Revised Common Lectionary (Semicontinuous)
ନାବୋତଙ୍କ ଦ୍ରାକ୍ଷାକ୍ଷେତ୍ର
21 ଶମରିୟା ନଗରସ୍ଥ ରାଜା ଆହାବଙ୍କ ପ୍ରାସାଦ ନିକଟରେ ଏକ ଦ୍ରାକ୍ଷାକ୍ଷେତ୍ର ଥିଲା। ଯିଷ୍ରିୟେଲୀୟ ନିବାସୀ ନାବୋତ ଏହି ଦ୍ରାକ୍ଷାକ୍ଷେତ୍ରର ଅଧିକାରୀ ଥିଲେ। 2 ଦିନେ ନାବୋତକୁ ରାଜା ଆହାବ ଡାକି କହିଲେ, “ମୋତେ ତୁମ୍ଭର ଏହି ଦ୍ରାକ୍ଷାକ୍ଷେତ୍ରଟି ଦିଅ, ମୁଁ ସେଥିରେ ପନିପରିବା କରିବି। କାରଣ ଏହା ମୋ’ ପ୍ରାସାଦ ନିକଟରେ ଅଛି। ଏହି କ୍ଷେତ୍ର ବଦଳରେ ମୁଁ ତୁମ୍ଭକୁ ଏକ ଭଲ ଦ୍ରାକ୍ଷାକ୍ଷେତ୍ର ଦେବି। ନଚେତ୍ ତୁମ୍ଭେ ଯଦି ଇଚ୍ଛା କରିବ, ତେବେ ମୁଁ ଏହାର ମୂଲ୍ୟରୌପ୍ୟ-ମୁଦ୍ରା ଆକାରରେ ଦେବି।”
3 ନାବୋତ ଆହାବଙ୍କୁ କହିଲେ, “ମୁଁ କେବେହେଲେ ମୋର ପୈତୃକ ଭୂମିକୁ ତୁମ୍ଭକୁ ଦେବି ନାହିଁ, ଏହା ପରମେଶ୍ୱର ମନା ନ କରନ୍ତୁ।”
4 ନାବୋତଙ୍କ କଥା ଆହାବଙ୍କୁ ବହୁତ ବାଧିଲା। ସେ ଅସନ୍ତୁଷ୍ଟ ହେଲେ ଓ ରାଗିଗଲେ। କାରଣ ନାବୋତ ତାଙ୍କର, “ପୈତୃକ ସମ୍ପତ୍ତି ଦେବେ ନାହିଁ ବୋଲି ମନା କଲେ।” ତେଣୁ ଏପରି ଖରାପ ମିଜାସରେ ସେ ଘରକୁ ଫେରିଲେ। ଏଣୁ ଆହାବ ନ ଖାଇ ନ ପିଇ ଶଯ୍ୟାରେ ପଡ଼ି ରହିଲେ।
5 ଆହାବଙ୍କ ପତ୍ନୀ ଈଷେବଲ ତାଙ୍କ ନିକଟକୁ ଯାଇ ତାଙ୍କୁ କହିଲେ, “ତୁମ୍ଭେ କାହିଁକି ଏତେ ଦୁଃଖିତ ଓ କାହିଁକି ଭୋଜନ କରୁ ନାହଁ?”
6 ଆହାବ ଉତ୍ତରରେ କହିଲେ, “ମୁଁ ଯିଷ୍ରିୟେଲୀୟ ନାବୋତକୁ କହିଲି, ତୁମ୍ଭ ଦ୍ରାକ୍ଷାକ୍ଷେତ୍ରଟି ମୋତେ ଦିଅ ଓ ତା’ ବଦଳରେ ରୌପ୍ୟମୁଦ୍ରା ନିଅ ନଚେତ୍ ତୁମ୍ଭର ପସନ୍ଦ ମୁତାବକ ତା'ରି ଅନୁରୂପ ଏକ ଦ୍ରାକ୍ଷାକ୍ଷେତ୍ର ନିଅ। ମାତ୍ର ସେ କହିଲା, ମୁଁ ତୁମ୍ଭକୁ ମୋର ଦ୍ରାକ୍ଷାକ୍ଷେତ୍ର ଦେବାକୁ ଯାଉ ନାହିଁ।”
7 ତାଙ୍କର ପତ୍ନୀ ଈଷେବଲ ତାଙ୍କୁ କହିଲେ, “ତୁମ୍ଭେ କ’ଣ ଇସ୍ରାଏଲର ରାଜା ନୁହଁ? ଉଠ, ଭୋଜନ କର ଓ ତୁମ୍ଭର ମନ ଓ ଶରୀର ପୁଲକିତ ହେଉ। ମୁଁ ତୁମ୍ଭକୁ ଯିଷ୍ରିୟେଲୀୟ ନାବୋତର ଦ୍ରାକ୍ଷାକ୍ଷେତ୍ର ଦେବି।”
8 ତହୁଁ ଈଷେବଲ ଆହାବଙ୍କ ନାମରେ ପତ୍ର ଲେଖି ତାଙ୍କର ମୋହର ମାରି ନାବୋତ ନଗରସ୍ଥ ପ୍ରାଚୀନଗଣଙ୍କ ପାଖକୁ ଓ ପ୍ରଧାନ ଲୋକମାନଙ୍କ ନିକଟକୁ ସେହି ପତ୍ର ପଠାଇଲେ। 9 ସେହି ପତ୍ରରେ ସେ ଏହା ଲେଖିଥିଲେ:
“ଗୋଟିଏ ଉପବାସର ଦିନ ଘୋଷଣା କର ଓ ସମସ୍ତ ଲୋକଙ୍କୁ ଏକ ସଭାରେ ଏକତ୍ରିତ କର। ଆଉ ସେହି ସଭାରେ ଆମ୍ଭେମାନେ ନାବୋତ ବିଷୟରେ ବିଗ୍ଭର କରିବୁ। 10 ଦୁଇଜଣ ପାପଧମ ଲୋକଙ୍କୁ ଖୋଜ ଓ ସେମାନଙ୍କୁ ନାବୋତ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବାକୁ କୁହ। ସେମାନେ କହିବେ ଯେ, ସେମାନେ ଶୁଣିଲେ, ନାବୋତ ପରମେଶ୍ୱର ଓ ରାଜାଙ୍କୁ ଅଭିଶାପ ଦେଇଛନ୍ତି। ତା'ପରେ ତାକୁ ନଗର ବାହାରକୁ ନେଇ ପଥରମାରି ବଧ କର।”
11 ତେଣୁ ନାବୋତର ନଗରସ୍ଥ ପ୍ରାଚୀନ ଓ ପ୍ରଧାନବର୍ଗ ଈଷେବଲଙ୍କ ପ୍ରେରିତ ପତ୍ର ଅନୁସାରେ କାର୍ଯ୍ୟ କଲେ। 12 ସେମାନେ ଗୋଟିଏ ଉପବାସର ଦିନ ଘୋଷଣା କଲେ। ସମସ୍ତ ଲୋକଙ୍କୁ ଏକତ୍ରିତ ଡକାଇଲେ ଓ ଲୋକମାନଙ୍କ ସମ୍ମୁଖରେ ନାବୋତକୁ ଏକ ବିଶେଷ ଉଚ୍ଚ ସ୍ଥାନରେ ବସାଇଲେ। 13 ତା'ପରେ ଦୁଇଟି ପାପାଧମ ଲୋକ ଆସି ସେମାନଙ୍କ ସମ୍ମୁଖରେ ସାକ୍ଷୀ ଦେବାକୁ ବସିଲେ। ସେମାନେ ମିଥ୍ୟା ସାକ୍ଷ୍ୟ ଦେଇ କହିଲେ ଯେ, ନାବୋତ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଛି। ତହୁଁ ସେମାନେ ନାବୋତକୁ ନଗର ବାହାରକୁ ନେଇ ପଥର ମାରି ବଧ କଲେ। 14 ତତ୍ପରେ ସେମାନେ ଈଷେବଲ ନିକଟକୁ ବାର୍ତ୍ତା ପ୍ରେରଣ କରି କହିଲେ, “ନାବୋତ ପ୍ରସ୍ତରାଘାତରେ ମୃତ୍ୟୁବରଣ କରିଛି।”
15 ଯେତେବେଳେ ଈଷେବଲ ନାବୋତର ମୃତ୍ୟୁ ସମ୍ବାଦ ଶୁଣିଲେ, ସେ ଆହାବଙ୍କୁ କହିଲେ, “ଯିଷ୍ରିୟେଲୀୟ ନାବୋତ ଯେ କି ରୌପ୍ୟ ମୁଦ୍ରା ଦେଇ ଦ୍ରାକ୍ଷାକ୍ଷେତ୍ର ଦେବାକୁ ନାସ୍ତି କରିଥିଲା ସେ ବର୍ତ୍ତମାନ ମୃତ। ଏଣିକି ତୁମ୍ଭେ ତା'ର ଦ୍ରାକ୍ଷାକ୍ଷେତ୍ର ଅଧିକାର କର।” 16 ତେଣୁ ଆହାବ ଦ୍ରାକ୍ଷାକ୍ଷେତ୍ରକୁ ଗଲେ ଓ ସେହି କ୍ଷେତକୁ ଅଧିକାର କଲେ।
17 ଏହି ସମୟରେ ତିଶ୍ବୀୟ ଏଲିୟଙ୍କ ନିକଟରେ ସଦାପ୍ରଭୁଙ୍କର ବାର୍ତ୍ତା ଉପସ୍ଥିତ ହେଲା, ଯଥା: 18 “ଶମରିୟାର ବାସିନ୍ଦା ଇସ୍ରାଏଲର ରାଜା ଆହାବ ନିକଟକୁ ଯାଅ, ସେ ବର୍ତ୍ତମାନ ନାବୋତର ଦ୍ରାକ୍ଷାକ୍ଷେତ୍ରରେ ଅଛି; ସେ ତା'ର ଦ୍ରାକ୍ଷାକ୍ଷେତ୍ରକୁ ନିଜ ଅଧିକାରକୁ ଆଣିବାକୁ ଯାଇଛି। 19 ଆହାବକୁ କୁହ, ମୁଁ ସଦାପ୍ରଭୁ କହୁଅଛି, ‘ତୁମ୍ଭେ ନାବୋତକୁ ହତ୍ୟା କରିଛ ଓ ତା'ର ଦ୍ରାକ୍ଷାକ୍ଷେତ୍ରକୁ ଅଧିକାର କରିଅଛ, ମୁଁ ସଦାପ୍ରଭୁ କହୁଅଛି, ଯେଉଁ ସ୍ଥାନରେ ନାବୋତର ମୃତ୍ୟୁ ହୋଇଛି, ସେହି ସ୍ଥାନରେ ତୁମ୍ଭର ମୃତ୍ୟୁ ହେବ। କୁକୁରମାନେ ନାବୋତର ରକ୍ତକୁ ଯେଉଁ ସ୍ଥାନରେ ଗ୍ଭଟି ଖାଇଥିଲେ, ସେହି ସ୍ଥାନରେ ତୁମ୍ଭର ରକ୍ତ ମଧ୍ୟ ଗ୍ଭଟିବେ।’”
20 ଏଲିୟ ଆହାବଙ୍କ ନିକଟକୁ ଗଲେ, ଆହାବ ଏଲିୟଙ୍କୁ କହିଲେ, “ତୁମ୍ଭେ ପୁଣି ମୋତେ ଦେଖା ଦେଲ, ତୁମ୍ଭେ ସର୍ବଦା ମୋର ବିରୁଦ୍ଧରେ ରହିଛ।”
ଏଲିୟ ଉତ୍ତର କଲେ, “ହଁ, ମୁଁ ପୁଣି ତୁମ୍ଭକୁ ଦେଖାଦେଲି, ଯେହେତୁ ତୁମ୍ଭେ ଜୀବନସାରା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକର୍ମ କରି ଗ୍ଭଲିଛ। 21 ତେଣୁ ସଦାପ୍ରଭୁ କହନ୍ତି, ‘ମୁଁ ତୁମ୍ଭକୁ ଓ ତୁମ୍ଭ ପରିବାରର ପୁଂ ସନ୍ତାନମାନଙ୍କୁ ନିଃଶେଷ କରିବି।
ପ୍ରଧାନ ବୀଣା ବାଦକଙ୍କ ଉଦ୍ଦେଶ୍ୟରେ ଦାଉଦଙ୍କର ଗୀତ।
5 ହେ ସଦାପ୍ରଭୁ, ମୋର କଥା ଶୁଣନ୍ତୁ।
ବୁଝିବାକୁ ଚେଷ୍ଟା କରନ୍ତୁ ମୁଁ କ’ଣ କରିବାକୁ ଗ୍ଭହୁଁଛି।
2 ହେ ମୋର ପରମେଶ୍ୱର ଓ ରାଜା,
ମୋର ପ୍ରାର୍ଥନା ଶୁଣ।
3 ପ୍ରତିଦିନ ସକାଳେ ହେ ସଦାପ୍ରଭୁ, ମୋର ରବ ଶୁଣ,
ମୁଁ ତୁମ୍ଭ ଉଦ୍ଦେଶ୍ୟରେ ଆପଣା ପ୍ରାର୍ଥନା ସଜାଏ
ଏବଂ ପ୍ରତିଦିନ ସକାଳେ ତୁମ୍ଭେ ମୋର ପ୍ରାର୍ଥନା ଶୁଣ।
4 ହେ ପରମେଶ୍ୱର, ତୁମ୍ଭେ କେବେ ମନ୍ଦକାର୍ଯ୍ୟ ପସନ୍ଦ କର ନାହିଁ।
କାରଣ ମନ୍ଦକାର୍ଯ୍ୟ ସହ ତୁମ୍ଭର କୌଣସି ସମ୍ପର୍କ ନାହିଁ।
5 ଗର୍ବୀମାନେ କେବେ ତୁମ୍ଭ ନିକଟକୁ ଆସି ପାରିବେ ନାହିଁ।
ଯେଉଁମାନେ ମନ୍ଦକାର୍ଯ୍ୟ କରନ୍ତି ତୁମ୍ଭେ ସେମାନଙ୍କୁ ଘୃଣା କର।
6 ଯେଉଁମାନେ ମିଥ୍ୟା କହନ୍ତି, ତୁମ୍ଭେ ସେମାନଙ୍କୁ ବିନାଶ କରିବ।
ତୁମ୍ଭେ ସେହି ଲୋକମାନଙ୍କୁ ଘୃଣା କର, ଯେଉଁମାନେ ଅନ୍ୟ ଲୋକମାନଙ୍କୁ ଆଘାତ କରିବାକୁ ଗୋପନରେ ଷଡ଼ଯନ୍ତ୍ର କରନ୍ତି।
7 କିନ୍ତୁ ସଦାପ୍ରଭୁ ତୁମ୍ଭର ଅସୀମ କରୁଣା ଯୋଗୁଁ,
ମୁଁ ନିଶ୍ଚୟ ତୁମ୍ଭ ପବିତ୍ର ମନ୍ଦିରରେ ପହଞ୍ଚିବି।
ମୁଁ ନତମସ୍ତକରେ ତୁମ୍ଭର ସେହି ପବିତ୍ର ମନ୍ଦିରରେ ତୁମ୍ଭକୁ ଭୟ ଭକ୍ତି ଓ ସମ୍ମାନର ସହିତ ଉପାସନା କରିବି।
8 ହେ ସଦାପ୍ରଭୁ, ମୋତେ ତୁମ୍ଭର ଧର୍ମ ପଥରେ ପ୍ରଦର୍ଶନ କର।
ଲୋକମାନେ ମୋର ଦୁର୍ବଳତାକୁ ଗ୍ଭହିଁ ବସିଛନ୍ତି।
ତେଣୁ ମୋତେ ଉଚିତ୍ ମାର୍ଗ ପ୍ରଦର୍ଶନ କରି ଧର୍ମ ପଥରେ କଢ଼ାଇ ନିଅ,
ଓ ମୋର ପଥକୁ ସରଳ କର।
15 ଆମ୍ଭେମାନେ ଯିହୂଦୀ ରୂପେ ଜନ୍ମ ହୋଇଛୁ, ଏବଂ ଆମ୍ଭେମାନେ ପାପୀ ଅଣଯିହୂଦୀମାନଙ୍କ ପରି ନୋହୁଁ। 16 ଆମ୍ଭେ ଜାଣୁ ଯେ ନିୟମ ପାଳନ ଦ୍ୱାରା କେହି ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୁଏ ନାହିଁ। ମାତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଜଣେ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୁଏ। ସେଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହେବା ପାଇଁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ। ଆମ୍ଭେ ନିୟମ ପାଳନ ପାଇଁ ନୁହେଁ ବରଂ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ରଖିଥିବାରୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇଛୁ। କେବଳ ବ୍ୟବସ୍ଥା ପାଳନ ଦ୍ୱାରା କୌଣସି ଲୋକ ଧାର୍ମିକ ହୋଇପାରେ ନାହିଁ।
17 ଆମ୍ଭେ ଯିହୂଦୀମାନେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେବା ପାଇଁ ଯୀଶୁଙ୍କ ପାଖକୁ ଯାଇଛୁ। ଅତଏବ ଆମ୍ଭେ ମଧ୍ୟ ପାପୀ। ଏହାର ଅର୍ଥ କ’ଣ ଏହା ଯେ ଯୀଶୁ ଆମ୍ଭକୁ ପାପୀ କରୁଛନ୍ତି? ନା! 18 କିନ୍ତୁ ଯେଉଁ ବିଷୟ ଗୁଡ଼ିକୁ ଆମ୍ଭେ ଛାଡ଼ି ଦେଇ ସାରିଛୁ, ମୁଁ ଯଦି ସେହିଗୁଡ଼ିକର ପୁନଃ ପ୍ରଗ୍ଭର ଆରମ୍ଭ କରେ, ତା'ହେଲେ ଏହା ଭୂଲ ହେବ। 19 ମୁଁ ବ୍ୟବସ୍ଥା ପାଇଁ ଆଉ ବଞ୍ଚି ରହି ନାହିଁ। କାରଣ ବ୍ୟବସ୍ଥା ମୋର ମୃତ୍ୟୁ ଘଟାଇଲା। କିନ୍ତୁ ମୁଁ ପରମେଶ୍ୱରଙ୍କ ପାଇଁ ଜୀବନଯାପନ କରୁଛି, ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶ ଉପରେ ମୃତ୍ୟୁଭୋଗ କରିସାରିଛି। 20 ଅତଏବ ଏବେ ମୁଁ ନିଜେ ଜୀବିତ ନାହିଁ, ମାତ୍ର ମୋ’ ମଧ୍ୟରେ ଯୀଶୁ ଖ୍ରୀଷ୍ଟ ଜୀବିତ ଅଛନ୍ତି। ମୋର ଶରୀର ମଧ୍ୟରେ ମୁଁ ଏ ପର୍ଯ୍ୟନ୍ତ ଜୀବିତ ଅଛି ଓ ପରମେଶ୍ୱରଙ୍କ ପୁତ୍ରଙ୍କଠାରେ ମୋର ବିଶ୍ୱାସ ପାଇଁ ମୁଁ ଜୀବିତ ଅଛି। ସେ ମୋତେ ଭଲ ପାଇଲେ। ସେ ମୋ’ ଉଦ୍ଧାର ପାଇଁ ନିଜକୁ ସମର୍ପିତ କରି ଦେଇଛନ୍ତି। 21 ଏହି ଅନୁଗ୍ରହ ହେଉଛି ପରମେଶ୍ୱରଙ୍କର। ଏହା ମୋ’ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। କାରଣ ଯଦି ନିୟମ ଦ୍ୱାରା ଧାର୍ମିକ ଗଣିତ ହେବା ସମ୍ଭବ ହୋଇଥା’ନ୍ତା, ତା'ହେଲେ ଖ୍ରୀଷ୍ଟ ବିନା କାରଣରେ ନିଜର ପ୍ରାଣ ବିସର୍ଜନ କରି ନ ଥାଆନ୍ତେ।
ଫାରୂଶୀ ଶିମୋନ
36 ଫାରୂଶୀମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କୁ ନିଜ ସହିତ ଖାଇବା ପାଇଁ ନିମନ୍ତ୍ରଣ କଲେ। ଯୀଶୁ ସେହି ଫାରୂଶୀଙ୍କ ଘରକୁ ଗଲେ ଓ ଖାଇବା ପାଇଁ ବସିଲେ।
37 ସେହି ସମୟରେ ସେହି ନଗରରେ ଜଣେ ପାପୀ ସ୍ତ୍ରୀ ଲୋକ ଥିଲା। ସେ ଜାଣି ପାରିଲା ଯେ, ଯୀଶୁ ଫାରୂଶୀଙ୍କ ଘରେ ଖାଉଛନ୍ତି। ତେଣୁ ସେହି ସ୍ତ୍ରୀ ଲୋକଟି ଗୋଟିଏ ସ୍ଫଟିକ ପାତ୍ରରେ କିଛି ଅତର ଆଣିଲା। 38 ସେ ଯୀଶୁଙ୍କ ପଛଆଡ଼େ ଗୋଡ଼ ପାଖରେ ଠିଆ ହେଲା। ସେ କାନ୍ଦୁଥିଲା। ତା'ପରେ ସେ ଯୀଶୁଙ୍କ ପାଦ ତା ଲୁହରେ ଧୋଇ ଦେଲା। ନିଜ ମୁଣ୍ଡର ବାଳରେ ଯୀଶୁଙ୍କ ପାଦ ପୋଛିଦେଲା। ତାହାଙ୍କ ପାଦରେ ବହୁବାର ଚୁମ୍ବନ ଦେଲା ଓ ପାଦ ଉପରେ ଅତର ଢାଳି ଦେଲା।
39 ଯେଉଁ ଫାରୂଶୀ ଜଣକ ଯୀଶୁଙ୍କୁ ନିଜ ଘରକୁ ଡାକିଥିଲେ, ସେ ଏସବୁ ଦେଖିଲେ। ସେ ମନେ ମନେ ଭାବିଲେ, “ଯୀଶୁ ଯଦି ପ୍ରକୃତରେ ଜଣେ ଭବିଷ୍ୟଦ୍ବକ୍ତା ହୋଇଥା’ନ୍ତେ, ତେବେ ସେ ନିଶ୍ଚୟ ଜାଣି ପାରନ୍ତେ ଯେ, ଯେଉଁ ସ୍ତ୍ରୀ ଲୋକଟି ତାହାଙ୍କୁ ଛୁଇଁଛି ସେ ଜଣେ ପାପୀନୀ।”
40 ଯୀଶୁ ଫାରୂଶୀଙ୍କୁ କହିଲେ, “ଶିମୋନ, ମୋର ତୁମ୍ଭକୁ କିଛି କହିବାର ଅଛି।”
ଶିମୋନ କହିଲେ, “ଗୁରୁ, କୁହନ୍ତୁ!”
41 ଯୀଶୁ କହିଲେ, “କୌଣସି ସାହୁକାର ପାଖରୁ ଦୁଇଜଣ ଖାତକ କରଜ ନେଇଥିଲେ। ଜଣେ ପାଞ୍ଚଶହ ରୂପାଟଙ୍କା କରଜ ନେଇଥିଲା ଓ ଆଉ ଜଣେ ପଗ୍ଭଶ୍ଟି ରୂପାଟଙ୍କା ନେଇଥିଲା। 42 ସେମାନଙ୍କ ପାଖରେ ଟଙ୍କା ନ ଥିବାରୁ ସେମାନେ ଋଣ ପରିଶୋଧ କରି ପାରୁ ନ ଥିଲେ। ତେଣୁ ସାହୁକାର ଦୁଇଜଣଙ୍କୁ ଋଣ ମୁକ୍ତ କରିଦେଲେ। ତେବେ ଏ ଦୁଇଜଣଙ୍କ ମଧ୍ୟରେ କିଏ ସାହୁକାରଙ୍କୁ ଅଧିକ ଭଲ ପାଇବ?
43 ଶିମୋନ ଉତ୍ତର ଦେଲେ, “ମୁଁ ଭାବୁଛି, ସାହୁକାର ଯାହାକୁ ଅଧିକ ଟଙ୍କା ଛାଡ଼ି ଦେଲେ, ସେହି ଲୋକକୁ ଅଧିକା ଭଲ ପାଇବ।”
ଯୀଶୁ ଶିମୋନଙ୍କୁ କହିଲେ, “ତୁମ୍ଭେ ଠିକ୍ କଥା କହିଛ।” 44 ତା'ପରେ ଯୀଶୁ ସ୍ତ୍ରୀ ଲୋକଟି ଆଡ଼କୁ ବୁଲିପଡ଼ି ଶିମୋନଙ୍କୁ କହିଲେ, “ତୁମ୍ଭେ ଏ ସ୍ତ୍ରୀ ଲୋକଟିକୁ ଦେଖୁଛ? ମୁଁ ତୁମ୍ଭ ଘରକୁ ଆସିଲି। ଅଥଚ ତୁମ୍ଭେ ମୋତେ ଗୋଡ଼ ଧୋଇବାକୁ ପାଣି ସୁଦ୍ଧା ଦେଲ ନାହିଁ, କିନ୍ତୁ ଓ ସ୍ତ୍ରୀ ଲୋକଟି ମୋର ପାଦକୁ ଲୁହରେ ଧୋଇ ଦେଲା। ଏବଂ ତା ବାଳରେ ପୋଛିଦେଲା। 45 ତୁମ୍ଭେ ମୋତେ ଚୁମ୍ବନ ଦେଲ ନାହିଁ, କିନ୍ତୁ ଯେଉଁ ସମୟରୁ ମୁଁ ଭିତରକୁ ଆସିଲିଣି, ସେସମୟରୁ ଏ ପର୍ଯ୍ୟନ୍ତ ସେ ମୋର ପାଦରେ ଚୁମ୍ବନ ଦେବା ବନ୍ଦ କରି ନାହିଁ। 46 ତୁମ୍ଭେ ମୋ’ ମୁଣ୍ଡରେ ତେଲ ଲଗାଇଲ ନାହିଁ, କିନ୍ତୁ ଏ ସ୍ତ୍ରୀ ଲୋକଟି ମୋ’ ପାଦରେ ଅତର ଲଗାଇଲା। 47 ଏଣୁ ମୁଁ ତୁମ୍ଭକୁ କହୁଛି ଯେ, ତା'ର ଅନେକ ପାପକ୍ଷମା କରି ଦିଆଗଲା। ଏ କଥା ସ୍ପଷ୍ଟ କାରଣ ସେ ଅଗାଧ ପ୍ରେମ ଦେଖାଇଛି। ଯେଉଁ ଲୋକ କ୍ଷମା ପାଇବା ପାଇଁ କମ୍ ଆବଶ୍ୟକତା ଅନୁଭବ କରିଥାଏ, ସେ କ୍ଷମା ପାଇବା ବେଳେ କମ୍ ପ୍ରେମ ଅନୁଭବ କରିଥାଏ।”
48 ତା'ପରେ ଯୀଶୁ ସେହି ସ୍ତ୍ରୀ ଲୋକଟିକୁ କହିଲେ, “ତୋର ପାପକ୍ଷମା କରି ଦିଆଗଲା।”
49 ଯେଉଁମାନେ ଯୀଶୁଙ୍କ ସହିତ ଭୋଜନ କରୁଥିଲେ, ସେମାନେ ମନେ ମନେ ଭାବିବାକୁ ଲାଗିଲେ, “ଏ ଲୋକ ନିଜକୁ କ’ଣ ଭାବୁଛି? ସେ କିପରି ପାପଗୁଡ଼ିକୁ କ୍ଷମା କରି ପାରିବ?”
50 ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, “ତୁମ୍ଭେ ବିଶ୍ୱାସ କରିଥିବାରୁ ତୁମ୍ଭେ ପାପରୁ ରକ୍ଷା ପାଇଅଛ। “ଶାନ୍ତିରେ ଯାଅ।”
ଶିଷ୍ୟମାନଙ୍କ ସହିତ ଯୀଶୁ
8 ଏହା ପରେ ଯୀଶୁ ନଗର ନଗର, ଗାଁ ଗାଁ ବୁଲି ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ଲୋକମାନଙ୍କୁ ଶୁଣାଇଲେ। ତାହାଙ୍କ ସହିତ ବାରଜଣ ପ୍ରେରିତ ମଧ୍ୟ ରହିଥିଲେ। 2 କେତେକ ସ୍ତ୍ରୀଲୋକ ମଧ୍ୟ ତାହାଙ୍କ ସାଙ୍ଗରେ ଥିଲେ। ସେମାନଙ୍କୁ ଯୀଶୁ ଦୁଷ୍ଟାତ୍ମା କବଳରୁ ତଥା ରୋଗରୁ ମୁକ୍ତ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣକର ନାଁ ଥିଲା ମରିୟମ। ସେ ମଗ୍ଦଲା ସହରର ବାସିନ୍ଦା ଥିଲେ। ତା'ଠାରୁ ସାତୋଟି ଭୂତ ବାହାର କରା ଯାଇଥିଲା। 3 ହେରୋଦଙ୍କ ଗୁମାସ୍ତା ଖୂଜାଙ୍କ ସ୍ତ୍ରୀ ଯୋହାନା, ଶୋଶାନ୍ନା, ପୁଣି ଏହିଭଳି ଆହୁରି ଅନେକ ସ୍ତ୍ରୀ ଲୋକ ମଧ୍ୟ ଯାଉଥିଲେ। ସେହି ସ୍ତ୍ରୀ ଲୋକମାନେ ଯୀଶୁ ଓ ତାହାଙ୍କ ପ୍ରେରିତମାନଙ୍କୁ ସାହାଯ୍ୟ କରିବା ପାଇଁ ସେମାନଙ୍କ ନିଜ ଟଙ୍କା ଖର୍ଚ୍ଚ କରୁଥିଲେ।
2010 by World Bible Translation Center