Revised Common Lectionary (Semicontinuous)
2 ପରମେଶ୍ୱର ମୋର ତ୍ରାଣକର୍ତ୍ତା।
ମୁଁ ତାଙ୍କୁ ବିଶ୍ୱାସ କରେ।
କିନ୍ତୁ ତାଙ୍କୁ ଭୟ କରେ ନାହିଁ।
କାରଣ ସେ ମୋତେ ରକ୍ଷା କରନ୍ତି।
ଯିହୋବାଃ ସଦାପ୍ରଭୁ ମୋର ବଳ ଓ ତ୍ରାଣକର୍ତ୍ତା।
ତେଣୁ ତାଙ୍କର ପ୍ରଶଂସା ଗାନ କରିବି।”
3 ପରିତ୍ରାଣ ରୂପକ କୂପରୁ ତୁମ୍ଭେମାନେ ଜଳ କାଢ଼ିବ।
ତାହାହେଲେ ତୁମ୍ଭେମାନେ ସୁଖୀ ହେବ।
4 ତା’ପରେ ତୁମ୍ଭେ କହିବ, “ସଦାପ୍ରଭୁଙ୍କର ପ୍ରଶଂସା କର।
ତାହାଙ୍କ ନାମରେ ପ୍ରାର୍ଥନା କର।
ସେ ଯେଉଁ ମହାନ କାର୍ଯ୍ୟ କରିଛନ୍ତି,
ସେଥିପାଇଁ ସମସ୍ତ ଗୋଷ୍ଠୀ ଆଗରେ ତାଙ୍କର ପ୍ରଶଂସା କର।”
5 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର।
କାରଣ ସେ ମହିମାଯୁକ୍ତ କାର୍ଯ୍ୟ କରିଛନ୍ତି।
ତାହାଙ୍କର ସମଗ୍ର ପୃଥିବୀରେ ମହିମା ବ୍ୟାପ୍ତ ହେଉ।
ସମଗ୍ର ମାନବ ସମାଜ ଏହା ଜାଣନ୍ତୁ।
6 ହେ ସିୟୋନ ନିବାସୀଗଣ, ଉଚ୍ଚସ୍ୱରରେ ତାଙ୍କର ପ୍ରଶଂସା କର।
ଇସ୍ରାଏଲ ସେହି ପବିତ୍ର ଧର୍ମସ୍ୱରୂପ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି,
ତେଣୁ ଆନନ୍ଦ କର।
ଇସ୍ରାଏଲର ବ୍ୟବସାୟୀଗଣ କେବଳ ଅର୍ଥ ଉପାର୍ଜନରେ ଆଗ୍ରହୀ
4 ମୋ’ କଥା ଶୁଣ! ହେ ଦେଶର ଦରିଦ୍ରମାନଙ୍କୁ ବିନଷ୍ଟ କରୁଥିବା
ଓ ଅସହାୟମାନଙ୍କୁ ଦଳି ଦେଉଥିବା ଲୋକମାନେ,
5 ତୁମ୍ଭେ ବ୍ୟବସାୟୀଗଣ କହୁଛ,
“କେତେବେଳେ ଅମାବାସ୍ୟା ଗତ ହେବ ଓ ଆମ୍ଭେମାନେ ଆମ୍ଭର ଶସ୍ୟ ବୀକ୍ରି କରିବୁ?
ପୁଣି କେତେବେଳେ ବିଶ୍ରାମ ଦିନ ଗତ ହେବ,
ଆମ୍ଭେ ଆମ୍ଭର ଗହମ ବୀକ୍ରିପାଇଁ ଆଣିବୁ?
ଆମ୍ଭେମାନେ ଓଜନର ମାପ କମାଇବୁ
ଏବଂ ଜିନିଷର ମୂଲ୍ୟ ବୃଦ୍ଧି କରିବୁ।
ଆମ୍ଭେମାନେ ତରାଜୁକୁ କମ୍ ବେଶୀକରି
ଲୋକମାନଙ୍କୁ ଠକିବୁ।
6 ଆଉ ଦରିଦ୍ର ଲୋକମାନେ ସେମାନଙ୍କର ଋଣ ପରିଶୋଧ କରି ପାରିବେ ନାହିଁ,
ତେଣୁ ଆମ୍ଭେ ସେମାନଙ୍କୁ କ୍ରୀତଦାସ ରୂପେ କିଣିବୁ।
ସେହି ଅସହାୟ ଲୋକମାନଙ୍କୁ
ଏକହଳ ପାଦୁକା ବଦଳରେ କିଣି ପାରିବୁ।
ହାୟ! ପରିତ୍ୟକ୍ତ ଗହମ ପରି
ସେହି ଦରିଦ୍ର ବ୍ୟକ୍ତିମାନଙ୍କୁ ବୀକ୍ରି କରିବୁ।”
7 ସଦାପ୍ରଭୁ ଯାକୁବର ଗର୍ବକୁ ନେଇ ଶପଥ କରି କହିଲେ,
“ସେହି ଲୋକମାନେ ଯାହା କଲେ ଆମ୍ଭେ କେବେ ତାହା ପାଶୋରି ପାରିବା ନାହିଁ।
8 ସେହି ଯୋଗୁଁ ସମଗ୍ରଦେଶ ଥରିବ।
ସେହି ରାଜ୍ୟରେ ବାସ କରୁଥିବା ପ୍ରତ୍ୟେକ ଲୋକ ମୃତ ଲୋକଙ୍କ ପାଇଁ ବିଳାପ କରିବେ।
ମିଶର ନୀଳନଦୀ ପରି ସମଗ୍ର ଦେଶଟିର
ଉତ୍ଥାପନ ପତନ ଘଟିବ।
ଆଉ ଦେଶଟି ଆନ୍ଦୋଳିତ ହେବ।”
9 ସଦାପ୍ରଭୁ ଏହା କହିଥିଲେ:
“ସେଦିନ ମଧ୍ୟାହ୍ନରେ ସୂର୍ଯ୍ୟକୁ ଅସ୍ତ କରାଇବା
ଓ ଏକ ନିର୍ମଳ ଦିନରେ ପୃଥିବୀକୁ ଅନ୍ଧକାରମୟ କରାଇବା।
10 ତୁମ୍ଭର ଅବସର ଦିନକୁ ମୃତ ଲୋକର ଶୋକ ଦିବସରେ ପରିଣତ କରାଇବା
ଏବଂ ତୁମ୍ଭର ସମସ୍ତ ସଙ୍ଗୀତ ମୃତ ଲୋକଙ୍କ ବିଳାପରେ ପରିଣତ ହେବ।
ଆମ୍ଭେ ସମସ୍ତଙ୍କୁ ଦୁଃଖ ବସ୍ତ୍ର ପରିଧାନ କରାଇବା
ଓ ସମସ୍ତଙ୍କର ମସ୍ତକକୁ ଲଣ୍ତା କରାଇବା।
ଗୋଟିଏ ଲୋକର ଏକମାତ୍ର ସନ୍ତାନର ମୃତ୍ୟୁରେ ଯେପରି ଆକୁଳ କ୍ରନ୍ଦନ କରାଯାଏ
ସେହିପରି କରୁଣ ବିଳାପ କରାଇବା।
ଏହା ଅତି ଦୁଃଖର ଅନ୍ତିମ ପରିଣତି ହେବ।”
ପରମେଶ୍ୱରଙ୍କ ବାକ୍ୟ ପାଇଁ କ୍ଷୁଧାର ଏକ ଭୟଙ୍କର ସମୟ ଆସୁଛି
11 ସଦାପ୍ରଭୁ କୁହନ୍ତି:
“ଦେଖ, ସେହି ଦିନ ଆସୁଛି,
ଯେଉଁ ଦିନ ଆମ୍ଭେ ଏ ଦେଶକୁ ଦୁର୍ଭିକ୍ଷ ପ୍ରେରଣ କରିବା।
ତାହା କ୍ଷୁଧା ଓ ତୃଷାର ଦୁର୍ଭିକ୍ଷ ନୁହେଁ।
ମାତ୍ର ତାହା ସଦାପ୍ରଭୁଙ୍କର ବାକ୍ୟର ଦୁର୍ଭିକ୍ଷ ହେବ।
12 ଲୋକମାନେ ଗୋଟିଏ ସମୁଦ୍ରରୁ
ଅନ୍ୟ ଗୋଟିଏ ସମୁଦ୍ର ପର୍ଯ୍ୟନ୍ତ
ଏବଂ ଉତ୍ତର ଦିଗରୁ ପୂର୍ବ ଦିଗକୁ ଭ୍ରମଣ କରିବେ।
ସେମାନେ ସଦାପ୍ରଭୁଙ୍କର ବାର୍ତ୍ତା ଏଣେତେଣେ ଖୋଜି ବୁଲିବେ,
ମାତ୍ର ତାହା ପାଇବେ ନାହିଁ।
ଖ୍ରୀଷ୍ଟିୟାନମାନଙ୍କ ଦାନ
9 ପରମେଶ୍ୱରଙ୍କ ଲୋକମାନଙ୍କ ପାଇଁ ଏହି ସେବା ବିଷୟରେ ଏପରି ଲେଖିବା ମୋ’ ପାଇଁ ପ୍ରକୃତରେ ଆବଶ୍ୟକ ନୁହେଁ। 2 ମୁଁ ଜାଣେ ଯେ, ତୁମ୍ଭେମାନେ ସାହାଯ୍ୟ କରିବା ପାଇଁ କେତେ ଆଗ୍ରହୀ। ମାକିଦନିଆର ଲୋକମାନଙ୍କ ଆଗରେ ଗର୍ବ ସହିତ ମୁଁ କୁହେ ଯେ, ଆଖାୟାର ଲୋକେ ଗତ ବର୍ଷଠାରୁ ପ୍ରସ୍ତୁତ ଅଛନ୍ତି। ତୁମ୍ଭମାନଙ୍କର ଆଗ୍ରହ ଦେଖି ଏଠିକାର ଅଧିକାଂଶ ଲୋକ ଉତ୍ସାହିତ ହୋଇ ଦାନ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। 3 କିନ୍ତୁ ମୁଁ ଭାଇମାନଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବା ଉଦ୍ଦେଶ୍ୟ ହେଲା, ତୁମ୍ଭମାନଙ୍କ ପାଇଁ ଏ ବିଷୟରେ ଆମ୍ଭର ଯେଉଁ ଗର୍ବ ତାହା ବ୍ୟର୍ଥ ନ ହେଉ। 4 ଯେପରି ମୁଁ ସେମାନଙ୍କୁ ସବୁବେଳେ ପ୍ରସ୍ତୁତ ରହିବାକୁ କହୁଥିଲି, ମୁଁ ଗ୍ଭହେଁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ରୁହ। ଯଦି କେତେକ ଲୋକ ମାକିଦନିଆରୁ ମୋ’ ସହିତ ତୁମ୍ଭମାନଙ୍କ ପାଖରେ ପହଞ୍ଚିବେ, ଓ ତୁମ୍ଭମାନଙ୍କୁ ପ୍ରସ୍ତୁତ ଥିବା ଦେଖିବେ ନାହିଁ, ତାହାହେଲେ ତୁମ୍ଭମାନଙ୍କଠାରେ ଆମ୍ଭର ବିଶ୍ୱାସ ଥିବା ହେତୁରୁ ଆମ୍ଭେ ଲଜ୍ଜା ବୋଧ କରିବୁ। ତୁମ୍ଭେମାନେ ମଧ୍ୟ ଲଜ୍ଜିତ ହେବ। 5 ସେଥିପାଇଁ ମୁଁ ଭାବିଲି ଯେ, ତୁମ୍ଭେମାନେ ଆସିବା ପୂର୍ବରୁ ମୁଁ ସେହି ଭାଇମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ କହିବି। ତାହାହେଲେ ତୁମ୍ଭେମାନେ ଯେଉଁ ଦାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲ, ତାହା ସେମାନେ ପ୍ରସ୍ତୁତ କରି ରଖିବେ। ଆମ୍ଭେ ଆସିଲା ବେଳେ ସେହି ଦାନଗୁଡ଼ିକ ପ୍ରସ୍ତୁତ ଥିବ। ତୁମ୍ଭମାନଙ୍କ ଏହି ଦାନ ସ୍ୱଚ୍ଛାକୃତ ହେଉ, କୃପଣମୂଳକ ନ ହେଉ।
6 ଏହି କଥାଟି ମନେରଖ; ଯେଉଁ ଲୋକ ଅଳ୍ପ ବୁଣିବ, ସେ ଅଳ୍ପ କାଟିବ। ଯେଉଁ ଲୋକ ଅଧିକ ବୁଣିବ, ସେ ଅଧିକ କାଟିବ। 7 ପ୍ରତ୍ୟେକ ଲୋକ ଆପଣା ହୃଦୟରେ ସ୍ଥିର କରିଥିବା ଅନୁସାରେ ଦାନ କରୁ, ମନରେ କୌଣସି ଦୁଃଖ ରଖି ବା ବାଧ୍ୟବାଧକତାରେ ଦାନ ନ ଦେଉ, ଆନନ୍ଦିତ ମନରେ ଦାନ କରିଥିବା ଲୋକକୁ ପରମେଶ୍ୱର ଭଲ ପାଆନ୍ତି। 8 ପରମେଶ୍ୱର ତୁମ୍ଭମାନଙ୍କର ଆବଶ୍ୟକତାଠାରୁ ଅଧିକ ଆଶୀର୍ବାଦ ଦେଇ ପାରିବେ। ତହିଁରେ ତୁମ୍ଭେମାନେ ସବୁବେଳେ ସବୁ ବିଷୟ ପ୍ରଚୁର ଭାବେ ପାଇବ। ପ୍ରତ୍ୟେକ ଭଲ କାମ କରିବା ପାଇଁ ଦାନ ଦେବାକୁ ତୁମ୍ଭମାନଙ୍କ ପାଖରେ ପ୍ରଚୁର ଥିବ। 9 ଶାସ୍ତ୍ରରେ ଏହା ଲେଖା ଅଛି:
“ଯିଏ ଉଦାର ଭାବରେ ଗରିବମାନଙ୍କୁ ଦିଏ
ତା’ର ଦୟା ସର୍ବଦା ପାଇଁ ରହି ଥାଏ।” (A)
10 ପରମେଶ୍ୱର ହିଁ ବୁଣିବା ଲୋକ ପାଇଁ ବୀଜ ଓ ଖାଇବା ପାଇଁ ଖାଦ୍ୟ ଯୋଗନ୍ତି। ସେ ତୁମ୍ଭମାନଙ୍କୁ ବୀଜ ଯୋଗାଇବେ ଓ ତାହା ବୃଦ୍ଧି କରାଇବେ। ସେ ତୁମ୍ଭମାନଙ୍କ ଭଲ କାମ ଗୁଡ଼ିକ ପାଇଁ ବିପୁଳ ଫସଲ ହେବାକୁ ଦେବେ। 11 ପରମେଶ୍ୱର ତୁମ୍ଭମାନଙ୍କୁ ପ୍ରତ୍ୟେକ ବିଷୟରେ ଧନୀ କରିବେ, ଫଳ ସ୍ୱରୂପ ତୁମ୍ଭେମାନେ ସବୁବେଳେ ଉଦାର ମନରେ ଦାନ ଦେଇ ପାରିବ। ଆମ୍ଭ ମାଧ୍ୟମରେ ତୁମ୍ଭମାନଙ୍କର ଦାନ ପାଇଁ ପରମେଶ୍ୱରଙ୍କୁ ଲୋକେ ଧନ୍ୟବାଦ ଦେବେ।
12 ଏହି ସେବା ଯେଉଁଥିରେ କି ତୁମ୍ଭମାନଙ୍କର ଏକ ଭାଗ ରହିଛି ତା’ଦ୍ୱାରା କେବଳ ଯେ ସାଧୁ ମାନଙ୍କର ଆବଶ୍ୟକତା ପୂରଣ ହୁଏ, ତା’ ନୁହେଁ ବରଂ ପରମେଶ୍ୱରଙ୍କ ପ୍ରତି ହୃଦୟ ଧନ୍ୟବାଦରେ ଉଚ୍ଛୁଳି ଉଠେ। 13 ତୁମ୍ଭମାନଙ୍କର ଏହି ସେବା ତୁମ୍ଭମାନଙ୍କର ବିଶ୍ୱାସର ପ୍ରମାଣ ଅଟେ। ଏହା ଦ୍ୱାରା ଲୋକେ ପରମେଶ୍ୱରଙ୍କୁ ପ୍ରଶଂସା କରିବେ, କାରଣ ତୁମ୍ଭେମାନେ ଯେ କେବଳ ବିଶ୍ୱାସକୁ ସ୍ୱୀକାର କରୁଛ ତା’ ନୁହେଁ, ବରଂ ଖ୍ରୀଷ୍ଟଙ୍କର ବ୍ୟବହାରିକ ସୁସମାଗ୍ଭରକୁ ଅନୁସରଣ କରୁଛ। ତୁମ୍ଭେମାନେ ସେମାନଙ୍କ ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉଦାର ଭାବେ ଦାନ କରୁଥିବାରୁ ଲୋକେ ପରମେଶ୍ୱରଙ୍କ ପ୍ରଶଂସା କରିବେ। 14 ଯେତେବେଳେ ସେମାନେ ପ୍ରାର୍ଥନା କରିବେ, ସେତେବେଳେ ସେମାନେ ତୁମ୍ଭମାନଙ୍କ ସହିତ ରହିବା ପାଇଁ ଇଚ୍ଛା କରିବେ। ପରମେଶ୍ୱରଙ୍କର ତୁମ୍ଭମାନଙ୍କ ପ୍ରତି ଅସୀମ ଅନୁଗ୍ରହ ହେତୁରୁ ସେମାନେ ଏପରି ଅନୁଭବ କରିବେ। 15 ଆଶ୍ଚର୍ଯ୍ୟଜନକ ଓ ଅବର୍ଣ୍ଣନୀୟ ଏହି ଅନୁଗ୍ରହ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉ।
2010 by World Bible Translation Center