Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 11

ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାଉଦଙ୍କର ଲିଖିତ ଗୀତ।

11 ମୁଁ ସର୍ବଦା ସଦାପ୍ରଭୁଙ୍କ ଆଶ୍ରୟ ନିଏ।
    ତେଣୁ କାହିଁକି ମୋତେ ଲୁଚିବାକୁ କହୁଅଛ, “ପକ୍ଷୀ ପରି ଆପଣା ପର୍ବତକୁ ଉଡ଼ିଯାଅ?”

ଦୁଷ୍ଟ ଲୋକମାନେ ଶିକାରୀ ଅଟନ୍ତି।
ସେମାନେ ଅନ୍ଧାରରେ ଲୁଚି ରହନ୍ତି।
    ସେମାନେ ଧନୁରେ ଗୁଣ ଚଢ଼ାନ୍ତି।
    ସେମାନେ ତୀର ଦ୍ୱାରା ଲକ୍ଷ୍ୟ ସ୍ଥିର କରନ୍ତି ଏବଂ ସେମାନେ ସିଧା ସାଧୁ ଓ ଉତ୍ତମ ବ୍ୟକ୍ତିର ହୃଦୟକୁ ଶରବିଦ୍ଧ କରନ୍ତି।
ଯଦି ସେମାନେ ସବୁ ଉତ୍ତମ କାର୍ଯ୍ୟକୁ ନଷ୍ଟ କରନ୍ତି।
    ତେବେ କ’ଣ ଘଟିବ? ତା’ପରେ ସବୁ ଧର୍ମାତ୍ମାମାନେ କ’ଣ କରି ପାରିବେ?

ସଦାପ୍ରଭୁ ତାହଙ୍କର ପବିତ୍ର ମନ୍ଦିରରେ ବାସ କରନ୍ତି।
    ସଦାପ୍ରଭୁଙ୍କ ସିଂହାସନ ସ୍ୱର୍ଗରେ,
ସେ ସେହିଠାରୁ ଯାହାସବୁ ଘଟୁଛି ସମସ୍ତ ବିଷୟ ଦେଖନ୍ତି।
    ସଦାପ୍ରଭୁ ମନୁଷ୍ୟକୁ ଯତ୍ନ ସହକାରେ ଅତି ନିକଟରୁ ଭଲ କି ମନ୍ଦ ତାହା ବିଗ୍ଭର କରନ୍ତି।
ସଦାପ୍ରଭୁ ସବୁବେଳେ ଧାର୍ମିକମାନଙ୍କୁ ପରୀକ୍ଷା କରନ୍ତି।
    କିନ୍ତୁ ସେ ନିଷ୍ଠୁର ତଥା ଖରାପ ଲୋକମାନଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି।
ସେ ଉତ୍ତପ୍ତ ଅଙ୍ଗାର ଓ ଜଳନ୍ତା ଗନ୍ଧକର ବର୍ଷା ଦୁଷ୍ଟମାନଙ୍କ ଉପରେ ବର୍ଷାନ୍ତି।
    ସେହି ଦୁଷ୍ଟ ଲୋକମାନେ ଶେଷରେ କିଛି ପାଇବେ ନାହିଁ, କିନ୍ତୁ ଉତ୍ତପ୍ତ ଓ ଜ୍ୱଳନ୍ତ ଝାଞ୍ଜି ପବନ ଅନୁଭବ କରିବେ।
କିନ୍ତୁ ସଦାପ୍ରଭୁ ସବୁବେଳେ ଧର୍ମର ପଥ ଅନୁସରଣ କରନ୍ତି ଏବଂ ଯେଉଁମାନେ ଧର୍ମର ପଥରେ ଗ୍ଭଲନ୍ତି ଓ ପ୍ରେମ କରନ୍ତି,
    ସେହିମାନେ ହିଁ ତାଙ୍କର ମୁଖ ଦର୍ଶନ କରି ପାରିବେ।

ରାଜାବଳୀର ପ୍ରଥମ ପୁସ୍ତକ 5:13-18

13 ରାଜା ଶଲୋମନ ବେଠିକର୍ମ ପାଇଁ 30,000 ଲୋକଙ୍କୁ ବାଧ୍ୟ କଲେ। 14 ରାଜା ଶଲୋମନ ଆଦୋନୀରା‌ମ୍‌କୁ ଶ୍ରମିକମାନଙ୍କ ଅଧ୍ୟକ୍ଷ ରୂପେ ନିଯୁକ୍ତ କଲେ। ରାଜା ସସସ୍ତ ଲୋକମାନଙ୍କୁ ତିନି ଭାଗରେ ବିଭକ୍ତ କଲେ। ପ୍ରତି ଦଳରେ 10,000 ଲୋକ ରହିଲେ। ଏହି ଲୋକମାନେ ମାସେ ଲେଖାଏଁ ଲିବାନୋ‌ନ୍‌ରେ ଓ ଦୁଇମାସ ଲେଖାଏଁ ଘରେ ରହିଲେ। 15 ପଥର କାଟିବାରେ 80,000 ଲୋକ ନିଯୁକ୍ତି ହେଲେ ଓ 70,000 ଲୋକ ପଥର ବୋହିବାରେ ନିଯୁକ୍ତି ହେଲେ। 16 ଏହା ଛଡ଼ା କର୍ମକାରୀ ଲୋକମାନଙ୍କ ଉପରେ 3300 ଲୋକ ପ୍ରଧାନ କାର୍ଯ୍ୟଧ୍ୟକ୍ଷ ନିଯୁକ୍ତି ହେଲେ। 17 ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ରାଜା ଶଲୋମନ ଏକ ବଡ଼ ପଥର କାଟିବା ପାଇଁ ସେମାନଙ୍କୁ ଆଦେଶ ଦେଲେ। 18 ଶଲୋମନଙ୍କର ଓ ହୀରମଙ୍କର ରାଜମିସ୍ତ୍ରୀମାନେ ଓ ବାବିଲୀୟ ଲୋକମାନେ ପଥର ଗୁଡ଼ିକୁ ଖୋଦନ କଲେ। ଏହିରୂପେ ସେମାନେ ମନ୍ଦିର ନିର୍ମାଣ ନିମନ୍ତେ କାଠ ଓ ପ୍ରସ୍ତର ପ୍ରସ୍ତୁତ କଲେ।

ଏଫିସୀୟଙ୍କ ପ୍ରତି ପତ୍ର 5:21-6:9

ପତି ଓ ପତ୍ନୀ

21 ପରସ୍ପର ପ୍ରତି ବାଧ୍ୟ ହେବା ପାଇଁ ଇଚ୍ଛୁକ ହୁଅ। ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ସମ୍ମାନ କରୁଥିବାରୁ ଏହା କର।

22 ହେ ପତ୍ନୀମାନେ! ତୁମ୍ଭେମାନେ ଯେପରି ପ୍ରଭୁଙ୍କ ପ୍ରତି ବଶୀଭୂତା ହୋଇଛ, ସେହିପରି ନିଜ ସ୍ୱାମୀମାନଙ୍କର ବଶୀଭୂତା ହୁଅ। 23 ଖ୍ରୀଷ୍ଟ ଯେପରି ମଣ୍ଡଳୀର [a] ମସ୍ତକ, ସ୍ୱାମୀ ସେହିପରି ସ୍ତ୍ରୀର ମସ୍ତକ। ଖ୍ରୀଷ୍ଟିୟ ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର ଓ ସେହି ଶରୀରର ଉଦ୍ଧାରକର୍ତ୍ତା ହେଉଛନ୍ତି ଖ୍ରୀଷ୍ଟ। 24 ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତ ଅଟେ, ସେହିପରି ହେ ପତ୍ନୀମାନେ, ତୁମ୍ଭେମାନେ ପ୍ରତ୍ୟେକ କଥାରେ ନିଜ ପତିଙ୍କର ବଶୀଭୂତା ହେବା ଉଚିତ୍।

25 ହେ ପତିଗଣ! ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କରି ତା’ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି ନିଜ ନିଜର ପତ୍ନୀମାନଙ୍କୁ ପ୍ରେମ କର। 26 ମଣ୍ଡଳୀକୁ ପବିତ୍ର କରିବା ଲାଗି ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ବରଣ କରିଥିଲେ। ଯେପରି ସୁସାମାଗ୍ଭରର ବାକ୍ୟ ଓ ଜଳ ଦ୍ୱାରା ଧୌତ କରି ସଫା କରିବା ପରେ ସେ ପରମେଶ୍ୱରଙ୍କ କାର୍ଯ୍ୟ ମାଧ୍ୟମରେ ସେ ମଣ୍ଡଳୀକୁ ଶୁଚି ପବିତ୍ର କରି ପାରନ୍ତି। 27 ଯେପରି ସମ୍ପୂର୍ଣ୍ଣ ମହିମା (ସୌନ୍ଦର୍ଯ୍ୟ)ର ସହିତ ମଣ୍ଡଳୀକୁ ନିଜଠାରେ ତାହାଙ୍କ କନ୍ୟା ରୂପେ ଉପସ୍ଥାପିତ କରାଇପାରନ୍ତି, ଏଥିନିମନ୍ତେ ଖ୍ରୀଷ୍ଟ ମୃତ୍ୟୁ ଭୋଗ କଲେ। ମଣ୍ଡଳୀ ମଧ୍ୟରେ ଯେପରି କୌଣସି ମନ୍ଦ କର୍ମ, ପାପ କି ଭୁଲ୍ କାର୍ଯ୍ୟ ଦେଖା ନ ଯାଏ, ମାତ୍ର ତହା ପବିତ୍ର, ନିଖୁଣ ଓ ନିନ୍ଦାଶୂନ୍ୟ ହୋଇପାରେ, ଏଥିପାଇଁ ସେ ଆପଣାର ପ୍ରାଣ ଦେଲେ।

28 ଠିକ୍ ସେହିଭଳି ପତିମାନେ ନିଜ-ନିଜ ପତ୍ନୀଙ୍କୁ ପ୍ରେମ କରିବା କଥା। ନିଜ ଶରୀରକୁ ପ୍ରେମ କରିଲା ଭଳି ପ୍ରେମ କରିବା କଥା। ଯେଉଁ ଲୋକ ନିଜ ପତ୍ନୀକୁ ପ୍ରେମ କରେ, ସେ ନିଜ ଶରୀରକୁ ପ୍ରେମ କରେ। 29 କୌଣସି ଲୋକ ନିଜ ଶରୀରକୁ କେବେ ହେଲେ ଘୃଣା କରେ ନାହିଁ। ପ୍ରତ୍ୟେକ ଲୋକ ନିଜର ଶରୀର ପାଇଁ ଖାଦ୍ୟ ଖାଏ ଓ ଶରୀରର ଯତ୍ନ ନିଏ। ଠିକ୍ ଏହି କଥା ଖ୍ରୀଷ୍ଟ ମଣ୍ଡଳୀ ପାଇଁ ମଧ୍ୟ କରନ୍ତି। 30 କାରଣ ଆମ୍ଭେ ହେଉଛୁ ତାହାଙ୍କ ଶରୀରର ଅଂଶ। 31 ଶାସ୍ତ୍ର କୁହେ: “ଅତଏବ ଜଣେ ମନୁଷ୍ୟ ନିଜ ପିତା ଓ ମାତାକୁ ଛାଡ଼ି ତା ପତ୍ନୀ ସହିତ ସଂଲଗ୍ନ ହୁଏ। ଓ ସେ ଦୁଇଜଣ ଏକ ହୋଇ ଯାଆନ୍ତି।” [b] 32 ଏହି ସତ୍ୟଟି ଅତି ମହତ୍ତ୍ୱପୂର୍ଣ୍ଣ। ଖ୍ରୀଷ୍ଟ ଓ ମଣ୍ଡଳୀ ବିଷୟରେ ମୁଁ ଏହା କହୁଅଛି। 33 ଯାହା ହେଉନା କାହିଁକି, ତୁମ୍ଭ ଭିତରୁ ପ୍ରତ୍ୟେକ ଜଣ ନିଜକୁ ଭଲ ପାଇଲା ଭଳି ନିଜ ପତ୍ନୀକୁ ଭଲ ପାଇବା ଉଚିତ୍ ଓ ପ୍ରତ୍ୟେକ ପତ୍ନୀ ନିଜର ପତିକୁ ସମ୍ମାନ କରିବା ଉଚିତ୍।

ସନ୍ତାନ ଓ ପିତାମାତା

ହେ ସନ୍ତାନଗଣ! ପ୍ରଭୁଙ୍କ ଇଚ୍ଛାନୁସାରେ ପିତା-ମାତାଙ୍କ କଥାର ବାଧ୍ୟ ହୁଅ। କାରଣ ଏହି ପ୍ରକାର କରିବା ତୁମ୍ଭମାନଙ୍କର ଉଚିତ୍। କାରଣ ଦଶ ଆଜ୍ଞା ମଧ୍ୟରୁ ଗୋଟିଏ ଆଜ୍ଞା ହେଉଛି, “ତୁମ୍ଭେ ଆପଣା ପିତାମାତାଙ୍କୁ ସମ୍ମାନ କର।’ [c] ଏହି ଆଜ୍ଞାଟି ସହିତ ଏକ ପ୍ରତିଜ୍ଞା ମଧ୍ୟ ସଂଯୁକ୍ତ। ପ୍ରତିଜ୍ଞାଟି ଏହି: “ଏହା କଲେ ତୁମ୍ଭେ ପୃଥିବୀରେ ଦୀର୍ଘ ଜୀବନ ପାଇବ ଓ ବହୁ ମଙ୍ଗଳ ଦାନ ଲାଭ କରିବ।’ [d]

ହେ ପିତାମାନେ! ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ରଗାଅ ନାହିଁ। କିନ୍ତୁ ପ୍ରଭୁଙ୍କ ବିଷୟକ ଉପଦେଶ ଓ ଶିକ୍ଷା ଦେଇ ସେମାନଙ୍କୁ ପ୍ରତିପାଳନ କର।

ଦାସ ଓ ମାଲିକ

ହେ ଦାସମାନେ! ପୃଥିବୀରେ ତୁମ୍ଭ ମାଲିକମାନଙ୍କର ଆଜ୍ଞା, ଭୟ ଓ ସମ୍ମାନ ସହିତ, ନିଷ୍ଠାପୂର୍ଣ୍ଣ ହୃଦୟରେ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କଲା ଭଳି ତୁମ୍ଭେ ଏହା କର। ମାଲିକ ଉପସ୍ଥିତ ଥିଲାବେଳେ ତୁମ୍ଭେ ସେମାନଙ୍କୁ ଖୁସୀ କରିବା ପାଇଁ କେବଳ ଆଜ୍ଞା ପାଳନ କଲେ ହେବ ନାହିଁ, ମାତ୍ର ତାହାଠାରୁ ଆହୁରି ଅଧିକ କାର୍ଯ୍ୟ ବିଶ୍ୱସ୍ତ ଭାବରେ ସବୁ ସମୟରେ କରିବାକୁ ହେବ। ତୁମ୍ଭେ ଯେପରି ଖ୍ରୀଷ୍ଟଙ୍କର ବାଧ୍ୟ ହୋଇଛ, ଠିକ୍ ସେହିପରି ନିଜ ମାଲିକମାନଙ୍କର ମଧ୍ୟ ବାଧ୍ୟ ହେବ। ସମ୍ପୂର୍ଣ୍ଣ ହୃଦୟର ସହିତ ଯାହା ପରମେଶ୍ୱର ଗ୍ଭହାନ୍ତି, ତୁମ୍ଭେ ତାହା କରିବ। ତୁମ୍ଭର ସମସ୍ତ କର୍ତ୍ତବ୍ୟକୁ ଖୁସୀ ମନରେ କର ଓ ଏପରି ଭାବରେ କାର୍ଯ୍ୟ କର ଯେପରି ତୁମ୍ଭେମାନେ କେବଳ ମଣିଷମାନଙ୍କର ନୁହେଁ ବରଂ ପ୍ରଭୁଙ୍କ ସେବା ମଧ୍ୟ କରୁଛ। ମନେରଖ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମସ୍ତ ଉତ୍ତମ କାର୍ଯ୍ୟ କରିଥିବା ହେତୁ ପରମେଶ୍ୱର ପୁରସ୍କାର ଦେବେ। ଦାସ ହେଉ କି ସ୍ୱାଧୀନ ହେଉ, ପ୍ରତ୍ୟେକ ବ୍ୟକ୍ତି ନିଜର ଉତ୍ତମ କାର୍ଯ୍ୟ ନିମନ୍ତେ ପୁରସ୍କୃତ ହେବ।

ହେ ମାଲିକଗଣ! ଠିକ୍ ସେହିଭଳି ତୁମ୍ଭର ଦାସମାନଙ୍କୁ ଉତ୍ତମ ବ୍ୟବହାର କର। ତାହାଙ୍କୁ ଧମକ ଦେଇ ଭୟଭୀତ କଲା ଭଳି କଥା କୁହ ନାହିଁ। ତୁମ୍ଭେ ଜାଣ ଯେ, ତୁମ୍ଭର ଓ ତାହାଙ୍କର ସେହି ସମାନ ମାଳିକ ଯେ କି ସ୍ୱର୍ଗରେ ଅଛନ୍ତି। ସେହି ମାଲିକ (ପରମେଶ୍ୱର) କୌଣସି ପକ୍ଷପାତ ବିଗ୍ଭର କରନ୍ତି ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center