Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଉପଦେଶକ 3:1-13

ଗୋଟିଏ ସମୟ ଅଛି

ପ୍ରତ୍ୟେକ ଜିନିଷ ପାଇଁ ଏକ ଉଚିତ୍ ସମୟ ଅଛି ଏବଂ ସ୍ୱର୍ଗ ତଳେ ପ୍ରତ୍ୟେକ ଯୋଜନା ଠିକ୍ ସମୟରେ ଘଟିବ।

ଜନ୍ମ ହେବାର ଏକ ସମୟ ଅଛି,
    ଏବଂ ମରିବା ପାଇଁ ମଧ୍ୟ ଏକ ସମୟ ଅଛି।
ବୃକ୍ଷ ରୋପଣ ପାଇଁ ସମୟ ଅଛି,
    ବୃକ୍ଷ ଉପାଡ଼ିବା ପାଇଁ ମଧ୍ୟ ଏକ ସମୟ ଅଛି।
ବଧ କରିବାର ସମୟ ଅଛି
    ଓ ଆରୋଗ୍ୟ କରିବାର ମଧ୍ୟ ସମୟ ଅଛି।
ଧ୍ୱଂସ କରିବାର ସମୟ ଅଛି
    ଓ ଗଢ଼ିବା ପାଇଁ ମଧ୍ୟ ସମୟ ଅଛି।
କାନ୍ଦିବା ପାଇଁ ଏକ ସମୟ ଅଛି
    ଓ ହସିବା ପାଇଁ ମଧ୍ୟ ଏକ ସମୟ ଅଛି।
ବିଳାପ ପାଇଁ ସମୟ ଅଛି
    ଓ ଖୁସୀରେ ନୃତ୍ୟ କରିବାର ପାଇଁ ମଧ୍ୟ ସମୟ ଅଛି।
ପ୍ରସ୍ତର ପକାଇବାର ସମୟ ଅଛି
    ଓ ପ୍ରସ୍ତର ସଂଗ୍ରହ କରିବାର ମଧ୍ୟ ସମୟ ଅଛି।
ଆଲିଙ୍ଗନ ପାଇଁ ସମୟ ଅଛି
    ଓ ଆଲିଙ୍ଗନରୁ ନିବୃତ୍ତ ହେବାର ମଧ୍ୟ ସମୟ ଅଛି।
ଅନ୍ୱେଷଣ କରିବାର ସମୟ ଅଛି
    ଓ ହଜାଇବାର ମଧ୍ୟ ସମୟ ଅଛି।
ରହିବାର ସମୟ ଅଛି ଓ ହଜାଇବାର ମଧ୍ୟ ସମୟ ଅଛି।
    ରଖିବାର ସମୟ ଅଛି ଓ ପକାଇବାର ମଧ୍ୟ ସମୟ ଅଛି।
ଚିରିବାର ସମୟ ଅଛି
    ଓ ସିଲେଇ କରିବାର ମଧ୍ୟ ସମୟ ଅଛି।
ନୀରବ ରହିବାର ସମୟ ଅଛି
    ଓ କଥା କହିବାର ମଧ୍ୟ ସମୟ ଅଛି।
ପ୍ରେମ କରିବାର ସମୟ ଅଛି
    ଓ ଘୃଣା କରିବାର ମଧ୍ୟ ସମୟ ଅଛି।
ଯୁଦ୍ଧର ସମୟ ଅଛି
    ଓ ଶାନ୍ତିର ମଧ୍ୟ ସମୟ ଅଛି।

ପରମେଶ୍ୱର ତାଙ୍କ ସଂସାରକୁ ନିୟନ୍ତ୍ରଣ କଲେ

ଜଣେ ବ୍ୟକ୍ତି ତା'ର ସମସ୍ତ ପରିଶ୍ରମରୁ କ’ଣ ଲାଭ ପାଏ? 10 ମୁଁ ଦେଖିଲି, ସମସ୍ତ କଠିନ କାର୍ଯ୍ୟ ପରମେଶ୍ୱର ଆମ୍ଭମାନଙ୍କୁ କରିବାକୁ ଦେଇଥିଲେ। 11 ପରମେଶ୍ୱର ଏହା ଠିକ୍ ସମୟରେ ପ୍ରତ୍ୟେକ ଜିନିଷ ସୁନ୍ଦର କରନ୍ତି। ସେ ମଧ୍ୟ ଲୋକମାନଙ୍କ ମନରେ ଅନନ୍ତକାଳର ଧାରଣା ରଖନ୍ତି, କିନ୍ତୁ ସେମାନେ କେବେହେଲେ ପୁରାପୁରି ବୁଝିପାରନ୍ତି ନାହିଁ ଯେ, ପ୍ରତ୍ୟେକ ଜିନିଷ ପରମେଶ୍ୱର କରିଅଛନ୍ତି।

12 ତେଣୁ ମୁଁ ଅନୁଭବ କଲି ଯେ ବଞ୍ଚିଥିବା ପର୍ଯ୍ୟନ୍ତ ସେମାନେ ଖୁସୀ ରହିବା ଓ ସେମାନେ ନିଜକୁ ଉପଭୋଗ କରିବା ଛଡ଼ା ଅନ୍ୟ କିଛି ଲୋକମାନଙ୍କ ପାଇଁ ଅଧିକ ଉତ୍ତମ ନୁହେଁ। 13 ଯଦି ଜଣେ ବ୍ୟକ୍ତି ଖାଦ୍ୟ, ପାନୀୟ ଓ ଉତ୍ତମ ଦ୍ରବ୍ୟ ତା’ ପରିଶ୍ରମ ବଳରେ ଉପଭୋଗ କରି ପାରିଲା, ତେବେ ତାହା ପରମେଶ୍ୱରଙ୍କଠାରୁ ଉପହାର।

ଗୀତସଂହିତା 8

ପ୍ରଧାନ ବାଦ୍ୟକର ନିମନ୍ତେ ଯିଏକି ଗୀତ୍ତୀତ୍ ସ୍ୱରରେ ଗାନ କରେ। ଦାଉଦଙ୍କର ଏକ ଗୀତ।

ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ପ୍ରଶଂସାଯୁକ୍ତ।
    ତୁମ୍ଭର ନାମ ସ୍ୱର୍ଗରେ ମଧ୍ୟ ପ୍ରଶଂସା ଯୋଗ୍ୟ ଅଟେ।

ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କର ମୁହଁ ବନ୍ଦ କରିବାକୁ
    ଶିଶୁ ଓ ପିଲାମାନଙ୍କ କଣ୍ଠରେ ଶକ୍ତିଶାଳୀ ଗୀତ ପ୍ରଦାନ କରିଅଛି।

ହେ ସଦାପ୍ରଭୁ, ମୋ’ ଉପରେ ଥିବା ସ୍ୱର୍ଗକୁ ଗ୍ଭହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ୱାରା ନିର୍ମିତ ବୋଲି ଜଣାପଡ଼େ।
    ମୁଁ ସେହି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ଯ୍ୟ ହୁଏ।
“କାହିଁକି ତୁମ୍ଭେ ମନୁଷ୍ୟମାନଙ୍କୁ ଏତେ ପ୍ରାଧାନ୍ୟ ଦିଅ?
କାହିଁକି ତୁମ୍ଭେ ସେମାନଙ୍କର କ୍ଷତ ନିଅ?
    କାହିଁକି ତୁମ୍ଭେ ସେମାନଙ୍କୁ ଏତେ ଦୃଷ୍ଟି ଦିଅ?”

କିନ୍ତୁ ଲୋକମାନେ ତୁମ୍ଭ ପାଇଁ ମହତ୍ତ୍ୱପୂର୍ଣ୍ଣ, ପରମେଶ୍ୱର ତୁମ୍ଭେ ଲୋକମାନଙ୍କୁ ସୃଷ୍ଟି କରିଛ
    ଓ ସେମାନଙ୍କୁ ଗୌରବ ଓ କୀର୍ତ୍ତିରେ ମୁକୁଟ ମଣ୍ଡିତ କରିଛ।
ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସେହି ଲୋକମାନଙ୍କୁ ଅଧିଷ୍ଠିତ କରିଛ।
    ତୁମ୍ଭେ ସବୁ ସେହିମାନଙ୍କ ନିୟନ୍ତ୍ରଣରେ ଛାଡ଼ି ଦେଇଛ।
ଗୋରୁଗାଈ ଓ ସମସ୍ତ ବଣୁଆ ପଶୁଗଣ।
ଆକାଶର ଉଡ଼ୁଥିବା ପକ୍ଷୀମାନେ
    ଓ ସମୁଦ୍ରର ମାଛମାନେ ମଧ୍ୟ ଅଛନ୍ତି।
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ୱିତ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:1-6

ନୂତନ ଯିରୁଶାଲମ

21 ଏହା ପରେ ମୁଁ ଗୋଟିଏ ନୂତନ ସ୍ୱର୍ଗ ଓ ନୂତନ ପୃଥିବୀ ଦେଖିଲି। ପ୍ରଥମ ସ୍ୱର୍ଗ ଓ ପ୍ରଥମ ପୃଥିବୀ ଅଦୃଶ୍ୟ ହୋଇଯାଇଥିଲା। ସେଠାରେ ଆଉ ସମୁଦ୍ର ନ ଥିଲା। ତା'ପରେ ମୁଁ ପରମେଶ୍ୱରଙ୍କଠାରୁ ସ୍ୱର୍ଗରୁ ପବିତ୍ର ନଗରୀ ତଳକୁ ଆସିବାର ଦେଖିଲି। ଏହି ପବିତ୍ର ନଗରୀ ନୂତନ ଯିରୁଶାଲମ ଅଟେ। ବର ପାଇଁ କନ୍ୟା ଯେପରି ସୁସଜ୍ଜିତା ହୋଇଥାଏ, ଠିକ୍ ସେହିପରି ଏହା ପ୍ରସ୍ତୁତ ଥିଲା।

ମୁଁ ସିଂହାସନରୁ ଏକ ଉଚ୍ଚ ସ୍ୱର ଶୁଣିଲି। ସେହି ସ୍ୱର କହିଲା, “ବର୍ତ୍ତମାନ ପରମେଶ୍ୱରଙ୍କର ବାସସ୍ଥାନ ଲୋକମାନଙ୍କ ପାଖରେ ଅଛି। ସେ ସେମାନଙ୍କ ସହିତ ରହିବେ। ସେମାନେ ତାହାଙ୍କର ଲୋକ ହେବେ। ପରମେଶ୍ୱର ନିଜେ ସେମାନଙ୍କ ସହିତ ରହିବେ ଓ ସେମାନଙ୍କର ପରମେଶ୍ୱର ହେବେ। ପରମେଶ୍ୱର ସେମାନଙ୍କ ଆଖିରୁ ସମସ୍ତ ଲୁହ ପୋଛି ଦେବେ। ଆଉ ଅଧିକ ମୃତ୍ୟୁ, ବିଷାଦ, କ୍ରନ୍ଦନ ବା କଷ୍ଟ ରହିବ ନାହିଁ। ସବୁ ପୁରାତନ ବିଷୟ ଲୋପପାଇଛି।”

ସିଂହାସନ ଉପରେ ଯିଏ ବସିଥିଲେ, ସେ କହିଲେ, “ମୁଁ ସମସ୍ତ ବିଷୟ ନୂତନ କରୁଅଛି।” ତା'ପରେ ସେ କହିଲେ, “ଏହା ଲେଖି ରଖ, କାରଣ ଏହି କଥାସବୁ ବିଶ୍ୱାସ ଯୋଗ୍ୟ ଓ ସତ୍ୟ।”

ସିଂହାସନରେ ବସିଥିବା ବ୍ୟକ୍ତି ମୋତେ କହିଲେ, “ଏହା ସମାପ୍ତ ହୋଇଯାଇଛି। ମୁଁ ହେଉଛି ପ୍ରଥମ ଓ ଶେଷ।[a] ମୁଁ ତୃଷାର୍ତ୍ତ ଲୋକକୁ ବିନା ମୂଲ୍ୟରେ ଜୀବନ୍ତଜଳ ନିର୍ଝରରୁ ପାନ କରିବାକୁ ଦେବି।

ମାଥିଉ ଲିଖିତ ସୁସମାଗ୍ଭର 25:31-46

ମନୁଷ୍ୟପୁତ୍ର ସମସ୍ତଙ୍କର ବିଗ୍ଭର କରିବେ

31 “ମନୁଷ୍ୟପୁତ୍ର ପୁଣି ଥରେ ଆସିବେ, ସେ ତାହାଙ୍କର ମହିମା ସହିତ ଆସିବେ। ତାହାଙ୍କ ସହିତ ସମସ୍ତ ସ୍ୱର୍ଗଦୂତମାନେ ଆସିବେ। ସେ ରାଜା ହେବେ ଏବଂ ତାହାଙ୍କର ମହାନ ସିଂହାସନ ଉପରେ ବସିବେ। 32 ମନୁଷ୍ୟପୁତ୍ରଙ୍କ ଆଗରେ ଜଗତର ସବୁ ଲୋକେ ଏକାଠି ହେବେ। ତା'ପରେ ମନୁଷ୍ୟପୁତ୍ର ସବୁ ଲୋକଙ୍କୁ ଦୁଇଟି ଦଳରେ ବାଣ୍ଟି ଦେବେ। ଜଣେ ଜଗୁଆଳ ଯେପରି ଛେଳିମାନଙ୍କ ଭିତରୁ ମେଣ୍ଢାମାନଙ୍କୁ ଅଲଗା କରିଦିଏ ଏହା ଠିକ୍ ସେହିପରି ଅଟେ। 33 ମନୁଷ୍ୟପୁତ୍ର ମେଷମାନଙ୍କୁ ତାହାଙ୍କ ଡାହାଣ ପଟେ ରଖିବେ ଓ ଛାଗକୁ ତାହାଙ୍କ ବାମ ପଟେ ରଖିବେ।

34 “ତା'ପରେ ରାଜା ତାହାଙ୍କ ଡାହାଣ ପଟରେ ଥିବା ଲୋକମାନଙ୍କୁ କହିବେ, ‘ଆସ, ମୋର ପରମପିତା ତୁମ୍ଭମାନଙ୍କୁ ଆଶାର୍ବାଦ କରିଛନ୍ତି। ପରମେଶ୍ୱର ତୁମ୍ଭକୁ ଯେଉଁ ରାଜ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି, ତାହା ଲାଭ କର। ଜଗତ ସୃଷ୍ଟି ହେବା କାଳରୁ ତୁମ୍ଭ ପାଇଁ ସେ ରାଜ୍ୟ ପ୍ରସ୍ତୁତ ହୋଇ ସାରିଛି।” 35 ତୁମ୍ଭେ ଏହି ରାଜ୍ୟ ଲାଭ କରିବ କାରଣ ମୁଁ ଯେତେବେଳେ ଭୋକିଲା ଥିଲି, ସେତେବେଳେ ତୁମେ ମୋତେ ଖାଇବାକୁ ଦେଇଥିଲ। ମୋତେ ଶୋଷ ଲାଗୁଥିବା ସମୟରେ ମୋତେ କିଛି ପିଇବାକୁ ଦେଇଛ। ମୁଁ ଘରଠାରୁ ଦୂରରେ ଏକୁଟିଆ ଥିଲି। ତୁମ୍ଭେ ମୋତେ ତୁମ୍ଭ ଘରକୁ ଡାକିଥିଲ। 36 ମୋର କୌଣସି ଲୁଗାପଟା ନ ଥିଲା, ଏବଂ ତୁମ୍ଭେ ମୋତେ ପିନ୍ଧିବାକୁ ଦେଇଥିଲ। ମୁଁ ଅସୁସ୍ଥ ଥିଲି, ତୁମ୍ଭେ ମୋର ଯତ୍ନ ନେଇଥିଲ, ମୁଁ କାରାଗାରରେ ଥିଲି। ତୁମ୍ଭେ ମୋତେ ଦେଖିବାକୁ ଆସିଥିଲ।’

37 “ସେତେବେଳେ ଭଲ ଲୋକମାନେ ଉତ୍ତର ଦେବେ, ‘ହେ ପ୍ରଭୁ! ଆମ୍ଭେ କେତେବେଳେ ଆପଣଙ୍କୁ ଭୋକିଲା ଦେଖିଥିଲୁ ଓ ଖାଇବାକୁ ଦେଇଥିଲୁ? କେତେବେଳେ ଆମ୍ଭେ ଆପଣଙ୍କୁ ଶୋଷିଲା ଦେଖିଥିଲୁ ଓ ପିଇବାକୁ କିଛି ଦେଇଥିଲୁ? 38 କେତେବେଳେ ଆମ୍ଭେ ଆପଣଙ୍କୁ ଘରଠାରୁ ଦୂରରେ ଏକୁଟିଆ ଦେଖିଥିଲୁ ଓ ଆମ୍ଭ ଘରକୁ ଡାକିଥିଲୁ? କେତେବେଳେ ଆପଣଙ୍କୁ ଆମ୍ଭେ ପୋଷାକ ନ ଥିବା ବେଳେ ଦେଖିଥିଲୁ ଓ ପିନ୍ଧିବାକୁ କିଛି ଦେଇଥିଲୁ? 39 କେତେବେଳେ ଆପଣଙ୍କୁ ଆମ୍ଭେ ଅସୁସ୍ଥ ଅବସ୍ଥାରେ ବା କାରାଗାରରେ ଦେଖିଥିଲୁ ଓ ଆପଣଙ୍କର ଯତ୍ନ ନେଇଥିଲୁ?’

40 “ସେତେବେଳେ ରାଜା ଉତ୍ତର ଦେବେ, ‘ମୁଁ ତୁମ୍ଭକୁ ସତ୍ୟ କହୁଛି। ଏଠାରେ ତୁମ୍ଭେ ମୋର ଉପେକ୍ଷିତ ଭାଇମାନଙ୍କ ଭିତରୁ ଜଣକ ପାଇଁ ଯାହାକିଛି କଲ, ତାହା ତୁମ୍ଭେ ମୋ’ ପାଇଁ କଲ।’

41 “ତା'ପରେ ରାଜା ତାହାଙ୍କ ବାମ ପଟର ଲୋକମାନଙ୍କୁ କହିବେ, ‘ମୋ’ ପାଖରୁ ଗ୍ଭଲିଯାଅ। ପରମେଶ୍ୱର ତୁମ୍ଭ ନିମନ୍ତେ ଦଣ୍ଡ ନିରୂପଣ କରିଛନ୍ତି। ତୁମ୍ଭେ ଚିରକାଳ ଜଳୁଥିବା ନିଆଁକୁ ଯିବ, ଯାହାକି ଶୟତାନ ଓ ତା'ର ଦୂତମାନଙ୍କ ପାଇଁ ପ୍ରସ୍ତୁତ ହୋଇଛି। 42 କାରଣ ମୁଁ ଭୋକିଲା ଥିଲି କିନ୍ତୁ ତୁମ୍ଭେ ମୋତେ କିଛି ଖାଇବାକୁ ଦେଇ ନ ଥିଲ, 43 ମୁଁ ଶୋଷିଲା ଥିଲି କିନ୍ତୁ ତୁମ୍ଭେ ମୋତେ କିଛି ପିଇବାକୁ ଦେଇ ନ ଥିଲ। ମୁଁ ଏକୁଟିଆ ଘରଠାରୁ ଦୂରରେ ଥିଲି, କିନ୍ତୁ ତୁମ୍ଭେ ମୋତେ ଘର ଭିତରକୁ ଡାକିଲ ନାହିଁ, ମୋର ଲୁଗାପଟା ନ ଥିଲା, ମୋତେ ତୁମ୍ଭେ ପିନ୍ଧିବାକୁ କିଛି ଦେଇ ନ ଥିଲ। ମୁଁ ଅସୁସ୍ଥ ଥିଲି, ଓ କାରାଗାରରେ ଥିଲି ଓ ତୁମ୍ଭେ ମୋ’ ପାଇଁ ଚିନ୍ତା କରି ନ ଥିଲ।’

44 “ତା'ପରେ ସେମାନେ ମଧ୍ୟ ଉତ୍ତର ଦେବେ, ‘ପ୍ରଭୁ, ଆପଣଙ୍କୁ କେତେବେଳେ ଆମ୍ଭେ ଭୋକିଲା ବା ଶୋଷିଲା ଦେଖିଥିଲୁ? ଆମ୍ଭେ କେତେବେଳେ ଆପଣଙ୍କୁ ଏକୁଟିଆ ଓ ଘରଠାରୁ ଦୂରରେ ଦେଖିଥିଲୁ? କେତେବେଳେ ଆପଣଙ୍କୁ ଆମ୍ଭେ ଲୁଗାପଟା ନ ଥିବା ଅବସ୍ଥାରେ ବା ଅସୁସ୍ଥ ଅବସ୍ଥାରେ ବା କାରାଗାରରେ ଦେଖିଥିଲୁ? କେବେ ଏସବୁ ଆମ୍ଭେ ଦେଖିଥିଲୁ ଓ ଆପଣଙ୍କୁ ସାହାଯ୍ୟ କଲୁ ନାହିଁ?’

45 “ତା'ପରେ ରାଜା ଉତ୍ତର ଦେବେ, ‘ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଯେତେବେଳେ ଏଠାରେ ତୁମ୍ଭେ ମୋର ଉପେକ୍ଷିତ ଲୋକଙ୍କ ଭିତରୁ ଯେକୌଣସି ଲୋକକୁ ସାହାଯ୍ୟ କରିବାକୁ ମନାକଲ, ତୁମ୍ଭେ ମୋତେ ସାହାଯ୍ୟ କରିବା ପାଇଁ ମନାକଲ!’

46 “ତା'ପରେ ଏହି ଲୋକଗୁଡ଼ିକ ଗ୍ଭଲିଯିବେ, ସେମାନଙ୍କୁ ସବୁ ଦିନ ପାଇଁ ଦଣ୍ଡ ଭୋଗିବାକୁ ପଡ଼ିବ। କିନ୍ତୁ ଭଲ ଲୋକମାନେ ଅନନ୍ତ ଜୀବନ ଲାଭ କରିବେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center