Revised Common Lectionary (Semicontinuous)
ଆସଫର ଏକ ପ୍ରଶଂସା ଗୀତ।
83 ହେ ପରମେଶ୍ୱର, ତୁମ୍ଭେ ନୀରବ ରୁହ ନାହିଁ!
ତୁମ୍ଭର କାନ ବନ୍ଦ କର ନାହିଁ!
ହେ ପରମେଶ୍ୱର, ଦୟାକରି କିଛି କୁହ!
2 ହେ ପରମେଶ୍ୱର, ତୁମ୍ଭର ଶତ୍ରୁଗଣ ତୁମ୍ଭ ବିରୁଦ୍ଧରେ ଯୋଜନା କରୁଛନ୍ତି
ଏବଂ ସେମାନେ ଶୀଘ୍ର ତୁମ୍ଭକୁ ଆକ୍ରମଣ କରିବେ।
3 ସେମାନେ ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କରନ୍ତି।
ତୁମ୍ଭର ଶତ୍ରୁଗଣ ତୁମ୍ଭ ପ୍ରିୟ ଲୋକମାନଙ୍କ ବିରୁଦ୍ଧରେ ଯୋଜନା କରୁଛନ୍ତି।
4 ସେହି ଶତ୍ରୁମାନେ କହନ୍ତି, “ଆସ ଆମ୍ଭେମାନେ ସେମାନଙ୍କୁ ପୁରାପୁରି ଧ୍ୱଂସ କରିଦେବା, ତେବେ ସେମାନେ ଗୋଟିଏ ଜାତି ହୋଇ ରହିବେ ନାହିଁ।
ତାହାହେଲେ ଇସ୍ରାଏଲର ନାମକୁ କେହି ମନେପକାଇବେ ନାହିଁ।”
5 ହେ ପରମେଶ୍ୱର, ସେମାନେ ସେମାନଙ୍କର ଯୋଜନାରେ ଏକତ୍ରିତ ହୋଇଛନ୍ତି।
ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକ ଚୁକ୍ତି କରିଛନ୍ତି।
6-7 ଇଦୋମର ବଂଶଧର ଇଶ୍ମାୟେଲୀୟମାନେ, ମୋୟାବ ଓ ହାଗରୀୟମାନେ, ଗବାଲ୍, ଅମ୍ମୋନ, ଅମାଲେକ୍
ଓ ସୋର ନିବାସୀଙ୍କ ସହିତ ପଲେଷ୍ଟୀୟମାନେ ସମସ୍ତେ
ତୁମ୍ଭ ବିରୁଦ୍ଧରେ ନିୟମ ସ୍ଥାପନ କରିଅଛନ୍ତି।
8 ଏପରିକି ଅଶୂରୀୟ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଇଛନ୍ତି।
ସେମାନେ ଲୋଟ-ସନ୍ତାନଗଣଙ୍କୁ ବହୁତ ଶକ୍ତିଶାଳୀ କରିଅଛନ୍ତି। ସେଲା
9 ହେ ପରମେଶ୍ୱର, ଶତ୍ରୁମାନଙ୍କୁ ଏପରି ପରାସ୍ତ କର, ଯେପରି ମିଦିୟନମାନଙ୍କୁ,
ସୀଷରା ଓ ଯାବୀନକୁ କିଶୋନ ନଦୀ ନିକଟରେ ପରାସ୍ତ କରିଥିଲ।
10 ସେମାନଙ୍କୁ ଐନଦୋର ନିକଟରେ ପରାସ୍ତ କଲ
ଏବଂ ସେମାନଙ୍କ ଶରୀର ସେହି ସ୍ଥାନରେ ସଢ଼ି ଗଲା।
11 ତୁମ୍ଭେ ସେମାନଙ୍କ ପ୍ରଧାନବର୍ଗଙ୍କୁ ଓରେବ୍, ସେବର,
ସେବହ ଓ ସଲ୍ମୁନ୍କୁ ପରାସ୍ତ କଲା ପରି ପରାସ୍ତ କର।
12 ସେହି ନେତାମାନେ କହିଲେ, “ସେମାନେ ତୁମ୍ଭର ଭୂମି ଛାଡ଼ିବା ପାଇଁ
ଆମ୍ଭକୁ ବାଧ୍ୟ କରିବେ।”
13 ମୋର ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ଘୂର୍ଣ୍ଣିବାୟୁ ଦ୍ୱାରା ଗଛ ଉପୁଡ଼ିଲା ପରି
ଏବଂ ବାୟୁ ସମ୍ମୁଖରେ କୁଟାପରି ଛିନ୍ଛତ୍ର କର।
14 ଅଗ୍ନିରେ ପୋଡ଼ି, ଜଙ୍ଗଲ ଓ ପାହାଡ଼ ଧ୍ୱଂସ ହେଲା ପରି
ଶତ୍ରୁମାନଙ୍କୁ ଧ୍ୱଂସ କର।
15 ହେ ପରମେଶ୍ୱର, ସେହି ଲୋକମାନଙ୍କୁ ଝଡ଼ରେ ଧୂଳି ଉଡ଼ିଲାପରି ଦୂରେଇ ଦିଅ।
ଆପଣା ପ୍ରଚଣ୍ଡ ବତାସଦ୍ୱାରା ସେମାନଙ୍କୁ ଭୟଭୀତ କର।
16 ହେ ପରମେଶ୍ୱର, ସେମାନେ ଯେପରି ତୁମ୍ଭର ନାମ ଅନ୍ୱେଷଣ ନ କରିବା ପର୍ଯ୍ୟନ୍ତ
ସେମାନଙ୍କୁ ଲଜ୍ଜାରେ ଆଚ୍ଛାଦନ କର।
17 ହେ ପରମେଶ୍ୱର, ସେମାନଙ୍କୁ ଭୟଭୀତ ଓ ଚିରଦିନ ପାଇଁ ଲଜ୍ଜିତ କର।
ସେମାନଙ୍କୁ ଅପମାନିତ କର ଓ ବିନାଶ କର।
18 ଏହା ପରେ ସେମାନେ ଜାଣିବେ ଯେ,
ଯାହାର ନାମ ଯିହୋବାଃ,
ତୁମ୍ଭେ ପ୍ରକୃତରେ, ସମୁଦାୟ ଭୂମଣ୍ଡଳରେ
ସର୍ବୋପରିସ୍ଥ ପରମେଶ୍ୱର ଅଟ।
17 ତେଣୁ ଯାକୁବ ଫେରିଯିବା ପାଇଁ ପ୍ରସ୍ତୁତ ହେଲେ। ତେଣୁ ସେ ତାଙ୍କର ପୁତ୍ରମାନଙ୍କୁ ଓ ସ୍ତ୍ରୀମାନଙ୍କୁ ଓଟରେ ବସାଇଲେ। 18 ତେଣୁ ସେମାନେ ଯାହା ପ୍ରାପ୍ତ ହୋଇଥିଲେ ପଦ୍ଦନ୍ ଅରାମରେ ସମସ୍ତ ଜୀବନ୍ତ ବସ୍ତୁ ଓ ସମ୍ପତ୍ତି ନେଲେ ଏବଂ ଗ୍ଭଲିଗଲେ। ସେମାନେ ଯାକୁବଙ୍କ ପିତା ଇସ୍ହାକଙ୍କ ଦେଶ କିଣାନକୁ ପ୍ରସ୍ଥାନ କଲେ।
19 ଏହି ସମୟରେ ଲାବନ ମେଷପଲରୁ ଲୋମ ଛେଦନ କରିବାକୁ ଯାଇଥିଲେ। ଯେତେବେଳେ ସେ ଯାଇଥିଲେ, ରାହେଲ ଆପଣା ପିତାଙ୍କର ଘରର ଦେବତାମାନଙ୍କୁ ଗ୍ଭେରି କଲେ।
20 ଏବଂ ଯାକୁବ ନ ଜଣାଇ ଦୂରକୁ ଯିବା ପାଇଁ ଲାବନଙ୍କୁ ଠକି ଦେଲେ। 21 ଯାକୁବ ତାଙ୍କର ପରିବାର ଓ ସମସ୍ତ ସମ୍ପତ୍ତି ଧରି ଶୀଘ୍ର ସେ ସ୍ଥାନ ଛାଡ଼ିଲେ। ସେ ଫରାତ୍ ନଦୀ ପାର ହୋଇ ଗିଲିୟଦ ପର୍ବତ ଅଞ୍ଚଳ ଆଡ଼େ ଗ୍ଭଲିଲେ।
22 ତିନି ଦିନ ଯିବାପରେ, ଲାବନକୁ କୁହାଗଲା, ଯାକୁବ ପଳାୟନ କରିଛି। 23 ତେଣୁ ଲାବନ ତା'ର ଲୋକମାନଙ୍କୁ ଏକତ୍ରିତ କରି ଯାକୁବକୁ ଧରିବା ପାଇଁ ତା’ ପଛରେ ଗୋଡ଼ାଇଲେ। ସାତ ଦିନ ପରେ ଲାବନ ଯାକୁବକୁ ଗିଲିୟଦର ପର୍ବତମୟ ଦେଶରେ ଭେଟିଲେ। 24 ସେହି ରାତିରେ ପରମେଶ୍ୱର ଲାବନକୁ ସ୍ୱପ୍ନରେ ଦର୍ଶନ ଦେଲେ। ପରମେଶ୍ୱର କହିଲେ, “ସାବଧାନ ହୁଅ! ଯାକୁବ କହିଥିବା ପ୍ରତ୍ୟେକ କଥା ପାଇଁ ସାବଧାନ ହୁଅ।”
ଗ୍ଭେରି ହୋଇଥିବା ଦେବତାଗଣର ଅନୁସନ୍ଧାନ
25 ତା’ ପରଦିନ ଲାବନ ଯାକୁବକୁ ଧରିଲେ। ଯାକୁବ ପର୍ବତ ଉପରେ ତାଙ୍କର ତମ୍ବୁ ପକାଇଲେ। ତେଣୁ ଲାବନ ଏବଂ ତାଙ୍କର ସମସ୍ତ ଲୋକମାନେ ପର୍ବତମୟ ଦେଶ ଗିଲିୟଦରେ ଛାଉଣି ପକାଇଲେ।
26 ଲାବନ ଯାକୁବକୁ କହିଲେ, “ତୁମ୍ଭେ କାହିଁକି ମୋତେ ପ୍ରତାରଣା କଲ? ତୁମ୍ଭେ କାହିଁକି ମୋର ଝିଅମାନଙ୍କୁ ଯୁଦ୍ଧ ବନ୍ଦୀପରି ନେଇଗଲ? 27 ମୋତେ ନ ଜଣାଇ ତୁମ୍ଭେ ପଳାଇ ଆସିଲ କାହିଁକି? ମୋତେ ତୁମ୍ଭେ ଜଣାଇ ଆସିଥିଲେ ମୁଁ ତୁମ୍ଭକୁ ଆହ୍ଲାଦ ଓ ଗାୟନ ପୁଣି ତବଲା ଓ ବୀଣାବାଦ୍ୟ ସହିତ ବିଦାୟ କରିଥା’ନ୍ତି। 28 ତୁମ୍ଭେ ମୋର ନାତି ଓ କନ୍ୟାଗଣଙ୍କୁ ବିଦାୟ କାଳୀନ ଚୁମ୍ବନ କରିବାକୁ ଦେଲ ନାହିଁ। ତୁମ୍ଭେ ଏପରି ଅଜ୍ଞାନ କର୍ମ କାହିଁକି କଲ? 29 ତୁମ୍ଭକୁ ଆଘାତ କରିବା ପାଇଁ ମୋର ଶକ୍ତି ଅଛି। କିନ୍ତୁ ଗତ ରାତିରେ ତୁମ୍ଭ ପିତାଙ୍କର ପରମେଶ୍ୱର ସ୍ୱପ୍ନରେ ମୋତେ ସତର୍କ କରାଇ ଦେଲେ, ତୁମ୍ଭକୁ ଉତ୍ସାହିତ ବା ହତୋତ୍ସାହିତ ନ କରିବାକୁ। 30 ମୁଁ ଜାଣେ ଯେ ତୁମ୍ଭେ ସ୍ୱଗୃହକୁ ଯିବାକୁ ଗ୍ଭହୁଁଥିଲ। ଯେଉଁଥିପାଇଁ ତୁମ୍ଭେ ସେ ସ୍ଥାନ ଛାଡ଼ିଲ। କିନ୍ତୁ ତୁମ୍ଭେ କାହିଁକି ମୋର ଦେବତାମାନଙ୍କୁ ଗ୍ଭେରାଇ ଆଣିଲ?”
31 ଯାକୁବ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ନ କହି ପଳାଇ ଆସିଲି କାରଣ ମୁଁ ତୁମ୍ଭକୁ ଭୟ କରୁଥିଲି। ମୁଁ ଭାବିଲି ତୁମ୍ଭେ ତୁମ୍ଭର କନ୍ୟାମାନଙ୍କୁ ମୋ'ଠାରୁ ଦୂରେଇ ନେବ। 32 କିନ୍ତୁ ମୁଁ ତୁମ୍ଭର ଦେବତାଗଣଙ୍କୁ ଗ୍ଭେରାଇ ଆଣି ନାହିଁ। ମାତ୍ର ତୁମ୍ଭେ ଯାହା ନିକଟରୁ ତାହା ପାଇବ ତାକୁ ହତ୍ୟା କରାଯିବ। ତୁମ୍ଭର ଲୋକମାନେ ମୋର ସାକ୍ଷୀ ରହିଲେ। ତୁମ୍ଭର ଏଠାରେ ଯାହାସବୁ ଅଛି ତୁମ୍ଭେ ତୁମ୍ଭର ଦେବତାଗଣଙ୍କୁ ଖୋଜି ପାରିବ। ତୁମ୍ଭର ଯାହା ଅଛି ତୁମ୍ଭେ ନେଇ ପାରିବ।” ରାହେଲ ତାହା ଗ୍ଭେରି କରିଛନ୍ତି ବୋଲି, ଯାକୁବ ଜାଣି ନ ଥିଲେ।
33 ତେଣୁ ଲାବନ ଯାକୁବର ଛାଉଣିରେ ଖୋଜିଲେ। ତା'ପରେ ସେ ଲେୟାର ତମ୍ବୁରେ ଖୋଜିଲେ। ଏହା ପରେ ସେ ଆସି ତାଙ୍କର ଦୁଇ ଦାସୀଙ୍କର ତମ୍ବୁରେ ଖୋଜିଲେ। କିନ୍ତୁ ସେଠାରେ ମଧ୍ୟ ସେ ପାଇଲେ ନାହିଁ। ଏହା ପରେ ଲାବନ ରାହେଲର ତମ୍ବୁକୁ ଗଲେ। 34 ରାହେଲ ସେହି ଦେବତାଗଣଙ୍କୁ ତାଙ୍କର ଓଟର ହାଉଦା ଭିତରେ ରଖି ତହିଁ ଉପରେ ବସିଥିଲା। ଲାବନ ସମସ୍ତ ତମ୍ବୁକୁ ଖୋଜିଲେ କିନ୍ତୁ କେଉଁଠାରେ ପାଇଲେ ନାହିଁ।
35 ଏବଂ ରାହେଲ ତାଙ୍କର ପିତାଙ୍କୁ କହିଲେ, “ମୋ’ ଉପରେ କ୍ରୋଧ କର ନାହିଁ। ମୁଁ ତୁମ୍ଭ ସମ୍ମୁଖରେ ଠିଆ ହେବାକୁ ଅସମର୍ଥ, କାରଣ ମୋର ମାସିକ ଋତୁସ୍ରାବ ହୋଇଅଛି।” ତେଣୁ ଲାବନ ସବୁଆଡ଼େ ଖୋଜିଲେ କିନ୍ତୁ କେଉଁଠାରେ ତାଙ୍କର ମୂର୍ତ୍ତିଗୁଡ଼ିକୁ ପାଇଲେ ନାହିଁ।
ପରମେଶ୍ୱରଙ୍କ ଆଶୀର୍ବାଦ ବିଶ୍ୱାସ ଦ୍ୱାରା ମିଳେ
3 ହେ ଗାଲାତୀୟ ଲୋକେ! ଯୀଶୁ ଖ୍ରୀଷ୍ଟଙ୍କୁ କିପରି ଭାବରେ କ୍ରୁଶ ଉପରେ ମୃତ୍ୟୁ ଦିଆଗଲା, ତାହା ତୁମ୍ଭକୁ ସ୍ପଷ୍ଟ ଭାବରେ କୁହା ଯାଇଥିଲା। କିନ୍ତୁ ତୁମ୍ଭେମାନେ ମୂର୍ଖ। ତୁମ୍ଭେ କାହାର ଛଳନାରେ ପଡ଼ିଗଲ। 2 ତୁମ୍ଭେମାନେ ମୋତେ ଗୋଟିଏ କଥା କୁହ: ତୁମ୍ଭେମାନେ ପବିତ୍ରଆତ୍ମାଙ୍କୁ କିପରି ଭାବେ ଗ୍ରହଣ କରିଥିଲ? କ’ଣ ତୁମ୍ଭେମାନେ ବ୍ୟବସ୍ଥା ପାଳନ କରି ଆତ୍ମାଙ୍କୁ ପାଇଥିଲ? ନା! ତୁମ୍ଭେମାନେ ସୁସମାଗ୍ଭର ଶୁଣି ଓ ବିଶ୍ୱାସ କରି ପବିତ୍ରଆତ୍ମାଙ୍କୁ ସ୍ୱୀକାର କରିଥିଲ। 3 ତୁମ୍ଭେମାନେ ଆତ୍ମାଙ୍କ ସହିତ “ତୁମ୍ଭମାନଙ୍କର ନୂଆ ଜୀବନ ଆରମ୍ଭ କଲ।” ଏବେ କ’ଣ ତୁମ୍ଭେମାନେ ଭାବୁଛ ଯେ ତୁମ୍ଭେମାନେ ନିଜର ଶକ୍ତି ବଳରେ ଶେଷ ପର୍ଯ୍ୟନ୍ତ ଚଳି ପାରିବ? ତୁମ୍ଭେମାନେ କ’ଣ ଏତେ ବୋକା? 4 ତୁମ୍ଭେମାନେ ଅନେକ କଥା ଅନୁଭବ କରିଛ। କ’ଣ ସେ ସବୁ ବିଫଳ ହୋଇଗଲା? ନା! 5 ସେ ସବୁ ବିଫଳ ହୋଇ ନାହିଁ। ତୁମ୍ଭେମାନେ ବ୍ୟବସ୍ଥା ପାଳନ କର ବୋଲି କ’ଣ ପରମେଶ୍ୱର ତୁମ୍ଭମାନଙ୍କୁ ପବିତ୍ରଆତ୍ମା ପ୍ରଦାନ କରିଛନ୍ତି? ନା! ତୁମ୍ଭମାନଙ୍କ ମଧ୍ୟରେ ପରମେଶ୍ୱର ଯେଉଁ ଆଶ୍ଚର୍ଯ୍ୟକର୍ମମାନ କରିଛନ୍ତି, ତାହା କ’ଣ ବ୍ୟବସ୍ଥା ପାଳନ ପାଇଁ କରାଯାଇଥିଲା? ନା! ବରଂ ତୁମ୍ଭେମାନେ ସୁସମାଗ୍ଭର ଶୁଣି ସେଗୁଡ଼ିକରେ ବିଶ୍ୱାସ କଲ ବୋଲି, ପରମେଶ୍ୱର ତୁମ୍ଭମାନଙ୍କୁ ତାଙ୍କର ଆତ୍ମା ପ୍ରଦାନ କରି ତୁମ୍ଭମାନଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ କର୍ମମାନ କରିଛନ୍ତି।
6 ଅବ୍ରହାମଙ୍କ ବିଷୟରେ ଶାସ୍ତ୍ର ମଧ୍ୟ ଏହି କଥା କୁହେ: “ଅବ୍ରହାମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ଓ ପରମେଶ୍ୱର ତାହାଙ୍କ ନିଜ ସହିତ ଅବ୍ରହାମଙ୍କୁ ଧାର୍ମିକ କରିବା ପାଇଁ ତାହାଙ୍କର ବିଶ୍ୱାସକୁ ଗ୍ରହଣ କଲେ।”(A) 7 ଅତଏବ ତୁମ୍ଭେମାନେ ଜାଣି ରଖ ଯେ, ବିଶ୍ୱାସ କରୁଥିବା ଲୋକେ ଅବ୍ରହାମଙ୍କର ପ୍ରକୃତ ସନ୍ତାନ। 8 ଶାସ୍ତ୍ରଗୁଡ଼ିକ ଏହା ମଧ୍ୟ କହେ ଯେ, ଭବିଷ୍ୟତରେ କ’ଣ ହେବ? ଲେଖାଅଛି, ପରମେଶ୍ୱର ଅଣଯିହୂଦୀମାନଙ୍କୁ ମଧ୍ୟ ସେମାନଙ୍କର ବିଶ୍ୱାସ ପାଇଁ ଧାର୍ମିକ କରିବେ। ସୁସମାଗ୍ଭର ଅବ୍ରାହମଙ୍କୁ ଆଗରୁ କୁହାଯାଇଥିଲା। ଶାସ୍ତ୍ର କହେ: “ପରମେଶ୍ୱର ପୃଥିବୀର ସମସ୍ତ ଲୋକଙ୍କୁ ଆଶୀର୍ବାଦ କରିବା ପାଇଁ ଅବ୍ରହାମଙ୍କୁ ବ୍ୟବହାର କରିବେ।”(B) 9 ଅବ୍ରହାମ ଏହାକୁ ବିଶ୍ୱାସ କଲେ ଓ ସେଥିପାଇଁ ସେ ଆଶୀର୍ବାଦ ଲାଭ କଲେ। ସେହିପରି ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ଅବ୍ରହାମଙ୍କ ପରି ଆଶୀର୍ବାଦ ପାଆନ୍ତି।
2010 by World Bible Translation Center