Revised Common Lectionary (Semicontinuous)
8 ତତ୍ପରେ ସଦାପ୍ରଭୁ ଏଲିୟକୁ କହିଲେ, 9 “ସୀଦୋନର ସାରିଫତ୍କୁ ଯାଇ ସେଠାରେ ବାସ କର। ସେଠାରେ ଥିବା ଜଣେ ବିଧବାଙ୍କୁ ଆମ୍ଭେ ଆଜ୍ଞା ଦେଇଅଛୁ, ସେ ତୁମ୍ଭକୁ ଭରଣ ପୋଷଣ କରିବ।”
10 ତେଣୁ ଏଲିୟ ସାରିଫତ୍କୁ ଗଲେ। ସେ ନଗର ଦ୍ୱାର ନିକଟରେ ଏକ ବିଧବା ସ୍ତ୍ରୀକୁ କାଠ ସଂଗ୍ରହ କରୁଥିବାର ଦେଖିଲେ। ଏଲିୟ ତାକୁ କହିଲେ, “ତୁମ୍ଭ ପାତ୍ରରେ କିଛି ଜଳ ପିଇବାକୁ ଆଣ।” 11 ସେ ପାଣି ଆଣିବାକୁ ଯାଉଥିବା ବେଳେ ଏଲିୟ ପୁନର୍ବାର ଡାକି କହିଲେ, “ମୋର ଅନୁରୋଧ ମୋ’ ପାଇଁ ଖଣ୍ଡେ ରୋଟୀ ମଧ୍ୟ ଆଣ।”
12 ବିଧବାଟି ଉତ୍ତର ଦେଲା, “ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ନାମରେ ମୁଁ ପ୍ରତିଜ୍ଞା କରି କହୁଛି, ମୋ’ ପାଖରେ ଖଣ୍ଡେ ହେଲେ ରୋଟୀ ନାହିଁ, କେବଳ କଳସରେ ମୁଠିଏ ମଇଦା ଓ ପାତ୍ରରେ ଅଳ୍ପ ତେଲ ଅଛି। ଆଉ ଦେଖ, ମୁଁ ଦୁଇଖଣ୍ତ କାଠ ସଂଗ୍ରହ କରୁଛି, ତାକୁ ନେଲେ ମୋ’ ପାଇଁ ଓ ମୋ’ ପୁତ୍ର ପାଇଁ ପାକ କରି ଖାଇବୁ ଓ ତା'ପରେ କ୍ଷୁଧାରେ ମରିବୁ।”
13 ଏଲିୟ ସେହି ବିଧବାକୁ କହିଲେ, “ଦୁଃଖ କର ନାହିଁ। ଘରକୁ ଯାଇ ତୁମ୍ଭ କହିବାନୁସାରେ ଖାଦ୍ୟ ପ୍ରସ୍ତୁତ କର। କିନ୍ତୁ ପ୍ରଥମେ ଏକ ଛୋଟ ପିଠା କରି ମୋ’ ନିକଟକୁ ଆଣ। ତା'ପରେ ତୁମ୍ଭ ପାଇଁ ଓ ତୁମ୍ଭ ପୁତ୍ର ପାଇଁ ପ୍ରସ୍ତୁତ କର। 14 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ଯେପର୍ଯ୍ୟନ୍ତ ସଦାପ୍ରଭୁ ବର୍ଷା ନ ପଠାନ୍ତି ସେ ପର୍ଯ୍ୟନ୍ତ କଳସରେ ମଇଦା ଶୂନ୍ୟ ହେବ ନାହିଁ କି ପାତ୍ରରେ ତୈଳର ଅଭାବ ରହିବ ନାହିଁ।’”
15 ତେଣୁ ସେ ସ୍ତ୍ରୀଲୋକଟି ଘରକୁ ଗଲା ଓ ଏଲିୟଙ୍କ ବାକ୍ୟାନୁସାରେ କାର୍ଯ୍ୟ କଲା। ଏଲିୟ, ସେହି ସ୍ତ୍ରୀଲୋକ ଓ ତା'ର ପୁତ୍ର ପାଇଁ ଅନେକ ଦିନ ପର୍ଯ୍ୟନ୍ତ ଯଥେଷ୍ଟ ଭୋଜନ କରିବାକୁ ଥିଲା। 16 ସେହି ମଇଦା କଳସ ଓ ତୈଳପାତ୍ର କେବେ ଶୂନ୍ୟ ହେଲା ନାହିଁ। ସଦାପ୍ରଭୁ ଏଲିୟ ମାଧ୍ୟମରେ ଯାହାସବୁ କହିଥିଲେ ସେ ସମସ୍ତ ଘଟିଲା।
17 କିଛିଦିନ ଉତ୍ତାରେ ସେହି ସ୍ତ୍ରୀଲୋକର ପୁତ୍ରଟି ଅସୁସ୍ଥ ହେଲା। ତା'ର ପୀଡ଼ା ଏତେ ବଢ଼ିଗଲା ଯେ ତା'ର ପ୍ରଶ୍ୱାସ ମଧ୍ୟ ବନ୍ଦ ହୋଇଗଲା। 18 ସେହି ସ୍ତ୍ରୀଲୋକଟି ଏଲିୟଙ୍କୁ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ମୋ’ ବିରୁଦ୍ଧରେ ତୁମ୍ଭର କ’ଣ ଅଛି? ତୁମ୍ଭେ କ’ଣ ମୋର ପାପ ସ୍ମରଣ କରେଇବାକୁ ଓ ମୋର ପୁତ୍ରର ମୃତ୍ୟୁର କାରଣ ହେବା ପାଇଁ ଆସିଅଛ?”
19 ତହୁଁ ଏଲିୟ ତାକୁ କହିଲେ, “ତୁମ୍ଭ ପୁତ୍ରକୁ ମୋତେ ଦିଅ।” ଏଲିୟ ତା'ର କୋଳରୁ ପୁଅକୁ ନେଲେ ଓ ଆପଣା ରହିବା କୋଠରୀକୁ ନେଇଯାଇ ଆପଣା ଶଯ୍ୟାରେ ତାକୁ ଶୁଆଇ ଦେଲେ। 20 ତା'ପରେ ଏଲିୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୁ ମୋର ପରମେଶ୍ୱର, ଏହି ସ୍ତ୍ରୀଲୋକଟି ମୋତେ ତା'ର ଗୃହରେ ଆଶ୍ରୟ ଦେଇଛି। ତୁମ୍ଭେ ତା'ର ପୁତ୍ରକୁ ବଧ କରି ତା’ ପ୍ରତି କାହିଁକି ଅମଙ୍ଗଳ ଘଟାଇଲ?” 21 ତା'ପରେ ଏଲିୟ ବାଳକ ଉପରେ ତିନିଥର ନିଜକୁ ଲମ୍ବାଇ ଦେଲେ। ତା'ପରେ ସେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, “ହେ ସଦାପ୍ରଭୁ ମୋର ପରମେଶ୍ୱର, ଏହି ମୃତ ଶରୀରକୁ ଜୀବନ ପ୍ରଦାନ କର।”
22 ସଦାପ୍ରଭୁ ଏଲିୟର ପ୍ରାର୍ଥନାର ଉତ୍ତର ଦେଲେ ଏବଂ ବାଳକଟି ପ୍ରଶ୍ୱାସ ନେବାକୁ ଆରମ୍ଭ କଲା ଓ ପୁଣି ଜୀବନ ଫେରି ପାଇଲା। 23 ତା'ପରେ ଏଲିୟ ପୁଅଟିକୁ ଧରି ତଳକୁ ଓହ୍ଲାଇ ଆସିଲେ ଓ ସେହି ସ୍ତ୍ରୀଲୋକଟିକୁ କହିଲେ, “ଦେଖ, ତୁମ୍ଭର ପୁତ୍ର ଜୀବିତ।”
24 ତହୁଁ ସ୍ତ୍ରୀଲୋକଟି ଏଲିୟଙ୍କୁ କହିଲା, “ତୁମ୍ଭେ ଯେ ପରମେଶ୍ୱରଙ୍କ ଲୋକ ଓ ତୁମ୍ଭ ମୁଖରେ ସଦାପ୍ରଭୁଙ୍କ ବାକ୍ୟ ଯେ ସତ୍ୟ ମୁଁ ଏହା ଏବେ ଜାଣିଲି।”
146 ସଦାପ୍ରଭୁଙ୍କର ପ୍ରଶଂସା କର!
ମୁଁ ନିଜକୁ କହେ, ସଦାପ୍ରଭୁଙ୍କର ପ୍ରଶଂସା କର।
2 ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି।
ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।
3 ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ।
ଲୋକମାନଙ୍କ ପ୍ରତି ଭରସା କର ନାହିଁ।
କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।
4 ଲୋକମାନେ ମରନ୍ତି ଓ କବର ନିଅନ୍ତି।
ଆଉ ସେହି ଦିନ, ସେମାନଙ୍କର ଯୋଜନା ସବୁ ମଧ୍ୟ ମରିଯାଏ।
5 କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ,
ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
6 ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର
ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ।
ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।
7 ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି।
ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି।
ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
8 ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି।
ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
9 ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି।
ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି,
ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।
10 ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ।
ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ।
ସଦାପ୍ରଭୁଙ୍କର ପ୍ରଶଂସା କର।
ପରମେଶ୍ୱରଙ୍କଠାରୁ ପାଉଲଙ୍କ ଅଧିକାର
11 ଭାଇମାନେ! ମୁଁ କହି ଦେବାକୁ ଗ୍ଭହେଁ ଯେ, ମୁଁ ତୁମ୍ଭମାନଙ୍କୁ ଯେଉଁ ସୁସମାଗ୍ଭର ଶୁଣାଇଲି ତାହା ମନୁଷ୍ୟକୃତ ନୁହେଁ। 12 ମୁଁ ସେହି ସୁସମାଗ୍ଭର ମଣିଷମାନଙ୍କ ପାଖରୁ ପାଇ ନାହିଁ। କୌଣସି ମଣିଷ ମୋତେ ତାହା ଶିକ୍ଷା ଦେଇ ନାହିଁ, ବରଂ ଯୀଶୁ ଖ୍ରୀଷ୍ଟ ସେହି ସୁସମାଗ୍ଭର ମୋ’ ଆଗରେ ପ୍ରକାଶିତ କଲେ।
13 ତୁମ୍ଭେମାନେ ମୋ’ ପୂର୍ବ ଜୀବନ ବିଷୟରେ ଶୁଣିଛ। ମୁଁ ଯିହୂଦୀ ଧର୍ମର ଥିଲି। ମୁଁ ପରମେଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରୁଥିଲି। ମୁଁ ମଣ୍ଡଳୀଗୁଡ଼ିକୁ ନଷ୍ଟ କରି ଦେବା ପାଇଁ ଚେଷ୍ଟା କରିଥିଲି। 14 ମୁଁ ଯିହୂଦୀ ଧର୍ମର ଜଣେ ନେତା ହୋଇ ଉଠୁଥିଲି। ମୁଁ ମୋ’ ବୟସର ତୁଳନାରେ ଅନ୍ୟ ଯିହୂଦୀମାନଙ୍କଠାରୁ ଆଗୁଆଥିଲି। ପୁରାତନ ନିୟମଗୁଡ଼ିକ ପାଳନ କରିବା ପାଇଁ ମୁଁ କଠିନ ପରିଶ୍ରମ କରୁଥିଲି। ଏହି ନିୟମ ଗୁଡ଼ିକ ପରମ୍ପରାଭାବେ ଆମ୍ଭେ ଆମ୍ଭର ପୂର୍ବପୁରୁଷମାନଙ୍କଠାରୁ ପାଇଥିଲୁ।
15 କିନ୍ତୁ ପରମେଶ୍ୱର ମୋ’ ଜନ୍ମ ପୂର୍ବରୁ ମୋତେ ଅନୁଗ୍ରହ କରି ବାଛି ନେଇଥିଲେ। ସେ ସ୍ଥିର କରିଥିଲେ ଯେ, ମୁଁ ଅଣଯିହୂଦୀମାନଙ୍କୁ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର କହିବି। 16 ପରମେଶ୍ୱର ତାହାଙ୍କ ପୁତ୍ରଙ୍କ ବିଷୟରେ କହିଲେ। ଯେତେବେଳେ ପରମେଶ୍ୱର ମୋତେ ଡାକିଲେ, ମୁଁ କୌଣସି ମଣିଷର ପରାମର୍ଶ ବା ସାହାଯ୍ୟ ନେଇ ନ ଥିଲି। 17 ମୋ’ ଆଗରୁ ପ୍ରେରିତ ହୋଇ ସାରିଥିବା ଯିରୁଶାଲମର ପ୍ରେରିତମାନଙ୍କ ପାଖକୁ ମୁଁ ଗଲି ନାହିଁ। କିନ୍ତୁ ଅପେକ୍ଷା ନ କରି ମୁଁ ପ୍ରଥମେ ଆରବ ଗଲି ଓ ତା'ପରେ ଦମ୍ମେସକ ନଗରକୁ ଫେରିଗଲି।
18 ତିନି ବର୍ଷ ପରେ ମୁଁ ଯିରୁଶାଲମକୁ ଗଲି। ମୁଁ ପିତର[a]ଙ୍କୁ ଦେଖା କରିବାକୁ ଯାଇଥିଲି। 19 ପିତରଙ୍କ ସହିତ ମୁଁ ପନ୍ଦର ଦିନ ରହିଲି। ମୁଁ ସେଠାରୁ ପ୍ରଭୁଙ୍କ ଭାଇ ଯାକୁବଙ୍କ ଛଡ଼ା ଆଉ କୌଣସି ପ୍ରେରିତଙ୍କୁ ଦେଖା କଲି ନାହିଁ। 20 ପରମେଶ୍ୱର ଜାଣନ୍ତି ଯେ, ମୁଁ ଏଥିରେ ଯାହାକିଛି ଲେଖୁଛି, ତାହା ମିଥ୍ୟା ନୁହେଁ। 21 ତା'ପରେ ମୁଁ ସୁରିଆ ଓ କିଲିକିୟା ଅଞ୍ଚଳଗୁଡ଼ିକୁ ଗଲି।
22 ଯିହୂଦାରେ ଖ୍ରୀଷ୍ଟଙ୍କଠାରେ ଥିବା ମଣ୍ଡଳୀଗୁଡ଼ିକ ମୋତେ ପୂର୍ବରୁ ଦେଖି ନ ଥିବାରୁ ମୋତେ ଚିହ୍ନି ନ ଥିଲେ। 23 ସେମାନେ କେବଳ ମୋ’ ବିଷୟରେ ଶୁଣିଥିଲେ ଯେ, “ପୂର୍ବରୁ ଏହି ଲୋକ ମଣ୍ଡଳୀକୁ ତାଡ଼ନା କରୁଥିଲା, ଏବେ ସେ ଖ୍ରୀଷ୍ଟଙ୍କ ବିଶ୍ୱାସମତକୁ ପ୍ରଗ୍ଭର କରୁଅଛି, ଯାହାକୁ ସେ ପୂର୍ବରୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲା।” 24 ମୋ’ ପ୍ରତି ଯାହା ଘଟିଲା, ସେଥିପାଇଁ ସେମାନେ ପରମେଶ୍ୱରଙ୍କୁ ପ୍ରଶଂସା କଲେ।
ଯୀଶୁ ମୃତ ଲୋକକୁ ଜୀବନ ଦାନ କଲେ
11 ତା’ ପରଦିନ ଯୀଶୁ ନାଇନ ନଗରକୁ ଗଲେ। ତାହାଙ୍କୁ ସହିତ ତାଙ୍କ ଶିଷ୍ୟମାନେ ଓ ବହୁ ସଂଖ୍ୟାରେ ଅନ୍ୟ ଲୋକମାନେ ଯାଉଥିଲେ। 12 ଯୀଶୁ ଯେତେବେଳେ ନଗରଦ୍ୱାର ନିକଟରେ ପହଞ୍ଚିଲେ ସେତେବେଳେ ଗୋଟିଏ ଶବ ନିଆ ଯାଉଥିବାର ସେ ଦେଖିଲେ। ସେ ତା’ ବିଧବା ମାର ଏକମାତ୍ର ସନ୍ତାନ ଥିଲା। ପୁଅକୁ ନିଆ ଯାଉଥିବା ସମୟରେ ସେଠାରେ ତା’ ମା ସହିତ ମଧ୍ୟ ନଗରର ବହୁ ସଂଖ୍ୟକ ଲୋକ ଥିଲେ। 13 ସେହି ବିଧବାକୁ ଦେଖି ଯୀଶୁଙ୍କ ମନରେ କରୁଣା ଜାତ ହେଲା। ସେ ତାକୁ କହିଲେ, “କାନ୍ଦ ନାହିଁ।” 14 ଯୀଶୁ କୋକେଇ ପାଖକୁ ଯାଇ ତାହା ଛୁଇଁଲେ। କୋକେଇ କାନ୍ଧେଇ ନେଉଥିବା ଲୋକେ ଅଟକିଗଲେ। ଯୀଶୁ ମୃତ ପୁତ୍ରକୁ କହିଲେ, “ଯୁବକ, ମୁଁ ତୁମ୍ଭକୁ କହୁଛି ଠିଆ ହୁଅ।” 15 ମୃତ ପୁତ୍ର ଉଠି ବସିଲା। ସେ କଥା କହିବାକୁ ଲାଗିଲା। ଯୀଶୁ ତାକୁ ତା’ ମା ହାତରେ ଦେଇଦେଲେ।
16 ସବୁଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ପରମେଶ୍ୱରଙ୍କ ମହିମା ଗାନ କଲେ। ସେମାନେ କହିଲେ, “ଜଣେ ମହାନ୍ ଭବିଷ୍ୟଦ୍ବକ୍ତା ଆମ୍ଭମାନଙ୍କ ପାଖକୁ ଆସିଛନ୍ତିା” ଆହୁରି ମଧ୍ୟ ସେମାନେ କହିଲେ, “ପରମେଶ୍ୱର ନିଜ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆସି ଯାଇଛନ୍ତି।”
17 ଯୀଶୁଙ୍କ ବିଷୟରେ ଏହି ଖବର ଯିହୂଦା ଓ ଆଖପାଖ ସମସ୍ତ ଅଞ୍ଚଳରେ ପ୍ରଗ୍ଭରିତ ହୋଇଗଲା।
2010 by World Bible Translation Center