Revised Common Lectionary (Semicontinuous)
5 କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ,
ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
6 ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର
ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ।
ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।
7 ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି।
ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି।
ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
8 ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି।
ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
9 ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି।
ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି,
ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।
10 ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ।
ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ।
ସଦାପ୍ରଭୁଙ୍କର ପ୍ରଶଂସା କର।
13 ଏହିପରି ଭାବରେ ବୋୟାଜ ଋତକୁ ବିବାହ କଲେ। ସଦାପ୍ରଭୁ ଋତକୁ ଆଶୀର୍ବାଦ କରନ୍ତେ ସେ ଗର୍ଭବତୀ ହେଲା, ଏବଂ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲା। 14 ସହରର ସ୍ତ୍ରୀଲୋକମାନେ ନୟମୀକୁ କହିଲେ,
“ଧନ୍ୟ ସେହି ସଦାପ୍ରଭୁ, ଯିଏ ତୁମ୍ଭକୁ ଏହି ସନ୍ତାନ ଦେଇଛନ୍ତି।
ସେ ଇସ୍ରାଏଲ ଦେଶରେ ବିଖ୍ୟାତ ହେବ।
15 ବୃଦ୍ଧାବସ୍ଥାରେ ସେ ତୁମ୍ଭକୁ ସାନ୍ତ୍ୱନା ଦେବ
ଓ ତୁମ୍ଭକୁ ପ୍ରତିପାଳନ କରିବ।
ତୁମ୍ଭର ବୋହୂ ସାତୋଟି ପୁତ୍ର ଅପେକ୍ଷା
ତୁମ୍ଭକୁ ଅଧିକ ପ୍ରେମ କରିବ।”
16 ନୟମୀ ସେହି ବାଳକକୁ କୋଳାଇ ନେଲା ଏବଂ ତା'ର ପ୍ରତିପାଳନ କଲା। 17 ସେହି ସ୍ତ୍ରୀଲୋକମାନେ କହିଲେ, “ବର୍ତ୍ତମାନ ନୟମୀର ଏକ ପୁତ୍ର ଅଛି।” ତେଣୁ ସେମାନେ ତା'ର ନାମ ଦେଲେ, ଓବେଦ୍। ସେ ଥିଲା ଯିଶୟର ପିତା ଏବଂ ଯିଶୟ ଥିଲା ରାଜା ଦାଉଦଙ୍କର ପିତା।
11 ମୁଁ କହିଲା ଭଳି, ଏପରି ଭାବରେ ସବୁକିଛି ନଷ୍ଟ ହୋଇଯିବ। ଅତଏବ, ତୁମ୍ଭେ କିପରି ଲୋକ ହେବା ଉଚିତ୍? ତୁମ୍ଭେ ପବିତ୍ର ଜୀବନଯାପନ କରି ପରମେଶ୍ୱରଙ୍କ ସେବା କରିବା ଉଚିତ୍। 12 ପ୍ରଭୁଙ୍କ ଦିନଟି ଆସିବା ପାଇଁ ତୁମ୍ଭେ ଅପେକ୍ଷାରେ ରହିବା ଉଚିତ୍। ସେହି ଦିନ ଆସିଲେ ଅଗ୍ନି ଦ୍ୱାରା ଆକାଶ ନଷ୍ଟ ହୋଇ ଯିବ ଓ ଆକାଶରେ ଥିବା ସବୁ ମୌଳିକ ବସ୍ତୁଗୁଡ଼ିକ ଉତ୍ତାପରେ ତରଳି ଯିବ। 13 କିନ୍ତୁ ପରମେଶ୍ୱର ଆମ୍ଭକୁ ଗୋଟିଏ ପ୍ରତିଶ୍ରୁତି ଦେଇଛନ୍ତି। ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ଜଗତର ଅପେକ୍ଷାରେ ଅଛୁ। ତାହା ଧାର୍ମିକତାର ବାସସ୍ଥଳୀ ହେବ।
14 ପ୍ରିୟ ମିତ୍ରଗଣ, ଏହି ଘଟଣା ଘଟିବା ପାଇଁ ଆମ୍ଭେ ଅପେକ୍ଷାରେ ଅଛୁ। ଅତଏବ ପାପ ଓ ଦୋଷ ନ କରିବା ପାଇଁ କଠୋର ପରିଶ୍ରମ କର। ପରମେଶ୍ୱରଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର। 15 ପ୍ରଭୁ ଧୈର୍ଯ୍ୟବାନ ବୋଲି ଆମ୍ଭେ ରକ୍ଷା ପାଇଛୁ, ଏହା ମନେରଖ। ପରମେଶ୍ୱରଙ୍କ ପ୍ରଦତ୍ତ ଜ୍ଞାନ ବଳରେ ଆମ୍ଭର ପ୍ରିୟ ଭାଇ ପାଉଲ ତୁମ୍ଭକୁ ଲେଖିଲା ବେଳେ ସେ ସେହି କଥା କହିଥିଲେ। 16 ନିଜର ସମସ୍ତ ପତ୍ରଗୁଡ଼ିକରେ ପାଉଲ ଏହିକଥା ଲେଖନ୍ତି। ବେଳେବେଳେ ପାଉଲଙ୍କ ପତ୍ରରେ କେତେକ କଥା ବୁଝିବା ପାଇଁ କଷ୍ଟକର ହୁଏ। କେତେଲୋକ ସେହି କଥାଗୁଡ଼ିକୁ ଭୁଲ୍ ଭାବରେ ବ୍ୟାଖ୍ୟା କରନ୍ତି। ସେମାନେ ମୂର୍ଖ ଓ ବିଶ୍ୱାସରେ ଦୁର୍ବଳ। ସେହି ଲୋକମାନେ ଅନ୍ୟ ଶାସ୍ତ୍ରଗୁଡ଼ିକୁ[a] ମଧ୍ୟ ଭୁଲଭାବେ ବୁଝାଇଥା’ନ୍ତି। କିନ୍ତୁ ଏପରି କରିବା ଦ୍ୱାରା ସେମାନେ ନିଜର ଅନିଷ୍ଟ କରୁଛନ୍ତି।
17 ପ୍ରିୟ ମିତ୍ରଗଣ, ତୁମ୍ଭେ ଏହି ବିଷୟରେ ଆଗରୁ ଜାଣ। ଅତଏବ ସାବଧାନ ରୁହ। ସେହି ମନ୍ଦ ଲୋକମାନେ କରୁଥିବା ମନ୍ଦକାର୍ଯ୍ୟ ଦ୍ୱାରା ତୁମ୍ଭେ ନିଜକୁ ପ୍ରଭାବିତ ହେବାକୁ ଦିଅ ନାହିଁ। ନିଜ ଦୃଢ଼ ବିଶ୍ୱାସରୁ ବିଚଳିତ ନ ହେବା ପାଇଁ ସାବଧାନ ରୁହ। 18 କିନ୍ତୁ ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଜ୍ଞାନ ଓ ଅନୁଗ୍ରହରେ ବୃଦ୍ଧି ପାଅ। ତାହାଙ୍କର ମହିମା ବର୍ତ୍ତମାନ ଓ ସଦାସର୍ବଦା ରହିଥାଉ। ଆମେନ୍।
2010 by World Bible Translation Center