Revised Common Lectionary (Semicontinuous)
ଦାଉଦ ଶାଉଲଙ୍କର ମୃତ୍ୟୁ ବିଷୟରେ ଜାଣିବାକୁ ପାଇଲେ
1 ଅମାଲେକୀୟମାନଙ୍କୁ ମାରିସାରିବା ପରେ ଦାଉଦ ସିକ୍ଳଗ୍କୁ ଫେରି ଆସିଲେ। ଏହା ଠିକ୍ ଶାଉଲଙ୍କର ମୃତ୍ୟୁ ପରେ ପରେ, ଦାଉଦ ସେଠାରେ ମାତ୍ର ଦୁଇ ଦିନ ରହିଲେ।
ଶାଉଲ ଓ ଯୋନାଥନଙ୍କ ପାଇଁ ଦାଉଦଙ୍କର ଦୁଃଖଭରା ଗୀତ
17 ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ପାଇଁ ଦାଉଦ ଏକ ଦୁଃଖଦ ଗୀତ ଗାଇଲେ। 18 ତା’ପରେ ଦାଉଦ ତାଙ୍କର ଲୋକମାନଙ୍କୁ, ଯିହୁଦୀୟମାନଙ୍କୁ ଉକ୍ତ ଗୀତ ଗାଇବା ପାଇଁ ଏବଂ ଶିକ୍ଷା ଦେବା ପାଇଁ ଆଦେଶ ଦେଲେ। ଏହାକୁ “ଧନୁ” କୁହାଯାଏ। ଏହା ଯାଶେର ପୁସ୍ତକରେ ଲେଖାଅଛି।
19 “ହେ ଇସ୍ରାଏଲ, ତୁମ୍ଭର ସୌନ୍ଦର୍ଯ୍ୟ ତୁମ୍ଭର ପର୍ବତକୁ ଭାଙ୍ଗି ଦେଲା।
ଦେଖ! କେମିତି ସେହି ବୀରଗଣଙ୍କର ପତନ ହେଲା।”
20 ଗାଥ୍ ସହରକୁ ଏହି ସମ୍ବାଦ ଦିଅ ନାହିଁ।
ଅସ୍କିଲୋନର ଦାଣ୍ଡରେ ଏହା ପ୍ରଗ୍ଭର କର ନାହିଁ।
ଯଦି ତୁମ୍ଭେ ଏହା କର, ସେହି ପଲେଷ୍ଟୀୟ ନଗରଗୁଡ଼ିକ ଆନନ୍ଦ କରିବେ।
ସେହି ନଗରର ଅସଭ୍ୟ ପ୍ରତିମା ପୂଜକଗଣ ଆନନ୍ଦିତ ହେବେ।
21 “ହେ ଗିଲ୍ବୋୟ ପର୍ବତଗଣ,
ତୁମ୍ଭମାନଙ୍କ ଉପରେ କାକର କି ବୃଷ୍ଟି ନ ପଡ଼ୁ।
ଅଥବା ଉପହାରଜନକ କ୍ଷେତ୍ର ନ ହେଉ।
କାରଣ ସେଠାରେ ବୀରମାନଙ୍କର ଢାଲ ଅଦରକାରୀ ପରି ଫିଙ୍ଗି ଦିଆଗଲା।
ଶାଉଲଙ୍କର ଢାଲ ତୈଳରେ ଅଭିଷିକ୍ତ ହେଲା ନାହିଁ।
22 ହତ ଲୋକମାନଙ୍କର ରକ୍ତରୁ ବୀରମାନଙ୍କ ମେଦରୁ ଯୋନାଥନର ଧନୁ
ଓ ଶାଉଲଙ୍କର ଖଡ଼୍ଗ ରିକ୍ତ ହୋଇ ଫେରେ ନାହିଁ।
23 “ଶାଉଲ ଓ ଯୋନାଥନ ସେମାନଙ୍କ ଜୀବନକାଳ ମଧ୍ୟରେ
ଲୋକମାନଙ୍କଠାରୁ ବହୁତ ପ୍ରେମ ପାଇଲେ।
ଏପରିକି ମୃତ୍ୟୁ ସମୟରେ ମଧ୍ୟ ସେମାନେ ଅଲଗା ହେଲେ ନାହିଁ।
ସେମାନେ ଉତ୍କ୍ରୋଶପକ୍ଷୀଠାରୁ ବେଗବାନ
ଓ ସିଂହଠାରୁ ବଳବାନ ଥିଲେ।
24 ହେ ଇସ୍ରାଏଲର କନ୍ୟାଗଣ ଶାଉଲଙ୍କ ପାଇଁ କ୍ରନ୍ଦନ କର।
ସେ ତୁମ୍ଭମାନଙ୍କୁ ସିନ୍ଦୁରବର୍ଣ୍ଣ ବସ୍ତ୍ରରେ ସୁନ୍ଦର ରୂପେ ବସ୍ତ୍ରାନ୍ୱିତ କଲେ।
ସେ ତୁମ୍ଭମାନଙ୍କ ବସ୍ତ୍ର ଉପରେ ସ୍ୱର୍ଣ୍ଣ ଅଳଙ୍କାର ଖଚିତ କଲେ।
25 “ବୀରମାନେ ଯୁଦ୍ଧରେ ପତିତ ହେଲେ।
ଯୋନାଥନ ତୁମ୍ଭ ରାଜା ପର୍ବତରେ ହତ ହେଲେ।
26 ହେ ମୋର ଭାଇ ଯୋନାଥନ, ମୁଁ ତୁମ୍ଭ ଲାଗି ଦୁଃଖ କରୁଅଛି।
ମୁଁ ତୁମ୍ଭ ସହିତ ଥିବାରୁ ଆନନ୍ଦ ଉପଭୋଗ କରୁଅଛି।
ମୋର ପ୍ରତି ତୁମ୍ଭର ପ୍ରେମ ଆଶ୍ଚର୍ଯ୍ୟ
ଓ ତାହା ସ୍ତ୍ରୀମାନଙ୍କ ପ୍ରେମରୁ ବଳିଗଲା।
27 ବୀରମାନେ ଯୁଦ୍ଧରେ ପତିତ ହେଲେ
ଏବଂ ଯୁଦ୍ଧାସ୍ତ୍ରଗୁଡ଼ିକ ଧ୍ୱଂସ କରାଗଲା।”
ଏକ ଆରୋହଣ ଗୀତ।
130 ହେ ସଦାପ୍ରଭୁ, ମୁଁ ଘୋର ବିପତ୍ତିରେ ଅଛି।
ତେଣୁ ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକୁଅଛି।
2 ହେ ମୋର ପ୍ରଭୁ, ମୋର ଗୁହାରୀ ଶୁଣ।
ସାହାଯ୍ୟ ପାଇଁ ମୋର ଡାକ ଶୁଣ।
3 ହେ ସଦାପ୍ରଭୁ, ତୁମ୍ଭେ ଯଦି ସମସ୍ତ ଲୋକଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡିତ କର,
ତେବେ କେହି ବଞ୍ଚିବେ ନାହିଁ।
4 ହେ ସଦାପ୍ରଭୁ, ତୁମ୍ଭେ ଲୋକମାନଙ୍କୁ କ୍ଷମା କର,
ସେଥିପାଇଁ ସେମାନେ ତୁମ୍ଭଙ୍କୁ ଡରନ୍ତି ଏବଂ ଉପାସନା କରନ୍ତି।
5 ମୁଁ ସଦାପ୍ରଭୁଙ୍କର ସାହାଯ୍ୟକୁ ଅପେକ୍ଷା କରିଛି।
ମୋର ପ୍ରାଣ ତାଙ୍କୁ ଗ୍ଭହିଁ ରହିଛି।
ମୁଁ ସଦାପ୍ରଭୁଙ୍କର ବାକ୍ୟରେ ଭରସା ରଖିଛି।
6 ମୁଁ ମୋର ପ୍ରଭୁଙ୍କ ପାଇଁ ଅପେକ୍ଷା କରେ,
ଯେପରି ଜଣେ ପ୍ରହରୀ ସକାଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରେ।
7 ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ।
ସଦାପ୍ରଭୁ ହେଉଛନ୍ତି ଜଣେ, ଯିଏକି ବିଶ୍ୱାସୀ ଏବଂ ସତ୍ୟ ଅଟନ୍ତି।
ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି।
8 ଏବଂ ସେ ହେଉଛନ୍ତି ଜଣେ, ଯିଏ ଇସ୍ରାଏଲକୁ ତା’ର ସମସ୍ତ ପାପରୁ ମୁକ୍ତ କରିବେ।
7 ତୁମ୍ଭେମାନେ ବିଶ୍ୱାସ, ବାକ୍ୟ ପ୍ରଗ୍ଭର, ଜ୍ଞାନ, ଉପକାର କରିବାର ଉତ୍ସାହ, ଆମ୍ଭଠାରୁ ତୁମ୍ଭେମାନେ ଶିଖିଥିବା ପ୍ରେମ, ଆଜି ସବୁ ଗୁଡ଼ିକରେ ଧନୀ ଅଟ। ସେଥିପାଇଁ ଆମ୍ଭେ ଇଚ୍ଛା କରୁ ଯେ, ଏହି ଦାନ ଦେବା ସେବାରେ ତୁମ୍ଭେମାନେ ଧନୀ ହୁଅ।
8 ମୁଁ ତୁମ୍ଭମାନଙ୍କୁ ଦାନ ଦେବା ପାଇଁ ଆଦେଶ ଦେଉ ନାହିଁ। କିନ୍ତୁ ମୁଁ ଦେଖିବାକୁ ଇଚ୍ଛା କରେ ଯେ, ପ୍ରକୃତରେ ତୁମ୍ଭମାନଙ୍କ ପ୍ରେମ ସତ୍ୟ ଅଟେ। ଅନ୍ୟ ଲୋକମାନେ ସାହାଯ୍ୟ କରିବା ପାଇଁ ଦେଖାଉଥିବା ଉତ୍ସାହ ବିଷୟରେ କହି ଏହା ମୁଁ ଦେଖାଇ ଦେବାକୁ ଗ୍ଭହେଁ। 9 ତୁମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ସହିତ ପରିଚିତ। ତୁମ୍ଭେମାନେ ଜାଣ ଯେ, ଖ୍ରୀଷ୍ଟ ଈଶ୍ୱରଙ୍କଠାରେ ଧନୀ ହୋଇଥିଲେ ମଧ୍ୟ, ତୁମ୍ଭମାନଙ୍କ ପାଇଁ ସେ ଗରିବ ହେଲେ। ତାହାଙ୍କର ଗରିବ ହେବା ଦ୍ୱାରା ତୁମ୍ଭେମାନେ ଯେପରି ଧନୀ ହୁଅ, ସେଥିପାଇଁ ଯୀଶୁ ଖ୍ରୀଷ୍ଟ ଏପରି କଲେ।
10 ଏହି ବିଷୟରେ ମୁଁ ତୁମ୍ଭମାନଙ୍କୁ ନିଜର ପରାମର୍ଶ ଦେଉଛି। ଏହା ତୁମ୍ଭମାନଙ୍କ ପାଇଁ ସର୍ବଶ୍ରେଷ୍ଠ। ଗତ ବର୍ଷ ତୁମ୍ଭେମାନେ ପ୍ରଥମେ ଦାନ ଦେବା ପାଇଁ ଇଚ୍ଛା କରିଥିଲ ଓ ପ୍ରକୃତରେ ପ୍ରଥମେ ଦାନ ମଧ୍ୟ ଦେଇଥିଲ। ଅତଏବ ଯେଉଁ କାମଟିକୁ ତୁମ୍ଭେମାନେ ଆରମ୍ଭ କରିଥିଲ ତାହାକୁ ଶେଷ କର। 11 ତା’ହେଲେ ଯାଇ ତୁମ୍ଭମାନଙ୍କର “କରିବା” ତୁମ୍ଭମାନଙ୍କର “ଇଚ୍ଛା କରିବା” ସହିତ ସମାନ ହେବ। ତୁମ୍ଭମାନଙ୍କ ପାଖରେ ଯାହା ଅଛି ତହିଁରୁ ଦାନ କର। 12 ଯଦି ତୁମ୍ଭମାନଙ୍କର ଦାନ ଦେବାର ଇଚ୍ଛା ଅଛି, ତା’ହେଲେ ତୁମ୍ଭମାନଙ୍କର ଦାନ ଗ୍ରହଣୀୟ ହେବ। ତୁମ୍ଭମାନଙ୍କ ପାଖରେ ଯାହା ଅଛି, ସେହି ଅନୁସାରେ ତୁମ୍ଭମାନଙ୍କ ଦାନ ଗ୍ରାହ୍ୟ କରାଯିବ; ତୁମ୍ଭମାନଙ୍କ ପାଖରେ ଯାହା ନାହିଁ, ସେ ଅନୁସାରେ ନୁହେଁ। 13 ଅନ୍ୟମାନେ ଆରାମରେ ରହୁଥିବା ବେଳେ ତୁମ୍ଭେମାନେ ଦୁର୍ଦ୍ଦଶାରେ ରୁହ, ଏକ କଥା ଆମ୍ଭେ ଇଚ୍ଛା କରୁ ନାହୁଁ; ବରଂ ଆମ୍ଭେ ସବୁ ବିଷୟରେ ସମାନତା ଇଚ୍ଛା କରୁ। 14 ବର୍ତ୍ତମାନ ତୁମ୍ଭମାନଙ୍କ ପାଖରେ ବହୁତ ଅଛି। ଯାହା ତୁମ୍ଭମାନଙ୍କର ଅଛି, ଯଦି ଦିଅ, ତାହାହେଲେ ଅନ୍ୟମାନଙ୍କ ଆବଶ୍ୟକ ପୂରଣ ହେବ। ତା’ପରେ ଯେତେବେଳେ ସେମାନଙ୍କର ବୁଦ୍ଧି ହେବ, ସେମାନେ ତୁମ୍ଭମାନଙ୍କର ଆବଶ୍ୟକତାରେ ସାହାଯ୍ୟ କରିବେ। 15 ଶାସ୍ତ୍ରରେ ମଧ୍ୟ ଲେଖାଅଛି:
“ଯିଏ ଅଧିକ ସଂଗ୍ରହ କଲା ତାହା ପାଖରେ ଅଧିକ ରହିଲା ନାହିଁ,
ଓ ଯିଏ ଅଳ୍ପ ସଂଗ୍ରହ କଲା ତାହା ପାଖରେ ଅତି ଅଳ୍ପ ରହିଲା ନାହିଁ।” (A)
ଯୀଶୁ ମୃତ ବାଳିକାକୁ ଜୀବନ ଦେଲେ ଓ ଏକ ଅସୁସ୍ଥ ସ୍ତ୍ରୀକୁ ସୁସ୍ଥ କଲେ(A)
21 ଯୀଶୁ ନୌକାରେ ବସି ହ୍ରଦର ଅପର ପାର୍ଶ୍ୱକୁ ଫେରିଗଲେ। ପୁଣି ହ୍ରଦ କୂଳରେ ତାହାଙ୍କ ଗ୍ଭରି ପଟେ ବହୁତ ଲୋକ ଜମିଗଲେ। 22 ଯିହୂଦୀ ସମାଜଗୃହର ଜଣେ ଅଧିକାରୀ ସେଠାକୁ ଆସିଲେ। ତାହାଙ୍କ ନାମ ଯାଈରସ ଥିଲା। ଯାଈରସ ଯୀଶୁଙ୍କୁ ଦେଖିବା ମାତ୍ରେ ତାହାଙ୍କ ପାଦ ତଳେ ପଡ଼ିଗଲେ। 23 ସେ କାକୁତି ମିନତି ହୋଇ ଯୀଶୁଙ୍କୁ ଭିକ୍ଷା ମାଗିଲେ, “ମୋର ଛୋଟ ଝିଅ ମରିବା ଉପରେ। ଦୟାକରି ଆପଣ ଆସି ତା’ ଉପରେ ହାତ ରଖନ୍ତୁ, ତା’ହେଲେ ସେ ସୁସ୍ଥ ହୋଇଯିବ ଓ ଜୀବନ ପାଇବ।”
24 ଯୀଶୁ ଯାଈରସଙ୍କ ସାଥୀରେ ବାହାରିଲେ। ଅନେକ ଲୋକ ଯୀଶୁଙ୍କ ପଛେ ପଛେ ଗଲେ। ଭିଡ଼ ହୋଇଥିବା ଯୋଗୁଁ ଲୋକେ ଯୀଶୁଙ୍କ ଆଡ଼କୁ ମାଡ଼ି ଆସୁ ଥିଲେ।
25 ସେଠାରେ ଲୋକଙ୍କ ଭିତରେ ଜଣେ ସ୍ତ୍ରୀଲୋକ ଥିଲା। ବିଗତ ବାରବର୍ଷ ଧରି ତା’ର ରକ୍ତସ୍ରାବ ହେଉଥିଲା। 26 ଅନେକ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଇ ସାରିବା ପରେ ସେ ନିରାଶ ହୋଇ ପଡ଼ିଥିଲା। ସେ ବହୁତ କଷ୍ଟ ପାଉଥିଲା। ତା’ର ସମସ୍ତ ଟଙ୍କା ଖର୍ଚ୍ଚ ହୋଇଯାଇଥିଲା। ତଥାପି ତା’ର ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଘଟୁ ନ ଥିଲା। ବରଂ ତା’ର ଦେହ ଅତ୍ୟଧିକ ଖରାପ ହୋଇ ଯାଉଥିଲା।
27 ସେହି ସ୍ତ୍ରୀ ଲୋକଟି ଯୀଶୁଙ୍କ ବିଷୟରେ ଶୁଣିବା ପରେ ଲୋକଙ୍କ ସହିତ ତାହାଙ୍କର ଅନୁସରଣ କଲା। ସେ ପଛ ପଟରୁ ଆସି ଯୀଶୁଙ୍କ ନିକଟତର ହେଲା ଓ ତାହାଙ୍କ ବସ୍ତ୍ର ଛୁଇଁଦେଲା। 28 ସେ ମନେ ମନେ କହୁଥିଲା, “ଯଦି ମୁଁ ଖାଲି ଟିକିଏ ତାହାଙ୍କ ବସ୍ତ୍ର ଛୁଁଇ ପାରିବି ତେବେ ଭଲ ହୋଇଯିବି।” 29 ସେ ଯୀଶୁଙ୍କ ବସ୍ତ୍ର ଛୁଇଁବା ମାତ୍ରେ ତା’ର ରକ୍ତସ୍ରାବ ବନ୍ଦ ହୋଇଗଲା ଓ ତା’ର ଶରୀରର ରୋଗ ଭଲ ହୋଇଗଲା ବୋଲି ସେ ଅନୁଭବ କଲା। 30 ସେହି ସମୟରେ ଯୀଶୁ ଅନୁଭବ କଲେ ଯେ ତାହାଙ୍କଠାରୁ ଶକ୍ତି ବାହାରି ଯାଇଛି। ସେ ଅଟକି ଗଲେ ଓ ପଛକୁ ବୁଲି ପଡ଼ି ପଗ୍ଭରିଲେ, “ମୋର ବସ୍ତ୍ର କିଏ ଛୁଇଁଲା?”
31 ଶିଷ୍ୟମାନେ ଯୀଶୁଙ୍କୁ କହିଲେ, “ଏଠାରେ ତ ଅନେକ ଲୋକ ଆପଣଙ୍କ ଆଡ଼କୁ ଠେଲି ହୋଇ ଯାଉଛନ୍ତି। ପୁଣି ଆପଣ ପଗ୍ଭରୁଛନ୍ତି, “ମୋତେ କିଏ ଛୁଇଁଲା?”
32 କିନ୍ତୁ ଯୀଶୁ ତାହାଙ୍କୁ କେଉଁ ଲୋକ ଛୁଇଁଲା ବୋଲି ଗ୍ଭରିଆଡ଼କୁ ଦେଖିବାକୁ ଲାଗିଲେ। 33 ସେହି ସ୍ତ୍ରୀ ଲୋକଟି ଜାଣିଥିଲା ଯେ ସେ ଭଲ ହୋଇଯାଇଛି, ତେଣୁ ସେ ଆଗକୁ ଆସି ଯୀଶୁଙ୍କ ପାଦ ତଳେ ପଡ଼ିଗଲା। ସେ ଭୟରେ ଥରୁଥିଲା। ସେ ଯୀଶୁଙ୍କୁ ସବୁ କଥା କହିଲା। 34 ଯୀଶୁ ତାକୁ କହିଲେ,
“ଆଗୋ ନାରୀ; ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରି ଦେଇଛି। ଶାନ୍ତିରେ ଯାଅ ଏବଂ ତୁମ୍ଭ ରୋଗରୁ ମୁକ୍ତ ହୁଅ।”
35 ଯୀଶୁ ସେଠାରେ ଏସବୁ କହୁଥିବା ସମୟରେ ଯିହୂଦୀ ସମାଜଗୃହର ଅଧିକାରୀ ଯାଈରସଙ୍କ ଘରୁ କେତେକ ଲୋକ ଆସି ତାହାଙ୍କୁ କହିଲେ, “ତୁମ୍ଭର ଝିଅ ମରିଗଲାଣି। ବର୍ତ୍ତମାନ ତୁମ୍ଭେ ଗୁରୁ (ଯୀଶୁ)ଙ୍କୁ ଅଯଥାରେ ଆଉ କାହିଁକି ହଇରାଣ କରିବ?”
36 କିନ୍ତୁ ଯୀଶୁ ସେମାନଙ୍କ କଥା ଶୁଣିସାରି ଯିହୂଦୀ ସମାଜଗୃହର ଅଧିକାରୀଙ୍କୁ କହିଲେ, “ଭୟ କର ନାହିଁ, କେବଳ ବିଶ୍ୱାସ କର।”
37 ତା’ପରେ ସେ ସମସ୍ତଙ୍କୁ ଛାଡ଼ି କେବଳ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ସାଙ୍ଗରେ ନେଲେ। 38 ସେମାନେ ଯିହୂଦୀ ସମାଜଗୃହର ଅଧିକାରୀଙ୍କ ଘରକୁ ଗଲେ। ସେ ସେଠାରେ ଲୋକମାନଙ୍କୁ ଉଚ୍ଚ ସ୍ୱରରେ ବିଳାପ କରୁଥିବାର ଦେଖିଲେ। ସେଠାରେ ବହୁତ କୋଳାହଳ ହେଉଥିଲା। 39 ଯୀଶୁ ଘର ଭିତରେ ପ୍ରବେଶ କରି ଲୋକମାନଙ୍କୁ କହିଲେ, “ତୁମ୍ଭେ ସବୁ କାହିଁକି ଏତେ ପାଟିତୁଣ୍ଡ ଓ କନ୍ଦାକଟା କରୁଛ? ଏ ପିଲାଟି ମରି ନାହିଁ, ସେ କେବଳ ଶୋଇ ଯାଇଛି।” 40 ଏହା ଶୁଣି ସବୁ ଲୋକ ଯୀଶୁଙ୍କୁ ପରିହାସ କଲେ।
କିନ୍ତୁ ସେ ସମସ୍ତଙ୍କୁ ଘରର ବାହାରକୁ ପଠେଇ ଦେଲେ। କେବଳ ପିଲାଟିର ବାପାମା ଓ ତାହାଙ୍କ ସହିତ ଆସିଥିବା ଶିଷ୍ୟମାନଙ୍କୁ ସାଙ୍ଗରେ ନେଇ ପିଲାଟି ଯେଉଁ କୋଠରିରେ ଥିଲା, ସେହି କୋଠରିକୁ ଗଲେ। 41 ତା’ପରେ ଯୀଶୁ ଝିଅଟିର ହାତ ଧରି ତାହାକୁ କହିଲେ, “ଟଲିଥା, କୂମ୍” ଅର୍ଥାତ୍ ହେ ଝିଅ, ମୁଁ ତୋତେ କହୁଛି ଉଠ। ଝିଅଟି ସଙ୍ଗେ ସଙ୍ଗେ ଉଠି ଠିଆ ହେଲା ଓ ଗ୍ଭଲିବାକୁ ଆରମ୍ଭ କଲା। ଝିଅଟିର ବୟସ ବାର ବର୍ଷ ଥିଲା। 42 ତା’ର ବାପାମା ଓ ଶିଷ୍ୟମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। 43 ଯୀଶୁ ଏ କଥା ଲୋକମାନଙ୍କୁ ନ କହିବା ପାଇଁ ଝିଅର ବାପା-ମାଙ୍କୁ ଦୃଢ଼ ଭାବରେ ନିର୍ଦ୍ଦେଶ ଦେଲେ। ତା’ପରେ ଯୀଶୁ ଝିଅଟିର ବାପା-ମାଙ୍କୁ ଝିଅକୁ କିଛି ଖାଇବାକୁ ଦେବାକୁ କହିଲେ।
2010 by World Bible Translation Center