Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 132:1-12

ଆରୋହଣ ଗୀତ।

132 ସଦାପ୍ରଭୁ, ଦାଉଦଙ୍କର ସପକ୍ଷରେ ତାଙ୍କର ସମସ୍ତ ମହାନ କାର୍ଯ୍ୟକୁ ସ୍ମରଣ କର।
ଏବଂ ସ୍ମରଣ କର, କିପରି ସେ ସଦାପ୍ରଭୁଙ୍କଠାରେ ଶପଥ ନେଲେ,
    ଦାଉଦ ଯାକୁବର ଶକ୍ତିମାନ ପରମେଶ୍ୱରଙ୍କଠାରେ ଏକ ବିଶେଷ ପ୍ରତିଜ୍ଞା କଲେ।
“ସଦାପ୍ରଭୁଙ୍କ ପାଇଁ ମୁଁ ଏକ ପବିତ୍ର ଗୃହ ନ ପାଇବା ପର୍ଯ୍ୟନ୍ତ
    ସର୍ବଶକ୍ତିମାନ ଯାକୁବର ପରମେଶ୍ୱରଙ୍କ ପାଇଁ ଏକ ତମ୍ବୁ କରିବି।
ମୁଁ ଶୟନ କରିବି ନାହିଁ।
    ମୁଁ ମୋର ଚକ୍ଷୁକୁ ବିଶ୍ରାମ ଦେବି ନାହିଁ।
ମୁଁ ମୋର ଗୃହକୁ ଯିବି ନାହିଁ
    ଏବଂ ମୁଁ ମୋ’ ବିଛଣାରେ ରହିବି ନାହିଁ।”

ଦେଖ ଆମ୍ଭେମାନେ ଇଫ୍ରାଥାରେ ନିୟମ-ସିନ୍ଦୁକ ବିଷୟରେ ଶୁଣିଲୁ।
    ଆମ୍ଭେମାନେ ବିନମ୍ର କ୍ଷେତ୍ରରେ ଏହାକୁ ପାଇଲୁ।
ଗ୍ଭଲ ସେହି ପବିତ୍ର ତମ୍ବୁକୁ ଯିବା।
    ଆମ୍ଭେ ତାଙ୍କ ପାଦପୀଠରେ ଉପାସନା କରିବା।
ସଦାପ୍ରଭୁ, ଉଠ ଏବଂ ତୁମ୍ଭର ବିଶ୍ରାମ ସ୍ଥାନକୁ ଯାଅ,
    ସିନ୍ଦୁକ ସହିତ ଯାଅ, ତାହା ତୁମ୍ଭର ଶକ୍ତିକୁ ପ୍ରଦର୍ଶନ କରେ।
ସଦାପ୍ରଭୁ ତୁମ୍ଭର ଯାଜକମାନେ ବିଜୟ ପରିହିତ ହୁଅନ୍ତୁ
    ଏବଂ ତୁମ୍ଭ ଅନୁସରଣକାରୀମାନେ ବହୁତ ଆନନ୍ଦରେ ପାଟି କରନ୍ତୁ।
10 ତୁମ୍ଭ ଦାସ ଦାଉଦଙ୍କ ସକାଶୁ
    ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ପରିତ୍ୟାଗ କର ନାହିଁ।
11 ସଦାପ୍ରଭୁ ଦାଉଦଙ୍କୁ ପ୍ରତିଜ୍ଞା କଲେ, ତାଙ୍କ ପ୍ରତି ବିଶ୍ୱାସର ଗୋଟିଏ ଶପଥ କଲେ,
    “ଆମ୍ଭେ ତୁମ୍ଭର ବଂଶରୁ ଜଣକୁ ସବୁଦିନ ପାଇଁ ରାଜସିଂହାସନରେ ଅଧିଷ୍ଠିତ କରିବା।
12 “ଦାଉଦ, ଯଦି ତୁମ୍ଭର ଉତ୍ତରାଧିକାରୀଗଣ ଆମ୍ଭର ନିୟମକୁ ଓ ଆମ୍ଭେ ଯେଉଁ ବ୍ୟବସ୍ଥା ଶିକ୍ଷା ସେମାନଙ୍କୁ ଦିଏ ସେଗୁଡ଼ିକୁ ମାନନ୍ତି,
    ତେବେ ତୁମ୍ଭ ପରିବାରରୁ କେହିଜଣେ ସବୁଦିନ ରାଜା ହୋଇ ରହିବି।”

ଗୀତସଂହିତା 132:13-18

13 ସଦାପ୍ରଭୁ ସିୟୋନକୁ ତାଙ୍କର ମନ୍ଦିର ପାଇଁ ବାଛିଲେ।
    ଓ ସେ ସେହି ସ୍ଥାନକୁ ଆପଣା ବାସସ୍ଥାନ ପାଇଁ ମନୋନୀତ କଲେ।
14 ସଦାପ୍ରଭୁ କହିଲେ, “ଏହା ଚିରକାଳ ମୋର ବିଶ୍ରାମସ୍ଥାନ ହେବ।
    ଏହା ହେଉଛି ଗୋଟିଏ ସ୍ଥାନ ଯେଉଁଥିରେ ଆମ୍ଭେ ସିଂହାସନରେ ବସିବାକୁ ଗ୍ଭହୁଁ।
15 ଆମ୍ଭେ ସେହି ସହରର ଖାଦ୍ୟ ଉପରେ ବହୁଳ ରୂପେ ଆଶୀର୍ବାଦ କରିବା।
    ଏପରିକି ସେଠାକାର ଗରିବମାନେ ମଧ୍ୟ ପ୍ରଚୁର ଖାଦ୍ୟ ପାଇବେ।
16 ଆମ୍ଭେ ତାଙ୍କର ଯାଜକଗଣଙ୍କୁ ହିଁ ପରିତ୍ରାଣ ରୂପକ ବସ୍ତ୍ର ପିନ୍ଧାଇବା
    ଓ ଆମ୍ଭର ଅନୁଗାମୀମାନେ ଆନନ୍ଦରେ ଧ୍ୱନି କରିବେ।
17 ଏହା ଗୋଟିଏ ଜାଗା ଯେଉଁଠାରେ କି ଆମ୍ଭେ ଦାଉଦଙ୍କର ପରିବାରକୁ ଶକ୍ତିଶାଳୀ କରିବା।
    ଆମ୍ଭେ ଆପଣା ବଚ୍ଛାଯାଇଥିବା ରାଜାଙ୍କ ପ୍ରଦୀପ ଜଳିବାକୁ କେବେହେଲେ ନିବୃତ୍ତ କରିବା ନାହିଁ।
18 ତାଙ୍କର ଶତ୍ରୁଗଣଙ୍କୁ ଲଜ୍ଜାରେ ଆଚ୍ଛାଦିତ କରିବା,
    କିନ୍ତୁ ତାଙ୍କ ମୁଣ୍ଡ ଉପରେ ଚ‌କ୍‌ଚକ୍ କରୁଥିବା ରାଜମୁକୁଟ ଶୋଭା ପାଇବ।”

ରାଜାବଳୀର ଦ୍ୱିତୀୟ ପୁସ୍ତକ 23:1-14

ଲୋକମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଶୁଣନ୍ତି

23 ଯିହୁଦା ଓ ଯିରୁଶାଲମର ସମସ୍ତ ପ୍ରାଚୀନବର୍ଗଙ୍କୁ ଆସି ସାକ୍ଷାତ କରିବାକୁ ଯୋଶିୟ ରାଜା କହିଲେ। ଏହା ପରେ ରାଜା ସଦାପ୍ରଭୁଙ୍କ ମନ୍ଦିରକୁ ଗମନ କଲେ। ତାଙ୍କ ସହିତ ଯିହୁଦାର ସମସ୍ତ ଲୋକ, ଯିରୁଶାଲମର ସମସ୍ତ ବାସିନ୍ଦା, ଯାଜକମାନେ, ଭବିଷ୍ୟ‌ଦ୍‌ବକ୍ତାମାନେ ଓ ସମସ୍ତ ବଡ଼ରୁ ଛୋଟ ଗମନ କଲେ। ତହୁଁ ସଦାପ୍ରଭୁଙ୍କ ମନ୍ଦିରରୁ ପ୍ରାପ୍ତ ବ୍ୟବସ୍ଥା ପୁସ୍ତକର ସମସ୍ତ ବାକ୍ୟ ସେମାନଙ୍କର କର୍ଣ୍ଣ ଗୋଚର ହେବା ପାଇଁ ଯୋଶିୟ ରାଜା ପାଠ କଲେ।

ଏଥିରେ ରାଜା ସ୍ତମ୍ଭ ସମ୍ମୁଖରେ ଠିଆ ହେଲେ ଓ ସଦାପ୍ରଭୁଙ୍କ ସହିତ ଗୋଟିଏ ଯୁକ୍ତି କଲେ ଏବଂ ସଦାପ୍ରଭୁଙ୍କୁ ଅନୁକରଣ କରିବାକୁ ତାଙ୍କର ଆଜ୍ଞାମାନ, ସାକ୍ଷକଥା ଓ ନିୟମମାନ ତାଙ୍କ ସମସ୍ତ ହୃଦୟ ଓ ମନ ସହିତ ପ୍ରତିଜ୍ଞା କଲେ ଏବଂ ପ୍ରତ୍ୟେକ ଲୋକ ଏହା କରିବାକୁ ରାଜି ହେଲେ।

ପୁଣି ରାଜା ସଦାପ୍ରଭୁଙ୍କ ମନ୍ଦିରରୁ ବା‌ଲ୍‌ର, ଆଶେରାମୂର୍ତ୍ତିର ଓ ସ୍ୱର୍ଗସ୍ଥ ସମସ୍ତ ବାହିନୀ ଓ ମିଥ୍ୟା ଦେବତାମାନଙ୍କ ନିମନ୍ତେ ନିର୍ମିତ ସକଳ ସାମଗ୍ରୀ ବାହାର କରି ଆଣିବା ପାଇଁ ହି‌ଲ୍‌‌‌କିୟ ମହାଯାଜକକୁ, ଦ୍ୱିତୀୟ ଶ୍ରେଣୀର ଯାଜକମାନଙ୍କୁ ଓ ଦ୍ୱାରପାଳମାନଙ୍କୁ ଆଦେଶ କଲେ। ତା’ପରେ ଯୋଶିୟ ରାଜା ସେ ସମସ୍ତ ଦ୍ରବ୍ୟକୁ ଯିରୁଶାଲମର ବାହାରେ କିଦ୍ରୋଣ ଉପତ୍ୟକାରେ ଦ‌ଗ୍‌ଧ କଲେ ଓ ତାହାର ଭସ୍ମ ବୈଥେ‌ଲ୍‌କୁ ନେଇଗଲେ।

ରାଜାମାନେ ସମସ୍ତ ସାଧାରଣ ଲୋକଙ୍କୁ ଯାଜକ ଭାବରେ ଯିହୁଦାର ରାଜାଙ୍କ ଦ୍ୱାରା ନିଯୁକ୍ତି ହୋଇଥିଲେ, ଯାଜକ ରୂପେ ସେବା କରିବାକୁ ବରଖାସ୍ତ କଲେ। ଏହି ଭଣ୍ତ ଯାଜକଗଣ ଯିହୁଦାର ପ୍ରତ୍ୟେକ ନଗରର ଉଚ୍ଚସ୍ଥାନରେ ସବୁବେଳେ ଧୂପ ଜଳାଇଲେ ଓ ଯିରୁଶାଲମସ୍ଥିତ ଚତୁର୍ଦ୍ଦିଗସ୍ଥିତ ସମସ୍ତ ନଗରରେ ବା‌ଲ୍‌‌‌ର ସମ୍ମାନାର୍ଥେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଏବଂ ଆକାଶର ସମସ୍ତ ଶକ୍ତିଗୁଡ଼ିକରେ ମଧ୍ୟ ସେହିପରି କଲେ।

ଆଉ ଯୋଶିୟ ସଦାପ୍ରଭୁଙ୍କ ମନ୍ଦିରରୁ ଆଶେରା ମୂର୍ତ୍ତି କାଢ଼ିନେଇ ଯିରୁଶାଲମର ବାହାରେ କିଦ୍ରୋଣ ନଦୀ ନିକଟକୁ ଆଣିଲେ। ସେଠାରେ ସେ ଏହାକୁ ଦ‌ଗ୍‌ଧ କଲେ ଓ ତାକୁ ପେଷି ଧୂଳି କଲେ। ସେହି ଚୂର୍ଣ୍ଣକୁ ନେଇ ସାମାନ୍ୟ ଲୋକମାନଙ୍କ କବର ଉପରେ ନିକ୍ଷେପ କଲେ।

ତା’ପରେ ଯୋଶିୟ ରାଜା ସଦାପ୍ରଭୁଙ୍କ ମନ୍ଦିରରେ ଥିବା ସଦୋମୀମାନଙ୍କ ଗୃହ ସବୁ ଭାଙ୍ଗି ପକାଇଲେ। ସ୍ତ୍ରୀଲୋକମାନେ ଏହି ଗୃହଗୁଡ଼ିକ ବ୍ୟବହାର କଲେ ଓ ଆଶେରର ସମ୍ମାନ ପାଇଁ ଛୋଟ ଛାଉଣିର ପରଦା ନିର୍ମାଣ କଲେ ଏବଂ ସେଗୁଡ଼ିକୁ ମଧ୍ୟ ଭାଙ୍ଗି ଦିଆଗଲା।

8-9 ସେ ସମୟରେ ଯାଜକମାନେ ବଳିଦାନ ଯିରୁଶାଲମସ୍ଥିତ ସଦାପ୍ରଭୁଙ୍କ ଯଜ୍ଞବେଦି ନିକଟକୁ ଆଣିଲେ ନାହିଁ। ସେମାନେ ଯିହୁଦା ନଗର ଚତୁର୍ଦ୍ଦିଗରେ ରହିଲେ ଓ ସେହି ନଗରଗୁଡ଼ିକର ଉଚ୍ଚସ୍ଥଳୀମାନଙ୍କରେ ଦ୍ୱୀପ ଓ ନୈବେଦ୍ୟ ଜଳାଇଲେ। ସେହି ଉଚ୍ଚସ୍ଥଳୀଗୁଡ଼ିକ ଗେବାଠାରୁ ‌ବେ‌ର୍‌ଶେବା ପର୍ଯ୍ୟନ୍ତ ଲାଗି ଥିଲା। ସେହି ଯାଜକମାନେ ସାଧାରଣ ଲୋକଙ୍କ ସହିତ ତାଡ଼ିଶୂନ୍ୟ ରୋଟୀ ଭୋଜନ କଲେ। ରାଜା ଯୋଶିୟ ସେହି ଉଚ୍ଚସ୍ଥଳୀଗୁଡ଼ିକୁ ଭାଙ୍ଗି ପକାଇଲେ ଓ ସେ ଯାଜକମାନଙ୍କୁ ଯିରୁଶାଲମକୁ ନେଇ ଆସିଲେ। ସେ ମଧ୍ୟ ନଗର ଦ୍ୱାରରେ ପ୍ରବେଶକାରୀ ମନୁଷ୍ୟର ବାମ ଦିଗସ୍ଥିତ ନଗରାଧ୍ୟକ୍ଷ ଯିହୋଶୂୟର ନଗର ଦ୍ୱାରରେ ଉଚ୍ଚସ୍ଥଳୀ ଭାଙ୍ଗି ପକାଇଲେ। (ଯିହୋଶୂୟ ନଗରର ଶାସକ ଥିଲେ।)

10 ତୋଫତ୍ ବେନ-ହିନ୍ନୋମ ଉପତ୍ୟକାର ଗୋଟିଏ ସ୍ଥାନ ଥିଲା, ଯେଉଁଠାରେ ଲୋକମାନେ ସେମାନଙ୍କର ପୁତ୍ର ଓ କନ୍ୟାମାନଙ୍କୁ ମେଲକ ମିଥ୍ୟା ଦେବତାର ସମ୍ମାନାର୍ଥେ ଅଗ୍ନିରେ ହୋମ କଲେ। ଯେତେବେଳେ ଯୋଶିୟ ସେହି ସ୍ଥାନକୁ ଅପବିତ୍ର କଲେ। ଲୋକମାନେ ଯେପରି ହୋମ ସ୍ଥାନକୁ ଅଧିକ ସମୟ ବ୍ୟବହାର ପାଇଁ ବନ୍ଦ କଲେ। 11 ଆହୁରି ମନ୍ଦିରର ସୀମାନ୍ତବର୍ତ୍ତୀ ନଥନ-ମେଲକ ନାମକ ନପୁଂସକର କୋଠରୀ ନିକଟସ୍ଥ ସଦାପ୍ରଭୁଙ୍କ ମନ୍ଦିରର ପ୍ରବେଶ ସ୍ଥାନ ସମୀପରେ ଯିହୁଦାର ରାଜାମାନେ ସୂର୍ଯ୍ୟ ଉଦ୍ଦେଶ୍ୟରେ ଯେଉଁ ଅଶ୍ୱମାନଙ୍କୁ ଦେଇଥିଲେ, ସେ ସେମାନଙ୍କୁ ନେଇ ଗଲେ ଓ ସେହି ସୂର୍ଯ୍ୟ ଦେବତାର ରଥଗୁଡ଼ିକୁ ଅଗ୍ନିରେ ଦ‌ଗ୍‌ଧ କରାଗଲା।

12 ଅତୀତରେ ଯିହୁଦାର ରାଜାମାନେ ଆହସର ଘରର କୋଠରୀର ଛାତ ଉପରେ ଯେଉଁ ଯଜ୍ଞବେଦି ନିର୍ମାଣ କରିଥିଲେ ଓ ମନଃଶି ସଦାପ୍ରଭୁଙ୍କ ମନ୍ଦିରର ଦୁଇ ସହରରେ ଯେଉଁ ଯଜ୍ଞବେଦିଗୁଡ଼ିକ ନିର୍ମାଣ କରିଥିଲେ ଯୋଶିୟ ସେ ସବୁକୁ ଭାଙ୍ଗି ଚୂର୍ଣ୍ଣ କଲେ ଓ ସେ ଧୂଳିକୁ ନେଇ କିଦ୍ରୋଣ ନଦୀରେ ନିକ୍ଷେପ କଲେ।

13 ରାଜା ଉଚ୍ଚସ୍ଥଳୀଗୁଡ଼ିକ ଅଶୁଚି କଲେ, ଯେଉଁସବୁ ଯିରୁଶାଲମର ପୂର୍ବରେ ବିନାଶ ପର୍ବତ ଉପରେ ଶଲୋମନଙ୍କ ଦ୍ୱାରା ଗଢ଼ା ହୋଇଥିଲା। ଇସ୍ରାଏଲର ରାଜା ଅଷ୍ଟାରୋତ ସମ୍ମାନାର୍ଥେ ସୀଦୋନୀୟମାନଙ୍କର ଭଣ୍ତ ଦେବୀଗଣ, କମୋଶ ପାଇଁ ମୋୟାବର ଭଣ୍ତ ଦେବତା ଏବଂ ମି‌ଲ୍‌‌‌କମ ପାଇଁ ଅମୋନୀୟମାନଙ୍କର ଭଣ୍ତ ଦେବତା ପାଇଁ ତିଆରି ହୋଇଥିଲା। 14 ଆଉ ମଧ୍ୟ ସେ ସମସ୍ତ ସ୍ମୃତିସ୍ତମ୍ଭ ଓ ଆଶେରା ମୂର୍ତ୍ତି ଭାଙ୍ଗି ପକାଇଲେ ଓ ସେହି ସ୍ଥାନଗୁଡ଼ିକ ମନୁଷ୍ୟର ଅସ୍ଥିରେ ପୂର୍ଣ୍ଣ କଲେ।

ଯୋହନ ଲିଖିତ ସୁସମାଗ୍ଭର 3:31-36

ସ୍ୱର୍ଗରୁ ଆସିବା ଜଣେ ବ୍ୟକ୍ତି

31 “ସ୍ୱର୍ଗରୁ ଆସିଥିବା ବ୍ୟକ୍ତି ଅନ୍ୟ ଲୋକମାନଙ୍କ ଅପେକ୍ଷା ଶ୍ରେଷ୍ଠ। ପୃଥିବୀରୁ ଆସିଥିବା ବ୍ୟକ୍ତି ପୃଥିବୀର ଅଟନ୍ତି। ସେହି ବ୍ୟକ୍ତି ପୃଥିବୀରେ ଥିବା ବସ୍ତୁ ବିଷୟରେ କହନ୍ତି। କିନ୍ତୁ ଯେଉଁ ବ୍ୟକ୍ତି ସ୍ୱର୍ଗରୁ ଆସନ୍ତି, ସେ ଅନ୍ୟ ସମସ୍ତଙ୍କଠାରୁ ଶ୍ରଷ୍ଠେ। 32 ସେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ସେହି ବିଷୟରେ କହନ୍ତି। କିନ୍ତୁ ସେ କହିଥିବା କଥା ସବୁ ଲୋକେ ଗ୍ରହଣ କରନ୍ତି ନାହିଁ। 33 ସେ କହୁଥିବା କଥା ଗୁଡ଼ିକୁ ଯେଉଁ ଲୋକ ଗ୍ରହଣ କରେ, ସେ ପ୍ରମାଣ ଦିଏ ଯେ ପରମେଶ୍ୱର ଯାହା କହନ୍ତି ତାହା ସତ୍ୟ। 34 ପରମେଶ୍ୱର ତାହାଙ୍କୁ ପଠାଇଛନ୍ତି। ପରମେଶ୍ୱର ଯାହା କହିଥା’ନ୍ତି, ସେ ତାହା କହନ୍ତି। ପରମେଶ୍ୱର ସମ୍ପୂର୍ଣ୍ଣଭାବେ ତାହାଙ୍କୁ ପବିତ୍ରଆତ୍ମା ପ୍ରଦାନ କରିଛନ୍ତି। 35 ପରମପିତା ପୁତ୍ରଙ୍କୁ ଭଲ ପାଆନ୍ତି। ସେ ତାହାଙ୍କୁ ସମସ୍ତ ବିଷୟର ଉପରେ କ୍ଷମତା ପ୍ରଦାନ କରିଛନ୍ତି। 36 ପୁତ୍ରଙ୍କୁ ବିଶ୍ୱାସ କରୁଥିବା ଲୋକ ଅନନ୍ତ ଜୀବନ ପାଆନ୍ତି। କିନ୍ତୁ ପୁତ୍ରଙ୍କୁ ଅବଜ୍ଞା କରୁଥିବା ଲୋକ କଦାପି ଅନନ୍ତ ଜୀବନ ଲାଭ କରିବ ନାହିଁ। ସେହି ଲୋକମାନଙ୍କ ଉପରେ ପରମେଶ୍ୱରଙ୍କର କ୍ରୋଧ ରହିବ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center