Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 27:7-14

ହେ ସଦାପ୍ରଭୁ, ମୋର ଡାକ ଶୁଣ।
    ମୋତେ ଉତ୍ତର ଦିଅ ଓ ମୋ’ ପ୍ରତି ସଦୟ ହୁଅ।
ହେ ସଦାପ୍ରଭୁ, ମୁଁ ତୁମ୍ଭ ସହିତ କଥା ହେବାକୁ ଗ୍ଭହେଁ।
ମୁଁ ତୁମ୍ଭ ସହିତ ଅନ୍ତରର ଗଭୀରତମ ପ୍ରଦେଶରୁ କଥା ହେବାକୁ ଗ୍ଭହେଁ।
    ମୁଁ ତୁମ୍ଭ ନିକଟକୁ କହିବା ପାଇଁ ଆସିଛି।
ହେ ପରମେଶ୍ୱର, ମୋ'ଠାରୁ ଆପଣା ମୁଖ ଲୁଗ୍ଭଅ ନାହିଁ।
    ମୋତେ ସାହାଯ୍ୟ କର।
    ମୋତେ ଦୂର କର ନାହିଁ।
    ମୋତେ ପରିତ୍ୟାଗ କର ନାହିଁ।
    ମୋର ପରମେଶ୍ୱର, ତୁମ୍ଭେ ହିଁ ମୋର ତ୍ରାଣକର୍ତ୍ତା।
10 ମୋର ପିତାମାତା ମୋତେ ଛାଡ଼ି ଗ୍ଭଲିଗଲେ।
    କିନ୍ତୁ ସଦାପ୍ରଭୁ ମୋତେ ଲାଳନପାଳନ କରିବେ।
11 ହେ ସଦାପ୍ରଭୁ, ମୋର ଶତ୍ରୁମାନେ ଅଛନ୍ତି।
ତେଣୁ ମୋତେ ନ୍ୟାୟମାର୍ଗ ପ୍ରଦର୍ଶନ କର।
    ମୋତେ ସରଳ ମାର୍ଗରେ ଯିବାକୁ ଶିକ୍ଷା ଦିଅ।
12 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରିଛନ୍ତି।
    ସେମାନେ ମୋ’ ବିଷୟରେ ମିଥ୍ୟା କହିଛନ୍ତି।
    ସେମାନେ ମୋତେ ମିଥ୍ୟା କହି ଆଘାତ ଦେଇଛନ୍ତି।
13 ମୁଁ ପ୍ରକୃତରେ ବିଶ୍ୱାସ କରେ ଯେ,
    ମୃତ୍ୟୁ ପୂର୍ବରୁ ମୁଁ ନିଶ୍ଚୟ ସଦାପ୍ରଭୁଙ୍କର ମହିମା ଦର୍ଶନ କରିବି।
14 ସଦାପ୍ରଭୁଙ୍କ ସହାୟତା ପାଇଁ ଅପେକ୍ଷା କର,
    ବଳଶାଳୀ ଓ ସାହସିକ ହୁଅ
    ଏବଂ ସଦାପ୍ରଭୁଙ୍କର ଅନୁସରଣ କର।

ବିଗ୍ଭରକର୍ତ୍ତାମାନଙ୍କ ବିବରଣ 6:11-24

ସଦାପ୍ରଭୁଙ୍କର ଦୂତ ଗିଦିୟୋନକୁ ଦର୍ଶନ ଦେଲେ

11 ଏହା ପରେ ସଦାପ୍ରଭୁଙ୍କର ଦୂତ ଆସି ଅବୀୟେଷ୍ରୀୟ ଯୋୟାସର ଅଧିକାର ସ୍ଥିତି ଅଫ୍ରାରେ ଅଲୋନବୃକ୍ଷମୂଳରେ ବସିଲେ। ସେହି ସମୟରେ ତା'ର ପୁତ୍ର ଗିଦିୟୋନ ଦ୍ରାକ୍ଷାକୁଣ୍ଡରେ ଗହମ ଝାଡ଼ୁଥିଲେ। ସେ ଏଥିପାଇଁ ଲୁଚୁଥିଲେ ଯେ, ମିଦିୟନୀୟମାନେ ଯେପରି ଗହମ ନ ଦେଖିବେ। 12 ସଦାପ୍ରଭୁଙ୍କର ଦୂତ ତାଙ୍କ ଆଗରେ ଦର୍ଶନ ଦେଲେ ଓ କହିଲେ, “ହେ ମହାବିକ୍ରମଶାଳୀ ଲୋକ ସଦାପ୍ରଭୁ ତୁମ୍ଭ ସଙ୍ଗେ ଅଛନ୍ତି।”

13 ଏହା ପରେ ଗିଦିୟୋନ ତାଙ୍କୁ କହିଲେ, “ହେ ପ୍ରଭୁ, ମୁଁ ପ୍ରତିଜ୍ଞା କରୁଛି, ଯଦି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗେ ଥା’ନ୍ତି। ତେବେ ଆମ୍ଭମାନଙ୍କ ପ୍ରତି ଏପରି ଘଟିଯାଉଛି କାହିଁକି? ସଦାପ୍ରଭୁ ଆମ୍ଭମାନଙ୍କୁ ମିଶରରୁ ଉଦ୍ଧାର କରି ନାହାନ୍ତି କି? ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭମାନଙ୍କ ଆଗରେ ସଦାପ୍ରଭୁଙ୍କ ଯେଉଁ ଭୀତିଉତ୍ପାଦକ କାର୍ଯ୍ୟ କଥା ବାରମ୍ବାର କହିଥିଲେ, ସେ ସବୁ କାହିଁ? କିନ୍ତୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କୁ ପରିତ୍ୟାଗ କରିଅଛନ୍ତି। ସେ ଆମ୍ଭମାନଙ୍କୁ ମିଦିୟନୀୟର ହସ୍ତରେ ସମର୍ପଣ କରିଅଛନ୍ତି।”

14 ତା'ପରେ ସଦାପ୍ରଭୁ ଗିଦିୟୋନକୁ ଅନାଇଲେ ଏବଂ କହିଲେ, “ତୁମ୍ଭର ନିଜର ଶକ୍ତିକୁ ବ୍ୟବହାର କର। ଯାଅ ଏବଂ ମିଦିୟନ ହସ୍ତରୁ ଇସ୍ରାଏଲର ଲୋକମାନଙ୍କୁ ରକ୍ଷା କର। ମୁଁ ତୁମ୍ଭମାନଙ୍କୁ ଏହି ଅଭିଯାନରେ ପଠାଉଛି।”

15 କିନ୍ତୁ ଗିଦିୟୋନ ତାଙ୍କୁ କହିଲେ, “ହେ ମୋର ସଦାପ୍ରଭୁ, ମୁଁ କିପରି ଇସ୍ରାଏଲକୁ ରକ୍ଷା କରି ପାରିବି? ମନଃଶିର ପରିବାରବର୍ଗ ମଧ୍ୟରେ ମୋର ପରିବାର ସବୁଠାରୁ ଦୁର୍ବଳ ଏବଂ ମୋର ପରିବାର ମଧ୍ୟରେ ମୁଁ ସବୁଠାରୁ ସାନ।”

16 ସଦାପ୍ରଭୁ ଗିଦିୟୋନକୁ ଉତ୍ତର ଦେଲେ, “ମୁଁ ତୁମ୍ଭ ସହିତ ରହିବି। ତେଣୁ ତୁମ୍ଭେ ମିଦିୟନୀୟମାନଙ୍କୁ ପରାସ୍ତ କରିବ! ତୁମ୍ଭକୁ ଲାଗିବ ସତେ ଯେପରି ତୁମ୍ଭେ ଜଣକ ସହିତ ଯୁଦ୍ଧ କରୁଛ।”

17 ଏହିପରେ ଗିଦିୟୋନ ସଦାପ୍ରଭୁଙ୍କୁ କହିଲେ, “ଯଦି ତୁମ୍ଭେ ମୋ’ ପ୍ରତି ସନ୍ତୁଷ୍ଟ, ତେବେ ମୋତେ ପ୍ରମାଣ ଦିଅ ଯେ ପ୍ରକୃତରେ ଆପଣ ମୋ’ ସହିତ କଥାବାର୍ତ୍ତା ହେଉଛନ୍ତି। 18 ମୁଁ ପ୍ରାର୍ଥନା କରୁଛି ଯେ, ମୁଁ ଆପଣାର ନୈବେଦ୍ୟ ଆଣି ଆପଣଙ୍କ ସମ୍ମୁଖରେ ନରଖିବା ପର୍ଯ୍ୟନ୍ତ ଏହି ସ୍ଥାନରୁ ପ୍ରସ୍ଥାନ କରିବ ନାହିଁ।”

ଏବଂ ସଦାପ୍ରଭୁ କହିଲେ, “ତୁମ୍ଭେ ଆସିବା ପର୍ଯ୍ୟନ୍ତ ମୁଁ ଏହିଠାରେ ଅପେକ୍ଷା କରିବି।”

19 ତେଣୁ ଗିଦିୟୋନ ଭିତରକୁ ଯାଇ ଏକ ଛାଗବତ୍ସକୁ ରାନ୍ଧିଲେ। କୋଡ଼ିଏ ପାଉଣ୍ତ ମଇଦାର ଏକ ତାଡ଼ିଶୂନ୍ୟ ରୋଟୀ ପ୍ରସ୍ତୁତ କଲେ, ଗିଦିୟୋନ ମାଂସକୁ ଗୋଟିଏ ଝୁଡ଼ିରେ ଓ ଝୋଳକୁ ଅନ୍ୟ ପାତ୍ରରେ ରଖିଲେ, ଏହିଗୁଡ଼ିକ ଆଣି ଅଲୋନବୃକ୍ଷ ନିକଟରେ ରଖିଲେ।

20 ପରମେଶ୍ୱରଙ୍କର ଦୂତ ଗିଦିୟୋନକୁ କହିଲେ, “ଏହି ତାଡ଼ିଶୂନ୍ୟ ପିଠାସବୁ ଏହି ମାଂସ ନେଇ ସେହି ପଥର ଉପରେ ରଖ ଓ ତା’ ଉପରେ ଝୋଳ ଢାଳ।” ତାଙ୍କୁ ଯେପରି କରିବାକୁ କୁହାଗଲା, ସେ ସେହିପରି କଲେ।

21 ଏହା ପରେ ସଦାପ୍ରଭୁଙ୍କର ଦୂତ ତାଙ୍କ ହସ୍ତରେ ଥିବା ଯଷ୍ଟିର ଅଗ୍ର ବଢ଼ାଇ ସେହି ମାଂସ ଓ ତାଡ଼ିଶୂନ୍ୟ ରୋଟୀକୁ ସ୍ପର୍ଶ କଲେ। ଏହା ପରେ ପଥରରୁ ଅଗ୍ନି ବାହାରିଲା ଏବଂ ତା’ ଉପରେ ଥିବା ମାଂସ ଓ ପିଠା ସମ୍ପୂର୍ଣ୍ଣ ପୋଡ଼ିଗଲା। ତା'ପରେ ସଦାପ୍ରଭୁଙ୍କର ଦୂତ ଅଦୃଶ୍ୟ ହୋଇଗଲେ।

22 ଏହା ପରେ ଗିଦିୟୋନ ହୃଦୟଙ୍ଗମ କଲେ ଯେ, ସେ ସଦାପ୍ରଭୁଙ୍କର ଦୂତଙ୍କ ସହିତ କଥା ହେଉଥିଲେ। ତେଣୁ ଗିଦିୟୋନ ଚିତ୍କାର କଲେ, “ହେ ସର୍ବଶକ୍ତିମାନ ପରମେଶ୍ୱର, ମୋର ପ୍ରଭୁ, ମୁଁ ସଦାପ୍ରଭୁଙ୍କ ଦୂତଙ୍କୁ ମୁହାଁମୁହିଁ ଦେଖିଛି!”

23 କିନ୍ତୁ ସଦାପ୍ରଭୁ ଗିଦିୟୋନକୁ କହିଲେ, “ଶାନ୍ତ ହୁଅ! ଭୟ ନ କର! ତୁମ୍ଭର ମୃତ୍ୟୁ ହେବ ନାହିଁ!”

24 ତେଣୁ ଗିଦିୟୋନ ସଦାପ୍ରଭୁଙ୍କର ଉପାସନା ସ୍ଥାନ ନିକଟରେ ଏକ ଯଜ୍ଞବେଦି ନିର୍ମାଣ କଲେ। ସେ ସେହି ସ୍ଥାନର ନାମ ଦେଲେ, “ସଦାପ୍ରଭୁ ମଙ୍ଗଳ ସ୍ୱରୂପ।” ସେହି ଯଜ୍ଞବେଦି ଏବେ ବି ଅଫ୍ରାରେ ଅଛି। ଯେଉଁଠାରେ ଅବୀୟେଷ୍ରୀୟମାନେ ବାସ କରୁଥିଲେ, ଆଫ୍ରା ହେଉଛି ସେହି ସ୍ଥାନ।

ଏଫିସୀୟଙ୍କ ପ୍ରତି ପତ୍ର 5:6-14

ମିଥ୍ୟାକଥା କହି କେହି ତୁମ୍ଭକୁ ପ୍ରତାରଣା ନ କରୁ। ଏ ବିଷୟରେ ସଚେତନ ରୁହ। ଯେଉଁମାନେ ଅବାଧ୍ୟ ହୋଇ ଏ ସମସ୍ତ ମନ୍ଦ କର୍ମ କରନ୍ତି, ସେମାନଙ୍କ ଉପରେ ପରମେଶ୍ୱର କ୍ରୋଧାନ୍ୱିତ ହୁଅନ୍ତି। ଅତଏବ ତୁମ୍ଭେ ମଧ୍ୟ ଏଭଳି ମନ୍ଦ କର୍ମ ସେହି ଅବଜ୍ଞାକାରୀଙ୍କ ସହିତ କର ନାହିଁ। ଅତୀତରେ ତୁମ୍ଭେ ଅନ୍ଧକାରରେ ଥିଲ, କିନ୍ତୁ ଏବେ ତୁମ୍ଭେ ପ୍ରଭୁଙ୍କଠାରେ ଆଲୋକରେ ଅଛ। ଅତଏବ ଆଲୋକର ସନ୍ତାନମାନଙ୍କ ଭଳି ଆଚରଣ କର। ଆଲୋକ ପ୍ରତ୍ୟେକ ପ୍ରକାରର ଉତ୍ତମ ଭାବ, ଉଚିତ୍ ଜୀବନଯାପନ ଓ ସତ୍ୟ ଫଳ ଉତ୍ପନ୍ନ କରେ। 10 କେଉଁ ବିଷୟ ଗୁଡ଼ିକ ଈଶ୍ୱରଙ୍କ ସନ୍ତୋଷ ଜନ୍ମାଏ, ସେଗୁଡ଼ିକ ଶିଖିବାକୁ ଚେଷ୍ଟା କର। ଅନ୍ଧକାରରେ ଲୋକେ ଯେଭଳି କାମ କରନ୍ତି, ସେଗୁଡ଼ିକୁ କର ନାହିଁ। ସେଗୁଡ଼ିକ କରିବା ଦ୍ୱାରା କିଛି ଲାଭ ହୁଏ ନାହିଁ। 11 ସର୍ବଦା ଭଲ କାମ କରି, ଅନ୍ଧକାରର କର୍ମଗୁଡ଼ିକର ଅସାରତା ପ୍ରମାଣିତ କର। 12 ଅନ୍ଧକାରରେ ଯେ ଲୋକେ ଯେଉଁ ଗୁପ୍ତ କର୍ମ ସବୁ କରନ୍ତି, ସେଗୁଡ଼ିକ କହିବା ପାଇଁ ମଧ୍ୟ ଲଜ୍ଜା ଲାଗେ। 13 କିନ୍ତୁ ଆଲୋକ ସମ୍ମୁଖରେ ଏଗୁଡ଼ିକୁ ରଖିଲେ, ଏସବୁ କର୍ମର ସମସ୍ତ ମନ୍ଦତା ସ୍ପଷ୍ଟ ଭାବେ ପ୍ରକାଶିତ ହୁଏ। 14 ଯାହା ସହଜରେ ପ୍ରକାଶିତ ହୁଏ, ତାହା ଆଲୋକ। ସେଥିପାଇଁ ଆମ୍ଭେ କହୁ:

“ହେ! ଶୋଇଥିବା ଲୋକ, ଜାଗି ଉଠ
    ମୃତ୍ୟୁରୁ ଉଠି ଆସ,
ଏବଂ ଖ୍ରୀଷ୍ଟ ତୁମ୍ଭକୁ ଆଲୋକିତ କରିବେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center