Revised Common Lectionary (Semicontinuous)
କୋରହ ପରିବାରର ପ୍ରଶଂସାଯୁକ୍ତ ଗୀତ।
48 ସଦାପ୍ରଭୁ ମହାନ ଅଟନ୍ତି।
ଆମ୍ଭର ପରମେଶ୍ୱରଙ୍କ ସାରା ନଗରରେ ତାଙ୍କର ପବିତ୍ର ପର୍ବତରେ ସେ ପ୍ରଶଂସିତ ହୁଅନ୍ତି।
2 ପରମେଶ୍ୱରଙ୍କ ପବିତ୍ର ନଗର ଏପରି ଏକ ମନୋରମ ଉଚ୍ଚତାରେ ଅବସ୍ଥିତ।
ଏହା ପୃଥିବୀର ସବୁ ଲୋକଙ୍କ ପ୍ରାଣରେ ଆନନ୍ଦ ସଞ୍ଚାର କରେ।
ସିୟୋନ ପର୍ବତ ପ୍ରକୃତରେ ପରମେଶ୍ୱରଙ୍କ ପବିତ୍ର ପର୍ବତ ଅଟେ।
ଏହା ସେହି ମହାନ ରାଜାଙ୍କର ପ୍ରଧାନ ନଗର ଅଟେ।
3 ଯେଉଁ ଲୋକମାନେ ସେହିସବୁ ପ୍ରାସାଦମାନଙ୍କରେ ବାସ କରନ୍ତି ସେମାନେ ଜାଣନ୍ତି ଯେ,
ତାଙ୍କର ସମସ୍ତ ପ୍ରାସାଦର ଆଶ୍ରୟସ୍ଥଳର ନିରାପଦ ଆଶ୍ରୟସ୍ଥଳ ପରମେଶ୍ୱର ଅଟନ୍ତି।
4 ଗୋଟିଏ ସମୟରେ ଅନେକ ରାଜା ଏକତ୍ରିତ ହୋଇ
ଏହି ନଗରୀକୁ ଆକ୍ରମଣ କରିବାକୁ ଯୋଜନା କଲେ।
ସେମାନେ ସେହି ନଗର ଆଡ଼କୁ ଗମନ କଲେ।
5 କିନ୍ତୁ ସେହି ରାଜାମାନେ ସେଠାରେ ଯାହା ଦେଖିଲେ ସେଥିରେ ସେମାନେ ଆଶ୍ଚର୍ଯ୍ୟ ହେଲେ।
ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା ଓ ସେମାନେ ଦୌଡ଼ି ପଳାଇ ଗଲେ।
6 ଭୟ ସେହି ରାଜାମାନଙ୍କୁ ଥରାଇ ଦେଲା
ଓ ସେମାନେ ଭୟରେ ଥରି ଉଠିଲେ।
7 ହେ ପରମେଶ୍ୱର, ତୁମ୍ଭ ନିର୍ଦ୍ଦେଶରେ ପୂର୍ବଦିଗରୁ ପ୍ରବଳ ଝଡ଼ ମାଡ଼ି ଆସି
ସେମାନଙ୍କ ବୃହତ୍ ଜାହାଜ ସବୁକୁ ଭାଙ୍ଗି ପକାଇଲା।
8 ହଁ, ଆମ୍ଭେମାନେ ତୁମ୍ଭର ଶକ୍ତି ବିଷୟରେ ସେହି ଗଳ୍ପ ସବୁ ଶୁଣିଅଛୁ।
କିନ୍ତୁ ଆମ୍ଭେ ପରମେଶ୍ୱରଙ୍କର ଶକ୍ତି ଦେଖିଅଛୁ।
ଆମ୍ଭେ ସେହି ପରମେଶ୍ୱରଙ୍କ ନଗରରେ ବାସ କରୁ, ଯେପରି ସୈନ୍ୟାଧିପତି ପରମେଶ୍ୱର ଚିରଦିନ ଲାଗି ସେହି ନଗରକୁ ଅଧିକ ଶକ୍ତିଶାଳୀ କରିଛନ୍ତି।
9 ପରମେଶ୍ୱର, ତୁମ୍ଭ ମନ୍ଦିରରେ ଆମ୍ଭେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାକୁ ଧ୍ୟାନ କରୁ।
10 ହେ ପରମେଶ୍ୱର, ତୁମ୍ଭେ ମହାନ ଅଟ।
ଏ ପୃଥିବୀର ସମସ୍ତ ଲୋକେ ତୁମ୍ଭକୁ ପ୍ରଶଂସା କରନ୍ତି।
ସମସ୍ତେ ଜାଣନ୍ତି ତୁମ୍ଭେ କେତେ ମହାନ ଅଟ।
11 ହେ ପରମେଶ୍ୱର, ତୁମ୍ଭର ପବିତ୍ର ସିୟୋନ ପର୍ବତ ଅତି ଆନନ୍ଦିତ।
ଯିହୁଦାର ସହର ସବୁ ଉଲ୍ଲସିତ।
କେବଳ ତୁମ୍ଭର ଉତ୍ତମ ଶାସନ ବିଧି ପାଇଁ ଏହା ସମ୍ଭବ ହୋଇଛି।
12 ସିୟୋନ ପର୍ବତର ଚତୁର୍ଦ୍ଦିଗରେ ଭ୍ରମଣ କର।
ସେହି ନଗରୀକୁ ଗ୍ଭହଁ ଓ ତାହାର ଗମ୍ବୁଜ ସବୁକୁ ଗଣ।
13 ବିରାଟ ଉଚ୍ଚ ପ୍ରାଚୀରସବୁ ଦେଖ।
ସିୟୋନ ପ୍ରାସାଦକୁ ନୀରିକ୍ଷଣ କର,
ଯାହା ଫଳରେ ତୁମ୍ଭେ ଆପଣା ପରବର୍ତ୍ତୀ ବଂଶଧରମାନଙ୍କୁ ଏକଥା କହିପାରିବ।
14 ଏହି ପରମେଶ୍ୱର ହିଁ ଆମ୍ଭର ଚିରକାଳ ଲାଗି ପରମେଶ୍ୱର ଅଟନ୍ତି।
ସେ ଚିରକାଳ ଲାଗି ଆମ୍ଭକୁ ପଥ ପ୍ରଦର୍ଶନ କରିବେ।
ଦାଉଦ ଓ ତାଙ୍କ ଲୋକମାନେ ହିବ୍ରୋଣକୁ ଗଲେ
2 ଏହା ପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଗ୍ଭରିଲେ, “ମୁଁ କ’ଣ ଯିହୁଦାର କୌଣସି ଏକ ନଗରକୁ ନିୟନ୍ତ୍ରଣ କରିବାକୁ ଯିବି?”
ସଦାପ୍ରଭୁ ଉତ୍ତର ଦେଲେ, “ଯାଅ।”
ତା’ପରେ ଦାଉଦ ପଗ୍ଭରିଲେ, “ମୁଁ କେଉଁଠାକୁ ଯିବା ଉଚିତ୍?”
ସଦାପ୍ରଭୁ କହିଲେ, “ତୁମ୍ଭେ ହିବ୍ରୋଣକୁ ଯାଅ।”
2 ତେଣୁ ଦାଉଦ ଓ ତାଙ୍କର ଦୁଇ ଜଣ ସ୍ତ୍ରୀଙ୍କ ସହିତ ହିବ୍ରୋଣକୁ ଗଲେ। ତାଙ୍କର ସ୍ତ୍ରୀମାନେ ଥିଲେ ଯିଷ୍ରିୟେଲୀୟା ଅହୀନୋୟମ୍ ଓ କର୍ମିଲୀୟ ନାବଲର ସ୍ତ୍ରୀ ଅବୀଗଲ। 3 ଦାଉଦ ତାଙ୍କର ଲୋକମାନଙ୍କୁ ଓ ସେମାନଙ୍କର ପରିବାରବର୍ଗମାନଙ୍କୁ ସାଙ୍ଗରେ ନେଇଗଲେ। ଏବଂ ସେମାନେ ସମସ୍ତେ ସେହି ହିବ୍ରୋଣ ସହରରେ ଓ ତା’ର ପାଖାପାଖି ସହରରେ ବାସ କଲେ।
4 ଯିହୁଦାର ଲୋକମାନେ ହିବ୍ରୋଣକୁ ଆସି ଦାଉଦଙ୍କୁ ଯିହୁଦାର ରାଜା ଭାବରେ ଅଭିଷିକ୍ତ କଲେ। ତା’ପରେ ସେମାନେ ଦାଉଦଙ୍କୁ କହିଲେ, “ଯାବେଶ୍ ଗିଲିୟଦୀୟମାନେ ଶାଉଲଙ୍କୁ କବର ଦେଲେ ବୋଲି ଲୋକମାନେ ଦାଉଦଙ୍କୁ ଜଣାଇଲେ।”
5 ଦାଉଦ ଯାବେଶ୍ ଗିଲିୟଦର ଲୋକମାନଙ୍କ ନିକଟକୁ ଦୂତଗଣ ପଠାଇଲେ ଓ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ। କାରଣ ତୁମ୍ଭେମାନେ ନିଜର ପ୍ରଭୁ ଶାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦେଇଅଛ। 6 ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ବିଶ୍ୱସ୍ତତା ପ୍ରକାଶ କରନ୍ତୁ। କାରଣ ତୁମ୍ଭେମାନେ ଏହି କର୍ମ କରିଥିବାରୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ସେହି ଦୟା ପ୍ରଦର୍ଶନ କରିବି। 7 ତୁମ୍ଭେମାନେ ସାହସୀ ଓ ଶକ୍ତିଶାଳୀ ହୁଅ। ତୁମ୍ଭର ରାଜା ଶାଉଲ ମୃତ, କିନ୍ତୁ ତୁମ୍ଭର ଯିହୁଦାର ପରିବାରବର୍ଗ ମୋତେ ରାଜା ଭାବରେ ଅଭିଷିକ୍ତ କରିଛନ୍ତି।”
ଈଶ୍ବୋଶତ୍ ରାଜା ହେଲେ
8 ନରର ପୁତ୍ର ଅବ୍ନର ଶାଉଲଙ୍କ ସୈନ୍ୟଦଳର ସେନାପତି ଥିଲେ। ଅବ୍ନର ଶାଉଲଙ୍କର ପୁତ୍ର ଈଶ୍ବୋଶତ୍କୁ ମହନୟିମକୁ ନେଇଗଲେ। 9 ଏବଂ ତାଙ୍କୁ ଗିଲିୟଦ, ଅଶୂରି, ଯିଷ୍ରିୟେଲ ଓ ଇଫ୍ରୟିମ, ବିନ୍ୟାମୀନ ଓ ସମସ୍ତ ଇସ୍ରାଏଲର ରାଜା ଭାବରେ ଅଭିଷିକ୍ତ କରାଇଲେ।
10 ଈଶ୍ବୋଶତ୍ ଥିଲେ ଶାଉଲଙ୍କର ପୁତ୍ର। ସେ ଯେତେବେଳେ ଇସ୍ରାଏଲର ରାଜା ହେଲେ ତାଙ୍କୁ ସେତେବେଳେ 40 ବର୍ଷ ବୟସ ହୋଇଥିଲା। ସେ ମାତ୍ର ଦୁଇ ବର୍ଷ ପାଇଁ ରାଜତ୍ୱ କରିଥିଲେ। କିନ୍ତୁ ଯିହୁଦାର ଲୋକମାନେ ଦାଉଦଙ୍କୁ ରାଜା ଭାବରେ ମାନୁଥିଲେ। 11 ଦାଉଦ ଥିଲେ ହିବ୍ରୋଣର ରାଜା। ସେ ଯିହୁଦାର ପରିବାରବର୍ଗ ଉପରେ ସାଢ଼େ ସାତ ବର୍ଷ ଶାସନ କଲେ।
8 ତୁମ୍ଭେମାନେ ଭାବୁଛ ଯେ ତୁମ୍ଭମାନଙ୍କର ସମସ୍ତ ଆବଶ୍ୟକୀୟ ବିଷୟ ତୁମ୍ଭମାନଙ୍କ ପାଖରେ ଅଛି। ତୁମ୍ଭେ ନିଜକୁ ଧନ୍ୟ ବୋଲି ମନେ କରୁଛ। ତୁମ୍ଭେମାନେ ଆମ୍ଭ ବିନା ରାଜା ହୋଇ ଯାଇଛ ବୋଲି ଭାବୁଛ। ହଁ, ତୁମ୍ଭେମାନେ ପ୍ରକୃତରେ ରାଜା ହୋଇଥିଲେ ଭଲ ହୋଇଥା’ନ୍ତା। ତା’ହେଲେ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ସହିତ ରାଜତ୍ୱ କରିଥାଆନ୍ତୁ। 9 କିନ୍ତୁ ମୋର ମନେ ହୁଏ ଯେ, ପରମେଶ୍ୱର ଆମ୍ଭ ପ୍ରେରିତମାନଙ୍କୁ ସର୍ବଶେଷରେ ରଖିଅଛନ୍ତି। ଆମ୍ଭେମାନେ ଯେପରି ମୃତ୍ୟୁଦଣ୍ଡରେ ଦଣ୍ଡିତ କରା ହୋଇଛୁ ଏବଂ ସମସ୍ତ ଜଗତ ଏହା ଦେଖୁଛନ୍ତି। ସମଗ୍ର ଜଗତ, ସ୍ୱର୍ଗଦୂତ ଓ ଲୋକମାନଙ୍କ ସମ୍ମୁଖରେ ଆମ୍ଭେମାନେ ଯେପରି ଏକ ନାଟକ କରୁଛୁ। 10 ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ମୂର୍ଖ ହୋଇଛୁ। କିନ୍ତୁ ତୁମ୍ଭେମାନେ ନିଜକୁ ଖ୍ରୀଷ୍ଟଙ୍କଠାରେ ବୁଦ୍ଧିମାନ୍ ବୋଲି ଭାବୁଛ। ଆମ୍ଭେ ଦୁର୍ବଳ, ତୁମ୍ଭେମାନେ ନିଜକୁ ବଳବାନ ମନେ କରୁଛ। ଲୋକେ ତୁମ୍ଭମାନଙ୍କୁ ସମ୍ମାନ ଦିଅନ୍ତି କିନ୍ତୁ ଆମ୍ଭମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ। 11 ଏପରିକି ବର୍ତ୍ତମାନ ସୁଦ୍ଧା ଆମ୍ଭେ ଭୋକ ଓ ଶୋଷରେ ଅଛୁ, ଓ ବସ୍ତ୍ରହୀନ ଅଟୁ। ଆମ୍ଭକୁ ଅଧିକାଂଶ ସମୟରେ ପ୍ରହାର କରାଯାଇଛି। ଆମ୍ଭର ଘର ନାହିଁ। 12 ଆମ୍ଭର ଲାଗି ଆମ୍ଭେ ହାତରେ କାମ କରୁଛୁ, ଅତି କଠିନ ପରିଶ୍ରମ କରୁଛୁ। 13 ଲୋକମାନଙ୍କଠାରୁ ଅଭିଶାପ ପାଇ ମଧ୍ୟ ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରୁଛୁ। ଲୋକେ ଆମ୍ଭକୁ ତାଡ଼ନା କରୁଛନ୍ତି, ଆମ୍ଭେ ସହୁଛୁ। ଏପରିକି ଯେଉଁମାନେ ଆମ୍ଭର ମିଥ୍ୟାପବାଦ କରନ୍ତି, ଆମ୍ଭେ ସେମାନଙ୍କୁ ନମ୍ରଭାବେ କଥା କହୁ। ଆଜି ପର୍ଯ୍ୟନ୍ତ ଲୋକେ ଆମ୍ଭକୁ ସମଗ୍ର ସଂସାରର ମଇଳା ଧୂଳି ସଦୃଶ ବ୍ୟବହାର କରୁଛନ୍ତି।
2010 by World Bible Translation Center