Revised Common Lectionary (Semicontinuous)
ଶଲୋମନଙ୍କର ଗୀତ।
72 ହେ ପରମେଶ୍ୱର, ରାଜାଙ୍କୁ ସାହାଯ୍ୟ କର, ଯାହା ଫଳରେ ସେ ତୁମ୍ଭ ପରି ବିବେକବାନ ନ୍ୟାୟ ପ୍ରଦାନ କରିବେ।
ତୁମ୍ଭର ନ୍ୟାୟ ପରାୟଣ ରାଜପୁତ୍ରମାନଙ୍କୁ ଦିଅ।
2 ରାଜାଙ୍କୁ ସାହାଯ୍ୟ କର, ଯେପରି ସେ ତୁମ୍ଭର ଲୋକମାନଙ୍କୁ ସୁବିଗ୍ଭର ଦେଇ ପାରିବ।
ତାଙ୍କୁ ସାହାଯ୍ୟ କର, ଯେପରି ସେ ଗରିବ ଲୋକମାନଙ୍କୁ ଉଚିତ୍ ବ୍ୟବହାର କରିବ।
3 ପର୍ବତ ଏବଂ ପାହାଡ଼ଗୁଡ଼ିକ ଶାନ୍ତି
ଏବଂ ନ୍ୟାୟପୂର୍ଣ୍ଣ ବିଗ୍ଭର କରନ୍ତୁ।
4 ରାଜା ଦୀନହୀନ ଲୋକମାନଙ୍କ ପ୍ରତି ନ୍ୟାୟକାରୀ ରୁହନ୍ତୁ।
ସେ ଅସହାୟ ଲୋକମାନଙ୍କୁ ସହାୟତା କରନ୍ତୁ।
ସେ ଏମାନଙ୍କ ଉପରେ ଉପଦ୍ରବ କରୁଥିବା ଲୋକମାନଙ୍କୁ ଦଣ୍ଡିତ କରନ୍ତୁ।
5 ମୁଁ ଆଶା କରେ ସୂର୍ଯ୍ୟ ଓ ଚନ୍ଦ୍ର ଆକାଶରେ ଥିବା ପର୍ଯ୍ୟନ୍ତ
ଲୋକମାନେ ତୁମ୍ଭକୁ ପୁରୁଷାନୁକ୍ରମେ ଭୟ କରିବେ।[a]
6 ଭୂମିରେ ବୃଷ୍ଟି ତୁଲ୍ୟ, ଭୂମି ସେଚନକାରୀ ଜଳଧାରା ତୁଲ୍ୟ ତୁମ୍ଭେ ରାଜାଙ୍କୁ ସହାୟ ହୁଅ।
କ୍ଷେତ୍ରରେ ପଡ଼ୁଥିବା ଜଳଧାରା ହେବା ପାଇଁ ତାଙ୍କୁ ସାହାଯ୍ୟ କର।
7 ଯେପର୍ଯ୍ୟନ୍ତ ରାଜା ଅଛନ୍ତି, ଧାର୍ମିକତା ବୃଦ୍ଧି ହେଉ।
ଚନ୍ଦ୍ର ଲୁପ୍ତ ନ ହେବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ସ୍ଥାପିତ ହେଉ।
8 ତାଙ୍କର ରାଜ୍ୟ ସମୁଦ୍ରରୁ ସମୁଦ୍ର ପର୍ଯ୍ୟନ୍ତ
ଏବଂ ଫରାତ୍ ନଦୀଠାରୁ ଶେଷ ଧରଣୀକୁ ବ୍ୟାପି ଯାଉ।
9 ମରୁଭୂମିରେ ବାସ କରୁଥିବା ଲୋକମାନେ ତାଙ୍କ ସମ୍ମୁଖରେ ନତ ହେବେ।
ତାହାଙ୍କ ଶତ୍ରୁଗଣ ଅଧୋମୁଖ ହୋଇ ନତ ମସ୍ତକ ହେବେ।
10 ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ।
ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭେଟି[b] ଆଣନ୍ତୁ।
11 ହଁ ସବୁ ରାଜାଗଣ ଆମ୍ଭ ରାଜାଙ୍କ ସମ୍ମୁଖରେ ନତ ମସ୍ତକ ହୁଅନ୍ତୁ।
ସବୁ ଜାତିଗଣର ଲୋକମାନେ ତାଙ୍କର ସେବା କରନ୍ତୁ।
12 ଆମ୍ଭର ରାଜା ସାହାଯ୍ୟ କରନ୍ତି, ଯେଉଁମାନେ ତାଙ୍କୁ ଡାକନ୍ତି,
ସେ ଗରିବ ଏବଂ ନିଃସହାୟମାନଙ୍କୁ ରକ୍ଷା କରନ୍ତି।
13 ଦରିଦ୍ର ଓ ନିଃସହାୟ ଲୋକମାନଙ୍କର ସେ ଯତ୍ନ ନିଅନ୍ତି।
ରାଜା ସେମାନଙ୍କୁ ଜୀବିତ ରଖନ୍ତି।
14 ଆମ୍ଭ ରାଜା ସେମାନଙ୍କୁ ଦୁଷ୍ଟ ଲୋକମାନଙ୍କଠାରୁ ରକ୍ଷା କରିବେ ଯେଉଁମାନେ କି ସେମାନଙ୍କୁ ଦୁଃଖ ଦେବା ପାଇଁ ଗ୍ଭହୁଁଛନ୍ତି।
ରାଜାଙ୍କ ପାଇଁ ସେଇ ଦରିଦ୍ର ଲୋକମାନଙ୍କର ଜୀବନ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ।
15 ରାଜା ଦୀର୍ଘଜୀବୀ ହୁଅନ୍ତୁ
ଏବଂ ତାଙ୍କୁ ଶିବାର ସ୍ୱର୍ଣ୍ଣ ହସ୍ତଗତ ହେଉ।
ଲୋକମାନେ ରାଜାଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରନ୍ତୁ
ଏବଂ ତାଙ୍କୁ ସର୍ବଦା ଆଶୀର୍ବାଦ ଦିଅନ୍ତୁ।
16 କ୍ଷେତରେ ପ୍ରଚୁର ପରିମାଣର ଫସଲ ହେଉ।
ପର୍ବତଗୁଡ଼ିକ ମଧ୍ୟ ଫସଲରେ ପୂର୍ଣ୍ଣ ହୋଇ
ଲିବାନୋନ୍ କ୍ଷେତ ତୁଲ୍ୟ ଉର୍ବର ହେଉ।
କ୍ଷେତଗୁଡ଼ିକ ତୃଣରେ ପୂର୍ଣ୍ଣ ହେଲା ପରି ନଗରଗୁଡ଼ିକ ଜନ ଗହଳିରେ ପୂର୍ଣ୍ଣ ହେଉ।
17 ରାଜାଙ୍କର ପ୍ରସିଦ୍ଧ ସର୍ବଦା ଅକ୍ଷୁର୍ଣ୍ଣ ରହୁ।
ଆକାଶରେ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଲୋକମାନେ ତାଙ୍କର ନାମକୁ ମନେ ରଖନ୍ତୁ।
ସମସ୍ତ ପ୍ରଜା ତାଙ୍କ ଯୋଗୁଁ ଆଶୀର୍ବାଦ ପାଆନ୍ତୁ
ଓ ସମସ୍ତ ଜାତିଗଣ ତାଙ୍କୁ ପ୍ରଶଂସା କରନ୍ତୁ।
18 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅଟନ୍ତି।
ଅନନ୍ତର ପରମେଶ୍ୱରଙ୍କର ଗୁଣଗାନ କର।
କେବଳ ପରମେଶ୍ୱର ହିଁ ଏହିପରି ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରି ପାରନ୍ତି।
19 ତାଙ୍କର ଗୌରବାନ୍ୱିତ ନାମର ମହିମା ଅନନ୍ତକାଳ ପର୍ଯ୍ୟନ୍ତ ଗାନ କର।
ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ ହେଉ!
ଆମେନ୍, ଆମେନ୍।
20 ଯିଶୀର ପୁତ୍ର ଦାଉଦଙ୍କର ପ୍ରାର୍ଥନା ସବୁ ଏଠାରେ ଶେଷ ହୁଏ।
10 ଯାକୁବ ବେର୍ଶେବା ଛାଡ଼ି ହାରଣକୁ ଗଲେ। 11 ଯାକୁବ ଯାତ୍ରା କରିଥିବା ସମୟରେ ସୂର୍ଯ୍ୟାସ୍ତ ହେଲା। ତେଣୁ ଯାକୁବ ରାତ୍ରି ଯାପନ କରିବା ପାଇଁ ଏକ ସ୍ଥାନକୁ ଗଲେ। ଯାକୁବ ଏକ ପଥରଖଣ୍ଡ ପାଇଲେ, ସେହି ସ୍ଥାନରେ ପଥର ଉପରେ ମୁଣ୍ଡ ଦେଇ ସେ ଶୋଇ ପଡ଼ିଲେ। 12 ଯାକୁବ ଏକ ସ୍ୱପ୍ନ ଦେଖିଲେ। ସେ ସ୍ୱପ୍ନରେ ଦେଖିଲେ ଯେ ଏକ ଶିଡ଼ି ଭୂମିରୁ ସ୍ୱର୍ଗକୁ ଲାଗିଛି। ଯାକୁବ ଦେଖିଲେ ପରମେଶ୍ୱରଙ୍କର ଦୂତଗଣ ସେହି ଶିଡ଼ି ଦେଇ ଚଢୁଛନ୍ତି ଓ ଓହ୍ଲାଉଛନ୍ତି। 13 ଯାକୁବ ଦେଖିଲେ ସଦାପ୍ରଭୁ ସେହି ଶିଡ଼ି ପାଖରେ ଛିଡ଼ା ହୋଇଛନ୍ତି। ସଦାପ୍ରଭୁ କହୁଥିଲେ, “ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କର ପରମେଶ୍ୱର, ମଧ୍ୟ ଇସ୍ହାକର ପରମେଶ୍ୱର। ତୁମ୍ଭେ ଶୋଇଥିବା ଭୂମି ଆମ୍ଭେ ତୁମ୍ଭକୁ ଦେବା। ଆମ୍ଭେ ଏହି ଜମି ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ଦେବା। 14 ତୁମ୍ଭର ବହୁତ ବଂଶ ହେବେ। ତାହା ପୃଥିବୀର ଧୂଳି ପରି ଅସଂଖ୍ୟ ହେବେ। ସେମାନେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ବ୍ୟାପିବେ। ପୃଥିବୀର ସମସ୍ତ ପରିବାର ତୁମ୍ଭ ବଂଶଧରମାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ।
15 “ଆମ୍ଭେ ତୁମ୍ଭ ସହିତ ଅଛୁ। ଆମ୍ଭେ ତୁମ୍ଭକୁ ସବୁଠାରେ ସୁରକ୍ଷା ଦେବା। ପୁଣି ଆମ୍ଭେ ତୁମ୍ଭକୁ ଏହି ଭୂମିକୁ ଫେରାଇ ଆଣିବୁ। ଆମ୍ଭର ପ୍ରତିଜ୍ଞା ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ଛାଡ଼ୁ ନାହୁଁ।”
16 ଏହା ପରେ ଯାକୁବ ନିଦ୍ରାରୁ ଉଠିଲେ, ଏବଂ କହିଲେ, “ମୁଁ ଜାଣେ ଯେ ସଦାପ୍ରଭୁ ଏହିଠାରେ ଅଛନ୍ତି। କିନ୍ତୁ ମୁଁ ସଦାପ୍ରଭୁ ଏଠାରେ ଥିଲେ ବୋଲି ଜାଣି ନ ଥିଲି।”
17 ଯାକୁବ ଭୟ କଲେ ଓ ସେ କହିଲେ, “ଏହି ସ୍ଥାନ ଭୟାନକ ଅଟେ। ଏହା ପରମେଶ୍ୱରଙ୍କର ପବିତ୍ର ଗୃହ ଅଟେ। ଏହି ସ୍ଥାନ ହେଉଛି ସ୍ୱର୍ଗର ଦ୍ୱାର।”
18 ଯାକୁବ ପ୍ରତ୍ୟୁଷରୁ ଉଠିଲେ। ଯେଉଁ ପ୍ରସ୍ଥର ମୁଣ୍ଡତଳେ ଦେଇଥିଲେ, ତାହା ନେଇ ସ୍ତମ୍ଭରୂପେ ସ୍ଥାପନ କଲେ। ଏହା ପରେ ସେ ତା’ ଉପରେ ତୈଳ ଢାଳିଲେ। 19 ସେହି ସ୍ଥାନର ନାମ ଥିଲା “ଲୂସ୍” କିନ୍ତୁ ଯାକୁବ ସେହି ସ୍ଥାନର ନାମ ଦେଲେ “ବୈଥେଲ୍”।
20 ଏହା ପରେ ଯାକୁବ ଏକ ପ୍ରତିଜ୍ଞା କଲେ, ସେ କହିଲେ, “ଯଦି ପରମେଶ୍ୱର ମୋ’ ସହିତ ରହିବେ, ଯଦି ଏହି ଯାତ୍ରାରେ ପରମେଶ୍ୱର ମୋର ସହାୟ ହେବେ, ଯଦି ପରମେଶ୍ୱର ମୋତେ ଖାଦ୍ୟ ବସ୍ତ୍ର ଯୋଗାଇବେ। 21 ଯଦି ପରମେଶ୍ୱର ମୋତେ ନିରାପଦରେ ମୋ’ ଗୃହକୁ ଫେରାଇ ଆଣନ୍ତି। ତେବେ ସଦାପ୍ରଭୁ ମୋର ପରମେଶ୍ୱର ହେବେ। 22 ମୁଁ ଏହି ପଥରଖଣ୍ଡକୁ ଏକ ସ୍ମରଣାର୍ଥକ ପ୍ରସ୍ତର ରୂପେ ସ୍ଥାପନ କରିଅଛି। ଏହା ପରମେଶ୍ୱରଙ୍କର ଏକ ପବିତ୍ର ସ୍ଥାନ ହେବ। ଆଉ ତୁମ୍ଭେ ଯାହାସବୁ ମୋତେ ଦେବ, ତହିଁର ଦଶମାଂଶ ମୁଁ ତୁମ୍ଭକୁ ଅବଶ୍ୟ ଦେବି।”
13 ସେହି ସମସ୍ତ ମହାନ ଲୋକ ମୃତ୍ୟୁ ପର୍ଯ୍ୟନ୍ତ ନିଜର ବିଶ୍ୱାସ ସହିତ ଜୀବିତ ରହିଲେ। ପରମେଶ୍ୱର ନିଜ ଲୋକଙ୍କୁ ପ୍ରତିଜ୍ଞା କରିଥିବା ବସ୍ତୁମାନ ସେହି ଲୋକମାନେ ପାଇଲେ ନାହିଁ। ସେମାନେ ଖାଲି ଦେଖିଲେ ଯେ, ସେହି ବିଷୟ ଗୁଡ଼ିକ ସୁଦୂର ଭବିଷ୍ୟତରେ ଆସିବ, ଓ ସେମାନେ (ସେତିକିରେ) ଖୁସୀ ହେଲେ। ସେମାନେ ଗ୍ରହଣ କରି ନେଲେ ଯେ ସେମାନେ ଏହି ପୃଥିବୀରେ ଯାତ୍ରୀ ଓ ଅପରିଚିତ ବ୍ୟକ୍ତି ଅଟନ୍ତି। 14 ଯେଉଁ ଲୋକମାନେ ସେହିଭଳି କଥା ମାନି ନିଅନ୍ତି, ସେମାନେ ସେମାନଙ୍କର ନିଜର ଗୋଟିଏ ଦେଶ ପାଇଁ ଅପେକ୍ଷାରତ ଅଛନ୍ତି ବୋଲି ପ୍ରଦର୍ଶିତ କରନ୍ତି। 15 ଯଦି ସେମାନେ ପୂର୍ବରୁ ଛାଡ଼ି ଥିବା ଦେଶ ବିଷୟରେ ଭାବୁ ଥିଲେ, ସେମାନେ ସେହି ସ୍ଥାନକୁ ଫେରିବାକୁ ଗୋଟିଏ ସୁଯୋଗ ଖୋଜି ପାଇ ପାରି ଥା’ନ୍ତେ। 16 କିନ୍ତୁ ବାସ୍ତବିକ ସେମାନେ ଗୋଟିଏ ଅପେକ୍ଷାକୃତ ଭଲ ଦେଶ ପାଇଁ ଅପେକ୍ଷା କରୁଥିଲେ, ଯାହାକି ଗୋଟିଏ ସ୍ୱର୍ଗୀୟ ଦେଶ। ତେଣୁ ପରମେଶ୍ୱର ସଙ୍କୋଚ କଲେ ନାହିଁ, ସେମାନଙ୍କର ପରମେଶ୍ୱର ଭାବରେ ପରିଚିତ ହେବା ପାଇଁ। ସେହି ଲୋକମାନଙ୍କ ଲାଗି ପରମେଶ୍ୱର ଗୋଟିଏ ନଗର ତିଆରି କରି ରଖି ଅଛନ୍ତି।
17-18 ପରମେଶ୍ୱର ଅବ୍ରହାମଙ୍କୁ ପରୀକ୍ଷା କରିଥିଲେ। ଅବ୍ରହାମଙ୍କୁ ପରମେଶ୍ୱର କହିଥିଲେ ଯେ, ଇସ୍ହାକଙ୍କୁ ବଳିରୂପେ ସମର୍ପିତ କରିବ। ଅବ୍ରହାମଙ୍କ ବିଶ୍ୱାସ ଥିବାରୁ ସେ ତାହା ମାନିଲେ। ପରମେଶ୍ୱରଙ୍କଠାରୁ ଅବ୍ରହାମ ପୂର୍ବରୁ ପ୍ରତିଜ୍ଞା ପାଇଥିଲେ। ପରମେଶ୍ୱର ଅବ୍ରହାମଙ୍କୁ କହି ସାରିଥିଲେ ଯେ, “ଇସ୍ହାକଙ୍କ ଦ୍ୱାରା ତୁମ୍ଭର ବଂଶଧରମାନେ ଆସିବେ।” କିନ୍ତୁ ନିଜର ଏକମାତ୍ର ପୁତ୍ର ଇସ୍ହାକଙ୍କୁ ସେ ସମର୍ପିତ କରିବା ପାଇଁ ପ୍ରସ୍ତୁତ ଥିଲେ। ବିଶ୍ୱାସ ଥିବାରୁ ଅବ୍ରହାମ ଏପରି କଲେ। 19 ଅବ୍ରହାମ ବିଶ୍ୱାସ କରିଥିଲେ ଯେ, ପରମେଶ୍ୱର ଲୋକମାନଙ୍କୁ ମୃତ୍ୟୁରୁ ଉଠାଇ ଆଣି ପାରିବେ। ପ୍ରକୃତରେ ଯେତେବେଳେ ସେ ଇସ୍ହାକଙ୍କୁ ମାରିବା ପାଇଁ ଗଲାବେଳେ ପରମେଶ୍ୱର ଅବ୍ରହାମଙ୍କୁ ଅଟକାଇ ଦେଲେ। ସେତେବେଳେ ଅବ୍ରହାମ ଯେପରି ଇସ୍ହାକଙ୍କୁ ମୃତ୍ୟୁରୁ ଫେରି ପାଇଲେ।
20 ବିଶ୍ୱାସ କାରଣରୁ ଇସ୍ହାକ, ଯାକୁବ ଓ ଏସୌଙ୍କୁ ସେମାନଙ୍କ ଭବିଷ୍ୟତ ବିଷୟରେ ଆଶୀର୍ବାଦ ଦେଲେ। 21 ବିଶ୍ୱାସ କାରଣରୁ ହିଁ, ମଲାବେଳେ ଯାକୁବ, ଯୋଷେଫଙ୍କ ପ୍ରତ୍ୟେକ ପୁତ୍ରକୁ ଆଶୀର୍ବାଦ କଲେ। ସେ ନିଜର ବାଡ଼ି ଉପରେ ନଇଁ ପଡ଼ି ପରମେଶ୍ୱରଙ୍କୁ ଉପାସନା କଲେ।
22 ବିଶ୍ୱାସ ଦ୍ୱାରା ହଁ, ନିଜର ଶେଷ ସମୟ ନିକଟ ହେବା ପୂର୍ବରୁ ଯୋଷେଫ ଇସ୍ରାଏଲ ନିବାସୀମାନଙ୍କର ମିଶର ଦେଶରୁ ନିର୍ଗମନ ବିଷୟରେ, ତାହାଙ୍କ ମୃତ୍ୟୁ ପରେ ତାହାଙ୍କୁ କିପରି କବର ଦେବେ, ସେ ବିଷୟରେ କହିଥିଲେ।
2010 by World Bible Translation Center