Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 69:1-3

ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍ ସ୍ୱରରେ ଦାଉଦଙ୍କର ଗୀତ।

69 ହେ ପରମେଶ୍ୱର, ମୋତେ ମୋର ସମସ୍ତ ବିପଦରୁ ବଞ୍ଚାଅ।
    ମୋର ପ୍ରାଣ ପର୍ଯ୍ୟନ୍ତ ଜଳରାଶି ମାଡ଼ି ଯାଇଛି।
ଯେଉଁଠାରେ ମୁଁ ଠିଆ ହୋଇ ପାରିବି ଏପରି କୌଣସି ବସ୍ତୁ ନାହିଁ।
    ମୁଁ ଗଭୀର ପଙ୍କ ଭିତରକୁ ଭାସି ଯାଉଛି।
ମୁଁ ଅଗାଧ ଜଳରେ ଅଛି ଓ ମୋର ଚତୁର୍ପାର୍ଶ୍ୱରେ ଲହଡ଼ି ଭାଙ୍ଗୁଛି।
    କେବଳ ମୁଁ ବୁଡ଼ିଯିବା ଉପରେ।
ସାହାଯ୍ୟ ପାଇଁ ଡାକି ଡାକି ମୁଁ ଦୁର୍ବଳ ହେବାକୁ ଯାଉଛି।
    ମୋର କଣ୍ଠ ଯନ୍ତ୍ରଣା ହେଉଛି।
ମୁଁ ତୁମ୍ଭର ସହାୟତା ପାଇବା ପାଇଁ ବାଟ ଗ୍ଭହିଁଛି।
    ଏବଂ ଗ୍ଭହିଁ ଗ୍ଭହିଁ ମୋର ଆଖିଦ୍ୱୟ ଯନ୍ତ୍ରଣା କରୁଛି।

ଗୀତସଂହିତା 69:13-16

13 ହେ ସଦାପ୍ରଭୁ, ମୋ’ ଜାଣିବାରେ ମୁଁ ପ୍ରାର୍ଥନା କରେ
    ତୁମ୍ଭେ ମୋତେ ଗ୍ରହଣ କରିନିଅ।
ହେ ପରମେଶ୍ୱର, ମୁଁ ଆଶାକରେ ତୁମ୍ଭେ ମୋତେ ତୁମ୍ଭର ପରିତ୍ରାଣର ସତ୍ୟତା ଅନୁସାରେ ଉତ୍ତର ଦିଅ।
    ମୁଁ ଜାଣେ, ପରିତ୍ରାଣ ପାଇଁ ମୁଁ ତୁମ୍ଭଠାରେ ଭରସା କରି ପାରିବି।
14 ମୋତେ ପଙ୍କ ସ୍ଥାନରୁ ବଞ୍ଚାଅ।
    ମୋତେ ପଙ୍କ ମଧ୍ୟରେ ବୁଡ଼ିବାକୁ ଦିଅ ନାହିଁ।
ଯେଉଁମାନେ ମୋତେ ଘୃଣା କରନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର।
    ମୋତେ ଏହି ଗଭୀର ପାଣିରୁ ବଞ୍ଚାଅ।
15 ବନ୍ୟା ଲହରୀ ମୋତେ ଯେମିତି ବୁଡ଼ାଇ ନ ଦେଉ।
    ଗଭୀର ସମୁଦ୍ର ମୋତେ ଗ୍ରାସ ନ କରୁ।
    କବର ମୋତେ ଗିଳି ନ ଦେଉ।
16 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଉତ୍ତମ।
    ତେଣୁ ମୋତେ ଉତ୍ତର ଦିଅ।
    ମୋର ସହାୟତା ପାଇଁ କୃପାସହକାରେ ମୋତେ ଗ୍ଭହଁ।

ଗୀତସଂହିତା 69:30-36

30 ମୁଁ ଗୀତରେ ପରମେଶ୍ୱରଙ୍କ ନାମର ପ୍ରଶଂସା ଗାନ କରିବି
    ଓ ଧନ୍ୟବାଦ ସହ ତାଙ୍କର ଗୌରବ ଗାନ କରିବି।
31 ସଦାପ୍ରଭୁ ଏଥିରେ ପ୍ରସନ୍ନ ହେବେ।
    ଏକ ଶିଙ୍ଗ ଓ ଖୁରା ସହିତ ଷଣ୍ଢ କିଅବା ପଶୁ ବଳି ଦେବା ଅପେକ୍ଷା ଏହା ଅଧିକ ଉତ୍ତମ ଅଟେ।
32 ହେ ଗରିବ ଲୋକମାନେ, କିଏ ପରମେଶ୍ୱରଙ୍କ ଆରାଧନା କରିବା ପାଇଁ ଆସିଅଛି,
    ତୁମ୍ଭେ ଏହି କଥା ଜାଣିବା ପାଇଁ ଆନନ୍ଦିତ ହୋଇଯିବ।
33 ସଦାପ୍ରଭୁ ଅସହାୟମାନଙ୍କର ଗୁହାରି ଶୁଣନ୍ତି।
    ସେ ତାଙ୍କର ବନ୍ଦୀଥିବା ଲୋକମାନଙ୍କୁ ଘୃଣା କରନ୍ତି ନାହିଁ।
34 ଆକାଶ ଓ ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ଜଙ୍ଗମ
    ତାଙ୍କର ପ୍ରଶଂସା କରନ୍ତୁ।
35 ସଦାପ୍ରଭୁ ସିୟୋନକୁ ପରିତ୍ରାଣ କରିବେ
    ଓ ଯିହୁଦାର ନଗରସବୁ ପୁନଃନିର୍ମାଣ କରିବେ।
ତାଙ୍କର ଲୋକମାନେ ସେଠାରେ ରହିବେ ଏବଂ ଦେଶ ପୁଣି ଥରେ ତାଙ୍କର ହେବ।
36     ତାହାଙ୍କ ଦାସମାନଙ୍କ ବଂଶଧର ତାହା ଭୋଗ କରିବେ।
    ଆଉ ତାହାଙ୍କ ନାମର ସ୍ନେହକାରୀଗଣ ତହିଁ ମଧ୍ୟରେ ବାସ କରିବେ।

ଆଦିପୁସ୍ତକ 4:17-5:5

17 କୟିନ ତା'ର ସ୍ତ୍ରୀ ସହିତ ସହବାସ କଲା। ଏହା ପରେ ସେ ଗର୍ଭବତୀ ହୋଇ ଏକ ସନ୍ତାନ ଜନ୍ମ କଲା ଯାହାର ନାମ ଥିଲା ହନୋକ। କୟିନ ତା'ର ପୁତ୍ରର ନାମ ଅନୁସାରେ ଏକ ନଗର ନିର୍ମାଣ କଲା ଓ ତା'ର ନାମ ଦେଲା “ହନୋକ।”

18 ହନୋକର ଏକ ପୁତ୍ର ଥିଲା ଯାହାର ନାମ ଈରଦ। ଈରଦର ଏକ ପୁତ୍ର ଥିଲା ଯାହାର ନାମ ମହୁୟାୟେଲ। ମହୁୟାୟେଲର ଏକ ପୁତ୍ର ଥିଲା ଯାହାର ନାମ ମଥୁଶାୟେଲ ଓ ମଥୁଶାୟେଲର ଏକ ପୁତ୍ର ଥିଲା ଯାହାର ନାମ ଲେମକ।

19 ଲେମକ ଦୁଇଟି ସ୍ତ୍ରୀ ବିବାହ କଲେ, ଜଣକର ନାମ ଆଦା ଓ ଅନ୍ୟ ଜଣକର ନାମ ଥିଲା ସିଲ୍ଲା। 20 ଆଦା ଜାବଳକୁ ଜନ୍ମ ଦେଲା, ସେ ତମ୍ବୁନିବାସୀ ପଶୁପାଳମାନଙ୍କର ଆଦିପୁରୁଷ ଥିଲା ଓ ସେମାନେ ଗୋରୁଗାଈ ଚରାଇ ଜୀବିକା ନିର୍ବାହ କରୁଥିଲେ। 21 ଜାବଳର ଭାଇର ନାମ ଥିଲା ଯୁବଳ। ସେ ବୀଣା ଓ ବଂଶୀବାଦକମାନଙ୍କର ଆଦିପୁରୁଷ ଥିଲା। 22 ସିଲ୍ଲାର ଗର୍ଭରୁ ତୁବଲ-କୟିନ ଜନ୍ମ ହେଲା। ସେ ପିତ୍ତଳ ଓ ଲୌହର ନାନାପ୍ରକାର ଅସ୍ତ୍ର ନିର୍ମାଣକାରୀ ଥିଲା। ତୁବଲ-କୟିନର ନୟମା ନାମ୍ନୀ ଏକ ଭଉଣୀ ଥିଲା।

23 ଲେମକ ତା'ର ସ୍ତ୍ରୀମାନଙ୍କୁ କହିଲା,

“ହେ ଆଦା ଓ ସିଲ୍ଲା, ମୋ’ କଥା ଶୁଣ!
    ହେ ଲେମକର ସ୍ତ୍ରୀଗଣ, ତୁମ୍ଭେମାନେ ମୋ’ କଥା ଶୁଣ,
ଜଣେ ଲୋକ ମୋତେ ଆଘାତ ଦେଲା ତେଣୁ ମୁଁ ତାକୁ ମାରିଦେଲି।
    ଜଣେ ଶିଶୁ ମୋତେ ପ୍ରହାର କଲା ତେଣୁ ମୁଁ ତାକୁ ମାରିଦେଲି।
24 ଯେବେ କୟିନର ହତ୍ୟାର ପ୍ରତିଶୋଧ ବହୁତ ହେବ।
    ତେବେ ମୋତେ ହତ୍ୟା କରିବାର ଦଣ୍ଡ ତା'ଠାରୁ ଅନେକ ଗୁଣରେ କଠୋର ହେବ।”

ଆଦମ ଏବଂ ହବାଙ୍କର ଅନ୍ୟ ଏକ ପୁତ୍ର

25 ଆଦମ ପୁନର୍ବାର ତା'ର ସ୍ତ୍ରୀ ହବା ସହିତ ସହବାସ କଲା ଏବଂ ପୁଣି ସେ ଅନ୍ୟ ଏକ ପୁତ୍ର ସନ୍ତାନ ପ୍ରସବ କଲା, ତାକୁ ଶେଥ ବୋଲି ଡାକିଲା। ହବା କହିଲା, “ପରମେଶ୍ୱର ହେବଲର ପ୍ରତିବଦଳରେ ଆଉ ଗୋଟିଏ ପୁତ୍ର ଦେଇଛନ୍ତି, କାରଣ କୟିନ ତାହାକୁ ହତ୍ୟା କଲା।” 26 ଶେଥର ଏକ ପୁତ୍ର ଥିଲା, ସେ ତା'ର ନାମ ଈନୋଶ ଦେଇଥିଲା। ଏହି ସମୟରେ ମନୁଷ୍ୟମାନେ ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାକୁ ଆରମ୍ଭ କଲେ।

ଆଦମର ବଂଶାବଳୀର ଇତିହାସ

ଏହା ହେଉଛି ଆଦମର ବଂଶାବଳୀର ଇତିହାସ। ପରମେଶ୍ୱର ତାଙ୍କ ସାଦୃଶ୍ୟରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱର ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ ଏବଂ ସେହି ଦିନ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ ଏବଂ ସେମାନଙ୍କର ନାମ “ମନୁଷ୍ୟ”[a] ଦେଲେ।

ଆଦମକୁ 130 ବର୍ଷ ହେବା ପରେ ତାଙ୍କର ଆଉ ଏକ ପୁତ୍ର ସନ୍ତାନ ଜନ୍ମ ହେଲା। ଦେଖିବାକୁ ସେ ଠିକ୍ ଆଦମଙ୍କର ପରି ଥିଲା। ଆଦମ ତା'ର ନାମ ଶେଥ ଦେଇଥିଲା। ଶେଥର ଜନ୍ମ ପରେ ଆଦମ 800 ବର୍ଷ ବଞ୍ଚିଲା। ସେହି ସମୟରେ ଆଉ ପୁତ୍ରକନ୍ୟାମାନଙ୍କୁ ଜନ୍ମ କଲା। ଏହିପରି ଆଦମ ମୋଟ 930 ବର୍ଷ ବଞ୍ଚି ମୃତ୍ୟୁବରଣ କଲା।

ରୋମୀୟଙ୍କ ପ୍ରତି ପତ୍ର 3:9-22

ସମସ୍ତେ ଦୋଷୀ

ସେଥିପାଇଁ ଅନ୍ୟ ଲୋକମାନଙ୍କଠାରୁ ଆମ୍ଭେ ଯିହୂଦୀଗଣ କ’ଣ ଭଲ? ନା। ଯିହୂଦୀ ଓ ଅଣଯିହୂଦୀ ସମସ୍ତେ ସମାନ ବୋଲି ଆମ୍ଭେ ଆଗରୁ କହି ସାରିଛୁ। ସେମାନେ ସମସ୍ତେ ନିଜ ନିଜ ପାପ ପାଇଁ ଦୋଷୀ। 10 ଶାସ୍ତ୍ରରେ ଏହିପରି ଲେଖା ଅଛି,

“କେହିହେଲେ ଧାର୍ମିକ ନାହିଁ,
    ଜଣେ ମଧ୍ୟ ନୁହେଁ!
11 ବୁଝିବା ଲୋକ ଜଣେ ମଧ୍ୟ ନାହିଁ,
    ପରମେଶ୍ୱରଙ୍କୁ ପ୍ରକୃତରେ ଖୋଜୁଥିବା ଲୋକ ଜଣେ ନାହିଁ।
12 ସମସ୍ତେ ସତ୍ୟ ମାର୍ଗ ଭୁଲି ଯାଇଛନ୍ତି
    ଓ ସମସ୍ତେ ମୂଲ୍ୟହୀନ ହୋଇ ଯାଇଛନ୍ତି।
ସେଠାରେ କେହି ନାହିଁ ଯିଏ ଭଲ କରେ।
    ଏପରିକି ଜଣେ ମଧ୍ୟ ନୁହେଁ।”(A)

13 “ମଣିଷମାନଙ୍କର ମୁହଁ ଖୋଲା କବର ଭଳି ଅଟେ,
    ସେମାନେ ମିଛ ପାଇଁ ତାଙ୍କ ଜିହ୍ୱାକୁ ବ୍ୟବହାର କରନ୍ତି।”(B)

“ସେମାନଙ୍କର କଥା ସର୍ପର ବିଷ ଭଳି ଅଟେ।”(C)

14 “ଅଭିଶାପ ଓ କଟୁତାରେ ସେମାନଙ୍କର କଥା ପୂର୍ଣ୍ଣ ହୋଇଥାଏ।”(D)

15 “ଲୋକେ ଅନ୍ୟକୁ ଆଘାତ ଓ ହତ୍ୟା କରିବା ପାଇଁ ସର୍ବଦା ପ୍ରସ୍ତୁତ
16     ସେମାନେ ବିନାଶ କରିବା ଓ କ୍ଳେଶ ଦେବା ପାଇଁ ସର୍ବତ୍ର ଯାଆନ୍ତି।
17 ଲୋକେ ଶାନ୍ତିର ମାର୍ଗ ଜାଣନ୍ତି ନାହିଁ।”(E)

18 “ସେମାନଙ୍କର ଆଖିରେ ପରମେଶ୍ୱରଙ୍କ ପ୍ରତି ଭୟ ବା ସମ୍ମାନ ଭାବ ନାହିଁ।”(F)

19 ବ୍ୟବସ୍ଥାରେ ଯେଉଁ କଥାଗୁଡ଼ିକ କୁହାଯାଇଛି, ତାହା ବ୍ୟବସ୍ଥାଧୀନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ୟବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦେଖାଇବାରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ୱରଙ୍କ ନ୍ୟାୟବିଗ୍ଭରକୁ ଆଣେ। 20 ଏହାର କାରଣ ହେଲା, କୌଣସି ଲୋକ ବ୍ୟବସ୍ଥା ପାଳନ କରିବା ଦ୍ୱାରା ପରମେଶ୍ୱରଙ୍କ ସହିତ ଧାର୍ମିକ ହୁଏ ନାହିଁ। ବ୍ୟବସ୍ଥା କେବଳ ଆମ୍ଭର ପାପ ବିଷୟରେ ଆମ୍ଭକୁ ସାବଧାନ କରାଏ।

ପରମେଶ୍ୱର ମଣିଷମାନଙ୍କୁ ଧାର୍ମିକ କିପରି କରନ୍ତି?

21 କିନ୍ତୁ ବିନା ବ୍ୟବସ୍ଥାରେ ଲୋକମାନଙ୍କୁ ଧାର୍ମିକ କରିବା ପାଇଁ ପରମେଶ୍ୱରଙ୍କର ଗୋଟିଏ ନୂତନ ମାର୍ଗ ଅଛି। ସେ ଆମ୍ଭକୁ ସେହି ନୂତନ ପଥ ଦେଖାଇ ଦେଇଛନ୍ତି। ଏହି ନୂତନ ପଥ ବିଷୟରେ ବ୍ୟବସ୍ଥା ଓ ଭବିଷ୍ୟ‌ଦ୍‌ବକ୍ତା ଆମ୍ଭକୁ କହୁଛନ୍ତି। 22 ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ପରମେଶ୍ୱର ଲୋକମାନଙ୍କୁ ଧାର୍ମିକ କରନ୍ତି। ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ରଖୁଥିବା ସମସ୍ତ ଲୋକଙ୍କ ପାଇଁ ପରମେଶ୍ୱର ଏହା କରନ୍ତି। ସବୁ ଲୋକେ ହେଉଛନ୍ତି ସମାନ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center