Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 68:1-10

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗାନାର୍ଥକ ଗୀତ।

68 ପରମେଶ୍ୱର ଉଠ ଏବଂ ତାଙ୍କର ଶତ୍ରୁଗଣଙ୍କୁ ଛିନ୍ନଭିନ୍ନ କର।
    ସମସ୍ତ ଶତ୍ରୁ ତାଙ୍କଠାରୁ ପଳାଇ ଯାଆନ୍ତୁ।
ଯେମିତି ପବନ ଦ୍ୱାରା ଧୂଆଁ ବିଚ୍ଛୁରିତ ହୁଏ,
    ସେହିପରି ତୁମ୍ଭର ଶତ୍ରୁ ଛିନ୍ନଭିନ୍ନ ହୁଅନ୍ତୁ।
ଯେପରି ନିଆଁରେ ମହମ ତରଳି ଯାଏ,
    ଏହିପରି ତୁମ୍ଭର ଶତ୍ରୁମାନଙ୍କର ବିନାଶ ହେଉ।
ପରମେଶ୍ୱରଙ୍କ ସହିତ ଧାର୍ମିକ ଲୋକମାନେ ଖୁସୀ ହୁଅନ୍ତି
    ଓ ଧାର୍ମିକ ଲୋକମାନେ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦିତ ହୁଅନ୍ତି, ସେମାନେ ଆନନ୍ଦର ସହିତ ପାଳନ କରନ୍ତି।
ପରମେଶ୍ୱରଙ୍କ ନିମନ୍ତେ ସଙ୍ଗୀତ ଗାନ କର, ତାଙ୍କର ନାମର ଗୁଣଗାନ କର।
    ପରମେଶ୍ୱରଙ୍କର ପ୍ରଶଂସା ହେଉ।
ଯିଏ ମେଘ ଉପରେ ଆରୋହଣ କରନ୍ତି,
    ତାଙ୍କ ଆଗରେ ଆନନ୍ଦିତ ହୁଅ।
ତାଙ୍କର ପବିତ୍ର ମନ୍ଦିରରେ ପରମେଶ୍ୱର ଅନାଥମାନଙ୍କର ନାଥ
    ଏବଂ ସେ ବିଧବାମାନଙ୍କୁ ସୁରକ୍ଷା କରନ୍ତି।
ଯିଏ ପରିବାରରେ ଏକାକୀ ଥାଏ, ପରମେଶ୍ୱର ଲୋକ ପଠାନ୍ତି,
    ଏପରିକି ଏକାକୀ ଲୋକଙ୍କୁ ପରମେଶ୍ୱର ଆନନ୍ଦ ଦିଅନ୍ତି ଓ ବନ୍ଦୀମାନଙ୍କୁ ବନ୍ଧନରୁ ମୁକ୍ତ କରନ୍ତି।
    କିନ୍ତୁ ଯିଏ ପରମେଶ୍ୱରଙ୍କର ବିରୋଧ ହୁଏ, ସେମାନଙ୍କୁ ଶୁଷ୍କ ଭୂମିରେ ରହିବାକୁ ପଡ଼େ।

ହେ ପରମେଶ୍ୱର, ତୁମ୍ଭେ ଆପଣା ଭକ୍ତମାନଙ୍କୁ ମିଶରରୁ ବାହାର କରି ଆଣିଲ
    ଏବଂ ପାଦରେ ଚଲାଇ ମରୁଭୂମିକୁ ପାର କରାଇଲ। ସେଲା
ସୀନୟ ପରମେଶ୍ୱରଙ୍କର! ଇସ୍ରାଏଲର ପରମେଶ୍ୱର!
    ତୁମ୍ଭ କାରଣରୁ ପୃଥିବୀ କମ୍ପିତ ହେଲା ଓ ଆକାଶ ମେଘ ବୃଷ୍ଟି କଲା।
ହେ ପରମେଶ୍ୱର! ତୁମ୍ଭେ ବର୍ଷାକୁ ପଠାଇଲ
    ଏବଂ ପୁରୁଣା ଓ ଦୁର୍ବଳ ଧରିତ୍ରୀକୁ ତୁମ୍ଭେ ପୁଣି ସତେଜ କଲ।
10 ତୁମ୍ଭର ଲୋକମାନେ ସେଠାରେ ବାସ କଲେ।
    ହେ ପରମେଶ୍ୱର, ସେଠାରେ ଗରିବ ଲୋକମାନଙ୍କୁ ତୁମ୍ଭେ ଉତ୍ତମ ବସ୍ତୁ ଦେଇଅଛ।

ଗୀତସଂହିତା 68:19-20

19 ସଦାପ୍ରଭୁଙ୍କର ପ୍ରଶଂସା କର।
    ପରମେଶ୍ୱର ଯିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି,
    ପ୍ରତିଦିନ ଆଶୀର୍ବାଦ ସଂଗ୍ରହ କରି ଦିଅନ୍ତି। ସେଲା

20 ଆମ୍ଭର ପରମେଶ୍ୱର ହେଉଛନ୍ତି ପରମେଶ୍ୱର ଯିଏକି ରକ୍ଷା କରନ୍ତି।
    ଆମ୍ଭମାନଙ୍କର ସଦାପ୍ରଭୁ ମୃତ୍ୟୁଠାରୁ ରକ୍ଷା କରନ୍ତି।

ଆୟୁବ ପୁସ୍ତକ 22:1-20

ଇଲୀଫସ୍ ଉତ୍ତର ଦେଲା

22 ତୈମନୀୟ ଇଲୀଫସ୍ ଉତ୍ତର ଦେଇ କହିଲା,

“ପରମେଶ୍ୱର କ’ଣ ଆମ୍ଭର ସାହାଯ୍ୟ ଆବଶ୍ୟକ କରନ୍ତି?
    ନା, ଏପରିକି ଜଣେ ଅତି ଜ୍ଞାନୀ ମଧ୍ୟ ପରମେଶ୍ୱରଙ୍କ ପ୍ରତି ଦରକାରୀ ନୁହେଁ।
ତୁମ୍ଭେ ଯେ ଜଣେ ଧାର୍ମିକ ଅଟ ଏହା କ’ଣ ପରମେଶ୍ୱରଙ୍କ ସୁଖର କାରଣ ଅଟେ?
    ତା'ଦ୍ୱାରା ସର୍ବଶକ୍ତିମାନ ପରମେଶ୍ୱର କ’ଣ କିଛି ଲାଭ ପାଆନ୍ତି ଯଦି ତୁମ୍ଭେ ତାଙ୍କୁ ଅନୁସରଣ କର?
ଏହା କ’ଣ ତାଙ୍କ ପ୍ରତି ଭୟ କାରଣରୁ ପରମେଶ୍ୱର ତୁମ୍ଭ ବିରୁଦ୍ଧରେ ଅଭିଯୋଗ କଲେ କି?
    ଏହା କ’ଣ ସେ କାରଣ ଯେ ତୁମ୍ଭେ ତାଙ୍କୁ ଉପାସନା କର?
ନା, ଏହାର କାରଣ ତୁମ୍ଭେ ଅତ୍ୟଧିକ ପାପ କରିଛ।
    ତୁମ୍ଭେ କେବେ ନିବୃତ୍ତ ରହି ନାହଁ।
ହୋଇପାରେ ତୁମ୍ଭେ ତୁମ୍ଭର ଭାଇକୁ କିଛି ଟଙ୍କା କରଜ ଦେଇଥିଲ ଏବଂ ତାକୁ ବାଧ୍ୟ କରିଥିଲ ତୁମ୍ଭକୁ କିଛି ବନ୍ଧକ ଦେବାକୁ ପ୍ରମାଣ ସ୍ୱରୂପ ଯାହା ଫଳରେ ସେ ତୁମ୍ଭକୁ ଫେରସ୍ତ କରିବ।
    ହୋଇପାରେ ତୁମ୍ଭ ଗରିବ ଲୋକଟିର କପଡ଼ା ମଧ୍ୟ ନେଇଛ ବନ୍ଧକ ସ୍ୱରୂପ କରଜ ଦେଇ।
    ହୋଇପାରେ ତୁମ୍ଭେ ଏହା ବିନାକାରଣରେ କରିଅଛ।
ହୋଇପାରେ ତୁମ୍ଭେ ଜଳ ଓ ଖାଦ୍ୟ
    ତୃଷାର୍ତ୍ତ ଓ ଭୋକିଲା ଲୋକକୁ ଦେଇ ନାହଁ।
ଆୟୁବ, ତୁମ୍ଭର ବହୁତ ଗ୍ଭଷ ଜମି ଥିଲା
    ଏବଂ ଲୋକମାନେ ତୁମ୍ଭକୁ ସମ୍ବୋଧନ କରୁଥିଲେ।
ଏହାବି ହୋଇପାରେ ତୁମ୍ଭେ ବିଧବାମାନଙ୍କୁ କିଛି ନ ଦେଇ ପଠାଇ ଦେଇଛ।
    ଆୟୁବ, ତୁମ୍ଭେ ଅନାଥମାନଙ୍କୁ ଠକିଛ।
10 ବୋଧହୁଏ ସେଥିପାଇଁ ତୁମ୍ଭ ଗ୍ଭରି କଡ଼ରେ ଫାନ୍ଦ ବସାଯାଇଛି
    ଓ ହଠାତ୍ ବିପଦ ପଡ଼ିବାରୁ ତୁମ୍ଭେ ଭୟଭୀତ ହୋଇ ପଡ଼ିଛ।
11 ଏହି କାରଣ ପାଇଁ ଏତେ ଅନ୍ଧକାର ଘଟିଛି ଯେ, ତୁମ୍ଭେ କିଛି ଦେଖି ପାରୁ ନାହଁ,
    କାହିଁକି ତୁମ୍ଭେ ପ୍ରବଳ ବନ୍ୟାଜଳରେ ଢାଙ୍କି ହୋଇଛ।

12 “ପରମେଶ୍ୱରଙ୍କ ନିବାସସ୍ଥାନ ସ୍ୱର୍ଗର ସବୁଠୁ ଊର୍ଦ୍ଧ୍ୱରେ ନୁହଁ କି?
    ଦେଖ ନକ୍ଷତ୍ରଗଣ ମଧ୍ୟ କେତେ ଉଚ୍ଚରେ ଅଛନ୍ତି।
13 ଆୟୁବ ତୁମ୍ଭେ ହୁଏତ କହିପାର, ‘ପରମେଶ୍ୱର କ’ଣ ଜାଣନ୍ତି?
    ପରମେଶ୍ୱର କ’ଣ ସେହି ଘନ ଅନ୍ଧକାର ବାଦଲ ମଧ୍ୟରୁ ଆମ୍ଭକୁ ଦେଖି ବିଗ୍ଭର କରନ୍ତି?
14 ଘନ ବାଦଲ ପରମେଶ୍ୱରଙ୍କୁ ଆମ୍ଭଠାରୁ ଲୁଗ୍ଭଇ ରଖେ, ତେଣୁ ସେ ଆମ୍ଭକୁ ଦେଖି ପାରନ୍ତି ନାହିଁ।
    ସେ ଆକାଶ ସୀମାର ଉପରେ ଗ୍ଭଲି ପାରନ୍ତି।’

15 “ଆୟୁବ, ତୁମ୍ଭେ ସେହି ପୁରୁଣା ବାଟରେ ଗ୍ଭଲୁଛ,
    ଯେଉଁ ପଥରେ ଦୁଷ୍ଟ ଲୋକେ ପୂର୍ବ କାଳରେ ଯାଉଥିଲେ।
16 ସେହି ଦୁଷ୍ଟମାନେ ଧ୍ୱଂସ ପାଇ ସାରିଛନ୍ତି।
    ସେମାନଙ୍କର ମୃତ୍ୟୁ ସମୟ ଆସିବା ପୂର୍ବରୁ।
    ସେମାନେ ବନ୍ୟାରେ ଭାସି ଯାଇଛନ୍ତି।
17 ସେହି ଲୋକମାନେ ପରମେଶ୍ୱରଙ୍କୁ କହିଥିଲେ, ‘ଆମ୍ଭକୁ ଏକା ଛାଡ଼ିଦିଅ!
    ପରମେଶ୍ୱର ସର୍ବଶକ୍ତିମାନ ଆମ୍ଭକୁ କିଛି କରି ପାରନ୍ତି ନାହିଁ।’
18 ଯଦ୍ୟପି ପରମେଶ୍ୱର ସେମାନଙ୍କ ଗୃହରେ ଉତ୍ତମ ଦ୍ରବ୍ୟ ପୂର୍ଣ୍ଣ କରିଥିଲେ।
    ମୁଁ ସେହି ଦୁଷ୍ଟ ଲୋକଙ୍କ ଉପଦେଶ ମାନିବି ନାହିଁ।
19 ଧାର୍ମିକ ଲୋକେ ସେମାନଙ୍କ ଧ୍ୱଂସ ଦେଖିବାକୁ ଗ୍ଭହାନ୍ତି।
    ଏବେ ସେହି ଧାର୍ମିକ ଲୋକମାନେ ଆନନ୍ଦିତ ହେବେ।
    ନିରୀହ ଲୋକ ଦୁଷ୍ଟ ଲୋକଙ୍କ ବିଷୟରେ ହାସ୍ୟ କରିବେ।
20 ‘ସତରେ ଆମ୍ଭ ଶତ୍ରୁମାନେ ଧ୍ୱଂସ ହୋଇଛନ୍ତି।
    ଅଗ୍ନି ସେମାନଙ୍କ ସମ୍ପତ୍ତିକୁ ଜାଳି ଦେଇଛି।’

ଗାଲାତୀୟଙ୍କ ପ୍ରତି ପତ୍ର 2:1-10

ଅନ୍ୟ ପ୍ରେରିତମାନେ ପାଉଲଙ୍କୁ ଗ୍ରହଣ କଲେ

ମୁଁ ଚଉଦ ବର୍ଷ ପରେ ପୁଣି ଥରେ ଯିରୁଶାଲମକୁ ଗଲି। ବର୍ଣ୍ଣ‌ବ୍‌‌‌‌ବା ଓ ତୀତସଙ୍କୁ ମଧ୍ୟ ସାଙ୍ଗରେ ନେଇ ଥିଲି। ଯିରୁଶାଲମ ଯିବା ପାଇଁ ପରମେଶ୍ୱର ମୋତେ ପ୍ରକାଶ କରିଥିବାରୁ ମୁଁ ସେଠାକୁ ଯାଇଥିଲି। ବିଶ୍ୱାସୀ ଲୋକମାନଙ୍କ ମଧ୍ୟରେ ଥିବା ନେତୃସ୍ଥାନୀୟ ଲୋକମାନଙ୍କ ପାଖକୁ ମୁଁ ଗଲି। ଯେତେବେଳେ ଆମ୍ଭେମାନେ ଏକାନ୍ତରେ ଥିଲୁ, ସେତେବେଳେ ସେମାନଙ୍କୁ ମୁଁ ପ୍ରଗ୍ଭର କରୁଥିବା ସୁସମାଗ୍ଭର ଶୁଣାଇଲି। ମୁଁ ଅଣଯିହୂଦୀମାନଙ୍କୁ ଆଗରୁ ଏହି ସୁସମାଗ୍ଭର ଶୁଣାଇ ସାରି ଥିଲି। ଏହା ଦ୍ୱାରା ମୁଁ ଇଚ୍ଛା କଲି ଯେ, ମୁଁ ଯେଉଁ କାମ ପୂର୍ବରୁ କରି ସାରିଥିଲି ଓ ଏବେ ଯାହା କରୁଛି, ଯେପରି ସେ ସବୁ ବିଫଳ ନ ହୁଏ।

ତୀତସ ମୋ’ ସହିତ ଥିଲେ। ସେ ଜଣେ ଅଣଯିହୂଦୀ ଲୋକ ଥିଲେ। କିନ୍ତୁ ଏହି ଲୋକମାନେ ତୀତସଙ୍କୁ ମଧ୍ୟ ସୁନ୍ନତ ହେବା ପାଇଁ ବାଧ୍ୟ କଲେ ନାହିଁ। ଆମ୍ଭେ ଏହି ସମସ୍ୟା ବିଷୟରେ କଥାବାର୍ତ୍ତା ହେବାକୁ ଆବଶ୍ୟକ ମନେ କରୁଥିଲୁ। କାରଣ ଆମ୍ଭ ଦଳ ଭିତରକୁ କେତେକ ଭଣ୍ତ ଭାଇ ଲୁଚିଛପି ପଶି ଆସିଥିଲେ, ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଆମ୍ଭର ସ୍ୱାଧୀନତା ଉପରେ ଗୋଇନ୍ଦାଗିରି କରି ଆମ୍ଭକୁ ଦାସ କରି ରଖିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସେହି ଭଣ୍ଡ ଭାଇମାନେ ଯାହା କରିବାକୁ ଗ୍ଭହୁଁଥିଲେ, ସେଥିରେ ଆମ୍ଭେ କୌଣସିମତେ ସମ୍ମତ ହେଲୁ ନାହିଁ। ଆମ୍ଭେ ଇଚ୍ଛା କଲୁ ଯେ, ତୁମ୍ଭମାନଙ୍କ ଭିତରେ ସୁସମାଗ୍ଭର ସତ୍ୟ ରହିଥାଉ।

କିନ୍ତୁ ସେହି “ପ୍ରତିଷ୍ଠିତ” ଲୋକମାନେ ମୁଁ କହିଥିବା ସୁସମାଗ୍ଭରର ପରିବର୍ତ୍ତନ କଲେ ନାହିଁ। ମୋ’ ପାଇଁ କିଏ ପ୍ରତିଷ୍ଠିତ ବା ନୁହେଁ, ତାହାର କିଛି ଅର୍ଥ ନାହିଁ। ପରମେଶ୍ୱରଙ୍କ ନିକଟରେ ସମସ୍ତେ ସମାନ। ଏହି ଲୋକମାନେ ଦେଖିଲେ ଯେ, ପରମେଶ୍ୱର ପିତରଙ୍କ ଭଳି ମୋତେ ଗୋଟିଏ ବିଶେଷ କାମ ଦେଇଛନ୍ତି। ପରମେଶ୍ୱର ଯିହୂଦୀମାନଙ୍କୁ ସୁସମାଗ୍ଭର କହିବା ପାଇଁ ପିତରଙ୍କୁ ନିଯୁକ୍ତ କରିଛନ୍ତି। କିନ୍ତୁ ପରମେଶ୍ୱର ମୋତେ ଅଣଯିହୂଦୀମାନଙ୍କୁ ସୁସମାଗ୍ଭର କହିବା କାମ ଦେଇଛନ୍ତି। ପରମେଶ୍ୱର ପିତରଙ୍କୁ ଜଣେ ପ୍ରେରିତ ରୂପରେ କାମ କରିବା ଶକ୍ତି ପ୍ରଦାନ କରିଥିଲେ। ସେ ଯିହୂଦୀମାନଙ୍କର ଜଣେ ପ୍ରେରିତ। ପରମେଶ୍ୱର ମୋତେ ମଧ୍ୟ ଜଣେ ପ୍ରେରିତ ଭାବରେ କାମ କରିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି। କିନ୍ତୁ ମୁଁ ଅଣଯିହୂଦୀମାନଙ୍କ ପାଇଁ ପ୍ରେରିତ ଅଟେ। ଯାକୁବ, ପିତର ଓ ଯୋହନ ନେତା ରୂପେ ପରିଗଣିତ ହେଉଥିଲେ। ସେମାନେ ଦେଖିଲେ ଯେ, ପରମେଶ୍ୱର ମୋତେ ଏହି ବିଶେଷ ଅନୁଗ୍ରହ ପ୍ରଦାନ କରିଛନ୍ତି। ସେଥିପାଇଁ ସେମାନେ ବର୍ଣ୍ଣ‌ବ୍‌‌‌‌ବା ଓ ମୋତେ ତାହାଙ୍କର ସହଭାଗୀତାର ଦକ୍ଷିଣହସ୍ତ ପ୍ରଦାନ କଲେ। ଯାକୁବ, ପିତର ଓ ଯୋହନ କହିଲେ, “ପାଉଲ ଓ ବର୍ଣ୍ଣ‌ବ୍‌‌‌‌ବା, ତୁମ୍ଭେମାନେ ଅଣଯିହୂଦୀମାନଙ୍କ ପାଖକୁ ଯିବା କଥାରେ ଆମ୍ଭେମାନେ ରାଜି ଅଛୁ। ମାତ୍ର ଆମ୍ଭେମାନେ ଯିହୂଦୀମାନଙ୍କ ପାଖକୁ ଯିବୁ।” 10 ସେମାନେ ଆମ୍ଭକୁ ଗୋଟିଏ କଥା କହିବା ଉପରେ ଜୋର୍ ଦେଲେ ଯେ, ଆମ୍ଭେ ଯେପରି ଅଭାବରେ ଥିବା ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା କଥା ମନେରଖୁ। ଏହି କାମଟି କରିବା ପାଇଁ ମୁଁ ଯେ କେବଳ ଇଚ୍ଛା କରୁଥିଲି ତା’ ନୁହେଁ, ବରଂ ଏଥିପାଇଁ ମୋର ଉଦ୍‌‌ଯୋଗ ମଧ୍ୟ ଥିଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center