Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ ସ୍ୱରରେ କୋରହ ପରିବାରର ଏହା ଏକ ପ୍ରେମର ଗୀତ।
45 ସୁନ୍ଦର ଭାବନାସବୁ ମୋର ମନକୁ ଭରିଦିଏ,
ଯେବେ ଏହିସବୁ ପଦଗୁଡ଼ିକ ରାଜାଙ୍କ ପାଇଁ କହେ।
ଏହି ଶବ୍ଦଗୁଡ଼ିକ ମୋ’ ଜିହ୍ୱାରେ ପ୍ରବାହୀତ ହୋଇଥାଏ,
ନିପୁଣ ଲେଖକର କଲମରୁ ଆସିଲା ପରି।
2 ତୁମ୍ଭେ ଅନ୍ୟମାନଙ୍କଠାରୁ ଅଧିକ ସୁନ୍ଦର ଅଟ,
ଏବଂ ତୁମ୍ଭେ ଏପରି ସୁଖଦାୟକ କଥା କୁହ,
ସେଥିପାଇଁ ପରମେଶ୍ୱର ତୁମ୍ଭକୁ ସର୍ବଦା ଆଶୀର୍ବାଦ କରିବେ।
6 ପରମେଶ୍ୱର, [a] ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ ବିରାଜମାନ କରିବେ।
ତୁମ୍ଭର ଉତ୍ତମତା ତୁମ୍ଭକୁ ଶାସନ କରିବାର କ୍ଷମତା ଦିଏ।
7 ତୁମ୍ଭେ ଧାର୍ମିକକୁ ଭଲ ପାଅ ଓ ଦୁଷ୍ଟକୁ ଘୃଣା କର।
ପରମେଶ୍ୱର ତୁମ୍ଭର ବନ୍ଧୁମାନଙ୍କ ମଧ୍ୟରୁ
ତୁମ୍ଭକୁ ରାଜା ହେବାକୁ ମନୋନୀତ କଲେ।
8 ତୁମ୍ଭର ପୋଷାକରୁ ଉତ୍ତମ ସୁଗନ୍ଧିଯୁକ୍ତ ଅଗୁରୁ ଡାଲ୍ଚିନି ମସଲାର ବାସନା ଭାସି ଆସୁଛି।
ଏହି ପ୍ରାସାଦ ହାତୀ ଦାନ୍ତରେ ସୁଶୋଭିତ ଓ ସେ ଭିତରୁ ଉତ୍ତମ ସଙ୍ଗୀତ ତୁମ୍ଭର ମନୋରଞ୍ଜନ ସକାଶେ ଗୁଞ୍ଜରିତ ହେଉଛି।
9 ତୁମ୍ଭ ବିବାହରେ ଯୋଗ ଦେଇଥିବା ସ୍ତ୍ରୀ ଲୋକମାନେ ରାଜକୁମାରୀ ଅଟନ୍ତି।
ରାଜକୁମାରୀମାନେ ତୁମ୍ଭର ବଧୂ, ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ
ଓ ପୋଷାକ ପିନ୍ଧି ଛିଡ଼ା ହୋଇଛନ୍ତି।
1 ଶଲୋମନଙ୍କର ପରମଗୀତର ଗୀତଗୁଡ଼ିକ।
ସ୍ତ୍ରୀ ପୁରୁଷକୁ ଭଲପାଏ
2 ମୋତେ ଚୁମ୍ବନ ଦିଅ।
ତୁମ୍ଭ ପାଟିରେ ମୋତେ ଚୁମ୍ବନ ଦିଅ।
ତୁମ୍ଭର ପ୍ରେମ ଦ୍ରାକ୍ଷାରସଠାରୁ ଉତ୍ତମ।
3 ତୁମ୍ଭ ସୁଗନ୍ଧି ତୈଳର ସୁବାସ ଉତ୍ତମ।
ତୁମ୍ଭ ନାମ ଢଳା ସୁଗନ୍ଧି ତୈଳ ସ୍ୱରୂପ।
ତେଣୁ କୁମାରୀଗଣ ତୁମ୍ଭକୁ ପ୍ରେମ କରନ୍ତି।
4 ମୋତେ ଏକା ତୁମ୍ଭ ପାଖକୁ ଟାଣିନିଅ।
ଆସ ଆମ୍ଭେ ଏକତ୍ରିତ ହୋଇ ଦୌଡ଼ିବା।
ରାଜା ଆପଣା ଅନ୍ତଃପୁରକୁ ମୋତେ ଆଣିଅଛନ୍ତି।
ପୁରୁଷମାନଙ୍କ ପାଇଁ ଯିରୁଶାଲମର ସ୍ତ୍ରୀମାନେ
ଆମ୍ଭେମାନେ ତୁମ୍ଭଠାରେ ଆନନ୍ଦିତ ହେବା ଓ ଉଲ୍ଲାସ କରିବା।
ଆମ୍ଭେମାନେ ଦ୍ରାକ୍ଷାରସ ଅପେକ୍ଷା ତୁମ୍ଭର ପ୍ରେମର ବିଷୟ ଅଧିକ କହିବୁ।
ଏହା ଯଥାର୍ଥ ଯେ, ଲୋକେ ତୁମ୍ଭକୁ ପ୍ରେମ କରନ୍ତି।
ସେ (ସ୍ତ୍ରୀ) ସ୍ତ୍ରୀଲୋକମାନଙ୍କୁ କହିଲେ
5 ଆଗୋ ଯିରୁଶାଲମର କନ୍ୟାଗଣ,
ମୁଁ କେଦାରର ତମ୍ବୁ ତୁଲ୍ୟ,
ଶଲୋମନଙ୍କର ଯବନିକା ତୁଲ୍ୟ କୃଷ୍ଣବର୍ଣ୍ଣ, ତଥାପି ସୁନ୍ଦରୀ।
6 ମୋତେ ଦେଖ ନାହିଁ
କାରଣ ସୂର୍ଯ୍ୟ ମୋତେ କଳା କରିଅଛି।
ମୋର ମାତାର ସନ୍ତାନଗଣ ମୋ’ ଉପରେ ରାଗିଥିଲେ।
ସେମାନେ ମୋତେ ଦ୍ରାକ୍ଷାକ୍ଷେତ୍ର ସମୂହର ରକ୍ଷକ କଲେ।
ମାତ୍ର ମୁଁ ମୋର ନିଜ ଦ୍ରାକ୍ଷାକ୍ଷେତ୍ରର ଯତ୍ନ ନେଇ ପାରିଲି ନାହିଁ।
ସେ (ସ୍ତ୍ରୀ) ତାହାଙ୍କୁ (ପୁ) କହେ
7 ହେ ମୋର ପ୍ରାଣର ପ୍ରିୟତମ,
ତୁମ୍ଭେ କେଉଁଠାରେ ଆପଣା ଗୋରୁଗାଈ ଚରାଉ ଅଛ?
ମଧ୍ୟାହ୍ନରେ କେଉଁଠାରେ ଶୟନ କରାଉ ଅଛ,
ତାହା ମୋତେ ଜଣାଅ।
ତୁମ୍ଭ ସାଙ୍ଗ ଗହଣରେ ମୁଁ କାହିଁକି ଜଣେ ଓଢ଼ଣା ଦେଉଥିବା ସ୍ତ୍ରୀଲୋକପରି ହେବି?
ସେ (ପୁ) ତାହାଙ୍କୁ (ସ୍ତ୍ରୀ) କହେ
8 ହେ ନାରୀ, ତୁମ୍ଭେ କେତେ ସୁନ୍ଦରୀ!
ନିଶ୍ଚୟ ତୁମ୍ଭେ ଜାଣ କ’ଣ କରିବାକୁ ହେବ।
ମେଷମାନଙ୍କୁ ଅନୁସରଣ କର
ଏବଂ ତୁମ ମେଷଗଣଙ୍କୁ ମେଷପାଳକ ତମ୍ବୁ ନିକଟରେ ଚରାଅ।
9 ଆଗୋ ମୋର ପ୍ରିୟେ ମୁଁ ଫାରୋର ରଥର ଅଶ୍ୱିନୀ ସଙ୍ଗେ
ତୁମ୍ଭର ଉପମା ଦେଇଅଛି।
10 ତୁମ୍ଭର ଗାଲରେ ଗଣ୍ଡ ଯୁଗଳ,
ତୁମ୍ଭ ଗଳା ଦେଶରେ ରତ୍ନହାରରେ ସୁଶୋଭିତ।
11 ମୁଁ ତୁମ୍ଭ ପାଇଁ ରୂପାଭୁଣ୍ଡି
ଲଗା ସୁବର୍ଣ୍ଣ ପ୍ରସ୍ତୁତ କରିବି।
ସେ (ସ୍ତ୍ରୀ) କହିଲେ
12 ରାଜା ଭୋଜନାସନରେ ଉପବିଷ୍ଟ ଥିବା ବେଳେ
ମୋ’ ଜଟାମାଂସୀର ସୁବାସ ବ୍ୟାପ୍ତ ହେଲା।
13 ମୋର ପ୍ରିୟତମ, ମୋ’ ବକ୍ଷସ୍ଥଳ ମଧ୍ୟରେ ଥିବା
ଗନ୍ଧରସ ବୃକ୍ଷର ଥୋପା ତୁଲ୍ୟ ମୋ’ ପ୍ରତି ଅଟନ୍ତି।
14 ମୋ’ ପ୍ରିୟତମ, ମୋ’ ପ୍ରତି ଐନଗଦିର
ଦ୍ରାକ୍ଷାକ୍ଷେତ୍ରସ୍ଥ ହେନା ପୁଷ୍ପ ଗୁଚ୍ଛ ତୁଲ୍ୟ ଅଟନ୍ତି।
ସେ (ପୁ) କହିଲେ
15 ଆଗୋ ମୋର ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ।
ଦେଖ, ତୁମ୍ଭେ ସୁନ୍ଦରୀ ଅଟ।
ତୁମ୍ଭର ଆଖି କପୋତ ପରି ଅଟେ।
ସେ (ସ୍ତ୍ରୀ) କହିଲେ
16 ଦେଖ, ହେ ମୋର ପ୍ରିୟତମା, ତୁମ୍ଭେ ସୁନ୍ଦରୀ ଅଟ,
ହଁ ତୁମ୍ଭେ ମନୋଲୋଭା
ଏବଂ ଆମ୍ଭମାନଙ୍କର ଶଯ୍ୟା ତାଜା ସବୁଜ ଘାସ ଅଟେ।
17 ଏରସ କାଠ ଆମ୍ଭମାନଙ୍କ ଗୃହର କଡ଼ି
ଓ ଦେବଦାରୁ କାଠ ଆମ୍ଭମାନଙ୍କର ବର୍ଗା।
1 ମୁଁ ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସେବକ ଯାକୁବ,
ସାରା ପୃଥିବୀରେ ବ୍ୟାପି ହୋଇ ରହିଥିବା ପ୍ରଭୁଙ୍କ ଲୋକମାନଙ୍କୁ ନମସ୍କାର ଜଣାଏ।
ବିଶ୍ୱାସ ଓ ଜ୍ଞାନ
2 ମୋ’ ଭାଇ ଓ ଭଉଣୀମାନେ, ତୁମ୍ଭେମାନେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବ। କିନ୍ତୁ ଏପରି ହେଲାବେଳେ ତୁମ୍ଭେମାନେ ଅଧିକ ଖୁସୀ ହେବା ଉଚିତ୍। 3 କାରଣ ତୁମ୍ଭେ ଜାଣିଛ ଯେ, ଏହି ଅସୁବିଧାଗୁଡ଼ିକ ତୁମ୍ଭର ବିଶ୍ୱାସକୁ ପରିକ୍ଷା କରେ, ଓ ଏଗୁଡ଼ିକ ତୁମ୍ଭର ଧୈର୍ଯ୍ୟ ଜନ୍ମାଏ। 4 ତୁମ୍ଭ କାମଗୁଡ଼ିକରେ ତୁମ୍ଭର ଧୈର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶିତ ହେବାକୁ ଦିଅ। ତେବେ ଯାଇ ତୁମ୍ଭେ ସିଦ୍ଧ ଓ ସମ୍ପୂର୍ଣ୍ଣ ହେବ। ତୁମ୍ଭର ପ୍ରତ୍ୟେକ ଆବଶ୍ୟକ ବିଷୟ ତୁମ୍ଭେ ପାଇବ।
5 କିନ୍ତୁ ତୁମ୍ଭ ଭିତରୁ ଯଦି କେହି ଜ୍ଞାନର ଆବଶ୍ୟକ କରେ, ତା’ହେଲେ ତୁମ୍ଭେ ଏହା ପରମେଶ୍ୱରଙ୍କୁ ମାଗିବା ଉଚିତ୍। ପରମେଶ୍ୱର ଅତ୍ୟନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦେବାରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ୱର ତୁମ୍ଭକୁ ଜ୍ଞାନ ଦେବେ। 6 କିନ୍ତୁ ତୁମ୍ଭେ ଯେତେବେଳେ ପରମେଶ୍ୱରଙ୍କୁ ମାଗିଥାଅ, ସେତେବେଳେ ତୁମ୍ଭକୁ ବିଶ୍ୱାସ କରିବାକୁ ପଡ଼ିବ। ପରମେଶ୍ୱରଙ୍କୁ ସନ୍ଦେହ କର ନାହିଁ। ସନ୍ଦେହୀ ଲୋକ ସମୁଦ୍ରର ଢେଉ ଭଳି। ପବନ ଢେଉକୁ ଉପରକୁ ଉଠାଏ ଓ ତଳକୁ ପକାଏ, ସନ୍ଦେହୀ ଲୋକ ସେହି ଢେଉ ଭଳି। 7-8 ସନ୍ଦେହୀ ଲୋକ ଏକାଥରକେ ଦୁଇଟି କଥା ଭାବେ। ତେଣୁ ସେ କରୁଥିବା କୌଣସି ବିଷୟରେ ନିଷ୍ପତ୍ତି ନେଇପାରେ ନାହିଁ। ସେଭଳି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ଆଶା କରିବା ଉଚିତ୍ ନୁହେଁ।
2010 by World Bible Translation Center