Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 146

146 ସଦାପ୍ରଭୁଙ୍କର ପ୍ରଶଂସା କର!
    ମୁଁ ନିଜକୁ କହେ, ସଦାପ୍ରଭୁଙ୍କର ପ୍ରଶଂସା କର।
ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି।
    ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।
ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ।
    ଲୋକମାନଙ୍କ ପ୍ରତି ଭରସା କର ନାହିଁ।
    କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।
ଲୋକମାନେ ମରନ୍ତି ଓ କବର ନିଅନ୍ତି।
    ଆଉ ସେହି ଦିନ, ସେମାନଙ୍କର ଯୋଜନା ସବୁ ମଧ୍ୟ ମରିଯାଏ।
କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ,
    ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର
    ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ।
ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।
ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି।
    ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି।
ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
    ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି।
ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
    ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି।
    ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି,
    ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।
10 ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ।
    ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ।

ସଦାପ୍ରଭୁଙ୍କର ପ୍ରଶଂସା କର।

ଯିହୋଶୂୟଙ୍କର ପୁସ୍ତକ 9

ଗିବିୟୋନୀୟମାନେ ଯିହୋଶୂୟଙ୍କୁ ଠକିଲେ

ଯର୍ଦ୍ଦନ ପଶ୍ଚିମ ପାରିସ୍ଥ ସମୁଦାୟ ରାଜଗଣ ଯେଉଁମାନେ ପର୍ବତ, ସମତଳଭୂମି ଓ ଭୂମଧ୍ୟସାଗରର ଉପକୂଳ ବର୍ତ୍ତୀ ଲିବାନୋ‌ନ୍‌ର ଦୂର ଅଞ୍ଚଳରେ ବାସ କରୁଥିଲେ, ଯେଉଁମାନେ ହିତ୍ତୀୟ, ଇମୋରୀୟ, କିଣାନୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ରାଜଗଣ ବିଷୟରେ ଏହି କଥା ଶୁଣିଲେ। ସେମାନେ ଯିହୋଶୂୟ ଓ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ, ଏକତ୍ରିତ ହେଲେ ଓ ସୈନ୍ୟବାହିନୀରେ ଯୋଗ ଦେଲେ।

ଯିରୀହୋ ପ୍ରତି ଓ ଅୟ ପ୍ରତି ଯିହୋଶୂୟ ଯାହା କରିଥିଲେ ଓ କିପରି ପରାସ୍ତ କରିଥିଲେ, ସେ ବିଷୟରେ ଗିବିୟୋନର ଲୋକମାନେ ଶୁଣିଲେ। ତା'ପରେ ସେମାନେ କପଟଭାବରେ କାର୍ଯ୍ୟ କଲେ। ସେମାନେ ପୁରୁଣା ଅଖା ଓ ତାଳିପକା ଦ୍ରାକ୍ଷାକୁମ୍ପା ଗଧ ଉପରେ ନଦିଲେ। ସେମାନେ ମଧ୍ୟ ପାଦରେ ପୁରୁଣା ତାଳିପକା ଜୋତା ଓ ଦେହରେ ପୁରୁଣା ତାଳିପକା ଲୁଗା ପିନ୍ଧିଲେ। ସେମାନେ ଶୁଖିଲା ଓ ଫିମ୍ପା ରୋଟୀ ଗଧ ଉପରେ ନଦିଲେ। ଏହିପରି ଭାବରେ ସେମାନେ ଗି‌ଲ୍‌ଗଲ୍ ନିକଟସ୍ଥ

ଯିହୋଶୂୟଙ୍କ ଛାଉଣିକୁ ଯାଇ ଇସ୍ରାଏଲୀୟ ଲୋକମାନଙ୍କୁ କହିଲେ, “ଆମ୍ଭେମାନେ ଦୂରଦେଶରୁ ଆସିଛୁ, ତେଣୁ ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ଚୁକ୍ତି କର।”

ତେଣୁ ଇସ୍ରାଏଲୀୟ ଲୋକମାନେ ହିବ୍ବୀୟ ଲୋକମାନଙ୍କୁ କହିଲେ, “କେଜାଣି ତୁମ୍ଭେମାନେ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଥିବ। ଆମ୍ଭେ ତୁମ୍ଭମାନଙ୍କ ସହିତ ନିୟମ କରି ପାରିବୁ ନାହିଁ। ଯେପର୍ଯ୍ୟନ୍ତ ଆମ୍ଭେ ନ ଜାଣିଛୁ ତୁମ୍ଭେ କେଉଁଠାରୁ ଆସିଛ।”

ଏଥିରେ ହିବ୍ବୀୟମାନେ ଉତ୍ତର ଦେଇ କହିଲେ, “ଆମ୍ଭେ ତୁମ୍ଭମାନଙ୍କର ଦାସ।”

କିନ୍ତୁ ଯିହୋଶୂୟ ପଗ୍ଭରିଲେ, “ତୁମ୍ଭେମାନେ କିଏ? ତୁମ୍ଭେମାନେ କେଉଁଠାରୁ ଆସିଅଛ?”

ଲୋକମାନେ ଉତ୍ତର ଦେଲେ, “ଆମ୍ଭେମାନେ ତୁମ୍ଭର ସେବକଗଣ। ଆମ୍ଭେମାନେ ବହୁତ ଦୂର ଦେଶରୁ ଆସିଅଛୁ। ଆମ୍ଭେମାନେ ଆସିଲୁ, କାରଣ ଆମ୍ଭେମାନେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟମାନ ବିଷୟରେ ଶୁଣିଲୁ। ସେ କିପରି ମିଶରରେ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କଲେ ତାହା ଆମ୍ଭେ ଜାଣିବାକୁ ପାଇଲୁ। 10 ଏବଂ ଯର୍ଦ୍ଦନ ପୂର୍ବପାରିସ୍ଥ ହି‌ଷ୍‌ବୋନ୍ ରାଜା ସୀହୋନ୍ ଓ ଅଷ୍ଟାରୋତ୍ ନିବାସୀ ବାଶନ ରାଜା, ଓଗ୍, ଇମୋରୀୟମାନଙ୍କ ଦୁଇଜଣ ରାଜାଙ୍କୁ କେମିତି ପରାଜିତ କଲ, ତାହା ସବୁ ଆମ୍ଭେମାନେ ଶୁଣିଅଛୁ। 11 ଏଣୁ ଆମ୍ଭମାନଙ୍କର ପ୍ରାଚୀନବର୍ଗ ଏବଂ ଆମ୍ଭମାନଙ୍କ ଦେଶରେ ଲୋକମାନେ କହିଲେ, ‘ତୁମ୍ଭମାନଙ୍କର ଯାତ୍ରାପାଇଁ ପ୍ରଚୁର ଖାଦ୍ୟ ନେଇ ଯାଅ ଏବଂ ଇସ୍ରାଏଲୀୟମାନଙ୍କ ସହିତ ସାକ୍ଷାତ କର।’ ତାଙ୍କୁ କୁହ, ‘ଆମ୍ଭେମାନେ ତୁମ୍ଭର ଦାସ, ତେଣୁ ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ଏକ ଶାନ୍ତି ଚୁକ୍ତି କର।’

12 “ଦେଖ ଆମ୍ଭେ ଘରୁ ଆସିଲାବେଳେ ଆଣିଥିବା ତଟକା ରୋଟୀ କିପରି ଶୁଖି ଫିମ୍ପି ମାରି ଗଲାଣି। 13 ପୁଣି ଦେଖ, ଏହିସବୁ ଦ୍ରାକ୍ଷାରସର କୁମ୍ପା ନୂତନ ଦ୍ରାକ୍ଷା ରସରେ ଭର୍ତ୍ତି କରିଥିଲୁ ତାହା ଫାଟି ଯାଇଛି। ଏବଂ ଆମ୍ଭକୁ ଲକ୍ଷ୍ୟକର, ବହୁତ ଦୂର ଯାତ୍ରା କରିଥିବାରୁ ଆମ୍ଭମାନଙ୍କର ଲୁଗା ଓ ଜୋତା କିପରି ପୁରୁଣା ହୋଇଗଲାଣି।”

14 ତେଣୁ ସେମାନେ ସେମାନଙ୍କର ଖାଦ୍ୟ ନମୁନାକୁ ପରୀକ୍ଷା କଲେ। କିନ୍ତୁ ଏହା ପାଇଁ ସେମାନେ ସଦାପ୍ରଭୁଙ୍କର ଅନୁମତି ଲୋଡ଼ି ନ ଥିଲେ। 15 ଯିହୋଶୂୟ ଶାନ୍ତିଚୁକ୍ତି ପାଇଁ ରାଜି ହୋଇଗଲେ। ସେ ସେମାନଙ୍କୁ ଜୀବିତ ରଖିବାକୁ ରାଜି ହେଲେ। ତେଣୁ ଇସ୍ରାଏଲର ନେତୃବର୍ଗ ସେମାନଙ୍କ ନିକଟରେ ଶପଥ କଲେ।

16 ସେମାନେ ତିନି ଦିନ ପରେ ସେମାନଙ୍କ ସହିତ ଚୁକ୍ତି କଲେ, ଇସ୍ରାଏଲର ଲୋକମାନେ ହୃଦୟଙ୍ଗମ କଲେ ଯେ, ସେମାନେ ଇସ୍ରାଏଲ ଛାଉଣି ନିକଟରେ ବାସ କରୁଛନ୍ତି। 17 ତେଣୁ ଇସ୍ରାଏଲର ଲୋକମାନେ ସେ ଲୋକମାନେ ଯେଉଁଠାରେ ବାସ କରୁଥିଲେ, ସେହି ସ୍ଥାନକୁ ଗଲେ ଏବଂ ତୃତୀୟ ଦିନ, ଗିବିୟୋନ, କଫୀରା, ବେରୋତ୍ ଓ କିରିୟ‌‌ତ୍‌‌ଯିଆରିମ୍ ନଗରମାନଙ୍କୁ ଆସିଲେ। 18 କିନ୍ତୁ ଇସ୍ରାଏଲର ସୈନ୍ୟମାନେ ସେହିସବୁ ନଗର ବିରୁଦ୍ଧରେ ଯୁଦ୍ଧ କରିବାକୁ ରାଜି ହେଲେ ନାହିଁ। କାରଣ ଇସ୍ରାଏଲର ନେତୃବର୍ଗ, ଏପରି ନ କରିବାକୁ ସଦାପ୍ରଭୁଙ୍କ ଆଗରେ ଶପଥ କରିଥିଲେ।

ତେଣୁ ସମସ୍ତ ଇସ୍ରାଏଲୀୟଗଣ ସେମାନଙ୍କର ନେତୃବର୍ଗ ବିରୁଦ୍ଧରେ ଶାନ୍ତି ଚୁକ୍ତି ପାଇଁ ଅଭିଯୋଗ କଲେ। 19 କିନ୍ତୁ ଅଧିପତିଗଣ କହିଲେ, “ଆମ୍ଭେମାନେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଗରେ ଶପଥ କରିଅଛୁ। ତେଣୁ ଏବେ ସେମାନଙ୍କର କ୍ଷତି କରି ପାରିବୁ ନାହିଁ। 20 ଆମ୍ଭେମାନେ ଏହି ଲୋକମାନଙ୍କ ପ୍ରତି ଏହା କରିବା, ଆମ୍ଭେ ସେମାନଙ୍କୁ ଜୀବିତ ରଖିବା, ଆମ୍ଭେମାନେ ଏହି ଲୋକମାନଙ୍କ ସହିତ ଚୁକ୍ତି କରିଅଛୁ ଏବଂ ଯଦି ଆମ୍ଭେ ଏହାକୁ ଭଙ୍ଗ କରୁ, ସଦାପ୍ରଭୁ ଆମ୍ଭମାନଙ୍କ ଉପରେ ରାଗିବେ। 21 ତେଣୁ ସେମାନଙ୍କୁ ଜୀବିତ ଛାଡ଼ିଦିଅ। କିନ୍ତୁ ସେମାନେ ଆମ୍ଭର ସେବକଗଣ ହେବେ। ସେମାନଙ୍କୁ ଆମ୍ଭମାନଙ୍କ ପାଇଁ କାଠ କାଟିବାକୁ ଦିଅ ଓ ଆମ୍ଭର ଲୋକମାନଙ୍କ ପାଇଁ ପାଣି ଆଣନ୍ତୁ।” ତେଣୁ ଅଧିପତିମାନେ ସେମାନଙ୍କର ଶପଥ ଭାଙ୍ଗିଲେ ନାହିଁ।

22 ଯିହୋଶୂୟ ଗିବିୟୋନୀୟମାନଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଆମ୍ଭକୁ କାହିଁକି ମିଛ କହିଲ? ଆମ୍ଭର ସେନା ଛାଉଣି ନିକଟରେ ତୁମ୍ଭର ଦେଶ, କିନ୍ତୁ ତୁମ୍ଭେମାନେ କହିଲ ଯେ, ତୁମ୍ଭେମାନେ ବହୁତ ଦୂରରୁ ଆସିଅଛ। 23 ଏଥିନିମନ୍ତେ ତୁମ୍ଭେମାନେ ଶାପଗ୍ରସ୍ତ ହେଲ। ତୁମ୍ଭେମାନେ ମୋର ପରମେଶ୍ୱରଙ୍କ ଗୃହର କାଠ ‌‌କଟାଳୀ ଓ ଜଳ ‌‌କଢ଼ାଳୀ ହୋଇ ସବୁଦିନ ପାଇଁ ରହିବ।”

24 ଗିବିୟୋନୀୟମାନେ ଉତ୍ତର ଦେଲେ, “ଆମ୍ଭେମାନେ ତୁମ୍ଭ ସମ୍ମୁଖରେ ମିଛ କହିଲୁ କାରଣ ଆମ୍ଭେମାନେ ତୁମ୍ଭକୁ ଭୟ କରିଗଲୁ, କାଳେ ତୁମ୍ଭେ ଆମ୍ଭକୁ ମାରି ଦେବ। ଆମ୍ଭେ ଜାଣିବାକୁ ପାଇଲୁ ଯେ ତୁମ୍ଭମାନଙ୍କୁ ଏହି ସମସ୍ତ ଦେଶ ଦେବାକୁ ଓ ତୁମ୍ଭମାନଙ୍କ ସମ୍ମୁଖରୁ ଏହି ଦେଶବାସୀ ସମସ୍ତ ଲୋକଙ୍କୁ ବିନାଶ କରିବାକୁ ସଦାପ୍ରଭୁ ଆପଣା ସେବକ ମୋଶାଙ୍କୁ ଆଜ୍ଞା ଦେଇଥିଲେ। ତେଣୁ ଆମ୍ଭର ଜୀବନ ଭୟରେ ଆମ୍ଭେ ତୁମ୍ଭ ନିକଟରେ ମିଥ୍ୟା କହିଲୁ। 25 ବର୍ତ୍ତମାନ ଆମ୍ଭେ ତୁମ୍ଭର ଅଧୀନ। ତୁମ୍ଭ ପକ୍ଷେ ଆମ୍ଭ ପାଇଁ ଯାହା ଉଚିତ୍ ତାହା କର।”

26 ତେଣୁ ଗିବିୟୋନୀୟମାନେ ସେମାନଙ୍କର କ୍ରୀତଦାସ ହୋଇ ରହିଲେ। କିନ୍ତୁ ଯିହୋଶୂୟ ସେମାନଙ୍କୁ ଜୀବିତ ରଖିଲେ। ଯିହୋଶୂୟ ସେ ଲୋକମାନଙ୍କୁ ମାରିବା ପାଇଁ ତାଙ୍କ ଲୋକମାନଙ୍କୁ ଅନୁମତି ଦେଇ ନ ଥିଲେ। 27 ଯିହୋଶୂୟ ଗିବିୟୋନୀୟମାନଙ୍କୁ ଇସ୍ରାଏଲ ପାଇଁ କ୍ରୀତଦାସ ଭାବେ ଗ୍ରହଣ କଲେ। ଆଉ ସେହି ଦିନଠାରୁ ସଦାପ୍ରଭୁଙ୍କ ଯଜ୍ଞବେଦିରେ ଇସ୍ରାଏଲ ଲୋକମାନଙ୍କ ପାଇଁ କାଠ ‌‌କଟାଳୀ ଓ ଜଳ ‌‌କଢ଼ାଳୀରୂପେ କାର୍ଯ୍ୟ କଲେ। ସଦାପ୍ରଭୁ ଏହା କରାଇବାକୁ ଯେବେ ପସନ୍ଦ କଲେ। ସେମାନେ ଆଜି ପର୍ଯ୍ୟନ୍ତ ଦାସ ଅଟନ୍ତି।

ମାଥିଉ ଲିଖିତ ସୁସମାଗ୍ଭର 9:2-8

କେତେକ ଲୋକ ଜଣେ ପକ୍ଷାଘାତ ରୋଗୀକୁ ଯୀଶୁଙ୍କ ପାଖକୁ ଆଣିଲେ। ସେ ରୋଗୀଟି ଶେଯରେ ଶୋଇଥିଲା। ଯୀଶୁ ସେହି ଲୋକମାନଙ୍କର ଗଭୀର ବିଶ୍ୱାସ ଥିବାର ଦେଖିଲେ। ସେ ପକ୍ଷାଘାତ ରୋଗୀକୁ କହିଲେ, “ହେ ଯୁବକ! ସାହସ ରଖ। ତୁମ୍ଭର ସବୁପାପ କ୍ଷମା କରାଗଲା।”

କେତେକ ଯିହୂଦୀ ଧର୍ମଶାସ୍ତ୍ରୀ ଏହା ଶୁଣିଲେ। ସେମାନେ ନିଜ ନିଜ ଭିତରେ କୁହାକୁହି ହେଲେ, “ଏ ଲୋକଟି ଏମିତି କଥା କହୁଛି, ସତେ ଯେପରି ସେ ନିଜେ ପରମେଶ୍ୱର। ଏହା ଦ୍ୱାରା ସେ ପରମେଶ୍ୱରଙ୍କ ନିନ୍ଦା କରୁଛି।”

ସେମାନେ ଯାହା ଭାବୁଥିଲେ, ଯୀଶୁ ତାହା ଜାଣି ପାରିଲେ। ତେଣୁ ସେ କହିଲେ, “ତୁମ୍ଭମୋନେ ମନ ଭିତରେ ମନ୍ଦ ଭାବନା କାହିଁକି ଆଣୁଛ? ଏହି ପକ୍ଷାଘାତ ରୋଗୀଟିକୁ କେଉଁ ବିଷୟଟି କହିବା ଅଧିକ ସହଜ ହେବ: ‘ତୁମ୍ଭର ପାପ କ୍ଷମା କରି ଦିଆଗଲା’ ନା ‘ଉଠ, ଗ୍ଭଲିବା ଆରମ୍ଭ କର’? ମୁଁ ତୁମ୍ଭକୁ ଦେଖେଇ ଦେବି ଯେ, ଏ ଜଗତରେ ମନୁଷ୍ୟପୁତ୍ରଙ୍କର ପାପ କ୍ଷମା କରିଦେବାର ଶକ୍ତି ଅଛି।” ତା'ପରେ ଯୀଶୁ ସେହି ପକ୍ଷାଘାତ ରୋଗୀଟିକୁ କହିଲେ, “ଉଠ, ତୁମ୍ଭର ବିଛଣା ଧରି ଘରକୁ ଯାଅ।’

ପକ୍ଷାଘାତ ରୋଗୀଟି ଉଠି ଘରକୁ ଗ୍ଭଲିଗଲା। ଜମା ହୋଇଥିବା ଲୋକେ ଏ କଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ପରମେଶ୍ୱର ଜଣେ ମଣିଷକୁ ଏପରି ଶକ୍ତି ଦେଇଥିବାରୁ ସେମାନେ ପରମେଶ୍ୱରଙ୍କର ମହିମା ଗାନ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center