ଧ୍ୱଂସ କରିଛ।
ତୁମ୍ଭେ ସେମାନଙ୍କର ଚର୍ମ କାଢ଼ି ନେଇଛ ଓ ସେମାନଙ୍କର ଅସ୍ଥିକୁ ଭାଙ୍ଗି ଦେଇଛ।
ପାତ୍ରରେ ରନ୍ଧନ ପାଇଁ ମାଂସକୁ ଖଣ୍ତ କଲାପରି ସେମାନଙ୍କ ଅସ୍ଥି ଓ ମାଂସକୁ ତୁମ୍ଭେ ଖଣ୍ତ ଖଣ୍ତ କରିଛ।
4 ତେଣୁ ତୁମ୍ଭେମାନେ ଯେତେବେଳେ ସଦାପ୍ରଭୁଙ୍କୁ ନିବେଦନ କରିବ,
କିନ୍ତୁ ସେ କୌଣସି ଉତ୍ତର ଦେବେ ନାହିଁ।
ଆଉ ମଧ୍ୟ ତୁମ୍ଭେମାନେ ଦୁଷ୍କର୍ମ କରିଥିବାରୁ
ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ମୁହଁ ଲୁଗ୍ଭଇବେ।”
ଯୀଶୁ ନିଜର ମୃତ୍ୟୁ ବିଷୟରେ କହିଲେ
31 ଯିହୂଦା ଗଲାପରେ ଯୀଶୁ କହିଲେ, “ବର୍ତ୍ତମାନ ମନୁଷ୍ୟପୁତ୍ର ଗୌରବ ପାଉଛନ୍ତି। ପରମେଶ୍ୱର ମଧ୍ୟ ମନୁଷ୍ୟପୁତ୍ରଙ୍କ ଦ୍ୱାରା ଗୌରବ ପାଉଛନ୍ତି। 32 ଯଦି ପରମେଶ୍ୱର ତାହାଙ୍କ ମାଧ୍ୟମରେ ଗୌରବ ଅର୍ଜ୍ଜନ କରନ୍ତି, ତେବେ ପରମେଶ୍ୱର ତାହାଙ୍କଠାରେ ପୁତ୍ରଙ୍କୁ ଗୌରବ ଦେବେ। ସେ ତାହାଙ୍କୁ ଅତି ଶୀଘ୍ର ଗୌରବାନ୍ୱିତ କରିବେ।”
33 ଯୀଶୁ କହିଲେ, “ମୋର ସନ୍ତାନମାନେ, ମୁଁ ତୁମ୍ଭମାନଙ୍କ ସହିତ ମାତ୍ର ଅଳ୍ପ ସମୟ ପାଇଁ ରହିବି। ତୁମ୍ଭେ ମୋତେ ଖୋଜିବ। ମୁଁ ଯିହୂଦୀମାନଙ୍କୁ ଯାହା କହିଛି, ତାହା ମୁଁ ବର୍ତ୍ତମାନ ତୁମ୍ଭକୁ କହୁଛି। ମୁଁ ଯେଉଁଠିକୁ ଯାଉଛି, ତୁମ୍ଭେ ସେଠାକୁ ଆସିପାରିବ ନାହିଁ।
34 “ମୁଁ ତୁମ୍ଭକୁ ଗୋଟିଏ ନୂତନ ଆଜ୍ଞା ଦେଉଛି। ତୁମ୍ଭେମାନେ ପରସ୍ପରକୁ ପ୍ରେମ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରୁଛି, ତୁମ୍ଭେମାନେ ପରସ୍ପରକୁ ସେହିପରି ପ୍ରେମ କରିବା ଉଚିତ୍। 35 ତୁମ୍ଭେ ଯଦି ପରସ୍ପରକୁ ପ୍ରେମ କରିବ, ତେବେ ସମସ୍ତେ ଜାଣିବେ ଯେ ତୁମ୍ଭେମାନେ ମୋର ଶିଷ୍ୟ।”
2010 by World Bible Translation Center