Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ହୋଶେୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 1:2-10

ସଦାପ୍ରଭୁଙ୍କର ହୋଶେୟ ପ୍ରତି ଏହା ଥିଲା ପ୍ରଥମ ବାର୍ତ୍ତା। ସଦାପ୍ରଭୁ କହିଲେ, “ଯାଅ, ଏକ ଗଣିକାକୁ ବିବାହ କର, ଯାହାଫଳରେ ବେଶ୍ୟାର ପୁତ୍ର ଜନ୍ମ ହେବ। କାରଣ ଏହି ଦେଶର ଲୋକମାନେ ଗଣିକା ପରି କାର୍ଯ୍ୟ କରିଛନ୍ତି। ସଦାପ୍ରଭୁଙ୍କଠାରେ ଅବିଶ୍ୱସ୍ତ ହୋଇଛନ୍ତି।”

ଯିଷ୍ରିୟେଲଙ୍କ ଜନ୍ମ

ତେଣୁ ହୋଶେୟ ଦିବ୍ଲାଇମଙ୍କ କନ୍ୟା ଗୋମରଙ୍କୁ ବିବାହ କଲେ। ଗୋମରା ଗର୍ଭବତୀ ହେଲେ ଏବଂ ହୋଶେୟଙ୍କ ପାଇଁ ଏକ ପୁତ୍ର ସନ୍ତାନ ଜନ୍ମ କଲେ। ସଦାପ୍ରଭୁ ହୋଶେୟକୁ କହିଲେ, “ତା'ର ନାମ ଯିଷ୍ରିୟେଲ ଦିଅ। କାରଣ ଅଳ୍ପ ସମୟ ପରେ ମୁଁ ଯେହୂର ପରିବାରକୁ ଦଣ୍ତ ଦେବି। କାରଣ ସେ ଯିଷ୍ରିୟେଲ ଉପତ୍ୟକାରେ ରକ୍ତପାତ କରିଥିଲେ। ତା'ପରେ ମୁଁ ଇସ୍ରାଏଲ ସାମ୍ରାଜ୍ୟର ପତନ ଘଟାଇବି। ମୁଁ ଇସ୍ରାଏଲର ଧନୁକୁ ସେହି ଯିଷ୍ରିୟେଲ ଉପତ୍ୟକାରେ ଭାଙ୍ଗିବି।”

ଲୋ-ରୁହାମାଙ୍କ ଜନ୍ମ

ତା'ପରେ ଗୋମର ପୁନର୍ବାର ଗର୍ଭବତୀ ହେଲେ ଓ ଏକ କନ୍ୟା ସନ୍ତାନ ଜନ୍ମ ଦେଲେ। ସଦାପ୍ରଭୁ ହୋଶେୟକୁ କହିଲେ, “ତା'ର ନାମ ଲୋ-ରୁହାମା ଦିଅ। କାରଣ ଆମ୍ଭେ ଏଣିକି ଇସ୍ରାଏଲ ଜାତିକୁ ଆଉ ଦୟା ଦେଖାଇବା ନାହିଁ। ଆମ୍ଭେ ସେମାନଙ୍କୁ କ୍ଷମା ଦେବା ନାହିଁ। କିନ୍ତୁ ଆମ୍ଭେ ଯିହୁଦାର ଲୋକଙ୍କୁ ଦୟା ଦେଖାଇବା। ଆମ୍ଭେ ଯିହୁଦା ଦେଶକୁ ରକ୍ଷା କରିବା। ଆମ୍ଭେ ସେମାନଙ୍କୁ ରକ୍ଷା କରିବାକୁ ଖଣ୍ତା କି ଧନୁ ବ୍ୟବହାର କରିବା ନାହିଁ। ଆମ୍ଭେ ସେମାନଙ୍କୁ ରକ୍ଷା କରିବାକୁ ଯୁଦ୍ଧରେ ଅଶ୍ୱ କି ସୈନ୍ୟ ବ୍ୟବହାର କରିବା ନାହିଁ। ଆମ୍ଭେ ସେମାନଙ୍କୁ ଆମ୍ଭ ନିଜ ଶକ୍ତି ବଳରେ ରକ୍ଷା କରିବା।”

ଲୋ-ଆମୀଙ୍କ ଜନ୍ମ

ଗୋମରା ଲୋ-ରୁହାମାଙ୍କ ସେବା ଶେଷ କଲାପରେ ସେ ପୁନର୍ବାର ଗର୍ଭବତୀ ହେଲେ। ସେ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଲେ। ତା'ପରେ ସଦାପ୍ରଭୁ କହିଲେ, “ତା'ର ନାମ ଲୋ-ଆମୀ ଦିଅ। କାରଣ, ତୁମ୍ଭେମାନେ ଆମ୍ଭର ଲୋକ ନୁହଁ କି ଆମ୍ଭେ ତୁମ୍ଭର ପରମେଶ୍ୱର ନୁହଁ।”

10 “ସମୁଦ୍ରର ବାଲୁକା ସଦୃଶ ଇସ୍ରାଏଲ ସନ୍ତାନଗଣର ସଂଖ୍ୟା ଭବିଷ୍ୟତରେ ବୃଦ୍ଧି ପାଇବ। ତୁମ୍ଭେ ସମୁଦ୍ରର ବାଲିକୁ ମାପି ପାରିବ ନାହିଁ କି ଗଣି ପାରିବ ନାହିଁ। ଯେଉଁ ସ୍ଥାନରେ ସେମାନଙ୍କୁ କୁହାଯାଇଥିଲା, ସେହି ସ୍ଥାନରେ ଏହା ଘଟିବ। ସେମାନଙ୍କୁ ମଧ୍ୟ କୁହାଯିବ, ‘ତୁମ୍ଭେମାନେ ମୋ’ ଲୋକ ନୁହଁ। ତୁମ୍ଭେ ଜୀବନ୍ତ ପରମେଶ୍ୱରଙ୍କର ସନ୍ତାନ ଅଟ।’

ଗୀତସଂହିତା 85

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣଙ୍କର ଗୀତ।

85 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦେଶ ପ୍ରତି ଦୟା ଦେଖାଇଅଛ।
    ବିଦେଶରେ ଯାକୁବର ଲୋକମାନେ ବନ୍ଦୀ ହୋଇଥିଲେ।
    ସେମାନଙ୍କୁ ଛଡ଼ାଇ ତାଙ୍କର ନିଜ ଦେଶକୁ ନେଇଆସିଲ।
ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକମାନଙ୍କର ଅପରାଧ ସବୁ କ୍ଷମା କଲ।
    ଆଉ ତୁମ୍ଭେ ସେମାନଙ୍କର ପାପସବୁ ପୋଛିଲ। ସେଲା

ଆପଣା ସମସ୍ତ କ୍ରୋଧରୁ ନିବୃତ୍ତ ହେଲ।
    ଆପଣା କ୍ରୋଧରେ ପ୍ରଚଣ୍ଡ ହେଲ ନାହିଁ।

ହେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱର, ଆମ୍ଭମାନଙ୍କୁ ତୁମ୍ଭ ପାଖକୁ ଫେରାଇ ଆଣ
    ଏବଂ ଆମ୍ଭ ଉପରେ ଅପ୍ରସନ୍ନ ହେବା ବନ୍ଦ କର।
ତୁମ୍ଭେ କି ସଦାକାଳ ଆମ୍ଭ ଉପରେ
    କ୍ରୋଧିତ ହୋଇ ରହିବ?
ନିଶ୍ଚିତ ତୁମ୍ଭେ ଆଉଥରେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦେବ।
    ତେଣୁ ତୁମ୍ଭର ଲୋକମାନେ ତୁମ୍ଭ ସହିତ ଆନନ୍ଦ କରିବେ।
ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର
    ଏବଂ ଦେଖାଇ ଦିଅ ଯେ ତୁମ୍ଭେ ଆମ୍ଭକୁ ପ୍ରେମ କରୁଛ।

ସଦାପ୍ରଭୁ ପରମେଶ୍ୱର ଯାହା କହିବେ ମୁଁ ଶୁଣିବି।
    ସେ ପ୍ରତିଜ୍ଞା କରିଛନ୍ତି ଯେ, ଆପଣା ଲୋକମାନଙ୍କ ଓ ଆପଣା ଅନୁସରଣକାରୀମାନଙ୍କ ପାଇଁ ଶାନ୍ତି ବିରାଜମାନ କରିବେ।
    ସେମାନେ ପୁନର୍ବାର ମୂର୍ଖତା ଜୀବନଯାପନ କରିବା ପାଇଁ ଫେରି ନ ଯାଆନ୍ତୁ।
ପରମେଶ୍ୱର ତାଙ୍କର ଅନୁସରଣକାରୀଙ୍କୁ ଶୀଘ୍ର ରକ୍ଷା କରିବେ।
    ଆମ୍ଭେ ଖୁବ୍ ଶୀଘ୍ର ଆମ୍ଭ ଦେଶରେ ସମ୍ମାନର ସହ ବାସ କରିବୁ।
10 ସ୍ନେହପୂର୍ଣ୍ଣ କରୁଣା ଓ ବିଶ୍ୱସ୍ତତା ଦେଶକୁ ପ୍ରତ୍ୟାବର୍ତ୍ତନ କରେ।
    ଧର୍ମ ଓ ଶାନ୍ତି ପରସ୍ପରକୁ ବନ୍ଧୁପରି ଅଭିନନ୍ଦନ କରନ୍ତି।
11 ପୃଥିବୀର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ହେବେ
    ଏବଂ ସ୍ୱର୍ଗରେ ପରମେଶ୍ୱର ସେମାନଙ୍କର ମଙ୍ଗଳ କରିବେ।
12 ସଦାପ୍ରଭୁ ଉତ୍ତମ ବସ୍ତୁ ପ୍ରଦାନ କରିବେ
    ଏବଂ ଆମ୍ଭମାନଙ୍କ ଧରଣୀ ଫଳ ଉତ୍ପନ୍ନ କରିବ।
13 ଧର୍ମ ପରମେଶ୍ୱରଙ୍କର ଆଗେ ଆଗେ ଯିବ
    ଓ ତାଙ୍କ ପଦଚିହ୍ନକୁ ଗମନର ପଥ ତିଆରି କରିବ।

କଲସୀୟଙ୍କ ପ୍ରତି ପତ୍ର 2:6-15

ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିଥାଅ:

ତୁମ୍ଭେ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଗ୍ରହଣ କରିଛ। ଅତଏବ କୌଣସି ଅସ୍ଥିରଚିତ୍ତ ନ ହୋଇ ତାହାଙ୍କୁ ଅନୁସରଣ କରିଗ୍ଭଲ। ତୁମ୍ଭେ କେବଳ ତାଙ୍କ ଉପରେ ନିର୍ଭର କର। ଜୀବନ ଓ ଶକ୍ତି ତାଙ୍କଠାରୁ ଆସେ। ତୁମ୍ଭକୁ ସତ୍ୟର ଶିକ୍ଷା ଦିଆଯାଇଛି। ସେହି ସତ୍ୟ ଶିକ୍ଷା ଉପରେ ତୁମ୍ଭର ଦୃଢ଼ ଆସ୍ଥା ରହିଥିବା ଉଚିତ୍। ପରମେଶ୍ୱରଙ୍କୁ ସବୁବେଳେ ଧନ୍ୟବାଦ ଦେଉଥାଅ।

ସାବଧାନ ରୁହ, ଯେପରି କେହି ତୁମ୍ଭକୁ ଅନର୍ଥକ, ଅସତ୍ୟ ଚିନ୍ତାଧାରା ଓ ବାକ୍ୟ ଦ୍ୱାରା ଭ୍ରାନ୍ତ ନ କରୁ। ଏହିଭଳି ଧାରଣାସବୁ ଖ୍ରୀଷ୍ଟଙ୍କଠାରୁ ନୁହେଁ, ମନୁଷ୍ୟଠାରୁ ଉତ୍ପନ୍ନ ହୁଏ। ଏହି ଧାରଣାଗୁଡ଼ିକ ହେଉଛି ସଂସାରର ଲୋକମାନଙ୍କର ମୂଲ୍ୟହୀନ ଧାରଣା। ପରମେଶ୍ୱର ଖ୍ରୀଷ୍ଟଙ୍କଠାରେ ପାର୍ଥିବ ଶରୀର ଧାରଣ କରି ବାସ କଲେ। 10 ଖ୍ରୀଷ୍ଟଙ୍କଠାରେ ତୁମ୍ଭେ ସମ୍ପୂର୍ଣ୍ଣ ଅଟ। ତୁମ୍ଭର ଆଉ କିଛି ଦରକାର ନାହିଁ। ସେ ହେଉଛନ୍ତି ଶାସକମାନଙ୍କର ଓ ଶକ୍ତିଗୁଡ଼ିକର ଶାସକ ବା ପ୍ରଧାନ।

11 ଖ୍ରୀଷ୍ଟଙ୍କଠାରେ ତୁମ୍ଭେମାନେ ଏକ ଭିନ୍ନ ପ୍ରକାରର ସୁନ୍ନତ ହୋଇଛ। ଏହି ସୁନ୍ନତ କୌଣସି ମଣିଷର ହାତ କରି ନାହିଁ। ଅର୍ଥାତ୍ ତୁମ୍ଭମାନଙ୍କୁ ତୁମ୍ଭର ପାପପୂର୍ଣ୍ଣ ଶକ୍ତିରୁ ମୁକ୍ତ କରାଯାଇଛି। ଖ୍ରୀଷ୍ଟ ଏହିଭଳି ସୁନ୍ନତ କରନ୍ତି। 12 ତୁମ୍ଭେ ଯେତେବେଳେ ବାପ୍ତିଜିତ ହୋଇଥିଲ, ତୁମ୍ଭର ପୁରୁଣା ସ୍ୱଭାବର ମୃତ୍ୟୁ ହେଲା ଓ ତୁମ୍ଭେ ଖ୍ରୀଷ୍ଟଙ୍କଠାରେ କବର ପ୍ରାପ୍ତ ହେଲ। ସେହି ବାପ୍ତିସ୍ମରେ ପରମେଶ୍ୱରଙ୍କ ଶକ୍ତିରେ ତୁମ୍ଭେ ବିଶ୍ୱାସ କରିଥିବା ହେତୁ ତୁମ୍ଭେ ଖ୍ରୀଷ୍ଟଙ୍କ ସହିତ ପୁଣି ପୁନରୁ‌ତ୍‌‌ଥିତ ହେଲ। ଯେତେବେଳେ ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେଲେ, ସେତେବେଳେ ପରମେଶ୍ୱରଙ୍କ ଶକ୍ତି ଦେଖା ଯାଇଥିଲା।

13 ତୁମ୍ଭେ ନିଜର ପାପ ହେତୁରୁ ଏବଂ ତୁମ୍ଭର ପାପ ସ୍ୱଭାବ ହେତୁ ସ୍ୱାଧୀନ ନ ଥିବାରୁ ଆତ୍ମିକ ଭାବରେ ମୃତ ଥିଲ। କିନ୍ତୁ ପରମେଶ୍ୱର ତୁମ୍ଭକୁ ଖ୍ରୀଷ୍ଟଙ୍କ ସହିତ ପୁନର୍ଜୀବିତ କଲେ। ଏହା ସହିତ ପରମେଶ୍ୱର ଆମ୍ଭର ସମସ୍ତ ପାପଗୁଡ଼ିକୁ କ୍ଷମା ମଧ୍ୟ କଲେ। 14 ନିୟମଗୁଡ଼ିକ ପାଳନ ନ କରି ପାରିବା ଦ୍ୱାରା, ଆମ୍ଭ ବିରୁଦ୍ଧରେ ଲେଖା ଯାଇଥିବା ଚିଠାଟିକୁ ପରମେଶ୍ୱର ବ୍ୟର୍ଥ ବୋଲି ପ୍ରମାଣିତ କରି, ଆମ୍ଭକୁ କ୍ଷମା କଲେ। ଆମ୍ଭର ବିରୁଦ୍ଧାତ୍ମକ ସେହି ଚିଠାକୁ ପରମେଶ୍ୱର ନେଇଗଲେ ଓ କ୍ରୁଶ ଉପରେ ଟଙ୍ଗାଇ ଦେଲେ। 15 ପରମେଶ୍ୱର ଆତ୍ମିକ ଶାସକ ଓ ଶକ୍ତିଗୁଡ଼ିକୁ ପରାଜିତ କଲେ। କ୍ରୁଶ ଦ୍ୱାରା ସେ ଏମାନଙ୍କୁ ପରାଜିତ କଲେ ଓ ନିଜେ ବିଜୟୀ ହେଲେ। ପରମେଶ୍ୱର ସଂସାରକୁ ଦେଖାଇ ଦେଲେ ଯେ ସେମାନେ ଶକ୍ତିହୀନ ଅଟନ୍ତି।

କଲସୀୟଙ୍କ ପ୍ରତି ପତ୍ର 2:16-19

ମନୁଷ୍ୟନିର୍ମିତ ନିୟମଗୁଡ଼ିକୁ ମାନ ନାହିଁ

16 ତେଣୁ ଯିହୂଦୀମାନଙ୍କର ଖାଇବା ଓ ପିଇବା କିଅବା ବିଧିବିଧାନ, (ଅର୍ଥାତ୍ ଉତ୍ସବଗୁଡ଼ିକ ମାସର ପ୍ରତିପଦାଗୁଡ଼ିକ, ବା ବିଶ୍ରାମବାରଗୁଡ଼ିକ)[a] ବିଷୟରେ କୌଣସି ଲୋକ ଯେପରି ନିୟମ ତିଆରି ନ କରୁ। 17 ପୂର୍ବ କାଳରେ ଏଗୁଡ଼ିକ ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣାଗୁଡ଼ିକର ଛାୟା ମାତ୍ର ଥିଲା। କିନ୍ତୁ ଯାହାସବୁ ଘଟିବାକୁ ଥିଲା, ସେଗୁଡ଼ିକର ବାସ୍ତବରୂପ ହେଉଛନ୍ତି ଖ୍ରୀଷ୍ଟ। 18 କେତେକ ଲୋକ, ନିଜକୁ ନମ୍ର ବୋଲି ଦେଖାନ୍ତି ଓ ସ୍ୱର୍ଗଦୂତମାନଙ୍କୁ ପୂଜା କରିବାକୁ ଭଲ ପାଆନ୍ତି। ସେମାନେ ସବୁବେଳେ ଦେଖିଥିବା ଦର୍ଶନ ବିଷୟରେ କଥାବାର୍ତ୍ତା କରନ୍ତି। ଏଭଳି ଲୋକଙ୍କୁ କହିବାକୁ ପ୍ରଶ୍ରୟ ଦିଅ ନାହିଁ ଯେ, “ତୁମ୍ଭେମାନେ ଦର୍ଶନ କରୁ ନାହଁ, ସ୍ୱର୍ଗଦୂତମାନଙ୍କ ପୂଜା କରୁ ନାହଁ, ସେଥିପାଇଁ ତୁମ୍ଭେ ଭୁଲ୍।” ଏହି ଲୋକ ପ୍ରକୃତରେ କେବଳ ମନୁଷ୍ୟମାନଙ୍କ ବିଗ୍ଭରରେ ବୁଡ଼ି ରହିଥିବାରୁ ଓ ପରମେଶ୍ୱରଙ୍କ କଥା ବିଗ୍ଭର ନ କରୁଥିବାରୁ ବୃଥାରେ ଗର୍ବ କରନ୍ତି। 19 ସେମାନେ ନିଜକୁ ମସ୍ତକ ରୂପ ଖ୍ରୀଷ୍ଟଙ୍କ ଅଧୀନରେ ରଖନ୍ତି ନାହିଁ। ସମ୍ପୂର୍ଣ୍ଣ ଶରୀର, ଖ୍ରୀଷ୍ଟଙ୍କ ଉପରେ ନିର୍ଭରଶୀଳ। ଖ୍ରୀଷ୍ଟଙ୍କ ପାଇଁ ଶରୀରର ସମସ୍ତ ସଦସ୍ୟ ପରସ୍ପରକୁ ସାହାଯ୍ୟ କରନ୍ତି ଓ ପରସ୍ପରର ଯତ୍ନ ନିଅନ୍ତି। ଏହା ଶରୀରର ସମସ୍ତ ଅଙ୍ଗଗୁଡ଼ିକୁ ଏକାଠି ଧରି ରଖେ ଓ ଶକ୍ତି ପ୍ରଦାନ କରେ। ଅତଏବ ପରମେଶ୍ୱରଙ୍କ ଇଚ୍ଛାନୁସାରେ ଶରୀର ବୃଦ୍ଧି ପାଏ।

ଲୂକ ଲିଖିତ ସୁସମାଗ୍ଭର 11:1-13

ଯୀଶୁ ପ୍ରାର୍ଥନା ବିଷୟରେ ଉପଦେଶ ଦେଲେ

(ମାଥିଉ 6:9-15)

11 ଥରେ ଯୀଶୁ ଗୋଟିଏ ସ୍ଥାନରେ ପ୍ରାର୍ଥନା କରୁଥିଲେ। ସେ ପ୍ରାର୍ଥନା କରି ସାରିବା ପରେ ତାହାଙ୍କର ଜଣେ ଶିଷ୍ୟ ତାହାଙ୍କୁ କହିଲେ, “ପ୍ରାର୍ଥନା କିପରି କରିବାକୁ ହେବ ତାହା ଯୋହନ ତାହାଙ୍କ ଶିଷ୍ୟମାନଙ୍କୁ ଶିଖାଇ ଦେଇଥିଲେ। ପ୍ରଭୁ, ପ୍ରାର୍ଥନା କିପରି କରିବାକୁ ହୁଏ, ତାହା ଆପଣ ମଧ୍ୟ ଆମ୍ଭମାନଙ୍କୁ ବତେଇ ଦିଅନ୍ତୁ।

ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରାର୍ଥନା କଲାବେଳେ କୁହ:

‘ହେ ପରମପିତା, ଆମ୍ଭେମାନେ ପ୍ରାର୍ଥନା କରୁଛୁ ଯେ ତୁମ୍ଭ ନାମ ସର୍ବଦା ପବିତ୍ର ରହୁ।
    ଆମ୍ଭେମାନେ ପ୍ରାର୍ଥନା କରୁଛୁ ଯେ ତୁମ୍ଭର ରାଜ୍ୟ ଆସୁ।
ଆମ୍ଭେମାନେ ଆବଶ୍ୟକ କରୁଥିବା ଖାଦ୍ୟ ଆମ୍ଭକୁ ଦିଅ।
ଆମ୍ଭମାନଙ୍କର ପାପଗୁଡ଼ିକ କ୍ଷମା କରିଦିଅ,
    କାରଣ ଯେଉଁମାନେ ଆମ୍ଭମାନଙ୍କ ପ୍ରତି ଅନ୍ୟାୟ କରିଛନ୍ତି, ଆମ୍ଭେମାନେ ପ୍ରତ୍ୟେକଙ୍କୁ ମଧ୍ୟ କ୍ଷମା ଦେଉଛୁ।
ଆମ୍ଭମାନଙ୍କୁ କଠିନ ପରୀକ୍ଷା ମଧ୍ୟରେ ପକାଅ ନାହିଁ।’”

ତୁମ୍ଭର ଆବଶ୍ୟକ ପାଇଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କର

(ମାଥିଉ 7:7-11)

5-6 ତା'ପରେ ଯୀଶୁ ସେମାନଙ୍କୁ କହିଲେ, “ମନେକର ତୁମ୍ଭମାନଙ୍କ ଭିତରୁ ଜଣେ କେହି ନିଜ ସାଙ୍ଗ ପାଖକୁ ରାତିରେ ବହୁତ ଡେରିରେ ଯାଇ କହିବ, ‘ମୋର ଅନ୍ୟ ସହରରେ ଜଣେ ବନ୍ଧୁ ମୋତେ ଦେଖା କରିବାକୁ ଆସିଛନ୍ତି। ତାହାଙ୍କୁ ଖାଇବାକୁ ଦେବା ପାଇଁ ମୋ’ ପାଖରେ କିଛି ହେଲେ ନାହିଁ। ଦୟାକରି ମୋତେ ତିନିଖଣ୍ଡ ରୋଟୀ ଦିଅ।’ ତୁମ୍ଭ ସାଙ୍ଗ ଘର ଭିତରୁ ଉତ୍ତର ଦେବ, ‘ତୁମ୍ଭେ ଗ୍ଭଲିଯାଅ। ମୋତେ ହଇରାଣ କର ନାହିଁ। ଦୁଆର ବନ୍ଦ ହୋଇ ଗଲାଣି। ମୁଁ ଓ ମୋ’ ପିଲାମାନେ ଶୋଇବାକୁ ଗଲୁଣି, ତୁମ୍ଭକୁ ରୋଟୀ ଦେବାକୁ ମୁଁ ବର୍ତ୍ତମାନ ଉଠି ପାରିବି ନାହିଁ।’ ମୁଁ ତୁମ୍ଭକୁ କହୁଛି। ସେ ଲୋକଟି ଶେଯ ଛାଡ଼ି ଉଠିବ, ଓ ତୁମ୍ଭକୁ ରୋଟୀ ଦେବା ପାଇଁ ହୁଏତ ତୁମ୍ଭର ବନ୍ଧୁତ୍ୱ ଯଥେଷ୍ଟ ହୋଇ ପାରି ନ ଥାଏ। କିନ୍ତୁ ତୁମ୍ଭେ ଯଦି ନିରନ୍ତର ମାଗି ଗ୍ଭଲିଥାଅ, ତେବେ ସେ ନିଶ୍ଚୟ ଉଠିବ, ଓ ତୁମ୍ଭର ଯାହା ଦରକାର, ତାହା ଦେବ। ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ବାରମ୍ବାର ମାଗୁଥାଅ। ତା'ହେଲେ ପରମେଶ୍ୱର ତୁମ୍ଭମାନଙ୍କୁ ଦେବେ। ଖୋଜୁଥାଅ। ତୁମ୍ଭେମାନେ ପାଇବ। ଦୁଆର ଠ‌‌କ୍‌‌ଠକ୍ କରି ଗ୍ଭଲି ଥାଅ। ତୁମ୍ଭ ପାଇଁ ଦୁଆର ଖୋଲିଯିବ। 10 କାରଣ ଯେଉଁ ଲୋକମାନେ ମାଗୁଥା’ନ୍ତି, ସେମାନେ ପ୍ରତ୍ୟେକେ ପାଇଥା’ନ୍ତି। ଯେଉଁମାନେ ଖୋଜୁଥା’ନ୍ତି, ସେମାନେ ପାଇଥା’ନ୍ତି। ଯେଉଁମାନେ ଦୁଆର ବାଡ଼େଇ ଥା’ନ୍ତି, ସେମାନଙ୍କ ପାଇଁ ଦୁଆର ଖୋଲିଯାଏ। 11 ତୁମ୍ଭମାନଙ୍କ ଭିତରୁ କାହାର ପୁଅଟିଏ ଅଛି କି? ତୁମ୍ଭକୁ ତୁମ୍ଭ ପୁଅ ମାଛଟିଏ ମାଗିଲେ ତୁମ୍ଭେ କ’ଣ କରିବ? କୌଣସି ବାପା ତା ପୁଅକୁ ମାଛଟିଏ ବଦଳରେ ସାପଟିଏ ଦିଏ କି? ନା, ତୁମ୍ଭେମାନେ ତାକୁ ମାଛ ଦେବ। 12 କିମ୍ବା ପୁଅ ଯଦି ଅଣ୍ଡାଟିଏ ମାଗେ, ତେବେ ତା’ ହାତରେ ତୁମ୍ଭେମାନେ କଙ୍କଡ଼ାବିଛାଟିଏ ଦେବ କି? ନା। 13 ତୁମ୍ଭେମାନେ ଖରାପ ଲୋକ ହୋଇଥିଲେ ମଧ୍ୟ ତୁମ୍ଭମାନଙ୍କ ପିଲାମାନଙ୍କୁ କିଭଳି ଭଲ ଉପହାର ଦିଆଯାଏ ତୁମ୍ଭେମାନେ ଜାଣ। ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ଜାଣନ୍ତି ଯେ ତାହାଙ୍କୁ ମାଗୁଥିବା ଲୋକମାନଙ୍କୁ ସେ ପବିତ୍ରଆତ୍ମା କିପରି ଦେବେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center