Revised Common Lectionary (Semicontinuous)
କୋରହ ସନ୍ତାନଗଣର ଏକ ଗୀତ।
87 ପରମେଶ୍ୱର ଯିରୁଶାଲମ ପର୍ବତ ଉପରେ ତାଙ୍କର ମନ୍ଦିର ପ୍ରତିଷ୍ଠା କଲେ।
2 ସଦାପ୍ରଭୁ ଇସ୍ରାଏଲର ସମସ୍ତ ସ୍ଥାନ ଅପେକ୍ଷା ସିୟୋନର ଦ୍ୱାର ସମୂହକୁ ଅଧିକ ସ୍ନେହ କରନ୍ତି।
3 ହେ ପରମେଶ୍ୱରଙ୍କ ନଗରୀ, ତୁମ୍ଭ ବିଷୟରେ ଲୋକମାନେ ନାନାବିଧ ଗୌରବର କଥା କୁହନ୍ତି। ସେଲା
4-6 ପରମେଶ୍ୱର ତାଙ୍କର ଲୋକମାନଙ୍କର ଏକ ତାଲିକା ରଖିଛନ୍ତି।
“ସେ ଜାଣନ୍ତି ତାଙ୍କର ପ୍ରତ୍ୟେକ ଲୋକ କେଉଁଠାରେ ଜନ୍ମ ହୋଇଥିଲେ।”
ସେହିମାନଙ୍କ ମଧ୍ୟରୁ ଯେଉଁମାନେ ତାଙ୍କର ସେବା କରନ୍ତି, ସେମାନେ ମିଶର ଓ ବାବିଲରେ ବାସ କରନ୍ତି।
“ସେମାନଙ୍କ ମଧ୍ୟରୁ କେତେକ ପଲେଷ୍ଟୀୟରେ, ସୋରରେ ଓ ଇଥିଓପିଆରେ ବାସ କରନ୍ତି।”
ଆଉ ସିୟୋନ ସେମାନଙ୍କର ସମସ୍ତ ନାମକୁ ଜାଣନ୍ତି ପ୍ରତ୍ୟେକ ସେଠାରେ ଜନ୍ମ ହୋଇଥିଲେ। ସେଲା
7 ସେହି ପର୍ବରେ ନର୍ତ୍ତକ ଓ ଗାୟକ କହିବେ।
“ସମସ୍ତେ ଭଲ ଜିନିଷ ତୁମ୍ଭ ମଧ୍ୟରୁ ଆସେ।”
17 “ତା'ପରେ ତୁମ୍ଭେମାନେ ଜାଣିବ ଯେ,
ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର।
ଆମ୍ଭେ ପବିତ୍ର ପର୍ବତ ସିୟୋନରେ ବାସ କରିବା।
ଯିରୁଶାଲମ ଗୋଟିଏ ପବିତ୍ର ସ୍ଥାନରେ ପରିଣତ ହେବ।
ବିଦେଶୀୟମାନେ ଆଉ ଏହି ନଗରରେ
ପ୍ରବେଶ କରି ପାରିବେ ନାହିଁ।
ଯିହୁଦା ପାଇଁ ଗୋଟିଏ ନୂତନ ଜୀବନର ପ୍ରତିଜ୍ଞା
18 “ସେହି ଦିନ ପର୍ବତଗୁଡ଼ିକ ମଧୁର ଦ୍ରାକ୍ଷାରସ କ୍ଷରଣ କରିବେ।
ପାହାଡ଼ଗୁଡ଼ିକରୁ ଦୁଗ୍ଧ ପ୍ରବାହିତ ହେବ।
ଯିହୁଦାର ସମସ୍ତ ଶୁଷ୍କ ନଦୀଗୁଡ଼ିକ ଜଳପୂର୍ଣ୍ଣ ହେବେ।
ସଦାପ୍ରଭୁଙ୍କ ମନ୍ଦିରରୁ ଏକ ଝରଣା ନିର୍ଗତ ହେବ।
ତାହା ଶିଟୀମର ଉପତ୍ୟକାକୁ ଜଳମୟ କରିବ।
19 ମିଶର ଗୋଟିଏ ନିର୍ଜନ ସ୍ଥାନ ହେବ ଏବଂ ଶୂନ୍ୟ ମରୁଭୂମି ହେବ।
କାରଣ ସେମାନେ ଯିହୁଦାର ଲୋକମାନଙ୍କ ପ୍ରତି ନିଷ୍ଠୁର ହୋଇଥିଲେ।
ସେମାନେ ସେହି ଦେଶର ନିରୀହ ଲୋକମାନଙ୍କୁ
ହତ୍ୟା କରିଥିଲେ।
20 କିନ୍ତୁ ଯିହୁଦା ଓ ଯିରୁଶାଲମରେ
ଲୋକମାନେ ପୁରୁଷାନୁକ୍ରମେ ଚିରକାଳ ବାସ କରିବେ।
ଯୀଶୁ ଦୁଇ ପୁଅର କାହାଣୀ କହିଲେ
28 “କୁହତ ଦେଖି, ତୁମ୍ଭେ ଏବିଷୟରେ କ’ଣ ଭାବୁଛ? ଜଣେ ଲୋକର ଦୁଇଟି ପୁଅ ଥିଲେ। ସେ ପ୍ରଥମ ପୁଅ ପାଖକୁ ଯାଇ କହିଲେ, ‘ପୁଅ ଆଜି ଯା ଓ ଅଙ୍ଗୁର ବଗିଗ୍ଭରେ କାମ କର।’
29 “ପୁଅ କହିଲା, ‘ମୁଁ ଯିବି ନାହିଁ।’ କିନ୍ତୁ ପରେ ସେ ନିଜର ମନ ବଦଳାଇ ଗଲା।
30 “ତା'ପରେ ତା’ ବାପା ଅନ୍ୟ ପୁଅ ପାଖକୁ ଗଲେ ଓ ତାକୁ ସେହି କଥା କହିଲେ। ସେ କହିଲା, ‘ହଁ, ଆଜ୍ଞା ମୁଁ ଯିବି।’ କିନ୍ତୁ ଗଲା ନାହିଁ।
31 “ତେବେ କୁହ, ‘କେଉଁ ପୁଅ ତା'ର ବାପାଙ୍କ ବାଧ୍ୟ ହେଲା?”
ଯିହୂଦୀ ଧର୍ମ ନେତାମାନେ କହିଲେ, “ପ୍ରଥମ ପୁଅଟି ମାନିଲା।’
ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ତୁମ୍ଭେମାନେ ଭାବ ଯେ, କରଆଦାୟକାରୀ ଓ ବେଶ୍ୟାମାନେ ଖରାପ ମଣିଷ। କିନ୍ତୁ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆଗ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ।” 32 ତୁମ୍ଭମାନଙ୍କୁ ବଞ୍ଚିବା ପାଇଁ ଠିକ୍ ବାଟ ଦେଖାଇବାକୁ ଯୋହନ ଆସି ଥିଲେ। ତୁମ୍ଭେମାନେ ଯୋହନଙ୍କୁ ବିଶ୍ୱାସ କଲ ନାହିଁ। କିନ୍ତୁ କରଆଦାୟକାରୀ ଓ ବେଶ୍ୟାମାନେ ଯୋହନଙ୍କୁ ବିଶ୍ୱାସ କଲେ। କରଆଦାୟକାରୀ ଓ ବେଶ୍ୟାମାନେ ଯୋହନଙ୍କୁ ବିଶ୍ୱାସ କରିଛନ୍ତି ବୋଲି ତୁମ୍ଭେ ଦେଖିଲ। ତଥାପି ତାହାଙ୍କଠାରେ ବିଶ୍ୱାସ କରିବା ଲାଗି ତୁମ୍ଭେମାନେ ହୃଦୟ ପରିବର୍ତ୍ତନ କଲ ନାହିଁ।
2010 by World Bible Translation Center