Revised Common Lectionary (Semicontinuous)
ପ୍ରଧାନ ନିର୍ଦ୍ଦେଶକଙ୍କୁ ଦାଉଦଙ୍କ ଗୀତ।
14 ଏକ ମୂର୍ଖ ଲୋକ ନିଜ ହୃଦୟରେ କହେ, “ପରମେଶ୍ୱର ନାହାନ୍ତି।”
ସେହି ମୂର୍ଖମାନେ ଭ୍ରଷ୍ଟ ଓ ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରନ୍ତି।
ସେମାନଙ୍କ ମଧ୍ୟରେ ଉତ୍ତମ କାର୍ଯ୍ୟ କରିଥିବା ଲୋକ କେହି ନାହାନ୍ତି।
2 ସଦାପ୍ରଭୁ ସ୍ୱର୍ଗରୁ ଥାଇ ତଳକୁ ଦୃଷ୍ଟି ନିକ୍ଷେପ କରି ଦେଖନ୍ତି ଯେ,
ଯଦି କେହି ଜ୍ଞାନୀ ଲୋକ ତାଙ୍କ ଅନୁରକ୍ତ ଅଛନ୍ତି ନା ନାହିଁ।
ବିଜ୍ଞ ଲୋକମାନେ ସର୍ବଦା ପରମେଶ୍ୱରଙ୍କୁ ସହାୟତା ପାଇଁ ପ୍ରାର୍ଥନା କରନ୍ତି।
3 କିନ୍ତୁ ପ୍ରତ୍ୟେକ ମଣିଷ ଆଜି
ପରମେଶ୍ୱରଙ୍କଠାରୁ ଦୂରେଇ ଯାଇଛନ୍ତି।
ସବୁ ମଣିଷ ଆଜି ଦୁଷ୍ଟ ମଣିଷରେ ପରିଣତ ହୋଇଛନ୍ତି।
ଜଣେ ବି କେହି ଆଜି ଭଲ କାର୍ଯ୍ୟ କରୁଥିବା ଲୋକ ନାହାନ୍ତି।
4 ଦୁଷ୍ଟ ଲୋକମାନେ ମୋର ଅନେକ ଲୋକଙ୍କୁ ନଷ୍ଟ କରିଛନ୍ତି
ଓ ସେହି ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ
ଏବଂ ସଦାପ୍ରଭୁଙ୍କ ସମ୍ମୁଖୀନ ହୋଇ ପାରନ୍ତି ନାହିଁ।
5-6 ସେହି ଦୁଷ୍ଟ ଲୋକମାନେ ନିରୀହ ଲୋକର ଉପଦେଶକୁ ଶୁଣିବାକୁ ପ୍ରସ୍ତୁତ ନୁହନ୍ତି କାହିଁକି?
କାରଣ ସେହି ନିରୀହ ଲୋକଟି ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳ
କିନ୍ତୁ ପରମେଶ୍ୱର ସର୍ବଦା ଧାର୍ମିକ ଲୋକମାନଙ୍କ ମଧ୍ୟରେ ବାସ କରନ୍ତି।
ତେଣୁ ଦୁଷ୍ଟ ଲୋକମାନେ ନିଶ୍ଚିତ ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍।
7 ମୁଁ ଆଶାକରେ କେହି ଜଣେ ତାଙ୍କର ମନ୍ଦିରରୁ ସିୟୋନ ପର୍ବତ ଉପରକୁ ଆସନ୍ତା
ଏବଂ ଇସ୍ରାଏଲକୁ ରକ୍ଷା କରନ୍ତା।
ସେତେବେଳେ ସଦାପ୍ରଭୁ ତାହଙ୍କର ଲୋକମାନଙ୍କୁ ପୁନର୍ବାର ଶକ୍ତିଶାଳୀ କରନ୍ତି,
ତାହାହେଲେ ଯାକୁବ [a] ଆହ୍ଲାଦିତ ହେବ।
ଇସ୍ରାଏଲ ବହୁତ ଖୁସୀ ହେବ।
13 ତା’ପରେ ଯୋୟାବ ଏବଂ ତାଙ୍କର ସୈନ୍ୟମାନେ ଅରାମୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ଅରାମୀୟମାନେ ଯୋୟାବଙ୍କ ସୈନ୍ୟମାନଙ୍କଠାରୁ ପରାସ୍ତ ହୋଇ ଛାଡ଼ି ପଳାଇଲେ। 14 ଅରାମୀୟମାନଙ୍କୁ ପଳାଇବାର ଦେଖି ଅମ୍ମୋନୀୟମାନେ ଅବୀଶୟଙ୍କ ସମ୍ମୁଖରୁ ନିଜର ନଗରକୁ ପଳାୟନ କଲେ।
ତା’ପରେ ଯୋୟାବ ଅମ୍ମୋନୀୟଙ୍କୁ ଆକ୍ରମଣ କରି ସାରିବା ପରେ ଯିରୁଶାଲମକୁ ଫେରି ଆସିଲା।
ଅରାମୀୟମାନେ ପୁନର୍ବାର ଯୁଦ୍ଧ ପାଇଁ ନିଷ୍ପତ୍ତି ନେଲେ
15 ଏହା ପରେ ଅରାମୀୟମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଏକତ୍ର ହେଲେ। 16 ହଦଦେଷର ପୁରୁଷ ଲୋକ ପଠାଇ ଫରାତ୍ ନଦୀ ଆରପାରିରେ ଅରାମୀୟମାନଙ୍କୁ ଅଣାଇଲେ। ତେଣୁ ସେମାନେ ହେଲେମକୁ ଆସିଲେ। ହଦଦେଷର ସେନାପତି ଶୋବକ ସେମାନଙ୍କର ନେତା ଥିଲା।
17 ଦାଉଦ ଏହା ଜାଣିବା ପରେ ସେ ସମୁଦାୟ ଇସ୍ରାଏଲୀୟମାନଙ୍କୁ ଏକତ୍ର କରି ଯର୍ଦ୍ଦନ ପାର ହୋଇ ହେଲେମକୁ ଆସିଲେ।
ତହିଁରେ ଅରାମୀୟମାନେ ଦାଉଦଙ୍କ ଆଗରେ ସୈନ୍ୟ ସଜ୍ଜାଇ ତାଙ୍କ ସାଙ୍ଗରେ ଯୁଦ୍ଧ କଲେ। 18 ଅରାମୀୟମାନେ ଯୁଦ୍ଧ କରି ନ ପାରି ଇସ୍ରାଏଲୀୟମାନଙ୍କ ଆଗରୁ ପଳାୟନ କଲେ। ଦାଉଦ ଅରାମୀୟମାନଙ୍କ 700 ରଥାରୂଢ଼ ଓ 40,000 ଅଶ୍ୱାରୂଢ଼ ସୈନ୍ୟଙ୍କୁ ହତ୍ୟା କଲେ। ପୁଣି ସେ ସେମାନଙ୍କର ସେନାପତି ଶୋବକକୁ ଆଘାତ କଲେ ଓ ସେ ସେହିଠାରେ ମୃତ୍ୟୁବରଣ କଲା।
19 ହଦଦେଷରଙ୍କର ସେବା କରୁଥିବା ରାଜାମାନେ ଦେଖିଲେ ଯେ ଇସ୍ରାଏଲୀୟମାନେ ସେମାନଙ୍କୁ ପରାସ୍ତ କଲେଣି ଓ ସେ ଇସ୍ରାଏଲୀୟମାନଙ୍କ ସହିତ ସନ୍ଧି କଲେ ଓ ସେମାନଙ୍କର ସେବକ ହେଲେ। ଅରାମୀୟମାନେ ପୁନ୍ନରାୟ ଅମ୍ମୋନୀୟମାନଙ୍କୁ ସାହାଯ୍ୟ କରିବାକୁ ଭୟ କଲେ।
31 ସ୍ତ୍ରୀଲୋକଟି ନଗରରେ ଥିବା ସମୟରେ, ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ଅନୁରୋଧ କଲେ, “ଗୁରୁ କିଛି ଭୋଜନ କରନ୍ତୁ।”
32 କିନ୍ତୁ ଯୀଶୁ ଉତ୍ତର ଦେଲେ, “ମୋ’ ପାଖରେ ଏପରି ଖାଦ୍ୟ ଅଛି, ଯାହା ବିଷୟରେ ତୁମ୍ଭେମାନେ ଜାଣ ନାହିଁ।”
33 ତେଣୁ ଶିଷ୍ୟମାନେ ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହେଲେ, “ତାହାଙ୍କ ଲାଗି କିଏ ଖାଦ୍ୟ ଆଣିଲା କି?”
34 ଯୀଶୁ କହିଲେ, “ଯେଉଁ ପରମେଶ୍ୱର ମୋତେ ପଠାଇଛନ୍ତି, ତାହାଙ୍କର ଇଚ୍ଛା ପାଳନ କରିବା ଓ ତାହାଙ୍କର କାର୍ଯ୍ୟ ପୂର୍ଣ୍ଣ କରିବା ହେଉଛି ମୋର ଆହାର। 35 ତୁମ୍ଭେମାନେ ଯେତେବେଳେ କିଛି ରୋପଣ କର ସେତେବେଳେ ତୁମ୍ଭେ ସର୍ବଦା କୁହ, ‘ଶସ୍ୟ କଟା ହେବା ପାଇଁ ଆହୁରି ଗ୍ଭରି ମାସ ବାକି ଅଛି।’ କିନ୍ତୁ ମୁଁ ତୁମ୍ଭକୁ କହୁଛି, ତୁମ୍ଭମାନଙ୍କର ଆଖି ଖୋଲ। ଲୋକମାନଙ୍କୁ ଦେଖ। ସେମାନେ ଅମଳ ପାଇଁ ପ୍ରସ୍ତୁତ କ୍ଷେତ୍ରତୁଲ୍ୟ ଅଟନ୍ତି। 36 ବର୍ତ୍ତମାନ ମଧ୍ୟ ଯେଉଁ ଲୋକ ଶସ୍ୟ କାଟେ ତାକୁ ମଜୁରି ଦିଆ ଯାଉଛି। ସେ ଅନନ୍ତ ଜୀବନ ପାଇଁ ଶସ୍ୟ ସଂଗ୍ରହ କରୁଛି। ତେଣୁ ବୁଣାଳି ଓ କଟାଳୀ ଉଭୟ ମିଳି ଆନନ୍ଦିତ କରିବେ। 37 କଥାରେ ଅଛି, ‘ଜଣେ ଲୋକ ବୁଣେ ଏବଂ ଅନ୍ୟ ଜଣେ ଫସଲ କାଟେ’, ଏହି ଉକ୍ତିଟି ସତ୍ୟ। 38 ତୁମ୍ଭେ ଯାହା ବୁଣି ନ ଥିଲ ତାହା କାଟିବା ପାଇଁ ମୁଁ ତୁମ୍ଭକୁ ପଠାଇଥିଲି ଅନ୍ୟ ଲୋକମାନେ କାମ କଲେ, ଆଉ ତୁମ୍ଭେମାନେ ସେମାନଙ୍କ କାମରୁ ଲାଭ ପାଇଲ।”
2010 by World Bible Translation Center