Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 146

146 ସଦାପ୍ରଭୁଙ୍କର ପ୍ରଶଂସା କର!
    ମୁଁ ନିଜକୁ କହେ, ସଦାପ୍ରଭୁଙ୍କର ପ୍ରଶଂସା କର।
ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି।
    ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।
ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ।
    ଲୋକମାନଙ୍କ ପ୍ରତି ଭରସା କର ନାହିଁ।
    କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।
ଲୋକମାନେ ମରନ୍ତି ଓ କବର ନିଅନ୍ତି।
    ଆଉ ସେହି ଦିନ, ସେମାନଙ୍କର ଯୋଜନା ସବୁ ମଧ୍ୟ ମରିଯାଏ।
କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ,
    ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର
    ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ।
ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।
ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି।
    ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି।
ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
    ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି।
ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
    ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି।
    ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି,
    ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।
10 ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ।
    ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ।

ସଦାପ୍ରଭୁଙ୍କର ପ୍ରଶଂସା କର।

ଋତର ବିବରଣ ପୁସ୍ତକ 2:10-14

10 ଏହା ପରେ ଋତ ତାଙ୍କୁ ପ୍ରଣାମ କଲା। ସେ ବୋୟାଜଙ୍କୁ ପଗ୍ଭରିଲା, “ମୁଁ ଆଶ୍ଚର୍ଯ୍ୟ ହେଉଛି, ତୁମ୍ଭେ ତ ମୋତେ ଆଗରୁ କେବେବି ଦେଖି ନାହଁ। ମୁଁ ବିଦେଶୀନୀ ହେଲେବି ତୁମ୍ଭେ ମୋ’ ପ୍ରତି ଦୟା ଦେଖାଇ ଅଛ।”

11 ବୋୟାଜ ତାଙ୍କୁ କହିଲେ, “ତୁମ୍ଭେ କିପରି ତୁମ୍ଭ ଶାଶୁ ନୟମୀକୁ ସାହାଯ୍ୟ କଲ, ମୋତେ ସେ ବିଷୟରେ କୁହାଗଲା। ମୁଁ ଜାଣେ ତୁମ୍ଭର ସ୍ୱାମୀର ମୃତ୍ୟୁ ପରେ ତୁମ୍ଭେ କିପରି ତାକୁ ସାହାଯ୍ୟ କଲ। ଏବଂ ମୁଁ ଏହା ମଧ୍ୟ ଜାଣେ ଯେ ତୁମ୍ଭେ ତୁମ୍ଭର ନିଜର ଦେଶ, ପିତାମାତାଙ୍କୁ ଛାଡ଼ି ପୁଣି ଯେଉଁମାନଙ୍କୁ ତୁମ୍ଭେ ପୂର୍ବରୁ ଜାଣି ନ ଥିଲ, ସେହିମାନଙ୍କ ସହିତ ରହିବା ପାଇଁ ଆସିଅଛ। 12 ସଦାପ୍ରଭୁ ତୁମ୍ଭକୁ ତୁମ୍ଭର ଏହି ଭଲକାମ ପାଇଁ ପୁରସ୍କାର ଦେବେ। ତୁମ୍ଭକୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ପୂର୍ଣ୍ଣ ମାତ୍ରାରେ ପୁରସ୍କୃତ କରନ୍ତୁ। ତୁମ୍ଭେ ନିରାପତ୍ତା ପାଇଁ ସଦାପ୍ରଭୁଙ୍କ ପାଖକୁ ଫେରି ଆସିଲ ଏବଂ ସେ ତୁମ୍ଭଙ୍କୁ ରକ୍ଷା କରିବେ।”

13 ଏହା ପରେ ଋତ ତାଙ୍କୁ କହିଲେ, “ତୁମ୍ଭେ ମୋ’ ଉପରେ ବହୁତ ଦୟା ଦେଖାଇ ଅଛ। ମହାଶୟ, ମୁଁ ଆପଣଙ୍କର ଦାସୀ। ଏପରିକି ମୁଁ ଆପଣଙ୍କର ଏକ ଦାସୀ ସହିତ ସମାନ ନୁହେଁ, ତଥାପି ଆପଣ ମୋ’ ପ୍ରତି ବହୁତ ଦୟା ଓ କରୁଣା ଦେଖାଇଛନ୍ତି ଏବଂ ଆପଣ ଦୟାର କଥା ମୋତେ କହିଛନ୍ତି।”

14 ମଧ୍ୟାହ୍ନ ଭୋଜନ ସମୟରେ, ବୋୟାଜ ଋତଙ୍କୁ କହିଲେ, “ଏଠାକୁ ଆସ! ଆମ୍ଭର ରୋଟୀରୁ କିଛି ଖାଅ। ଆଉ ତୁମ୍ଭେ ରୋଟୀରୁ କିଛି ଖଣ୍ତ ନେଇ ତାହାକୁ ଅମ୍ଳରସରେ ବୁଡ଼ାଅ।”

ତେଣୁ ଋତ ବୋୟାଜଙ୍କର ଶ୍ରମିକମାନଙ୍କ ସହିତ ବସିଲେ। ବୋୟାଜ ତାଙ୍କୁ କିଛି ଭଜା ଶସ୍ୟ ଆଣି ଖାଇବାକୁ ଦେଲେ। ତହିଁରେ ସେ ତୃପ୍ତ ହେବା ପର୍ଯ୍ୟନ୍ତ ଭୋଜନ କଲା ଓ କିଛି ବଳକା ରଖିଲା।

ଲୂକ ଲିଖିତ ସୁସମାଗ୍ଭର 10:25-37

ଉତ୍ତମ ଶମିରୋଣୀୟ ଦୃଷ୍ଟାନ୍ତ

25 ତା’ପରେ ଜଣେ ଧର୍ମଶାସ୍ତ୍ରୀ ଠିଆ ହେଲେ। ସେ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ତାହାଙ୍କୁ ପଗ୍ଭରିଲେ, “ଗୁରୁ, ଅନନ୍ତ ଜୀବନ ଲାଭ କରିବା ପାଇଁ ମୁଁ କ’ଣ କରିବି?”

26 ଏହା ଶୁଣି ଯୀଶୁ ତାହାଙ୍କୁ କହିଲେ, “ବ୍ୟବସ୍ଥାଶାସ୍ତ୍ରରେ କ’ଣ ଲେଖାଅଛି? ସେଥିରେ ତୁମ୍ଭେ କ’ଣ ପଢ଼ୁଛ?”

27 ସେ ଉତ୍ତର ଦେଲେ, “‘ତୁମ୍ଭେ ନିଜର ସମସ୍ତ ହୃଦୟ, ସମସ୍ତ ଆତ୍ମା, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ତୁମ୍ଭର ପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କର’ [a] ଏବଂ, ‘ତୁମ୍ଭେ ନିଜକୁ ପ୍ରେମ କରିଲା ଭଳି ଅନ୍ୟମାନଙ୍କୁ ପ୍ରେମ କର।’” [b]

28 ତା’ପରେ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ଠିକ୍ ଉତ୍ତର ଦେଇଛ। ଏହା ହିଁ କର। ଏହା ଫଳରେ ତୁମ୍ଭେ ଅନନ୍ତ ଜୀବନ ଲାଭ କରିବ।”

29 ନିଜେ ଠିକ୍ ଜୀବନଯାପନ କରୁଛନ୍ତି ବୋଲି ଧର୍ମଶାସ୍ତ୍ରୀ ଜଣକ ପ୍ରମାଣ କରିବାକୁ ଗ୍ଭହୁଁଥିଲେ। ତେଣୁ ସେ ଯୀଶୁଙ୍କୁ ପଗ୍ଭରିଲେ, “ତେବେ ଯେଉଁମାନଙ୍କୁ ପ୍ରେମ କରିବି, ସେମାନେ କିଏ?”

30 ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଯୀଶୁ କହିଲେ, “ଜଣେ ଲୋକ ଯିରୁଶାଲମରୁ ଯିରୀହୋକୁ ଯାଉଥିଲା। ବାଟରେ ସେ ଡକାୟତମାନଙ୍କ ହାବୁଡ଼ରେ ପଡ଼ିଲା। ସେମାନେ ତା’ ଲୁଗାପଟା ସବୁ ଚିରି ବାହାର କରି ଓ ତାକୁ ମାଡ଼ ମାରି ଅର୍ଦ୍ଧମୃତ ଅବସ୍ଥାରେ ପକାଇଦେଇ ଗ୍ଭଲିଗଲେ।

31 “ଏପରି ଘଟିଲା ଯେ ଜଣେ ଯିହୂଦୀ ଯାଜକ ସେହି ରାସ୍ତା ଦେଇ ଯାଉଥିଲେ। ସେହି ଲୋକଟିକୁ ଦେଖି ସେ ବାଟ ଭାଙ୍ଗି ଗ୍ଭଲିଗଲେ। 32 ତା’ପରେ ଜଣେ ଲେବୀୟ [c] ସେହି ବାଟରେ ଆସିଲେ। ସେ ସେହି ଲୋକଟିକୁ ଦେଖିବା ସତ୍ତ୍ୱେ ତାକୁ ସାହାଯ୍ୟ କରିବାକୁ ନ ଅଟକି ଗ୍ଭଲିଗଲେ।

33 “ତା’ପରେ ଶମିରୋଣୀୟ ଦେଶର ଜଣେ ଲୋକ ସେହି ବାଟେ ଆସିଲେ। ଆହତ ଲୋକଟି ଯେଉଁଠାରେ ପଡ଼ିଥିଲା, ସେ ସେହି ସ୍ଥାନକୁ ଆସିଲେ। ସେ ସେହି ଲୋକଟିକୁ ଦେଖି ବହୁତ ମନ ଦୁଃଖ କଲେ। 34 ସେ ଆହତ ଲୋକଟି ପାଖକୁ ଗଲେ। ତା କ୍ଷତରେ ତେଲ ଓ ଅଙ୍ଗୁରରସ ଢାଳି ପଟି ବାନ୍ଧି ଦେଲେ। ତାହାଙ୍କ ପାଖରେ ଗଧଟିଏ ଥିଲା। ସେ ଆହତ ଲୋକଟିକୁ ତାହାଙ୍କ ଗଧ ଉପରେ ବସାଇ ଗୋଟିଏ ଚଟିଘରକୁ ନେଇଗଲେ। ଚଟିଘରେ ସେ ଆହତ ଲୋକଟିର ଯତ୍ନ ନେଲେ। 35 ତା’ ପରଦିନ ଶମିରୋଣୀୟ ଲୋକ ଜଣକ ଦୁଇଟି ରୂପାମୁଦ୍ରା ବାହାର କଲେ। ସେ ତାହା ପାନ୍ଥଶାଳାର ଦାୟିତ୍ୱରେ ଥିବା ଲୋକଟିକୁ ଦେଇ କହିଲେ, ‘ଏହି ଆହତ ଲୋକଟିର ଯତ୍ନ ନେବ। ତା’ ପାଇଁ ଯଦି ଆଉ ଅଧିକ ଟଙ୍କା ଖର୍ଚ୍ଚ ହୁଏ, ମୁଁ ଫେରିଲା ବେଳେ ତୁମ୍ଭକୁ ସେତକ ପରିଶୋଧ କରିଦେବି।”

36 ଏହା ପରେ ଯୀଶୁ କହିଲେ, “ଏବେ କୁହ, ଡକାୟତମାନଙ୍କ ହାବୁଡ଼ରେ ପଡ଼ି ଆହତ ହୋଇଥିବା ଲୋକଟିକୁ ଏହି ତିନି ଜଣଙ୍କ ମଧ୍ୟରୁ କିଏ ପ୍ରେମଭାବ ଦେଖାଇଲେ ବୋଲି ତୁମ୍ଭେ ଭାବୁଛ?”

37 ଶାସ୍ତ୍ରୀ ଜଣକ କହିଲେ, “ଯେଉଁ ଲୋକ ଆହତ ଲୋକଟିକୁ ସାହାଯ୍ୟ କଲା।”

ତା’ପରେ ଯୀଶୁ ତାହାଙ୍କୁ କହିଲେ, “ତେବେ ତୁମ୍ଭେ ଯାଅ, ଏବଂ ଲୋକମାନଙ୍କ ନିମନ୍ତେ ସେହିଭଳି କାମ କର।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center