Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 46

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଅଲମୋତ ସ୍ୱରର ଗୋଟିଏ ଗୀତ।

46 ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ।
    ଆମ୍ଭେ ବିପଦ ସମୟରେ ତାଙ୍କର ସାହାଯ୍ୟ ପାଇପାରୁ।
ତେଣୁ ଯେତେବେଳେ ଭୂମି କମ୍ପିତ ହୁଏ,
    ଏବଂ ପର୍ବତ ସମୁଦ୍ରରେ ପଡ଼େ ଆମ୍ଭେ ଭୟଭୀତ ହେବା ନାହିଁ।
ଯେତେବେଳେ ସମୁଦ୍ର ଅଶାନ୍ତ ଓ ଅନ୍ଧକାର ହୋଇଯାଏ
    ଏବଂ ପର୍ବତଗୁଡ଼ିକ ଥରିଉଠେ, ତଥାପି ଆମ୍ଭେ ଭୟଭୀତ ହେବା ନାହିଁ। ସେଲା

ଏପରି ଏକ ନଦୀ ଅଛି ଯାହାର ପବିତ୍ର ଜଳଧାରା
    ସର୍ବୋପରିସ୍ଥ ପରମେଶ୍ୱରଙ୍କ ନଗରୀକୁ ଆନନ୍ଦିତ କରୁଛି।
ପରମେଶ୍ୱର ସେହି ନଗରୀରେ ବାସ କରନ୍ତି।
    ଏହା କେବେ ବି ଧ୍ୱଂସ ପାଇବ ନାହିଁ।
    ପରମେଶ୍ୱର ଏପରିକି ସୂର୍ଯ୍ୟୋଦୟ ପୂର୍ବରୁ ସାହାଯ୍ୟ କରିବାକୁ ଉପସ୍ଥିତ ଥା’ନ୍ତି।
ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ୟମାନେ ଭୟରେ କମ୍ପି ଉଠନ୍ତି।
    ସେହି ରାଜ୍ୟସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହେବ।
ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
    ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କର ନିରାପଦର ସ୍ଥାନ ଅଟନ୍ତି। ସେଲା

ସଦାପ୍ରଭୁ ସୃଷ୍ଟି କରିଥିବା ସେହି ଆଶ୍ଚର୍ଯ୍ୟଜନକ ବସ୍ତୁକୁ ଦେଖ।
    ଏ ପୃଥିବୀର ବସ୍ତୁକୁ ସେ କିପରି ଧ୍ୱଂସ କରି ପାରନ୍ତି।
ସଦାପ୍ରଭୁ ଏ ପୃଥିବୀର ଯେକୌଣସି ସ୍ଥାନରେ ଗ୍ଭହିଁଲେ ଯୁଦ୍ଧ ବନ୍ଦ କରି ପାରିବେ।
    ଯଦି ସେ ଗ୍ଭହେଁ ସୈନିକର ଧନୁକୁ ଭାଙ୍ଗି ପାରିବେ, ସେ ବର୍ଚ୍ଛାକୁ ଖଣ୍ଡ ଖଣ୍ଡ କରି ପାରିବେ, ସେ ଢାଲକୁ ପୋଡ଼ି ଦେଇ ପାରିବେ।

10 ପରମେଶ୍ୱର କହନ୍ତି, “ଯୁଦ୍ଧ ବନ୍ଦ କର, ମନେରଖ ମୁଁ ହେଉଛି ପରମେଶ୍ୱର।
    ମୁଁ ରାଜ୍ୟମାନଙ୍କୁ ପରାସ୍ତ କରିଛି।
    ପୃଥିବୀକୁ ମୁଁ ନିୟନ୍ତ୍ରଣ କରେ।”

11 ସେହି ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
    ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରୟ ସ୍ଥଳ। ସେଲା

ଆଦିପୁସ୍ତକ 2:4-25

ମନୁଷ୍ୟର ସୃଷ୍ଟି

ଏହା ହେଲା ପୃଥିବୀ ଓ ଆକାଶମଣ୍ଡଳର ଇତିହାସ। ଯେଉଁ ସମୟରେ ପରମେଶ୍ୱର ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କଲେ, ଏହା ସେହି ସମୟର ଇତିହାସ। ସେହି ସମୟରେ କୌଣସି ବୁଦା ବା ଘାସ ବଢ଼ି ନ ଥିଲା, ସଦାପ୍ରଭୁ ପୃଥିବୀରେ ବର୍ଷା କରାଇ ନ ଥିଲେ। କାରଣ ପୃଥିବୀର ଯତ୍ନ ନେବା ପାଇଁ କେହି ନ ଥିଲେ।

ଭୂମିରେ କାକର ପଡ଼ି ସମସ୍ତ ପୃଥିବୀକୁ ସନ୍ତସନ୍ତିଆ କଲା। ଏହା ପରେ ସଦାପ୍ରଭୁ ପରମେଶ୍ୱର ଭୂମିରୁ ଧୂଳି ନେଇ ମନୁଷ୍ୟ ସୃଷ୍ଟି କଲେ। ସଦାପ୍ରଭୁ ତା'ର ନାସିକା ରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା। ଏହା ପରେ ସଦାପ୍ରଭୁ ପରମେଶ୍ୱର, ଏଦନର ପୂର୍ବ ଦିଗରେ ଏକ ଉଦ୍ୟାନ ରୋପଣ କଲେ, ଏବଂ ସେଠାରେ ସେ ସୃଷ୍ଟି କରିଥିବା ମନୁଷ୍ୟକୁ ରଖିଲେ। ସଦାପ୍ରଭୁ ପରମେଶ୍ୱର ପ୍ରତ୍ୟେକ ପ୍ରକାର ବୃକ୍ଷ ଯାହା ଦେଖିବାକୁ ସୁନ୍ଦର ଏବଂ ଖାଦ୍ୟ ପାଇଁ ଭଲ, ପୃଥିବୀରେ ସୃଷ୍ଟି କଲେ। ସେହିପରି ଭାବରେ ଉଦ୍ୟାନର ମଧ୍ୟଭାଗରେ ଜୀବନ ଦାୟକ ବୃକ୍ଷ ଓ ଭଲ ଓ ମନ୍ଦ ବିଷୟରେ ଜ୍ଞାନ ଦେବା ବୃକ୍ଷ ମଧ୍ୟ ଉତ୍ପନ୍ନ କଲେ।

10 ଗୋଟିଏ ନଦୀ ଏଦନରୁ ପ୍ରବାହିତ ହୋଇ ଉଦ୍ୟାନକୁ ଜଳ ଦିଏ। ଏହା ପରେ ସେହି ନଦୀ ଗ୍ଭରି ଭାଗରେ ବିଭକ୍ତ ହେଲା। 11 ପ୍ରଥମ ନଦୀର ନାମ ପିଶୋନ୍ ଥିଲା। ତାହା ସମସ୍ତ ହବିଲା ଦେଶ ଚତୁର୍ପାର୍ଶ୍ୱ ଦେଇ ବହିଗଲା, ଯେଉଁ ସ୍ଥାନରେ ସୁବର୍ଣ୍ଣ ଅଛି। 12 ସେହି ଦେଶରେ ଚିତ୍ତାକର୍ଷକ ସୁବର୍ଣ୍ଣ, ମୁକ୍ତା ଓ ଗୋମେଦକମଣି ଅଛି। 13 ଦ୍ୱିତୀୟ ନଦୀର ନାମ ଗୀହୋନ୍ ଥିଲା। ଏହା ସମସ୍ତ କୁଶ ଦେଶକୁ ବ୍ୟାପିଥିଲା। 14 ତୃତୀୟ ନଦୀର ନାମ ହିଦ୍ଦେକଲ୍ ଥିଲା, ଏହା ଅଶୂରିୟ ଦେଶର ସମ୍ମୁଖ ଦେଇ ଗମନ କରେ ଏବଂ ଚତୁର୍ଥ ନଦୀର ନାମ ଫରାତ୍ ଥିଲା।

15 ସଦାପ୍ରଭୁ ପରମେଶ୍ୱର ସେହି ମନୁଷ୍ୟକୁ ନେଇ ଏଦନ ଉଦ୍ୟାନରେ କୃଷିକର୍ମ ଓ ତାହାର ଯତ୍ନ ନେବା ପାଇଁ ନିଯୁକ୍ତ କଲେ। 16 ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ ଏହି ନିର୍ଦ୍ଦେଶ ଦେଲେ ଏବଂ କହିଲେ, “ତୁମ୍ଭେ ଉଦ୍ୟାନର ଯେକୌଣସି ଗଛର ଫଳ ଖାଇ ପାରିବ। 17 କିନ୍ତୁ ସତ୍ ଓ ଅସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ। ଯଦି ତୁମ୍ଭେ ସେହି ବୃକ୍ଷର ଫଳ ଖାଇବ ତୁମ୍ଭେ ସେହି ଦିନ ମରିବ!”

ପ୍ରଥମ ନାରୀ

18 ଏହା ପରେ ସଦାପ୍ରଭୁ ପରମେଶ୍ୱର କହିଲେ, “ମୁଁ ଦେଖି ପାରୁଛି ଯେ ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ମୁଁ ଆଉ ଜଣେ ଉପଯୁକ୍ତ ସହକାରିଣୀ ନିର୍ମାଣ କରିବି।”

19 ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳିରୁ ସମସ୍ତ ପଶୁ ଓ ଆକାଶରେ ସମସ୍ତ ପକ୍ଷୀଗଣର ସୃଷ୍ଟି କଲେ। ପରମେଶ୍ୱର ସମସ୍ତଙ୍କୁ ମନୁଷ୍ୟ ନିକଟକୁ ଦେଖାଇବାକୁ ଆଣିଲେ। ସେହି ମନୁଷ୍ୟ ସେମାନଙ୍କୁ କ’ଣ କହି ଡାକିବ, ଏହା ଜାଣିବା ପାଇଁ। ସେହି ସୃଷ୍ଟ ପ୍ରାଣୀଙ୍କୁ ସେ ଯାହା କହି ଡାକିଲା, ତାହା ସେମାନଙ୍କର ନାମ ହେଲା। 20 ମନୁଷ୍ୟ ବଡ଼ ପ୍ରାଣୀମାନଙ୍କର ନାମ, ଆକାଶରେ ଉଡ଼ୁଥିବା ପକ୍ଷୀ ଏବଂ ପ୍ରତ୍ୟେକ ଜୀବିତ ପ୍ରାଣୀଙ୍କର ନାମ ରଖିଲା। କିନ୍ତୁ ତା’ ଭିତରୁ କାହାକୁ ତାଙ୍କର ଅନୁରୂପ ସହକାରିଣୀ ଭାବେ ବାଛି ପାରି ନ ଥିଲା। 21 ତା'ପରେ ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ ଘୋର ନିଦ୍ରାରେ ଶୁଆଇ ଦେଲେ। ସେ ତା'ର ଶରୀରରୁ ଖଣ୍ଡେ ପଞ୍ଜରା ନେଲେ ଏବଂ ସେହି କ୍ଷତ ବନ୍ଦ କରିଦେଲେ। 22 ସଦାପ୍ରଭୁ ପରମେଶ୍ୱର ମନୁଷ୍ୟର ପଞ୍ଜରା ହାଡ଼ରୁ ଏକ ସ୍ତ୍ରୀ ନିର୍ମାଣ କଲେ ଏବଂ ମନୁଷ୍ୟ ନିକଟକୁ ତାହାକୁ ଆଣିଲେ। 23 ସେହି ମନୁଷ୍ୟ କହିଲା,

“ସେ ମୋ’ ପରି, ତା'ର ହାଡ଼ ମୋର ହାଡ଼ରୁ ଆସିଛି।
    ତା'ର ଶରୀର ମୋର ଶରୀରରୁ ଆସିଛି।
ଯେହେତୁ ସେ ନରଠାରୁ ଆସିଛି,
    ତାହାର ନାମ ‘ନାରୀ।’”

24 ମନୁଷ୍ୟ ପିତାମାତାଙ୍କୁ ଛାଡ଼ି ସ୍ତ୍ରୀ ସହିତ ଏକତ୍ରିତ ହେବ। ଯେପରି ସେମାନେ ଏକ ବ୍ୟକ୍ତି, ଏହା ଏପରି ଭାବରେ ହେବ।

25 ମନୁଷ୍ୟ ଓ ତାଙ୍କର ସ୍ତ୍ରୀ ଉଲଗ୍ନ ଥିଲେ, କିନ୍ତୁ ସେମାନେ ଲଜ୍ଜାବୋଧ କରୁ ନ ଥିଲେ।

ରୋମୀୟଙ୍କ ପ୍ରତି ପତ୍ର 9:6-13

ମୁଁ ଯିହୂଦୀମାନଙ୍କ ଲାଗି ଦୁଃଖ ପ୍ରକାଶ କରୁଛି। ପରମେଶ୍ୱର ତାହାଙ୍କର ପ୍ରତିଶ୍ରୁତି ରକ୍ଷା କଲେ ନାହିଁ ବୋଲି ନୁହେଁ, କାରଣ ଇସ୍ରାଏଲର କେବଳ ଅଳ୍ପ କିଛି ଲୋକ ହିଁ ପ୍ରକୃତରେ ପରମେଶ୍ୱରଙ୍କର ଲୋକ। ଅବ୍ରାହମଙ୍କ କେବଳ ଅଳ୍ପ କିଛି ସନ୍ତାନ ହିଁ ପ୍ରକୃତରେ ପରମେଶ୍ୱରଙ୍କର ସନ୍ତାନ। ଅବ୍ରାହମଙ୍କୁ ପରମେଶ୍ୱର କହିଥିଲେ: “ଇସ୍‌‌ହାକ ଦ୍ୱାରା ତୁମ୍ଭର ବିଧି ସଙ୍ଗତ ବଂଶବୃଦ୍ଧି ହେବ।”(A) ଏହାର ଅର୍ଥ ଯେ ଅବ୍ରାହମଙ୍କ ବଂଶର ସମସ୍ତେ ପରମେଶ୍ୱରଙ୍କର ପ୍ରକୃତ ସନ୍ତାନ ନୁହନ୍ତି। କେବଳ ଯେଉଁମାନେ ପରମେଶ୍ୱରଙ୍କ ପ୍ରତିଜ୍ଞା ଦ୍ୱାରା ପରମେଶ୍ୱରଙ୍କ ସନ୍ତାନ ହୋଇଥିଲେ ସେହିମାନେ ଅବ୍ରାହମଙ୍କ ପ୍ରକୃତ ସନ୍ତାନ ହେଲେ। ପରମେଶ୍ୱରଙ୍କ ପ୍ରତିଜ୍ଞା ଏହିପରି ଥିଲା: “ଉଚିତ୍ ସମୟ ଉପସ୍ଥିତ ହେଲେ ମୁଁ ଫେରିବି ଓ ସାରା ପୁତ୍ର ଜନ୍ମ କରିବ।”(B)

10 କେବଳ ଏତିକି ନୁହେଁ। ଆମ୍ଭର ପୂର୍ବ ପୁରୁଷ ଇସ୍‌‌ହାକଙ୍କଠାରୁ ରିବିକା ଦୁଇଟି ସନ୍ତାନ ଲାଭ କରିଥିଲେ। 11-12 ଦୁଇଟି ପୁତ୍ର ଜନ୍ମ ହେବା ପୂର୍ବରୁ ଓ ସେମାନେ କୌଣସି ଭଲ ବା ମନ୍ଦ କାମ କରି ନଥୀବା ପୂର୍ବରୁ ପରମେଶ୍ୱର ରିବିକାକୁ କହିଥିଲେ, ବଡ଼ ପୁତ୍ରଟି ସାନଟିର ସେବା କରିବ। ପରମେଶ୍ୱରଙ୍କ ମନୋନୟନ ତାହାଙ୍କ ଯୋଜନା ଉପରେ ଆଧାରିତ ଥିଲା ଓ ଯାହା ସେ ଗ୍ଭହିଁଥିଲେ ସେହି କାରଣରୁ ହେଲା। 13 ଶାସ୍ତ୍ର କୁହେ: “ମୁଁ ଯାବକକୁ ଭଲ ପାଇଲି କିନ୍ତୁ, ଏଷୌକୁ ନୁହେଁ।”(C)

Odia Holy Bible: Easy-to-Read Version (ERV-OR)

2010 by World Bible Translation Center