Revised Common Lectionary (Semicontinuous)
ବତ୍ଶେବା ସହିତ ଦାଉଦଙ୍କର ସାକ୍ଷାତ
11 ଯେତେବେଳେ ବସନ୍ତ ଆସିଲା, ସେତେବେଳେ ରାଜାଗଣ ଯୁଦ୍ଧକୁ ଯାଆନ୍ତି। ରାଜା ଦାଉଦ ଯୋୟାବ ଓ ତାଙ୍କର ଲୋକମାନଙ୍କୁ ଏବଂ ସମସ୍ତ ଇସ୍ରାଏଲୀୟ ସୈନ୍ୟମାନଙ୍କୁ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ପଠାଇଲେ ଏବଂ ସେମାନେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କଲେ ଓ ରବ୍ବା ନଗର ଅଧିକାର କଲେ।
କିନ୍ତୁ ଦାଉଦ ଯିରୁଶାଲମରେ ରହିଲେ। 2 ଥରେ ସନ୍ଧ୍ୟା ସମୟରେ ଦାଉଦ ବିଛଣାରୁ ଉଠି ଛାତ ଉପରେ ବୁଲିବା ସମୟରେ ଜଣେ ସ୍ତ୍ରୀଲୋକ ଗାଧୋଉ ଥିବାର ଦେଖିଲେ। ସେହି ସ୍ତ୍ରୀ ଜଣକ ଅତି ସୁନ୍ଦରୀ ଥିଲା। 3 ତେଣୁ ଦାଉଦ ତାଙ୍କର କର୍ମଗ୍ଭରୀମାନଙ୍କୁ ପଠାଇ ସେହି ସ୍ତ୍ରୀ ବିଷୟରେ ବୁଝିଲେ। ସେ ଜାଣିବାକୁ ପାଇଲେ ଯେ, “ସେ ହେଉଛନ୍ତି ଇଲିୟାମର ଝିଅ ହିତ୍ତୀୟ ଊରିୟର ସ୍ତ୍ରୀ, ବତ୍ଶେବା।”
4 ଦାଉଦ ବତ୍ଶେବାକୁ ଡାକିବା ପାଇଁ ଦୂତ ପଠାଇଲେ ଏବଂ ଯେତେବେଳେ ସେ ଆସିଲେ। ସେହି ସ୍ତ୍ରୀ ସହିତ ଶୟନ କଲେ। ସେ ସମୟରେ ସେହି ସ୍ତ୍ରୀଲୋକଟି ଋତୁସ୍ନାନ [a] କରିଥିଲା। ତେଣୁ ସେ ନିଜର ଗୃହକୁ ଫେରିଗଲା। 5 କିନ୍ତୁ ବତ୍ଶେବା ଗର୍ଭବତୀ ହୁଅନ୍ତେ ଦାଉଦଙ୍କ ନିକଟକୁ ବାର୍ତ୍ତା ପଠାଇ କହିଲା, “ମୁଁ ଗର୍ଭବତୀ ହୋଇଛି।”
ଦାଉଦ ନିଜର ପାପକୁ ଲୁଗ୍ଭଇବାକୁ ଚେଷ୍ଟା କଲେ
6 ତା’ପରେ ଦାଉଦ ଯୋୟାବ ନିକଟକୁ ଏକ ବାର୍ତ୍ତା ପଠାଇଲେ, “ଊରିୟ ଓ ହିତ୍ତୀୟକୁ ମୋ’ ପାଖକୁ ପଠାଅ।”
ତେଣୁ ଯୋୟାବ ଊରିୟକୁ ଦାଉଦଙ୍କ ନିକଟକୁ ପଠାଇଲେ। 7 ତେଣୁ ଊରିୟ ଆସି ପହଞ୍ଚିବା ପରେ ଦାଉଦ ତାଙ୍କୁ ଯୋୟାବର କୁଶଳବାର୍ତ୍ତା ଓ ଲୋକମାନଙ୍କର କୁଶଳବାର୍ତ୍ତା ଓ ଯୁଦ୍ଧର କୁଶଳବାର୍ତ୍ତା ପଗ୍ଭରିଲେ। 8 ତା’ପରେ ଦାଉଦ ଊରିୟକୁ କହିଲେ ଠିକ୍ ଅଛି, “ବର୍ତ୍ତମାନ ତୁମ୍ଭେ ଗୃହକୁ ଯାଇ ବିଶ୍ରାମ ନିଅ।”
ତା’ପରେ ଊରିୟ ରାଜାଙ୍କ ପାଖରୁ ଗ୍ଭଲିଗଲା। ରାଜା ଊରିୟଙ୍କ ପାଖକୁ କିଛି ଉପହାର ପଠାଇଲେ। 9 କିନ୍ତୁ ଊରିୟ ଗୃହକୁ ଗଲା ନାହିଁ। ସେ ରାଜାଙ୍କର ଦାସମାନଙ୍କ ସହିତ ରାଜ ଗୃହ ଦ୍ୱାରରେ ଶୟନ କଲା। 10 ଦାସମାନେ ଦାଉଦଙ୍କୁ କହିଲେ, “ଊରିୟ ଘରକୁ ଯାଇ ନାହାନ୍ତି।”
ତା’ପରେ ଦାଉଦ ଊରିୟକୁ କହିଲେ, “ତୁମ୍ଭେ ଦୂର ଯାତ୍ରାରୁ ଆସିଲ। ତୁମ୍ଭେ ଗୃହକୁ ଗଲ ନାହିଁ କାହିଁକି?”
11 ଊରିୟ ଦାଉଦଙ୍କୁ କହିଲା, “ପବିତ୍ର ସିନ୍ଦୁକ, ଇସ୍ରାଏଲ ଓ ଯିହୁଦାର ସୈନ୍ୟବାହିନୀ ଏବଂ ମୋର ରାଜାଙ୍କର ଅଧିକାରୀଗଣ ଖୋଲା ପଦାରେ ତମ୍ବୁ କରିଛନ୍ତି। ତେଣୁ ମୁଁ କିପରି ଭୋଜନ କରିବାକୁ ଘରକୁ ଯିବି ଏବଂ ତା’ପରେ ମୋର ସ୍ତ୍ରୀଙ୍କ ସହିତ ଶୟନ କରିବି? ତୁମ୍ଭେ ଓ ମୁଁ ବଞ୍ଚିଥିବା ଯାଏ ସେପରି କରିବି ନାହିଁ।”
12 ଦାଉଦ ଊରିୟକୁ କହିଲେ, “ଆଜି ତୁମ୍ଭେ ଏହିଠାରେ ରୁହ। ଆସନ୍ତା କାଲି ମୁଁ ତୁମ୍ଭକୁ ଯୁଦ୍ଧ କ୍ଷେତ୍ରକୁ ପଠାଇ ଦେବି।”
ଊରିୟ ସେଦିନ ସକାଳ ହେବା ପର୍ଯ୍ୟନ୍ତ ଯିରୁଶାଲମରେ ରହିଲେ। 13 ତା’ପରେ ଦାଉଦ ଊରିୟକୁ ଡାକି କହିଲେ ଏବଂ ଊରିୟ ଦାଉଦଙ୍କ ସଙ୍ଗେ ଖିଆପିଆ କଲା। ଦାଉଦ ଊରିୟକୁ ମଦ୍ୟପାନ କରାଇଲେ, ତା’ପରେ ମଧ୍ୟ ଊରିୟ ଗୃହକୁ ନ ଯାଇ ରାଜାଙ୍କର ଦାସମାନଙ୍କ ସହିତ ରାଜଗୃହର ଦ୍ୱାର ଦେଶରେ ଶୟନ କଲା।
ଦାଉଦ ଊରିୟଙ୍କର ମୃତ୍ୟୁ ଯୋଜନା କଲେ
14 ତା’ପରେ ସକାଳେ ଯୋୟାବଙ୍କ ନିକଟକୁ ଏକ ପତ୍ର ଲେଖିଲେ। ଦାଉଦ ସେହି ଚିଠିକୁ ଊରିୟଙ୍କ ହାତରେ ପଠାଇଲେ। 15 ଦାଉଦ ଏହା ପତ୍ରରେ ଲେଖି ଥିଲେ, “ଯେଉଁ କ୍ଷେତ୍ରରେ ଘମାଘୋଟ ଯୁଦ୍ଧ ହୁଏ, ସେଠାରେ ଊରିୟକୁ ଆଗଧାଡ଼ିରେ ରଖ। ତା’ପରେ ତାକୁ ସେଠାରେ ଏକା ଛାଡ଼ିଦିଅ, ଯେପରି ସେ ଯୁଦ୍ଧରେ ହତ୍ୟା ହେବ।”
ପ୍ରଧାନ ନିର୍ଦ୍ଦେଶକଙ୍କୁ ଦାଉଦଙ୍କ ଗୀତ।
14 ଏକ ମୂର୍ଖ ଲୋକ ନିଜ ହୃଦୟରେ କହେ, “ପରମେଶ୍ୱର ନାହାନ୍ତି।”
ସେହି ମୂର୍ଖମାନେ ଭ୍ରଷ୍ଟ ଓ ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରନ୍ତି।
ସେମାନଙ୍କ ମଧ୍ୟରେ ଉତ୍ତମ କାର୍ଯ୍ୟ କରିଥିବା ଲୋକ କେହି ନାହାନ୍ତି।
2 ସଦାପ୍ରଭୁ ସ୍ୱର୍ଗରୁ ଥାଇ ତଳକୁ ଦୃଷ୍ଟି ନିକ୍ଷେପ କରି ଦେଖନ୍ତି ଯେ,
ଯଦି କେହି ଜ୍ଞାନୀ ଲୋକ ତାଙ୍କ ଅନୁରକ୍ତ ଅଛନ୍ତି ନା ନାହିଁ।
ବିଜ୍ଞ ଲୋକମାନେ ସର୍ବଦା ପରମେଶ୍ୱରଙ୍କୁ ସହାୟତା ପାଇଁ ପ୍ରାର୍ଥନା କରନ୍ତି।
3 କିନ୍ତୁ ପ୍ରତ୍ୟେକ ମଣିଷ ଆଜି
ପରମେଶ୍ୱରଙ୍କଠାରୁ ଦୂରେଇ ଯାଇଛନ୍ତି।
ସବୁ ମଣିଷ ଆଜି ଦୁଷ୍ଟ ମଣିଷରେ ପରିଣତ ହୋଇଛନ୍ତି।
ଜଣେ ବି କେହି ଆଜି ଭଲ କାର୍ଯ୍ୟ କରୁଥିବା ଲୋକ ନାହାନ୍ତି।
4 ଦୁଷ୍ଟ ଲୋକମାନେ ମୋର ଅନେକ ଲୋକଙ୍କୁ ନଷ୍ଟ କରିଛନ୍ତି
ଓ ସେହି ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ
ଏବଂ ସଦାପ୍ରଭୁଙ୍କ ସମ୍ମୁଖୀନ ହୋଇ ପାରନ୍ତି ନାହିଁ।
5-6 ସେହି ଦୁଷ୍ଟ ଲୋକମାନେ ନିରୀହ ଲୋକର ଉପଦେଶକୁ ଶୁଣିବାକୁ ପ୍ରସ୍ତୁତ ନୁହନ୍ତି କାହିଁକି?
କାରଣ ସେହି ନିରୀହ ଲୋକଟି ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳ
କିନ୍ତୁ ପରମେଶ୍ୱର ସର୍ବଦା ଧାର୍ମିକ ଲୋକମାନଙ୍କ ମଧ୍ୟରେ ବାସ କରନ୍ତି।
ତେଣୁ ଦୁଷ୍ଟ ଲୋକମାନେ ନିଶ୍ଚିତ ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍।
7 ମୁଁ ଆଶାକରେ କେହି ଜଣେ ତାଙ୍କର ମନ୍ଦିରରୁ ସିୟୋନ ପର୍ବତ ଉପରକୁ ଆସନ୍ତା
ଏବଂ ଇସ୍ରାଏଲକୁ ରକ୍ଷା କରନ୍ତା।
ସେତେବେଳେ ସଦାପ୍ରଭୁ ତାହଙ୍କର ଲୋକମାନଙ୍କୁ ପୁନର୍ବାର ଶକ୍ତିଶାଳୀ କରନ୍ତି,
ତାହାହେଲେ ଯାକୁବ [a] ଆହ୍ଲାଦିତ ହେବ।
ଇସ୍ରାଏଲ ବହୁତ ଖୁସୀ ହେବ।
ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ
14 ସେଥିପାଇଁ ପ୍ରାର୍ଥନାରେ ମୁଁ ପରମପିତାଙ୍କ ଆଗରେ ନତମସ୍ତକ ହୁଏ। 15 ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସମସ୍ତ ପରିବାରକୁ ପ୍ରକୃତ ନାମ କରଣ କରନ୍ତି। 16 ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରେ, ଯେପରି ସେ ତାହାଙ୍କ ସମସ୍ତ ମହିମା ସହିତ ତୁମ୍ଭମାନଙ୍କୁ ଆତ୍ମିକଭାବେ ଶକ୍ତିଯୁକ୍ତ ହେବା ପାଇଁ ତାହାଙ୍କର ଶକ୍ତି ପ୍ରଦାନ କରିବେ। ସେ ପବିତ୍ରଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କୁ ସେହି ଶକ୍ତି ପ୍ରଦାନ କରିବେ। 17 ତୁମ୍ଭ ବିଶ୍ୱାସ ହେତୁ ତୁମ୍ଭ ହୃଦୟରେ ଖ୍ରୀଷ୍ଟ ବାସ କରନ୍ତି। ତୁମ୍ଭ ଜୀବନ ପ୍ରେମରେ ଶକ୍ତିଶାଳୀ ହେଉ ଏବଂ ପ୍ରେମରେ ଗଢ଼ି ଉଠୁ। 18 ଖ୍ରୀଷ୍ଟଙ୍କ ପ୍ରେମର ମହାନତାକୁ ହୃଦୟଙ୍ଗମ କରିବା ପାଇଁ ତୁମ୍ଭକୁ ଓ ପରମେଶ୍ୱରଙ୍କ ପବିତ୍ରୀକୃତ ଲୋକମାନଙ୍କୁ ବୁଝିବା ଶକ୍ତି ମିଳୁ। ଯେପରି ତୁମ୍ଭେ ଏହା ମଧ୍ୟ ବୁଝି ପାର ଯେ, ସେହି ପ୍ରେମ କେତେ ଓସାର, କେତେ ଲମ୍ବା, କେତେ ଉଚ୍ଚ ଓ କେତେ ଗଭୀର। 19 ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ ମନୁଷ୍ୟର ପ୍ରେମଠାରୁ ଅଧିକ ମହାନ୍। କିନ୍ତୁ ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରେ ଯେ, ତୁମ୍ଭେ ସେହି ପ୍ରେମ ବିଷୟରେ ଜାଣିବା ପାଇଁ ସକ୍ଷମ ହୁଅ, ତେବେ ଯାଇ ତୁମ୍ଭେ ପରମେଶ୍ୱରଙ୍କଠାରେ ପୂର୍ଣ୍ଣ ହୋଇ ଯିବ।
20 ଆମ୍ଭ ଭିତରେ ପରମେଶ୍ୱରଙ୍କ ଯେଉଁ ଶକ୍ତି କାର୍ଯ୍ୟ କରିଥାଏ, ତାହା ଆମ୍ଭର ମାଗିବା ବା ଭାବିବାଠାରୁ ଯଥେଷ୍ଟ ଅଧିକ ଏବଂ ପରମେଶ୍ୱର ତାହାଠାରୁ ଅଧିକ ଶକ୍ତିର କାର୍ଯ୍ୟ କରି ପାରନ୍ତି। 21 ମଣ୍ଡଳୀରେ ଓ ଖ୍ରୀଷ୍ଟଙ୍କ ଦ୍ୱାରା ସଦାସର୍ବଦା ତାହାଙ୍କର ମହିମା ହେଉ। ଆମେନ୍।
ଯୀଶୁ 5000ରୁ ଅଧିକ ଲୋକଙ୍କୁ ଖୁଆଇଲେ(A)
6 ଏହା ପରେ ଯୀଶୁ ଗାଲିଲୀ ହ୍ରଦ (ଅର୍ଥାତ୍ ତିବିରିଆ ହ୍ରଦ) ପାର ହୋଇ ଆରପାରିକି ଗଲେ। 2 ତାହାଙ୍କ ପଛେ ପଛେ ବହୁତ ଲୋକ ଗଲେ। ସେମାନେ ତାହାଙ୍କୁ ଅନୁସରଣ କଲେ, କାରଣ ଯୀଶୁ କି ପ୍ରକାରେ ରୋଗୀମାନଙ୍କୁ ସୁସ୍ଥ କରି ଆପଣା ଶକ୍ତି ପ୍ରକାଶ କଲେ ତାହା ସେମାନେ ଦେଖିଥିଲେ। 3 ଯୀଶୁ ପାହାଡ଼ ଉପରକୁ ଚଢ଼ିଗଲେ। ସେଠାରେ ତାହାଙ୍କର ଶିଷ୍ୟମାନଙ୍କ ଗହଣରେ ବସିଲେ। 4 ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହୋଇଯାଇଥିଲା।
5 ଯୀଶୁ ଦେଖିଲେ ଲୋକମାନେ ବହୁ ସଂଖ୍ୟାରେ ତାହାଙ୍କ ପାଖକୁ ଆସୁଛନ୍ତି। ସେ ଫିଲିପ୍ପଙ୍କୁ କହିଲେ, “ଫିଲିପ୍ପ, ଏହି ଲୋକମାନଙ୍କୁ ଖୁଆଇବା ପାଇଁ ଆମ୍ଭେ କେଉଁଠାରୁ ଯଥେଷ୍ଟ ଖାଦ୍ୟ କିଣି ପାରିବା?” 6 ସେ ଏ କଥା ଫିଲିପ୍ପଙ୍କୁ ପରୀକ୍ଷା କରିବା ପାଇଁ ପଗ୍ଭରିଲେ, କାରଣ ସେ ତାହାଙ୍କ ନିଜ ଯୋଜନା ବିଷୟରେ ଜାଣିଥିଲେ।
7 ଫିଲିପ୍ପ ଉତ୍ତର ଦେଲେ, “ଏଠାରେ ଥିବା ପ୍ରତ୍ୟେକଙ୍କୁ ଖଣ୍ଡେ ଖଣ୍ଡେ ରୋଟୀ କିଣି ଦେବା ପାଇଁ ଆମ୍ଭ ସମସ୍ତଙ୍କୁ ମାସେ ପର୍ଯ୍ୟନ୍ତ କାମ କରି ଉପାର୍ଜନ କରିବାକୁ ପଡ଼ିବ।”
8 ସେଠାରେ ଆଉଜଣେ ଶିଷ୍ୟ, ଆନ୍ଦ୍ରିୟ ଉପସ୍ଥିତ ଥିଲେ, ସେ ଶିମୋନ ପିତରଙ୍କର ଭାଇ। ଆନ୍ଦ୍ରିୟ କହିଲେ, 9 “ଏଠାରେ ଜଣେ ବାଳକ ଅଛି। ତା’ପାଖରେ ପାଞ୍ଚୋଟି ରୋଟୀ ଓ ଦୁଇଟି ଛୋଟ ମାଛ ଅଛି। କିନ୍ତୁ ଏତେ ଲୋକଙ୍କ ପାଇଁ ତାହା ଯଥେଷ୍ଟ ହେବ ନାହିଁ।”
10 ଯୀଶୁ କହିଲେ, “ସମସ୍ତଙ୍କୁ ବସିବାକୁ କୁହ।” ସେଠାରେ ପ୍ରଚୁର ଘାସ ଥିଲା। ସେଠାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବସିଥିଲେ। 11 ଯୀଶୁ ରୋଟୀ ନେଇ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଲେ। ସେ ମାଛକୁ ମଧ୍ୟ ସେହିପରି ବାଣ୍ଟିଲେ। ସେ ଲୋକମାନଙ୍କୁ ମନଇଚ୍ଛା ଖାଇବାକୁ ଦେଲେ।
12 ସବୁ ଲୋକମାନେ ଯଥେଷ୍ଟ ପରିମାଣରେ ଖାଇଲେ। ସେମାନେ ଖାଇ ସାରିବା ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ବଳକା ମାଛ ଓ ରୋଟୀ ଏକାଠି କର, କିଛି ନଷ୍ଟ କର ନାହିଁ।” 13 ତେଣୁ ଶିଷ୍ୟମାନେ ବଳକା ଥିବା ଖାଦ୍ୟ ଏକାଠି କଲେ। ଲୋକମାନେ କେବଳ ମାତ୍ର ପାଞ୍ଚୋଟି ରୋଟୀରୁ ଖାଇବା ଆରମ୍ଭ କରିଥିଲେ କିନ୍ତୁ ଏବେ ଶିଷ୍ୟମାନେ ବଳକା ଖାଦ୍ୟକୁ ବାରଟି ଟୋକାଇରେ ଭର୍ତ୍ତି କଲେ।
14 ଲୋକମାନେ ଯୀଶୁଙ୍କର ଏହି ଆଶ୍ଚର୍ଯ୍ୟକାର୍ଯ୍ୟ ଦେଖି କହିଲେ, “ସେ ନିଶ୍ଚୟ ଜଣେ ଭବିଷ୍ୟଦ୍ବକ୍ତା, ଯିଏ କି ଏହି ଜଗତକୁ ଆସିଛନ୍ତି।”
15 ଯୀଶୁ ଜାଣିଥିଲେ ଯେ ଲୋକମାନେ ତାହାଙ୍କୁ ରାଜା କରିବା ପାଇଁ ଗ୍ଭହୁଁଥିଲେ। ଯେତେବେଳେ ତାହାଙ୍କୁ ଧରି ନେଇ ରାଜା କରିବାର ଯୋଜନା ଲୋକେ କଲେ, ସେତେବେଳେ ସେ ସେହି ସ୍ଥାନ ଛାଡ଼ି ଏକୁଟିଆ ପାହାଡ଼ ଉପରକୁ ଗ୍ଭଲିଗଲେ।
ଯୀଶୁ ପାଣିରେ ଗ୍ଭଲିଲେ(B)
16 ତାହାଙ୍କ ଶିଷ୍ୟମାନେ ସେହି ସନ୍ଧ୍ୟାରେ ଗାଲିଲୀ ହ୍ରଦକୁ ଗଲେ। 17 ଅନ୍ଧାର ହୋଇଯାଇଥିଲା, ତଥାପି ଯୀଶୁ ସେମାନଙ୍କ ପାଖକୁ ଫେରିଲେ ନାହିଁ। ତେଣୁ ସେମାନେ ଡଙ୍ଗାରେ ବସି ହ୍ରଦର ଆରପାରିରେ ଥିବା କଫର୍ନାହୂମ ଆଡ଼େ ଗଲେ। 18 ଖୁବ୍ ଜୋର୍ରେ ପବନ ବହୁଥିଲା। ହ୍ରଦରେ ବଡ଼ ବଡ଼ ଢେଉ ଉଠିଲା। 19 ସେମାନେ ଆହୁଲା ମାରି ପ୍ରାୟ ପାଞ୍ଚ କି ଛଅ କିଲୋମିଟର ପର୍ଯ୍ୟନ୍ତ ଗଲେ। ତା’ପରେ ସେମାନେ ଯୀଶୁଙ୍କୁ ଦେଖିଲେ। ସେ ପାଣି ଉପରେ ଗ୍ଭଲୁଥିଲେ। ସେ ଡଙ୍ଗା ଆଡ଼କୁ ଆସୁଥିଲେ। ଶିଷ୍ୟମାନେ ଡରିଗଲେ। 20 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ଭୟ କର ନାହିଁ। ଏହିତ ମୁଁ ନିଜେ।” 21 ଯୀଶୁ ଏ କଥା କହିବା ପରେ ଶିଷ୍ୟମାନେ ତାହାଙ୍କୁ ଡଙ୍ଗା ଭିତରକୁ ଆଣି ଖୁସୀ ହେଲେ। ତା’ପରେ ଡଙ୍ଗାଟି ଲକ୍ଷ୍ୟସ୍ଥଳରେ ଆସି ପହଞ୍ଚିଲା।
2010 by World Bible Translation Center