Revised Common Lectionary (Semicontinuous)
146 ସଦାପ୍ରଭୁଙ୍କର ପ୍ରଶଂସା କର!
ମୁଁ ନିଜକୁ କହେ, ସଦାପ୍ରଭୁଙ୍କର ପ୍ରଶଂସା କର।
2 ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି।
ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।
3 ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ।
ଲୋକମାନଙ୍କ ପ୍ରତି ଭରସା କର ନାହିଁ।
କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।
4 ଲୋକମାନେ ମରନ୍ତି ଓ କବର ନିଅନ୍ତି।
ଆଉ ସେହି ଦିନ, ସେମାନଙ୍କର ଯୋଜନା ସବୁ ମଧ୍ୟ ମରିଯାଏ।
5 କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ,
ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
6 ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର
ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ।
ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।
7 ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି।
ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି।
ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
8 ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି।
ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
9 ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି।
ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି,
ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।
10 ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ।
ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ।
ସଦାପ୍ରଭୁଙ୍କର ପ୍ରଶଂସା କର।
ଯାଜକମାନଙ୍କର ନିଯୁକ୍ତି ପର୍ବ
29 “ବର୍ତ୍ତମାନ ମୁଁ ତୁମ୍ଭକୁ କହିବି, ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ କିପରି ଯାଜକ ଭାବେ ନିଯୁକ୍ତି କରିବା ପାଇଁ ହେବ। ଏକ ନିଖୁଣ ବାଛୁରି ଓ ଦୁଇଟି ନିଖୁଣ ଅଣ୍ଡିରା ମେଷ ନିଅ। 2 ଏହା ପରେ ତାଡ଼ିଶୂନ୍ୟ ରୋଟୀ ଓ ତୈଳଯୁକ୍ତ ତାଡ଼ିଶୂନ୍ୟ ଚକୁଳୀ, ଏବଂ ତୈଳଯୁକ୍ତ ସରୁ ପିଠା, ଏହିସବୁ ଭଲ ଗହମରୁ ପ୍ରସ୍ତୁତ ତାଡ଼ିଶୂନ୍ୟ ଅଟାରୁ ପ୍ରସ୍ତୁତ କରିବ। 3 ଏହି ପିଠା ଓ ରୋଟୀତକ ଡାଲାରେ ରଖ। ଏହା ପରେ ସେହି ଡାଲା ସହିତ ଏକ ଗୋବତ୍ସ ଓ ଦୁଇଟି ଅଣ୍ଡିରା ମେଷ ସମାଗମ-ତମ୍ବୁ ନିକଟକୁ ଆଣ।
4 “ଏହା ପରେ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ପବିତ୍ର ସମାଗମ-ତମ୍ବୁ ସ୍ଥାନର ଦ୍ୱାର ଦେଶକୁ ଆଣ। ସେମାନଙ୍କୁ ଗାଧୋଇ ଦିଅ। 5 ହାରୋଣକୁ ସେହି ସ୍ୱତନ୍ତ୍ର ବସ୍ତ୍ର ପିନ୍ଧାଅ। ଶୁକ୍ଳ ସୂତ୍ରରେ ବୁଣା ଯାଇଥିବା ଗ୍ଭେଗା ଏବଂ ଏଫୋଦର ଗ୍ଭେଗା ଓ ବୁକୁପଟା ସହିତ ପରିଧାନ କରାଇବ। ଆଉ ଚିତ୍ରିତ କଟିବନ୍ଧନ ତାହାର କଟିରେ ବାନ୍ଧ। 6 ତାହାର ମସ୍ତକରେ ପାଗ ବାନ୍ଧି ତା’ ଉପରେ ଏକ ପବିତ୍ର ମୁକୁଟ ଦେବ। 7 ଏହା ପରେ ଅଭିଷେକାର୍ଥକ ତୈଳ ନେଇ ତାହାର ମସ୍ତକ ଉପରେ ଢାଳି ତାକୁ ଅଭିଷେକ କରିବ।
8 “ଏହା ପରେ ହାରୋଣର ପୁତ୍ରମାନଙ୍କୁ ସେହି ସ୍ଥାନକୁ ଆଣ। ସେମାନଙ୍କୁ ଧଳା ଜାମା ପରିଧାନ କରାଇବ। 9 ହାରୋଣର ଓ ତା'ର ପୁତ୍ରମାନଙ୍କର କଟିରେ କଟିବନ୍ଧନ ବାନ୍ଧିଦିଅ ଓ ସେମାନଙ୍କ ମସ୍ତକରେ ପଗଡ଼ି ବାନ୍ଧ। ତହିଁରେ ସେମାନେ ବିଶେଷ ବ୍ୟବସ୍ଥା ଅନୁସାରେ ସର୍ବଦା ଯାଜକ ହେବେ।
ପାଉଲ ନିଜ ମନ ପରିବର୍ତ୍ତନ ବିଷୟରେ କହିଲେ
6 “ମୁଁ ଦମ୍ମେସକର ନିକଟବର୍ତ୍ତୀ ହେଲାବେଳେ ହଠାତ୍ ଗୋଟିଏ ଘଟଣା ଘଟିଲା। ଦମ୍ମେସକରେ ପହଞ୍ଚିବା ବେଳେ ପ୍ରାୟ ଦ୍ୱିପ୍ରହର ହୋଇଥିଲା। ସେତେବେଳେ ହଠାତ୍ ଆକାଶରୁ ଗୋଟିଏ ଉଜ୍ଜ୍ୱଳ ଆଲୋକ ମୋ’ ଗ୍ଭରିପାଖରେ ପ୍ରକାଶିତ ହେଲା। 7 ମୁଁ ତଳେ ପଡ଼ିଗଲି। ସେତେବେଳେ ମୋତେ ଗୋଟିଏ ବାଣୀ ଶୁଭିଲା, ‘ଶାଉଲ, ଶାଉଲ, ତୁମ୍ଭେ କାହିଁକି ମୋତେ ତାଡ଼ନା କରୁଛ?’
8 “ମୁଁ ପଗ୍ଭରିଲି, ‘ଆପଣ କିଏ, ପ୍ରଭୁ?’ ସେ ମୋତେ କହିଲେ, ‘ମୁଁ ସେହି ନାଜରିତୀୟ ଯୀଶୁ, ଯାହାକୁ ତୁମ୍ଭେ ତାଡ଼ନା କରୁଅଛ।’ 9 ମୋ’ ସହିତ ଥିବା ଲୋକମାନେ ମଧ୍ୟ ସେହି ଆଲୋକ ଦେଖି ପାରିଲେ। କିନ୍ତୁ ସେମାନେ ମୋତେ କୁହାଯିବା ବାକ୍ୟ ଶୁଣି ବୁଝି ପାରିଲେ ନାହିଁ।
10 “ମୁଁ ପଗ୍ଭରିଲି, ‘ପ୍ରଭୁ ମୁଁ କ’ଣ କରିବି?’ ପ୍ରଭୁ ମୋତେ କହିଲେ, ‘ଉଠ ଦମ୍ମେସକ ନଗରକୁ ଯାଅ।’ ଯେଉଁସବୁ କାର୍ଯ୍ୟ ନିମନ୍ତେ ତୁମ୍ଭକୁ ମନୋନୀତ କରାଯାଇଛି, ତାହା ସେଠାରେ ତୁମ୍ଭକୁ କୁହାଯିବ। 11 ମୁଁ କିଛି ଦେଖି ପାରୁ ନ ଥିଲି, କାରଣ ସେହି ଆଲୋକର ତେଜ ମୋତେ ଅନ୍ଧ କରି ପକାଇଥିଲା। ସେଥିପାଇଁ ମୋର ବନ୍ଧୁମାନେ ମୋ’ ହାତ ଧରି ଦମ୍ମେସକ ନେଇଗଲେ।
12 “ହନନିୟ ନାମକ ଜଣେ ଭକ୍ତ ଦମ୍ମେସକ ନଗରରେ ଥିଲେ। ସେ ମୋଶାଙ୍କ ବ୍ୟବସ୍ଥା ମାନୁଥିଲେ। ସେଠାରେ ରହୁଥିବା ସମସ୍ତ ଯିହୂଦୀୟମାନେ ତାହାଙ୍କୁ ସମ୍ମାନ ଦେଉଥିଲେ। 13 ହନନିୟ ମୋ’ ପାଖରେ ଆସି ଠିଆ ହୋଇ କହିଲେ, ‘ହେ ଭାଇ ଶାଉଲ, ତୁମ୍ଭେ ପୁଣି ଥରେ ଦେଖିବାକୁ ପାଅ।’ ମୁଁ ସେହି ମୁହୂର୍ତ୍ତରେ ତାହାଙ୍କୁ ଦେଖି ପାରିଲି।
14 “ସେ ମୋତେ କହିଲେ, ‘ଆମ୍ଭମାନଙ୍କ ପୈତୃକ ପରମେଶ୍ୱର ତାହାଙ୍କର ଇଚ୍ଛା ଜାଣିବା ନିମନ୍ତେ, ଓ ସେହି ଧାର୍ମିକ ବ୍ୟକ୍ତିଙ୍କୁ ଦେଖିବା ଓ ତାହାଙ୍କ ମୁଖର କଥା ଶୁଣିବା ନିମନ୍ତେ ତୁମ୍ଭକୁ ମନୋନୀତ କରି ଅଛନ୍ତି। 15 କାରଣ ତୁମ୍ଭେ ସମସ୍ତ ଲୋକମାନଙ୍କ ପାଖରେ ତାହାଙ୍କର ସାକ୍ଷୀ ହେବ। ତୁମ୍ଭେ ଯାହା ଯାହା ଦେଖିଛ ଓ ଶୁଣିଛ, ତାହା ସମସ୍ତଙ୍କୁ କହିବ। 16 ତୁମ୍ଭେ ବର୍ତ୍ତମାନ ଆଉ ଅପେକ୍ଷା କର ନାହିଁ। ଶୀଘ୍ର ଉଠ ଓ ବାପ୍ତିଜିତ ହୁଅ ଏବଂ ଯୀଶୁଙ୍କ ନାମରେ ତୁମ୍ଭର ପାପରୁ ଧୋଇ ହୁଅ।’
17 “ତା'ପରେ ମୁଁ ଯିରୁଶାଲମକୁ ଫେରି ଆସିଲି। ସେଠାରେ ମନ୍ଦିରରେ ଦିନେ ପ୍ରାର୍ଥନା କଲାବେଳେ ମୁଁ ଗୋଟିଏ ଦର୍ଶନ ଦେଖିଲି। 18 ସେହି ସମୟରେ ମୁଁ ଯୀଶୁଙ୍କୁ ଦର୍ଶନ କଲି। ସେ ମୋତେ କହିଲେ, ‘ତୁମ୍ଭେ ସଙ୍ଗେ ସଙ୍ଗେ ଯିରୁଶାଲମ ଛାଡ଼ିଦିଅ, କାରଣ ତୁମ୍ଭେ ମୋ’ ବିଷୟରେ ଯାହା କହିବ, ସେମାନେ ଗ୍ରହଣ କରିବେ ନାହିଁ।’
19 “କିନ୍ତୁ ମୁଁ କହିଲି, ପ୍ରଭୁ, ଏ ଲୋକମାନେ ତ ସମସ୍ତେ ଜାଣନ୍ତି ଯେ ମୁଁ ପ୍ରତ୍ୟେକ ସମାଜଗୃହକୁ ଯାଇ ସେଠାରେ ତୁମ୍ଭକୁ ବିଶ୍ୱାସ କରୁଥିବା ଲୋକମାନଙ୍କୁ ବନ୍ଦୀ କରୁଥିଲି ଏବଂ ମାଡ଼ ମାରୁଥିଲି। 20 ତୁମ୍ଭର ସାକ୍ଷୀ ସ୍ତିଫାନଙ୍କ ରକ୍ତ ବହିଯାଉଥିବା ସମୟରେ ମୁଁ ସେଠାରେ ଠିଆ ହୋଇ ସେହି କାର୍ଯ୍ୟକୁ ସମର୍ଥନ କରୁଥିଲି। ମୁଁ ତାହାଙ୍କୁ ହତ୍ୟା କରୁଥିବା ଲୋକମାନଙ୍କର ଲୁଗାପଟାକୁ ଜଗିଥିଲି, ଏସବୁ କଥା ସେମାନେ ଜାଣନ୍ତି।’
21 “କିନ୍ତୁ ପ୍ରଭୁ ମୋତେ କହିଲେ, ‘ତୁମ୍ଭେ ଯାଅ। ମୁଁ ତୁମ୍ଭକୁ ବହୁତ ଦୂର ଅଣଯିହୂଦୀ ଦେଶଗୁଡ଼ିକୁ ପଠାଇବି।’”
2010 by World Bible Translation Center