Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ପ୍ରଥମ ପୁସ୍ତକ 2:10-12

10 ତା’ପରେ ଦାଉଦଙ୍କର ମୃତ୍ୟୁ ହେଲା ଓ ସେ ଦାଉଦ ନଗରରେ କବରପ୍ରାପ୍ତ ହେଲେ। 11 ଦାଉଦ ଇସ୍ରାଏଲରେ ଗ୍ଭଳିଶ୍ ବର୍ଷ ରାଜତ୍ୱ କରିଥିଲେ। ସେ ହିବ୍ରୋଣରେ ସାତ ବର୍ଷ ଓ ଯିରୁଶାଲମରେ ତେତିଶ ବର୍ଷ ରାଜତ୍ୱ କରିଥିଲେ।

ଶଲୋମନ ତାଙ୍କର ରାଜ୍ୟକୁ ନିୟନ୍ତ୍ରଣରେ ନେଲେ

12 ଶଲୋମନ ନିଜ ପିତା ଦାଉଦଙ୍କର ସିଂହାସନରେ ଉପବିଷ୍ଟ ହୋଇ ଇସ୍ରାଏଲ ଉପରେ ରାଜତ୍ୱ କଲେ। ଓ ତାଙ୍କର ରାଜ୍ୟ ଅତିଶୟ ଦୃଢ଼ ହେଲା।

ରାଜାବଳୀର ପ୍ରଥମ ପୁସ୍ତକ 3:3-14

ଶଲୋମନ ନିଜ ପିତା ଦାଉଦଙ୍କ ବିଧି ଅନୁସାରେ ଆଚରଣ କରି ସଦାପ୍ରଭୁଙ୍କ ପ୍ରତି ପ୍ରେମ ପ୍ରକାଶ କଲେ। କେବଳ ସେ ପଶୁବଳି ଉତ୍ସର୍ଗ କଲେ ଓ ଉଚ୍ଚ ସ୍ଥାନରେ ଧୂପ ଜଳାଇଲେ।

ଶଲୋମନ ବଳିଦାନ ନିମନ୍ତେ ଗିବିୟୋନକୁ ଗଲେ, କାରଣ ତାହା ବଡ଼ ଉଚ୍ଚସ୍ଥଳୀ ଥିଲା। ସେ ସେହି ଯଜ୍ଞବେଦି ଉପରେ ଏକ ସହସ୍ର ହୋମବଳି ଉତ୍ସର୍ଗ କଲେ। ଶଲୋମନ ଗିବିୟୋନରେ ଥିଲା ବେଳେ, ସଦାପ୍ରଭୁ ରାତ୍ରିରେ ସ୍ୱପ୍ନରେ ତାଙ୍କୁ ଦର୍ଶନ ଦେଲେ। ପରମେଶ୍ୱର ସ୍ୱପ୍ନରେ କହିଲେ, “ତୁମ୍ଭେ ଯାହା ଇଚ୍ଛା କରୁଛ ମାଗ, ଆମ୍ଭେ ତାହା ଦେବା।”

ଶଲୋମନ ଉତ୍ତର କଲେ, “ତୁମ୍ଭେ ମୋର ପିତା ତୁମ୍ଭର ଦାସ ଦାଉଦଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲ। ସେ ଧାର୍ମିକତା ଓ ନ୍ୟାୟ ପଥରେ ଯାଇ ତୁମ୍ଭକୁ ଅନୁସରଣ କରୁଥିବାରୁ ତୁମ୍ଭେ ତାଙ୍କୁ ମହାଦୟା କରିଥିଲ। ଆଉ ମଧ୍ୟ ତୁମ୍ଭେ ତାହାପାଇଁ ଏହି ମହାଦୟା ରଖିଅଛ ଯେ ଆଜିର ନ୍ୟାୟରେ ତାଙ୍କର ପୁତ୍ରକୁ ସିଂହାସନରେ ବସାଇଛ। ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭେ ମୋର ପିତା ଦାଉଦଙ୍କ ପଦରେ ଏହି ଦାସକୁ ରାଜା କରିଅଛ। କିନ୍ତୁ ମୁଁ ମାତ୍ର ଏକ ବାଳକ ଅଟେ। ମୁଁ ଲୋକମାନଙ୍କୁ ବାଟ ଦେଖାଇବା ପାଇଁ ଅନଭିଜ୍ଞ। ମୁଁ ତୁମ୍ଭର ଦାସ ତୁମ୍ଭର ମନୋନୀତ ଲୋକମାନଙ୍କ ମଧ୍ୟରେ ଅଛି। ସେମାନଙ୍କର ସଂଖ୍ୟା ଅଗଣନୀୟ। ତେଣୁ ଜଣେ ଶାସକ ନିଶ୍ଚୟ ବହୁତ ନିଷ୍ପତ୍ତି କରିବ। ତେଣୁ ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି, ଠିକ୍ ଓ ଭୁଲ୍ ବାଛିବା ପାଇଁ ତୁମ୍ଭେ ମୋତେ ଜ୍ଞାନ ଦିଅ ଓ ବୁଦ୍ଧି ଦିଅ। ମୋତେ ଜ୍ଞାନ ଦିଅ ଯେପରି ମୁଁ ଲୋକମାନଙ୍କୁ ନ୍ୟାୟ ସହିତ ଶାସନ ଓ ବିଗ୍ଭର କରିପାରେ। କାରଣ ଏହା ବିନା ଏହି ମହା ଗୋଷ୍ଠୀର କିଏ ନ୍ୟାୟ କରି ପାରିବ?”

10 ଶଲୋମନଙ୍କ ଏହି ବିଷୟ ମାଗିବାରେ ସଦାପ୍ରଭୁ ତାଙ୍କ ପ୍ରତି ସନ୍ତୁଷ୍ଟ ହେଲେ। 11 ପରମେଶ୍ୱର ତାଙ୍କୁ କହିଲେ, “ତୁମ୍ଭେ ନିଜ ପାଇଁ ଦୀର୍ଘ ପରମାୟୁ ମାଗି ନାହଁ କି ନିଜ ପାଇଁ ବିପୁଳ ଐଶ୍ୱର୍ଯ୍ୟ ମାଗି ନାହଁ, କି ନିଜର ଶତ୍ରୁମାନଙ୍କର ମୃତ୍ୟୁ ମାଗି ନାହଁ, ମାତ୍ର ଲୋକମାନଙ୍କର ନ୍ୟାୟ ଶାସନ କରିବା ପାଇଁ ଜ୍ଞାନ ମାଗିଅଛ। 12 ତେଣୁ ତୁମ୍ଭେ ଯାହା ମାଗିଲ ଆମ୍ଭେ ତାହା ଦେବାକୁ ଯାଉଅଛୁ। ଆମ୍ଭେ ତୁମ୍ଭକୁ ଜ୍ଞାନି ଓ ବୁଦ୍ଧିମାନ କରାଇବା। ଆମ୍ଭେ ତୁମ୍ଭକୁ ଏପରି ମହତ୍ ଜ୍ଞାନ ଦେବା ଯେ, ଅତୀତରେ ତୁମ୍ଭ ସମାନ କେହି ନ ଥିଲେ କି ଭବିଷ୍ୟତରେ କେହି ହେବେ ନାହିଁ। 13 ଏହା ବ୍ୟତୀତ ତୁମ୍ଭେ ମାଗି ନ ଥିବା ଜିନିଷ ଆମ୍ଭେ ତୁମ୍ଭକୁ ଦେବା। ଆମ୍ଭେ ତୁମ୍ଭକୁ ପ୍ରଚୁର ସମ୍ପତ୍ତି ଓ ସମ୍ମାନ ଦେବା ଯେ ତୁମ୍ଭ ଜୀବନ କାଳରେ ପୃଥିବୀରେ କେହି ତୁମ୍ଭ ସମାନ ହେବେ ନାହିଁ। 14 ତୁମ୍ଭ ପିତା ଦାଉଦଙ୍କ ପରି ତୁମ୍ଭେ ଯଦି ଆମ୍ଭର ବ୍ୟବସ୍ଥା ଓ ଆଜ୍ଞା ପାଳନ କରିବ ଓ ଆମ୍ଭକୁ ଅନୁସରଣ କରିବ, ତେବେ ଆମ୍ଭେ ତୁମ୍ଭକୁ ଦୀର୍ଘଜିବୀ କରିବା।”

ଗୀତସଂହିତା 111

111 ସଦାପ୍ରଭୁଙ୍କର ପ୍ରଶଂସା କର।

ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ
    ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି।
ସଦାପ୍ରଭୁ ଆଶ୍ଚର୍ଯ୍ୟ କର୍ମମାନ କରନ୍ତି।
    ଯେଉଁମାନେ ତାଙ୍କୁ ଗ୍ଭହାନ୍ତି ସେମାନେ ସମସ୍ତେ ଆଗ୍ରହରେ ଅପେକ୍ଷା କରନ୍ତି।
ପରମେଶ୍ୱର ବାସ୍ତବରେ ଗୌରବପୂର୍ଣ୍ଣ ଓ ଆଶ୍ଚର୍ଯ୍ୟଜନକ କାର୍ଯ୍ୟମାନ କରନ୍ତି
    ଓ ତାଙ୍କର ଉତ୍ତମତା ଅନନ୍ତକାଳସ୍ଥାୟୀ।
ସେ ଆପଣାର ଆଶ୍ଚର୍ଯ୍ୟ କର୍ମମାନ ସବୁ ସ୍ମରଣ କରାଇଛନ୍ତି।
    ସଦାପ୍ରଭୁ ହେଉଛନ୍ତି ଦୟାଳୁ ଓ କରୁଣାମୟ।
ଯେଉଁମାନେ ତାଙ୍କୁ ଭୟ କରନ୍ତି ଏବଂ ସମ୍ମାନ ଦିଅନ୍ତି ସେ ସେମାନଙ୍କୁ ଖାଦ୍ୟ ଦିଅନ୍ତି।
    ସେ ସଦାକାଳ ଆପଣା ଚୁକ୍ତି ସ୍ମରଣ କରନ୍ତି।
ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ଅଧିକାର ଦେଇ
    ତାଙ୍କର ଶକ୍ତିର ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇଥିଲେ।
ତାହାଙ୍କ ଦ୍ୱାରା ହୋଇଥିବା ଆଜ୍ଞାସବୁ ସତ୍ୟ
    ଓ ତାଙ୍କର ନିୟମସବୁ ବିଶ୍ୱାସ ଯୋଗ୍ୟ।
ପରମେଶ୍ୱରଙ୍କର ନିର୍ଦ୍ଦେଶ ଅନନ୍ତ କାଳସ୍ଥାୟୀ।
    ତାଙ୍କର ଆଜ୍ଞା ବିଶ୍ୱସ୍ତତା ଓ ସରଳତାରେ ସାଧିତ କରାଯାଏ।
ପରମେଶ୍ୱର ତାଙ୍କର ଲୋକମାନଙ୍କୁ ରକ୍ଷା କଲେ।
    ସେ ଗୋଟିଏ ଚୁକ୍ତି କଲେ ଏବଂ ଏହା ଅନନ୍ତକାଳସ୍ଥାୟୀ ହୋଇ ରହିଲା।
    ତାଙ୍କର ନାମ ପବିତ୍ର ଏବଂ ଭୟଙ୍କର।
10 ଜ୍ଞାନ ପରମେଶ୍ୱରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ।
    ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସେମାନେ ଜ୍ଞାନୀ ଅଟନ୍ତି।
    ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାଯିବ।

ଏଫିସୀୟଙ୍କ ପ୍ରତି ପତ୍ର 5:15-20

15 ଅତଏବ କିପରି ଜୀବନ କାଟୁଅଛ, ଏବିଷୟରେ ବିଶେଷ ସାବଧାନ ରୁହ। ନିର୍ବୋଧ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ମାତ୍ର ଜ୍ଞାନୀ ଲୋକଙ୍କ ପରି ଜୀବନଯାପନ କର। 16 ଏହା ଅତ୍ୟନ୍ତ ମନ୍ଦ ସମୟ ହୋଇ ଥିବାରୁ, ଭଲ କାମ କରିବା ପାଇଁ ମିଳୁଥିବା କୌଣସି ସୁଯୋଗକୁ ଛାଡ଼ ନାହିଁ। 17 ଅତଏବ ମୂର୍ଖପରି ଜୀବନ ନ କାଟି ପରମେଶ୍ୱର ତୁମ୍ଭଠାରୁ କ’ଣ ଗ୍ଭହାନ୍ତି, ଏହା ଜାଣିବାକୁ ଚେଷ୍ଟା କର। 18 ମଦ ପିଇ ମାତାଲ ହୁଅ ନାହିଁ। କାରଣ ତାହା ଆତ୍ମିକ ଭାବେ ତୁମ୍ଭର ସମ୍ପୂର୍ଣ୍ଣ ବିନାଶ ଘଟାଇବ ବରଂ ଆତ୍ମାରେ ପରିପୂର୍ଣ୍ଣ ହୁଅ। 19 ସ୍ତୁତି, ଭଜନ, ଆଧ୍ୟାତ୍ମିକ ଗୀତ ସହିତ ପରସ୍ପରକୁ ଉତ୍ସାହ କର। ପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁମ୍ଭେମାନେ ଆପଣାର ସମ୍ପୂର୍ଣ୍ଣ ହୃଦୟ ସହିତ ସଙ୍ଗୀତ ସୃଷ୍ଟି କରି ଗୀତ ଗାଉ ଥାଅ। 20 ପ୍ରତ୍ୟେକ କଥା ପାଇଁ ପରମପିତା ପରମେଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦିଅ, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପରମେଶ୍ୱରଙ୍କୁ ଧନ୍ୟବାଦ ଅର୍ପଣ କର।

ଯୋହନ ଲିଖିତ ସୁସମାଗ୍ଭର 6:51-58

51 ମୁଁ ସ୍ୱର୍ଗରୁ ଓହ୍ଲାଇଥିବା ଜୀବନ୍ତ ଖାଦ୍ୟ। ଯଦି କୌଣସି ଲୋକ ଏହି ଖାଦ୍ୟ ଖାଏ, ତେବେ ସେ ଚିରଦିନ ପାଇଁ ବଞ୍ଚି ରହିବ। ଏହି ଖାଦ୍ୟ ହେଉଛି ମୋର ଶରୀର। ମୁଁ ମୋର ଶରୀର ଦେଇଦେବି, ତଦ୍ଦ୍ୱାରା ଜଗତର ଲୋକମାନେ ଜୀବନ ପାଇ ପାରିବେ।”

52 ତା’ପରେ ଯିହୂଦୀମାନେ ପରସ୍ପର ଭିତରେ ଯୁକ୍ତିତର୍କ କରିବାକୁ ଲାଗିଲେ। ସେମାନେ କହିଲେ, “ଏ ଲୋକ କିପରି ଆମ୍ଭମାନଙ୍କୁ ତା’ର ଶରୀର ଖାଇବା ପାଇଁ ଦେଇ ପାରିବ?”

53 ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେ ନିଶ୍ଚୟ ମନୁଷ୍ୟପୁତ୍ରଙ୍କ ମାଂସ ଖାଇବ। ତୁମ୍ଭେ ନିଶ୍ଚୟ ତାହାଙ୍କ ରକ୍ତ ପିଇବ। ଯଦି ତୁମ୍ଭେ ଏହା ନ କରିବ, ତେବେ ତୁମ୍ଭ ଭିତରେ ପ୍ରକୃତ ଜୀବନ ନାହିଁ। 54 ଯେଉଁ ବ୍ୟକ୍ତି ମୋ’ ମାଂସ ଖାଏ ଓ ମୋ’ ରକ୍ତ ପିଏ, ସେ ଅନନ୍ତ ଜୀବନ ପାଏ। ମୁଁ ସେହି ଲୋକକୁ ଶେଷ ଦିନରେ ମୃତ୍ୟୁରୁ ଉଠେଇବି। 55 ମୋର ମାଂସ ପ୍ରକୃତ ଆହାର। ମୋର ରକ୍ତ ପ୍ରକୃତ ପାନୀୟ। 56 ଯଦି କୌଣସି ବ୍ୟକ୍ତି ମୋ’ ମାଂସ ଖାଏ ଓ ମୋର ରକ୍ତ ପିଏ, ତେବେ ସେହି ବ୍ୟକ୍ତି ମୋ’ ଭିତରେ ରହେ ଓ ମୁଁ ତା’ ଭିତରେ ରୁହେ।

57 “ପରମପିତା ମୋତେ ପଠାଇଛନ୍ତି। ପରମପିତା ଜୀବନ୍ତ ଓ ତାହାଙ୍କ ହେତୁ ମୁଁ ଜୀବିତ। ତେଣୁ ଯେଉଁ ଲୋକ ମୋତେ ଭୋଜନ କରେ, ସେ ମୋ’ ହେତୁ ଜୀବିତ ରହିବ। 58 ମୁଁ ସେହି ଖାଦ୍ୟ ଭଳି ନୁହେଁ, ଯାହାକୁ ଆମ୍ଭ ପିତୃପୁରୁଷମାନେ ମରୁଭୂମିରେ ଖାଇଥିଲେ। ସେମାନେ ସେ ଖାଦ୍ୟ ଖାଇଲେ, କିନ୍ତୁ ଅନ୍ୟମାନଙ୍କ ପରି ସେମାନେ ମୃତ୍ୟୁବରଣ କଲେ। ମୁଁ ସ୍ୱର୍ଗରୁ ଆସିଥିବା ଖାଦ୍ୟ। ଏହି ଖାଦ୍ୟ ଯେଉଁ ଲୋକ ଖାଏ ସେ ଅନନ୍ତକାଳ ପାଇଁ ଜୀବିତ ରହେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center