Revised Common Lectionary (Semicontinuous)
12 ହେ ଯିରୁଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ସିୟୋନ, ତୁମ୍ଭ ପରମେଶ୍ୱରଙ୍କର ପ୍ରଶଂସା କର!
13 ହେ ଯିରୁଶାଲମ, ପରମେଶ୍ୱର ତୁମ୍ଭ ଫାଟକକୁ ଦୃଢ଼ କରିଛନ୍ତି,
ଏବଂ ସେ ତୁମ୍ଭ ସହରର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି।
14 ସେ ତୁମ୍ଭ ଦେଶକୁ ଧନଧାନ୍ୟରେ ପୂର୍ଣ୍ଣ କରନ୍ତି,
ଯେଉଁଥିପାଇଁ ତୁମ୍ଭମାନଙ୍କର ଖାଇବା ପାଇଁ ଯଥେଷ୍ଟ ଖାଦ୍ୟ ଅଛି।
15 ପରମେଶ୍ୱର ପୃଥିବୀକୁ ଆପଣା ଆଦେଶ ଦିଅନ୍ତି।
ତାଙ୍କର ବାକ୍ୟସବୁ ଅତିଶୀଘ୍ର ପାଳନ କରାଯାଏ।
16 ପରମେଶ୍ୱର ପୃଥିବୀ ଧଳା ପଶମ ତୁଲ୍ୟ ହେବାଯାଏ ହିମପାତ କରନ୍ତି।
ସେ ଧୂଳିପରି ପୃଥିବୀରେ ତାହା ବିକ୍ଷିପ୍ତ କରନ୍ତି।
17 ପରମେଶ୍ୱର ପଥର ପରି ଆକାଶରୁ ଖଣ୍ଡ ଖଣ୍ଡ ବରଫ ପକାନ୍ତି,
ତାଙ୍କ ପଠାଯାଇଥିବା ଶୀତ ଆଗରେ କେହି ଠିଆ ହୋଇ ପାରିବେ ନାହିଁ।
18 ଏହା ପରେ ସେ ଗୋଟିଏ ଆଦେଶରେ ବରଫଗୁଡ଼ିକ ତରଳାଇ ପକାନ୍ତି,
ଏବଂ ତାଙ୍କ ଆଜ୍ଞାରେ ପବନ ବହିଲେ ଜଳସ୍ରୋତ ବହେ।
19 ପରମେଶ୍ୱର ଯାକୁବକୁ ଆପଣା ଆଦେଶ ଦେଲେ,
ପରମେଶ୍ୱର ଇସ୍ରାଏଲ ପ୍ରତି ଆପଣା ବ୍ୟବସ୍ଥା ଓ ବିଧି ପ୍ରକାଶ କଲେ!
20 ପରମେଶ୍ୱର କୌଣସି ଦେଶ ପାଇଁ କେବେ ଏହିପରି କରି ନାହାନ୍ତି।
ସେ ତାଙ୍କର ନିୟମସବୁ ଅନ୍ୟ ଲୋକମାନଙ୍କୁ ଶିଖାଇ ନାହାନ୍ତି।
ସଦାପ୍ରଭୁଙ୍କର ପ୍ରଶଂସା କର।
7 ସେହି ରାତ୍ରିରେ ପରମେଶ୍ୱର ଶଲୋମନଙ୍କ ନିକଟକୁ ଆସିଲେ। ପରମେଶ୍ୱର କହିଲେ, “ଶଲୋମନ, ଆମ୍ଭେ ତୁମ୍ଭକୁ କ’ଣ ଦେବା ବୋଲି ତୁମ୍ଭେ ଗ୍ଭହଁ, ତାହା ଆମ୍ଭକୁ ମାଗ।”
8 ଶଲୋମନ ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ ମୋର ବାପା ଦାଉଦଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲ। ମୋର ବାପାଙ୍କ ସ୍ଥାନରେ ନୂତନ ରାଜା ହେବା ନିମନ୍ତେ ତୁମ୍ଭେ ମୋତେ ମନୋନୀତ କଲ। 9 ବର୍ତ୍ତମାନ ସଦାପ୍ରଭୁ ପରମେଶ୍ୱର, ମୋର ବାପା ଦାଉଦଙ୍କୁ ଦେଇଥିବା ପ୍ରତିଜ୍ଞା ରକ୍ଷା କର। ଏକ ଅତି ବଡ଼ ଜାତିର ରାଜା ହେବା ନିମନ୍ତେ ତୁମ୍ଭେ ମୋତେ ମନୋନୀତ କରିଛ। ସେଠାରେ ଅନେକ ଲୋକ ଅଛନ୍ତି ସେମାନେ ପୃଥିବୀର ଧୂଳି ସଦୃଶ। 10 ମୋତେ ଜ୍ଞାନ ଓ ବୁଦ୍ଧି ଦିଅ, ଯେପରି ଏହି ଲୋକମାନଙ୍କୁ ମୁଁ ଉଚିତ୍ ମାର୍ଗରେ କଢ଼ାଇ ନେଇ ପାରିବି। ତୁମ୍ଭର ସାହାଯ୍ୟ ବିନା ଏହି ଲୋକମାନଙ୍କୁ କେହି ଶାସନ କରି ପାରିବ ନାହିଁ।”
11 ପରମେଶ୍ୱର ଶଲୋମନଙ୍କୁ କହିଲେ, “ଆମ୍ଭେ ଏହା କରିବା କାରଣ ଏହା ତୁମ୍ଭର ଇଚ୍ଛା ଥିଲା। ତୁମ୍ଭେ ଧନ, ସମ୍ପତ୍ତି ବା ସମ୍ମାନ ମାଗିଲ ନାହିଁ। ତୁମ୍ଭ ଶତ୍ରୁମାନଙ୍କର ବିନାଶ ତୁମ୍ଭେ ଗ୍ଭହିଁଲ ନାହିଁ। ପୁଣି ତୁମ୍ଭର ଦୀର୍ଘାୟୁ ମଧ୍ୟ ତୁମ୍ଭେ ମାଗିଲ ନାହିଁ। ତୁମ୍ଭେ କେବଳ ଜ୍ଞାନ ଓ ବୁଦ୍ଧି ମାଗିଲ, ଯେପରି ତୁମ୍ଭେ ମୋର ଲୋକମାନଙ୍କୁ ବୁଦ୍ଧିମାନରେ ନିଷ୍ପତ୍ତି ଦେଇପାର, ଯେଉଁ ଲୋକମାନଙ୍କୁ ଶାସନ କରିବା ନିମନ୍ତେ ଆମ୍ଭେ ତୁମ୍ଭକୁ ମନୋନୀତ କରିଛୁ। 12 ଏଣୁ ଆମ୍ଭେ ତୁମ୍ଭକୁ ଜ୍ଞାନ ଓ ବୁଦ୍ଧିରେ ପୂର୍ଣ୍ଣ କରିବା। ଆଉ ମଧ୍ୟ ଆମ୍ଭେ ତୁମ୍ଭକୁ ଧନ, ସମ୍ପତ୍ତି ଓ ସମ୍ମାନ ପ୍ରଦାନ କରିବା। ତୁମ୍ଭ ପୂର୍ବରୁ କୌଣସି ରାଜାର ଏପରି ଧନ ବା ସମ୍ମାନ ନ ଥିଲା। ଏବଂ ଭବିଷ୍ୟତରେ ମଧ୍ୟ କୌଣସି ରାଜାର ଏପରି ଧନସମ୍ମାନ ରହିବ ନାହିଁ।”
13 ତା’ପରେ ଶଲୋମନ ସମାଗମ-ତମ୍ବୁକୁ ତ୍ୟାଗ କଲେ, ଯେଉଁଟାକି ଗିବିୟୋନରେ ଏକ ଉପାସନା ସ୍ଥଳରେ ଥିଲା ଏବଂ ଇସ୍ରାଏଲର ରାଜା ଯିରୁଶାଲମକୁ ଫେରିଗଲେ ଓ ଶାସନ କଲେ।
32 “ସେହି ଦିନ ବା ସେହି ସମୟ ବିଷୟରେ କାହାରିକୁ କିଛି ଜଣା ନାହିଁ। ସ୍ୱର୍ଗଦୂତ ବା ମନୁଷ୍ୟପୁତ୍ର କେହି କିଛି ଜାଣନ୍ତି ନାହିଁ। କେବଳ ଏ କଥା ପରମପିତା ପରମେଶ୍ୱର ଜାଣନ୍ତି। 33 ସାବଧାନ, ସଦାବେଳେ ପ୍ରସ୍ତୁତ ରୁହ। କାରଣ ସେ ସମୟ କେତେବେଳେ ପହଞ୍ଚିବ, ତାହା ତୁମ୍ଭେମାନେ ଜାଣି ନାହଁ।
34 “ଏହା ଏହିଭଳି ଘଟଣା, ଯେପରି ଜଣେ ବ୍ୟକ୍ତି କୌଣସି ସ୍ଥାନକୁ ଯାତ୍ରା କଲାବେଳେ ଗ୍ଭକରମାନଙ୍କ ଉପରେ ନିଜ ଘରର ଦାୟିତ୍ୱ ଛାଡ଼ି ଦେଇଯାଏ ଓ ପ୍ରତ୍ୟେକ ଗ୍ଭକରକୁ ତା’ର ନିର୍ଦ୍ଦିଷ୍ଟ କାମ ଦେଇଥାଏ ଏବଂ ଦ୍ୱାରପାଳକକୁ ସଦାବେଳେ ପ୍ରସ୍ତୁତ ହୋଇ ରହିବାକୁ ଆଦେଶ ଦେଇଥାଏ। 35 ଏଣୁ ତୁମ୍ଭେମାନେ ମଧ୍ୟ ସର୍ବଦା ପ୍ରସ୍ତୁତ ହୋଇ ରୁହ। କାରଣ ତୁମ୍ଭେ ଜାଣ ନାହିଁ, ଘରର ମାଲିକ କେତେବେଳେ ଆସି ପହଞ୍ଚି ଯିବେ। ସନ୍ଧ୍ୟାବେଳେ, ଅଧରାତିରେ, ପାହାନ୍ତିଆରେ ବା ସକାଳେ, କୌଣସି ସମୟରେ ସେ ଆସି ଯାଇ ପାରନ୍ତି। 36 ସେ ଖୁବ୍ ଶୀଘ୍ର ମଧ୍ୟ ଆସି ଯାଇ ପାରନ୍ତି। ତୁମ୍ଭେ ଯଦି ସର୍ବଦା ପ୍ରସ୍ତୁତ ଥିବ, ତେବେ ସେ ତୁମ୍ଭକୁ କଦାପି ଶୋଇଥିବା ଅବସ୍ଥାରେ ଦେଖି ପାରିବେ ନାହିଁ। 37 ମୁଁ ତୁମ୍ଭକୁ ଯାହା କହୁଛି, ସମସ୍ତଙ୍କୁ ସେହି ଏକା କଥା କହୁଛି ଯେ, ସର୍ବଦା ପ୍ରସ୍ତୁତ ରୁହ।”
2010 by World Bible Translation Center