Revised Common Lectionary (Semicontinuous)
ଆସଫ୍ର ଗୋଟିଏ ଗୀତ।
50 ସଦାପ୍ରଭୁ ପରମେଶ୍ୱର କହିଛନ୍ତି।
ସେ ପୃଥିବୀର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରନ୍ତି ଏବଂ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ କହନ୍ତି।
2 ପରମ ସୌନ୍ଦର୍ଯ୍ୟମୟୀ[a] ପରମେଶ୍ୱର, ବାକ୍ୟସବୁ ସିୟୋନ ପର୍ବତରେ ଥିବା ମନ୍ଦିରରେ କୁହାଯାଏ।
ସେହି ମନ୍ଦିର ପର୍ବତକୁ ଶୋଭା ମଣ୍ଡିତ କରିଥାଏ।
3 ଆମ୍ଭର ପରମେଶ୍ୱର ଆସୁଛନ୍ତି ଓ ସେ କେବେ ନୀରବରେ ରହିପାରିବେ ନାହିଁ।
ତାଙ୍କ ସମ୍ମୁଖରେ ଅଗ୍ନି ଜଳୁଛି, ସେଠାରେ ଏକ ବିରାଟ ଝଡ଼ ତାଙ୍କ ଗ୍ଭରିପାଖରେ ଘୂରି ବୁଲୁଛି।
4 ଆମ୍ଭର ପରମେଶ୍ୱର ଆକାଶ ଓ ପୃଥିବୀକୁ ଡାକି କହିଲେ, ତୁମ୍ଭେ ଶୁଣ,
ମୁଁ ପରମେଶ୍ୱରଙ୍କର ଲୋକମାନଙ୍କର ବିଗ୍ଭର କରିବି।
5 ପରମେଶ୍ୱର କହନ୍ତି, “ମୋର ଅନୁସରଣକାରୀଗଣ, ମୋ’ ଚତୁର୍ପାର୍ଶ୍ୱରେ ଏକତ୍ରିତ ହୁଅ।
ମୋର ଉପାସକଗଣ, ଯେଉଁମାନେ ମୋ’ ସହିତ ଚୁକ୍ତି କଲ, ତୁମ୍ଭେମାନେ ଆସ।”
6 ପରମେଶ୍ୱର ହେଉଛନ୍ତି ବିଗ୍ଭରକର୍ତ୍ତା।
ସ୍ୱର୍ଗ ତାଙ୍କର ନ୍ୟାୟ ପ୍ରିୟତାକୁ ବର୍ଣ୍ଣନା କରେ। ସେଲା
7 ପରମେଶ୍ୱର କହନ୍ତି, “ଇସ୍ରାଏଲର ଅଧିବାସୀଗଣ, ମୋର ଅନୁଗାମୀମାନେ ମୋର କଥା ଶୁଣ,
ମୁଁ ତୁମ୍ଭକୁ ତାହାର ପ୍ରମାଣ ଦେଖାଇବି ଯାହା ତୁମ୍ଭ ବିରୁଦ୍ଧରେ ଯିବ।
ମୁଁ ହିଁ ପରମେଶ୍ୱର, ତୁମ୍ଭର ପରମେଶ୍ୱର।
8 ମୁଁ ତୁମ୍ଭର ବଳିଦାନ ବିଷୟରେ ଅଭିଯୋଗ କରୁ ନାହିଁ,
ତୁମ୍ଭେ ଇସ୍ରାଏଲର ଅଧିବାସୀଗଣ ପ୍ରତିଦିନ ମୋ’ ପାଇଁ ହୋମବଳି ଆଣୁଅଛ, ତୁମ୍ଭେ ତାହାକୁ ମୋତେ ପ୍ରତିଦିନ ଅର୍ପଣ କରୁଅଛ।
22 ହେ ଲୋକମାନେ, ତୁମ୍ଭେ ପରମେଶ୍ୱରଙ୍କୁ ଭୁଲି ଯାଇଛ।
ତେଣୁ ତୁମ୍ଭେମାନେ ଭଲଭାବେ ବୁଝିବା ଉଚିତ୍ ଯେ,
ମୁଁ ତୁମ୍ଭକୁ ଖଣ୍ଡ ଖଣ୍ଡ କରି ଚିରିଦେବି।
ଯଦି ତାହା ଘଟେ ତେବେ ତୁମ୍ଭକୁ କୌଣସି ବ୍ୟକ୍ତି ଉଦ୍ଧାର କରି ପାରିବେ ନାହିଁ।
23 ଯେକେହି ମୋତେ ଧନ୍ୟବାଦାର୍ଥକ ନୈବେଦ୍ୟ ଉତ୍ସର୍ଗ କରେ, ମୋତେ ସମ୍ମାନ ପ୍ରଦର୍ଶନ କରେ
ଏବଂ ଯେକେହି ସତ୍ମାର୍ଗରେ ଗ୍ଭଲିବାକୁ ନିଷ୍ପତ୍ତି ନିଏ, ସେ ମୋର ରକ୍ଷା କରିବାର ଶକ୍ତି ଦେଖି ପାରିବ।”
18 ଭ୍ରଷ୍ଟାଗ୍ଭର ଜ୍ୱଳନ୍ତ ଅଗ୍ନିତୁଲ୍ୟ। ପ୍ରଥମେ ସେ ଅନାବନା ଘାସ ଓ କଣ୍ଟାବୃକ୍ଷକୁ ଜାଳି ଦିଏ। ତା'ପରେ ସେ ଅଗ୍ନି ବୃଦ୍ଧିପାଇ ବଡ଼ ବୁଦା ଓ ଅରଣ୍ୟକୁ ଜାଳିଦିଏ। ଶେଷରେ ସେ ଅଗ୍ନି ବିରାଟ ରୂପ ଧାରଣ କରେ ଓ ଘନ ମେଘତୁଲ୍ୟ ଧୂମ ହୋଇ ଉପରକୁ ଉଠେ।
19 ସର୍ବଶକ୍ତିମାନ ସଦାପ୍ରଭୁ ଏତେ କ୍ରୋଧିତ ହୁଅନ୍ତି ଯେ ସମଗ୍ର ଦେଶ ଅଗ୍ନିରେ ଦଗ୍ଧୀଭୂତ ହୁଏ ଓ ସମସ୍ତ ଲୋକ ଭସ୍ମିଭୂତ ହୁଅନ୍ତି। କୌଣସି ବ୍ୟକ୍ତି ତା'ର ଭାଇକୁ ସାହାଯ୍ୟ କରନ୍ତି ନାହିଁ। 20 ଲୋକମାନେ ଦକ୍ଷିଣ ହସ୍ତରେ ଚଞ୍ଚଳ ଚଞ୍ଚଳ ଗିଳି ପକାଇବେ, ମାତ୍ର କ୍ଷୁଧିତ ହେବେ। ବାମ ହସ୍ତରେ ଯାହା ଭୋଜନ କରିବେ ସେଥିରେ ତୃପ୍ତ ହେବେ ନାହିଁ। ତା'ପରେ ସେମାନେ ନିଜ ପିଲାମାନଙ୍କ ମାଂସ ଭକ୍ଷ୍ୟଣ କରିବେ। 21 ଏହାର ଅର୍ଥ ହେଉଛି ମନଃଶି ଇଫ୍ରୟିମ ବିରୁଦ୍ଧରେ ଓ ଇଫ୍ରୟିମ ମନଃଶି ବିରୁଦ୍ଧରେ ଏବଂ ସେମାନେ ଉଭୟ ଯିହୁଦା ବିରୁଦ୍ଧରେ ଲଢ଼ିବେ।
ତଥାପି ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ଉପରେ କ୍ରୋଧିତ ଓ ସେମାନଙ୍କୁ ଦଣ୍ଡ ଦେବାରୁ ନିବୃତ୍ତ ହେବେ ନାହିଁ।
10 ଯେଉଁମାନେ ଅଧର୍ମ ବ୍ୟବସ୍ଥା କରନ୍ତି ସେ ଆଇନ ପ୍ରଣୟନକାରୀମାନଙ୍କୁ ଧ୍ୟାନ ଦିଅ। ଯେଉଁ ନିୟମ ପ୍ରଣୟନକାରୀ ଲୋକମାନଙ୍କର ଜୀବନକୁ କଷ୍ଟମୟ ଓ ଜଟିଳ କରିବା ପାଇଁ ଲେଖନ୍ତି। ସେମାନେ ସନ୍ତାପର ପାତ୍ର। 2 ସେହି ବ୍ୟବସ୍ଥାକାରୀଗଣ ଦରିଦ୍ରମାନଙ୍କ ପ୍ରତି ନ୍ୟାୟ ବିଗ୍ଭର କରନ୍ତି ନାହିଁ। ସେମାନେ ଦରିଦ୍ରମାନଙ୍କର ଅଧିକାରକୁ ଛିନ୍ନ କରନ୍ତି। ସେମାନେ ମଧ୍ୟ ବିଧବା ଓ ଅନାଥର ଧନ ଲୁଣ୍ଠନ କରିବାକୁ ଲୋକମାନଙ୍କୁ ପ୍ରବର୍ତ୍ତାନ୍ତି।
3 ହେ ବ୍ୟବସ୍ଥାକାରୀଗଣ, ପ୍ରତିଫଳ ଦେବାର ଦିନରେ ତୁମ୍ଭମାନଙ୍କୁ ତୁମ୍ଭର କାର୍ଯ୍ୟକଳାପ ସମ୍ବନ୍ଧରେ ବୁଝାଇବାକୁ ପଡ଼ିବ। ଦୂରଦେଶରୁ ତୁମ୍ଭର ବିନାଶ ଆସୁଛି। ତୁମ୍ଭେମାନେ ସେତେବେଳେ କ’ଣ କରି ପାରିବ, ସାହାଯ୍ୟ ପାଇଁ ତୁମ୍ଭେମାନେ କାହା ନିକଟକୁ ଦୌଡ଼ିବ? ତୁମ୍ଭର ଅର୍ଥ ଓ ସମ୍ପଦ ତୁମ୍ଭଙ୍କୁ ସାହାଯ୍ୟ କରିବ ନାହିଁ। 4 ତୁମ୍ଭେ ଜଣେ ବନ୍ଦୀଲୋକ ପରି ମୁଣ୍ଡ ନୁଆଁଇବ। ଜଣେ ମୃତଲୋକ ପରି ପଡ଼ିରହିବ। ମାତ୍ର ତାହା ତୁମ୍ଭକୁ ସାହାଯ୍ୟ କରିବ ନାହିଁ। ପରମେଶ୍ୱର ତଥାପି କ୍ରୋଧାନ୍ୱିତ ରହିବେ। ସେ ତଥାପି ତୁମ୍ଭକୁ ଦଣ୍ଡ ଦେବାକୁ ପ୍ରସ୍ତୁତ ରହିବେ।
ସ୍ତିଫାନଙ୍କ ଭାଷଣ
7 ମହାଯାଜକ ସ୍ତିଫାନଙ୍କୁ ପଗ୍ଭରିଲେ, “ଏସବୁ କଥା କ’ଣ ସତ୍ୟ?” 2 ସେ ଉତ୍ତର ଦେଲେ, “ମୋର ଯିହୂଦୀ ପିତାମାନେ ଓ ଭାଇମାନେ, ମୋ’ କଥା ଶୁଣ। ଆମ୍ଭର ପିତା ଅବ୍ରହାମ ହାରୋଣ ନଗରରେ ବାସ କରିବା ପୂର୍ବରୁ ଯେତେବେଳେ ମେସପତାମିଆରେ ଥିଲେ, ସେତେବେଳେ ଗୌରବମୟ ପରମେଶ୍ୱର ତାହାଙ୍କୁ ଦର୍ଶନ ଦେଇ କହିଲେ, 3 ‘ତୁମ୍ଭେ ନିଜ ଦେଶ ଓ ବନ୍ଧୁବର୍ଗଙ୍କୁ ଛାଡ଼ି ମୁଁ ତୁମ୍ଭକୁ ଯେଉଁ ଦେଶ ଦେଖାଇବି, ସେ ଦେଶକୁ ଗ୍ଭଲିଯାଅ।’(A)
4 “ତେଣୁ ସେ କଲଦୀୟମାନଙ୍କ ସ୍ଥାନ ତ୍ୟାଗ କରି ହାରଣରେ ବାସ କଲେ। ତାହାଙ୍କ ପିତାଙ୍କ ମୃତ୍ୟୁ ପରେ ପରମେଶ୍ୱର ତାହାଙ୍କୁ ଏଠାକୁ ଆଣିଲେ, ଯେଉଁଠି ତୁମ୍ଭେମାନେ ବର୍ତ୍ତମାନ ରହୁଛ। 5 ପରମେଶ୍ୱର ତାହାଙ୍କୁ କିଛି ଦେଲ ନାହିଁ। ଏପରିକି ଗୋଟିଏ ଫୁଟ ଜାଗା ମଧ୍ୟ ନୁହେଁ। ସେତେବେଳେ ତାହାଙ୍କର କିଛି ପିଲାପିଲି ନ ଥିଲା। ପରମେଶ୍ୱର ତାହାଙ୍କୁ ଓ ତାହାଙ୍କର ଭବିଷ୍ୟତ୍ ଉତ୍ତରାଧିକାରୀଙ୍କୁ ଏହି ଭୂମି ଏକ ଅଧିକାର ରୂପେ ଦେବା ପାଇଁ ପ୍ରତିଜ୍ଞା କରିଥିଲେ।
6 “ପରମେଶ୍ୱର ତାହାଙ୍କୁ ଏହିକଥା କହିଥିଲେ, ‘ତୁମ୍ଭର ସନ୍ତାନମାନେ ବିଦେଶରେ ଦାସ କର୍ମ କରିବେ। ସେମାନେ ତାହାଙ୍କୁ ଗ୍ଭରିଶହ ବର୍ଷ ପର୍ଯ୍ୟନ୍ତ ଖରାପ ବ୍ୟବହାର କରିବେ।’(B) 7 ପରମେଶ୍ୱର କହିଲେ, ‘ଯେଉଁମାନେ ସେମାନଙ୍କୁ ଦାସ କରି ରଖିଛନ୍ତି, ମୁଁ ସେମାନଙ୍କୁ ଦଣ୍ଡ ଦେବି। ତା'ପରେ ସେମାନେ ସେଠାରୁ ଆସି ଏହି ସ୍ଥାନରେ ମୋତେ ପୂଜା କରିବେ।’(C)
8 “ଏହିପରି ପରମେଶ୍ୱର ଅବ୍ରହାମଙ୍କୁ ଏହି ଚୁକ୍ତି ପାଇଁ ସୁନ୍ନତର ଚିହ୍ନ ପ୍ରଦାନ କଲେ। ସେ ଇସ୍ହାକଙ୍କର ପିତା ହେଲେ। ଇସ୍ହାକଙ୍କ ଜନ୍ମର ଅଷ୍ଟମ ଦିନ ଅବ୍ରହାମ ତାହାଙ୍କର ସୁନ୍ନତ କଲେ ଓ ଇସ୍ହାକ ତାହାଙ୍କର ପୁତ୍ର ଯାକୁବର ସୁନ୍ନତ କଲେ। ପୁଣି ଯାକୁବ ତାହାଙ୍କ ବାରଜଣ ପୁତ୍ରଙ୍କର ସୁନ୍ନତ କଲେ, ଏହି ପୁତ୍ରମାନେ ଆମ୍ଭ ଗୋଷ୍ଠୀଗୁଡ଼ିକର ପିତା ହେଲେ।
2010 by World Bible Translation Center