Revised Common Lectionary (Semicontinuous)
ମରିୟମ ପରମେଶ୍ୱରଙ୍କ ସ୍ତୁତି କଲେ
46 ତା’ପରେ ମରିୟମ କହିଲେ,
“ମୋର ଆତ୍ମା ପ୍ରଭୁଙ୍କର ସ୍ତୁତି କରୁଛି।
47 ମୋର ହୃଦୟ ଆନନ୍ଦରେ ପରିପୂର୍ଣ୍ଣ। କାରଣ ପରମେଶ୍ୱର ମୋର ଉଦ୍ଧାର କର୍ତ୍ତା।
48 ମୋର କିଛି ମହତ୍ତ୍ୱ ନାହିଁ,
କିନ୍ତୁ ପରମେଶ୍ୱର ମୋ’ ଭଳି ଦୀନହୀନ ଦାସୀ ଉପରେ କୃପାଦୃଷ୍ଟି ପକାଇଲେ।
ଆଜିଠାରୁ ସମସ୍ତେ ମୋତେ ଧନ୍ୟ କହିବେ।
49 କାରଣ ସର୍ବଶକ୍ତିମାନ ପରମେଶ୍ୱର ମୋ’ ପାଇଁ ମହାନ୍ କାର୍ଯ୍ୟ ସବୁ କରିଛନ୍ତି।
ତାହାଙ୍କର ନାମ ପବିତ୍ର ହେଉ।
50 ଯେଉଁମାନେ ତାହାଙ୍କର ଉପାସନା କରନ୍ତି,
ସେ ସେମାନଙ୍କୁ ସଦାସର୍ବଦା ଦୟା କରନ୍ତି।
51 ସେ ତାହାଙ୍କର ବାହୁର ଶକ୍ତି ଦେଖାଇଛନ୍ତି।
ସେ ଅହଂକାରୀ ଲୋକମାନଙ୍କୁ ଛିନ୍ନଛତ୍ର କରି ସେମାନଙ୍କର ସମସ୍ତ ଯୋଜନା ଧ୍ୱଂସ କରିଦେଲେ।
52 ପରମେଶ୍ୱର ରାଜାମାନଙ୍କୁ ସିହାଂସନରୁ ତଳକୁ ଖସାଇ ଆଣିଲେ
ଓ ଦୀନହୀନ ଲୋକଙ୍କୁ ଉପରକୁ ଉଠାଇଲେ।
53 ସେ ଭୋକିଲା ଲୋକଙ୍କୁ ଭଲ ବିଷୟ ଦେଇ ତୃପ୍ତ କଲେ,
କିନ୍ତୁ ଧନୀ ଓ ସ୍ୱାର୍ଥପର ଲୋକଙ୍କୁ ଖାଲି ହାତରେ ଫେରାଇଦେଲେ।
54 ତାହାଙ୍କର ସେବା କରିବା ପାଇଁ ସେ ନିଜେ ବାଛିଥିବା ଇସ୍ରାଏଲର ଲୋକମାନଙ୍କୁ ସାହାଯ୍ୟ କଲେ।
ସେ ଆମ୍ଭମାନଙ୍କୁ ତାହାଙ୍କର କୃପା ପ୍ରଦାନ କରିଛନ୍ତି।
55 ସେ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କୁ, ଅବ୍ରହାମ ଓ ତାହାଙ୍କର ସନ୍ତାନମାନଙ୍କୁ ସଦାସର୍ବଦା ଦୟା ଦେଖାଇବା ପାଇଁ ଦେଇଥିବା,
ତାହାଙ୍କ ପୂର୍ବ ପ୍ରତିଶ୍ରୁତି ପାଳନ କରିଛନ୍ତି।”
ପରମେଶ୍ୱର ଆମ୍ଭମାନଙ୍କଠାରୁ କ’ଣ ଗ୍ଭହାନ୍ତି
6 ଆମ୍ଭେମାନେ କ’ଣ ଆଣି ସଦାପ୍ରଭୁଙ୍କୁ ଭେଟିବା?
କ’ଣ କରି ଆମ୍ଭେ ଊର୍ଦ୍ଧ୍ୱସ୍ଥ ପରମେଶ୍ୱରଙ୍କୁ ପ୍ରଣାମ କରିବା?
କ’ଣ ହୋମବଳି ଓ ଏକ ବର୍ଷୀୟ ଗୋବତ୍ସ ନେଇ
ଆମ୍ଭେ ସଦାପ୍ରଭୁଙ୍କୁ ଭେଟି ଦେବା?
7 ହଜାର ହଜାର ମେଷରେ କି ଅୟୁତ ଅୟୁତ ତୈଳର ନଦୀରେ
ସଦାପ୍ରଭୁ କ’ଣ ଆନନ୍ଦିତ ହେବେ?
ମୋର ଅପରାଧ ପାଇଁ କ’ଣ ମୋର ପ୍ରଥମ ସନ୍ତାନକୁ ପ୍ରତିଦାନ ସ୍ୱରୂପ ଦେବି?
ମୋର ଶରୀରର ଫଳ ସ୍ୱରୂପ ସନ୍ତାନକୁ ମୋର ପାପ ପାଇଁ କ’ଣ ପରିଶୋଧ କରିବି?
8 ହେ ମାନବ, ଯାହା ଉତ୍ତମ ତାହା ସଦାପ୍ରଭୁ ତୁମ୍ଭକୁ ଜଣାଇଛନ୍ତି।
ଏହା ହିଁ ସଦାପ୍ରଭୁ ତୁମ୍ଭଠାରୁ ଇଚ୍ଛା କରନ୍ତି।
ଅନ୍ୟମାନଙ୍କ ପ୍ରତି ଭଲହୁଅ,
ବଦାନ୍ୟତା ଓ କରୁଣାକୁ ଭଲ ପାଅ,
ପରମେଶ୍ୱରଙ୍କ ସହିତ ନମ୍ରତାର ସହିତ ବାସ କର।
5 ଅତଏବ ଯେତେବେଳେ ଖ୍ରୀଷ୍ଟ ସଂସାରକୁ ଆସିଲେ ସେ କହିଲେ:
“ତୁମ୍ଭେ ବଳି ଓ ସମର୍ପଣ ଗ୍ଭହଁ ନାହିଁ,
କିନ୍ତୁ ତୁମ୍ଭେ ମୋ’ ପାଇଁ ଶରୀରଟିଏ ନିର୍ମାଣ କରିଛ,
6 ହୋମବଳି ଓ ପାପାର୍ଥକ ବଳରେ ତୁମ୍ଭେ ଖୁସୀ ହୁଅ ନାହିଁ।
ବଳି ଦ୍ୱାରା ପାପହରଣ କଥାର ମଧ୍ୟ ତୁମ୍ଭେ ଖୁସୀ ନୁହଁ।
7 ତା’ପରେ ମୁଁ କହିଲି: ‘ପରମେଶ୍ୱର ମୁଁ ଅଛି
ଏଠାରେ ବ୍ୟବସ୍ଥା ପୁସ୍ତକରେ ମୋ’ ବିଷୟରେ ଲେଖା ଅଛି।
ତୁମ୍ଭେ ଗ୍ଭହିଁ ଥିବା କାର୍ଯ୍ୟଗୁଡ଼ିକ ମୁଁ କରିବା ପାଇଁ ଆସିଛି।’” (A)
8 ଏହି ଶାସ୍ତ୍ରରେ ସେ ପ୍ରଥମେ କହିଥିଲେ, “ତୁମ୍ଭେ ବଳି ଓ ନୈବେଦ୍ୟମାନ ଗ୍ଭହଁ ନାହିଁ। ତୁମ୍ଭେ ହୋମବଳି ଦ୍ୱାରା ବା ପାପହରଣ ହେବା ପାଇଁ ଦିଆଯାଉଥିବା ବଳିଗୁଡ଼ିକ ଦ୍ୱାରା ପ୍ରସନ୍ନ ହୁଅ ନାହିଁ।” ବ୍ୟବସ୍ଥା ଆଜ୍ଞା ଦିଏ ଏହି ବଳିଦାନ ପାଇଁ। 9 ତା’ପରେ ସେ କହିଲେ “ପରମେଶ୍ୱର, ମୁଁ ଏଠାରେ ଅଛି। ମୁଁ ତୁମ୍ଭେ ଗ୍ଭହୁଁଥିବା କାମ କରିବା ପାଇଁ ଆସିଛି।” ଅତଏବ ପରମେଶ୍ୱର ତାହାଙ୍କର ପ୍ରଥମ ବଳିଦାନ ପ୍ରଥା ସମାପ୍ତ କରି ନୂତନପ୍ରଥା ଆରମ୍ଭ କଲେ। 10 ପରମେଶ୍ୱର ଗ୍ଭହିଁଥିବା କର୍ମମାନ ଖ୍ରୀଷ୍ଟ କଲେ। ଓ ଏହା ଦ୍ୱାରା ତାହାଙ୍କ ଶରୀରର ବଳିଦାନ ହେତୁ ଆମ୍ଭେ ପବିତ୍ର ହେଲୁ। ଯୀଶୁ ସବୁଦିନ ପାଇଁ ପର୍ଯ୍ୟାପ୍ତ ହେଲା ଭଳି ଥରେମାତ୍ର ସେହି ବଳିଦାନ କଲେ।
2010 by World Bible Translation Center