Revised Common Lectionary (Semicontinuous)
ଦାଉଦଙ୍କର ଏକ ମନ୍ଦିର ଆରୋହଣ ଗୀତ।
126 ଯେତେବେଳେ ସଦାପ୍ରଭୁ ସିୟୋନରେ ପୁନଃସ୍ଥାପନ କରନ୍ତି।
ଏହା ଏକ ସ୍ୱପ୍ନ ତୁଲ୍ୟ ଥିଲା।
2 ଆମ୍ଭେମାନେ ଖୁସୀରେ ପୂର୍ଣ୍ଣ ହୋଇଥିଲୁ ଏବଂ ଖୁସୀରେ ଗୀତ ଗାଇଲୁ।
ଅନ୍ୟ ଜାତିର ଲୋକମାନେ କହିଲେ,
“ସଦାପ୍ରଭୁ ସେମାନଙ୍କ ପାଇଁ ମହତ କର୍ମ କଲେ।”
3 ହଁ, ସଦାପ୍ରଭୁ ଆମ୍ଭ ପାଇଁ ମହତ କର୍ମ କଲେ,
ତହିଁରେ ଆମ୍ଭେମାନେ ଖୁସୀ ଅଟୁ।
4 ସଦାପ୍ରଭୁ, ଆଉଥରେ ଆମ୍ଭର ଶାନ୍ତି ପୁନଃସ୍ଥାପନ କର,
ଯେପରି ମରୁଭୂମିରେ ଝରଣାରୁ ଜଳସ୍ରୋତ ବହେ।
5 ଜଣେ ଲୋକ ବିହନ ବୁଣିବା ସମୟରେ ଦୁଃଖ ପାଇଥାଏ,
କିନ୍ତୁ ସେ ଅମଳ ସମୟରେ ବହୁତ ଖୁସୀ ହୁଏ।
6 ଯଦିଓ ସେ ବିହନ କାନ୍ଦି କାନ୍ଦି ଆପଣା କ୍ଷେତକୁ ନେଇଯାଏ,
ତଥାପି ସେ ଅମଳ ଘରକୁ ଆଣିବା ସମୟରେ ଖୁସୀ ହୁଏ।
8 ପରମେଶ୍ୱର କୁହନ୍ତି, “ଚକ୍ଷୁଥାଇ ଅନ୍ଧ ଓ କର୍ଣ୍ଣ ଥାଇ ବଧିର ସେହି ଲୋକଙ୍କୁ ବାହାର କରି ଆଣ। 9 ସବୁ ଦେଶର ଓ ସବୁ ଗୋଷ୍ଠୀର ଲୋକମାନେ ଏକତ୍ରିତ ହୁଅନ୍ତୁ। ସେମାନଙ୍କ ମଧ୍ୟରୁ କିଏ ଏହା ପ୍ରକାଶ କରିପାରେ ଓ ଆଦ୍ୟ ବିଷୟମାନ ଦେଖାଇ ଦେଇପାରେ? ସେମାନେ ଦୋଷମୁକ୍ତ ହେବାକୁ ନିଜ ନିଜର ସାକ୍ଷୀ ଆଣନ୍ତୁ ଓ ସେମାନେ ପୁଣି ଏହା ସତ୍ୟ ବୋଲି କୁହନ୍ତୁ।”
10 ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ଆମ୍ଭର ସାକ୍ଷୀ ଓ ତୁମ୍ଭେମାନେ ମୋର ମନୋନୀତ ଦାସ। କାରଣ ତୁମ୍ଭେମାନେ ମୋ'ଠାରେ ବିଶ୍ୱାସ ରଖନ୍ତୁ ବୋଲି ପ୍ରଗ୍ଭର କରିବ ଓ ‘ଆମ୍ଭେ ସେହି ଅଟୁ’ ବୋଲି ସେମାନେ ଯେପରି ବୁଝିବେ। ଆମ୍ଭେ ପ୍ରକୃତ ପରମେଶ୍ୱର, ପୂର୍ବରୁ କେହି ପରମେଶ୍ୱର ନ ଥିଲେ କି ପରେ କେହି ଈଶ୍ୱର ହେବେ ନାହିଁ। 11 ଆମ୍ଭେ ହିଁ ସଦାପ୍ରଭୁ ଓ ଆମ୍ଭ ବ୍ୟତୀତ ତ୍ରାଣକର୍ତ୍ତା କେହି ନାହାନ୍ତି। 12 ଆମ୍ଭେ ତାକୁ ପ୍ରକାଶ କରିଅଛୁ ଏବଂ ଆମ୍ଭେ ପରିତ୍ରାଣ କରିଅଛୁ, ତୁମ୍ଭମାନଙ୍କ ମଧ୍ୟରେ କେହି ବିଦେଶୀୟ ଦେବତା ନ ଥିଲେ, ଆମ୍ଭେ ଦେଖାଇଅଛୁ। ଏଣୁ ସଦାପ୍ରଭୁ କୁହନ୍ତି, ତୁମ୍ଭେମାନେ ଆମ୍ଭର ସାକ୍ଷୀ ଅଟ ଓ ଆମ୍ଭେ ପରମେଶ୍ୱର ଅଟୁ।” 13 “ଆମ୍ଭେ ସର୍ବଦା ଅନନ୍ତ ପରମେଶ୍ୱର ହୋଇ ରହିବୁ। ଆମ୍ଭେ ଯାହା କରିବୁ କେହି ତାହା ଅନ୍ୟଥା କରି ପାରିବ ନାହିଁ। ଆମ୍ଭ ପରାକ୍ରମ ନିକଟରେ କେହି ହେଲେ ଅନ୍ୟଜଣକୁ ରକ୍ଷା କରି ପାରିବ ନାହିଁ।”
14 ତୁମ୍ଭମାନଙ୍କର ମୁକ୍ତିଦାତା, ଇସ୍ରାଏଲର ପବିତ୍ର ସ୍ୱରୂପ ସଦାପ୍ରଭୁ ଏହିକଥା କୁହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ପାଇଁ ବାବିଲକୁ ସୈନ୍ୟବାହିନୀ ପଠାଇଅଛୁ। ମୁଁ ସେହି ଫାଟକକୁ ଭାଙ୍ଗି ଦେବି। କଲ୍ଦୀୟମାନଙ୍କର ଚିତ୍କାର ଦୁଃଖରେ ପରିଣତ ହେବ। 15 ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କର ଧର୍ମସ୍ୱରୂପ, ଇସ୍ରାଏଲର ସୃଷ୍ଟିକର୍ତ୍ତା, ତୁମ୍ଭମାନଙ୍କର ରାଜା ଅଟୁ।”
25 ଏପାଫ୍ରାଦିତ ଖ୍ରୀଷ୍ଟଙ୍କଠାରେ ମୋର ଭାଇ। ସେ ମୋ’ ସହିତ ଖ୍ରୀଷ୍ଟ-ବାହିନୀର ଜଣେ ସେବକ ଓ କାର୍ଯ୍ୟକାରୀ। ମୋ’ ଦରକାର ବେଳେ ତୁମ୍ଭେମାନେ ତାହାଙ୍କୁ ମୋ’ ସାହାଯ୍ୟ ପାଇଁ ପଠାଇଥିଲ। ମୁଁ ଭାବୁଛି ଏବେ ପୁନର୍ବାର ମୁଁ ତାହାଙ୍କୁ ତୁମ୍ଭ ପାଖକୁ ଫେରାଇ ଦେବି। 26 ସେ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛୁକ, ସେଥିପାଇଁ ମୁଁ ତାହାଙ୍କୁ ପଠାଉଛି। ସେ ଅସୁସ୍ଥ ଥିଲେ ବୋଲି ତୁମ୍ଭେ ଶୁଣି ଥିବା ହେତୁ ସେ ଚିନ୍ତିତ ଥିଲେ। 27 ସେ ଅସୁସ୍ଥ ଥିଲେ ଓ ମୃତ୍ୟୁର ଦ୍ୱାର ଦେଶରେ ଥିଲେ। କିନ୍ତୁ ପରମେଶ୍ୱର ତାହାଙ୍କୁ ଓ ମୋତେ ମଧ୍ୟ ସାହାଯ୍ୟ କଲେ, ଯେପରି ମୋ’ ପାଇଁ ଅଧିକ ଦୁଃଖ ନ ଘଟେ। 28 ତେଣୁ ମୁଁ ତାହାଙ୍କୁ ପଠାଇବାକୁ ଅତିଶୟ ଇଚ୍ଛା କରେ। ତୁମ୍ଭେ ମଧ୍ୟ ତାହାଙ୍କୁ ଦେଖିଲେ ଖୁସୀ ହେବ, ମୁଁ ମଧ୍ୟ ତୁମ୍ଭ ବିଷୟରେ ଚିନ୍ତାମୁକ୍ତ ହେବି। 29 ସେଥିପାଇଁ ପ୍ରଭୁଙ୍କଠାରେ ଆନନ୍ଦର ସହିତ ତାହାଙ୍କୁ ସ୍ୱାଗତ ଜଣାଅ। ଏପାଫ୍ରାଦିତଙ୍କ ଭଳି ଲୋକମାନଙ୍କୁ ତୁମ୍ଭେମାନେ ସମ୍ମାନ ଦିଅ। 30 ଖ୍ରୀଷ୍ଟଙ୍କ କାମ ପାଇଁ ସେ ମୃତପ୍ରାୟ ହୋଇ ଯାଇଥିବାରୁ ସମ୍ମାନିତ ହେବା ଉଚିତ୍। ମୋତେ ସାହାଯ୍ୟ କରିବା ପାଇଁ ସେ ନିଜ ଜୀବନକୁ ବିପଦରେ ପକାଇଥିଲେ। ତୁମ୍ଭେ ଦେଖିଥିବା ସେବାରେ ଯାହା କମ୍ ରହି ଯାଇଥିଲା, ସେତିକି ସେ ପୂରଣ କରିଦେଇଥିଲେ।
ଯୀଶୁ ଖ୍ରୀଷ୍ଟ ସବୁଠାରୁ ମହାନ
3 ଆଉ ଏବେ ହେ ମୋର ଭାଇ ଓ ଭଉଣୀମାନେ! ପ୍ରଭୁଙ୍କଠାରେ ଆନନ୍ଦ କର। ତୁମ୍ଭକୁ ଥରକୁ ଥର ସେହି ଏକାକଥା ଲେଖିବାରେ, ମୋତେ କଷ୍ଟ ହୁଏ ନାହିଁ, କାରଣ ଏହା ଦ୍ୱାରା ତୁମ୍ଭେମାନେ ଅଧିକ ପ୍ରସ୍ତୁତ ହୋଇ ରହିବ।
2010 by World Bible Translation Center