Revised Common Lectionary (Semicontinuous)
ଦାଉଦଙ୍କର ଏକ ଗୀତ।
21 ହେ ସଦାପ୍ରଭୁ, ତୁମ୍ଭର ଶକ୍ତି ହିଁ ରାଜାକୁ ସୁଖୀ କରାଏ।
ତୁମ୍ଭେ ଯେତେବେଳେ ତାକୁ ଉଦ୍ଧାର କର, ସେ ଅତି ଆନନ୍ଦିତ ହୁଏ।
2 ତୁମ୍ଭେ ସେହି ରାଜାକୁ ଯାହା ସେ ଗ୍ଭହେଁ ପ୍ରଦାନ କର।
ହେ ସଦାପ୍ରଭୁ, ସେହି ରାଜା ତୁମ୍ଭ ନିକଟରୁ କିଛି ଗ୍ଭହିଁଥିଲା ଓ ତୁମ୍ଭେ ତା’ର ସକଳ ଇଚ୍ଛା ପୂରଣ କଲ।
3 ହେ ସଦାପ୍ରଭୁ, ତୁମ୍ଭେ ପ୍ରକୃତରେ ରାଜାଙ୍କୁ ଆଶୀର୍ବାଦ କରିଛ।
ତୁମ୍ଭେ ତା’ର ମସ୍ତକରେ ସୁବର୍ଣ୍ଣ ମୁକୁଟ ପିନ୍ଧାଇ ଦେଇଛ।
4 ହେ ପରମେଶ୍ୱର, ରାଜା ତୁମ୍ଭକୁ ଜୀବନ ପ୍ରାର୍ଥନା କଲେ ଓ ତୁମ୍ଭେ ତାକୁ ତାହା ପ୍ରଦାନ କରିଛ।
ତୁମ୍ଭେ ତାକୁ ଅନନ୍ତ ଜୀବନ ଦାନ କରିଛ, ଯାହା ଅନନ୍ତକାଳସ୍ଥାୟୀ।
5 ସେହି ରାଜାଙ୍କୁ ତୁମ୍ଭେ ବିଜୟ ପ୍ରଦାନ କରିଛ ଓ ତାକୁ ଗୌରବରେ ମଣ୍ଡିତ କରିଛ।
ତୁମ୍ଭେ ତାଙ୍କୁ ସମ୍ମାନ ଓ ପ୍ରଶଂସା ପ୍ରଦାନ କରିଛ?
6 ହେ ପରମେଶ୍ୱର, ତୁମ୍ଭେ ପ୍ରକୃତରେ ସେହି ରାଜାଙ୍କୁ ଚିରଦିନ ଲାଗି ଆଶୀର୍ବାଦ କରିଛ।
ଯେତେବେଳେ ସେ ତୁମ୍ଭର ମୁଖ ଦର୍ଶନ କରେ ତା’ର ଆନନ୍ଦ ଆହୁରି ବଢ଼ିଯାଏ।
7 ରାଜା ସଦାପ୍ରଭୁଙ୍କ ଉପରେ ନିର୍ଭର କରେ।
ସର୍ବୋପରିସ୍ଥ ପରମେଶ୍ୱରଙ୍କ ସ୍ନେହପୂର୍ଣ୍ଣ କରୁଣା କେବେହେଲେ ତାକୁ ପଡ଼ିବା ପାଇଁ ଦେବେ ନାହିଁ।
8 ହେ ପରମେଶ୍ୱର ତୁମ୍ଭେ ଆପଣା ଶତ୍ରୁମାନଙ୍କୁ ଦେଖାଇ ଦିଅ ଯେ ତୁମ୍ଭେ ସବୁଠାରୁ ଶକ୍ତିଶାଳୀ।
ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି,
ତୁମ୍ଭର ଶକ୍ତି ସେ ସମସ୍ତଙ୍କୁ ପରାଜିତ କରିବ।
9 ତୁମ୍ଭେ ଆପଣା ରାଜାଙ୍କୁ ଏକ ଜ୍ୱଳନ୍ତ ଚୁଲ୍ଲୀ ତୁଲ୍ୟ କରିବ,
ଯେତେବେଳେ ତୁମ୍ଭେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆସ,
ଏବଂ ତାଙ୍କ କ୍ରୋଧରେ ସେ ସମ୍ପୂର୍ଣ୍ଣ ଭାବରେ
ସେମାନଙ୍କୁ ଧ୍ୱଂସ କରିବେ।
10 ଏ ପୃଥିବୀରୁ ସେମାନଙ୍କର ଫଳ ଓ ମନୁଷ୍ୟ ସନ୍ତାନଗଣ ମଧ୍ୟରୁ
ସେମାନଙ୍କର ବଂଶ ଲୋପ କରିବ।
11 କାରଣ ସେହି ଦୁଷ୍ଟ ଲୋକମାନେ ତୁମ୍ଭ ବିରୁଦ୍ଧରେ ମନ୍ତ୍ରଣା କରୁଥିଲେ।
ହେ ସଦାପ୍ରଭୁ, ସେମାନେ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରୁଥିଲେ କିନ୍ତୁ ସେମାନେ ସେହି କାର୍ଯ୍ୟରେ ସଫଳ ହେଲେ ନାହିଁ।
12 ହେ ସଦାପ୍ରଭୁ, ତୁମ୍ଭେ ସେହି ଲୋକମାନଙ୍କୁ ତୁମ୍ଭର ଦାସ କରିଛ।
ସେମାନଙ୍କୁ ତୁମ୍ଭେ ରଶିରେ ବାନ୍ଧି ପକାଇଛ।
ତୁମ୍ଭେ ରଶିରେ ସେମାନଙ୍କର ବେକକୁ ଫାଶ କରି ବସାଇ ଦେଇଛ।
ତୁମ୍ଭେ ସେମାନଙ୍କୁ ଦାସ କରି ରଖିବାକୁ ବାଧ୍ୟ କରିଛ।
13 ହେ ସଦାପ୍ରଭୁ, ତୁମ୍ଭର ଶକ୍ତିର ବିଜୟ ଗୀତ ଗ୍ଭରିଆଡ଼େ ଗୁଞ୍ଜରିତ ହେଉ।
ଆମ୍ଭେ ସେହି ଗୀତ ଗାନ କରି ଓ ତୁମ୍ଭର ସଙ୍ଗୀତର ତାଳେ ତାଳେ ନୃତ୍ୟ କରି ତୁମ୍ଭର ପରାକ୍ରମ ସମ୍ପର୍କରେ ଗ୍ଭରିଆଡ଼େ ପ୍ରଗ୍ଭର କରିବୁ।
11 ସୋରର ରାଜା ହୀରମ୍ ଦାଉଦଙ୍କ ନିକଟକୁ ଦୂତଗଣ ପଠାଇଲେ। ହୀରମ୍ ମଧ୍ୟ ଏରସ କାଠ, ବଢ଼ାଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲେ। ସେମାନେ ଦାଉଦଙ୍କ ପାଇଁ ଏକ ଘର ତିଆରି କଲେ। 12 ସଦାପ୍ରଭୁ ଦାଉଦଙ୍କୁ ଇସ୍ରାଏଲର ରାଜା କଲେ ଓ ତାଙ୍କର ଇସ୍ରାଏଲର ଲୋକମାନଙ୍କ ପାଇଁ ରାଜ୍ୟକୁ ଅତ୍ୟଧିକ କ୍ଷମତା ଦେଲେ। ଏହା ଦାଉଦ ବୁଝି ପାରିଲେ।
13 ଦାଉଦ ହିବ୍ରୋଣରୁ ଯିରୁଶାଲମକୁ ଗଲେ। ସେଠାରେ ସେ ଅନେକ ସ୍ତ୍ରୀମାନଙ୍କୁ ଓ ଅନେକ ଉପପତ୍ନୀମାନଙ୍କୁ ବିବାହ କଲେ ଏବଂ ସେଠାରେ ତାଙ୍କଠାରୁ ଅନେକ ପିଲା ଜନ୍ମ ହେଲେ। 14 ଏହିସବୁ ପୁତ୍ର ଯେଉଁମାନେ ଯିରୁଶାଲମରେ ଦାଉଦଙ୍କ ଔରସରୁ ଜନ୍ମ ହେଲେ। ସେମାନେ ହେଲେ, ଶମ୍ମୂୟ, ଶୋବବ୍, ନାଥନ୍ ଓ ଶଲୋମନ୍। 15 ୟିଭର, ଇଲୀଶୂୟ, ନେଫଗ୍ ଓ ଯାଫିୟ, 16 ଇଲୀଶାମା, ଇଲୀୟାଦା ଓ ଇଲୀଫେଲଟ ନାମରେ ଜଣା।
ଧୈର୍ଯ୍ୟବାନ ହୁଅ
7 ଭାଇ ଓ ଭଉଣୀମାନେ, ଧୈର୍ଯ୍ୟ ରଖ, ପ୍ରଭୁ ଯୀଶୁ ଆସିବେ। ସେହି ସମୟ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରୁହ। 8 ଗ୍ଭଷୀ ଯେପରି ନିଜ କ୍ଷେତର ମୂଲ୍ୟବାନ ଶସ୍ୟ ବଢ଼ି ଉଠିବାକୁ ଧୈର୍ଯ୍ୟର ସହିତ ଆଶାରଖି, ଆରମ୍ଭ ଓ ଶେଷ ବର୍ଷା ପଡ଼ିବା ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ଅପେକ୍ଷା କରେ, ତୁମ୍ଭେମାନେ ସେହିଭଳି ଧୈର୍ଯ୍ୟଶୀଳ ହେବା ଉଚିତ୍। ନିଜର ଆଶା ଛାଡ଼ିଦିଅ ନାହିଁ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି। 9 ଭାଇ ଓ ଭଉଣୀମାନେ, ପରସ୍ପର ବିରୁଦ୍ଧରେ ଅଭିଯୋଗ କର ନାହିଁ। ତୁମ୍ଭେ ଅଭିଯୋଗ କରିବା ବନ୍ଦ ନ କଲେ, ନିଜେ ଦୋଷୀ ବୋଲି ବିଗ୍ଭରିତ ହେବ। ବିଗ୍ଭରପତି ଆସିବାକୁ ପ୍ରସ୍ତୁତ ଅଛନ୍ତି।
10 ଭାଇ ଓ ଭଉଣୀମାନେ, ପ୍ରଭୁଙ୍କ ପାଇଁ ଭାବବାଣୀ କହିଥିବା ଭାବବାଦୀମାନଙ୍କ ଉଦାହରଣ ଅନୁସରଣ କର। ସେମାନେ ଅନେକ ଯାତନା ସହି ଥିଲେ ହେଁ ଧୈର୍ଯ୍ୟବାନ ଥିଲେ। 11 ଆମ୍ଭେ କହୁଛୁ ଯେ, ଯେଉଁମାନେ ସେମାନଙ୍କର ଅସୁବିଧାଗୁଡ଼ିକୁ ଧୈର୍ଯ୍ୟର ସହିତ ଗ୍ରହଣ କଲେ, ସେମାନେ ବର୍ତ୍ତମାନ ଖୁସୀରେ ଅଛନ୍ତି। ତୁମ୍ଭେମାନେ ଆୟୁବଙ୍କର ଧୈର୍ଯ୍ୟ [a] କଥା ଶୁଣିଛ। ତୁମ୍ଭେ ଜାଣିଛ ଯେ, ଆୟୁବ ସବୁ କଷ୍ଟରୁ ଉତ୍ତୀର୍ଣ୍ଣ ହୋଇ ସାରିଲା ପରେ ପରମେଶ୍ୱର ତାହାଙ୍କୁ ସାହାଯ୍ୟ କରିଥିଲେ। ଏହା ଦର୍ଶାଏ ଯେ, ପ୍ରଭୁ କରୁଣାରେ ପୂର୍ଣ୍ଣ ଓ ଦୟାଳୁ ଅଟନ୍ତି।
ସାବଧାନ ରହି କଥା କୁହ
12 ମୋ’ ଭାଇ ଓ ଭଉଣୀମାନେ! ମନେରଖ ଯେକୌଣସି ପ୍ରତିଜ୍ଞା କଲାବେଳେ ଶପଥ କର ନାହିଁ। ଏହା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ତୁମ୍ଭର କଥାକୁ ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ ସ୍ୱର୍ଗ, ପୃଥିବୀ ବା ଅନ୍ୟ କିଛିର ନାମ ନିଅ ନାହିଁ। “ତୁମ୍ଭର ହଁ କଥା ହଁ ହେଉ, ଏବଂ ନା କଥା ନା ହେଉ। ଏପରି କଲେ ତୁମ୍ଭେ ଦୋଷୀ ସାବ୍ୟସ୍ତ ହେବ ନାହିଁ।”
2010 by World Bible Translation Center