Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 44

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୀତ, ମସ୍କୀଲ୍।

44 ହେ ପରମେଶ୍ୱର, ଆମ୍ଭେ ତୁମ୍ଭ ବିଷୟରେ ଶୁଣିଅଛୁ।
    ଆମ୍ଭର ପିତୃପୁରୁଷଙ୍କୁ ଜୀବନ କାଳରେ ଓ ପୂର୍ବରେ ତୁମ୍ଭେ ଯାହାସବୁ କରିଥିଲ ତାହା ଆମ୍ଭେମାନେ ଶୁଣିଅଛୁ।
    ସେମାନେ ତାହା ଆମ୍ଭମାନଙ୍କୁ ଜଣାଇଅଛନ୍ତି।
ହେ ପରମେଶ୍ୱର, ତୁମ୍ଭର ଅସୀମ ଶକ୍ତି ବଳରେ ଏହି ରାଜ୍ୟକୁ
    ସେମାନଙ୍କଠାରୁ ଛଡ଼ାଇ ନେଇ ତାହା ଆମ୍ଭମାନଙ୍କୁ ଦେଇଅଛ।
ତୁମ୍ଭେ ସେହି ବିଦେଶୀ ଲୋକମାନଙ୍କୁ ନିଶ୍ଚିହ୍ନ କରିଛ।
    ତୁମ୍ଭେ ସେମାନଙ୍କୁ ବିଦେଶ ଭୂମି ଛାଡ଼ିବାକୁ ବାଧ୍ୟ କରିଛ।
ଆମ୍ଭର ପିତୃପୁରୁଷଙ୍କ ଖ‌ଡ଼୍‌ଗ ଦ୍ୱାରା ଏ ରାଜ୍ୟ ମିଳି ନାହିଁ।
    ସେମାନଙ୍କର ବଳିଷ୍ଠ ବାହୁ ଯୁଗଳ ସେମାନଙ୍କୁ ବିଜୟୀ କରି ନାହିଁ।
ଏହା କେବଳ ସମ୍ଭବ ହୋଇଛି, ଯେହେତୁ ତୁମ୍ଭେ ସେମାନଙ୍କ ସାଙ୍ଗରେ ଥିଲ।
    ହେ ପରମେଶ୍ୱର, ତୁମ୍ଭର ଅସୀମ ଶକ୍ତି ଆମ୍ଭର ପିତୃପୁରୁଷଙ୍କୁ ରକ୍ଷା କରିଥିଲା।
    କାରଣ ତୁମ୍ଭେ ସେମାନଙ୍କୁ ଭଲ ପାଉଥିଲ।
ହେ ମୋର ପରମେଶ୍ୱର, ତୁମ୍ଭେ ମୋର ରାଜା ଅଟ।
    ଆଜ୍ଞା ଦିଅ ଓ ଯାକୁବର ଲୋକଙ୍କୁ ମୁକ୍ତ କରାଅ।
ହେ ମୋର ପରମେଶ୍ୱର, ତୁମ୍ଭରି ସାହାଯ୍ୟରେ ଆମ୍ଭର ଶତ୍ରୁମାନଙ୍କୁ ଆମ୍ଭେ ପଛକୁ ତଡ଼ି ଦେବୁ।
    ତୁମ୍ଭର ନାମକୁ ନେଇ ଆମ୍ଭେମାନେ ଆମ୍ଭର ଶତ୍ରୁମାନଙ୍କ ଉପରେ ଚଢ଼ି ଗ୍ଭଲିଯିବୁ।
ମୁଁ ମୋର ଧନୁରେ ବିଶ୍ୱାସ କରେ ନାହିଁ,
    କିଅବା ମୋର ଖଣ୍ଡା ମୋତେ ରକ୍ଷା କରି ପାରିବ ନାହିଁ।
ହେ ପରମେଶ୍ୱର, ତୁମ୍ଭେ ଆମ୍ଭଙ୍କୁ ମିଶରଠାରୁ ବଞ୍ଚାଇଛ।
    ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ଲଜ୍ଜା ପ୍ରଦାନ କରିଛ।
ଆମ୍ଭେ ସାରାଦିନ ପରମେଶ୍ୱରଙ୍କ ପ୍ରଶଂସା କରିଛୁ।
    ଆମ୍ଭେ ଚିରକାଳ ତୁମ୍ଭର ପ୍ରଶଂସା କରିବୁ। ସେଲା

କିନ୍ତୁ ହେ ପରମେଶ୍ୱର, ତୁମ୍ଭେ ଆମ୍ଭକୁ ଛାଡ଼ି ଗ୍ଭଲିଗଲ।
    ତୁମ୍ଭେ ଆମ୍ଭକୁ ମାନସିକ ଅଶାନ୍ତ କଲ।
    ତୁମ୍ଭେ ଆମ୍ଭ ସହିତ ଯୁଦ୍ଧ କ୍ଷେତ୍ରକୁ ଆସିଲ ନାହିଁ।
10 ଆମ୍ଭର ଶତ୍ରୁମାନେ ଆମ୍ଭକୁ ପଛକୁ ତଡ଼ି ଦେଲେ।
    ଆମ୍ଭର ଶତ୍ରୁମାନେ ଆମ୍ଭର ଧନ ସମ୍ପତ୍ତି ନେଇଗଲେ।
11 ତୁମ୍ଭେ ଆମ୍ଭକୁ ମେଣ୍ଢା ତୁଲ୍ୟ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ନିମନ୍ତେ ସମର୍ପଣ କରିଅଛ।
    ତୁମ୍ଭେ ଆମ୍ଭକୁ ବିଦେଶୀମାନଙ୍କ ମଧ୍ୟରେ ଛିନ୍ନଭିନ୍ନ କରିଅଛ।
12 ହେ ପରମେଶ୍ୱର, ତୁମ୍ଭେ ଆପଣା ଲୋକଙ୍କୁ ବିନା ମୂଲ୍ୟରେ ବିକ୍ରୀ କରି ଦେଉଛ
    ଓ ସେମାନଙ୍କର ଉଚିତ୍ ଦାମ୍ ପାଇଁ ମଧ୍ୟ ଆଲୋଚନା କରି ନାହଁ।

13 ତୁମ୍ଭେ ଆମ୍ଭମାନଙ୍କୁ ଆମ୍ଭର ପଡ଼ୋଶୀମାନଙ୍କ ନିକଟରେ ପରିହାସର ପାତ୍ର କରିଛ।
    ସେମାନେ ଆମ୍ଭକୁ ଦେଖି ହସନ୍ତି ଓ ଥଟ୍ଟା କରନ୍ତି।
14 ତୁମ୍ଭେ ଆମ୍ଭକୁ ଏକ ବିପର୍ଯ୍ୟୟର କାହାଣୀରେ ପରିଣତ କରିଛ, ଯାହା ଲୋକମାନେ କହୁଛନ୍ତି।
    ଯେଉଁ ଲୋକଙ୍କର ନିଜର ରାଜ୍ୟ ମଧ୍ୟ ନାହିଁ, ସେମାନେ ଆମ୍ଭକୁ ଦେଖି ହସୁଛନ୍ତି ଓ ମୁଣ୍ଡ ହଲାଉଛନ୍ତି।
15 ଲଜ୍ଜାରେ ମୁଁ ଢାଙ୍କି ହୋଇଯାଇଛି।
    ସାରାଦିନ ମୁଁ ସେହି ତିରସ୍କାର ଦେଖୁଛି।
16 ଲୋକମାନେ ଯାହା କହୁଛନ୍ତି ସେଥିପାଇଁ ମୁଁ ଲଜ୍ଜିତ,
    ଏହିସବୁ ଯେଉଁ ଲୋକମାନେ କହୁଛନ୍ତି ଏ ମୋର ଶତ୍ରୁ।

17 ହେ ପରମେଶ୍ୱର, ଆମ୍ଭେ ତୁମ୍ଭକୁ ଭୁଲି ଯାଇ ନାହୁଁ।
    ତଥାପି ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏସବୁ ଘଟାଇଛ।
    ଯେତେବେଳେ ତୁମ୍ଭର ନିୟମକୁ ସ୍ୱୀକୃତି ପ୍ରଦାନ କରିଥିଲୁ ତୁମ୍ଭ ସହିତ ଆମ୍ଭେମାନେ ମିଥ୍ୟା କହି ନାହୁଁ।
18 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭ ନିକଟରୁ ଦୂରେଇ ଯାଇ ନାହୁଁ।
    ଆମ୍ଭେମାନେ ତୁମ୍ଭକୁ ଅନୁସରଣ କରିବାରେ ପଛେଇ ନାହୁଁ।
19 ହେ ପରମେଶ୍ୱର, ତୁମ୍ଭେ ଏହି ସ୍ଥାନରେ ଆମ୍ଭକୁ ପଦଦଳିତ କଲ।
    ଯେଉଁଠାରେ ଶୃଗାଳମାନେ ବାସ କରନ୍ତି।
    ତୁମ୍ଭେ ଆମ୍ଭକୁ ଏପରି ଏକ ସ୍ଥାନରେ ଛାଡ଼ିଦେଲ ଯାହା ମୃତ୍ୟୁଭଳି ଗାଢ଼ ଅନ୍ଧକାର ଅଟେ।

20 ଆମ୍ଭେ କ’ଣ ଆମ୍ଭ ପରମେଶ୍ୱରଙ୍କ ନାମ ଭୁଲି ଯାଇଛୁ?
    ଆମ୍ଭେ କ’ଣ ଅନ୍ୟ କୌଣସି ଦେବତାଙ୍କୁ ଡାକିଛୁ? ନା।
21 ପ୍ରକୃତରେ ପରମେଶ୍ୱର ସେ ସବୁ କଥା ଜାଣନ୍ତି।
    ସେ ମଧ୍ୟ ଆମ୍ଭର ସମସ୍ତ ଗୋପନ କଥା ଜାଣନ୍ତି।
22 ହେ ପରମେଶ୍ୱର, ସାରାଦିନ ଆମ୍ଭେ ତୁମ୍ଭ ପାଇଁ ମୃତ୍ୟୁବରଣ କରୁଛୁ।
    ଆମ୍ଭେ ହେଉଛୁ ସେହି ମେଣ୍ଢାସବୁ ଯେଉଁମାନଙ୍କୁ ହତ୍ୟା କରିବାକୁ ନିଆ ଯାଉଥାଏ।

23 ମୋର ପ୍ରଭୁ, ତୁମ୍ଭେ ଜାଗ୍ରତ ହୁଅ।
    କାହିଁକି ତୁମ୍ଭେ ଶୋଇ ରହିଛ?
    ଉଠ, ଚିରଦିନ ପାଇଁ ଆମ୍ଭକୁ ଛାଡ଼ିଯାଅ ନାହିଁ।
24 ହେ ପରମେଶ୍ୱର, କାହିଁକି ତୁମ୍ଭେ ଆମ୍ଭଠାରୁ ଲୁଚିଅଛ?
    ତୁମ୍ଭେ କ’ଣ ଆମ୍ଭର ଦୁଃଖ ଓ ଯନ୍ତ୍ରଣା ସବୁ ଭୁଲି ଯାଇଅଛ?

25 ଆମ୍ଭମାନଙ୍କୁ ଧୂଳିମାଟି ଭିତରକୁ ଠେଲି ଦିଆ ହୋଇଛି।
    ଆମ୍ଭମାନଙ୍କର ଉଦର ମାଟି ଧୂଳିରେ ପଡ଼ି ରହିଛି।
26 ହେ ପରମେଶ୍ୱର, ଜାଗ୍ରତ ହୁଅ।
    ଆମ୍ଭକୁ ସାହାଯ୍ୟ କର।
    ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ହେତୁ ଆମ୍ଭମାନଙ୍କୁ ଉଦ୍ଧାର କର।

ହୋଶେୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 6:11-7:16

11 ହେ ଯିହୁଦା, ତୁମ୍ଭ ପାଇଁ ଅମଳର ସମୟ ଅଛି।
    ଏହା ହିଁ ଘଟିବ।
    ଏକ ସମୟରେ ଆମ୍ଭେ ଆମ୍ଭର ଲୋକମାନଙ୍କୁ ବନ୍ଦୀ ଅବସ୍ଥାରୁ ମୁକ୍ତ କରିବା।
“ଆମ୍ଭେ ଇସ୍ରାଏଲକୁ ସୁସ୍ଥ କରିବା।
    ତା'ପରେ ଲୋକମାନେ ଜାଣିବେ ଯେ ଇଫ୍ରୟିମ ପାପ କରିଥିଲା।
ଶମରିୟାର ପାପ ଆଚରଣ ବିଷୟରେ ଲୋକମାନେ ଜାଣିବେ।
    ସେହି ସହରରେ ଗ୍ଭେରମାନେ ଯାତାୟାତ କରୁଛନ୍ତି ଲୋକମାନେ ଜାଣିବେ।
ସେମାନଙ୍କର ଦୋଷକୁ ଆମ୍ଭେ ସ୍ମରଣ କରିବା ସେହି ଲୋକମାନେ ବିଶ୍ୱାସ କରନ୍ତି ନାହିଁ।
    ସେମାନେ ଯେଉଁ ମନ୍ଦକାର୍ଯ୍ୟସବୁ ଗ୍ଭରିଆଡ଼େ କରିଥିଲେ
    ଆମ୍ଭେ ସ୍ପଷ୍ଟ ଭାବରେ ଦେଖି ପାରୁଛୁ।
ସେମାନଙ୍କର ମନ୍ଦକାର୍ଯ୍ୟ ସେମାନଙ୍କର ରାଜାଙ୍କୁ ଖୁସୀ କରେ।
    ସେମାନଙ୍କର ମିଥ୍ୟା ସେମାନଙ୍କର ନେତାଙ୍କୁ ଆନନ୍ଦ ପ୍ରଦାନ କରେ।
ସମସ୍ତ ଲୋକମାନେ ବ୍ୟଭିଗ୍ଭରୀ ଅଟନ୍ତି।
    ସେମାନେ ରୋଟୀ ପ୍ରସ୍ତୁତକାରୀ ତୁନ୍ଦୁରର ଉତ୍ତପ୍ତଠାରୁ
ଅଧିକ ଉତ୍ତପ୍ତ ଥିବା ତୁନ୍ଦୁର ଗ୍ଭରିପଟେ ଗ୍ଭଲନ୍ତି।
    ରୋଟୀ ପ୍ରସ୍ତୁତକାରୀ ଅଟା ଦଳୁଥାଏ,
ଯେଉଁ ପର୍ଯ୍ୟନ୍ତ ରୋଟୀ ଫୁଲି ପ୍ରସ୍ତୁତ ହୁଏ, ସେ ଅଗ୍ନିକୁ ଉତ୍ତେଜିତ କରେ ନାହିଁ।
    କିନ୍ତୁ ଲୋକମାନେ ନିଜ ମନୋଭାବକୁ ଗରମ ରଖିଛନ୍ତି।
ଆମ୍ଭ ରାଜାଙ୍କ ରାଜତ୍ୱକାଳରେ ସେମାନେ ନିଆଁକୁ ଉତ୍ତପ୍ତ କରି ଗ୍ଭଲନ୍ତି।
    ସେମାନେ ଭୋଜିରେ ପାନୀୟ ଦିଅନ୍ତି।
ଦ୍ରାକ୍ଷାରସର ଉତ୍ତାପରେ ନେତୃମଣ୍ତଳୀ ଅସୁସ୍ଥ ହୋଇପଡ଼ନ୍ତି।
    ତେଣୁ ରାଜା ପରମେଶ୍ୱରଙ୍କୁ ଉପହାସ କରୁଥିବା ଲୋକମାନଙ୍କ ସହିତ ହାତ ମିଳାନ୍ତି।
କୋଇଲାକୁ ଚୁଲ୍ଲୀରେ ଦେବାପରି
    ସେମାନେ ତାଙ୍କର ହୃଦୟକୁ ମନ୍ଦ ଯୋଜନା କରିବା ପାଇଁ ଏକତ୍ରିତ କରନ୍ତି।
ରାତ୍ରିସାରା ସେମାନଙ୍କ ଉତ୍କଣ୍ଠା କୁହୁଳୁ ଥାଏ
    ଏବଂ ଏହା ପ୍ରଭାତରେ ଜ୍ୱଳନ୍ତ ଅଗ୍ନିପରି ହୁଏ।
ସେମାନେ ଉତ୍ତପ୍ତ ଚୁଲ୍ଲାପରି ହୁଅନ୍ତି।
    ସେମାନେ ସେମାନଙ୍କର ଶାସକକୁ ଧ୍ୱଂସ କଲେ।
ସମସ୍ତ ରାଜାଙ୍କର ପତନ ହେଲା।
    କୌଣସି ଜଣେ ବ୍ୟକ୍ତି ମୋତେ ସାହାଯ୍ୟ ଭିକ୍ଷା କରି ନ ଥିଲେ।

“ଇଫ୍ରୟିମ ଗୋଷ୍ଠୀଗଣ ସହିତ ମିଶେ।
    ସେ ସେହି ପିଠା ସଦୃଶ ଯାହାର ଉଭୟ ପାଖ ସେକା ହୋଇ ନାହିଁ।
ଇଫ୍ରୟିମ, ଜାଣେ ନାହିଁ
    ତା'ର ଶକ୍ତି ବିଦେଶୀମାନଙ୍କ ଦ୍ୱାରା ନିସ୍ତେଜ ହୋଇଯାଇଛି।
ତା'ର ବୃଦ୍ଧାବସ୍ଥା ଆସୁଛି ବୋଲି
    ସେ ଜାଣେ ନାହିଁ।
10 ଇଫ୍ରୟିମର ଗର୍ବ ତା’ ବିରୁଦ୍ଧରେ ସାକ୍ଷୀ ଦିଏ।
    ଯଦିଓ ଲୋକମାନଙ୍କର ଅନେକଗୁଡ଼ିଏ ଦୁଃଖ ଥିଲା,
ତଥାପି ସେମାନେ ସଦାପ୍ରଭୁଙ୍କ ନିକଟକୁ ଫେରି ନ ଥିଲେ
    କି ସଦାପ୍ରଭୁଙ୍କର ସାହାଯ୍ୟ ମାଗି ନ ଥିଲେ।
11 ତେଣୁ ଇଫ୍ରୟିମ ବିଗ୍ଭର ଶକ୍ତିହୀନ ନିର୍ବୋଧ କପୋତ ପାଲଟି ଯାଇଛି।
    ତା'ର ଲୋକମାନେ ମିଶରକୁ ସାହାଯ୍ୟ ଭିକ୍ଷା କଲେ
    ଓ ଅଶୂରକୁ ସାହାଯ୍ୟ ପାଇଁ ଗଲେ।
12 ସେମାନେ ଯେଉଁ ଯେଉଁ ଦେଶକୁ ସାହାଯ୍ୟ ପାଇଁ ଯିବେ
    ଆମ୍ଭେ ସେମାନଙ୍କ ଉପରେ ଆମ୍ଭର ଜାଲ ବିଛାଇ ଦେବା
ଏବଂ ଆକାଶର ପକ୍ଷୀକୁ ତଳକୁ ଆଣିଲା ପରି
    ତଳକୁ ଘେନି ଆସିବା।
    ସେମାନଙ୍କର ଚୁକ୍ତି ପାଇଁ ସେମାନଙ୍କୁ ଦଣ୍ତଦେବା।
13 ସେମାନଙ୍କ ପାଇଁ ଏହା ଅତି ମନ୍ଦ ହେବ।
    ସେମାନେ ଆମ୍ଭଙ୍କୁ ପରିତ୍ୟାଗ କରିଥିଲେ ଏବଂ ଅମାନ୍ୟ କରିଥିଲେ।
ତେଣୁ ସେମାନେ ବିନଷ୍ଟ ହେବେ।
    ଆମ୍ଭେ ସେମାନଙ୍କୁ ରକ୍ଷା କରିଥିଲୁ କିନ୍ତୁ ସେମାନେ ଆମ୍ଭ ବିରୁଦ୍ଧରେ ମିଥ୍ୟା କହୁଛନ୍ତି।
14 ସେମାନେ କେବେ ଆନ୍ତରିକତା ସହ ଆମ୍ଭଙ୍କୁ ଡାକନ୍ତି ନାହିଁ।
    ସେମାନେ ସେମାନଙ୍କ ବିଛଣାରେ କ୍ରନ୍ଦନ କରନ୍ତି।
ଯେତେବେଳେ ସେମାନେ ମୂର୍ତ୍ତିଗୁଡ଼ିକୁ ଖାଦ୍ୟ ଓ ଦ୍ରାକ୍ଷାରସ ପାଇଁ ପୂଜା କରନ୍ତି।
    ସେମାନେ ନିଜେ ନିଜକୁ ହତ୍ୟା କରନ୍ତି।
    କିନ୍ତୁ ସେମାନଙ୍କ ଅନ୍ତରସବୁ ମୋ'ଠାରୁ ଦୂରେଇ ଯାଇଛି।
15 ଯଦିଓ ଆମ୍ଭେ ସେମାନଙ୍କୁ ତାଲିମ ଦେଇ ଶୃଙ୍ଖଳିତ କଲୁ ଓ ସେମାନଙ୍କର ବାହୁକୁ ଶକ୍ତିଶାଳୀ କରାଇଲୁ,
    ତଥାପି ସେମାନେ ଆମ୍ଭ ବିରୁଦ୍ଧରେ ମନ୍ଦ ଯୋଜନା କଲେ।
16 କିନ୍ତୁ ସେମାନେ ଆମ୍ଭ ନିକଟକୁ ଫେରି ଆସିଲେ ନାହିଁ।
ସେମାନେ ଗୋଟିଏ ତୃଟିପୂର୍ଣ୍ଣ ବୁମେରାଂ ପରି
    ବ୍ୟବହାର କଲେ।
ସେମାନଙ୍କର ନେତାମାନେ ସେମାନଙ୍କର ଶକ୍ତି ଉପରେ
ବୃଥା ବଡ଼ିମା ଦେଖାଉଥିଲେ
    କିନ୍ତୁ ସେମାନେ ଖଣ୍ଡାରେ ନିହତ ହେବେ
ଏବଂ ମିଶରବାସୀଙ୍କ ଦ୍ୱାରା ଉପହାସର ପାତ୍ର ହେବେ।

ମାଥିଉ ଲିଖିତ ସୁସମାଗ୍ଭର 5:43-48

ସମସ୍ତଙ୍କୁ ପ୍ରେମ କର

(ଲୂକ 6:27-28,32-36)

43 “ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି: ‘ତୁମ୍ଭର ପଡ଼ୋଶୀଙ୍କୁ ପ୍ରେମ କର ଓ ଶତ୍ରୁମାନଙ୍କୁ ଘୃଣା କର।’(A) 44 କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତ୍ରୁକୁ ମଧ୍ୟ ପ୍ରେମ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପ୍ରାର୍ଥନା କର। 45 ତା'ହେଲେ ତୁମ୍ଭେ ସ୍ୱର୍ଗରେ ରହୁଥିବା ପରମପିତାଙ୍କ ଯଥାର୍ଥ ସନ୍ତାନ ହୋଇ ପାରିବ। ପରମପିତା, ଭଲ ଲୋକ ଓ ମନ୍ଦ ଲୋକ ଉଭୟଙ୍କ ଉପରେ ତାହାଙ୍କ ସୂର୍ଯ୍ୟ ଉଦିତ କରାନ୍ତି। ସେ ଭଲ କାମ କରୁଥିବା ଲୋକ ଓ ମନ୍ଦ କାମ କରୁଥିବା ଲୋକ, ଉଭୟଙ୍କ ଉପରେ ବର୍ଷା ବର୍ଷାନ୍ତି। 46 ଯେଉଁମାନେ ତୁମ୍ଭକୁ ପ୍ରେମ କରିଛନ୍ତି, ତୁମ୍ଭେ ଯଦି କେବଳ ସେହିମାନଙ୍କୁ ପ୍ରେମ କରିବ ତେବେ ତୁମ୍ଭେମାନେ କୌଣସି ପୁରସ୍କାର ପାଇବ ନାହିଁ? ଏପରିକି କରଆଦାୟକାରୀ[a]ମାନେ ମଧ୍ୟ ଏହା କରନ୍ତି। 47 ଯଦି ତୁମ୍ଭେ କେବଳ ନିଜ ଭାଇ ବନ୍ଧୁମାନଙ୍କୁ ନମସ୍କାର କର, ତେବେ ତୁମ୍ଭେ ଅନ୍ୟମାନଙ୍କଠାରୁ କ’ଣ ଅଧିକ କଲ? ବିଧର୍ମୀମାନେ କ’ଣ ଏଭଳି କରନ୍ତି ନାହିଁ କି? 48 ଏଣୁ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center