Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 12:2-6

ପରମେଶ୍ୱର ମୋର ତ୍ରାଣକର୍ତ୍ତା।
    ମୁଁ ତାଙ୍କୁ ବିଶ୍ୱାସ କରେ।
କିନ୍ତୁ ତାଙ୍କୁ ଭୟ କରେ ନାହିଁ।
    କାରଣ ସେ ମୋତେ ରକ୍ଷା କରନ୍ତି।
ଯିହୋବାଃ ସଦାପ୍ରଭୁ ମୋର ବଳ ଓ ତ୍ରାଣକର୍ତ୍ତା।
    ତେଣୁ ତାଙ୍କର ପ୍ରଶଂସା ଗାନ କରିବି।”

ପରିତ୍ରାଣ ରୂପକ କୂପରୁ ତୁମ୍ଭେମାନେ ଜଳ କାଢ଼ିବ।
    ତାହାହେଲେ ତୁମ୍ଭେମାନେ ସୁଖୀ ହେବ।
ତା’ପରେ ତୁମ୍ଭେ କହିବ, “ସଦାପ୍ରଭୁଙ୍କର ପ୍ରଶଂସା କର।
    ତାହାଙ୍କ ନାମରେ ପ୍ରାର୍ଥନା କର।
ସେ ଯେଉଁ ମହାନ କାର୍ଯ୍ୟ କରିଛନ୍ତି,
    ସେଥିପାଇଁ ସମସ୍ତ ଗୋଷ୍ଠୀ ଆଗରେ ତାଙ୍କର ପ୍ରଶଂସା କର।”
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର।
    କାରଣ ସେ ମହିମାଯୁକ୍ତ କାର୍ଯ୍ୟ କରିଛନ୍ତି।
ତାହାଙ୍କର ସମଗ୍ର ପୃଥିବୀରେ ମହିମା ବ୍ୟାପ୍ତ ହେଉ।
    ସମଗ୍ର ମାନବ ସମାଜ ଏହା ଜାଣନ୍ତୁ।
ହେ ସିୟୋନ ନିବାସୀଗଣ, ଉଚ୍ଚସ୍ୱରରେ ତାଙ୍କର ପ୍ରଶଂସା କର।
    ଇସ୍ରାଏଲ ସେହି ପବିତ୍ର ଧର୍ମସ୍ୱରୂପ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି,
    ତେଣୁ ଆନନ୍ଦ କର।

ଆମୋଷ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 6:1-8

ଇସ୍ରାଏଲରୁ ସୁଦିନ କାଢ଼ି ନିଆଯିବ

ହେ ସିୟୋନର ଲୋକମାନେ, ଯେଉଁମାନେ ତୁମ୍ଭର ଦୁଃଖ ନାହିଁ ବୋଲି କହୁଛ
    ଏବଂ ଶମରିୟା ପର୍ବତ ଉପରେ ଥିବା ନିବାସୀ ଯେଉଁମାନେ ନିଜକୁ ନିରାପଦ ମନେ କରୁଛ, ତୁମ୍ଭମାନଙ୍କ ପାଇଁ ଏହା ଅତି ମନ୍ଦ ହେବ।
ତୁମ୍ଭେମାନେ ମହାନ ଦେଶର ପ୍ରଧାନଗଣ।
    “ଇସ୍ରାଏଲର ଗୃହ” ତୁମ୍ଭମାନଙ୍କର ଉପଦେଶ ପାଇଁ ତୁମ୍ଭମାନଙ୍କ ପାଖକୁ ଆସୁଛି।
ଯାଅ କଲନୀକୁ ଦେଖ,
    ସେହି ସ୍ଥାନରୁ ମହାନ ନଗର ହମାତକୁ ଯାଅ।
    ତା’ପରେ ପଲେଷ୍ଟୀୟମାନଙ୍କର ଗାଥ୍ ନଗରକୁ ଯାଅ।
ସେହିସବୁ କି ଏହି ରାଜ୍ୟଗୁଡ଼ିକ ଅପେକ୍ଷା ଭଲ?
    ଅବା ସେମାନଙ୍କର ସୀମା କି ତୁମ୍ଭମାନଙ୍କର ରାଜ୍ୟ ଅପେକ୍ଷା ବଡ଼।
ତୁମ୍ଭେମାନେ ଭାବୁଛ ଦଣ୍ତ ପାଇବାର ଦିନ ବହୁତ ଦୂରରେ ଅଛି,
    ସେଥିପାଇଁ ତୁମ୍ଭେ ହିଂସାର ସହିତ ଶାସନ କରୁଛ।
ତୁମ୍ଭେ ଗଜଦନ୍ତ ଶଯ୍ୟା ଉପରେ ଶୟନ କରୁଛ
    ଓ ଖଟ ଉପରେ ନିଜର ଶରୀରକୁ ଲମ୍ବାଇ ଦେଉଛ।
ତୁମ୍ଭେମାନେ ତୁମ୍ଭର ମେଷ ପଲରୁ ମେଷଶାବକର କୋମଳ ମାଂସ ଖାଉଛ
    ଏବଂ ସେମାନଙ୍କ ଗୁହାଳରୁ ବାଛୁରିମାନଙ୍କୁ ଆଣୁଛ ଏବଂ ସେମାନଙ୍କୁ ଖାଉଛ।
    ଏହା ତୁମ୍ଭମାନଙ୍କ ପାଇଁ ବହୁତ ଖରାପ ହେବ।
ତୁମ୍ଭେ ବୀଣାବାଦନ କରୁଛ
    ଏବଂ ଦାଉଦଙ୍କ ପରି ତୁମ୍ଭର ବାଦ୍ୟଯନ୍ତ୍ରଗୁଡ଼ିକରେ ଅଭ୍ୟାସ କରୁଛ।
ତୁମ୍ଭେ ଦ୍ରାକ୍ଷାରସ ସୁନ୍ଦର ପାତ୍ରରେ ପାନ କରୁଛ।
    ଆଉ ମଧ୍ୟ ସୁନ୍ଦର ସୁବାସିତ ପଦାର୍ଥ ବ୍ୟବହାର କରୁଛ।
କିନ୍ତୁ ଯୋଷେଫଙ୍କର ପରିବାର ଧ୍ୱଂସ ପାଉଛନ୍ତି
    ସେଥିପାଇଁ ଟିକିଏ ହେଲେ ଦୁଃଖ କରୁ ନାହିଁ।

ସେହି ଲୋକମାନେ ସେମାନଙ୍କର ଖଟ ଉପରେ ଲମ୍ବି ଶୋଇଛନ୍ତି। କିନ୍ତୁ ସେମାନଙ୍କର ସୁଖର ଦିନ ଶେଷ ହୋଇଛି। ସେମାନଙ୍କୁ ଅନ୍ୟ ରାଜ୍ୟକୁ ବନ୍ଦୀରୂପେ ନିଆଯିବ। ସେମାନେ ବନ୍ଦୀ ହୋଇ ଯିବାର ପ୍ରଥମ ବ୍ୟକ୍ତି ହେବେ। ମୋର ପ୍ରଭୁ ସଦାପ୍ରଭୁ ନିଜର ପବିତ୍ର ନାମକୁ ବ୍ୟବହାର କଲେ ଓ ଶପଥ ନେଲେ। ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର ଏହା ପ୍ରତିଜ୍ଞା କଲେ,

“ଆମ୍ଭେ ଯାକୁବର ଗର୍ବକୁ ଘୃଣା କରୁ।
    ତା’ର ସୁଦୃଢ଼ ଅଟ୍ଟାଳିକାକୁ ମଧ୍ୟ ଘୃଣା କରୁ।
ତେଣୁ ଆମ୍ଭେ ସେହି ନଗରକୁ
    ଓ ତା’ର ସମସ୍ତ ଜିନିଷକୁ ଶତ୍ରୁ ହସ୍ତରେ ଅର୍ପଣ କରିବା।”

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:1-15

ସହଖ୍ରୀଷ୍ଟିୟାନମାନଙ୍କୁ ସାହାଯ୍ୟ କର

ଭାଇ ଓ ଭଉଣୀମାନେ! ପରମେଶ୍ୱର ମାକିଦନିଆର ମଣ୍ଡଳୀମାନଙ୍କ ପ୍ରତି ଯେଉଁ ଅନୁଗ୍ରହ ପ୍ରକାଶ କରିଛନ୍ତି, ସେହି ବିଷୟ ଆମ୍ଭେ ତୁମ୍ଭମାନଙ୍କୁ ଜଣାଇବାକୁ ଇଚ୍ଛା କରୁଛୁ। ସେହି ବିଶ୍ୱାସୀମାନେ ମହାକ୍ଳେଶ ଦୁଃଖ ଦ୍ୱାରା ପରୀକ୍ଷିତ ହେଲେ। ଏବଂ ସେମାନେ ଅତି ଗରିବ। କିନ୍ତୁ ସେମାନଙ୍କ ମହାନନ୍ଦ ହେତୁ ସେମାନେ ପ୍ରଚୁର ଉଦାରତାର ଦାନ ଦେଇଥିଲେ। ମୁଁ କହିପାରେ ଯେ, ସେମାନେ ଯେତେ ଦେଇ ପାରିବା କଥା ତାହ ଦେଇଛନ୍ତି। ଏତିକି ନୁହେଁ, ସେମାନେ ସ୍ୱେଚ୍ଛାରେ ନିଜ ସାମର୍ଥ୍ୟ ଅପେକ୍ଷା ଅଧିକ ଦେଇଛନ୍ତି। କେହି ତାହାଙ୍କୁ ଏହା କରିବା ପାଇଁ କହି ନାହିଁ। କିନ୍ତୁ ସେମାନେ ଆଗ୍ରହ ପୂର୍ବକ, ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଏହି ସେବା କାର୍ଯ୍ୟରେ ଅଂଶଗ୍ରହଣ ପାଇଁ ଆମକୁ ବାରମ୍ବାର ଅନୁନୟ କରୁଥିଲେ। ସେମାନେ ଯେଉଁଭଳି ଭାବରେ ଦେଲେ ଆମ୍ଭେ ତାହା କେବେ ଭାବି ନ ଥିଲୁ। ସେମାନେ ତାହାଙ୍କର ଅର୍ଥ ଦେବା ପୂର୍ବରୁ ପ୍ରଥମେ ନିଜକୁ ପ୍ରଭୁଙ୍କଠାରେ ଓ ଆମ୍ଭଠାରେ ସମର୍ପଣ କଲେ।

ପରମେଶ୍ୱର ଏହା ଇଚ୍ଛା କରନ୍ତି। ସେଥିପାଇଁ ଆମ୍ଭେ ତୀତସକୁ କହିଲୁ ଯେ ସେ ଏହି ଅନୁଗ୍ରହ କାର୍ଯ୍ୟକୁ ଯେପରି ଆରମ୍ଭ କରିଥିଲେ, ସେହିପରି ଏହି ବିଶେଷ ଅନୁଗ୍ରହର କାର୍ଯ୍ୟକୁ ସମାପ୍ତ କରିବାରେ ତୁମ୍ଭମାନଙ୍କୁ ସାହାଯ୍ୟ ମଧ୍ୟ କରନ୍ତୁ। ତୁମ୍ଭେମାନେ ବିଶ୍ୱାସ, ବାକ୍ୟ ପ୍ରଗ୍ଭର, ଜ୍ଞାନ, ଉପକାର କରିବାର ଉତ୍ସାହ, ଆମ୍ଭଠାରୁ ତୁମ୍ଭେମାନେ ଶିଖିଥିବା ପ୍ରେମ, ଆଜି ସବୁ ଗୁଡ଼ିକରେ ଧନୀ ଅଟ। ସେଥିପାଇଁ ଆମ୍ଭେ ଇଚ୍ଛା କରୁ ଯେ, ଏହି ଦାନ ଦେବା ସେବାରେ ତୁମ୍ଭେମାନେ ଧନୀ ହୁଅ।

ମୁଁ ତୁମ୍ଭମାନଙ୍କୁ ଦାନ ଦେବା ପାଇଁ ଆଦେଶ ଦେଉ ନାହିଁ। କିନ୍ତୁ ମୁଁ ଦେଖିବାକୁ ଇଚ୍ଛା କରେ ଯେ, ପ୍ରକୃତରେ ତୁମ୍ଭମାନଙ୍କ ପ୍ରେମ ସତ୍ୟ ଅଟେ। ଅନ୍ୟ ଲୋକମାନେ ସାହାଯ୍ୟ କରିବା ପାଇଁ ଦେଖାଉଥିବା ଉତ୍ସାହ ବିଷୟରେ କହି ଏହା ମୁଁ ଦେଖାଇ ଦେବାକୁ ଗ୍ଭହେଁ। ତୁମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ସହିତ ପରିଚିତ। ତୁମ୍ଭେମାନେ ଜାଣ ଯେ, ଖ୍ରୀଷ୍ଟ ଈଶ୍ୱରଙ୍କଠାରେ ଧନୀ ହୋଇଥିଲେ ମଧ୍ୟ, ତୁମ୍ଭମାନଙ୍କ ପାଇଁ ସେ ଗରିବ ହେଲେ। ତାହାଙ୍କର ଗରିବ ହେବା ଦ୍ୱାରା ତୁମ୍ଭେମାନେ ଯେପରି ଧନୀ ହୁଅ, ସେଥିପାଇଁ ଯୀଶୁ ଖ୍ରୀଷ୍ଟ ଏପରି କଲେ।

10 ଏହି ବିଷୟରେ ମୁଁ ତୁମ୍ଭମାନଙ୍କୁ ନିଜର ପରାମର୍ଶ ଦେଉଛି। ଏହା ତୁମ୍ଭମାନଙ୍କ ପାଇଁ ସର୍ବଶ୍ରେଷ୍ଠ। ଗତ ବର୍ଷ ତୁମ୍ଭେମାନେ ପ୍ରଥମେ ଦାନ ଦେବା ପାଇଁ ଇଚ୍ଛା କରିଥିଲ ଓ ପ୍ରକୃତରେ ପ୍ରଥମେ ଦାନ ମଧ୍ୟ ଦେଇଥିଲ। ଅତଏବ ଯେଉଁ କାମଟିକୁ ତୁମ୍ଭେମାନେ ଆରମ୍ଭ କରିଥିଲ ତାହାକୁ ଶେଷ କର। 11 ତା’ହେଲେ ଯାଇ ତୁମ୍ଭମାନଙ୍କର “କରିବା” ତୁମ୍ଭମାନଙ୍କର “ଇଚ୍ଛା କରିବା” ସହିତ ସମାନ ହେବ। ତୁମ୍ଭମାନଙ୍କ ପାଖରେ ଯାହା ଅଛି ତହିଁରୁ ଦାନ କର। 12 ଯଦି ତୁମ୍ଭମାନଙ୍କର ଦାନ ଦେବାର ଇଚ୍ଛା ଅଛି, ତା’ହେଲେ ତୁମ୍ଭମାନଙ୍କର ଦାନ ଗ୍ରହଣୀୟ ହେବ। ତୁମ୍ଭମାନଙ୍କ ପାଖରେ ଯାହା ଅଛି, ସେହି ଅନୁସାରେ ତୁମ୍ଭମାନଙ୍କ ଦାନ ଗ୍ରାହ୍ୟ କରାଯିବ; ତୁମ୍ଭମାନଙ୍କ ପାଖରେ ଯାହା ନାହିଁ, ସେ ଅନୁସାରେ ନୁହେଁ। 13 ଅନ୍ୟମାନେ ଆରାମରେ ରହୁଥିବା ବେଳେ ତୁମ୍ଭେମାନେ ଦୁର୍ଦ୍ଦଶାରେ ରୁହ, ଏକ କଥା ଆମ୍ଭେ ଇଚ୍ଛା କରୁ ନାହୁଁ; ବରଂ ଆମ୍ଭେ ସବୁ ବିଷୟରେ ସମାନତା ଇଚ୍ଛା କରୁ। 14 ବର୍ତ୍ତମାନ ତୁମ୍ଭମାନଙ୍କ ପାଖରେ ବହୁତ ଅଛି। ଯାହା ତୁମ୍ଭମାନଙ୍କର ଅଛି, ଯଦି ଦିଅ, ତାହାହେଲେ ଅନ୍ୟମାନଙ୍କ ଆବଶ୍ୟକ ପୂରଣ ହେବ। ତା’ପରେ ଯେତେବେଳେ ସେମାନଙ୍କର ବୁଦ୍ଧି ହେବ, ସେମାନେ ତୁମ୍ଭମାନଙ୍କର ଆବଶ୍ୟକତାରେ ସାହାଯ୍ୟ କରିବେ। 15 ଶାସ୍ତ୍ରରେ ମଧ୍ୟ ଲେଖାଅଛି:

“ଯିଏ ଅଧିକ ସଂଗ୍ରହ କଲା ତାହା ପାଖରେ ଅଧିକ ରହିଲା ନାହିଁ,
    ଓ ଯିଏ ଅଳ୍ପ ସଂଗ୍ରହ କଲା ତାହା ପାଖରେ ଅତି ଅଳ୍ପ ରହିଲା ନାହିଁ।” (A)

Odia Holy Bible: Easy-to-Read Version (ERV-OR)

2010 by World Bible Translation Center