Revised Common Lectionary (Semicontinuous)
ଶଲୋମନଙ୍କର ଗୀତ।
72 ହେ ପରମେଶ୍ୱର, ରାଜାଙ୍କୁ ସାହାଯ୍ୟ କର, ଯାହା ଫଳରେ ସେ ତୁମ୍ଭ ପରି ବିବେକବାନ ନ୍ୟାୟ ପ୍ରଦାନ କରିବେ।
ତୁମ୍ଭର ନ୍ୟାୟ ପରାୟଣ ରାଜପୁତ୍ରମାନଙ୍କୁ ଦିଅ।
2 ରାଜାଙ୍କୁ ସାହାଯ୍ୟ କର, ଯେପରି ସେ ତୁମ୍ଭର ଲୋକମାନଙ୍କୁ ସୁବିଗ୍ଭର ଦେଇ ପାରିବ।
ତାଙ୍କୁ ସାହାଯ୍ୟ କର, ଯେପରି ସେ ଗରିବ ଲୋକମାନଙ୍କୁ ଉଚିତ୍ ବ୍ୟବହାର କରିବ।
3 ପର୍ବତ ଏବଂ ପାହାଡ଼ଗୁଡ଼ିକ ଶାନ୍ତି
ଏବଂ ନ୍ୟାୟପୂର୍ଣ୍ଣ ବିଗ୍ଭର କରନ୍ତୁ।
4 ରାଜା ଦୀନହୀନ ଲୋକମାନଙ୍କ ପ୍ରତି ନ୍ୟାୟକାରୀ ରୁହନ୍ତୁ।
ସେ ଅସହାୟ ଲୋକମାନଙ୍କୁ ସହାୟତା କରନ୍ତୁ।
ସେ ଏମାନଙ୍କ ଉପରେ ଉପଦ୍ରବ କରୁଥିବା ଲୋକମାନଙ୍କୁ ଦଣ୍ଡିତ କରନ୍ତୁ।
5 ମୁଁ ଆଶା କରେ ସୂର୍ଯ୍ୟ ଓ ଚନ୍ଦ୍ର ଆକାଶରେ ଥିବା ପର୍ଯ୍ୟନ୍ତ
ଲୋକମାନେ ତୁମ୍ଭକୁ ପୁରୁଷାନୁକ୍ରମେ ଭୟ କରିବେ।[a]
6 ଭୂମିରେ ବୃଷ୍ଟି ତୁଲ୍ୟ, ଭୂମି ସେଚନକାରୀ ଜଳଧାରା ତୁଲ୍ୟ ତୁମ୍ଭେ ରାଜାଙ୍କୁ ସହାୟ ହୁଅ।
କ୍ଷେତ୍ରରେ ପଡ଼ୁଥିବା ଜଳଧାରା ହେବା ପାଇଁ ତାଙ୍କୁ ସାହାଯ୍ୟ କର।
7 ଯେପର୍ଯ୍ୟନ୍ତ ରାଜା ଅଛନ୍ତି, ଧାର୍ମିକତା ବୃଦ୍ଧି ହେଉ।
ଚନ୍ଦ୍ର ଲୁପ୍ତ ନ ହେବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ସ୍ଥାପିତ ହେଉ।
8 ତାଙ୍କର ରାଜ୍ୟ ସମୁଦ୍ରରୁ ସମୁଦ୍ର ପର୍ଯ୍ୟନ୍ତ
ଏବଂ ଫରାତ୍ ନଦୀଠାରୁ ଶେଷ ଧରଣୀକୁ ବ୍ୟାପି ଯାଉ।
9 ମରୁଭୂମିରେ ବାସ କରୁଥିବା ଲୋକମାନେ ତାଙ୍କ ସମ୍ମୁଖରେ ନତ ହେବେ।
ତାହାଙ୍କ ଶତ୍ରୁଗଣ ଅଧୋମୁଖ ହୋଇ ନତ ମସ୍ତକ ହେବେ।
10 ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ।
ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭେଟି[b] ଆଣନ୍ତୁ।
11 ହଁ ସବୁ ରାଜାଗଣ ଆମ୍ଭ ରାଜାଙ୍କ ସମ୍ମୁଖରେ ନତ ମସ୍ତକ ହୁଅନ୍ତୁ।
ସବୁ ଜାତିଗଣର ଲୋକମାନେ ତାଙ୍କର ସେବା କରନ୍ତୁ।
12 ଆମ୍ଭର ରାଜା ସାହାଯ୍ୟ କରନ୍ତି, ଯେଉଁମାନେ ତାଙ୍କୁ ଡାକନ୍ତି,
ସେ ଗରିବ ଏବଂ ନିଃସହାୟମାନଙ୍କୁ ରକ୍ଷା କରନ୍ତି।
13 ଦରିଦ୍ର ଓ ନିଃସହାୟ ଲୋକମାନଙ୍କର ସେ ଯତ୍ନ ନିଅନ୍ତି।
ରାଜା ସେମାନଙ୍କୁ ଜୀବିତ ରଖନ୍ତି।
14 ଆମ୍ଭ ରାଜା ସେମାନଙ୍କୁ ଦୁଷ୍ଟ ଲୋକମାନଙ୍କଠାରୁ ରକ୍ଷା କରିବେ ଯେଉଁମାନେ କି ସେମାନଙ୍କୁ ଦୁଃଖ ଦେବା ପାଇଁ ଗ୍ଭହୁଁଛନ୍ତି।
ରାଜାଙ୍କ ପାଇଁ ସେଇ ଦରିଦ୍ର ଲୋକମାନଙ୍କର ଜୀବନ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ।
15 ରାଜା ଦୀର୍ଘଜୀବୀ ହୁଅନ୍ତୁ
ଏବଂ ତାଙ୍କୁ ଶିବାର ସ୍ୱର୍ଣ୍ଣ ହସ୍ତଗତ ହେଉ।
ଲୋକମାନେ ରାଜାଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରନ୍ତୁ
ଏବଂ ତାଙ୍କୁ ସର୍ବଦା ଆଶୀର୍ବାଦ ଦିଅନ୍ତୁ।
16 କ୍ଷେତରେ ପ୍ରଚୁର ପରିମାଣର ଫସଲ ହେଉ।
ପର୍ବତଗୁଡ଼ିକ ମଧ୍ୟ ଫସଲରେ ପୂର୍ଣ୍ଣ ହୋଇ
ଲିବାନୋନ୍ କ୍ଷେତ ତୁଲ୍ୟ ଉର୍ବର ହେଉ।
କ୍ଷେତଗୁଡ଼ିକ ତୃଣରେ ପୂର୍ଣ୍ଣ ହେଲା ପରି ନଗରଗୁଡ଼ିକ ଜନ ଗହଳିରେ ପୂର୍ଣ୍ଣ ହେଉ।
17 ରାଜାଙ୍କର ପ୍ରସିଦ୍ଧ ସର୍ବଦା ଅକ୍ଷୁର୍ଣ୍ଣ ରହୁ।
ଆକାଶରେ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଲୋକମାନେ ତାଙ୍କର ନାମକୁ ମନେ ରଖନ୍ତୁ।
ସମସ୍ତ ପ୍ରଜା ତାଙ୍କ ଯୋଗୁଁ ଆଶୀର୍ବାଦ ପାଆନ୍ତୁ
ଓ ସମସ୍ତ ଜାତିଗଣ ତାଙ୍କୁ ପ୍ରଶଂସା କରନ୍ତୁ।
18 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅଟନ୍ତି।
ଅନନ୍ତର ପରମେଶ୍ୱରଙ୍କର ଗୁଣଗାନ କର।
କେବଳ ପରମେଶ୍ୱର ହିଁ ଏହିପରି ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରି ପାରନ୍ତି।
19 ତାଙ୍କର ଗୌରବାନ୍ୱିତ ନାମର ମହିମା ଅନନ୍ତକାଳ ପର୍ଯ୍ୟନ୍ତ ଗାନ କର।
ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ ହେଉ!
ଆମେନ୍, ଆମେନ୍।
20 ଯିଶୀର ପୁତ୍ର ଦାଉଦଙ୍କର ପ୍ରାର୍ଥନା ସବୁ ଏଠାରେ ଶେଷ ହୁଏ।
ଶିବାର ରାଣୀ ଶଲୋମନଙ୍କୁ ସାକ୍ଷାତ କରିବାକୁ ଆସିଲେ
10 ଅନନ୍ତର ଶିବା ଦେଶର ରାଣୀ ସଦାପ୍ରଭୁଙ୍କ ପ୍ରିୟ ଶଲୋମନଙ୍କ ସୁଖ୍ୟାତି ଶୁଣି କଠିନ ପ୍ରଶ୍ନଦ୍ୱାରା ତାଙ୍କୁ ପରୀକ୍ଷା କରିବାକୁ ଆସିଲେ। 2 ଶିବାର ରାଣୀ ବହୁ ଦାସଦାସୀଙ୍କ ଗହଣରେ ଯିରୁଶାଲମକୁ ଆସିବା ବେଳେ ସଙ୍ଗରେ ଓଟ ପୃଷ୍ଠରେ ସୁଗନ୍ଧି ଦ୍ରବ୍ୟ, ବିଭିନ୍ନ ରତ୍ନ ଓ ବହୁ ସୁବର୍ଣ୍ଣ ଆଣି ଶଲୋମନଙ୍କୁ ଭେଟିଲେ ଓ ଆପଣାର ମନୋନୀତ ପ୍ରଶ୍ନ ଶଲୋମନଙ୍କୁ ପଗ୍ଭରିଲେ। 3 ଶଲୋମନ ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର କଲେ। ତାଙ୍କୁ ଉତ୍ତର କରିବାକୁ ଶଲୋମନଙ୍କ ନିମନ୍ତେ କୌଣସି ପ୍ରଶ୍ନ କଠିନ ନ ଥିଲା। 4 ଶିବାର ରାଣୀ ଜାଣିଲେ ଶଲୋମନ ଅତି ଜ୍ଞାନୀ ଓ ସେ ମଧ୍ୟ ତାଙ୍କର ନୂତନ ପ୍ରାସାଦ ଦେଖିଲେ। 5 ରାଣୀ ରାଜାଙ୍କର ଟେବୁଲରେ ଭିନ୍ନ ଖାଦ୍ୟଦ୍ରବ୍ୟ, ରାଜାଙ୍କର ଅଧିକାରୀଗଣ, ସେମାନଙ୍କର ସେବା, ସେମାନଙ୍କ ବସ୍ତୁ, ରାଜାଙ୍କର କପ୍ ବାହକଗଣ ଓ ସଦାପ୍ରଭୁଙ୍କ ମନ୍ଦିରରେ ରାଜା ଉତ୍ସର୍ଗ କରିଥିବା ନୈବେଦ୍ୟ ଦେଖି ‘ସ୍ତମ୍ଭିଭୁତ ହୋଇଗଲେ।’
6 ସେ ଶଲୋମନଙ୍କୁ କହିଲେ, “ମୁଁ ନିଜ ଦେଶରେ ଥାଇ ଆପଣଙ୍କ କାର୍ଯ୍ୟ ବିଷୟରେ ଓ ଆପଣଙ୍କ ଜ୍ଞାନ ସମ୍ବନ୍ଧରେ ଯାହା ଶୁଣିଥିଲି, ତାହା ସତ୍ୟ। 7 ମୁଁ ଆଖିରେ ନ ଦେଖିବା ପର୍ଯ୍ୟନ୍ତ ବିଶ୍ୱାସ କରି ପାରିଲି ନାହିଁ। ବର୍ତ୍ତମାନ ସେ ସବୁ ନିଜ ଆଖିରେ ଦେଖିଅଛି। ଯାହାସବୁ ମୁଁ ଶୁଣିଥିଲି, ତୁଳନାତ୍ମକ ମୁଁ ତାହା ପାଇଛି, ଜିନିଷଗୁଡ଼ିକ ମୁଁ ଏଠାରେ ଯାହା ଦେଖୁଛି ବହୁତ ବଡ଼ ଅଟେ। ତୁମ୍ଭର ଜ୍ଞାନ ଓ ଐଶ୍ୱର୍ଯ୍ୟର କଥା ଯାହା ମୋତେ ଲୋକମାନେ କହିଥିଲେ, ତା'ଠାରୁ ବହୁତ ଅଧିକ। 8 ତୁମ୍ଭର ସ୍ତ୍ରୀମାନେ[a] ଓ ତୁମ୍ଭର ଲୋକମାନେ ବାସ୍ତବରେ ଭାଗ୍ୟବାନ୍, ତୁମ୍ଭ ଉପସ୍ଥିତିରେ ରହି ଜ୍ଞାନର ବାକ୍ୟଗୁଡ଼ିକ ତୁମ୍ଭ ଓଠରୁ ଶୁଣନ୍ତି। 9 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରଶଂସା କର। ସେ ଆପଣଙ୍କୁ ଇସ୍ରାଏଲର ସିଂହାସନରେ ବସାଇବାକୁ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହେଲେ। ସଦାପ୍ରଭୁ ପରମେଶ୍ୱର ଚିରକାଳ ଇସ୍ରାଏଲକୁ ପ୍ରେମ କରନ୍ତି। ତେଣୁ ସେ ଉଚିତ୍ ବିଗ୍ଭର ଓ ନ୍ୟାୟ କରିବାକୁ ଆପଣଙ୍କୁ ରାଜା କଲେ।”
10 ସେ (ସ୍ତ୍ରୀ) ରାଜାଙ୍କୁ 120 ତାଲନ୍ତା ସୁବର୍ଣ୍ଣ ଦେଲେ, ସେ (ସ୍ତ୍ରୀ) ମଧ୍ୟ ତାଙ୍କୁ ବହୁ ସୁଗନ୍ଧି ଦ୍ରବ୍ୟ ଓ ରତ୍ନ ଦେଲେ। ଶିବାର ରାଣୀ ଶଲୋମନଙ୍କୁ ଯେଉଁ ପରିମାଣର ସୁଗନ୍ଧି ଦ୍ରବ୍ୟ ଓ ରତ୍ନ ଦେଲେ ଏତେ ପରିମାଣର କେହି ଇସ୍ରାଏଲକୁ କେବେ ଦେଇ ନ ଥିଲେ।
11 ହୀରମଙ୍କର ଜାହାଜରେ ଓଫୀରରୁ ସୁନା ଆସିଥିଲା, ସେହିସବୁ ଜାହାଜରେ ମଧ୍ୟ ଓଫୀରରୁ ପ୍ରଚୁର ଚନ୍ଦନ କାଠ ଓ ରତ୍ନ ଆସିଲା। 12 ସେହି ଚନ୍ଦନ କାଠରେ ରାଜା ସଦାପ୍ରଭୁଙ୍କ ଗୃହର ଓ ରାଜ ଗୃହର ସ୍ତମ୍ଭ ଓ ଗାୟକମାନଙ୍କ ପାଇଁ ବୀଣା ଓ ବେହେଲା ନିର୍ମାଣ କଲେ। ଏ ପ୍ରକାର ଚନ୍ଦନ କାଠ କେହି କେବେ ପୂର୍ବରୁ ଇସ୍ରାଏଲକୁ ଆଣି ନ ଥିଲେ ଏବଂ ତା'ପରଠାରୁ କେହି ସେହିପରି ଚନ୍ଦନକାଠ ପୁନର୍ବାର ଦେଖି ନ ଥିଲେ।
13 ତତ୍ପରେ ଶଲୋମନ ରାଜା ଶିବାର ରାଣୀଙ୍କୁ ରାଜ ଯୋଗ୍ୟ ଉପହାରମାନ ଦେଲେ। ଆଉ ମଧ୍ୟ ରାଣୀଙ୍କ ମାଗିବାନୁସାରେ ସେ ସମସ୍ତ ଜିନିଷ ଦେଲେ। ଏହା ପରେ ରାଣୀ ଓ ତାଙ୍କର ଦାସମାନେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କଲେ।
ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ
14 ସେଥିପାଇଁ ପ୍ରାର୍ଥନାରେ ମୁଁ ପରମପିତାଙ୍କ ଆଗରେ ନତମସ୍ତକ ହୁଏ। 15 ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସମସ୍ତ ପରିବାରକୁ ପ୍ରକୃତ ନାମ କରଣ କରନ୍ତି। 16 ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରେ, ଯେପରି ସେ ତାହାଙ୍କ ସମସ୍ତ ମହିମା ସହିତ ତୁମ୍ଭମାନଙ୍କୁ ଆତ୍ମିକଭାବେ ଶକ୍ତିଯୁକ୍ତ ହେବା ପାଇଁ ତାହାଙ୍କର ଶକ୍ତି ପ୍ରଦାନ କରିବେ। ସେ ପବିତ୍ରଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କୁ ସେହି ଶକ୍ତି ପ୍ରଦାନ କରିବେ। 17 ତୁମ୍ଭ ବିଶ୍ୱାସ ହେତୁ ତୁମ୍ଭ ହୃଦୟରେ ଖ୍ରୀଷ୍ଟ ବାସ କରନ୍ତି। ତୁମ୍ଭ ଜୀବନ ପ୍ରେମରେ ଶକ୍ତିଶାଳୀ ହେଉ ଏବଂ ପ୍ରେମରେ ଗଢ଼ି ଉଠୁ। 18 ଖ୍ରୀଷ୍ଟଙ୍କ ପ୍ରେମର ମହାନତାକୁ ହୃଦୟଙ୍ଗମ କରିବା ପାଇଁ ତୁମ୍ଭକୁ ଓ ପରମେଶ୍ୱରଙ୍କ ପବିତ୍ରୀକୃତ ଲୋକମାନଙ୍କୁ ବୁଝିବା ଶକ୍ତି ମିଳୁ। ଯେପରି ତୁମ୍ଭେ ଏହା ମଧ୍ୟ ବୁଝି ପାର ଯେ, ସେହି ପ୍ରେମ କେତେ ଓସାର, କେତେ ଲମ୍ବା, କେତେ ଉଚ୍ଚ ଓ କେତେ ଗଭୀର। 19 ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ ମନୁଷ୍ୟର ପ୍ରେମଠାରୁ ଅଧିକ ମହାନ୍। କିନ୍ତୁ ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରେ ଯେ, ତୁମ୍ଭେ ସେହି ପ୍ରେମ ବିଷୟରେ ଜାଣିବା ପାଇଁ ସକ୍ଷମ ହୁଅ, ତେବେ ଯାଇ ତୁମ୍ଭେ ପରମେଶ୍ୱରଙ୍କଠାରେ ପୂର୍ଣ୍ଣ ହୋଇ ଯିବ।
20 ଆମ୍ଭ ଭିତରେ ପରମେଶ୍ୱରଙ୍କ ଯେଉଁ ଶକ୍ତି କାର୍ଯ୍ୟ କରିଥାଏ, ତାହା ଆମ୍ଭର ମାଗିବା ବା ଭାବିବାଠାରୁ ଯଥେଷ୍ଟ ଅଧିକ ଏବଂ ପରମେଶ୍ୱର ତାହାଠାରୁ ଅଧିକ ଶକ୍ତିର କାର୍ଯ୍ୟ କରି ପାରନ୍ତି। 21 ମଣ୍ଡଳୀରେ ଓ ଖ୍ରୀଷ୍ଟଙ୍କ ଦ୍ୱାରା ସଦାସର୍ବଦା ତାହାଙ୍କର ମହିମା ହେଉ। ଆମେନ୍।
2010 by World Bible Translation Center