Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 18:20-30

20 ମୁଁ ନିରପରାଧ ତେଣୁ ସଦାପ୍ରଭୁ ମୋତେ ନିଶ୍ଚୟ ମୋର ପୁରସ୍କାର ଦେବେ।
    ମୁଁ କିଛି ଭୁଲ୍ କରି ନାହିଁ, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।
21 କାରଣ ମୁଁ ସଦାପ୍ରଭୁଙ୍କ ଆଦେଶକୁ ପାଳନ କରେ।
    ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ କୌଣସି ପାପ କରି ନାହିଁ।
22 ମୁଁ ସବୁବେଳେ ସଦାପ୍ରଭୁଙ୍କ ନିଷ୍ପତ୍ତିକୁ ମାନି ଆସିଛି।
    ମୁଁ ତାଙ୍କ ବ୍ୟବସ୍ଥାଗୁଡ଼ିକୁ ପାଳନ କରେ।
23 ମୁଁ ତାଙ୍କ ଉଦ୍ଦେଶ୍ୟରେ ପବିତ୍ର ତଥା ସତ୍ ଚରିତ୍ର ଥିଲି।
    ମୁଁ ନିଜକୁ ଅପରାଧ କରିବାକୁ ନିବୃତ୍ତ କଲି।
24 ତେଣୁ ମୋର ସଦାପ୍ରଭୁ ମୋତେ ପୁରସ୍କୃତ କଲେ କାରଣ ମୁଁ ତାଙ୍କ ଦୃଷ୍ଟିରେ ସରଳ ତଥା ନିରପରାଧ ଅଟେ।
    ମୁଁ କିଛି ଭୁଲ୍ କରି ନାହିଁ, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।

25 ହେ ସଦାପ୍ରଭୁ, ଯଦି କେହି ତୁମ୍ଭକୁ ପ୍ରକୃତରେ ଭଲ ପାଏ, ତୁମ୍ଭେ ନିଶ୍ଚୟ ତାକୁ ଭଲ ପାଇବ।
    ଯଦି ଜଣେ ବ୍ୟକ୍ତି ତୁମ୍ଭ ପ୍ରତି ନିର୍ମଳ ଅନୁରକ୍ତି ପ୍ରକାଶ କରେ, ତୁମ୍ଭେ ମଧ୍ୟ ତାକୁ ସେହିପରି ପ୍ରତିଦାନ ଦେଇଥାଅ।
26 ସଦାପ୍ରଭୁ ତୁମ୍ଭେ ମହାନ ଓ ଯେଉଁମାନେ ଉତ୍ତମ ତଥା ନିର୍ମଳ ହୃଦୟର, ତୁମ୍ଭେ ସେହିମାନଙ୍କ ପାଇଁ ପବିତ୍ର ଅଟ।
    କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକ ପ୍ରତି ଆପଣାକୁ ଚତୁର ଦେଖାଇବ।
27 ହେ ସଦାପ୍ରଭୁ, ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ସାହାଯ୍ୟ କର।
    କିନ୍ତୁ ଅହଂକାରୀର ଗର୍ବ ଓ ଦର୍ପକୁ ଚୂର୍ଣ୍ଣ କର।
28 ହେ ସଦାପ୍ରଭୁ, ତୁମ୍ଭେ ମୋର ଦୀପକୁ ଆଲୋକିତ କର।
    ମୋ’ ଚତୁର୍ଦ୍ଦିଗରେ ଥିବା ଅନ୍ଧକାରକୁ ଦୂର କର।
29 ହେ ସଦାପ୍ରଭୁ, ତୁମ୍ଭର ସାହାଯ୍ୟରେ ମୁଁ ସୈନ୍ୟମାନଙ୍କ ସହିତ ଲଢ଼ିପାରେ।
    ପରମେଶ୍ୱରଙ୍କ ସାହାଯ୍ୟରେ ମୁଁ ଶତ୍ରୁର ପ୍ରାଚୀରକୁ ଚଢ଼ିଯାଇପାରେ।

30 ପରମେଶ୍ୱରଙ୍କ ଶକ୍ତି ଅତୁଳନୀୟ।
    ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ,
    ସେ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।

ଋତର ବିବରଣ ପୁସ୍ତକ 2:15-23

15 ଏହା ପରେ ଋତ ଉଠି କାର୍ଯ୍ୟକୁ ଗଲା।

ଏହା ପରେ ବୋୟାଜ ତାଙ୍କର ଦାସମାନଙ୍କୁ କହିଲେ, “ବିଡ଼ା ମଧ୍ୟରୁ ମଧ୍ୟ ତାକୁ ଶସ୍ୟ ସାଉଁଟିବାକୁ ଦିଅ। ତାକୁ କେବେ ଲଜ୍ଜା ଦିଅ ନାହିଁ। 16 ତା’ର କାମକୁ ସରଳ କରିବା ପାଇଁ କିଛି ଶସ୍ୟ ପକାଇ ଯାଅ ଏବଂ ତାକୁ ଗୋଟାଇବାକୁ ଦିଅ। ତାଙ୍କୁ ବାରଣ କର ନାହିଁ।”

ନୟମୀ ବୋୟାଜଙ୍କ ବିଷୟରେ ଶୁଣିଲେ

17 ଋତ ସନ୍ଧ୍ୟା ପର୍ଯ୍ୟନ୍ତ କ୍ଷେତରେ କାର୍ଯ୍ୟ କଲା। ସେ ଶସ୍ୟ ସଂଗ୍ରହ କଲା ପରେ, ସେ ଏଗୁଡ଼ିକୁ ତୁଷରୁ ଅଲଗା କଲା। ଏହା ଓଜନ କଲାରୁ ଅର୍ଦ୍ଧ ବୁଶେଲ ବାର୍ଲି ହେଲା। 18 ଋତକୁ ଏହା ପରେ ଶସ୍ୟଗୁଡ଼ିକ ନେଇ ନଗରକୁ ଯାଇ ତା’ର ଶାଶୁକୁ ଦେଲା ଏବଂ ସାଙ୍ଗରେ ଆଣିଥିବା ଅବଶିଷ୍ଟ ଖାଦ୍ୟ ତାଙ୍କୁ ଦେଲା।

19 ତା’ର ଶାଶୁ ତାକୁ ପଗ୍ଭରିଲେ, “ଆଜି ତୁମ୍ଭେ କେଉଁଠାରୁ ଏହି ଶସ୍ୟ ସଂଗ୍ରହ କଲ? କେଉଁଠାକୁ ତୁମ୍ଭେ ଗଲ ଓ କାମ କଲ? ଯିଏ ତୁମ୍ଭକୁ ଶସ୍ୟ ଦେଲା, ସେ ଧନ୍ୟ ହେଉ।”

ଏହା ପରେ ଋତ ଯାହାଙ୍କ ସହିତ କାର୍ଯ୍ୟ କରିଥିଲା ତା’ ବିଷୟରେ ତାକୁ କହିଲେ। “ମୁଁ ଆଜି ଯେଉଁ ଲୋକର କାର୍ଯ୍ୟ କରୁଥିଲି, ତାଙ୍କର ନାମ ଥିଲା ବୋୟାଜ।”

20 ତେଣୁ ନୟମୀ ତାଙ୍କର ପୁତ୍ରବଧୂକୁ କହିଲା, “ସେ ସଦାପ୍ରଭୁଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ, ଯିଏ କି ମୃତ ଓ ଜୀବିତ ଓ ମୃତମାନଙ୍କଠାରୁ ତାଙ୍କର କରୁଣା ଦୂରେଇ ନାହାନ୍ତି।” ଏହା ପରେ ନୟମୀ ତାକୁ କହିଲା, “ସେ ହେଉଛନ୍ତି ଆମ୍ଭର ନିକଟ ସମ୍ପର୍କୀୟ ଏବଂ ଆମ୍ଭମାନଙ୍କର ରକ୍ଷାକର୍ତ୍ତା [a] ମଧ୍ୟରୁ ଜଣେ ଅଟନ୍ତି।”

21 ଏହା ପରେ ମୋୟାବ ଦେଶୀୟ ଋତ କହିଲା, “ବୋୟାଜ ଫେରି ଆସିବାକୁ ଏବଂ ତାଙ୍କର ଶ୍ରମିକମାନଙ୍କ ସହିତ ମିଶି କାର୍ଯ୍ୟ କରିବାକୁ ପଗ୍ଭରିଲେ, ଯେପର୍ଯ୍ୟନ୍ତ ଅମଳ ଶେଷ ହୋଇ ନାହିଁ।”

22 ଏହା ପରେ ନୟମୀ ତା’ର ପୁତ୍ରବଧୂ ଋତକୁ କହିଲେ, “ଏହା ତୁମ୍ଭ ପାଇଁ ଅତି ଉତ୍ତମ ଯେ ତୁମ୍ଭେ ସେହି ସ୍ତ୍ରୀଲୋକମାନଙ୍କ ସଙ୍ଗେ କାର୍ଯ୍ୟ କରିବ। ଯଦି ତୁମ୍ଭେ ଅନ୍ୟର କ୍ଷେତରେ କାର୍ଯ୍ୟ କର ତେବେ କେତେକ ଲୋକ ତୁମ୍ଭର ଅସୁବିଧା କରି ପାରନ୍ତି।” 23 ତେଣୁ ଋତ ବୋୟାଜଙ୍କର ସେହି ମହିଳା ଶ୍ରମିକମାନଙ୍କ ସହିତ ଘନିଷ୍ଟ ଭାବରେ କାର୍ଯ୍ୟ କରିବାକୁ ଲାଗିଲେ। ବାର୍ଲି ଅମଳ ସରିବା ପର୍ଯ୍ୟନ୍ତ ସଂଗ୍ରହ କରି ଗ୍ଭଲିଲେ। ତା’ପରେ ସେ ଗହମ ଅମଳ ଶେଷ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କଲେ, ଏବଂ ତାଙ୍କର ଶାଶୁଙ୍କ ସହିତ ରହିବାକୁ ଲାଗିଲା।

ରୋମୀୟଙ୍କ ପ୍ରତି ପତ୍ର 12:17-21

17 ମନ୍ଦ ପ୍ରତିବଦଳରେ କାହାରି ପ୍ରତି ମନ୍ଦ କର ନାହିଁ। ଯାହାକୁ ସବୁ ଲୋକ ଭଲ ବୋଲି ଚିନ୍ତା କରନ୍ତି ସେହିଭଳି କାମ କରିବା ତୁମ୍ଭର ଲକ୍ଷ ହେଉ। 18 ଲୋକଙ୍କ ସହିତ ଶାନ୍ତିରେ ରହିବା ପାଇଁ ଯଥାସାଧ୍ୟ ଚେଷ୍ଟା କର। 19 ତୁମ୍ଭମାନଙ୍କ ପ୍ରତି ଭୁଲ୍ କରିଥିବା ଲୋକକୁ ନିଜ ତରଫରୁ ଦଣ୍ତ ଦିଅ ନାହିଁ। ତାହାକୁ ପରମେଶ୍ୱରଙ୍କ କ୍ରୋଧ ଦ୍ୱାରା ଦଣ୍ତିତ ହେବା ଲାଗି ଅପେକ୍ଷା କର। ଶାସ୍ତ୍ରରେ ଲେଖା ଅଛି: ପରମେଶ୍ୱର କହିଛନ୍ତି,

“ଦଣ୍ତ ଦେବା ମୋର କାମ।
    ମୁଁ ଲୋକମାନଙ୍କୁ ପ୍ରତିଦାନ ଦେବି।” (A)

20 କିନ୍ତୁ ତୁମ୍ଭେମାନେ ଏପରି କରିବା ଉଚିତ୍:

“ଯଦି ତୁମ୍ଭର ଶତ୍ରୁ ଭୋକରେ ଅଛି,
    ତାହାକୁ ଖାଇବାକୁ ଦିଅ,
ଯଦି ତୁମ୍ଭ ଶତ୍ରୁ ତୃଷିତ ଅଛି,
    ତାହାକୁ ପିଇବାକୁ ଦିଅ।
ଏପରି କଲେ ତୁମ୍ଭେ ତାହାକୁ ଲଜ୍ଜିତ କରି ପାରିବ।” (B)

21 ମନ୍ଦ ଦ୍ୱାରା ହାରି ଯାଅ ନାହିଁ। ତୁମ୍ଭେ ଭଲ କାମ କରି ମନ୍ଦକୁ ହରାଇବାକୁ ଚେଷ୍ଟା କର।

ରୋମୀୟଙ୍କ ପ୍ରତି ପତ୍ର 13:8-10

ଅନ୍ୟ ଲୋକଙ୍କୁ ପ୍ରେମ କରିବା ହିଁ ବ୍ୟବସ୍ଥା ଅଟେ

କାହାର ଋଣୀ ହୁଅ ନାହିଁ। କିନ୍ତୁ ପରସ୍ପର ପ୍ରତି ପ୍ରେମର ଋଣରେ ଋଣୀ ହୁଅ। ଯେଉଁ ଲୋକ ପ୍ରତିବାସିକୁ ପ୍ରେମ କରେ ସେ ସମ୍ପୂର୍ଣ୍ଣ ବ୍ୟବସ୍ଥା ମାନିଛି। ମୁଁ ଏପରି କହୁଛି, କାରଣ ବ୍ୟବସ୍ଥା କୁହେ: “ବ୍ୟଭିଗ୍ଭର କର ନାହିଁ, କାହାକୁ ବଧ କର ନାହିଁ, କୌଣସି ଜିନିଷ ଗ୍ଭେରି କର ନାହିଁ, ଅନ୍ୟ ଲୋକର ଜିନିଷ ପ୍ରତି ଲୋଭ ରଖ ନାହିଁ।” [a] ଏହି ସମସ୍ତ ଆଦେଶ ଗୁଡ଼ିକ ଓ ଅନ୍ୟ ସମସ୍ତ ଆଦେଶ ଗୁଡ଼ିକ ସାରାଂଶ ଭାବେ ଏହି ବ୍ୟବସ୍ଥାର ଅନ୍ତର୍ଗତ ଅଟେ, ଯଥା: “ନିଜକୁ ପ୍ରେମ କଲା ଭଳି ଅନ୍ୟ ପ୍ରତିବାସିକୁ ପ୍ରେମ କର।” [b] 10 ପ୍ରେମ ଅନ୍ୟ ଲୋକକୁ ଆଘାତ କରେ ନାହିଁ, ଅତଏବ ପ୍ରେମ କରିବା ସମ୍ପୂର୍ଣ୍ଣ ବ୍ୟବସ୍ଥା ପାଳନର ସମକକ୍ଷ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center