Revised Common Lectionary (Semicontinuous)
ଦାଉଦଙ୍କର ଏକ ପ୍ରଶଂସାପୂର୍ଣ୍ଣ ଗୀତ।
110 ସଦାପ୍ରଭୁ ମୋର ପ୍ରଭୁଙ୍କୁ କହିଲେ,
“ମୋ’ ସହିତ ମୋର ଦକ୍ଷିଣ ପାଖରେ ବସ।
ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ଯ୍ୟନ୍ତ।”
2 ସଦାପ୍ରଭୁ ତୁମ୍ଭର ରାଜ୍ୟ ସିୟୋନରୁ ବଢ଼ାଇବେ,
ଯେପରିକି ତୁମ୍ଭେ ଶତ୍ରୁଗଣର ରାଜ୍ୟକୁ ଶାସନ କର।
3 ତୁମ୍ଭ ପରାକ୍ରମର ଦିନରେ,
ଯେତେବେଳେ ତୁମ୍ଭର ସୈନ୍ୟବାହିନୀ ଏକତ୍ର ହେବେ,
ତୁମ୍ଭ ଲୋକମାନେ ସ୍ୱଇଚ୍ଛାରେ ମିଶିବେ।
ପବିତ୍ର ପର୍ବତ ଉପରେ ଅତି ପ୍ରଭାତରେ ସେମାନେ ମିଳିତ ହେବେ।
ସେହି ସମସ୍ତ ଯୁବକ ତୁମ୍ଭ ଗ୍ଭରିପଟେ ପଡ଼ିଆରେ
କାକର ଟୋପା ପରି ବେଢ଼ି ରହିବେ।
4 ସଦାପ୍ରଭୁ ପ୍ରତିଜ୍ଞା କଲେ,
ସେ ତାଙ୍କର ମନ ପରିବର୍ତ୍ତନ କରିବେ ନାହିଁ।
“ଯାଜକ ମଲ୍କୀଷେଦକଙ୍କ ପରି
ତୁମ୍ଭେ ଅନନ୍ତକାଳୀନ ଯାଜକ ହେବ।”
5 ମୋର ପ୍ରଭୁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି।
ଯେତେବେଳେ ସେ କୋପ କରିବେ, ଅନ୍ୟ ରାଜାମାନଙ୍କୁ ପରାସ୍ତ କରିବେ।
6 ପରମେଶ୍ୱର ଦେଶଗୁଡ଼ିକର ବିଗ୍ଭର କରିବେ।
ଏହି ଭୂମିସବୁ ମୃତ ଦେହରେ ଆଚ୍ଛାଦିତ ହେବ।
ସେ ପୃଥିବୀର ଶକ୍ତିଶାଳୀ ନେତାମାନଙ୍କୁ ଧ୍ୱଂସ କରିବେ।
7 ରାଜାମାନେ ପଥ ମଧ୍ୟରେ ଥିବା ଝରଣାରୁ ଜଳପାନ କରିବେ
ଏବଂ ଏହି ହେତୁ ସେ ଆପଣା ମସ୍ତକ ଉଠାଇବେ ଏବଂ ଶକ୍ତିଶାଳୀ ହେବେ।
22 ତେଣୁ ଫାରୋ ତାଙ୍କର ସମସ୍ତ ଲୋକମାନଙ୍କୁ ଆଜ୍ଞା ଦେଲେ, “ଇସ୍ରାଏଲର ସମସ୍ତ ନବଜାତ ବାଳକମାନଙ୍କୁ ନୀଳ ନଦୀରେ ଫୋପାଡ଼ି ଦିଅ। କିନ୍ତୁ ତୁମ୍ଭେ କନ୍ୟା ସନ୍ତାନଗଣଙ୍କୁ ଜୀବିତ ରଖିପାର।”
ଶିଶୁ ମୋଶା
2 ଲେବୀ ବଂଶର ଜଣେ ଲୋକ ଥିଲେ। ଯିଏକି ସେହି ଲେବୀ ବଂଶର ଜଣେ କନ୍ୟାଙ୍କୁ ବିବାହ କଲେ। 2 ସେହି ସ୍ତ୍ରୀଲୋକ ଗର୍ଭବତୀ ହୋଇ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ତାଙ୍କ ମାତା ଦେଖିଲେ ତାଙ୍କର ସେହି ପୁତ୍ର ବହୁତ ସୁନ୍ଦର ହୋଇଛି। ତେଣୁ ସେ ତାକୁ ତିନି ମାସ କାଳ ଲୁଗ୍ଭଇ ରଖିଲେ। 3 ଯେତେବେଳେ ସେ (ସ୍ତ୍ରୀ) ତାକୁ ଦୀର୍ଘ ସମୟ ଲୁଗ୍ଭଇ ପାରିଲା ନାହିଁ, ସେ ଏକ ଟୋକେଇ ତିଆରି କରି ତେଲ ଓ ରାଳ ଲେପନ କଲା। ସେ ସେହି ବାଳକଟିକୁ ଟୋକେଇରେ ରଖିଲା ଏବଂ ନଦୀର ନଳବନ ମଝିରେ ରଖିଲା। 4 ସେହି ବାଳକର ଜଣେ ଭଉଣୀ ତାକୁ ଦୂରରୁ ଲକ୍ଷ୍ୟ କରୁଥିଲା। ପିଲାଟିର କ’ଣ ହେବ, ଏହା ଜାଣିବା ପାଇଁ ଲକ୍ଷ୍ୟ ରଖିଲା।
5 ଠିକ୍ ତା'ପରେ ଫାରୋଙ୍କର କନ୍ୟା ନଦୀକୁ ଗାଧୋଇବାକୁ ଗଲେ। ସେ ସେହି ନଳବନ ମଧ୍ୟରେ ଟୋକେଇଟିକୁ ପାଇଲେ। ତାଙ୍କର ଗ୍ଭକରାଣୀମାନେ ସେହି ନଦୀ କୂଳରେ ବୁଲୁଥିଲେ। ସେ ତାଙ୍କର ଜଣେ ଦାସୀକୁ ସେହି ପେଡ଼ିଟିକୁ ଆଣିବା ପାଇଁ କହିଲେ। 6 ରାଜାଙ୍କର କନ୍ୟା ଯେତେବେଳେ ସେହି ଟୋକେଇଟିକୁ ଖୋଲି ସେହି ଶିଶୁ ପୁତ୍ରକୁ ଦେଖିଲେ। ସେହି ଶିଶୁଟି କାନ୍ଦୁ ଥିଲା। ଏଥିପାଇଁ ସେ ତା’ ପାଇଁ ବହୁତ ଦୁଃଖ କଲେ। ସେ କହିଲେ, “ଏହି ପିଲାଟି ଏବ୍ରୀୟ ମଧ୍ୟରୁ ଜଣକର ଅଟେ।”
7 ତା'ପରେ ସେହି ଶିଶୁଟିର ଭଉଣୀ ରାଜକନ୍ୟାଙ୍କୁ ପଗ୍ଭରିଲା, “ମୁଁ ଯାଇ ଏହି ଶିଶୁଟିକୁ ତା'ର ସ୍ତନ୍ୟପାନ କରାଇବା ପାଇଁ ଜଣେ ଏବ୍ରୀୟା ଧାତ୍ରୀକି ଆଣିପାରେ କି?”
8 ରାଜାଙ୍କର କନ୍ୟା କହିଲେ, “ହଁ, ଦୟାକରି ଡାକ।”
ତେଣୁ ସେହି ବାଳିକାଟି ଯାଇ ତା'ର ମାକୁ ଡାକି ଆଣିଲା।
9 ରାଜାଙ୍କର ଝିଅ ସେହି ମା’ଟିକୁ କହିଲେ, “ଏହି ଶିଶୁଟିକୁ ନିଅ ଏବଂ ମୋ’ ପାଇଁ ତାକୁ ଲାଳନ ପାଳନ କର, ଏଥିପାଇଁ ମୁଁ ତୁମ୍ଭକୁ ପାରିଶ୍ରମିକ ଦେବି।”
ତେଣୁ ସେହି ସ୍ତ୍ରୀ ଲୋକଟି ଶିଶୁଟିକୁ ନେଲା ଏବଂ ତାକୁ ଲାଳନ ପାଳନ କଲା। 10 ସେହି ଶିଶୁଟି ବଢ଼ିବାକୁ ଲାଗିଲା ଏବଂ କିଛି ଦିନ ପରେ ସେହି ସ୍ତ୍ରୀ ଲୋକଟି ରାଜକନ୍ୟାକୁ ସେହି ଶିଶୁଟିକୁ ଫେରାଇ ଦେଲା। ରାଜକନ୍ୟା ସେହି ଶିଶୁଟିକୁ ନିଜର ସନ୍ତାନ ଭାବରେ ଗ୍ରହଣ କଲେ। ସେ ତା'ର ନାମ ମୋଶା ଦେଲେ, କାରଣ ସେ ଜଳରୁ ତାଙ୍କୁ ଉଦ୍ଧାର କରି ଆଣିଥିଲେ।
23 ବିଶ୍ୱାସ ଦ୍ୱାରା ମୁଁ, ମୋଶାଙ୍କର ମା ଓ ବାପା ମୋଶାଙ୍କୁ ଜନ୍ମ ଦେଲା ପରେ ତିନି ମାସ ଧରି ଲୁଗ୍ଭଇ ରଖିଲେ। କାରଣ ସେମାନେ ଦେଖିଲେ ଯେ ମୋଶା ସୁନ୍ଦର ଶିଶୁଟିଏ। ସେମାନେ ରାଜାଜ୍ଞାକୁ ଅବଜ୍ଞା କରିବାକୁ ଭୟ କରି ନ ଥିଲେ।
24 ମୋଶା ବଡ଼ ହୋଇ ମଣିଷ ହେଲେ। ସେ ଫାରୋଙ୍କ ଝିଅର ପୁତ୍ର ହେବା ପାଇଁ ମନା କଲେ। 25 ସେ ପାପର କ୍ଷଣିକ ସୁଖଭୋଗ କରିବା ପାଇଁ ଗ୍ଭହିଁଲେ ନାହିଁ। ତା’ ପରିବର୍ତ୍ତେ ସେ ଈଶ୍ୱରଙ୍କ ଲୋକମାନଙ୍କ ଅସହ୍ୟ ହେଉଥିବା ଦୁର୍ବ୍ୟବହାର ସହିବା ପସନ୍ଦ କଲେ। ନିଜର ବିଶ୍ୱାସ ହେତୁ ସେ ଏପରି କଲେ। 26 ମିଶର ଦେଶର ସମସ୍ତ ଧନଭଣ୍ଡାର ପ୍ରାପ୍ତ କରିବା ବଦଳରେ ଖ୍ରୀଷ୍ଟଙ୍କ ପାଇଁ କଷ୍ଟ ସହନ କରିବା, ମୋଶା ଅପେକ୍ଷାକୃତ ଭଲ ମନେ କଲେ। ପରମେଶ୍ୱରଙ୍କ ଦ୍ୱାରା ଭବିଷ୍ୟତରେ ମିଳିବାକୁ ଥିବା ପ୍ରତିଦାନ ପାଇଁ ସେ ପ୍ରତୀକ୍ଷା କଲେ।
2010 by World Bible Translation Center