Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 111

111 ସଦାପ୍ରଭୁଙ୍କର ପ୍ରଶଂସା କର।

ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ
    ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି।
ସଦାପ୍ରଭୁ ଆଶ୍ଚର୍ଯ୍ୟ କର୍ମମାନ କରନ୍ତି।
    ଯେଉଁମାନେ ତାଙ୍କୁ ଗ୍ଭହାନ୍ତି ସେମାନେ ସମସ୍ତେ ଆଗ୍ରହରେ ଅପେକ୍ଷା କରନ୍ତି।
ପରମେଶ୍ୱର ବାସ୍ତବରେ ଗୌରବପୂର୍ଣ୍ଣ ଓ ଆଶ୍ଚର୍ଯ୍ୟଜନକ କାର୍ଯ୍ୟମାନ କରନ୍ତି
    ଓ ତାଙ୍କର ଉତ୍ତମତା ଅନନ୍ତକାଳସ୍ଥାୟୀ।
ସେ ଆପଣାର ଆଶ୍ଚର୍ଯ୍ୟ କର୍ମମାନ ସବୁ ସ୍ମରଣ କରାଇଛନ୍ତି।
    ସଦାପ୍ରଭୁ ହେଉଛନ୍ତି ଦୟାଳୁ ଓ କରୁଣାମୟ।
ଯେଉଁମାନେ ତାଙ୍କୁ ଭୟ କରନ୍ତି ଏବଂ ସମ୍ମାନ ଦିଅନ୍ତି ସେ ସେମାନଙ୍କୁ ଖାଦ୍ୟ ଦିଅନ୍ତି।
    ସେ ସଦାକାଳ ଆପଣା ଚୁକ୍ତି ସ୍ମରଣ କରନ୍ତି।
ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ଅଧିକାର ଦେଇ
    ତାଙ୍କର ଶକ୍ତିର ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇଥିଲେ।
ତାହାଙ୍କ ଦ୍ୱାରା ହୋଇଥିବା ଆଜ୍ଞାସବୁ ସତ୍ୟ
    ଓ ତାଙ୍କର ନିୟମସବୁ ବିଶ୍ୱାସ ଯୋଗ୍ୟ।
ପରମେଶ୍ୱରଙ୍କର ନିର୍ଦ୍ଦେଶ ଅନନ୍ତ କାଳସ୍ଥାୟୀ।
    ତାଙ୍କର ଆଜ୍ଞା ବିଶ୍ୱସ୍ତତା ଓ ସରଳତାରେ ସାଧିତ କରାଯାଏ।
ପରମେଶ୍ୱର ତାଙ୍କର ଲୋକମାନଙ୍କୁ ରକ୍ଷା କଲେ।
    ସେ ଗୋଟିଏ ଚୁକ୍ତି କଲେ ଏବଂ ଏହା ଅନନ୍ତକାଳସ୍ଥାୟୀ ହୋଇ ରହିଲା।
    ତାଙ୍କର ନାମ ପବିତ୍ର ଏବଂ ଭୟଙ୍କର।
10 ଜ୍ଞାନ ପରମେଶ୍ୱରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ।
    ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସେମାନେ ଜ୍ଞାନୀ ଅଟନ୍ତି।
    ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାଯିବ।

ରାଜାବଳୀର ପ୍ରଥମ ପୁସ୍ତକ 1:28-48

28 ତା’ପରେ ରାଜା ଦାଉଦ କହିଲେ, “ବ‌ତ୍‌ଶେବାକୁ ମୋ’ ପାଖକୁ ଡାକ!” ତେଣୁ ସେ ରାଜାଙ୍କ ନିକଟକୁ ଯାଇ ତାଙ୍କ ସମ୍ମୁଖରେ ଛିଡ଼ା ହେଲେ।

29 ତା’ପରେ ରାଜା ଶପଥ କଲେ, “ଯେପର୍ଯ୍ୟନ୍ତ ସଦାପ୍ରଭୁ ଜୀବିତ ଅଛନ୍ତି ପରମେଶ୍ୱର ମୋତେ ସମସ୍ତ ବିପଦରୁ ରକ୍ଷା କରିଛନ୍ତି। ମୁଁ ଏହି ପ୍ରତିଜ୍ଞା କରୁଅଛି। 30 ଯାହା ପୂର୍ବରୁ ମୁଁ ତୁମ୍ଭ ନିକଟରେ ପ୍ରତିଜ୍ଞା କରିଥିଲି ଆଜି ମୁଁ ତାହା କରିବି। ତୁମ୍ଭର ପୁତ୍ର ଶଲୋମନ ରାଜ୍ୟ ଶାସନ କରିବ ଓ ମୋ’ ଅନ୍ତେ ମୋ’ ପଦରେ ସିଂହାସନରେ ବସିବ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ମୁଁ ପ୍ରତିଜ୍ଞା କରି କହୁଛି, ମୁଁ ମୋର ପ୍ରତିଜ୍ଞା ରଖିବି ଓ ଆଜି ତାହା ପାଳନ କରିବି।”

31 ତା’ପରେ ବ‌ତ୍‌ଶେବା ରାଜାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିଲେ, “ମୋ’ ମହାରାଜ ଦାଉଦ, ଦୀର୍ଘଜୀବୀ ହୁଅନ୍ତୁ!”

ଶଲୋମନ ନୂତନ ରାଜାରୂପେ ମନୋନୀତ

32 ତା’ପରେ ରାଜା ଦାଉଦ କହିଲେ, “ସାଦୋକ ଯାଜକକୁ, ନାଥନ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଓ ଯିହୋୟାଦାର ପୁତ୍ର ବନାୟକୁ ମୋ’ ନିକଟକୁ ଡାକ।” ଏଣୁ ସେ ତିନି ଜଣ ରାଜାଙ୍କ ସମ୍ମୁଖକୁ ଆସିଲେ। 33 ତା’ପରେ ରାଜା ସେମାନଙ୍କୁ କହିଲେ, “ମୋର ସମସ୍ତ ଦାସମାନଙ୍କୁ ତୁମ୍ଭମାନଙ୍କ ସଙ୍ଗରେ ନେଇ ଓ ମୋର ପୁତ୍ର ଶଲୋମନକୁ ମୋ’ ନିଜ ଖଚରରେ ବସାଇ ଗୀହୋନ ଝରଣା ନିକଟକୁ ଆଣ। 34 ଆଉ ସେଠାରେ ଯାଜକ ସାଦୋକ ଓ ଭବିଷ୍ୟ‌ଦ୍‌ବକ୍ତା ନାଥନ ଶଲୋମନକୁ ଇସ୍ରାଏଲର ନୂତନ ରାଜା ରୂପେ ନିଶ୍ଚୟ ଅଭିଷିକ୍ତ କରିବେ। ପୁଣି ତୁମ୍ଭେମାନେ ତୂରୀ ବଜାଇ କୁହ, ‘ରାଜା ଶଲୋମନ ଦୀର୍ଘଜୀବୀ ହୁଅନ୍ତୁ।’ 35 ତହିଁ ଉତ୍ତାରେ ତୁମ୍ଭେମାନେ ତା’ ସହିତ ଫେରି ଆସ। ଶଲୋମନ ମୋର ସିଂହାସନରେ ବସୁ ଓ ମୋ’ ସ୍ଥାନରେ ସେ ନୂଆ ରାଜା ହେଉ। ମୁଁ ଇସ୍ରାଏଲ ଓ ଯିହୁଦାର ନୂତନ ଶାସକ ରୂପେ ତାକୁ ମନୋନୀତ କରିଅଛି।”

36 ଏଥିରେ ଯିହୋୟାଦାର ପୁତ୍ର ବନାୟ ରାଜାଙ୍କୁ ଉତ୍ତର କରି କହିଲା, “ଏମନ୍ତ ହେଉ, ମୋ’ ମହାରାଜାଙ୍କୁ ସଦାପ୍ରଭୁ ପରମେଶ୍ୱର ମଧ୍ୟ ଏପରି କୁହନ୍ତୁ। 37 ସଦାପ୍ରଭୁ ଯେପରି ମୋର ମହାରାଜାଙ୍କର ସହବର୍ତ୍ତୀ ହୋଇଅଛନ୍ତି, ସେହିପରି ସଦାପ୍ରଭୁ ଶଲୋମନଙ୍କର ମଧ୍ୟ ସହବର୍ତ୍ତୀ ହୁଅନ୍ତୁ। ରାଜା ଶଲୋମନଙ୍କର ରାଜ୍ୟ ମୋର ମହାରାଜଙ୍କର ରାଜ୍ୟଠାରୁ ଅଧିକ ବଡ଼ ଓ ଅଧିକ ଶକ୍ତିଶାଳୀ ହେଉ।”

38 ତେଣୁ ଯାଜକ ସାଦୋକ, ଭବିଷ୍ୟ‌ଦ୍‌ବକ୍ତା ନାଥନ ଓ ଯିହୋୟାଦାର ପୁତ୍ର ବନାୟ ଏବଂ ରାଜାଙ୍କର ଦାସମାନେ ତାଙ୍କର ରାଜକୀୟ ଆଦେଶ ପାଳନ କଲେ। ସେମାନେ ଶଲୋମନଙ୍କୁ ରାଜା ଦାଉଦଙ୍କର ଗଧ ଉପରେ ବସାଇ ଗୀହୋନ ଝରଣା ନିକଟକୁ ନେଇଗଲେ। 39 ପୁଣି ଯାଜକ ସାଦୋକ ପବିତ୍ର ତମ୍ବୁ ମଧ୍ୟରୁ ଶିଙ୍ଗାଏ ପବିତ୍ର ତୈଳ ନେଇ ଶଲୋମନଙ୍କୁ ଅଭିଷେକ କଲେ। ତା’ପରେ ସେମାନେ ଉଚ୍ଚ ସ୍ୱରରେ ତୂରୀ ବଜାଇଲେ ଏବଂ ସମସ୍ତ ଲୋକମାନେ ଉଚ୍ଚ ସ୍ୱରରେ କହିଲେ, “ରାଜା ଶଲୋମନ ଚିରଜୀବି ହୁଅନ୍ତୁ।” 40 ତତ୍ପରେ ସମସ୍ତ ଲୋକ ଶଲୋମନଙ୍କ ପଛେ ପଛେ ନଗରକୁ ଗଲେ। ସେମାନେ ବହୁତ ଖୁସୀ ଥିଲେ ଓ ବଂଶୀ ବାଦନ କରି ଏପରି ମହାହର୍ଷନାଦ କଲେ ଯେ ପୃଥିବୀ ପ୍ରକମ୍ପିତ ହେଲା।

41 ଏହି ସମୟରେ ଅଦୋନିୟ ଓ ତାହାର ସମସ୍ତ ନିମନ୍ତ୍ରିତ ଅତୀଥି ଭୋଜନ ସମାପ୍ତ କରିବା ସମୟରେ ସେମାନେ ତୂରୀ ଶବ୍ଦ ଶୁଣିଲେ। ଯୋୟାବ ପଗ୍ଭରିଲେ, “ନଗରରେ ଏହି କୋଳାହଳ ଶବ୍ଦ କାହିଁକି ହେଉଅଛି?”

42 ଯୋୟାବ ଏହିକଥା କହୁଥିବା ବେଳେ ଯାଜକ ଅବିୟାଥରର ପୁତ୍ର ଯୋନାଥନ ସେଠାରେ ପହଞ୍ଚିଲା। ଅଦୋନିୟ, “ଭିତରକୁ ଡାକିଲା, ତୁମ୍ଭେ ଯୋଗ୍ୟ ପୁରୁଷ, ତୁମ୍ଭେ ନିଶ୍ଚିତ ସୁସମାଗ୍ଭର ଆଣିଥିବ।”

43 ମାତ୍ର ଯୋନାଥନ ଉତ୍ତର କଲେ, “ଏହା ତୁମ୍ଭ ପାଇଁ ସୁସମାଗ୍ଭର ନୁହେଁ। ରାଜା ଦାଉଦ ଶଲୋମନଙ୍କୁ ନୂଆ ରାଜା କରିଛନ୍ତି। 44 ପୁଣି ରାଜା ଯାଜକ ସାଦୋକକୁ, ଭବିଷ୍ୟ‌ଦ୍‌ବକ୍ତା ନାଥନଙ୍କୁ, ଯିହୋୟାଦାର ପୁତ୍ର ବନାୟକୁ ଓ ରାଜାଙ୍କର ସମସ୍ତ କର୍ମଗ୍ଭରୀଗଣଙ୍କୁ ତାଙ୍କ ସହିତ ପଠାଇଲେ ଓ ସେମାନେ ତାଙ୍କୁ ରାଜାଙ୍କ ନିଜ ଖଚରରେ ଆରୋହଣ କରାଇଲେ। 45 ତା’ପରେ ସାଦୋକ ଯାଜକ ଓ ନାଥନ ଭବିଷ୍ୟ‌ଦ୍‌ବକ୍ତା ଶଲୋମନଙ୍କୁ ଗୀହୋନ ଝରଣା ନିକଟରେ ଅଭିଷେକ କରାଇଲେ। ତା’ପରେ ସେମାନେ ନଗରରେ ପ୍ରବେଶ କଲେ ଓ ଲୋକମାନେ ତାଙ୍କ ପଶ୍ଚା‌ତ୍‌ଧାବନ କଲେ। ବର୍ତ୍ତମାନ ସମସ୍ତ ନଗରବାସୀ ମହାଆନନ୍ଦିତ ଓ ସେହି ଆନନ୍ଦଧ୍ୱନି ତୁମ୍ଭେ ଶୁଣୁଥିଲ। 46-47 ଶଲୋମନ ସିଂହାସନ ଉପରେ ବସିଛନ୍ତି, ଏପରିକି ରାଜକର୍ମଗ୍ଭରୀଗଣ ରାଜା ଦାଉଦଙ୍କୁ ଅଭିବାଦନ ଜଣାଉଛନ୍ତି। ସେମାନେ କହୁଛନ୍ତି, ‘ରାଜା ଦାଉଦ, ତୁମ୍ଭେ ଜଣେ ମହାନ ରାଜା। ଆମ୍ଭେମାନେ ତୁମ୍ଭର ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛୁ, ଶଲୋମନକୁ ତୁମ୍ଭ ଅପେକ୍ଷା ମହାନ କରନ୍ତୁ। ମହାନ ରାଜା ତୁମ୍ଭର ପରମେଶ୍ୱର ତୁମ୍ଭଠାରୁ ତାଙ୍କୁ ଅଧିକ ଖ୍ୟାତ କରନ୍ତୁ ଓ ତାଙ୍କର ସାମ୍ରାଜ୍ୟ ତୁମ୍ଭ ଅପେକ୍ଷା ଅଧିକ ବଡ଼ ଓ ଶକ୍ତିଶାଳୀ ହେଉ।’ ରାଜା ଦାଉଦ ମଧ୍ୟ ଶଯ୍ୟାରେ ଥାଇ ମଥାନତ କଲେ। 48 ରାଜା କହିଲେ, ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ପ୍ରଶଂସା କର, ସେ ଆଜି ମୋର ସିଂହାସନରେ ମୋର ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ବସାଇଲେ, ଏହା ଦେଖିବା ପାଇଁ ସେ ମୋତେ ଜୀବିତ ରଖିଲେ।’”

ରୋମୀୟଙ୍କ ପ୍ରତି ପତ୍ର 16:17-20

17 ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ କହିବାକୁ ଇଚ୍ଛାକରେ ଯେ, ଯେଉଁ ଲୋକମାନେ ତୁମ୍ଭ ଭିତରେ ଦଳଭେଦ ଓ ବିଘ୍ନ ଆଣିବା ପାଇଁ ଚେଷ୍ଟା କରୁଛନ୍ତି, ସେମାନଙ୍କଠାରୁ ସତର୍କ ରୁହ। ଲୋକମାନଙ୍କର ବିଶ୍ୱାସକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କଠାରୁ ସତର୍କ ରୁହ। ଏଭଳି ଲୋକେ ତୁମ୍ଭେ ଗ୍ରହଣ କରିଥିବା ପ୍ରକୃତ ଶିକ୍ଷା ବିରୁଦ୍ଧରେ ଥା’ନ୍ତି। 18 ଏହି ଲୋକମାନଙ୍କଠାରୁ ଦୂରରେ ରୁହ। ଏଭଳି ଲୋକେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେବା ନ କରି କେବଳ ନିଜ ସୁଖରେ ମାତି ଥା’ନ୍ତି। ସେମାନେ ଆକର୍ଷଣୀୟ ଓ ସୁନ୍ଦର କଥା କହି ଲୋକମାନଙ୍କୁ ବୋକା କରନ୍ତି ଓ ଯେଉଁମାନେ ମନ୍ଦ ବିଷୟରେ ଜାଣି ନାହାନ୍ତି, ସେମାନଙ୍କୁ ଭୁଲାନ୍ତି। 19 ତୁମ୍ଭେମାନେ ବାଧ୍ୟ ହୁଅ; ସମସ୍ତେ ଏହା ଶୁଣିଛନ୍ତି। ମୁଁ ତୁମ୍ଭମାନଙ୍କ ପାଇଁ ବହୁତ ଖୁସୀ। କିନ୍ତୁ ମୁଁ ଇଚ୍ଛାକରେ ଯେ ତୁମ୍ଭେମାନେ ଭଲ ପାଇଁ ବୁଦ୍ଧିମାନ ହୋଇ ରୁହ ଓ ମନ୍ଦ ବିଷୟ ଜାଣିବା ପାଇଁ ଚେଷ୍ଟା କର ନାହିଁ।

20 ଶାନ୍ତିର ସ୍ରୋତ ପରମେଶ୍ୱର ଶୀଘ୍ର ଶୟତାନକୁ ହରାଇବେ ଓ ତା’ ଉପରେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ।

ଆମ୍ଭର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହୁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center