Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗୀତ। ଦାଉଦ ବଥ୍ଶେବାଠାରେ ଗମନ କଲାପରେ ତାଙ୍କ ନିକଟକୁ ନାଥନ୍ ଭବିଷ୍ୟଦ୍ବକ୍ତା ଆସିବା ସମୟରେ ରଚିତ।
51 ହେ ପରମେଶ୍ୱର, ଆପଣଙ୍କ ସ୍ନେହପୂର୍ଣ୍ଣ କରୁଣା ଅନୁସାରେ
ମୋ’ ପ୍ରତି ଦୟାକର।
ତୁମ୍ଭର ମହାନ କରୁଣା ଅନୁସାରେ,
ମୋର ସମସ୍ତ ପାପ କ୍ଷମା କର।
2 ମୋ’ ସବୁ ପାପ ଧୋଇ ଦିଅ,
ଏବଂ ପୁଣି ମୋତେ ପବିତ୍ର କର।
3 ମୁଁ ଜାଣେ ମୁଁ ପାପ କରିଛି।
ମୋର ପାପ ସବୁ ସର୍ବଦା ମୋର ସମ୍ମୁଖରେ ଦେଖାଯାଉଛି।
4 ହେ ପରମେଶ୍ୱର, ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି
ଓ ମୁଁ ତାହା ହିଁ କରିଛି, ଯାହା ତୁମ୍ଭ ଦୃଷ୍ଟିରେ ଭୁଲ୍।
ତୁମ୍ଭେ ଠିକ୍ କୁହ,
ଯେତେବେଳେ ମୋର ବିଗ୍ଭର ଓ ନ୍ୟାୟ ସେତେବେଳେ ମୋତେ ଦୋଷୀ ବୋଲି କୁହ।
5 ମୁଁ ପାପପୂର୍ଣ୍ଣ ପୃଥିବୀରେ ଜନ୍ମ ହେଲି
ଓ ପାପରୁ ହିଁ ମୋର ମା ମୋତେ ଗର୍ଭରେ ଧାରଣ କଲା।
6 ହେ ପରମେଶ୍ୱର, ମୁଁ ବିଶ୍ୱସ୍ତ ହୁଏ ବୋଲି ତୁମ୍ଭେ ଗ୍ଭହଁ,
ତେଣୁ ମୋ’ ଅନ୍ତରରେ ପ୍ରକୃତ ଜ୍ଞାନ ପ୍ରଦାନ କର।
7 ଔଷଧିୟ ବୃକ୍ଷର ପ୍ରୟୋଗ କରି ମୋତେ ବିଧି ସହକାରେ ଶୁଦ୍ଧ କର।
ମୁଁ ବରଫରୁ ଅଧିକ ଶୁକ୍ଳ ହେବା ପର୍ଯ୍ୟନ୍ତ ମୋତେ ପ୍ରକ୍ଷାଳନ କର।
8 ଆଉ ମୋତେ ଆନନ୍ଦ ପ୍ରଦାନ କରିବା ପରି ସମ୍ବାଦ ଦିଅ।
ତୁମ୍ଭ ଦ୍ୱାରା ଭଗ୍ନ ଅସ୍ଥିସବୁ ଆନନ୍ଦରେ ପ୍ରଫୁଲ୍ଲିତ ହେବ।
9 ମୋର ପାପଗୁଡ଼ିକ ପ୍ରତି ତୁମ୍ଭେ ମୁହଁ ବୁଲାଅ।
ମୋର ପାପ ସବୁ ପୋଛିଦିଅ।
10 ହେ ପରମେଶ୍ୱର, ମୋ’ ଅନ୍ତରେ ଏକ ପବିତ୍ରଆତ୍ମା ସୃଷ୍ଟି କର!
ମୋତେ ଗୋଟିଏ ନୂଆ ଓ ବିଶ୍ୱସ୍ତ ଆତ୍ମା ଦିଅ।
11 ତୁମ୍ଭଠାରୁ ମୋତେ ଦୂର କର ନାହିଁ!
ଏବଂ ତୁମ୍ଭର ପବିତ୍ରଆତ୍ମା ମୋ’ଠାରୁ ନିଅ ନାହିଁ।
12 ତୁମ୍ଭର ପରିତ୍ରାଣ ମୋତେ ଖୁସୀ କଲା!
ପୁନ୍ନରାୟ ମୋତେ ସେହି ଆନନ୍ଦ ପ୍ରଦାନ କର।
ମୋର ଆତ୍ମାକୁ ସୁଦୃଢ଼ କର, ଯେପରିକି ମୁଁ ସର୍ବଦା ତୁମ୍ଭକୁ ମାନିବାକୁ ପ୍ରସ୍ତୁତ ହେବି।
19 ମୋଶା ଛାଉଣିର ନିକଟକୁ ଆସିଲେ। ସେ ସେହି ସୁବର୍ଣ୍ଣର ବାଛୁରି ଦେଖିଲେ ଏବଂ ସେ ଲୋକମାନଙ୍କୁ ନାଚୁଥିବାର ଦେଖିଲେ। ମୋଶା ରାଗିଗଲେ। ସେ ରାଗରେ ସେହି ପ୍ରସ୍ତର ଫଳକକୁ ପର୍ବତ ତଳେ ଫିଙ୍ଗି ଚୂନା କରି ଦେଲେ। 20 ଏହା ପରେ ମୋଶା ସେମାନେ ତିଆରି କରିଥିବା ବାଛୁରିକୁ ନେଇଗଲେ ଏବଂ ସେ ଏହାକୁ ନିଆଁରେ ତରଳାଇ ଦେଲେ। ଏହା ପରେ ସେ ପେଷି ଦେଲେ ଏବଂ ତାକୁ ପାଣିରେ ମିଶାଇ ଇସ୍ରାଏଲର ସମସ୍ତ ଲୋକଙ୍କୁ ସେହି ପାଣି ପିଆଇଲେ।
21 ମୋଶା ହାରୋଣଙ୍କୁ କହିଲେ, “ଏ ଲୋକମାନେ ତୁମ୍ଭ ପାଇଁ କ’ଣ କଲେ? କାହିଁକି ତୁମ୍ଭେ ସେମାନଙ୍କୁ ଏପରି ପାପ କରିବାକୁ ଆଗେଇ ନେଲ?”
22 ହାରୋଣ ଉତ୍ତର ଦେଲେ, “କ୍ରୋଧ ହୁଅ ନାହିଁ ମହାଶୟ। ତୁମ୍ଭେ ଜାଣ ଏହି ଲୋକମାନେ ସର୍ବଦା ଭୁଲ୍ କରନ୍ତି। 23 ଲୋକମାନେ ମୋତେ କହିଲେ, ‘ମୋଶା ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ। କିନ୍ତୁ ତାଙ୍କର କ’ଣ ହେଲା ତାହା ଆମ୍ଭେ ଜାଣୁ ନାହୁଁ। ତେଣୁ କିଛି ଦେବଗଣ ତିଆରି କର ଓ ଆମ୍ଭମାନଙ୍କୁ ଆଗେଇ ନିଅ।’ 24 ତେଣୁ ମୁଁ ଲୋକମାନଙ୍କୁ କହିଲି, ‘ଯଦି ତୁମ୍ଭମାନଙ୍କ ପାଖରେ କିଛି ସୁବର୍ଣ୍ଣର ଅଳଙ୍କାର ଅଛି, ତେବେ ମୋ’ ପାଖକୁ ଆଣ, ତେଣୁ ସେମାନେ ମୋତେ ତାଙ୍କର ସବୁ ସୁବର୍ଣ୍ଣ ଦେଲେ।’ ମୁଁ ସୁବର୍ଣ୍ଣକୁ ନିଆଁରେ ଫୋପାଡ଼ି ଦେଲି ଓ ଏହି ବାଛୁରି ତିଆରି କଲି।”
25 ମୋଶା ହୃଦ୍ବୋଧ କଲେ ଯେ, ହାରୋଣ ଲୋକମାନଙ୍କୁ ନିୟନ୍ତ୍ରଣ ବାହାର କରି ଦେଇଛନ୍ତି। ତେଣୁ ଶତ୍ରୁମାନଙ୍କ ଦ୍ୱାରା ହାସ୍ୟାସ୍ପଦ ହେବାକୁ ହେବ। 26 ତେଣୁ ମୋଶା ଛାଉଣି ଦ୍ୱାର ଦେଶରେ ଛିଡ଼ା ହୋଇ କହିଲେ, “ଯେଉଁ ଲୋକେ ସଦାପ୍ରଭୁଙ୍କୁ ଅନୁସରଣ କରିବାକୁ ଗ୍ଭହଁ ସେମାନେ ମୋ’ ପାଖକୁ ଆସ।” ଏବଂ ଏଥିରେ ଲେବୀ ବଂଶର ସମସ୍ତ ଲୋକ ମୋଶାଙ୍କ ନିକଟକୁ ଦୌଡ଼ିଲେ।
ପ୍ରଭୁଭୋଜ
17 ବର୍ତ୍ତମାନ ମୁଁ ଯେଉଁ ବିଷୟରେ ତୁମ୍ଭମାନଙ୍କୁ କହୁଛି, ସେଥିପାଇଁ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁ ନାହିଁ। ତୁମ୍ଭମାନଙ୍କର ସମବେତ ସଭାଗୁଡ଼ିକ ତୁମ୍ଭମାନଙ୍କ ମଙ୍ଗଳ କରିବା ପରିବର୍ତ୍ତେ କ୍ଷତିକାରକ ହେଉଛି। 18 ପ୍ରଥମେ ମୁଁ ଶୁଣିଛି ଯେ, ତୁମ୍ଭେମାନେ ମଣ୍ଡଳୀ ସଭାରେ ସମବେତ ହେଲାବେଳେ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ଘଟେ। 19 କେତେକାଂଶରେ ମୁଁ ଏହାକୁ ବିଶ୍ୱାସ କରେ। ତୁମ୍ଭମାନଙ୍କ ମଧ୍ୟରେ ମତଭେଦ ହେବା ଆବଶ୍ୟକ କାରଣ ଏହା ଦ୍ୱାରା ଯେଉଁମାନଙ୍କ ମତ ଠିକ୍ ତାହା ସ୍ପଷ୍ଟ ରୂପେ ଜଣାଯିବ।
20 ଅତଏବ, ତୁମ୍ଭେମାନେ ଯେତେବେଳେ ମଣ୍ଡଳୀରେ ସମବେତ ହୁଅ, ତୁମ୍ଭେମାନେ ପ୍ରକୃତରେ ପ୍ରଭୁଭୋଜ [a] ପାଳନ କରି ନ ଥାଅ। 21 କାରଣ ତୁମ୍ଭେମାନେ ଖାଇଲା ବେଳେ ଅନ୍ୟମାନଙ୍କ ପାଇଁ ଅପେକ୍ଷା ନ କରି ନିଜ ନିଜର ଭୋଜ ଖାଅ। ଫଳତଃ, କେହି କେହି ଯଥେଷ୍ଟ ଖାଇବା ଓ ପିଇବାକୁ ପାଆନ୍ତି ନାହିଁ, ଅପରପକ୍ଷରେ ଅନ୍ୟମାନେ ଅତ୍ୟଧିକ ଖାଇପିଇ ମାତାଲ ହୋଇଯା’ନ୍ତି। 22 ତୁମ୍ଭେମାନେ ନିଜ ନିଜର ଘରେ ଖାଇ ପିଇ ପାରିବ। ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କ ମଣ୍ଡଳୀର ଯେପରି ଗୁରୁତ୍ୱ ନାହିଁ, ଏହି କାର୍ଯ୍ୟରୁ ଜଣାପଡ଼େ। ତୁମ୍ଭେମାନେ ଦରିଦ୍ର ଲୋକଙ୍କୁ ଲଜ୍ଜା ଦେଉଛ। ମୁଁ ତୁମ୍ଭମାନଙ୍କୁ କ’ଣ ବା କହିବି? ଏହି କାମ ପାଇଁ କ’ଣ ମୁଁ ତୁମ୍ଭମାନଙ୍କ ପ୍ରଶଂସା କରିବି? ନା। ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ପ୍ରଶଂସା କରିବି ନାହିଁ।
2010 by World Bible Translation Center