Revised Common Lectionary (Semicontinuous)
4 ପ୍ରତ୍ୟେକଥର ବଳିଦାନ ଉତ୍ସର୍ଗ କଲାପରେ ସେଥିରୁ କିଛି ଅଂଶ ତା’ର ସ୍ତ୍ରୀ ପନିନ୍ନା ଏବଂ ତା’ର ସମସ୍ତ ପୁତ୍ରଗଣ ଓ କନ୍ୟାମାନଙ୍କୁ ଦେଉଥିଲା। 5 ଇଲ୍କାନା ମଧ୍ୟ ତା’ର ସ୍ତ୍ରୀ ହାନ୍ନାକୁ ତା’ର ଦୁଇଗୁଣ ଅଂଶ ଦେଉଥିଲା। କାରଣ ନିଜ ସ୍ତ୍ରୀ ହାନ୍ନାକୁ ସେ ବାସ୍ତବରେ ପ୍ରେମ କରୁଥିଲା। କିନ୍ତୁ ସଦାପ୍ରଭୁ ତା’ କୋଳରେ କୌଣସି ସନ୍ତାନସନ୍ତତି ଦେଇ ନ ଥିଲେ।
ପନିନ୍ନା ହାନ୍ନାକୁ ଧୈର୍ଯ୍ୟଚ୍ୟୁତ କଲା
6 ସଦାପ୍ରଭୁ ହାନ୍ନା କୋଳରେ କୌଣସି ସନ୍ତାନ ଦେଇ ନ ଥିଲେ, ତେଣୁ ପନିନ୍ନା ତାକୁ ଦୁଃଖିତ କରୁଥିଲା ଏବଂ ତାକୁ ବିରକ୍ତି କରୁଥିଲା। 7 ଯେତେବେଳେ ସେହି ପରିବାର ସଦାପ୍ରଭୁଙ୍କ ମନ୍ଦିରକୁ ଯାଉଥିଲେ ପ୍ରତି ବର୍ଷ ଏହିପରି ହେଉଥିଲା। ପନିନ୍ନା ହାନ୍ନାକୁ ଦୁଃଖିତ କରୁଥିଲା। ତେଣୁ ସେ କ୍ରନ୍ଦନ କଲା ଓ କିଛି ଖାଇଲା ନାହିଁ। 8 ତା’ର ସ୍ୱାମୀ ଇଲ୍କାନା ପଗ୍ଭରୁ ଥିଲେ, “ତୁମ୍ଭେ କାହିଁକି କାନ୍ଦୁଛ? ତୁମ୍ଭେ କାହିଁକି କିଛି ଖାଉ ନାହଁ? ତୁମ୍ଭେ କାହିଁକି ଦୁଃଖିତ। ମୁଁ ତୁମ୍ଭର ସ୍ୱାମୀ, ତୁମ୍ଭେ ଭାବିବା ଉଚିତ୍ ଯେ ମୁଁ ତୁମ୍ଭ ପାଇଁ ତୁମ୍ଭର ଦଶ ଜଣ ପୁତ୍ର ପାଇବା ସକ୍ଷମ।”
ହାନ୍ନାର ପ୍ରାର୍ଥନା
9 ଖାଇପିଇ ସାରିବା ପରେ ହାନ୍ନା ଚୁପ୍ଗ୍ଭପ୍ ଭାବରେ ଉଠିଯାଇ ସଦାପ୍ରଭୁଙ୍କ ପ୍ରାଙ୍ଗଣକୁ ପ୍ରାର୍ଥନା କରିବାକୁ ଗଲା। ଏଲି ଯିଏ କି ଧର୍ମଯାଜକ ଥିଲେ, ସେ ସେହି ସଦାପ୍ରଭୁଙ୍କ ପବିତ୍ର ମନ୍ଦିରର ଫାଟକ ନିକଟରେ ବସି ରହିଥିଲା। 10 ହାନ୍ନା ଭାରି ଦୁଃଖିନୀ ଥିଲା। ସେ ଯେତେବେଳେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲା, ସେ ବହୁତ କାନ୍ଦୁଥିଲା। 11 ସେ ଏହା କହି ପରମେଶ୍ୱରଙ୍କ ନିକଟରେ ପ୍ରତିଜ୍ଞା କଲା, “ସର୍ବଶକ୍ତିମାନ ସଦାପ୍ରଭୁ ଯଦି ତୁମ୍ଭେ ଦେଖୁଥାଅ ମୁଁ କେତେ ଦୁଃଖୀ, ଯଦି ତୁମ୍ଭେ ତୁମ୍ଭର ଦାସୀକୁ ମନେ ରଖିଥାଅ, ତେବେ ମୋତେ ଏକ ପୁତ୍ର ଦିଅ। ତା’ହେଲେ ମୁଁ ସେହି ପୁତ୍ରଟିକୁ ତୁମ୍ଭଠାରେ ଉତ୍ସର୍ଗ କରିବି। ସେ ତା’ର ଜୀବନସାରା ତୁମ୍ଭର ସେବା କରିବ। ସେ ଦ୍ରାକ୍ଷାରସ ଏବଂ ସୁରା ନାସରୀୟ ତୁଲ୍ୟ ପିଇବ ନାହିଁ ଏବଂ ତା’ର ବାଳ କାଟିବା ପାଇଁ କୌଣସି କ୍ଷୁର ତା’ର ମୁଣ୍ଡରେ ସ୍ପର୍ଶ କରିବ ନାହିଁ।”
12 ଯେତେବେଳେ ସେ ସଦାପ୍ରଭୁଙ୍କୁ ଦୀର୍ଘ ସମୟ ଧରି ଏହିପରି ପ୍ରାର୍ଥନା କରୁଥିଲା, ଏଲି ତା’ର ପାଟିକୁ ଦେଖୁଥିଲେ। 13 ସେହି ସମୟରେ ହାନ୍ନା ମନେ ମନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିଲା। କେବଳ ତା’ର ଓଷ୍ଠ ହଲୁଥିଲା। ମାତ୍ର ତା’ର ସ୍ୱର ଶୁଣା ଯାଉ ନ ଥିଲା। ତେଣୁ ସେ ଗଭୀର ଭାବରେ ଦ୍ରାକ୍ଷାପାନ କରିଛି ବୋଲି ଏଲି ଭାବିଲେ। 14 ଏଲି ହାନ୍ନାଙ୍କୁ କହିଲେ, “ତୁମ୍ଭେ ଆଉ କେତେକାଳ ମାତାଲ ହେଉଥିବ? ଦ୍ରକ୍ଷାରସରୁ ଦୂରେଇ ରୁହ।”
15 ହାନ୍ନା ଉତ୍ତର ଦେଲା, “ନା, ମୋର ମହାଶୟ, ମୁଁ ଜଣେ ଦୁଃଖିନୀ ସ୍ତ୍ରୀ, ମୁଁ ଦ୍ରାକ୍ଷାରସ କି ମଦ୍ୟପାନ କରି ନାହିଁ। ମାତ୍ର ମୁଁ ସଦାପ୍ରଭୁଙ୍କଠାରେ ଆପଣାର ପ୍ରାଣ ବେଦନା ଢାଳୁଥିଲି। 16 ଆପଣା ଦାସୀକୁ କୁଚରିତ୍ରା ଭାବ ନାହିଁ। ମୁଁ ଆପଣା ଚିନ୍ତା ଓ ସମସ୍ୟାକୁ ସଦାପ୍ରଭୁଙ୍କ ନିକଟରେ ଜଣାଉଥିଲି। କାରଣ ମୋର ଅନେକ ସମସ୍ୟା ଅଛି ଏବଂ ମୁଁ ଅତ୍ୟନ୍ତ ଦୁଃଖିତ।”
17 ତହିଁରେ ଏଲି ଉତ୍ତର ଦେଲେ, “ଶାନ୍ତିରେ ଯାଅ, ଯାହା ତୁମ୍ଭେ ପରମେଶ୍ୱରଙ୍କଠାରେ ମାଗିଲ, ଇସ୍ରାଏଲର ପରମେଶ୍ୱର ତୁମ୍ଭର ମନସ୍କାମନା ପୁରଣ କରନ୍ତୁ।”
18 ତା’ପରେ ସେ ଉତ୍ତର ଦେଲା, “ମୁଁ ତୁମ୍ଭ ଦାସୀ ତୁମ୍ଭ ଆଖିରେ ଅନୁଗ୍ରହ ପ୍ରାପ୍ତ ହେଉ।” ଆଉ ସେ (ସ୍ତ୍ରୀ) ଆପଣା ପଥରେ ଗଲା ଓ ଭୋଜନ କଲା ଏବଂ ତା’ର ମୁହଁ ଆଉ ବିଷର୍ଣ୍ଣ ହେଲା ନାହିଁ।
19 ତା’ ପରଦିନ ପ୍ରଭାତରେ ଇଲ୍କାନା ଉଠି, ଆପଣା ପରିବାର ସହ ସଦାପ୍ରଭୁଙ୍କ ଉପାସନା କରି ଆପଣା ଗୃହ ରାମାକୁ ଫେରିଗଲେ।
ଶାମୁୟେଲର ଜନ୍ମ
ତା’ପରେ ଇଲ୍କାନା ଆପଣା ସ୍ତ୍ରୀ ହାନ୍ନା ସହିତ ସହବାସ କଲା ଏବଂ ସଦାପ୍ରଭୁ ହାନ୍ନାକୁ ସ୍ମରଣ କଲେ। 20 ଏହା ପରେ ସେହି ସମୟରେ ପରବର୍ଷ ହାନ୍ନା ପୁତ୍ର ପ୍ରସବ କଲା। କାରଣ ମୁଁ ସଦାପ୍ରଭୁଙ୍କୁ ମାଗିଥିଲି, “ସେ ତାହାର ନାମ ଶାମୁୟେଲ ଡାକିଲା।”
ହାନ୍ନା ଧନ୍ୟବାଦ ଦେଲା
2 ହାନ୍ନା ପ୍ରାର୍ଥନା କରି କହିଲା,
“ମୋର ଅନ୍ତଃକରଣ ସଦାପ୍ରଭୁଙ୍କଠାରେ ମହାଉଲ୍ଲାସ କରୁଅଛି।
ପରମେଶ୍ୱରଙ୍କଠାରେ ମୁଁ ମୋର ବହୁତ ଶକ୍ତି ଅନୁଭବ କରୁଛି।
ମୁଁ ମୋର ଶତ୍ରୁମାନଙ୍କୁ ଉପହାସ କରୁଛି।
ଯେହେତୁ ତୁମ୍ଭେ ମୋତେ ରକ୍ଷା କରିଥିବାରୁ ମୁଁ ବହୁତ ଖୁସୀ।
2 ପରମେଶ୍ୱରଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ,
କାରଣ ତୁମ୍ଭ ବ୍ୟତୀତ ଆଉ କେହି ପରମେଶ୍ୱର ନାହାନ୍ତି।
ଆମ୍ଭର ପରମେଶ୍ୱରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ।
3 ନିଜ ବୃଥାଗର୍ବ ବନ୍ଦ କର।
ଅହଂକାର ଭାବରେ କହିବା ବନ୍ଦ କର।
ସଦାପ୍ରଭୁ ପରମେଶ୍ୱର ସର୍ବଜ୍ଞ ଅଟନ୍ତି ଏବଂ
ସେ ଲୋକମାନଙ୍କୁ ସେମାନଙ୍କର କର୍ମ ଅନୁଯାୟୀ ବିଗ୍ଭର କରନ୍ତି।
4 ବୀରମାନଙ୍କର ସମସ୍ତ ଧନୁ ଭଙ୍ଗା ଯାଇଅଛି
ଓ ଝୁଣ୍ଟି ପଡ଼ୁଥିବା ଦୁର୍ବଳ ଲୋକମାନେ ବଳଶାଳୀ ହୋଇଛନ୍ତି।
5 ଯେଉଁମାନେ, ବେଶି ଖାଦ୍ୟ ଖାଉଥିଲେ,
ବର୍ତ୍ତମାନ ନିଶ୍ଚୟ କଠିନ ପରିଶ୍ରମ କରିବେ।
ଖାଦ୍ୟ ଅଭାବରୁ ଯେଉଁମାନେ କ୍ଷୁଧାର୍ତ୍ତ ଥିଲେ,
ସେମାନେ ଖାଦ୍ୟ ପାଇ ଅଛନ୍ତି।
ବନ୍ଧ୍ୟା ସପ୍ତ ସନ୍ତାନ ପ୍ରସବ କରିଅଛି
ଓ ସ୍ତ୍ରୀଲୋକଟି ଯାହାର ବହୁତ ସନ୍ତାନ ଥିଲା
ସେ ଦୁଃଖିତା ହୋଇଅଛି।
6 ସଦାପ୍ରଭୁ ଲୋକମାନଙ୍କର ମୃତ୍ୟୁର କାରଣ ହୁଅ
ଓ ସେ ପୁନର୍ବାର ଲୋକମାନଙ୍କ ଜୀବନ ଫେରାଇ ଆଣି ପାରନ୍ତି।
ସଦାପ୍ରଭୁ ଲୋକମାନଙ୍କୁ କବରକୁ ପଠାନ୍ତି
ଓ କବରରୁ ସେମାନଙ୍କୁ ଉଠାଇ ଆଣିପାରନ୍ତି।
7 ସଦାପ୍ରଭୁ ଲୋକମାନଙ୍କୁ ନିର୍ଦ୍ଧନ କରନ୍ତି
ବା ଧନବାନ୍ କରାନ୍ତି।
ସେ ଲୋକମାନଙ୍କୁ ନମ୍ର କରନ୍ତି
କିମ୍ବା ସେମାନଙ୍କୁ ଉଚ୍ଚ ସ୍ଥାନରେ ପ୍ରତିଷ୍ଠିତ କରାନ୍ତି।
8 ସଦାପ୍ରଭୁ ଗରିବ ଲୋକମାନଙ୍କୁ ଧୂଳିରୁ ଉଠାନ୍ତି।
ସେ ଦରିଦ୍ର ଲୋକମାନଙ୍କୁ ଅଳିଆ ଗଦାରୁ ଉଠାଇବେ।
ସେ ଗରିବ ଲୋକମାନଙ୍କୁ ରାଜକୁମାରମାନଙ୍କ ସହିତ
ଓ କୁଳୀନ ଅତୀଥିମାନଙ୍କ ସହିତ ବସିବା ପାଇଁ ଉଠେଇ ଦିଅନ୍ତି
କାରଣ ସଦାପ୍ରଭୁ ସମଗ୍ର ବ୍ରହ୍ମାଣ୍ଡକୁ ନିର୍ମାଣ କରିଛନ୍ତି ଏବଂ ସମୁଦାୟ ବ୍ରହ୍ମାଣ୍ତ ତାଙ୍କର ଅଟେ।
9 ସଦାପ୍ରଭୁ ତାଙ୍କର ପବିତ୍ର ଭକ୍ତମାନଙ୍କୁ ସୁରକ୍ଷା କରନ୍ତି।
ସେ ସେମାନଙ୍କୁ ଝୁଣ୍ଟିବାରୁ ରକ୍ଷା କରନ୍ତି।
କିନ୍ତୁ ମନ୍ଦ ଲୋକମାନେ ଅନ୍ଧକାରରେ ଝୁଣ୍ଟିପଡ଼ନ୍ତି ଓ ଧ୍ୱଂସ ହୁଅନ୍ତି।
ସେମାନଙ୍କର ଶକ୍ତି ସେମାନଙ୍କୁ ରକ୍ଷା କରିବା ପାଇଁ ସାହାଯ୍ୟ କରେ ନାହିଁ।
10 ଯେଉଁମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ସହିତ ପ୍ରତିବାଦ କରନ୍ତି, ସେମାନେ ଭଗ୍ନ ହେବେ।
ସଦାପ୍ରଭୁ ସ୍ୱର୍ଗରେ ଥାଇ ସେହି ଲୋକମାନଙ୍କ ବିରୁଦ୍ଧରେ ଗର୍ଜନ କରିବେ।
ଏବଂ ସଦାପ୍ରଭୁ ପୃଥିବୀର ସମସ୍ତ ଲୋକମାନଙ୍କର ବିଗ୍ଭର କରିବେ
ଓ ସେ ଆପଣା ରାଜାକୁ ବଳ ଦେବେ।
ସେ ତାଙ୍କର ଅଭିଷିକ୍ତ ରାଜାଙ୍କୁ ଉନ୍ନତ କରିବେ।”
11 ଯାଜକମାନେ ପ୍ରତିଦିନ ଠିଆ ହୋଇ ସେମାନଙ୍କର ଧାର୍ମିକ ସେବା କାର୍ଯ୍ୟ କରନ୍ତି। ସେହି, ସମାନ ବଳିଗୁଡ଼ିକ ସେମାନେ ବାରମ୍ବାର ସମର୍ପଣ କରନ୍ତି। କିନ୍ତୁ ସେହିଭଳି ବଳି କେବେ ହେଲେ ପାପହରଣ କରିପାରେ ନାହିଁ। 12 ଖ୍ରୀଷ୍ଟ ପାପଗୁଡ଼ିକ ପାଇଁ ଥରେ ମାତ୍ର ବଳିଦାନ ରୂପେ ସମର୍ପିତ କରିଥିଲେ, ଓ ସେହି ବଳିଦାନ ସବୁଦିନ ପାଇଁ ପର୍ଯ୍ୟାପ୍ତ ଅଟେ। 13 ତା’ପରେ ଖ୍ରୀଷ୍ଟ ପରମେଶ୍ୱରଙ୍କ ଡାହାଣ ପଟେ ବସିଲେ। ସେଠାରେ ଖ୍ରୀଷ୍ଟ ଏବେ ନିଜ ଶତ୍ରୁମାନଙ୍କୁ ତାହାଙ୍କ ଶକ୍ତି ତଳେ ରହିବା ପାଇଁ ଅପେକ୍ଷାରେ ଅଛନ୍ତି। 14 ମାତ୍ର ଗୋଟିଏ ବଳିଦାନ ଦ୍ୱାରା ଯୀଶୁ ନିଜ ଲୋକମାନଙ୍କୁ ସର୍ବଦା ପାଇଁ ସମ୍ପୂର୍ଣ୍ଣ ସିଦ୍ଧ କରିଦେଲେ। ସେହି ଲୋକମାନଙ୍କୁ ପବିତ୍ର କରାଯାଇଛି।
15 ପବିତ୍ରଆତ୍ମା ମଧ୍ୟ ଆମ୍ଭକୁ ଏହା ବିଷୟରେ କୁହନ୍ତି। ପ୍ରଥମରେ ସେ କୁହନ୍ତି:
16 “ପ୍ରଭୁ କହିଲେ, ଭବିଷ୍ୟତରେ ମୋ’ ଲୋକମାନଙ୍କ ସହିତ
ମୁଁ ଏହି ଚୁକ୍ତି କରିବି।
ମୁଁ ମୋ’ ନିୟମଗୁଡ଼ିକୁ ସେମାନଙ୍କ ହୃଦୟରେ ରଖିବି।
ମୁଁ ମୋ’ ନିୟମଗୁଡ଼ିକୁ ସେମାନଙ୍କ ମନରେ ଲେଖିବି।” (A)
17 ଏହା ମଧ୍ୟ କୁହନ୍ତି:
“ମୁଁ ସେମାନଙ୍କର ପାପ ଓ କରୁଥିବା ମନ୍ଦକାମଗୁଡ଼ିକୁ କ୍ଷମା କରିଦେବି,
ମୁଁ ସେଗୁଡ଼ିକୁ ପୁଣି କେବେ ହେଲେ ମନେ ପକାଇବି ନାହିଁ।” (B)
18 ଓ ଏହିସବୁଗୁଡ଼ିକୁ କ୍ଷମା କରି ଦିଆଗଲା ପରେ, ଆଉ ପାପଗୁଡ଼ିକ ପାଇଁ ବଳିଦାନର କୌଣସି ଆବଶ୍ୟକତା ନାହିଁ।
ପରମେଶ୍ୱରଙ୍କ ନିକଟକୁ ଆସ
19 ଅତଏବ ହେ ଭାଇ ଓ ଭଉଣୀମାନେ, ଆମ୍ଭେ ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ପାଇଁ ପୂର୍ଣ୍ଣ ସ୍ୱାଧୀନ ପାଇଛୁ। ଯୀଶୁଙ୍କର ରକ୍ତ କାରଣରୁ ଆମ୍ଭେ ନିର୍ଭୟରେ ଏପରି କରି ପାରିବା। 20 ଯୀଶୁଙ୍କ ଦ୍ୱାରା ଖୋଲି ଦିଆ ଯାଇଥିବା ଗୋଟିଏ ନୂତନ ବାଟ ଦେଇ ଆମ୍ଭେ ପ୍ରବେଶ କରି ପାରିବା। ଏହା ଏକ ଜୀବନ୍ତ ପଥ। ଏହି ନୂତନ ପଥଟି ପରଦା ମଧ୍ୟଦେଇ ଯାଏ ଯାହାକି ଯୀଶୁଙ୍କ ଶରୀର ଅଟେ। 21 ପରମେଶ୍ୱରଙ୍କ ଘରକୁ ଶାସନ କରୁଥିବା ଭଳି ଆମ୍ଭର ମଧ୍ୟ ଜଣେ ମହାଯାଜକ ଅଛନ୍ତି। 22 ଆମ୍ଭର ଦେହ ଶୁଦ୍ଧ ଜଳରେ ସ୍ନାନ କରିଛି। ଅତଏବ ପରମେଶ୍ୱରଙ୍କ ପାଖକୁ ସତ୍ୟନିଷ୍ଠା ହୃଦୟରେ ଆସ। ଆମ୍ଭ ବିଶ୍ୱାସ ହେତୁ ଆମ୍ଭେ ନିଶ୍ଚିତତା ଅନୁଭବ କରିବା ଉଚିତ୍। 23 ଆମ୍ଭର ଭରସାକୁ ଦୃଢ଼ ଭାବରେ ଧରି ରଖ। ଆମ୍ଭେ ନିଜର ଭରସାକୁ ଲୋକମାନଙ୍କ ଆଗରେ ବ୍ୟକ୍ତ କରିବାକୁ ରୋକିବା ଉଚିତ୍ ନୁହେଁ। ସେ ଯାହା ପ୍ରତିଜ୍ଞା କଲେ, ତାହା କରିବେ ବୋଲି ଆମ୍ଭେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରି ପାରିବା।
ପରସ୍ପରକୁ ସାହାଯ୍ୟ କର, ଦୃଢ଼ ହୁଅ
24 ଆମ୍ଭେ ପରସ୍ପର ବିଷୟରେ ଚିନ୍ତା କରିବା ଏବଂ ପରସ୍ପରକୁ ଭଲ ପାଇବା ଓ ଭଲ କାମ କରିବା ପାଇଁ ଉତ୍ସାହିତ କରିବା ଉଚିତ୍। 25 କିଛି ଲୋକ ଯେପରି ମଣ୍ଡଳୀ ଉପାସନା ପରିତ୍ୟାଗ କରନ୍ତି, ଆମ୍ଭେ ସେହିପରି ଏକାଠି ମିଳିତ ହେବା ବନ୍ଦ କରିବା ଉଚିତ୍ ନୁହେଁ। ତା’ ପରିବର୍ତ୍ତେ, ସେହି ଦିନଟି ନିକଟତର ହେଉଛି ଦେଖି ଆମ୍ଭେମାନେ ଏକାଠି ମିଳିତ ହୋଇ ପରସ୍ପରକୁ ଅଧିକ ଉତ୍ସାହିତ କରିବା ଉଚିତ୍।
ମନ୍ଦିର ଧ୍ୱଂସ ସମ୍ପର୍କରେ ଯୀଶୁଙ୍କ ଭବିଷ୍ୟଦ୍ବାଣୀ(A)
13 ଯୀଶୁ ମନ୍ଦିର ମଧ୍ୟରୁ ବାହାରି ଯାଉଥିବା ସମୟରେ ତାହାଙ୍କର ଜଣେ ଶିଷ୍ୟ ତାହାଙ୍କୁ କହିଲା, “ଗୁରୁ, ଦେଖନ୍ତୁ, ଏ ମନ୍ଦିରର ସୁନ୍ଦର ଭବନଗୁଡ଼ିକ ଓ ତା’ର ବିଶାଳ ପଥରଗୁଡ଼ିକ କେତେ ସୁନ୍ଦର ହୋଇଛି।”
2 ଯୀଶୁ କହିଲେ, “ତୁମ୍ଭେ ଏହି ବିଶାଳ ଭବନଗୁଡ଼ିକ ଦେଖୁଛ? ଏହି ସମସ୍ତ ଭବନ ଧ୍ୱଂସ ପାଇଯିବ। ସବୁତକ ପଥର ଭୂମି ଉପରେ ଓଜାଡ଼ି ହୋଇ ପଡ଼ିବ। ଗୋଟିଏ ହେଲେ ପଥର ଅନ୍ୟ ପଥର ଉପରେ ରହି ପାରିବ ନାହିଁ।”
3 ପରେ ଯୀଶୁ ମନ୍ଦିର ସାମନାରେ ଥିବା ଜୀତପର୍ବତ [a] ଉପରେ ବସିଥିଲେ। ତାହାଙ୍କ ସହିତ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ଥିଲେ। ସେମାନେ ଯୀଶୁଙ୍କୁ ବ୍ୟକ୍ତିଗତଭାବେ ପଗ୍ଭରିଲେ, 4 “ଏ ସବୁ କେବେ ଘଟିବ, ଆମ୍ଭକୁ କୁହ? ଏ ସବୁ ଘଟିବା ସମୟ ହୋଇଗଲା ବୋଲି, କ’ଣ କ’ଣ ଚିହ୍ନମାନ ଦେଖାଯିବ?”
5 ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ସାବଧାନ! ତୁମ୍ଭକୁ କେହି ଯେପରି ପ୍ରତାରଣା କରି ନ ପାରେ। 6 ଅନେକ ଲୋକ ଆସିବେ ଏବଂ ସେମାନେ ମୋର ନାମ ବ୍ୟବହାର କରିବେ। ସେମାନେ ଦାବି କରିବେ, ‘ମୁଁ ସେହି’। ସେମାନେ ବହୁତ ଲୋକଙ୍କୁ ପ୍ରତାରଣା କରିବେ। 7 ତୁମ୍ଭେ ଯୁଦ୍ଧ ବିଷୟରେ କିମ୍ବା ଯୁଦ୍ଧ ଗ୍ଭଲିଥିବା ବିଷୟରେ ଉଡ଼ା ଖବର ଶୁଣି ଭୟଭୀତ ହୋଇ ଯିବ ନାହିଁ। ଅନ୍ତିମକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ। 8 ଗୋଟିଏ ଜାତି ଅନ୍ୟ ଜାତି ବିରୁଦ୍ଧରେ, ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟ ବିରୁଦ୍ଧରେ ଲଢ଼େଇ କରିବ। ବହୁତ ସ୍ଥାନରେ ଭୂମିକମ୍ପ ହେବ। ଲୋକଙ୍କୁ ଖାଇବାକୁ ମିଳିବ ନାହିଁ। ଏହାସବୁ କୌଣସି ନୂତନ ଶିଶୁର ଜନ୍ମ ପୂର୍ବର ପ୍ରସବ ବେଦନା ଭଳି।
2010 by World Bible Translation Center