Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କ ଗୀତ। ସଦାପ୍ରଭୁ ଶତ୍ରୁମାନଙ୍କ ହସ୍ତରୁ ଓ ଶାଉଲଙ୍କ ହସ୍ତରୁ ତାଙ୍କୁ ଉଦ୍ଧାର କରିବା ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ନିବେଦନ କରିଥିଲେ।
18 ସେ କହିଲେ, “ହେ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଶକ୍ତିସ୍ୱରୂପ,
ମୁଁ ତୁମ୍ଭକୁ ଭଲ ପାଏ।”
2 ହେ ସଦାପ୍ରଭୁ, ତୁମ୍ଭେ ମୋର ଶୈଳ, ମୋ’ ନିରାପତ୍ତାରେ ଆଶ୍ରୟସ୍ଥଳ।
ମୋର ପରମେଶ୍ୱର ମୋ’ ପାଇଁ ଶୈଳ ସଦୃଶ ଦୃଢ଼।
ମୁଁ ତାଙ୍କରି ନିକଟକୁ ରକ୍ଷା ପାଇଁ ଦୌଡ଼ି ଯାଏ।
ପରମେଶ୍ୱର ମୋର ଢାଲ ସଦୃଶ।
ତାଙ୍କର ଶକ୍ତି ମୋର ରକ୍ଷା ଶୃଙ୍ଗ।
ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଲୁଚିବା ସ୍ଥାନର ଆଶ୍ରୟସ୍ଥଳ।
3 ସେମାନେ ମୋତେ ପରିହାସ କଲେ,
କିନ୍ତୁ ଯେତେବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି,
ସେ ମୋତେ ମୋର ଶତ୍ରୁମାନଙ୍କଠାରୁ ରକ୍ଷା କଲେ।
4 ମୋର ଶତ୍ରୁମାନେ ଯେତେବେଳେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ, ମୃତ୍ୟୁର ରଶି ମୋତେ ସେତେବେଳେ ବାନ୍ଧିବାକୁ ଯାଉଥିଲା ମୋର ଗ୍ଭରିଆଡ଼ୁ।
ମୁଁ ବନ୍ୟାରେ କବଳିତ ହୋଇ ମୃତ୍ୟୁ ଆଡ଼କୁ ଭାସି ଗ୍ଭଲିଥିଲି,
5 କବରର ରଶି ମୋର ଗ୍ଭରିଆଡ଼େ ଥିଲା,
ମୃତ୍ୟୁର ଯନ୍ତା ମୋ’ ସମ୍ମୁଖରେ ଥିଲା।
6 ସେହି ଯନ୍ତାରେ ପଡ଼ି ସହାୟତା ପାଇଁ ମୁଁ ସଦାପ୍ରଭୁଙ୍କୁ ଡାକିବାକୁ ଲାଗିଲି।
ହଁ, ମୁଁ ମୋର ପରମେଶ୍ୱରଙ୍କୁ ଡାକିଲି,
ସେ ଆପଣା ମନ୍ଦିରରେ ଥାଇ ମୋ’ ଡାକ ଶୁଣିଲେ।
ସେ ମୋର ସହାୟତା ପାଇଁ ଆର୍ତ୍ତନାଦ ଶୁଣିବାକୁ ପାଇଲେ।
43 ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଛନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର।
ମୋତେ ସେହିସବୁ ରାଜ୍ୟର ନେତା କର।
ଯେଉଁ ଲୋକମାନଙ୍କୁ ମୁଁ ଜାଣି ନାହିଁ, ସେମାନେ ମୋର ସେବା କରିବେ।
44 ସେହି ଲୋକମାନେ ମୋ’ କଥା ଶୁଣିବେ ଓ ଖୁବ୍ ଶୀଘ୍ର ମୋତେ ମାନିବେ।
ସେହି ବିଦେଶୀମାନେ ମୋତେ ଦେଖି ଭୟଭୀତ ହେବେ।
45 ସେମାନେ ଭୟରେ ଦୁର୍ବଳ ହୋଇଯିବେ।
ସେମାନେ ଲୁଚିଥିବା ଗୁପ୍ତ ସ୍ଥାନମାନଙ୍କରୁ ଭୟରେ ଥରହର ହୋଇ ବାହାରି ଆସିବେ।
46 ସଦାପ୍ରଭୁ ଜୀବନ୍ତ ଅଟନ୍ତି।
ମୁଁ ସେହି ଶୈଳକୁ ପ୍ରଶଂସା କରେ।
ପରମେଶ୍ୱର ମୋତେ ରକ୍ଷା କରନ୍ତି।
ସେ ମହାନ ଅଟନ୍ତି।
47 ପରମେଶ୍ୱର ମୋ’ ପାଇଁ ମୋର ଶତ୍ରୁମାନଙ୍କୁ ଦଣ୍ଡ ଦିଅନ୍ତି।
ସେ ଲୋକମାନଙ୍କୁ ମୋର ନିୟନ୍ତ୍ରଣରେ ରଖନ୍ତି।
48 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଶତ୍ରୁମାନଙ୍କ କବଳରୁ ରକ୍ଷା କରିଅଛ।
ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଥିଲେ ତାଙ୍କୁ ପରାସ୍ତ କରି ମୋତେ ସାହାଯ୍ୟ କରିଛ।
ତୁମ୍ଭେ ନିଷ୍ଠୁର ଲୋକମାନଙ୍କ କବଳରୁ ମୋତେ ବଞ୍ଚାଇଛ।
49 ହେ ସଦାପ୍ରଭୁ, ସେଥିପାଇଁ ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରେ।
ସେହି କାରଣରୁ ତୁମ୍ଭ ନାମରେ ଜୟଗାନ କରି ଗୀତ ବୋଲେ।
50 ସଦାପ୍ରଭୁ ତାଙ୍କର ରାଜାଙ୍କୁ ଅନେକ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରିଛନ୍ତି।
ସେ ତାଙ୍କର ମନୋନୀତ ରାଜାଙ୍କ ପ୍ରତି ପ୍ରେମ ଦେଖାଇଛନ୍ତି।
ସେଥିପାଇଁ ସେ ଦାଉଦ ଓ ତାଙ୍କର ବଂଶଧରମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳ ପାଇଁ ଦେଖାଇଛନ୍ତି।
ରାଜା ଶାଉଲଙ୍କ ମୃତ୍ୟୁ
10 ପଲେଷ୍ଟୀୟ ଲୋକମାନେ ଇସ୍ରାଏଲ ଲୋକମାନଙ୍କର ବିରୁଦ୍ଧରେ ଯୁଦ୍ଧ କଲେ। ଇସ୍ରାଏଲ ଲୋକମାନେ ପଲେଷ୍ଟୀୟମାନଙ୍କ ନିକଟରୁ ପଳାୟନ କଲେ। ଅନେକ ଇସ୍ରାଏଲୀୟ ଲୋକ ଗିଲ୍ବୋୟ ପର୍ବତ ଉପରେ ନିହତ ହେଲେ। 2 ପଲେଷ୍ଟୀୟମାନେ ଶାଉଲ ଓ ତାଙ୍କ ପୁତ୍ରମାନଙ୍କ ପଛେ ପଛେ ଗୋଡ଼ାଇଲେ। ସେମାନେ ସେମାନଙ୍କୁ ଧରି ହତ୍ୟା କଲେ। ପଲେଷ୍ଟୀୟମାନେ ଶାଉଲଙ୍କ ପୁତ୍ର ଯୋନାଥନ, ଅବୀନାଦବ ଓ ମଲ୍କୀଶୂୟଙ୍କୁ ଧରି ହତ୍ୟା କଲେ। 3 ଶାଉଲଙ୍କ ଚତୁର୍ଦ୍ଦିଗରେ ଯୁଦ୍ଧ କ୍ରମେ ପ୍ରବଳତର ହେବାକୁ ଲାଗିଲା। ଏବଂ ଧନୁର୍ଦ୍ଧରମାନେ ଶାଉଲଙ୍କୁ ତାଙ୍କ ଶର ଦ୍ୱାରା ବିନ୍ଧି ପକାଇଲେ ଏବଂ ସେ ସେମାନଙ୍କ ଶର ଦ୍ୱାରା କ୍ଷତାକ୍ତ ହେଲେ।
4 ଏହା ପରେ ଶାଉଲ ନିଜର ଅସ୍ତ୍ରବାହକକୁ କହିଲେ, “ତୁମ୍ଭର ଖଡ଼୍ଗ ବାହାର କର ଓ ମୋତେ ସେଥିରେ ବଧ କର। ତେବେ ସେହି ଅସୁନ୍ନତ ବିଦେଶୀମାନେ ଆସି ମୋର ଉପହାସ କରି ପାରିବେ ନାହିଁ।”
କିନ୍ତୁ ଶାଉଲଙ୍କ ଅସ୍ତ୍ରବାହକ ଭୟ କଲା। ସେ ଶାଉଲଙ୍କୁ ବଧ କଲା ନାହିଁ। ତେଣୁ ଶାଉଲ ନିଜ ଖଡ଼୍ଗ ଉପରେ ପଡ଼ିଯାଇ ନିଜକୁ ବଧ କଲେ। 5 ଅସ୍ତ୍ରବାହକ ଦେଖିଲା ଯେ, ଶାଉଲ ମୃତ୍ୟୁ ଭୋଗ କରିଅଛନ୍ତି। ଏଣୁ ସେ ମଧ୍ୟ ନିଜକୁ ବଧ କଲା। ସେ ନିଜ ଖଡ଼୍ଗ ମୁନ ଉପରେ ପଡ଼ି ମୃତ୍ୟୁଭୋଗ କଲା। 6 ସେହିପରି ଭାବରେ ଶାଉଲ ଓ ତାଙ୍କର ତିନି ପୁତ୍ର ମୃତ୍ୟୁବରଣ କଲେ। ଶାଉଲଙ୍କ ପରିବାରର ସମସ୍ତେ ଏକତ୍ର ମରଣ ଲଭିଲେ।
7 ଉପତ୍ୟକାରେ ବାସ କରୁଥିବା ସମସ୍ତ ଇସ୍ରାଏଲୀୟ ଯେତେବେଳେ ଅନାଇ ଦେଖିଲେ ଯେ, ସେମାନଙ୍କର ସୈନ୍ୟଦଳ ପଳାୟନ କରିଅଛନ୍ତି ଏବଂ ଶାଉଲ ଓ ତାଙ୍କର ପୁତ୍ରମାନେ ମୃତ୍ୟୁବରଣ କରିଅଛନ୍ତି, ତେଣୁ ସେମାନେ ନିଜର ସହର ଛାଡ଼ି ପଳାୟନ କଲେ। ଏବଂ ପଲେଷ୍ଟୀୟ ଲୋକମାନେ ସେହି ସହରଗୁଡ଼ିକରେ ବସବାସ କଲେ।
8 ପରବର୍ତ୍ତୀ ଦିନ, ମୃତ ଶରୀରଗୁଡ଼ିକ ନିକଟରୁ ବହୁମୂଲ୍ୟ ଦ୍ରବ୍ୟଗୁଡ଼ିକ ନେବା ନିମନ୍ତେ ପଲେଷ୍ଟୀୟ ଲୋକମାନେ ଆସିଲେ। ସେମାନେ ଗିଲ୍ବୋୟ ପର୍ବତ ଉପରେ ଶାଉଲଙ୍କ ଶରୀର ଓ ତାଙ୍କର ପୁତ୍ରମାନଙ୍କ ଶରୀରକୁ ପାଇଲେ। 9 ପଲେଷ୍ଟୀୟମାନେ ଶାଉଲଙ୍କୁ ଉଲଗ୍ନ କଲେ ଏବଂ ତାଙ୍କର ମସ୍ତକ ଓ ଯୁଦ୍ଧ ସାଜ ନେଇଗଲେ ଏବଂ ସେମାନେ ଦେଶସାରା ବାର୍ତ୍ତାବାହକମାନଙ୍କୁ ପ୍ରେରଣ କରି, ସେମାନଙ୍କ ଭଣ୍ଡ ଦେବତା ଓ ଲୋକମାନଙ୍କ ପାଖରେ ଏହି ଖବର ପହଞ୍ଚାଇଲେ। 10 ପଲେଷ୍ଟୀୟମାନେ ସେମାନଙ୍କ ଭଣ୍ଡ ଦେବତାର ମନ୍ଦିରରେ ଶାଉଲଙ୍କ ଯୁଦ୍ଧସାଜକୁ ନେଇ ରଖିଲେ। ସେମାନେ ଦାଗୋନ୍ ଦେବତାର ମନ୍ଦିରରେ ଶାଉଲଙ୍କ ମସ୍ତକକୁ ଟଙ୍ଗାଇଲେ।
11 ପଲେଷ୍ଟୀୟମାନେ ଶାଉଲଙ୍କ ପ୍ରତି ଯେଉଁ ଯେଉଁ କର୍ମ କଲେ, ସେହିସବୁ ଯାବେଶ୍-ଗିଲିୟଦରେ ବାସ କରୁଥିବା ଲୋକମାନେ ଶୁଣିଲେ। 12 ଯାବେଶ୍-ଗିଲିୟଦର ସମସ୍ତ ସାହସୀ ଲୋକମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ମୃତ ଶରୀର ଆଣିବା ନିମନ୍ତେ ଗଲେ ଓ ନେଇ ଆସିଲେ। ଯାବେଶସ୍ଥିତ ଏକ ବିରାଟ ବୃକ୍ଷ ତଳେ ସେମାନଙ୍କ ଅସ୍ଥିକୁ କବର ଦେଲେ। ଏହା ପରେ ସେମାନେ ସାତ ଦିନ ପର୍ଯ୍ୟନ୍ତ ଉପବାସ କଲେ।
13 ଶାଉଲ ସଦାପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ନ ଥିବାରୁ ମୃତ୍ୟୁବରଣ କଲେ। ଶାଉଲ ସଦାପ୍ରଭୁଙ୍କ ବାକ୍ୟର ବାଧ୍ୟ ହେଲେ ନାହିଁ। ଶାଉଲ ଜଣେ ଗୁଣିଆ ସ୍ତ୍ରୀ ପାଖକୁ ମଧ୍ୟ ଯାଇଥିଲେ ଓ ସଦାପ୍ରଭୁଙ୍କ ପରାମର୍ଶ ନ ଲୋଡ଼ି ତାହାର ପରାମର୍ଶ ଲୋଡ଼ିଥିଲେ। 14 ତେଣୁ ସଦାପ୍ରଭୁ ଶାଉଲଙ୍କୁ ବଧ କଲେ ଓ ଯିଶୀର ପୁତ୍ର ଦାଉଦଙ୍କୁ ରାଜ୍ୟଭାର ଅର୍ପଣ କଲେ।
ଯୀଶୁ ଗୋଟିଏ ଅସୁସ୍ଥ ବାଳକକୁ ସୁସ୍ଥ କଲେ(A)
14 ତା’ପରେ ଯୀଶୁ ପିତର, ଯାକୁବ ଓ ଯୋହନ ଅନ୍ୟ ଶିଷ୍ୟମାନଙ୍କ ପାଖକୁ ଗଲେ। ସେମାନେ ଦେଖିଲେ ଯେ, ଅନେକ ଲୋକ ସେମାନଙ୍କୁ ଘେରି ରହିଛନ୍ତି। ସେମାନଙ୍କ ସହିତ ଧର୍ମଶାସ୍ତ୍ରୀମାନେ ଯୁକ୍ତିତର୍କ କରୁଛନ୍ତି। 15 ଯେତେବେଳେ ଲୋକମାନେ ଯୀଶୁଙ୍କୁ ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ତାହାଙ୍କୁ ସ୍ୱାଗତ କରିବାକୁ ତାହାଙ୍କ ପାଖକୁ ଦୌଡ଼ିଗଲେ।
16 ଯୀଶୁ ପଗ୍ଭରିଲେ, “ତୁମ୍ଭେମାନେ ଧର୍ମଶାସ୍ତ୍ରୀମାନଙ୍କ ସହିତ କେଉଁ ବିଷୟରେ ଯୁକ୍ତିତର୍କ କରୁଥିଲ?”
17 ଭିଡ଼ ଭିତରୁ ଜଣେ ଲୋକ ଉତ୍ତର ଦେଲୋ, “ହେ ଗୁରୁ, ମୁଁ ମୋ’ ପୁଅକୁ ଆପଣଙ୍କ ପାଖକୁ ଆଣିଥିଲି। ତା ଦେହରେ ଦୁଷ୍ଟାତ୍ମାଟିଏ ପ୍ରବେଶ କରି ତାକୁ କଥା କହିବାକୁ ଦେଉ ନାହିଁ। 18 ଦୁଷ୍ଟାତ୍ମା ପୁଅକୁ ଆକ୍ରମଣ କରୁଛି। ସେ ଆକ୍ରମଣ କଲାବେଳେ ପୁଅକୁ ତଳେ କଗ୍ଭଡ଼ି ଦେଉଛି। ପୁଅ ମୁହଁରୁ ଫେଣ ବାହାରୁଛି ଓ ସେ ଦାନ୍ତ କଡ଼ମଡ଼ କରୁଛି ଓ ଶୁଖିଯାଉଛି, ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ସେହି ଦୁଷ୍ଟାତ୍ମାକୁ ବାହାର କରି ଦେବାକୁ ଅନୁରୋଧ କଲି, କିନ୍ତୁ ସେମାନେ ତାକୁ ବାହାର କରି ପାରିଲେ ନାହିଁ।”
19 ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କାହିଁକି ବିଶ୍ୱାସ କରୁ ନାହଁ? କେତେ କାଳ ମୁଁ ତୁମ୍ଭମାନଙ୍କ ସହିତ ଥିବି? କେତେ କାଳ ମୁଁ ତୁମ୍ଭମାନଙ୍କର ସବୁ ସହୁଥିବି? ସେହି ପିଲାକୁ ମୋ’ ପାଖକୁ ନେଇ ଆସ।”
20 ତେଣୁ ଶିଷ୍ୟମାନେ ପିଲାକୁ ଯୀଶୁଙ୍କ ପାଖକୁ ନେଇ ଆସିଲେ। ଦୁଷ୍ଟାତ୍ମା ଯୀଶୁଙ୍କୁ ଦେଖିବା ମାତ୍ରେ ପିଲାକୁ ଆକ୍ରମଣ କଲା। ସେହି ପିଲା ତଳେ ପଡ଼ିଯାଇ ଗଡ଼ିଗଲା। ତା’ ପାଟିରୁ ଫେଣ ବାହାରିଲା।
21 ଯୀଶୁ ପିଲାର ବାପାକୁ ପଗ୍ଭରିଲେ, “କେତେ ଦିନ ହେଲା ପିଲାର ଏମିତି ହେଉଛି?”
ତା’ର ବାପା କହିଲେ, “ପିଲାଟିଦିନରୁ ଏମିତି ହେଉଛି।” 22 ଦୁଷ୍ଟାତ୍ମା ତାକୁ ମାରିବାକୁ ଅନେକ ଥର ପାଣିକୁ ଓ ଅନେକ ଥର ନିଆଁ ଭିତରକୁ ଫିଙ୍ଗି ଦେଉଛି। ଆପଣ ଯଦି ତା’ ପାଇଁ କିଛି କରି ପାରନ୍ତି, ତେବେ ଆମ୍ଭ ପ୍ରତି ଦୟା ହେବ ଓ ଆମ୍ଭକୁ ସାହାଯ୍ୟ ହେବ।”
23 ଯୀଶୁ କହିଲେ, “ତୁମ୍ଭେ କହିଲ, ‘ତୁମ୍ଭେ ଯଦି ପାରିବ ତେବେ ସାହାଯ୍ୟ ହେବ।’ ବିଶ୍ୱାସୀ ଲୋକପାଇଁ ସବୁକିଛି ସମ୍ଭବ।”
24 ପିଲାଟିର ବାପା ଉଚ୍ଚସ୍ୱର କରି କହିଲା, “ମୁଁ ବିଶ୍ୱାସ କରୁଛି। ମୋତେ ଅଧିକ ବିଶ୍ୱାସ କରିବା ପାଇଁ ସାହାଯ୍ୟ କରନ୍ତୁ।”
25 ଯୀଶୁ ଦେଖିଲେ ଯେ ଏହି ଘଟଣା ଦେଖିବା ପାଇଁ ଲୋକେ ତାହାଙ୍କ ପାଖକୁ ମାଡ଼ି ଆସୁଛନ୍ତି। ତେଣୁ ସେ ଦୁଷ୍ଟାତ୍ମାକୁ ଧମକ ଦେଇ କହିଲେ, “ହେ ଦୁଷ୍ଟାତ୍ମା, ତୁ ପିଲାଟିକୁ ମୂକ ଓ ବଧିର କରି ଦେଇଛୁ। ମୁଁ ତୋତେ ଆଜ୍ଞା ଦେଉଛି, ପିଲାର ଦେହ ଭିତରୁ ବାହାରିଯା। ଏହାର ଦେହରେ ପୁଣି ଆଉ କେବେ ହେଲେ ପ୍ରବେଶ କରିବୁ ନାହିଁ।”
26 ଦୁଷ୍ଟାତ୍ମା ଯନ୍ତ୍ରଣାରେ ଚିତ୍କାର କଲା, ପିଲାକୁ ଥରାଇ ତଳେ ପକାଇ ଦେଲା। ପୁଣି ଥରେ ପିଲାକୁ ତଳେ କଗ୍ଭଡ଼ି ଦେଇ ଦୁଷ୍ଟାତ୍ମା ତା’ ଦେହରୁ ବାହାରି ଆସିଲା। ଏହି ପିଲା ମରିଗଲା ଭଳି ଦେଖାଗଲା। ଅନେକ ଲୋକ କହିଲେ, “ସେ ମରି ଯାଇଛି।” 27 କିନ୍ତୁ ଯୀଶୁ ପିଲାର ହାତ ଧରି ତାହାକୁ ଉଠାଇ ଠିଆ କରାଇଲେ। ସେହି ପିଲା ଠିଆ ହେଲା।
28 ତା’ପରେ ଯୀଶୁ ଘର ଭିତରକୁ ଗଲେ। କେବଳ ତାହାଙ୍କ ଶିଷ୍ୟମାନେ ତାହାଙ୍କ ସହିତ ସେଠାରେ ଥିଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ଆମ୍ଭେମାନେ ଦୁଷ୍ଟାତ୍ମାକୁ କାହିଁକି ବାହାର କରି ପାରିଲୁନି?”
29 ଏହା ଶୁଣି ଯୀଶୁ ସେମାନଙ୍କୁ କହିଲେ, “ଏହି ପ୍ରକାରର ଦୁଷ୍ଟାତ୍ମାକୁ କେବଳ ପ୍ରାର୍ଥନା ମାଧ୍ୟମରେ ବାହାର କରାଯାଇପାରିବ।”
2010 by World Bible Translation Center