Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 127

ଶଲୋମନଙ୍କର ରଚିତ ଆରୋହଣ ଗୀତ।

127 ସଦାପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି,
    ତେବେ ନିର୍ମାଣକାରୀମାନଙ୍କ ପରିଶ୍ରମ ବ୍ୟର୍ଥ ହୁଏ।
ଯେବେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି,
    ତେବେ ପ୍ରହରୀ ଜାଗ୍ରତ ହେବା କେବଳ ବୃଥା ଅଟେ।

ତୁମ୍ଭେମାନେ ଦୈନନ୍ଦିନ ଜୀବିକା ଉପାର୍ଜନ ନିମନ୍ତେ
    ପ୍ରଭାତରେ ଉଠ, ଏବଂ ବିଳମ୍ବରେ ବିଶ୍ରାମ କର, ଏହା ତୁମ୍ଭମାନଙ୍କ ନିକଟରେ ବୃଥା।
କାରଣ ସଦାପ୍ରଭୁ ଭଲ ପାଉଥିବା ଲୋକମାନଙ୍କୁ
    ନିଦ୍ରିତ ଅବସ୍ଥାରେ ମଧ୍ୟ ଯତ୍ନ ନିଅନ୍ତି।

ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର।
    ଗର୍ଭାଶୟରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।
ଯୁବକର ପୁତ୍ରଗଣ
    ଏକ ସୈନ୍ୟର ହସ୍ତର ବାଣଗୁଡ଼ିକ ସଦୃଶ ଅଟେ।
ସେହି ବ୍ୟକ୍ତି ଭାଗ୍ୟବାନ୍, ଯେଉଁ ବ୍ୟକ୍ତିର କେବେବି ପରାସ୍ତ ହେବ ନାହିଁ,
    ଯେତେବେଳେ ତାହାଙ୍କୁ ଶତ୍ରୁଗଣ ନଗର ଫାଟକରେ ଅବରୋଧ କରନ୍ତି।
ପୁତ୍ର ରୂପକ ବାଣରେ ଭର୍ତ୍ତି ହୁଏ,
    ସେ ହେଉଛି ଭାଗ୍ୟବାନ୍।

ଋତର ବିବରଣ ପୁସ୍ତକ 4:1-10

ବୋୟାଜ ଏବଂ ତାଙ୍କର ସମ୍ପର୍କୀୟ

ବୋୟାଜ ନଗର ଦ୍ୱାରକୁ ଗଲା ଏବଂ ସେଠାରେ ବସିଲା, ସେ କହିଥିବା ନିକଟ ସମ୍ପର୍କୀୟକୁ ଯାଉଥିବାର ଦେଖିଲା। ତେଣୁ ସେ ତାହାକୁ ଡାକି କହିଲେ, “ଆସ ଏବଂ ଏହିଠାରେ ବସ!” ତେଣୁ ସେ ଲୋକଟି ଆସିଲା ଓ ସେହିଠାରେ ବସିଲା।

ଏହା ପରେ ବୋୟାଜ କେତେକ ସାକ୍ଷୀ ଠୂଳ କଲେ। ସେମାନେ ନଗରର ଦଶ ଜଣ ବୟୋଜ୍ୟେଷ୍ଠ ଥିଲେ। ସେ ସେମାନଙ୍କୁ କହିଲେ, “ଏହିଠାରେ ବସ, ତେଣୁ ସେମାନେ ସେଠାରେ ବସିଲେ।”

ବୋୟାଜ ସେମାନଙ୍କର ରକ୍ଷାକର୍ତ୍ତାକୁ କହିଲା, “ନୟମୀ ପର୍ବତମୟ ଦେଶ ମୋୟାବରୁ ଫେରିଅଛି। ଏବଂ ସେ ତା’ର ଭୂମିକୁ ବିକ୍ରି କରିବାର ଥିଲା, ଯାହାକି ଏଲିମେଲକର ଥିଲା। [a] ଏଠାରେ ଥିବା ଲୋକମାନଙ୍କ ସମ୍ମୁଖରେ ଓ ମୋର ଲୋକମାନଙ୍କର ପ୍ରାଚୀନମାନଙ୍କ ସମ୍ମୁଖରେ ମୁଁ ତୁମ୍ଭକୁ କହିବା ପାଇଁ ନିଷ୍ପତ୍ତି କରିଛି। ଯଦି ତୁମ୍ଭେ ଏହାକୁ କିଣିବାକୁ ଗ୍ଭହଁ, ତେବେ ଏହାକୁ କିଣ! ଯଦି ଏହା ତୁମ୍ଭେ କିଣିବାକୁ ନ ଗ୍ଭହଁ, ତେବେ ମୋତେ କୁହ ଓ ମୁଁ ଏହାକୁ କିଣିବି ଯେହେତୁ ତୁମ୍ଭେ ଜାଣ, ତୁମ୍ଭ ପରେ ମୁଁ ଯଥାର୍ଥ ଲୋକ ଯାହାର ଏହି ଜାଗାକୁ କିଣିବା ପାଇଁ ଅଧିକାର ଅଛି।

ଯଦି ତୁମ୍ଭେ କିଣିବାକୁ ଗ୍ଭହଁ ନାହିଁ, ତେବେ ମୁଁ ଏହାକୁ କିଣିବି।”

ଏହା ପରେ ବୋୟାଜ କହିଲା, “ଯେବେ ତୁମ୍ଭେ ନୟମୀଠାରୁ ଏହି ଜମି କିଣିଛ, ତେବେ ତୁମ୍ଭେ ମୃତ ଲୋକର ସ୍ତ୍ରୀ ମୋୟାବୀୟ ଋତକୁ ହିଁ ପାଇବ। ମୃତ ଲୋକର ଭୂମିର ବଂଶଧର ପାଇବା ପାଇଁ ତୁମ୍ଭେ ତାକୁ ବିବାହ କରିବା ଉଚିତ୍। ଏହିପରି ଭାବରେ ସେହି ଜମି ମୃତ ଲୋକର ନାମରେ ରହିଯିବ।”

ରକ୍ଷାକର୍ତ୍ତା କହିଲା, “ମୁଁ ଏହାକୁ କ୍ରୟ କରି ପାରିବି ନାହିଁ। ଯଦିଓ ଏହା ମୋର ଅଧିକାର ଅଟେ, ମୁଁ ଏହାକୁ ପାରିବି ନାହିଁ। ଯଦି ମୁଁ ଏହା କରେ, ମୁଁ ମୋର ଜମି ହୁଏତ ହରାଇପାରେ। ସେଥିପାଇଁ ତୁମ୍ଭେ ତାହା କିଣିପାର।” ବହୁ ଦିନ ପୂର୍ବରୁ ଯେତେବେଳେ ଲୋକମାନେ ସେମାନଙ୍କର କଠଉ ଅନ୍ୟକୁ ଦିଅନ୍ତି, ଏହା ଇସ୍ରାଏଲରେ ବନ୍ଧକ ସମ୍ପତ୍ତି ମୁକୁଳାଇବାର ସାକ୍ଷୀ ଅଟେ। ମୁକ୍ତିକର୍ତ୍ତା ଜ୍ଞାତି ଯେତେବେଳେ ବୋୟାଜକୁ “ସେହି ଭୂମି କିଣିବାକୁ” କହିଲା। ସେ ତା’ର ପାଦୁକା କାଢ଼ି ତାଙ୍କୁ ଦେଲା।

ଏହା ପରେ ବୋୟାଜ, ପ୍ରାଚୀନବର୍ଗ ଓ ସେଠାରେ ଥିବା ସମସ୍ତ ଲୋକଙ୍କୁ କହିଲା, “ଆଜି ଆପଣମାନେ ସମସ୍ତେ ସାକ୍ଷୀ। ମୁଁ ଆଜି ନୟମୀଠାରୁ ସମସ୍ତ କିଣୁଅଛି। ଯାହାକି ସବୁ ଏଲିମେଲକ, କିଲିୟୋନ ଏବଂ ମହଲୋନର ଥିଲା। 10 ମୁଁ ମଧ୍ୟ ମୋୟାବ ଦେଶୀୟ ମୃତ ମହଲୋନର ବିଧବା ସ୍ତ୍ରୀ ଋତକୁ ମୋର ସ୍ତ୍ରୀ ରୂପେ ଗ୍ରହଣ କଲି। ଯାହାଫଳରେ ମୃତ ବ୍ୟକ୍ତିର ଜମିଜମା ସବୁ ତା’ର ପରିବାରରେ ରହିବ। ଏହି ପ୍ରକାରରେ ମୃତ ଲୋକର ନାମ ପୁରାପୁରି ଭୂଲି ହେବ ନାହିଁ। ଆପଣମାନେ ସମସ୍ତେ ଆଜି ଏହାର ସାକ୍ଷୀ।”

ରୋମୀୟଙ୍କ ପ୍ରତି ପତ୍ର 5:6-11

ଆମ୍ଭେ ଅଧାର୍ମିକ ଥିବା ବେଳେ ଖ୍ରୀଷ୍ଟ ଆମ୍ଭ ପାଇଁ ମରି ଥିଲେ। ଆମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ଜୀବନଯାପନ କରୁଥିଲୁ, ତଥାପି ଯଥାର୍ଥ ସମୟରେ ଖ୍ରୀଷ୍ଟ ଆମ୍ଭ ପାଇଁ ମରିଥିଲେ। ଅନ୍ୟ ଲୋକ ଯେତେ ଭଲ ହେଲେ ମଧ୍ୟ, ଖୁବ୍ କମ୍ ଲୋକ ଅନ୍ୟକୁ ବଞ୍ଚାଇବା ପାଇଁ ମୃତ୍ୟୁ ବରଣ କରିବେ। ଯଦି ଲୋକଟି ଧାର୍ମିକ ହୋଇ ଥାଏ, ତେବେ ତା’ ନିମନ୍ତେ କିଏ ଜଣେ ମୃତ୍ୟୁ ବରଣ କରିବା ପାଇଁ ସାହସ କରିବ। କିନ୍ତୁ ଆମ୍ଭେ ସମସ୍ତେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଆମ୍ଭ ପାଇଁ ମୃତ୍ୟୁ ବରଣ କଲେ। ଏହା ଦ୍ୱାରା ପରମେଶ୍ୱର ପ୍ରମାଣିତ କଲେ ଯେ, ସେ ଆମ୍ଭକୁ ବହୁତ ପ୍ରେମ କରନ୍ତି।

ଆମ୍ଭେ ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇଛୁ। ସେଥିପାଇଁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭେ ପରମେଶ୍ୱରଙ୍କର କ୍ରୋଧରୁ ନିଶ୍ଚିତ ଭାବେ ରକ୍ଷା ପାଇବା। 10 ମୋ’ କହିବା ଅର୍ଥ ଯେ ଆମ୍ଭେ ପରମେଶ୍ୱରଙ୍କର ଶତ୍ରୁ ହୋଇଥିଲେ ମଧ୍ୟ, ସେ ନିଜ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ଆମ୍ଭ ସହିତ ବନ୍ଧୁତା ସ୍ଥାପନ କରିଛନ୍ତି। ସେଥିପାଇଁ ଏବେ ଯେହେତୁ ଆମ୍ଭେ ପରମେଶ୍ୱରଙ୍କର ମିତ୍ର, ପରମେଶ୍ୱର ତାଙ୍କ ପୁତ୍ରଙ୍କ ଜୀବନ ମାଧ୍ୟମରେ ଆମ୍ଭକୁ ନିଶ୍ଚିତ ଭାବରେ ରକ୍ଷା କରିବେ। 11 ଆମ୍ଭେ ଯେ କେବଳ ରକ୍ଷା ପାଇବୁ ତା’ ନୁହେଁ, ବରଂ ଏବେ ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କଠାରେ ମଧ୍ୟ ଅତ୍ୟଧିକ ଆନନ୍ଦିତ ହେତୁ କେବଳ ଯୀଶୁଙ୍କ ପାଇଁ ଆମ୍ଭେ ଆଜି ପରମେଶ୍ୱରଙ୍କ ମିତ୍ର ଅଟୁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center