Revised Common Lectionary (Semicontinuous)
ଏହା ହେଉଛି ଦାଉଦଙ୍କର ନିଜ ପୁତ୍ର ଅବଶାଲୋମ ନିକଟରୁ ପଳାୟନକାଳୀନ ଗୀତ।
3 “ହେ ସଦାପ୍ରଭୁ, ମୋର ବହୁତ ଶତ୍ରୁ ଅଛନ୍ତି।
ବହୁତ ଲୋକ ମୋ’ ବିରୁଦ୍ଧରେ ଲାଗିଛନ୍ତି।
2 ବହୁତ ଲୋକ ମୋ’ ବିରୁଦ୍ଧରେ କଥା ହେଉଛନ୍ତି।
ସେହି ଲୋକମାନେ କହୁଛନ୍ତି, “ପରମେଶ୍ୱର ତାକୁ ରକ୍ଷା କରି ପାରିବେ ନାହିଁ।”
3 କିନ୍ତୁ ହେ ସଦାପ୍ରଭୁ,
ଏହା କେବଳ ତୁମ୍ଭେ ଯିଏକି ମୋର ଢାଲ ସ୍ୱରୂପ।
ତୁମ୍ଭେ ମୋର ମହିମା।
ତୁମ୍ଭେ ହିଁ ମୋତେ ପ୍ରାଧାନ୍ୟ ଦେଇଛ।
4 ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି
ଏବଂ ସେ ତାହଙ୍କର ପବିତ୍ର ପର୍ବତରୁ ମୋତେ ଉତ୍ତର ଦେବେ।
5 ମୁଁ ଶୋଇଲି ଓ ବିଶ୍ରାମ ନେଲି ଏବଂ ମୁଁ ଜାଣେ ମୁଁ ପୁଣି ଜାଗ୍ରତ ହେବି,
କାରଣ ସଦାପ୍ରଭୁ ମୋତେ ସର୍ବଦା ରକ୍ଷା କରନ୍ତି।
6 ହଜାର ହଜାର ସୈନ୍ୟମାନେ ମୋ’ ଗ୍ଭରିକଡ଼ରେ ଘେରି ରହିଲେ ସୁଦ୍ଧା
ମୁଁ ସେହି ଶତ୍ରୁମାନଙ୍କୁ କେବେ ଭୟ କରିବି ନାହିଁ।
7 ହେ ସଦାପ୍ରଭୁ, ତୁମ୍ଭେ ଉଠ!
ହେ ପରମେଶ୍ୱର ତୁମ୍ଭେ ଆସ ଓ ମୋତେ ରକ୍ଷା କର।
ତୁମ୍ଭେ ଅତି ବଳଶାଳୀ ଅଟ।
ଯଦି ତୁମ୍ଭେ ମୋର ଶତ୍ରୁମାନଙ୍କ ଗାଲରେ ମାରିଥା’ନ୍ତ,
ତୁମ୍ଭେ ସେହି ଦୁଷ୍ଟ ଲୋକମାନଙ୍କର ସବୁ ଦାନ୍ତଗୁଡ଼ିକୁ ସହଜରେ ଭାଙ୍ଗି ଦେଇଥା’ନ୍ତ।
8 ହେ ସଦାପ୍ରଭୁ ଶେଷରେ ତୁମ୍ଭର ହିଁ ବିଜୟ ହେବ।
ଦୟାକରି ତୁମ୍ଭର ଲୋକମାନଙ୍କ ଉପରେ ଆଶୀର୍ବାଦ କର।
22 ତା’ପରେ ଶଲୋମନ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଛିଡ଼ା ହେଲେ ଓ ଇସ୍ରାଏଲର ସମଗ୍ର ସମାଜ ତାଙ୍କ ସମ୍ମୁଖରେ ଛିଡ଼ା ହେଲେ। ସେ ସ୍ୱର୍ଗଆଡ଼େ ଆପଣା ହସ୍ତ ବିସ୍ତାର କଲେ। 23 ଏବଂ କହିଲେ,
“ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ସ୍ୱର୍ଗ କି ପୃଥିବୀରେ ତୁମ୍ଭ ତୁଲ୍ୟ ସଦାପ୍ରଭୁ କେହି ନାହାନ୍ତି। ତୁମ୍ଭେ ଇସ୍ରାଏଲର ସମସ୍ତ ଲୋକମାନଙ୍କ ସହିତ ଏକ ନିୟମ କରିଥିଲ କାରଣ ତୁମ୍ଭେ ସେମାନଙ୍କୁ ପ୍ରେମ କର। ତୁମ୍ଭେ ତୁମ୍ଭର ନିୟମ ରକ୍ଷା କରିଅଛ। ଯେଉଁମାନେ ତୁମ୍ଭକୁ ସର୍ବାନ୍ତଃକରଣରେ ଅନୁସରଣ କରନ୍ତି ତୁମ୍ଭେ ସେମାନଙ୍କ ପ୍ରତି ଦୟାଳୁ ଓ ବିଶ୍ୱସ୍ତ ହୋଇଥାଅ। 24 ତୁମ୍ଭେ ଆପଣାର ସେବକ, ମୋର ପିତା ଦାଉଦଙ୍କୁ ଯାହା ପ୍ରତିଜ୍ଞା କରିଥିଲ, ତାହା ପାଳନ କରିଅଛ। ଆଉ ତୁମ୍ଭେ ନିଜ ମୁଖରେ ଯାହା ପ୍ରତିଜ୍ଞା କରିଥିଲ, ଏହା ସତ୍ୟ କରିବା ପାଇଁ ତୁମ୍ଭେ ଆଜି ତୁମ୍ଭର ମହାନ ଶକ୍ତିବଳରେ ତାହା ପୂରଣ କରିଅଛ। 25 ତୁମ୍ଭେ ମୋ’ ପିତା ଆପଣା ଦାସ ଦାଉଦଙ୍କୁ କହିଥିଲ, ‘ତୁମ୍ଭେ ଯେପରି ଆମ୍ଭର ଆଜ୍ଞା ପାଳନ କରି ଆମ୍ଭର ଆଜ୍ଞା ଓ ନିୟମକୁ ଅନୁସରଣ କରୁଅଛ, ଯଦି ତୁମ୍ଭର ପୁତ୍ରମାନେ ସେହିପରି କରନ୍ତି ଓ ସତର୍କତା ଭାବରେ ଆମ୍ଭକୁ ଅନୁସରଣ କରନ୍ତି, ତେବେ ଇସ୍ରାଏଲ ସିଂହାସନରେ ତୁମ୍ଭ ବଂଶରୁ ହିଁ ସର୍ବଦା ଇସ୍ରାଏଲ ଉପରେ ରାଜ୍ୟ କରିବେ। ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ତୁମ୍ଭର ସେହି ବାକ୍ୟ ଏବେ ସଫଳ କର।’ 26 ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ମୁଁ ବିନୟ କରୁଅଛି ମୋ’ ପିତା ଦାଉଦଙ୍କ ପ୍ରତି ଯେଉଁ ପ୍ରତିଜ୍ଞା କରିଅଛ ତାହା ଗ୍ଭଲୁରଖ।
27 “କିନ୍ତୁ ହେ ପରମେଶ୍ୱର, ତୁମ୍ଭେ କ’ଣ ଆମ୍ଭମାନଙ୍କ ସହିତ ଏହି ପୃଥିବୀରେ ବାସ କରିବାକୁ ଯାଉଛ? ଦୟାକରି ଦେଖ, ସମସ୍ତ ସ୍ୱର୍ଗ ଓ ସ୍ୱର୍ଗର ଉପରିସ୍ଥ ସ୍ୱର୍ଗ ଯେତେବେଳେ ତୁମ୍ଭକୁ ଧାରଣ କରି ନ ପାରିବ, ତେବେ ମୋ’ ଦ୍ୱାରା ନିର୍ମିତ ଏକ ଛୋଟ ଗୃହ କ’ଣ ତୁମ୍ଭକୁ ଧାରଣ କରି ପାରିବ? 28 ତଥାପି ହେ ସଦାପ୍ରଭୁ, ମୋ’ ପରମେଶ୍ୱର, ତୁମ୍ଭ ଦାସ ଆଜି ତୁମ୍ଭ ନିକଟରେ କାକୂକ୍ତି କରି ନିବେଦନ କରୁଅଛି, ଯେହେତୁ, ମୁଁ ତୁମ୍ଭର ଦାସ, ତୁମ୍ଭେ ମୋର ପ୍ରାର୍ଥନା ଓ ବିନତିରେ ମନୋଯୋଗ କର। 29 ଦୟାକରି ଏହି ମନ୍ଦିର ଉପରେ ତୁମ୍ଭର ଚକ୍ଷୁ ଦିବାରାତ୍ର ମୁକ୍ତ ଥାଉ। ଯାହାକି ତୁମ୍ଭେ କହିଥିଲ, ‘ମୋର ନାମ ସେଠାରେ ସମ୍ମାନ୍ୱିତ ହେବ।’ ଦୟାକରି ଶୁଣିବା ଲୋକକୁ କୃପା କର। ଯାହା ତୁମ୍ଭର ଦାସଗଣ କୃତଜ୍ଞଭାବରେ ଏହି ମନ୍ଦିରରେ ତୁମ୍ଭଙ୍କୁ ପ୍ରାର୍ଥନା କରୁଛନ୍ତି। 30 ହେ ସଦାପ୍ରଭୁ, ତୁମ୍ଭର ଦାସ ଓ ଇସ୍ରାଏଲର ଲୋକେ ଏହି ସ୍ଥାନକୁ ଆସିବେ ଓ ବିନତି କରିବେ, ସେମାନଙ୍କର ପ୍ରାର୍ଥନା ମନୋଯୋଗ ପୂର୍ବକ ଶୁଣ। ଆମ୍ଭେ ଜାଣୁ ଆପଣଙ୍କ ନିବାସଭୂମି ସ୍ୱର୍ଗ। ଆମ୍ଭେ ବିନତି କରୁଅଛୁ ସେହିଠାରେ ଥାଇ ଆମ୍ଭ ପ୍ରାର୍ଥନା ଶୁଣ ଓ ଆମ୍ଭମାନଙ୍କୁ କ୍ଷମା କର।
9 “ତୁମ୍ଭେମାନେ ସତର୍କ ରହିବ। ଲୋକମାନେ ତୁମ୍ଭମାନଙ୍କୁ ବନ୍ଦୀ କରି ବିଗ୍ଭରାଳୟରେ ସମର୍ପି ଦେବେ। ସେମାନେ ତୁମ୍ଭମାନଙ୍କୁ ସେମାନଙ୍କର ସମାଜଗୃହଗୁଡ଼ିକରେ ପିଟିବେ। ମୋର ଶିଷ୍ୟ ହୋଇଥିବା ଯୋଗୁଁ ତୁମ୍ଭମାନଙ୍କୁ ଶାସକ ଓ ରାଜାମାନଙ୍କ ଆଗରେ ଠିଆ ହେବାକୁ ବାଧ୍ୟ କରାଯିବ। ତୁମ୍ଭେମାନେ ମୋ’ ବିଷୟରେ ପ୍ରମାଣ ଦେବ। 10 କିନ୍ତୁ ଏସବୁ ଘଟଣା ଘଟିବା ପୂର୍ବରୁ ସବୁ ଜାତିର ଲୋକଙ୍କଠାରେ ସୁସମାଗ୍ଭର [a] ପ୍ରକାଶ୍ୟରେ ପ୍ରଗ୍ଭରିତ କରାହେବ। 11 ସେମାନେ ତୁମ୍ଭମାନଙ୍କୁ ବନ୍ଦୀକରି ତୁମ୍ଭମାନଙ୍କୁ ଜେରା କରିବେ। ସେମାନେ ତୁମ୍ଭମାନଙ୍କୁ ବିଗ୍ଭର ପାଇଁ ଯଦି ନିଅନ୍ତି, ତେବେ ତୁମ୍ଭେ ସେଠାରେ କ’ଣ କହିବ, ସେ ବିଷୟରେ ଆଗରୁ କେବେ ହେଲେ ଚିନ୍ତା କର ନାହିଁ। ସେ ସମୟରେ ତୁମ୍ଭକୁ ପରମେଶ୍ୱର ଯାହାକିଛି କହିବା ପାଇଁ ଦେବେ, ତୁମ୍ଭେ ତାହା କହିବ, କାରଣ ସେତେବେଳେ ପ୍ରକୃତରେ ତୁମ୍ଭେ କଥା କହିବ ନାହିଁ ମାତ୍ର ପବିତ୍ରଆତ୍ମା କଥା କହିବେ।
12 “ଭାଇ, ଭାଇକୁ ମରଣ ମୁଖକୁ ଠେଲି ଦେବ। ବାପା ତା’ ସନ୍ତାନକୁ ମରିବା ପାଇଁ ଦେଇ ଦେବ। ପିଲାମାନେ ବାପାମାଙ୍କ ବିରୁଦ୍ଧରେ ଠିଆ ହେବେ ଓ ସେମାନଙ୍କୁ ମାରି ଦେବେ। 13 ତୁମ୍ଭେମାନେ ମୋର ଶିଷ୍ୟ ହୋଇଥିବା ଯୋଗୁଁ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ। କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଦୃଢ଼ ହୋଇ ରହିବ, ସେ ରକ୍ଷା ପାଇବ।
14 “ତୁମ୍ଭେମାନେ, ‘ଧ୍ୱଂସ ଘଟାଉଥିବା ଭୟଙ୍କର ବସ୍ତୁକୁ’ [b] ଯେଉଁଠାରେ ନ ରହିବା ଉଚିତ୍, ସେହି ସ୍ଥାନରେ ଥିବାର ଦେଖିବ।” ଯେଉଁମାନେ ଏହା ପଢ଼ିବେ, ସେମାନେ ବୁଝିନେବା ଉଚିତ୍ ଯେ ଏହାର ଅର୍ଥ କ’ଣ? “ସେତେବେଳେ ଯିହୂଦାର ଲୋକମାନେ ପାହାଡ଼ ଉପରକୁ ପଳେଇବା ଉଚିତ୍। 15 ଯେଉଁ ଲୋକ ଘରର ଛାତ ଉପରେ ଥିବ, ସେ ଘର ଭିତରକୁ ଯାଇ କିଛି ହେଲେ ପାଇବାକୁ ତଳକୁ ନ ଆସିବା ଉଚିତ୍। 16 ଯଦି କେହି ବାହାରେ ପଡ଼ିଆରେ ଥାଏ, ସେ ନିଜ ଗ୍ଭଦର ଆଣିବା ପାଇଁ ଘରକୁ ଫେରି ନ ଯାଉ।
17 “ସେହି ସମୟ ଗର୍ଭବତୀ ମହିଳା ଓ କୋଳରେ ଛୋଟ ପିଲାଥିବା ମହିଳାମାନଙ୍କ ପାଇଁ ବହୁତ ଶୋଚନୀୟ ହେବ। 18 ପ୍ରାର୍ଥନା କର, ଯେପରି ଏ ସବୁ ଶୀତ ଦିନରେ ନ ହୁଏ। 19 କାରଣ ସେହି ଦିନ ଗୁଡ଼ିକ ବିପଦରେ ପରିପୂର୍ଣ୍ଣ ରହିବ। ସେତେବେଳେ ଏତେ ବଡ଼ ବିପଦ ମାଡ଼ି ଆସିବ ଯେ, ସେଭଳି ବଡ଼ ବିପଦ ପରମେଶ୍ୱରଙ୍କ ସୃଷ୍ଟି ରଚନା କାଳରୁ ଆଜି ପର୍ଯ୍ୟନ୍ତ କେବେ ଆସି ନାହିଁ କି ଭବିଷ୍ୟତରେ କେବେ ଆସିବ ନାହିଁ। 20 ସେହି ଭୟଙ୍କର ସମୟକୁ କମେଇ ଦେବା ପାଇଁ ପରମେଶ୍ୱର ସ୍ଥିର କରିଛନ୍ତି। ଯଦି ସେହି ସମୟ କମେଇ ଦିଆ ନ ଯିବ, ତେବେ କେହି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ୱର ଯେଉଁମାନଙ୍କୁ ବାଛିଛନ୍ତି, କେବଳ ସେହିମାନଙ୍କ ପାଇଁ ସେହି ସମୟ କମେଇ ଦେବେ।
21 “ସେହି ଦିନମାନଙ୍କରେ କେତେକ ଲୋକ ତୁମ୍ଭମାନଙ୍କୁ କହି ପାରନ୍ତି ଯେ, ‘ଦେଖ ଏଠାରେ ଯୀଶୁ ଅଛନ୍ତି’ କିମ୍ବା’ ଦେଖ ସେଠାରେ ସେ ଅଛନ୍ତି’ ତୁମ୍ଭେ କିନ୍ତୁ ସେମାନଙ୍କୁ ବିଶ୍ୱାସ କରିବ ନାହିଁ। 22 ଭଣ୍ଡ ଖ୍ରୀଷ୍ଟ ଓ ଭଣ୍ଡ ଭବିଷ୍ୟଦ୍ବକ୍ତାମାନେ ଦେଖାଦେବେ ସେମାନେ ଅଦ୍ଭୂତ କାମ ଓ ଆଶ୍ଚର୍ଯ୍ୟକାର୍ଯ୍ୟ କରିବେ। ସମ୍ଭବ ହେଲେ, ପରମେଶ୍ୱର ବାଛିଥିବା ଲୋକମାନଙ୍କୁ ସେମାନେ ପ୍ରତାରଣା କରିବା ପାଇଁ ଚେଷ୍ଟା କରିବେ। 23 ତେଣୁ ସାବଧାନ ରହିବ। ଏ ସବୁ ଘଟିବାର ଯଥେଷ୍ଟ ପୂର୍ବରୁ ମୁଁ ତୁମ୍ଭମାନଙ୍କୁ ଚେତେଇ ଦେଉଛି।
2010 by World Bible Translation Center