Revised Common Lectionary (Semicontinuous)
113 ସଦାପ୍ରଭୁଙ୍କର ପ୍ରଶଂସା କର!
ହେ ସଦାପ୍ରଭୁଙ୍କ ଦାସଗଣ, ତାଙ୍କର ପ୍ରଶଂସା କର।
ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
2 ଅଦ୍ୟାବଧି ଚିରକାଳ
ସଦାପ୍ରଭୁଙ୍କର ନାମ ଧନ୍ୟ ହେଉ।
3 ସୂର୍ଯ୍ୟର ଉଦୟ ସ୍ଥାନଠାରୁ ତା’ର ଅସ୍ତ ସ୍ଥାନ ପର୍ଯ୍ୟନ୍ତ
ସଦାପ୍ରଭୁଙ୍କର ନାମ ପ୍ରଶଂସନୀୟ।
4 ସଦାପ୍ରଭୁ ସମୁଦାୟ ବହୁ ଜାତିଗଣ ଉପରେ
ଓ ତାଙ୍କର ଗୌରବ ଆକାଶମଣ୍ଡଳଠାରୁ ଉଚ୍ଚ।
5 କୌଣସ ଲୋକ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ ନୁହେଁ।
ପରମେଶ୍ୱର ଆକାଶର ଊର୍ଦ୍ଧ୍ୱରେ ବିଦ୍ୟମାନ।
6 ତେଣୁ ପରମେଶ୍ୱର ଆକାଶ ଓ ପୃଥିବୀକୁ
ଦେଖିବାକୁ ତଳକୁ ଗ୍ଭହିଁଲେ।
7 ପରମେଶ୍ୱର ଗରିବମାନଙ୍କୁ ଧୂଳିରୁ ଉଠାନ୍ତି।
ସେ ଦୀନହୀନ ଏବଂ ଅସହାୟମାନଙ୍କୁ ଅଳିଆ ଗଦାରୁ ଉଠାନ୍ତି।
8 ଏବଂ ପରମେଶ୍ୱର ସେହି ଲୋକମାନଙ୍କୁ ଗୁରୁତ୍ୱ ଦିଅନ୍ତି।
ପରମେଶ୍ୱର ସେହି ଲୋକମାନଙ୍କୁ ତାଙ୍କ ଅଧିପତି କରାନ୍ତି।
9 ଜଣେ ସ୍ତ୍ରୀ ବନ୍ଧ୍ୟା ହୋଇପାରେ ।
କିନ୍ତୁ ପରମେଶ୍ୱର ତା’ କୋଳରେ ସନ୍ତାନ ଦେଇ ତାକୁ ଖୁସୀ କରାନ୍ତି।
ସଦାପ୍ରଭୁଙ୍କର ପ୍ରଶଂସା କର!
28 ଏହା ପରେ ରିବିକା ଦୌଡ଼ିଯାଇ ତାଙ୍କ ପରିବାରରେ ଏହି କଥା ଜଣାଇଲେ। 29-30 ରିବିକାର ଏକ ଭାଇ ଥିଲେ। ତାଙ୍କର ନାମ ଲାବନ। ରିବିକା ତାଙ୍କୁ ସବୁକଥା ଜଣାଇଲେ। ଲାବନ ଏହିକଥା ଶୁଣିବା ସମୟରେ ତାହାର ହସ୍ତରେ ଯେତେବେଳେ ବଳା ଦେଖିଲେ। ସେ କୂଅ ପାଖକୁ ଦୌଡ଼ିଗଲେ। ଏବଂ ସେହିଲୋକ ଜଣକ ଓଟମାନଙ୍କୁ ଧରି ସେହି କୂପ ପାଖରେ ଠିଆ ହୋଇଥିଲେ। 31 ଲାବନ କହିଲେ, “ଭିତରକୁ ଆସ, ସଦାପ୍ରଭୁ ତୁମ୍ଭଙ୍କୁ ଆଶୀର୍ବାଦ କରିଛନ୍ତି। ତୁମ୍ଭର ବାହାରେ ଠିଆ ହେବା ଦରକାର ନାହିଁ। ମୁଁ ତୁମ୍ଭ ପାଇଁ ଏବଂ ତୁମ୍ଭର ଓଟ ପାଇଁ ଗୋଟିଏ ସ୍ଥାନ ପ୍ରସ୍ତୁତ କରିଅଛି।”
32 ତେଣୁ ଅବ୍ରହାମଙ୍କର ଦାସ ଗୃହକୁ ଗଲେ। ଲାବନ ଓଟମାନଙ୍କର ସାଜ ଓହ୍ଲାଇବା ପାଇଁ ସାହାଯ୍ୟ କଲେ ଏବଂ ସେମାନଙ୍କ ପାଇଁ ଖାଇବାକୁ ନଡ଼ା ଦେଲେ। ସେ ଭୃତ୍ୟମାନଙ୍କୁ ତାଙ୍କ ସହିତ ଥିବା ଅନ୍ୟ ଲୋକମାନଙ୍କୁ ପାଣି ଦେଲେ। ଯଦ୍ଦ୍ୱାରା କି ସେମାନେ ପାଦ ଧୋଇବେ। 33 ଏହା ପରେ ଲାବନ ତାଙ୍କୁ ଖାଦ୍ୟ ଖାଇବାକୁ ଦେଲେ, କିନ୍ତୁ ସେହି ଦାସ ଖାଇବାକୁ ମନା କଲେ। ସେ କହିଲେ, “ମୁଁ ଆସିବାର ଉଦ୍ଦେଶ୍ୟ ନ କହିବା ପର୍ଯ୍ୟନ୍ତ ତୁମ୍ଭ ଘରେ ଖାଇବି ନାହଁ।”
ତେଣୁ ଲାବନ କହିଲେ, “ତେବେ କୁହନ୍ତୁ।”
ରିବିକାର ହାତ ମାଗିବା
34 ସେହି ଦାସ ଜଣକ କହିଲେ, “ମୁଁ ହେଉଛି ଅବ୍ରହାମଙ୍କର ଦାସ। 35 ସଦାପ୍ରଭୁ ମୋର ପ୍ରଭୁଙ୍କୁ ସବୁ କ୍ଷେତ୍ରରେ ଅତିଶୟ ଆଶୀର୍ବାଦ କରିଛନ୍ତି। ତେଣୁ ସେ ବଡ଼ ଲୋକ ହୋଇଛନ୍ତି। ଆଉ ସଦାପ୍ରଭୁ ତାହାଙ୍କୁ ପଲ ପଲ ଗୋରୁ, ମେଷ, ସୁନା, ରୂପା, ଦାସଦାସୀ, ଓଟ ଓ ଗଧ ଦେଇଛନ୍ତି। 36 ସାରା ମୋର କର୍ତ୍ତାଙ୍କର ସ୍ତ୍ରୀ, ସେ ବୁଢ଼ି ବୟସରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ମୋ’ କର୍ତ୍ତାଙ୍କର ସମସ୍ତ ସମ୍ପତ୍ତି ସେ ପ୍ରାପ୍ତ ହେବ। 37 ମୋର କର୍ତ୍ତା ମୋତେ ପ୍ରତିଜ୍ଞା କରାଇ କହିଲେ, ‘ମୋର ପୁତ୍ରଙ୍କୁ କିଣାନୀୟ ସଙ୍ଗେ ବିବାହ ଦେବ ନାହିଁ। ଯେହେତୁ ଆମ୍ଭେ ସେମାନଙ୍କ ଦେଶରେ ବାସ କରୁଅଛୁ।’ 38 ତେଣୁ ସେ ମୋତେ ପ୍ରତିଜ୍ଞା କରି ତାଙ୍କ ସମ୍ପର୍କୀୟଙ୍କ ନିକଟକୁ ପଠାଇଲେ ଏବଂ କହିଲେ, ‘ଯାଅ ଓ ମୋ’ ପୁତ୍ର ପାଇଁ ଏକ ପୁତ୍ରବଧୂ ଧରି ଆସ।’ 39 ମୁଁ ମୋର କର୍ତ୍ତାଙ୍କୁ କହିଲି, ‘ଏପରିକି ସେ ସ୍ତ୍ରୀ ମୋ’ ସହିତ ଏଠାକୁ ଆସି ନ ପାରେ।’ 40 କିନ୍ତୁ ମୋର ପ୍ରଭୁ ମୋତେ କହିଲେ, ‘ମୁଁ ସଦାପ୍ରଭୁଙ୍କର ସେବା କରେ ଏବଂ ସଦାପ୍ରଭୁ ତାଙ୍କ ଦୂତଙ୍କୁ ପଠାଇବେ ତୁମ୍ଭକୁ ସାହାଯ୍ୟ କରିବା ପାଇଁ ଏବଂ ତୁମ୍ଭର ଯାତ୍ରା ସଫଳ କରିବେ ତୁମ୍ଭେ ଯାଅ। ମୋର ପିତାଙ୍କ ବଂଶରୁ ମୋର ପୁଅ ନିମନ୍ତେ କନ୍ୟା ଆଣିବ। 41 କିନ୍ତୁ ତୁମ୍ଭେ ଯଦି ଯାଅ ମୋର ବନ୍ଧୁବାନ୍ଧବମାନଙ୍କ ପାଖକୁ ଯାଅ, ଆଉ ସେମାନେ ଯଦି ମନା କରିବେ ମୋ’ ପୁତ୍ର ପାଇଁ କନ୍ୟା ଦେବା ପାଇଁ, ତେବେ ତୁମ୍ଭେ ତୁମ୍ଭ ପ୍ରତିଜ୍ଞାରୁ ମୁକ୍ତ ହେବ।’
42 “ଆଜି ଏହି କୂପ ନିକଟକୁ ଆସିଲି ଏବଂ କହିଲି, ‘ସଦାପ୍ରଭୁ ପରମେଶ୍ୱର ମୋର ପ୍ରଭୁ ଅବ୍ରହାମଙ୍କର ପରମେଶ୍ୱର, ଦୟାକରି ମୋର ଯାତ୍ରା ସଫଳ କରାଅ।
ଯୀଶୁ ତାଙ୍କର ନିଜ ସହରକୁ ଗଲେ(A)
16 ତା’ପରେ ସେ ନାଜରିତକୁ ଆସିଲେ। ନାଜରିତରେ ସେ ପ୍ରତିପାଳିତ ହୋଇଥିଲେ। ସବୁଥର ଭଳି ସେ ବିଶ୍ରାମ ଦିନ ଯିହୂଦୀ ସମାଜଗୃହକୁ ଗଲେ। ସେ ପାଠ କରିବା ପାଇଁ ଠିଆ ହେଲେ। 17 ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ପୁସ୍ତକ ତାହାଙ୍କୁ ଦିଆଯାଇଥିଲା। ଯୀଶୁ ପୁସ୍ତକ ଖୋଲି ଯେଉଁ ଜାଗାରେ ଏହା ଲେଖାଥିଲା, ତାହା ପାଇଲେ:
18 “ପ୍ରଭୁଙ୍କ ଆତ୍ମା ମୋ’ଠାରେ ଅଛି।
ଦୀନହୀନ ଲୋକଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ପରମେଶ୍ୱର ମୋତେ ବାଛିଛନ୍ତି।
ବନ୍ଦୀମାନେ ଯେ ମୁକ୍ତ ହୋଇ ପାରିଛନ୍ତି,
ଏହା ସେମାନଙ୍କୁ ଶୁଣାଇବା ପାଇଁ ଅନ୍ଧମାନେ ପୁଣି ଦେଖି ପାରିବେ ବୋଲି
ସେମାନଙ୍କୁ କହିବା ପାଇଁ, ଦୁଃଖ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ଦୁଃଖ ଦୂର କରିଦେବାକୁ
19 ଓ ପ୍ରଭୁଙ୍କ ଅନୁଗ୍ରହର ସମୟ ଘୋଷଣା କରିବାକୁ ପ୍ରଭୁ ମୋତେ ପଠାଇଛନ୍ତି।” (B)
20 ଯୀଶୁ ପୁସ୍ତକ ବନ୍ଦ କରି ସେବକଙ୍କୁ ଫେରାଇଦେଲେ। ତା’ପରେ ସେ ବସି ପଡ଼ିଲେ। ସମାଜଗୃହରେ ଥିବା ପ୍ରତ୍ୟେକ ଲୋକର ଲକ୍ଷ୍ୟ ତାହାଙ୍କ ଉପରେ ଥିଲା। 21 ଯୀଶୁ ସେମାନଙ୍କୁ କହିଲେ, “ମୁଁ ପୁସ୍ତକରୁ ଯେଉଁ ଅଂଶ ବର୍ତ୍ତମାନ ପାଠକଲି, ତାହା ତୁମ୍ଭେମାନେ ଶୁଣିଲା ବେଳେ ଶାସ୍ତ୍ରରେ ଏହି ବାକ୍ୟ ଏବେ ସଫଳ ହେଲା।”
22 ପ୍ରତ୍ୟେକ ଲୋକ ଯୀଶୁଙ୍କୁ ପ୍ରଶଂସା କରିବାକୁ ଲାଗିଲେ। ଯୀଶୁଙ୍କ ମୁହଁରୁ ଯେଉଁ ସୁନ୍ଦର ବାକ୍ୟ ବାହାରି ଆସୁଥିଲା, ସେଥିରେ ସମସ୍ତେ ବିସ୍ମିତ ହୋଇ ଯାଉଥିଲେ। ସେମାନେ କହୁଥିଲେ, “ଏ କ’ଣ ଯୋଷେଫଙ୍କ ପୁଅ ନୁହେଁ?”
23 ଯୀଶୁ ସେମାନଙ୍କୁ କହିଲେ, “ମୁଁ ଜାଣିଛି ଯେ, ତୁମ୍ଭେମାନେ ମୋତେ ସେହି ପୁରୁଣା ଉକ୍ତିଟି କହିବ, ‘ଆରେ ବଇଦ, ଆଗ ନିଜକୁ ଭଲ କର।’ ତୁମ୍ଭେ କହିବିକୁ ଗ୍ଭହୁଁଛ, କଫର୍ନାହୂମରେ ତୁମ୍ଭେ ଯାହାସବୁ କରୁଛ ବୋଲି ଆମ୍ଭେମାନେ ଶୁଣିଛୁ, ସେହିସବୁ ଏବେ ନିଜ ପୈତୃକ ନଗରରେ ମଧ୍ୟ କର।” 24 ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ, କୌଣସି ଭବିଷ୍ୟଦ୍ବକ୍ତାକୁ ନିଜ ନଗରରେ ଗ୍ରହଣ କରାଯାଏ ନାହିଁ।
25 “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏଲିୟଙ୍କ ସମୟରେ ଇସ୍ରାଏଲରେ ଯେତେବେଳେ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ବର୍ଷା ହେଲା ନାହିଁ ଓ ସାରା ଦେଶରେ ଭୀଷଣ ଦୁର୍ଭିକ୍ଷ ପଡ଼ିଲା, ସେତେବେଳେ ଇସ୍ରାଏଲରେ ବହୁ ସଂଖ୍ୟାରେ ବିଧବା ଥିଲେ। 26 କିନ୍ତୁ ଏଲିୟଙ୍କୁ ସେମାନଙ୍କ ମଧ୍ୟରୁ କୌଣସି ବିଧବାଙ୍କ ପାଖକୁ ପଠାଗଲା ନାହିଁ। ଏଲିୟଙ୍କୁ କେବଳ ସୀଦୋନ ଅଞ୍ଚଳର ସାରିଫତରେ ରହୁଥିବା ଜଣେ ବିଧବା ପାଖକୁ ପଠାଗଲା।
27 “ଆହୁରି ମଧ୍ୟ ଭବିଷ୍ୟଦ୍ବକ୍ତା ଏଲୀଶାୟଙ୍କ ସମୟରେ ଇସ୍ରାଏଲରେ ଅନେକ କୁଷ୍ଠରୋଗୀ ଥିଲେ। ତଥାପି ସେମାନଙ୍କ ମଧ୍ୟରୁ, କାହାରିକୁ ଆରୋଗ୍ୟ କରାଯାଇ ନ ଥିଲା। କେବଳ ସୁରିଆ ଦେଶର ନାମାନଙ୍କୁ ଆରୋଗ୍ୟ କରାଯାଇଥିଲା। ନାମାନ୍ ଇସ୍ରାଏଲର ଲୋକ ନ ଥିଲେ।”
28 ସମାଜଗୃହରେ ଥିବା ସବୁଲୋକେ ଯୀଶୁଙ୍କ ଏହି କଥା ସବୁ ଶୁଣି ଖୁବ୍ ରାଗିଗଲେ। 29 ଲୋକମାନେ ଉଠି ପଡ଼ିଲେ ଓ ଜୋର୍ ଜବରଦସ୍ତି ଯୀଶୁଙ୍କୁ ନଗର ମଧ୍ୟରୁ ବାହାର କରିଦେଲେ। ସେମାନଙ୍କ ନଗର ଗୋଟିଏ ପାହାଡ଼ ଉପରେ ନିର୍ମିତ ଥିଲା। ସେମାନେ ଯୀଶୁଙ୍କୁ ପାହାଡ଼ର ଧାରକୁ ନେଇଗଲେ। ସେମାନେ ଯୀଶୁଙ୍କୁ ସେଠାରୁ ତଳକୁ ଫିଙ୍ଗି ଦେବାକୁ ଗ୍ଭହୁଁଥିଲେ। 30 କିନ୍ତୁ ଯୀଶୁ ସେମାନଙ୍କ ମଧ୍ୟଦେଇ ଗ୍ଭଲିଗଲେ।
2010 by World Bible Translation Center