Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 27:1-6

ଦାଉଦଙ୍କର ଗୀତ।

27 ହେ ସଦାପ୍ରଭୁ, ତୁମ୍ଭେ ମୋର ଆଲୋକବର୍ତ୍ତିକା ଓ ମୋର ତ୍ରାଣକର୍ତ୍ତା।
    ମୁଁ ତାହାଦ୍ୱାରା ଭୟଭୀତ ହେବି ନାହିଁ।
ସଦାପ୍ରଭୁଙ୍କ ଆଶ୍ରୟସ୍ଥଳ ମୋ’ ପାଇଁ ସବୁଠାରୁ ନିରାପଦସ୍ଥଳ।
    ତେଣୁ ମୁଁ କାହାରିକୁ ଭୟ କରିବି ନାହିଁ।
ଦୁଷ୍ଟ ଲୋକମାନେ ହୁଏତ ମୋତେ ଆକ୍ରମଣ କରି ପାରନ୍ତି,
    ସେମାନେ ମୋର ଶରୀରକୁ ଆଘାତ କରିବାକୁ ଗ୍ଭହାନ୍ତି।
ମୋର ଶତ୍ରୁମାନେ ମୋତେ ଆକ୍ରମଣ କରି
    ଧ୍ୱଂସ କରିଦେବାକୁ ଗ୍ଭହାନ୍ତି।
ଯଦି ସମସ୍ତ ସେନାବାହିନୀ ମୋର ଗ୍ଭରି ଦିଗରୁ ମୋତେ ଘେରି ଯାଆନ୍ତି, ତେବେ ମୁଁ ଭୟ କରିବି ନାହିଁ।
    ଯଦି ମୋତେ ଲୋକମାନେ ଯୁଦ୍ଧ କ୍ଷେତ୍ରରେ ଆକ୍ରମଣ କରନ୍ତି, ତଥାପି ମୁଁ ଭୟଭୀତ ହେବି ନାହିଁ, କାରଣ ମୁଁ ସଦାପ୍ରଭୁଙ୍କୁ ବିଶ୍ୱାସ କରେ।

ମୁଁ ସଦାପ୍ରଭୁଙ୍କଠାରେ ଗୋଟିଏ ମାତ୍ର ବିଷୟ ପ୍ରାର୍ଥନା କରେ,
“ଯେପରି ମୋର ଜୀବନସାରା ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ବସିବାକୁ ସୁଯୋଗ ପାଏ,
    ଯାହା ଫଳରେ କି ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟକୁ ଦେଖି ପାରିବି
    ଓ ତାଙ୍କ ପ୍ରାସାଦକୁ ଦର୍ଶନ କରି ପାରିବି।”

ସଦାପ୍ରଭୁ ମୋତେ ନିଶ୍ଚୟ ବିପଦରୁ ରକ୍ଷା କରିବେ।
    ସେ ମୋତେ ତାଙ୍କ ମନ୍ଦିରରେ ଲୁଗ୍ଭଇ ରଖିବେ।
    ସେ ମୋତେ ନେଇ ତାଙ୍କ ନିରାପଦ ସ୍ଥାନରେ ରଖିବେ।
ମୋର ଶତ୍ରୁମାନେ ମୋତେ ଘେରି ଗଲେଣି।
କିନ୍ତୁ ମୋର ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରି ମୋତେ ରକ୍ଷା କରିବେ।
    ତା'ପରେ ମୁଁ ତାଙ୍କ ମନ୍ଦିରରେ ମୋର ବଳିଦାନ ଅର୍ପଣ କରିବି।
    ମୁଁ ଆନନ୍ଦ ଧ୍ୱନିରେ ବଳିଦାନ ଉତ୍ସର୍ଗ ଦେବି।
    ମୁଁ ଗୀତ ବୋଲି ସଦାପ୍ରଭୁଙ୍କର ମହିମା ବର୍ଣ୍ଣନା କରି ତାଙ୍କ ପ୍ରତି ଥିବା ସମ୍ମାନକୁ ନିବେଦନ କରିବି।

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 15:34-16:13

34 ଏଥି ଉତ୍ତାରେ ଶାମୁୟେଲ ରାମାକୁ ଗଲେ। ପୁଣି ଶାଉଲ ଗିବିୟାସ୍ଥିତ ଆପଣା ଗୃହକୁ ଗଲେ। 35 ତା'ପରେ ଶାମୁୟେଲ ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ଶାଉଲଙ୍କୁ କେବେବି ଦେଖିଲେ ନାହିଁ। କାରଣ ଶାମୁୟେଲ ଶାଉଲଙ୍କ ପାଇଁ ଶୋକ କଲେ। ପୁଣି ସଦାପ୍ରଭୁ ଇସ୍ରାଏଲ ଉପରେ ଶାଉଲଙ୍କୁ ରାଜା କରିବାରୁ ଅନୁତାପ କଲେ।

ଶାମୁୟେଲ ବୈ‌ଥ୍‌ଲେହମକୁ ଗଲେ

16 ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ତୁମ୍ଭେ କେତେକାଳ ଶାଉଲଙ୍କ ପାଇଁ ଶୋକ କରିବ? ମୁଁ ତାଙ୍କୁ ଇସ୍ରାଏଲର ରାଜା ରୂପେ ପ୍ରତ୍ୟାଖ୍ୟାନ କରିଅଛି। ତୁମ୍ଭେ ଆପଣା ଶିଙ୍ଗ ତୈଳରେ ପୂର୍ଣ୍ଣ କରିଗ୍ଭଲ, ମୁଁ ତୁମ୍ଭକୁ ବୈ‌ଥ୍‌ଲେହମର ଯିଶୀ ନାମକ ବ୍ୟକ୍ତି ନିକଟକୁ ପଠାଇବି। କାରଣ ତାହାର ପୁତ୍ରମାନଙ୍କ ମଧ୍ୟରୁ ମୁଁ ଆପଣା ପାଇଁ ଏକ ରାଜା ଦେଖିଅଛୁ।”

କିନ୍ତୁ ଶାମୁୟେଲ କହିଲେ, “ଯଦି ମୁଁ ଯାଏ, ଶାଉଲ ଏହା ଶୁଣିଲେ ମୋତେ ବଧ କରିବେ।”

ସଦାପ୍ରଭୁ କହିଲେ, “ବୈ‌ଥ୍‌ଲେହମକୁ ଯାଅ। ତୁମ୍ଭ ସହିତ ଏକ ଛଡ଼ା ନିଅ ଓ କୁହ, ‘ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ ଦେବାକୁ ଆସିଅଛୁ।’ ଯିଶୀକୁ ସେ ବଳିଦାନ ପାଇଁ ନିମନ୍ତ୍ରଣ କର। ତା'ପରେ କ’ଣ କରିବା ପାଇଁ ହେବ ମୁଁ ତୁମ୍ଭକୁ ଜଣାଇବି। ମୁଁ ଯାହାକୁ କହିବି, ତୁମ୍ଭେ ତାହାକୁ ଅଭିଷିକ୍ତ କର।”

ଶାମୁୟେଲ ସଦାପ୍ରଭୁଙ୍କର ବାକ୍ୟ ଅନୁସାରେ କାର୍ଯ୍ୟ କଲେ। ଶାମୁୟେଲ ବୈ‌ଥ୍‌ଲେହମରେ ପହଞ୍ଚିଲେ। ତହିଁରେ ନଗରର ପୁରୁଖାମାନେ କମ୍ପମାନ ହୋଇ ତାଙ୍କୁ ଭେଟିବାକୁ ଆସି ପଗ୍ଭରିଲେ, “ଆପଣଙ୍କ ଆଗମନ କୁଶଳ ତ?”

ଶାମୁୟେଲ ଉତ୍ତର ଦେଲେ, “ହଁ, ମୁଁ କୁଶଳରେ ଆସିଛି! ମୁଁ ସଦାପ୍ରଭୁଙ୍କ ଆଗରେ ବଳିଦାନ ଦେବାକୁ ଆସିଅଛି। ତୁମ୍ଭେମାନେ ନିଜକୁ ପବିତ୍ର କର ଓ ମୋ’ ସାଙ୍ଗରେ ବଳିଦାନ କରିବାକୁ ଆସ।” ଶାମୁୟେଲ ଯିଶୀକି ଓ ତାହାର ପୁତ୍ରମାନଙ୍କୁ ପବିତ୍ର କରି ବଳିଦାନ ନିମନ୍ତେ ଆସିବା ପାଇଁ ନିମନ୍ତ୍ରଣ କଲେ।

ଯେତେବେଳେ ଯିଶୀ ଓ ତା'ର ପୁତ୍ରମାନେ ପହଞ୍ଚିଲେ, ଶାମୁୟେଲ ଇଲୀୟାବଙ୍କୁ ଦେଖିଲେ। ଶାମୁୟେଲ ଭାବିଲେ, “ଏହା ନିଶ୍ଚିତ ଯେ ସଦାପ୍ରଭୁ ଏହି ଲୋକଟିକୁ ରାଜା ହେବା ପାଇଁ ବାଛିଛନ୍ତି।”

କିନ୍ତୁ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଇଲୀୟାବ ଡେଙ୍ଗା ଓ ସୁନ୍ଦର ଅଟନ୍ତି। କିନ୍ତୁ ତୁମ୍ଭେ ଏପରି ଭାବନାହିଁ ମନୁଷ୍ୟ ଯେପରି ଦେଖେ ସଦାପ୍ରଭୁ ସେପରି ଦେଖନ୍ତି ନାହିଁ। ଲୋକମାନେ ସର୍ବଦା ଉପର ଦେଖନ୍ତି। କିନ୍ତୁ ସଦାପ୍ରଭୁ ତାହାର ଅନ୍ତର ଦେଖନ୍ତି। ଇଲୀୟାବ ଉପଯୁକ୍ତ ଲୋକ ନୁହଁ।”

ତା'ପରେ ଯିଶୀ ତାଙ୍କର ଦ୍ୱିତୀୟ ପୁତ୍ର ଅବିନାଦବଙ୍କୁ ଡାକିଲେ। ଅବିନାଦବ ଶାମୁୟେଲଙ୍କ ଆଗ ଦେଇ ଗଲେ। କିନ୍ତୁ ଶାମୁୟେଲ କହିଲେ, “ନା, ଏ ଲୋକ ନୁହନ୍ତି ଯାହାଙ୍କୁ ସଦାପ୍ରଭୁ ଉପଯୁକ୍ତ ମନେ କରନ୍ତି।”

ତା'ପରେ ଯିଶୀ ଶମ୍ମକୁ ଶାମୁୟେଲଙ୍କ ପାଖକୁ ଡକାଇଲେ। କିନ୍ତୁ ଶାମୁୟେଲ କହିଲେ, “ନା, ଏହାକୁ ମଧ୍ୟ ସଦାପ୍ରଭୁ ମନୋନୀତ କରି ନାହାନ୍ତି।”

10 ଏହିରୂପେ ଯିଶୀ ନିଜର ସାତ ପୁତ୍ରଙ୍କୁ ଶାମୁୟେଲଙ୍କର ସମ୍ମୁଖରେ ଚଲାଇଲେ। ମାତ୍ର ଶାମୁୟେଲ ଯିଶୀଙ୍କୁ କହିଲେ, “ସଦାପ୍ରଭୁ ଏମାନଙ୍କୁ ମନୋନୀତ କରି ନାହାନ୍ତି।”

11 ଶାମୁୟେଲ ଯିଶୀଙ୍କୁ କହିଲେ, “ତୁମ୍ଭର ସବୁ ସନ୍ତାନ କ’ଣ ଏଠାରେ ଅଛନ୍ତି?”

ସେ କହିଲେ, “କେବଳ କନିଷ୍ଠଟି ଏଠାରେ ନାହିଁ। ସେ ମେଷପଲ ଚରାଉ ଅଛି।”

ଶାମୁୟେଲ କହିଲେ, “ଲୋକ ପଠାଇ ତାଙ୍କୁ ଡକାଅ। ସେ ଏଠାକୁ ନ ଆସିବା ପର୍ଯ୍ୟନ୍ତ ଆମ୍ଭେ ଭୋଜନରେ ବସିବୁ ନାହିଁ।”

12 ତାକୁ ଡାକିବା ପାଇଁ ଯିଶୀ ଲୋକ ପଠାଇଲେ। ସେ ଈଷତ୍ ରକ୍ତବର୍ଣ୍ଣ ଓ ସୁନୟନ ଦେଖିବାକୁ ସୁନ୍ଦର ଅଟନ୍ତି।

ସେତେବେଳେ ସଦାପ୍ରଭୁ କହିଲେ, “ଉଠ ଏହାଙ୍କୁ ଅଭିଷେକ କର, ଏ ହେଉଛନ୍ତି ସେହି ଲୋକ।”

13 ଶାମୁୟେଲ ତୈଳ ଶିଙ୍ଗ ନେଇ ତାଙ୍କ ଭାତୃଗଣ ମଧ୍ୟରେ ତାଙ୍କୁ ଅଭିଷେକ କଲେ। ତହିଁରେ ସେହି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କ ଉପରେ ବାସ କଲେ, ଏହା ପରେ ଶାମୁୟେଲ ଉଠି ରାମାକୁ ଗ୍ଭଲିଗଲେ।

ଲୂକ ଲିଖିତ ସୁସମାଗ୍ଭର 5:27-32

ଲେବୀ ଯୀଶୁଙ୍କୁ ଅନୁସରଣ କଲେ

(ମାଥିଉ 9:9-13; ମାର୍କ 2:13-17)

27 ଏହା ପରେ ଯୀଶୁ ସେଠାରୁ ଗ୍ଭଲିଗଲେ। ସେ କରଆଦାୟ କରାଯାଉଥିବା କାର୍ଯ୍ୟାଳୟରେ ଲେବୀ ନାମକ ଜଣେ କରଆଦାୟକାରୀଙ୍କୁ ବସିଥିବାର ଦେଖିଲେ। ଯୀଶୁ ତାହାଙ୍କୁ କହିଲେ, “ମୋର ଅନୁସରଣ କର!” 28 ଲେବୀ ଉଠି ପଡ଼ିଲେ। ସେ ସବୁକିଛି ପରିତ୍ୟାଗ କରି ଯୀଶୁଙ୍କୁ ଅନୁସରଣ କଲେ।

29 ଲେବୀ ଯୀଶୁଙ୍କ ସମ୍ମାନାର୍ଥେ ନିଜ ଘରେ ଗୋଟିଏ ବଡ଼ ଭୋଜି ଦେଲେ। ଅନେକ କରଆଦାୟକାରୀ ଓ ଅନ୍ୟ କେତେକ ଲୋକ ମଧ୍ୟ ଯୀଶୁଙ୍କ ସହ ଏକତ୍ର ଭୋଜନ କରୁଥିଲେ। 30 ତେଣୁ ଫାରୂଶୀ ଓ ଯିହୂଦୀଶାସ୍ତ୍ରୀମାନେ ଯୀଶୁଙ୍କ ଶିଷ୍ୟମାନଙ୍କ ଆଗରେ ଅଭିଯୋଗ କଲେ, “ତୁମ୍ଭେମାନେ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଏକାଠି ଖିଆପିଆ କରୁଛ?”

31 ଯୀଶୁ ସେମାନଙ୍କୁ କହିଲେ, “ସୁସ୍ଥ ଲୋକମାନଙ୍କ ପାଇଁ ଡାକ୍ତରର ଆବଶ୍ୟକତା ନାହିଁ। କିନ୍ତୁ ଅସୁସ୍ଥ ଲୋକମାନଙ୍କ ପାଇଁ ଡାକ୍ତରର ଆବଶ୍ୟକତା ରହିଛି। 32 ମୁଁ ଧାର୍ମିକ ଲୋକମାନଙ୍କ ପରିବର୍ତ୍ତନ ସକାଶେ ଆସି ନାହିଁ। ମୁଁ ପାପୀମାନଙ୍କ ପାଇଁ ଆସିଛି। ସେମାନେ ନିଜ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରନ୍ତୁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center