Revised Common Lectionary (Semicontinuous)
16 ପରମେଶ୍ୱର ଦୁଷ୍ଟ ଲୋକମାନଙ୍କୁ କହନ୍ତି,
“ତୁମ୍ଭେ ମୋର ନିୟମ ଓ ବ୍ୟବସ୍ଥା ବିଷୟରେ
ଆଲୋଚନା କରିବା ଠିକ୍ ନୁହେଁ।
17 କାରଣ ତୁମ୍ଭେମାନେ ଆନନ୍ଦିତ ନୁହଁ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଦଣ୍ଡିତ କରେ।
ତୁମ୍ଭେମାନେ ମୋର କଥାକୁ ଘୃଣା କର ଓ ତୁମ୍ଭେମାନେ ମୋର କଥାକୁ ଅବଜ୍ଞା କର।
18 ତୁମ୍ଭେ ଗୋଟିଏ ଗ୍ଭେରକୁ ଦେଖ ଓ ତା’ସହ ଦୌଡ଼ିଯାଇ ମିଶିଯାଅ।
ଯେତେବେଳେ ବ୍ୟଭିଗ୍ଭରୀମାନେ ପାପ କରନ୍ତି, ତୁମ୍ଭେ ଆନନ୍ଦରେ ନାଚି ଉଠ।
19 ତୁମ୍ଭେମାନେ ସର୍ବଦା ମନ୍ଦକାର୍ଯ୍ୟ କର ଓ ମିଥ୍ୟା କୁହ।
20 ତୁମ୍ଭେ ନିରବିଚ୍ଛିନ୍ନ ଭାବରେ ଅନ୍ୟମାନଙ୍କ ବିଷୟରେ ମନ୍ଦ କଥା କୁହ,
ଏପରିକି ତୁମ୍ଭ ନିଜ ଭ୍ରାତାମାନଙ୍କ ବିଷୟରେ ନିନ୍ଦା କରୁଅଛ।
21 ଅତୀତରେ, ତୁମ୍ଭେ ମନ୍ଦକାର୍ଯ୍ୟ କଲ ମୁଁ ଚୁପ୍ ରହିଲି।
ତୁମ୍ଭେ ଭାବି ନେଇଛ ମୁଁ ମଧ୍ୟ ତୁମ୍ଭମାନଙ୍କ ପରି।
ମୁଁ ଆଉ ନୀରବରେ ରହି ପାରିବି ନାହିଁ।
ମୁଁ ତୁମ୍ଭକୁ ପରିଷ୍କାର କରି କହିଦେଉଛି, ମୁଁ ତୁମ୍ଭକୁ ତିରସ୍କାର କରିବି।
22 ହେ ଲୋକମାନେ ତୁମ୍ଭେ ପରମେଶ୍ୱରଙ୍କୁ ଭୁଲି ଯାଇଛ।
ତେଣୁ ତୁମ୍ଭେମାନେ ଭଲଭାବେ ବୁଝିବା ଉଚିତ୍ ଯେ,
ମୁଁ ତୁମ୍ଭକୁ ଖଣ୍ଡ ଖଣ୍ଡ କରି ଚିରିଦେବି।
ଯଦି ତାହା ଘଟେ ତେବେ ତୁମ୍ଭକୁ କୌଣସି ବ୍ୟକ୍ତି ଉଦ୍ଧାର କରି ପାରିବେ ନାହିଁ।
23 ଯେକେହି ମୋତେ ଧନ୍ୟବାଦାର୍ଥକ ନୈବେଦ୍ୟ ଉତ୍ସର୍ଗ କରେ, ମୋତେ ସମ୍ମାନ ପ୍ରଦର୍ଶନ କରେ
ଏବଂ ଯେକେହି ସତ୍ ମାର୍ଗରେ ଗ୍ଭଲିବାକୁ ନିଷ୍ପତ୍ତି ନିଏ, ସେ ମୋର ରକ୍ଷା କରିବାର ଶକ୍ତି ଦେଖି ପାରିବ।”
20 ତୁମ୍ଭ ସହିତ ତୁମ୍ଭର ଭାଇ ଅମ୍ନୋନ ଅଛି କି? “ସେ ତୁମ୍ଭକୁ ଆଘାତ କଲା କି? ଭଉଣୀ, ଏବେ ତୁନି ହୁଅ, ସେ ତୁମ୍ଭର ଭାଇ, ଏ ବିଷୟରେ ଚିନ୍ତା କରି ବ୍ୟତିବ୍ୟସ୍ତ ହୁଅ ନାହିଁ।” ଏହା ପରେ ସେ ନିଜର ସହୋଦର ଅବଶାଲୋମର ଗୃହରେ ରହିଲା। ଏବଂ ସେ କିଛି କହିଲା ନାହିଁ। ସେ ସେଠାରେ ବାସ କଲା ଓ ଏକାକି ଥିଲା ଓ ଉଦାସ ଥିଲା।
21 ମାତ୍ର ରାଜା ଦାଉଦ ଏହିସବୁ କଥା ଶୁଣି ଅତ୍ୟନ୍ତ କ୍ରୁଦ୍ଧ ହେଲେ। 22 ଅବଶାଲୋମ ଅମ୍ନୋନକୁ ଭଲ କି ମନ୍ଦ କିଛି କହିଲା ନାହିଁ। କାରଣ ତାହାର ଭଉଣୀ ତାମରକୁ ବଳାତ୍କାର କରିବାରୁ ଅବଶାଲୋମ ଅମ୍ନୋନକୁ ଘୃଣା କଲା।
ଅବଶାଲୋମଙ୍କର ପ୍ରତିଶୋଧ
23 ଏହା ପରେ ସମ୍ପୂର୍ଣ୍ଣ ଦୁଇ ବର୍ଷ ପରେ ଇଫ୍ରୟିମ ସୀମାରେ ବାଲ୍ହାତ୍ସୋରରେ ଅବଶାଲୋମର ମେଷଲୋମ ଛେଦନ କଲା ଏବଂ ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ନିମନ୍ତ୍ରଣ କଲା। 24 ପୁଣି ଅବଶାଲୋମ ରାଜାଙ୍କ ନିକଟକୁ ଆସିଲା ଓ କହିଲା, “ଦେଖନ୍ତୁ ମୋର ମେଷଗୁଡ଼ିକର ଲୋମ ଛେଦନ ହୋଇଛି, ଏଣୁ ମହାରାଜ ଓ ରାଜାଙ୍କ ଦାସମାନେ ଆପଣଙ୍କ ଏହି ଦାସ ସଙ୍ଗରେ ଆସନ୍ତୁ।”
25 ଏଥିରେ ରାଜା ଅବଶାଲୋମକୁ କହିଲେ, “ନାହିଁ ମୋର ପୁତ୍ର, ଆମ୍ଭେ ସମସ୍ତେ ନ ଯାଉ, ଗଲେ ତୁମ୍ଭ ପ୍ରତି ଭାରସ୍ୱରୂପ ହେବୁ।”
ମାତ୍ର ସେ ବହୁତ ବଳାଇଲା। ତେବେ ହିଁ ରାଜା ଯିବାକୁ ସମ୍ମତ ନୋହି ତାହାକୁ ଆଶୀର୍ବାଦ କଲେ।
26 ଏଥିରେ ଅବଶାଲୋମ କହିଲା, “ଯଦି ଆପଣ ଆସୁନାହାନ୍ତି, ତେବେ ମୋର ଭାଇ ଅମ୍ନୋନକୁ ଆମ ସଙ୍ଗରେ ଯିବାକୁ ଅନୁମତି ଦିଅନ୍ତୁ।”
ରାଜା ତାଙ୍କୁ କହିଲେ, “ସେ କାହିଁକି ତୁମ୍ଭ ସଙ୍ଗେ ଯିବ?”
27 ମାତ୍ର ଅବଶାଲୋମ ବଳାଇବାରୁ ରାଜା ଅମ୍ନୋନକୁ ଓ ସବୁ ରାଜ ପୁତ୍ରଙ୍କୁ ତାହା ସଙ୍ଗେ ପଠାଇଲେ।
ଅମ୍ନୋନଙ୍କର ହତ୍ୟା
28 ଏହା ପରେ ଅବଶାଲୋମ ନିଜର ସେବକମାନଙ୍କୁ ଆଜ୍ଞା ଦେଲେ ଓ କହିଲେ, “ଅମ୍ନୋନକୁ ଜଗି ଥାଅ, ଯେତେବେଳେ ସେ ଟିକେ ମାତାଲ ହେବ, ଦ୍ରକ୍ଷାରସରୁ ଉତ୍ତମ ଅନୁଭବ କରିବ, ମୋ’ ଆଦେଶ ଅନୁକରଣ କରି ତାକୁ ହତ୍ୟା କର। ଭୟ କର ନାହିଁ, ମୁଁ କ’ଣ ତୁମ୍ଭମାନଙ୍କୁ ଆଜ୍ଞା ଦେଇ ନାହିଁ, ବଳବାନ୍ ଏବଂ ସାହସୀ ହୁଅ।”
29 ଅବଶାଲୋମର ଲୋକମାନେ ଗଲେ ଓ ଅବଶାଲୋମର ଆଜ୍ଞାନୁସାରେ ଅମ୍ନୋନକୁ ହତ୍ୟା କଲେ। ତେଣୁ ରାଜପୁତ୍ରମାନେ ସମସ୍ତେ ଉଠି ପ୍ରତ୍ୟେକ ନିଜ ନିଜ ଖଚର ଉପରେ ଚଢ଼ି ପଳାଇଲେ।
ଅମ୍ନୋନଙ୍କର ମୃତ୍ୟୁ ବିଷୟରେ ଦାଉଦ ଶୁଣିଲେ
30 ସେମାନେ ବାଟରେ ଥିଲେ। ଦାଉଦ ନିକଟରେ ସମ୍ବାଦ ଉପସ୍ଥିତ ହେଲା ଯେ, “ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ବଧ କରିଅଛି, ସେମାନଙ୍କ ମଧ୍ୟରୁ ଜଣେ ଅବଶିଷ୍ଟ ନାହିଁ।”
31 ତହିଁରେ ରାଜା ଉଠି ଆପଣା ବସ୍ତ୍ର ଚିରି ଭୂମିରେ ଲମ୍ବ ହୋଇ ପଡ଼ିଲେ ଓ ତାଙ୍କର ଦାସ ସମସ୍ତେ ନିଜ ନିଜର ବସ୍ତ୍ର ଚିରି ତାହାଙ୍କ ନିକଟରେ ଠିଆ ହେଲେ।
32 ସେତେବେଳେ ଦାଉଦଙ୍କର ଭାଇ ଶିମିୟର ପୁତ୍ର ଯୋନାଦବ୍ ପହଞ୍ଚିଲା ଓ କହିଲା, “ନା! ସମସ୍ତଙ୍କୁ ହତ୍ୟା କରାଯାଇ ନାହିଁ। ମାତ୍ର ଅମ୍ନୋନକୁ ହତ୍ୟା କରାଗଲା। ଅମ୍ନୋନ ତାମରକୁ ଧର୍ଷଣ କରିବା ଦିନଠାରୁ ଅବଶାଲୋମ ଏହି ଷଡ଼ଯନ୍ତ୍ର କରି ଆସୁଅଛି। 33 ଏଣୁ ସମସ୍ତ ରାଜପୁତ୍ର ମରିଛନ୍ତି ବୋଲି ମୋର ପ୍ରଭୁ, ମହାରାଜ ମନରେ ନ ଘେନନ୍ତୁ। କାରଣ କେବଳ ଅମ୍ନୋନ ମରିଛି।”
34 ଏଥି ମଧ୍ୟରେ ଅବଶାଲୋମ ପଳାୟନ କରିଥିଲା।
ଏହି ସମୟରେ ଜଣେ ପ୍ରହରୀ ନଗରର ପ୍ରାଚୀର ଉପରେ ଛିଡ଼ା ହୋଇଥିଲା। ସେ ଦେଖିଲା, ବହୁତ ଗୁଡ଼ିଏ ଲୋକ ପର୍ବତର ଅନ୍ୟ ପାର୍ଶ୍ୱରୁ ଆସୁଛନ୍ତି। 35 ତେଣୁ ଯୋନାଦବ୍, ରାଜା ଦାଉଦଙ୍କୁ କହିଲା, “ଦେଖ ମୁଁ ଠିକ୍ କହୁଅଛି, ଦେଖ, ରାଜାଙ୍କର ପୁତ୍ରମାନେ ଆସୁଛନ୍ତି।”
36 ଏହା କହି ସାରିବା ପରେ ରାଜକୁମାରଗଣ ଆସି ସେଠାରେ ପହଞ୍ଚି ଗଲେ ଏବଂ ସେମାନେ କ୍ରନ୍ଦନ କରୁଥିଲେ। ଦାଉଦ ଏବଂ ତାଙ୍କର ଦାସୀମାନେ ମଧ୍ୟ କାନ୍ଦିବାକୁ ଲାଗିଲେ ଓ ଚିତ୍କାର କରି କାନ୍ଦିଲେ।
ଯୀଶୁ ଗ୍ଭରି ହଜାରରୁ ଅଧିକ ଲୋକଙ୍କୁ ଖାଇବାକୁ ଦେଲେ(A)
8 ଆଉ ଥରେ ଯୀଶୁଙ୍କ ସହିତ ବହୁତ ଲୋକ ଥିଲେ। ସେମାନଙ୍କର କିଛି ଖାଇବାକୁ ନ ଥିଲା। ତେଣୁ ଯୀଶୁ ଶିଷ୍ୟମାନଙ୍କୁ ପାଖକୁ ଡକାଇ କହିଲେ, 2 “ଏ ଲୋକମାନଙ୍କ ପାଇଁ ମୋତେ ବଡ଼ ଦୁଃଖ ଲାଗୁଛି। ସେମାନେ ମୋ’ ସହିତ ତିନି ଦିନ ହେଲା ଅଛନ୍ତି। ଅଥଚ ବର୍ତ୍ତମାନ ସେମାନଙ୍କ ପାଖରେ ଖାଇବାକୁ କିଛି ନାହିଁ। 3 କିଛି ନ ଖୁଆଇ, ସେମାନଙ୍କୁ ଯଦି ମୁଁ ପଠାଇ ଦିଏ, ତେବେ ସେମାନେ ମୂର୍ଚ୍ଛା ହୋଇ ରାସ୍ତାରେ ଢଳି ପଡ଼ିବେ। କେତେକ ଲୋକ ବହୁତ ଦୂରରୁ ଆସିଛନ୍ତି।”
4 ଯୀଶୁଙ୍କ ଶିଷ୍ୟମାନେ କହିଲେ, “ଆମ୍ଭେମାନେ ଏ ଜନହୀନ ଅଞ୍ଚଳରେ ଏମାନଙ୍କୁ ଖୁଆଇବା ପାଇଁ ଯଥେଷ୍ଟ ଖାଦ୍ୟ କୁଆଡ଼ୁ ପାଇ ପାରିବୁ?”
5 ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭମାନଙ୍କ ପାଖରେ କେତେଖଣ୍ଡ ରୋଟୀ ଅଛି?”
ସେମାନେ ଉତ୍ତର ଦେଲେ, “ଆମ୍ଭମାନଙ୍କ ପାଖରେ ସାତଖଣ୍ଡ ଅଛି।”
6 ତା’ପରେ ଯୀଶୁ ଲୋକମାନଙ୍କୁ ତଳେ ବସି ଯିବାକୁ କହିଲେ। ସେ ସାତଖଣ୍ଡ ରୋଟୀ ନେଲେ ଓ ସେଥିପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ରୋଟୀତକ ଖଣ୍ଡ ଖଣ୍ଡ କରି ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେବାକୁ ଶିଷ୍ୟମାନଙ୍କୁ ଦେଲେ। ସେମାନେ ସେଇଆ କଲେ। 7 ଶିଷ୍ୟମାନଙ୍କ ପାଖରେ ମଧ୍ୟ ଅଳ୍ପ କିଛି ଛୋଟ ମାଛ ଥିଲା। ଯୀଶୁ ମାଛ ପାଇଁ ଧନ୍ୟବାଦ ଦେଇ ଶିଷ୍ୟମାନଙ୍କୁ ତାହା ଲୋକଙ୍କ ଭିତରେ ବାଣ୍ଟି ଦେବାକୁ କହିଲେ।
8 ସବୁ ଲୋକ ଖାଇ ତୃପ୍ତ ହେଲେ। ତା’ପରେ ସେମାନେ ବଳକା ଟୁକୁରା ତକ ଏକାଠି କରି ସାତୋଟି ଟୋକେଇରେ ଭର୍ତ୍ତିକଲେ। 9 ସେଠାରେ ପ୍ରାୟ କେବଳ ଗ୍ଭରି ହଜାର ପୁରୁଷ ଖାଇଥିଲେ। ସେମାନେ ଖାଇଲା ପରେ ଯୀଶୁ ସେମାନଙ୍କୁ ବିଦାୟ କରିଦେଲେ। 10 ତା’ପରେ ଯୀଶୁ ଶିଷ୍ୟମାନଙ୍କ ସହ ଡଙ୍ଗାରେ ବସି ଦଲ୍ମନୂଥା ଅଞ୍ଚଳକୁ ଗ୍ଭଲିଗଲେ। ଫାରୂଶୀମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହିଁଲେ।
2010 by World Bible Translation Center