Revised Common Lectionary (Semicontinuous)
113 ସଦାପ୍ରଭୁଙ୍କର ପ୍ରଶଂସା କର!
ହେ ସଦାପ୍ରଭୁଙ୍କ ଦାସଗଣ, ତାଙ୍କର ପ୍ରଶଂସା କର।
ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
2 ଅଦ୍ୟାବଧି ଚିରକାଳ
ସଦାପ୍ରଭୁଙ୍କର ନାମ ଧନ୍ୟ ହେଉ।
3 ସୂର୍ଯ୍ୟର ଉଦୟ ସ୍ଥାନଠାରୁ ତା’ର ଅସ୍ତ ସ୍ଥାନ ପର୍ଯ୍ୟନ୍ତ
ସଦାପ୍ରଭୁଙ୍କର ନାମ ପ୍ରଶଂସନୀୟ।
4 ସଦାପ୍ରଭୁ ସମୁଦାୟ ବହୁ ଜାତିଗଣ ଉପରେ
ଓ ତାଙ୍କର ଗୌରବ ଆକାଶମଣ୍ଡଳଠାରୁ ଉଚ୍ଚ।
5 କୌଣସ ଲୋକ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ ନୁହେଁ।
ପରମେଶ୍ୱର ଆକାଶର ଊର୍ଦ୍ଧ୍ୱରେ ବିଦ୍ୟମାନ।
6 ତେଣୁ ପରମେଶ୍ୱର ଆକାଶ ଓ ପୃଥିବୀକୁ
ଦେଖିବାକୁ ତଳକୁ ଗ୍ଭହିଁଲେ।
7 ପରମେଶ୍ୱର ଗରିବମାନଙ୍କୁ ଧୂଳିରୁ ଉଠାନ୍ତି।
ସେ ଦୀନହୀନ ଏବଂ ଅସହାୟମାନଙ୍କୁ ଅଳିଆ ଗଦାରୁ ଉଠାନ୍ତି।
8 ଏବଂ ପରମେଶ୍ୱର ସେହି ଲୋକମାନଙ୍କୁ ଗୁରୁତ୍ୱ ଦିଅନ୍ତି।
ପରମେଶ୍ୱର ସେହି ଲୋକମାନଙ୍କୁ ତାଙ୍କ ଅଧିପତି କରାନ୍ତି।
9 ଜଣେ ସ୍ତ୍ରୀ ବନ୍ଧ୍ୟା ହୋଇପାରେ ।
କିନ୍ତୁ ପରମେଶ୍ୱର ତା’ କୋଳରେ ସନ୍ତାନ ଦେଇ ତାକୁ ଖୁସୀ କରାନ୍ତି।
ସଦାପ୍ରଭୁଙ୍କର ପ୍ରଶଂସା କର!
11 ଏହା ପରେ ସେ ନଗର ବାହାରେ ଥିବା ସେହି ସ୍ଥାନକୁ ଗଲେ, ଯେଉଁଠାକୁ କନ୍ୟାମାନେ ଜଳ ପାଇଁ କୂପ ନିକଟକୁ ଆସନ୍ତି। ନଗର ବାହାରେ ସେହି କୂପ ନିକଟରେ ଓଟମାନଙ୍କୁ ଆଣ୍ଠୁଆଇ ବସାଇଲେ।
12 ଦାସ ପ୍ରାର୍ଥନା କଲେ ଏବଂ କହିଲେ, “ହେ ସଦାପ୍ରଭୁ! ତୁମ୍ଭେ ମୋର ପ୍ରଭୁଙ୍କର ପରମେଶ୍ୱର। ମୋର ଜୀବନର ଲକ୍ଷ୍ୟ ସଫଳ କରାଇ, ମୋହର କର୍ତ୍ତା ଅବ୍ରହାମଙ୍କୁ ଦୟାକରି ଅନୁଗ୍ରହ କର। 13 ଏହିଠାରେ ମୁଁ କୂପ ନିକଟରେ ଛିଡ଼ା ହୋଇ ଅଛି। ଏବଂ ନଗରରୁ କନ୍ୟାମାନେ ପାଣି ନେବାକୁ ଏଠାକୁ ଆସୁଛନ୍ତି। 14 ମୁଁ ଅପେକ୍ଷା କଲି ତୁମ୍ଭର ଚିହ୍ନ ପାଇଁ କିଏ ଇସ୍ହାକର ସ୍ତ୍ରୀ ହେବ। ମୁଁ ସେହି ଝିଅକୁ କହିବି ‘ଦୟାକରି ତୁମ୍ଭର ପାତ୍ର ମୋ’ ଆଡ଼କୁ ତଳମୁହାଁ କର। ଯେପରି ମୁଁ ପାଣି ପିଇ ପାରିବି।’ ମୁଁ ଜାଣି ପାରିବି ସେହି ହେଉଛି ଉପଯୁକ୍ତ ପାତ୍ରୀ ଯିଏ କହିବ, ‘ପାଣି ପିଅ ଏବଂ ମୁଁ ତୁମ୍ଭର ଓଟମାନଙ୍କୁ ମଧ୍ୟ ପାଣି ଦେବି।’ ଯଦି ଏହିପରି ହୁଏ, ତେବେ ମୁଁ ଜାଣିବି ସେ ହେଉଛି ଇସ୍ହାକ ପାଇଁ ଉପଯୁକ୍ତ କନ୍ୟା। ଏବଂ ମୁଁ ଜାଣିବି ତୁମ୍ଭେ ମୋର ମୁନିବଙ୍କ ଉପରେ ଦୟା କଲ।”
ଗୋଟିଏ ସ୍ତ୍ରୀ ବଛାଗଲେ
15 ଏହା ପରେ ଦାସଟିର ପ୍ରାର୍ଥନା ସରିବା ପୂର୍ବରୁ ଜଣେ ଯୁବତୀ ରିବିକା କୂଅ ନିକଟକୁ ଆସିଲେ। ରିବିକା ଥିଲେ, ବଥୂୟେଲର ଝିଅ। ବଥୂୟେଲ ମିଲ୍କାର ପୁତ୍ର ଥିଲେ, ଯିଏ କି ଅବ୍ରହାମଙ୍କର ଭାଇ ନାହୋର ସହିତ ବିବାହ କରିଥିଲେ। ରିବିକା ପାଣିପାତ୍ର କାନ୍ଧରେ ଥୋଇ କୂଅ ନିକଟକୁ ଆସିଲେ। 16 ସେ ବହୁତ ସୁନ୍ଦରୀ ଥିଲେ। ସେ ମଧ୍ୟ ଅବିବାହିତା ଥିଲେ। ସେ ଜଣେ କୁମାରୀ। ସେ କୂଅ ନିକଟକୁ ଗଲେ ଓ ତା’ର ପାତ୍ରରେ ପାଣି ଭର୍ତ୍ତି କଲେ। 17 ଏହା ପରେ ସେହି ଦାସଜଣକ ତାଙ୍କ ପାଖକୁ ଗଲେ ଏବଂ କହିଲେ, “ଦୟାକରି ତୁମ୍ଭ ପାତ୍ରରୁ ମୋତେ କିଛି ଜଳ ପାନ କରିବାକୁ ଦିଅ।”
18 ରିବିକା ତତ୍କ୍ଷଣାତ୍ ତାଙ୍କ କାନ୍ଧରୁ ପାତ୍ରଟିକୁ ଓହ୍ଲାଇ ତାଙ୍କୁ ପିଇବାକୁ ଦେଲେ। ରିବିକା କହିଲେ, “ହେ ମହାଶୟ ପାନ କର।” 19 ଜଳପାନ କରିବାକୁ ଦେଇ ରିବିକା କହିଲେ, “ମୁଁ ମଧ୍ୟ ତୁମ୍ଭ ଓଟମାନଙ୍କୁ ଜଳପାନ କରାଇବି।” 20 ଏହା ପରେ ରିବିକା କୂଅରୁ ପାଣି କାଢ଼ି କୁଣ୍ଡରେ ଢାଳିଲେ ଓ ପୁନରାୟ ପାଣି କାଢ଼ିବା ପାଇଁ କୂଅ ନିକଟକୁ ଗଲେ। ଏବଂ ସେ ଏହିପରି ସମସ୍ତ ଓଟମାନଙ୍କୁ ପାଣି ପିଆଇଲେ।
21 ତା’ପରେ ସେ କନ୍ୟାକୁ ଅତି ପାଖରେ ଏବଂ ଶାନ୍ତଭାବରେ ଦେଖିଲେ, ସେ ନିଶ୍ଚିତ ହେବାପରେ ଏବଂ ଜାଣିଲେ ସଦାପ୍ରଭୁ ତାଙ୍କର ଯାତ୍ରା ସଫଳ କରିଥିଲେ। 22 ଓଟମାନେ ପାଣି ପିଇ ସାରିବା ପରେ ସେହି ଦାସ ରିବିକାଙ୍କୁ ଏକ ସୁନା ନଥ ପ୍ରଦାନ କଲେ ଯାହାର ଓଜନ ଅଧଭରି ଥିଲା। ଏବଂ ତା’ର ହାତ ପାଇଁ ଦୁଇଟି ବଳା ଯାହାର ଓଜନ ଦଶ ଭରି ଥିଲା। 23 ସେହି ଦାସଜଣକ ପଗ୍ଭରିଲେ, “ତୁମ୍ଭ ବାପାଙ୍କର ନାମ କ’ଣ? ତୁମ୍ଭ ପିତାଙ୍କ ଗୃହରେ ଆମ୍ଭମାନଙ୍କର ରହିବା ପାଇଁ ସ୍ଥାନ ଅଛି କି?”
24 ରିବିକା ଉତ୍ତର ଦେଲେ, “ମୋର ପିତା ବଥୂୟେଲ, ନାହୋରର ଓ ମିଲ୍କାର ଜନ୍ମ ପୁତ୍ର।” 25 ଏହା ପରେ ସେ ମଧ୍ୟ କହିଲେ, “ଆଜ୍ଞା ହଁ ତୁମ୍ଭ ଓଟମାନଙ୍କ ଖାଇବା ପାଇଁ ଆମ୍ଭର ନଡ଼ା ଅଛି ଓ ତୁମ୍ଭର ବିଶ୍ରାମ ପାଇଁ ଆମ୍ଭର ସ୍ଥାନ ଅଛି।”
26 ସେହି ଦାସଜଣକ ସଦାପ୍ରଭୁଙ୍କୁ ପ୍ରଣାମ କରି ତାଙ୍କର ଉପାସନା କଲେ। 27 ସେହି ଦାସଜଣକ କହିଲେ, “ମୋର କର୍ତ୍ତା ଅବ୍ରହାମଙ୍କର ସଦାପ୍ରଭୁ ପରମେଶ୍ୱର ଧନ୍ୟ ହୁଅନ୍ତୁ। ଯେହେତୁ ସଦାପ୍ରଭୁ ମୋର କର୍ତ୍ତାଙ୍କ ପ୍ରତି ଅନୁଗ୍ରହ ଓ ସତ୍ୟାଚରଣ କରିବାରୁ ନିବୃତ୍ତ ହୋଇ ନାହାନ୍ତି। ସଦାପ୍ରଭୁ ମୋ’ କର୍ତ୍ତାଙ୍କର ସମ୍ପର୍କୀୟଙ୍କ ଗୃହକୁ କଢ଼ାଇ ନେଲେ।”
9 ବିଧବା ତାଲିକା (ସେବାକାର୍ଯ୍ୟରେ) ଆହୁରି ମଧ୍ୟ ଯୋଗ କରାଯାଇପାରେ ଯେ ସେ ନିଶ୍ଚିତରୂପେ ଷାଠିଏ ବର୍ଷ ବା ତା’ଠାରୁ ଅଧିକ ବୟସର ହୋଇଥିବେ। ସେ କେବଳ ସ୍ୱାମୀର ବିଶ୍ୱସ୍ତ ହୋଇଥିବେ। 10 ସେ ଜୀବନରେ ଭଲ କାମ କରିଥିବେ। ଯେପରି ପିଲାମାନଙ୍କୁ ବୃଦ୍ଧି କରିବା, ଘରେ ଅତିଥିମାନଙ୍କୁ ସତ୍କାର କରିବା, ପରମେଶ୍ୱରଙ୍କ ଲୋକମାନଙ୍କର ଗୋଡ଼ ଧୋଇବ, କଷ୍ଟରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ଓ ନିଜ ଜୀବନରେ ସମସ୍ତ ପ୍ରକାରର ଭଲ କାମ କରିବା।
11 କିନ୍ତୁ ଯୁବତୀ ବିଧବାମାନଙ୍କୁ ସେହି ତାଲିକାଭୁକ୍ତ କର ନାହିଁ। ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ସମର୍ପିତ ହେବା ପରେ ମଧ୍ୟ ନିଜର ପ୍ରବଳ କାମାଭିଳାଷ ଯୋଗୁଁ ତାହାଙ୍କଠାରୁ ଦୂରକୁ ଆକର୍ଷିତ ହୋଇ ପାରନ୍ତି। ତା’ପରେ ସେମାନେ ପୁଣି ଥରେ ବିବାହ କରିବାକୁ ଇଚ୍ଛା କରନ୍ତି। 12 ସେଥିପାଇଁ ସେମାନଙ୍କର ବିଗ୍ଭର ହେବ। ତାହାଙ୍କର ପ୍ରଥମ ପ୍ରତିଜ୍ଞା ଅନୁସାରେ, କାମ ନ କରିବା ଯୋଗୁଁ ସେମାନେ ବଗ୍ଭରିତ ହେବେ। 13 ସେହି ଯୁବତୀ ବିଧବାମାନେ ଘରକୁ ଘର ଅଯଥାରେ ବୁଲାବୁଲି କରି ସମୟ ନଷ୍ଟ କରିବା ଶିଖନ୍ତି। ସେମାନେ ବଚସା କରିବା ଓ ଅନ୍ୟଲୋକଙ୍କ ଜୀବନ ବିଷୟରେ ଚର୍ଚ୍ଚା କରିବା ଆରମ୍ଭ କରନ୍ତି। ଅନୁଚିତ୍ କଥାଗୁଡ଼ିକ କୁହନ୍ତି। 14 ଅତଏବ ଯୁବତୀମାନେ ବିବାହ କରନ୍ତୁ ସେମାନଙ୍କର ପିଲା-ଛୁଆ ହୁଅନ୍ତୁ ଏବଂ ସେମାନେ ନିଜ ଘରର ଯତ୍ନ ନିଅନ୍ତୁ, ମୁଁ ଏହା ଗ୍ଭହେଁ। ଯଦି ସେମାନେ ଏପରି କରିବେ, ତା’ହେଲେ ଆମ୍ଭ ଶତ୍ରୁମାନେ ସେମାନଙ୍କୁ ସମାଲୋଚନା କରିବା ପାଇଁ କୌଣସି କାରଣ ପାଇବେ ନାହିଁ। 15 ଏଥିପୂର୍ବରୁ କେତେ ଜଣ ଯୁବତୀ ବିଧବା ଶୟତାନର ପଥରେ ଯାଇଛନ୍ତି।
16 ଯଦି ଜଣେ ବିଶ୍ୱାସୀ ସ୍ତ୍ରୀଲୋକର ପରିବାରରେ ବିଧବାମାନେ ଅଛନ୍ତି, ତା’ହେଲେ ସେମାନଙ୍କର ସେ ନିଜେ ଯତ୍ନ ନେବା ଦରକାର। ମଣ୍ଡଳୀକୁ ଏଥିପାଇଁ ଭାରଗ୍ରସ୍ତ କରିବା ଉଚିତ୍ ନୁହେଁ। ତା’ପରେ ମଣ୍ଡଳୀ କେବଳ ପରିବାର ବିହୀନ ବିଧବାମାନଙ୍କର ଯତ୍ନ ନେବାରେ ସକ୍ଷମ ହେବ।
2010 by World Bible Translation Center