Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 5:1-5

ଇସ୍ରାଏଲୀୟମାନେ ଦାଉଦଙ୍କୁ ରାଜା କଲେ

ତା’ପରେ ଇସ୍ରାଏଲର ସମସ୍ତ ପରିବାରବର୍ଗ ହିବ୍ରୋଣଠାରେ ଦାଉଦଙ୍କ ନିକଟକୁ ଆସିଲେ। ସେମାନେ କହିଲେ, “ଆମ୍ଭେମାନେ ତୁମ୍ଭର ନିଜ ପରିବାର। ଏପରିକି ଯେତେବେଳେ ଶାଉଲ ରାଜା ଥିଲେ ସେତେବେଳେ ଆପଣ ଆମ୍ଭମାନଙ୍କୁ ଯୁଦ୍ଧରେ ଆଗେଇ ନେଇଥିଲେ। ଆଉ ଆପଣ ହେଉଛନ୍ତି ସେହି ଲୋକ ଯେ କି ଯୁଦ୍ଧରୁ ଇସ୍ରାଏଲକୁ ନିରାପଦରେ ଫେରାଇ ଆଣିଥିଲେ ଏବଂ ସଦାପ୍ରଭୁ ଆପଣଙ୍କୁ କହିଛନ୍ତି, ‘ତୁମ୍ଭେ ମୋର ଲୋକମାନଙ୍କର ମେଷପାଳକ ହେବ। ଇସ୍ରାଏଲ ଓ ତୁମ୍ଭେ ଇସ୍ରାଏଲର ଲୋକମାନଙ୍କ ଉପରେ ଶାସନ କରିବ।’”

ତେଣୁ ଇସ୍ରାଏଲର ସମସ୍ତ ନେତାମାନେ ରାଜା ଦାଉଦଙ୍କ ସାକ୍ଷାତ ପାଇଁ ହିବ୍ରୋଣକୁ ଆସିଲେ। ତହିଁରେ ରାଜା ଦାଉଦ ହିବ୍ରୋଣରେ ସଦାପ୍ରଭୁ ସମ୍ମୁଖରେ ସେମାନଙ୍କ ସହିତ ଚୁକ୍ତି କଲେ ଓ ସେମାନେ ଇସ୍ରାଏଲର ରାଜା ରୂପେ ଦାଉଦଙ୍କୁ ଅଭିଷିକ୍ତ କଲେ।

ଯେତେବେଳେ ଦାଉଦଙ୍କୁ ତିରିଶ୍ ବର୍ଷ ବୟସ ହୋଇଥିଲା, ସେ ରାଜତ୍ୱ କରିବା ଆରମ୍ଭ କଲେ। ସେ ଗ୍ଭଳିଶ୍ ବର୍ଷ ଧରି ରାଜତ୍ୱ କଲେ। ହିବ୍ରୋଣରେ ସେ ଯିହୁଦା ଉପରେ ସାତ ବର୍ଷ ଓ ଛଅ ମାସ ରାଜତ୍ୱ କଲେ; ପୁଣି ସେ ଯିରୁଶାଲମରେ ସମସ୍ତ ଇସ୍ରାଏଲ ଓ ଯିହୁଦା ଉପରେ ତେତିଶ ବର୍ଷ ରାଜତ୍ୱ କଲେ।

ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 5:9-10

ଦାଉଦ ସେହି ଦୁର୍ଗରେ ବାସ କଲେ, ଏବଂ ସେହି ସହରକୁ, “ଦାଉଦ ସହର ନାମରେ ନାମିତ କଲେ।” ଦାଉଦ ମିଲ୍ଲୋ ସ୍ଥାନକୁ ନିର୍ମାଣ କରିବାକୁ ଆରମ୍ଭ କଲେ। ସେ ମଧ୍ୟ ନଗର ଭିତରେ ବହୁତ ପକ୍କାଘର ନିର୍ମାଣ କଲେ। 10 ଆଉ ସର୍ବଶକ୍ତିମାନ ସଦାପ୍ରଭୁ ଦାଉଦଙ୍କର ସହାୟ ହେବାରୁ ଦାଉଦ ଆହୁରି ଅଧିକରୁ ଅଧିକ ଶକ୍ତିଶାଳୀ ହେଲେ।

ଗୀତସଂହିତା 48

କୋରହ ପରିବାରର ପ୍ରଶଂସାଯୁକ୍ତ ଗୀତ।

48 ସଦାପ୍ରଭୁ ମହାନ ଅଟନ୍ତି।
    ଆମ୍ଭର ପରମେଶ୍ୱରଙ୍କ ସାରା ନଗରରେ ତାଙ୍କର ପବିତ୍ର ପର୍ବତରେ ସେ ପ୍ରଶଂସିତ ହୁଅନ୍ତି।
ପରମେଶ୍ୱରଙ୍କ ପବିତ୍ର ନଗର ଏପରି ଏକ ମନୋରମ ଉଚ୍ଚତାରେ ଅବସ୍ଥିତ।
    ଏହା ପୃଥିବୀର ସବୁ ଲୋକଙ୍କ ପ୍ରାଣରେ ଆନନ୍ଦ ସଞ୍ଚାର କରେ।
ସିୟୋନ ପର୍ବତ ପ୍ରକୃତରେ ପରମେଶ୍ୱରଙ୍କ ପବିତ୍ର ପର୍ବତ ଅଟେ।
    ଏହା ସେହି ମହାନ ରାଜାଙ୍କର ପ୍ରଧାନ ନଗର ଅଟେ।
ଯେଉଁ ଲୋକମାନେ ସେହିସବୁ ପ୍ରାସାଦମାନଙ୍କରେ ବାସ କରନ୍ତି ସେମାନେ ଜାଣନ୍ତି ଯେ,
    ତାଙ୍କର ସମସ୍ତ ପ୍ରାସାଦର ଆଶ୍ରୟସ୍ଥଳର ନିରାପଦ ଆଶ୍ରୟସ୍ଥଳ ପରମେଶ୍ୱର ଅଟନ୍ତି।
ଗୋଟିଏ ସମୟରେ ଅନେକ ରାଜା ଏକତ୍ରିତ ହୋଇ
    ଏହି ନଗରୀକୁ ଆକ୍ରମଣ କରିବାକୁ ଯୋଜନା କଲେ।
ସେମାନେ ସେହି ନଗର ଆଡ଼କୁ ଗମନ କଲେ।
    କିନ୍ତୁ ସେହି ରାଜାମାନେ ସେଠାରେ ଯାହା ଦେଖିଲେ ସେଥିରେ ସେମାନେ ଆଶ୍ଚର୍ଯ୍ୟ ହେଲେ।
    ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା ଓ ସେମାନେ ଦୌଡ଼ି ପଳାଇ ଗଲେ।
ଭୟ ସେହି ରାଜାମାନଙ୍କୁ ଥରାଇ ଦେଲା
    ଓ ସେମାନେ ଭୟରେ ଥରି ଉଠିଲେ।
ହେ ପରମେଶ୍ୱର, ତୁମ୍ଭ ନିର୍ଦ୍ଦେଶରେ ପୂର୍ବଦିଗରୁ ପ୍ରବଳ ଝଡ଼ ମାଡ଼ି ଆସି
    ସେମାନଙ୍କ ବୃହତ୍ ଜାହାଜ ସବୁକୁ ଭାଙ୍ଗି ପକାଇଲା।
ହଁ, ଆମ୍ଭେମାନେ ତୁମ୍ଭର ଶକ୍ତି ବିଷୟରେ ସେହି ଗଳ୍ପ ସବୁ ଶୁଣିଅଛୁ।
    କିନ୍ତୁ ଆମ୍ଭେ ପରମେଶ୍ୱରଙ୍କର ଶକ୍ତି ଦେଖିଅଛୁ।
ଆମ୍ଭେ ସେହି ପରମେଶ୍ୱରଙ୍କ ନଗରରେ ବାସ କରୁ, ଯେପରି ସୈନ୍ୟାଧିପତି ପରମେଶ୍ୱର ଚିରଦିନ ଲାଗି ସେହି ନଗରକୁ ଅଧିକ ଶକ୍ତିଶାଳୀ କରିଛନ୍ତି।

ପରମେଶ୍ୱର, ତୁମ୍ଭ ମନ୍ଦିରରେ ଆମ୍ଭେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାକୁ ଧ୍ୟାନ କରୁ।
10 ହେ ପରମେଶ୍ୱର, ତୁମ୍ଭେ ମହାନ ଅଟ।
    ଏ ପୃଥିବୀର ସମସ୍ତ ଲୋକେ ତୁମ୍ଭକୁ ପ୍ରଶଂସା କରନ୍ତି।
    ସମସ୍ତେ ଜାଣନ୍ତି ତୁମ୍ଭେ କେତେ ମହାନ ଅଟ।
11 ହେ ପରମେଶ୍ୱର, ତୁମ୍ଭର ପବିତ୍ର ସିୟୋନ ପର୍ବତ ଅତି ଆନନ୍ଦିତ।
    ଯିହୁଦାର ସହର ସବୁ ଉଲ୍ଲସିତ।
    କେବଳ ତୁମ୍ଭର ଉତ୍ତମ ଶାସନ ବିଧି ପାଇଁ ଏହା ସମ୍ଭବ ହୋଇଛି।
12 ସିୟୋନ ପର୍ବତର ଚତୁର୍ଦ୍ଦିଗରେ ଭ୍ରମଣ କର।
    ସେହି ନଗରୀକୁ ଗ୍ଭହଁ ଓ ତାହାର ଗମ୍ବୁଜ ସବୁକୁ ଗଣ।
13 ବିରାଟ ଉଚ୍ଚ ପ୍ରାଚୀରସବୁ ଦେଖ।
    ସିୟୋନ ପ୍ରାସାଦକୁ ନୀରିକ୍ଷଣ କର,
    ଯାହା ଫଳରେ ତୁମ୍ଭେ ଆପଣା ପରବର୍ତ୍ତୀ ବଂଶଧରମାନଙ୍କୁ ଏକଥା କହିପାରିବ।
14 ଏହି ପରମେଶ୍ୱର ହିଁ ଆମ୍ଭର ଚିରକାଳ ଲାଗି ପରମେଶ୍ୱର ଅଟନ୍ତି।
    ସେ ଚିରକାଳ ଲାଗି ଆମ୍ଭକୁ ପଥ ପ୍ରଦର୍ଶନ କରିବେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 12:2-10

ମୁଁ ଚଉଦ ବର୍ଷ ପୂର୍ବରୁ ଘଟି ଥିବା ଗୋଟିଏ ଘଟଣା କହୁଛି। ଜଣେ ଖ୍ରୀଷ୍ଟରେ ଥିବା ଲୋକକୁ ମୁଁ ଜାଣେ (ସ୍ୱଦେହରେ କି ଦେହରହିତ ହୋଇ, ତାହା ମୁଁ ଜାଣେ ନାହିଁ, ପରମେଶ୍ୱର ଜାଣନ୍ତି) ଯାହାଙ୍କୁ ତୃତୀୟ ସ୍ୱର୍ଗକୁ ନିଆଗଲା। ମୁଁ ଜାଣେ ତାହାଙ୍କୁ ପାରଦୀଶକୁ [a] ନିଆଗଲା। (ସ୍ୱଦେହରେ କି ଦେହରହିତ ହୋଇ, ତାହା ମୁଁ ଜାଣେ ନାହିଁ, ପରମେଶ୍ୱର ଜାଣନ୍ତି)। ସେ ଏପରି ଶୁଣିବାକୁ ପାଇଲେ ଯାହା ସେ ବୁଝେଇ ପାରିଲେ ନାହିଁ। ସେ କିଛି ବିଷୟ ଶୁଣିଲେ, ଯାହା କୌଣସି ବ୍ୟକ୍ତିକୁ କହିବା ପାଇଁ ଅନୁମତି ଦିଆଯାଇ ନାହିଁ। ମୁଁ ଏହିଭଳି ଲୋକ ପାଇଁ ଗର୍ବ କରିବାକୁ ଇଚ୍ଛା କରୁଛି, କିନ୍ତୁ ମୁଁ ନିଜ ପାଇଁ ଗର୍ବ କରିବି ନାହିଁ, ମାତ୍ର ମୋହର ଦୁର୍ବଳତାରେ ଦର୍ପ କରିବି।

ଯଦିଓ ମୁଁ ନିଜ ଉପରେ ଗର୍ବ କରିବାକୁ ଗ୍ଭହିଁଲି ତଥାପି ମୁଁ ମୂର୍ଖ ନୁହେଁ, କାରଣ ମୁଁ ସତ୍ୟକଥା କହେ। କିନ୍ତୁ ମୁଁ ନିଜ ପାଇଁ ଗର୍ବ କରିବି ନାହିଁ କାରଣ ଲୋକେ ମୋ’ ବିଷୟରେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ତା’ଠାରୁ ଅଧିକ ବୋଲି ମୋତେ ଭାବନ୍ତୁ, ଏହା ମୁଁ ଇଚ୍ଛା କରେ ନାହିଁ।

ମୋତେ ଦିଆଯାଇଥିବା ଆଶ୍ଚର୍ଯ୍ୟଜନକ ପ୍ରତ୍ୟାଦେଶଗୁଡ଼ିକ ପାଇଁ କାଳେ ମୁଁ ଅତ୍ୟଧିକ ଗର୍ବ କରିବି, ସେଥିପାଇଁ ମୋତେ ଶରୀରରେ ଯନ୍ତ୍ରଣାଦାୟକ ଏକ କଣ୍ଟକ ଦିଆ ହେଲା। ଶୟତାନର ଦୂତ ସ୍ୱରୂପେ ଏହା ମୋତେ ଦିଆଯାଇଛି ଓ ମୁଁ ଯେପରିକି ଅଧିକ ଗର୍ବ ନ କରେ। ମୋତେ ମାଡ଼ ମାରିବା ପାଇଁ ସେଥିପାଇଁ ତାହାକୁ ପଠାଯାଇଛି। ମୁଁ ପ୍ରଭୁଙ୍କୁ ତିନିଥର ପ୍ରାର୍ଥନା କଲି ଯେ ସେ ଏହି କଣ୍ଟକଟିକୁ ମୋ’ଠାରୁ ଦୂରେଇ ନିଅନ୍ତୁ। କିନ୍ତୁ ପ୍ରଭୁ ମୋତେ କହିଲେ, “ତୁମ୍ଭ ପାଇଁ ମୋର ଅନୁଗ୍ରହ ଯଥେଷ୍ଟ। ଯେତେବେଳେ ତୁମ୍ଭେ ଦୁର୍ବଳ, ସେତେବେଳେ ମୋର ଶକ୍ତି ତୁମ୍ଭଠାରେ ପରିପୂର୍ଣ୍ଣତା ଭାବେ ଦେଖା ଦିଏ।” ଅତଏବ ମୁଁ ମୋର ଦୁର୍ବଳତା ପାଇଁ ଗର୍ବ ଅନୁଭବ କରିବାରେ ଆନନ୍ଦ ପାଏ। ଏହା ଦ୍ୱାରା ଖ୍ରୀଷ୍ଟଙ୍କର ଶକ୍ତି ମୋ’ଠାରେ ରହିଥିବ। 10 ଅତଏବ ମୋ’ଠାରେ ଦୁର୍ବଳତା ଥିଲେ ମୁଁ ଆନନ୍ଦିତ ହୁଏ। କେବଳ ଖ୍ରୀଷ୍ଟଙ୍କ ସକାଶେ ଯେତେବେଳେ ମୁଁ ଅପମାନିତ ହୁଏ, ମୁଁ କଠିନ ସମୟ ଦେଇ ଗତି କରେ, ଯେତେବେଳେ ମୋର କଷ୍ଟ ଥାଏ ବା ଯେତେବେଳେ ମୋର ସମସ୍ୟା ଥାଏ, ସେତେବେଳେ ମୁଁ ଆନନ୍ଦ କରେ। ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ପ୍ରକୃତରେ ଅତି ସବଳ, ଏଥିପାଇଁ ଅତିଶୟ ଆନନ୍ଦ କରେ।

ମାର୍କ ଲିଖିତ ସୁସମାଗ୍ଭର 6:1-13

ଯୀଶୁ ନିଜ ଜନ୍ମ ସହରକୁ ଗଲେ(A)

ଯୀଶୁ ସେ ସ୍ଥାନ ଛାଡ଼ି ନିଜ ଜନ୍ମ ସହରକୁ ଗଲେ। ତାହାଙ୍କ ଶିଷ୍ୟମାନେ ତାହାଙ୍କ ସହିତ ଗଲେ। ବିଶ୍ରାମ ଦିବସରେ ଯୀଶୁ ଯିହୂଦୀୟ ସମାଜଗୃହରେ ଶିକ୍ଷା ଦେଲେ। ବହୁତ ଲୋକ ତାହାଙ୍କ ଶିକ୍ଷା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କହିଲେ, “ଏ ଲୋକ ଏସବୁ ଶିକ୍ଷା କେଉଁଠାରୁ ପାଇଲା? ଏ ଲୋକକୁ ଏ ଉତ୍ତମ ବିଗ୍ଭରଶକ୍ତି (ବିଜ୍ଞତା) କିଏ ଦେଲା? ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ପାଇଁ ସେ କେଉଁଠାରୁ ଶକ୍ତି ପାଇଲା? ଏ କ’ଣ ସେହି ବଢ଼େଇ ନୁହନ୍ତି? ଏ କ’ଣ ମରିୟମଙ୍କ ପୁଅ, ଆଉ ଯାକୁବ, ଯୋସି, ଯିହୂଦା ଓ ଶିମୋନଙ୍କ ଭାଇ ନୁହନ୍ତି? ତାହାଙ୍କର ଭଉଣୀମାନେ କ’ଣ ଏଠାରେ ଆମ୍ଭ ସହିତ ନାହାନ୍ତି?” ତେଣୁ ଯୀଶୁଙ୍କୁ ସ୍ୱୀକାର କରିବାରେ ଏହି ଲୋକମାନେ ବାଧା ପାଇଲେ।

ତେଣୁ ଯୀଶୁ ଲୋକମାନଙ୍କୁ କହିଲେ, “ଅନ୍ୟମାନେ ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ସମ୍ମାନ ଦେଇଥା’ନ୍ତି। କିନ୍ତୁ ତାହାଙ୍କ ନିଜ ସହର ଲୋକେ, ତାହାଙ୍କର ସମ୍ପର୍କୀୟମାନେ ଓ ତାହାଙ୍କ ନିଜ ପରିବାରର ଲୋକମାନେ ତାହାଙ୍କୁ ସମ୍ମାନ କରନ୍ତି ନାହିଁ।” ଅତଏବ ସେଠାରେ ଯୀଶୁ କୌଣସି ଆଶ୍ଚର୍ଯ୍ୟକାର୍ଯ୍ୟ ପ୍ରଦର୍ଶନ କରି ପାରିଲେ ନାହିଁ। କେବଳ କେତେକ ରୋଗୀଙ୍କ ଉପରେ ହାତ ରଖି ସେ ସେମାନଙ୍କୁ ସୁସ୍ଥ କରିଲେ। ଏ ଲୋକମାନଙ୍କର କୌଣସି ବିଶ୍ୱାସ ନ ଥିବାରୁ ଯୀଶୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। ତା’ପରେ ଯୀଶୁ ସେ ଅଞ୍ଚଳର ଅନ୍ୟ ସବୁ ଗାଁକୁ ଯାଇ ସେଠାରେ ଶିକ୍ଷା ଦେବାକୁ ଲାଗିଲେ।

ଯୀଶୁ ତାଙ୍କର ପ୍ରେରିତମାନଙ୍କୁ କର୍ତ୍ତବ୍ୟ ସମାପନ ପାଇଁ ପଠାଇଲେ(B)

ଯୀଶୁ ବାରଜଣ ଶିଷ୍ୟଙ୍କୁ ଏକାଠି ଡାକିଲେ। ସେ ସେମାନଙ୍କୁ ଦୁଇ ଦୁଇ ଜଣ କରି ବାହାରକୁ ପଠାଇଲେ। ସେ ସେମାନଙ୍କୁ ଦୁଷ୍ଟାତ୍ମାମାନଙ୍କ ଉପରେ କ୍ଷମତା ପ୍ରଦାନ କଲେ। ସେ ଶିଷ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ, “ତୁମ୍ଭେ ଯାତ୍ରା କାଳରେ ବାଡ଼ିଟିଏ ଛଡ଼ା ଆଉ କିଛି ନେବ ନାହିଁ। ରୋଟୀ, ଝୁଲା କି ପକେଟରେ କିଛି ହେଲେ ଟଙ୍କା ମଧ୍ୟ ନେବ ନାହିଁ। ତୁମ୍ଭେ ଚପଲ ପିନ୍ଧି ପାରିବ। କିନ୍ତୁ କେବଳ ପିନ୍ଧିଥିବା ଲୁଗାପଟା ଛଡ଼ା କୌଣସି ଅଧିକ ଲୁଗାପଟା ନେବ ନାହିଁ। 10 କୌଣସି ଘରେ ପ୍ରବେଶ କଲେ ସେ ସହର ଛାଡ଼ି ଗ୍ଭଲିଯିବା ପର୍ଯ୍ୟନ୍ତ ସେହି ଘରେ ରହିବ। 11 ଯଦି କୌଣସି ସହରରେ ସେମାନେ ତୁମ୍ଭକୁ ସ୍ୱାଗତ ନ କରନ୍ତି କିମ୍ବା ସେମାନେ ତୁମ୍ଭ କଥା ନ ଶୁଣନ୍ତି, ତେବେ ସେ ସହର ଛାଡ଼ି ଗ୍ଭଲି ଯାଅ। ଛାଡ଼ିଲା ବେଳେ ତୁମ ପାଦରୁ ସେଠାକାର ଧୂଳିଝାଡ଼ି ଦିଅ। ତାହା ସେମାନଙ୍କ ପାଇଁ ଚେତାବନୀ ହେବ।”

12 ଶିଷ୍ୟମାନେ ସେଠାରୁ ଅନ୍ୟ ସ୍ଥାନକୁ ଗ୍ଭଲିଗଲେ। ସେମାନେ ଘୋଷଣା କଲେ ଯେ, ଲୋକମାନେ ଅନୁତାପ କରନ୍ତୁ। ହୃଦୟ ପରିବର୍ତ୍ତନ କରନ୍ତୁ। 13 ସେମାନେ ଲୋକଙ୍କ ଦେହରୁ ଅନେକ ଭୂତଙ୍କୁ ତଡ଼ିଦେଲେ। ସେମାନେ ଅନେକ ରୋଗୀଙ୍କୁ ତୈଳ ଲଗାଇ ସୁସ୍ଥ କରିଦେଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center